ରାଜଧାନୀ ରାଜରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ନାବାଳିକା ଉଦ୍ଧାର ପରେ ଗୁମର ଫିଟୁଛି । ନାବାଳିକା ଜଣଙ୍କୁ ସେକ୍ସ ରାକେଟରେ ଲଗାଯାଇଥିବା ନେଇ କମିଶନରେଟ୍ ପୋଲିସ ବଡ଼ ଖୁଲାସା କରିଛି । ଏଥିସହ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ କ୍ୟାପିଟାଲ ଥାନା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି । ଚଢ଼ାଉ ବେଳେ ସାମ୍ନାକୁ ଆସିଛି ଭୟଙ୍କର ତଥ୍ୟ। ଘର ଭିତରେ ଚାଲିଥିଲା ସେକ୍ସ ରାକେଟ। ଘର ଭିରରୁ ଉଦ୍ଧାର ହୋଇଛନ୍ତି ଝାରାଖଣ୍ଡ ଓ ପଶ୍ଚିମ ବଙ୍ଗ ୪ନାବାଳିକା। ସୂଚନାମୁତାବକ ରାଜଧାନୀର ରାଜ ରାସ୍ତାରୁ ଜଣେ ନାବାଳିକାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।ନାବାଳିକା ଜଣଙ୍କ ଝାଡ଼ଖଣ୍ଡର, ତାଙ୍କୁ ୧୬ ବର୍ଷ ହୋଇଥିବା ସୂଚନା ଦେଇଛନ୍ତି ଭୁବନେଶ୍ଵର ଡିସିପି । ସେପଟେ ସମ୍ପୂର୍ଣ୍ଣ ମେଡିକାଲ ରିପୋର୍ଟ ପୋଲିସ ହାତରେ ଲାଗି ନଥିବା ବେଳେ ନାବାଳିକାଙ୍କୁ ସେକ୍ସୁଆଲ ଆସଲ୍ଟ ଆଧାରରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ନାବାଳିକାଙ୍କ ପାଖରୁ…
Author: sanitelevision
ଆଲୋକର ପର୍ବ ଦୀପାବଳି ପାଇଁ ଧୀରେଧୀରେ ଛୋଟ ପିଲାଙ୍କ ଠାରୁ ଯୁବପିଢ଼ିମାନଙ୍କ ପର୍ଯ୍ୟନ୍ତ ଉତ୍ସାହ ଦେଖାଯାଇଛି। ବଜାରରେ ଦୀପ ଓ ବାଣ ପସରା ବସିଛି। ରାଜ୍ୟ ସରକାର ଦୀପାବଳିକୁ ସରକାରୀ ଛୁଟି ଘୋଷଣା କରିଛନ୍ତି। ଦୀପାବଳି ଅବସରରେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ରହିବ।ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ସୋମବାର ଦିନ ରାଜ୍ୟର ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ସୂଚନା ଅନୁସାରେ, ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ । ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ । ନୂଆପଡା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ ରହିବ । ଆସନ୍ତା ୨୫ ତାରିଖ ଚତୁର୍ଥ ଶନିବାର କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି ।
