Author: sanitelevision

ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୧୨ ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବ । ୨୪ ଘଣ୍ଟା ମଧ୍ୟରେ ଅବପାତ ହେବ । କାଲିଠାରୁ ଆରମ୍ଭ ହୋଇପାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୩୦ରୁ ୪୦ କିଲୋମିଟର ବେଗରେ ପବନ ହେବାର ଆଶଙ୍କା ରହିଛି । ଏବେଠାରୁ ଭ୍ୟଭୀତ ହେବାର କୌଣସି କାରଣ ନାହିଁ ।

Read More

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ଖୁସି ଖବର । ପିଏମ୍ କିସାନର ୨୧ତମ କିସ୍ତି ଦୀପାବଳି ପୂର୍ବରୁ କିମ୍ବା ଦୀପାବଳିରେ ମିଳିବା ନେଇ ଆଶା କରାଯାଉଥିଲା । କିନ୍ତୁ ଏବେ ତାହା ମିଳିବନି । ନଭେମ୍ବର ପ୍ରଥମ ସପ୍ତାହରେ ପିଏମ୍ କିସାନର ୨୧ତମ କିସ୍ତି ଚାଷୀଙ୍କ ଖାତାକୁ ଆସିପାରେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।ତାରିଖ ଘୋଷଣା ହୋଇନଥିଲେ ବି ଦେଶର କିଛି ରାଜ୍ୟର ଚାଷୀଙ୍କୁ ପିଏମ୍ କିସାନ କିସ୍ତି ଟଙ୍କା ଆଗୁକ ମିଳିସାରିଛି। ଜାମ୍ମୁ କାଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶର ଚାଷୀଙ୍କ ଖାତାକୁ ଆସିସାରିଛି ପିଏମ୍ କିସାନ ଟଙ୍କା ।ତେବେ ଦେଶର ଅନ୍ୟ ସମସ୍ତ ରାଜ୍ୟର ଚାଷୀଙ୍କୁ ନଭେମ୍ବର ପ୍ରଥମ ସପ୍ତାହରେ ଟଙ୍କା ପଠାଇପାରନ୍ତି କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର । କୋଟି କୋଟି ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ପଠାଇବେ…

Read More

ଆଜି କାଳୀ ପୂଜା । ଉତ୍ସବମୁଖର ଗାଁଠୁ ସହର । ମନ୍ଦିରରୁ ମଣ୍ଡପ ସବୁଠି ବହୁ ଧୁମଧାମରେ ଚାଲିଛି ମା’ଙ୍କ ଆରାଧନା । ମା’ଙ୍କ ପାଦତଳେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି ଶ୍ରଦ୍ଧାରେ ମା’ଙ୍କ ପୂଜାର୍ଚ୍ଚନା କରୁଛନ୍ତି ଶ୍ରଦ୍ଧାଳୁ । ଏହାରି ଭିତରେ କଟକର ବାଖରା ବାଦ୍ ପୂଜା ମଣ୍ଡପରୁ ସାମ୍ନାକୁ ଆସିଛି ମା’ଙ୍କର ନିଆରା ଦୃଶ୍ୟ । ମା’ ଏଠାରେ ଛିନ୍ନ ମସ୍ତା ଦେବୀ ରୂପେ ପୂଜା ପାଉଛନ୍ତି । ସାରା ଭାରତ ବର୍ଷ ବୁଲି ଆସିଲେ ବି କେଉଁଠି ବି ଦେଖିବାକୁ ମିଳେନାହିଁ ମା’ଙ୍କର ଏହି ଉଗ୍ର ରୂପ । ଏହି ମଣ୍ଡପର ପରମ୍ପରା ବି ଅନନ୍ୟ । ଏହାକୁ ନେଇ ଏକ ପୌରାଣିକ କାହାଣୀ ରହିଛି । ସୃଷ୍ଟିର ନିର୍ମାଣ କାର୍ଯ୍ୟରେ ମା’ ପାର୍ବତୀ ବ୍ୟସ୍ତ ଥିଲେ । ମା ଗଙ୍ଗାକୁ ସ୍ଥାନ କରିବାକୁ ଯାଇଥିଲେ । ଏହି ସମୟରେ ତାଙ୍କ ସାଙ୍ଗରେ ଦୁଇ ଜଣ…