ଏସଆଇ ପରୀକ୍ଷା ଦୁର୍ନୀତି ମାମଲାରେ ମୋଷ୍ଟ ୱାଣ୍ଟେଡ ମୁନା ମହାନ୍ତି ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ। ବାଙ୍କୀ କଳାପଥର ସ୍ଥିତ ଘରେ କ୍ରାଇମବ୍ରାଞ୍ଚ ଟିମର ଚଢ଼ାଉ । ବୈଦେଶ୍ଵର ପୋଲିସ ମଧ୍ୟ ଉପସ୍ଥିତ ରହିଛି । ଗତକାଲି ମୁନାକୁ ଦଶପଲ୍ଲାରୁ ଗିରଫ କରାଯାଇଥିଲା । ପୋଲିସ ଏସ.ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ ଧରାପଡ଼ିଥିଲେ ମୁନା ମହାନ୍ତି । ଦଲାଲ ତଥା ମୋଷ୍ଟ ୱାଣ୍ଟେଡ୍ ମୁନା ମହାନ୍ତି ଓ ଶ୍ରୀକାନ୍ତ ମହାରଣାଙ୍କୁ ଉଠାଇ ନେଇଥିଲା କ୍ରାଇମବ୍ରାଞ୍ଚ । ଦଶପଲ୍ଲାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଭିମନ୍ୟୁ ଦେରାଙ୍କୁ ବି ଉଠାଇନେଇଥିଲା କ୍ରାଇମବ୍ରାଞ୍ଚ ପିଲା ଯୋଗାଡ଼ କରିବା ଏବଂ ବସରେ ରାଜ୍ୟ ବାହାରକୁ ପଠାଇବାରେ ମନ୍ନା ମହାନ୍ତି ଓ ଶ୍ରୀକାନ୍ତ ମହାରାଣାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି ।
ସମାଜ ପାଇଁ ଆଜି ବଡ ଚ୍ୟାଲେଞ୍ଜ ହୋଇଥିବା ସାଇବର ଅପରାଧକୁ ରୋକିବା ପାଇଁ ସଚେତନତା ହେଉଛି ସବୁଠାରୁ ବଡ ଶକ୍ତିଶାଳୀ ଅସ୍ତ୍ର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଇବର ସୁରକ୍ଷା ସଚେତନତା ଅଭିଯାନ ୨୦୨୫ର ଶୁଭାରମ୍ଭ ଅବସରରେ ଏହା କହିଛନ୍ତି ।ସାଇବର ଅପରାଧ ରୋକିବା କ୍ଷେତ୍ରରେ ଓଡିଶା ପୋଲିସକୁ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ ଏବଂ ସାଇବର ହେଲ୍ପଲାଇନ୍ ୧୯୩୦ ମାଧ୍ୟମରେ ହଜାର ହଜାର ଅଭିଯୋଗକାରୀଙ୍କୁ ସଠିକ୍ ସମୟରେ ସହାୟତା ପ୍ରଦାନ କରାଯାଇଛି । ସାଇବର ଅପରାଧକୁ ପ୍ରତିରୋଧ କରିବା ପାଇଁ ରାଜ୍ୟରେ ଖୁବଶୀଘ୍ର ଆଉ ୨୦ଟି ନୂତନ ସାଇବର ଅପରାଧ ପୋଲିସ୍ ଷ୍ଟେସନ କାର୍ଯ୍ୟକ୍ଷମ ହେବ । ଏହା ସହ ପୂର୍ବରୁ ଥିବା ୧୪ଟି ସାଇବର ପୋଲିସ୍ ଷ୍ଟେସନର ଆଧୁନିକୀକରଣ ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ଏ କ୍ଷେତ୍ର ପାଇଁ ୧୧୨୭ଟି ନୂତନ ପୋଲିସ ପଦବୀ ସହିତ ୧୭୦ ଟେକ୍ନିକାଲ…
ଦକ୍ଷିଣ-ପୂର୍ବ ଆରବ ସାଗର ଏବଂ କେରଳ କର୍ଣ୍ଣାଟକ ଉପକୂଳ ନିକଟବର୍ତ୍ତୀ ଲାକ୍ଷାଦ୍ବୀପ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ପ୍ରଭାବରେ ଆଜି ଏକ ଲୋ-ପ୍ରେସର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ପରବର୍ତ୍ତୀ ୩୬ ଘଣ୍ଟା ମଧ୍ୟରେ ଏହା ଅବପାତରେ ପରିଣତ ହେବ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି ।। କିନ୍ତୁ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ନେଇ କୌଣସି ସତର୍କ ସୂଚନା ଜାରି