Read More

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ଅଭିଯୁକ୍ତଙ୍କୁ କାବୁ କରିସାରିଛି । ତେବେ ଷଡ଼ଯନ୍ତ୍ରକାରୀକୁ ଧରିବା ଏବେ ବଡ଼ ଚ୍ୟାଲେଞ୍ଜ୍‌ ସୃଷ୍ଟି ହୋଇଛି । ଷଡ଼ଯନ୍ତ୍ର ପଛରେ ବଡ଼ ମୁଣ୍ଡ ଥିବା ଆଲୋଚନା ହେଉଛି । ହତ୍ୟା ପଛର କାରଣ ରାଜନୈତିକ ନା ପୂର୍ବ ଶତ୍ରୁତା ଏବେ ସୁଦ୍ଧା ସ୍ପଷ୍ଟ ହୋଇପାରୁ ନାହିଁ । ବିହାରୀ ଯୁବକ ନୁହଁ ବରଂ ଦିଗପହଣ୍ଡି ଥାନା ଇଲାକାର ପିଲା ହିଁ ସୁପାରି ନେଇ ପୀତବାସଙ୍କୁ ଗୁଳି କରିଛନ୍ତି। ଏଥିପାଇଁ ୧୫ ଲକ୍ଷରୁ ଡିଲ୍‌ ହୋଇଥିଲା ବୋଲି ଶୁଣିବାକୁ ମିଳିଛି। ସୂଚନାମୁତାବକ ଗତ ୬ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସଙ୍କୁ ବୈକୁଣ୍ଠନଗର ଛକଠାରେ ୨ ଜଣ ଯୁବକ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ହତ୍ୟାକାରୀମାନେ ବିହାର ରାଜ୍ୟର ସୁପାରି କିଲର ତଥା ସାର୍ପ ସୁଟର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା। ସେହିକ୍ରମରେ ପୋଲିସ ବିହାର…

Read More

ଦିନ ଯେତିକି ଗଡୁଛି, ନୂଆପଡ଼ା ଉପନିର୍ବାଚନ ସେତିକି ଉଷ୍ମ ହୋଇଚାଲିଛି। ତିନି ପ୍ରମୁଖ ଦଳର ପ୍ରାର୍ଥୀ ଜାରି ରଖିଛନ୍ତି ପ୍ରଚାର ।ନୂଆ ରଣନୀତି ସହ ଆଗକୁ ବଢ଼ୁଛନ୍ତି ବିଜେପି ଓ କଂଗ୍ରେସ ପ୍ରାଥୀ । ଜୟ ଢ଼ୋଲକିଆ ସବୁ ବିଜେପି କର୍ମୀଙ୍କୁ ଏକଜୁଟ୍ କରିବା ସହ ୧୫ମାସରେ ମୋହନ ସରକାରଙ୍କ ଉପଲବ୍ଧିକୁ ଲୋକଙ୍କ ପାଖରେ ପହଁଚାଇବାକୁ ଉଦ୍ୟମ କରୁଛନ୍ତି । ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଲେ ନୂଆପଡ଼ାର କେମିତି ବିକାଶ ହେବ ସେକଥା ବୁଝାଉଛନ୍ତି ।କ୍ଷମତାକୁ ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଥିବାରୁ ଏହା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ନିର୍ବାଚନୀ ରଣନୀତିର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ବିଜେଡି ବିଧାୟକଙ୍କ ପୁଅ ଜୟ ଢୋଲକିଆଙ୍କୁ ନିଜ ପକ୍ଷକୁ ଆଣି ପ୍ରାର୍ଥୀ କରାଇବାରେ ଦଳ ସଫଳ ହୋଇଛି । ଅନ୍ୟପଟେ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଁଚିବାକୁ କଂଗ୍ରେସ ବଡ ବଡ ସମାବେଶ ନକରି,…

Read More

ହଂକଂ ଆନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣା ଘଟିଛି । ଏୟାରପୋର୍ଟରେ ଅବତରଣ କରିବା ସମୟରେ କାର୍ଗୋ ବିମାନ ରନୱେରୁ ସମୁଦ୍ରରେ ଖସି ପଡ଼ି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଏହି ବିମାନଟି ଏକ ବୋଇଙ୍ଗ୍ ୭୪୭ ବୋଲି ଜଣାପଡ଼ିଛି । ତେବେ ଦୁର୍ଘଟଣା ପରେ ବିମାନଟି ସମୁଦ୍ରରେ ପଡ଼ିଥିବା ଦେଖିବାକୁ ମିଳିଛି । ଏହାସହ ବିମାନଟି ଦୁଇ ଖଣ୍ଡ ମଧ୍ୟ ହୋଇଯାଇଛି । ଯାହାକି ସ୍ପଷ୍ଟ ଭାବେ ଜଣାପଡୁଛି ।ହଂକଂ ଏୟାରପୋର୍ଟ ତରଫରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ, ପ୍ଲେନରେ ଥିବା ୪ ଜଣ କ୍ର୍ୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି । ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ସୂଚନା ମୁତାବକ, ପ୍ଲେନ୍ ଖସିଯିବା କାରଣରୁ ରନଓ୍ୱେ କଡରେ ଠିଆ ହୋଇଥିବା ଦୁଇ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ବିମାନଟି ସିଧା ଯାଇ ସମୁଦ୍ରରେ ପଡ଼ିଥିଲା । ପ୍ରବଳ ପବନ…