କରି ନାହିଁ। ଓଡ଼ିଶା ନେଇ ସତର୍କ ସୂଚନା ଜାରି କରାଯାଇ ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ଜମି ଡିମାର୍କସେନ ପାଇଁ ଦୌଡିବାକୁ ପଡିବନି ତହସିଲ ଅଫିସ। ଏଣିକି ଅନଲାଇନରେ ଆବେଦନ କଲେ ମିଳିବ ତାରିଖ । ସେହିଦିନ ତହସିଲ ଅଧିକାରୀ, ଅମିନ କରିବେ ଜମିର ଡିମାର୍କସେନ। ପ୍ରଥମେ ରାଜସ୍ବ ବିଭାଗର ଅନଲାଇନ ସାଇଟକୁ ଯିବାକୁ ପଡ଼ିବ। ସେଥିରେ ମୋବାଇଲ ନମ୍ବର ପଞ୍ଜିକରଣ କରି ଡିମାର୍କସେନ ପାଇଁ ଆବେଦନ କରିବାକୁ ହେବ। ପରେ ଆବଶ୍ୟକୀୟ ଜମି କାଗଜପତ୍ର ସହ ଫି ଦେବାକୁ ପଡ଼ିବ। ଆବେଦନ ସଵମିଟ କରିବା ପରେ ତହସିଲଦାର ଆପଣଙ୍କ ଆବେଦନ ଯାଞ୍ଚ କରି ଆପଣଙ୍କ ମୋବାଇଲ ନମ୍ବରକୁ ତାରିଖ ଏସଏମଏସ ଭାବେ ଆସିଯିବ। ସେହିଦିନ ତହସିଲ ଅଧିକାରୀ ଏବଂ ଅମିନ ଆସି ଆପଣଙ୍କ ଜମିର ଡିମାର୍କେସେନ କରିବେ।
ଆସନ୍ତା ୨୦ ତାରିଖ ଦୀପାବଳି ପର୍ବ ଉପଲକ୍ଷେ ଅତିରିକ୍ତ ଛୁଟି ଘୋଷଣ କରିଛନ୍ତି ରାଜ୍ୟସରକାର। ନୂଆପଡ଼ା ଜିଲା ବ୍ୟତୀତ ରାଜ୍ୟର ଅନ୍ୟ ସବୁ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ନେଇ ଘୋଷଣା ହୋଇଛି। ପୂର୍ବରୁ ଘୋଷିତ ୨୧ ତାରିଖ ଛୁଟି ମଧ୍ୟ ବଳବତ୍ତର ରହିବ। ମାତ୍ର ୨୧ ତାରିଖରେ ସମସ୍ତ ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କିଂ ସଂସ୍ଥା ଖୋଲା ରହିବ। । ଏହାସହ ୨୫ ତାରିଖ ଚତୁର୍ଥ ଶନିବାରକୁ କାର୍ଯ୍ୟଦିବସ ଭାବେ ଘୋଷଣା କରାଯାଇଛି ।
ଦୀପାବଳି ଆସିଲେ ସପ୍ତାହେ ଆଗରୁ ଆରମ୍ଭ ହୋଇଯାଏ ବାଣ ଫୁଟା । ଢୋ ଢା ଶବ୍ଦରେ ଫାଟିପଡେ ଚତୁର୍ଦ୍ଦିଗ । ହେଲେ ଏ ବର୍ଷ ଆଉ ରାତିସାରା ଫୁଟିବନି ବାଣ । ଦୀପାବଳି ପାଇଁ କମିଶନରେଟ ପୋଲିସ ଗାଇଡ଼ଲାଇନ ଜାରି କରିଛି । ଭୁବନେଶ୍ୱର ଡିସିପି ଜଗମୋହନ ମୀନା କଡା ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ଶବ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ । ଗ୍ରୀନ କାକର ଫୁଟାଇବା ପାଇଁ ପୋଲିସ ଅନୁରୋଧ କରିଛି । ମଦ ପିଇ ଗାଡି ଚଳାଇଲେ ଅଟକ ରହିବେ ଚାଳକ । ଗାଡିକୁ ଜବତ କରି ନେଇଯିବ ପିସିଆର ଭ୍ୟାନ । ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ ଆଲର୍ଟ ପାଇଁ ନିର୍ଦ୍ଦେଶ । ବେଆଇନ ବାଣ ବିକିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।ସେହିପରି ଚଳିତବର୍ଷ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବାଣ ଫୁଟାଇବାର ସମୟକୁ ନେଇ କିଛି ଦିନ ପୂର୍ବରୁ ଗାଇଡଲାଇନ୍…
ପାର୍ବଣ ଋତୁରେ ‘ନୋ ଗିଫ୍ଟ’ ପଲିସି ଅପଣେଇଲେ ରାଜ୍ୟ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲାଗୁ କଲେ ‘ନୋ ଗିଫ୍ଟ ପଲିସି’। ପର୍ବପର୍ବାଣୀ ସମୟରେ ଉପହାର ନେଇ ଆସିବାକୁ କଲେ ମନା। ଏପରିକି ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଗିଫ୍ଟ ଆଦାନପ୍ରଦାନ ଏବଂ ଏହାସହ ଜଡ଼ିତ ଖର୍ଚ୍ଚ ଉପରେ ରାଜ୍ୟ ସରକାର ରୋକ୍ ଲଗାଇଛନ୍ତି।ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଏ ସଂପର୍କରେ ସୋସିଆଲ୍ ମିଡ଼ିଆରେ ଉଲ୍ଲେଖ କରିଛନ୍ତି। ତାଙ୍କ ଅଫିସକୁ କେହି ଉପହାର ଧରି ଯିବାକୁ ମନା କରିଛନ୍ତି ପ୍ରଭାତୀ। ପାର୍ବଣରେ କେନ୍ଦ୍ର ସରକାର ଆପଣାଇଛନ୍ତି NO GIFT ପଲିସି। ଗତ ସେପ୍ଟେମ୍ବର ୧୯ ତାରିଖର ନିର୍ଦ୍ଦେଶନାମାକୁ ପାଳନ କରି ରାଜ୍ୟ ସରକାର ନିଜର ସବୁ ସରକାରୀ ଅଫିସ୍ ପାଇଁ ‘ନୋ ଗିଫ୍ଟ ପଲିସି’ ସଂପର୍କରେ ଜାରି କରିଛନ୍ତି ନିର୍ଦ୍ଦେଶନାମା।ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ଅନୁଯାୟୀ, ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଓ ସରକାରୀ ଉଦ୍ୟୋଗ(ପିଏସୟୁ), କେନ୍ଦ୍ରୀୟ ପିଏସୟୁ ଗୁଡ଼ିକରେ ଦୀପାବଳି ଓ ଅନ୍ୟାନ୍ୟ…
ପୂର୍ବରୁ ଚକୁଳିଆ ପଣ୍ଡାମାନେ ଯେଉଁଭଳି ଗାଁ ଗାଁ ବୁଲି ଭିକ୍ଷା ଗ୍ରହଣ କରୁଥିଲେ, ବର୍ତ୍ତମାନ ଧିରେ ଧିରେ ଏହି ବୃତ୍ତି ଦେଖିବାକୁ ମିଳୁନାହିଁ । ଏହା ପାରମ୍ପରିକ ଭାବେ ପୂର୍ବରୁ ଚାଲି ଆସୁଥିଲା । ବର୍ତ୍ତମାନ ସମୟରେ ଏହା ବେଳେବେଳେ ହିଁ ଦେଖିବାକୁ ମିଳୁଛି । ଚକୁଳିଆ ପଣ୍ତାମାନେ ପୂର୍ଣ୍ଣିମା, ସଂକ୍ରାନ୍ତି, ଅମାବାସ୍ୟା ଆଦି ସମୟରେ ବର୍ଷରେ ଥରେ ଦୁଇଥର ଗାଁ ଗୁଡିକୁ ଆସି ଦୁଆର ଦୁଆର ବୁଲି ଗୀତ ଗାଇ ଭିକ ମାଗି ଚଳିଥାନ୍ତି । ଉତ୍କଳ ମାଟିର କୋଣ ଅନୁକୋଣରେ ଏମାନେ ବେଶ ପରିଚିତ ଥିଲେ। ଉତ୍କଳର ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଏମାନଙ୍କ ଭୂମିକା ଥିଲା ଗୁତୁତ୍ୱପୂର୍ଣ୍ଣ। ହେଲେ ଆଧୁନିକତାର ଚାକଚକ୍ୟରେ ଏମାନଙ୍କ ଉତ୍ତରାଧିକାରୀ ମାନେ ଆଉ ଏହି କୂଳ ବେଉସା ପ୍ରତି ଅକୃଷ୍ଟ ହେଉନାହାନ୍ତି। ଏଥିପାଇଁ ଆଉ ଆମ ଗାଁ ଦାଣ୍ଡରେ ଦେଖାଯାଉନାହାନ୍ତି ‘ଚକୁଳିଆପଣ୍ଡା’।ଦେହରେ ଗେରୁଆ ବସ୍ତ୍ର, ମୁଣ୍ଡରେ ପଗଡ଼ି, ହାତରେ ତାଳପତ୍ର ଛତା,…