Read More

ଦୀପାବଳିର ସତର୍କତାକୁ ଆଖି ଆଗରେ ରଖି ଆଜି ୩ଟାରୁ ଚାଲିବନି ଆମ ବସ୍। ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ଅପରାହ୍ନ ୩ଟାରୁ ରାଜଧାନୀ ଓ କଟକରେ ‘ଆମ ବସ୍’ ସେବା ବନ୍ଦ ରହିବ।ଏହାସହିତ ଯାତ୍ରୀମାନଙ୍କ ସୁବିଧା-ଅସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ। ଏହି ହେଲ୍ପଲାଇନ୍ ନମ୍ଵରରେ ଯୋଗାଯୋଗ କରି ଯାତ୍ରୀମାନେ ତଥ୍ୟ ନେଇପାରିବେ। ୨୧ ତାରିଖ ଠାରୁ ପୂର୍ବ ପରି ଆମ ବସ୍ ସେବା ସ୍ଵାଭାବିକ ରହିବ। ତେବେ ଅଟୋ ସେବା ଜାରି ରହିବ। ଆମ ବସ୍‌ରେ ଯିବା ଆସିବା କରୁଥିବା ଯାତ୍ରୀ ଅଟୋରେ ଯାତ୍ରା କରିପାରିବେ।

Read More

ଆଲୋକର ପର୍ବ ଦୀପାବଳି ଉପଲକ୍ଷେ ସଭିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳର ସୁପ୍ରିମ ନବୀନ ପଟ୍ଟନାୟକ। ଆନନ୍ଦ ଓ ଉଲ୍ଲାସର ଏହି ଅବସର ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ବୋଲି ଭିଡିଓ ବାର୍ତ୍ତା ଦେଇଛନ୍ତି। ଆଜି ସାରା ଦେଶରେ ଆଲୋକ ର ପର୍ବ ଦୀପାବଳି ପାଳନ ହେଉଛି।ଗାଁଠୁ ସହର ସବୁ ଉତ୍ସବମୁଖର । ଚାରିଆଡ଼େ ଖୁସିର ମାହୋଲ । ରଙ୍ଗୀନ ଆଲୋକମାଳାରେ ଘର ସଜେଇ ରଖିଛନ୍ତି ଲୋକେ । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ । ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବା ପାଇଁ ଅନୁମତି ମିଳିଛି ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି, ‘ମୋର ସମସ୍ତ ଦେଶବାସୀଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା। ଆଲୋକର ଏହି ପବିତ୍ର ପର୍ବ ସମସ୍ତଙ୍କ ଜୀବନକୁ ସୁଖ, ସମୃଦ୍ଧି ଏବଂ ସଦ୍ଭାବନାରେ ଆଲୋକିତ କରୁ।’ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ତାଙ୍କ ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି । ସୁରକ୍ଷିତ ଓ ସବୁଜ ଦୀପାବଳି ପାଳନ କରିବା ପାଇଁ ସେ ନିବେଦନ କରିଛନ୍ତି । ଏହାସହ ସେ କହିଛନ୍ତି ‘ଜ୍ଞାନର ଆଲୋକ ମଣିଷଙ୍କୁ ଅଜ୍ଞାନର ଅନ୍ଧକାରରୁ ରକ୍ଷା କରେ । ପ୍ରଦୂଷଣମୁକ୍ତ ଓ ସବୁଜ ଦୀପାବଳି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ।

Read More

ଆଜି ଆଲୋକର ପର୍ବ ଦୀପାବଳି । ଚାରିଆଡ଼େ ଖୁସିର ମାହୋଲ । ରଙ୍ଗୀନ ଆଲୋକମାଳାରେ ଘର ସଜେଇ ରଖିଛନ୍ତି ଲୋକେ । ସନ୍ଧ୍ୟାରେ ବାଣ ଫୁଟାଇ ଖୁସି ମନାଇବେ ଲୋକ । ହିନ୍ଦୁ ପରମ୍ପରାରେ ଆଲୋକର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଅନ୍ଧକାର ହେଲା ଦୁଷ୍ଟ ତଥା ନକାରାତ୍ମକ ଶକ୍ତିର ପ୍ରତୀକ ଆଉ ଆଲୋକ ଅର୍ଥ ପବିତ୍ରତା। ତେଣୁ ଘରକୁ ଆଲୋକମାଳାରେ ସଜାଇ ନକରାତ୍ମକ ଶକ୍ତିକୁ ଘରୁ ବାହାର କରିଦେବାକୁ ଲୋକେ ଏହି ପର୍ବ ପାଳନ କରନ୍ତି। ଦୀପାବଳି ସାଙ୍ଗକୁ ସାରା ଦେଶରେ ଆରମ୍ଭ ହୋଇଛି ମା କାଳୀଙ୍କ ପୂଜା। ବିଭିନ୍ନ ସ୍ଥାନରେ ମା କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ହୋଇଉଠିଛି। ରଙ୍ଗୀନ ଆଲୋକ ମାଳା ସଦୃଶ ତୋରଣ ପୂଜା ମଣ୍ଡପକୁ ବେଶ ଆକର୍ଷିତ କରୁଛି। ଆମ ଓଡ଼ିଆ ପରମ୍ପରାରେ ଏହି ଦିନ ବଡ଼ବଡୁଆ ଉଦ୍ଦେଶ୍ୟରେ ପିଣ୍ଡ ଦେଇସାରି କାଉଁରିଆ କାଠି ଜାଳନ୍ତି । ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ…

Read More