Author: sanitelevision

ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ତାକାଇଚି ନିର୍ବାଚିତ ହୋଇଛନ୍ତି । ଫଳରେ ଜାପାନର ପ୍ରଥମ ମହିଳା ପ୍ରାଧାନମନ୍ତ୍ରୀ ହୋଇଛନ୍ତି ସାନାଏ । ଲିବେରାଲ୍‌ ଡେମୋକ୍ରାଟିକ୍‌ ପାର୍ଟିର ନେତ୍ରୀ ସାନାଏ । ପ୍ରଥମ ପର୍ଯ୍ୟାୟ ଭୋଟରେ ବିଜୟୀ ହେବା ପରେ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରାଯାଇଛି । ୪୬୫ ସଦସୀୟ ସଦନରେ ୨୩୭ ଭୋଟ ହାସଲ କରିଛନ୍ତି । ସେ ଜାପାନର ଜାପାନର ୫ମ ପ୍ରଧାନମନ୍ତ୍ରୀ ହେବେ । ଜାପାନର ପୁରୁଷ ପ୍ରାଧାନ୍ୟ ରାଜନୀତିରେ ଏହା ଐତିହାସିକ ସଫଳତା ବୋଲି କୁହାଯାଉଛି । ସାମ୍ବିଧାନିକ ସଂଶୋଧନ, ଶକ୍ତିଶାଳୀ ସେନା, ୟାସୁକୁନି ମନ୍ଦିର ପରିଦର୍ଶନ, କଠୋର ଅନୁପ୍ରବେଶ ନିୟନ୍ତ୍ରଣ ଏବଂ ସମଲିଙ୍ଗୀ ବିବାହକୁ ବିରୋଧ କରି ଚର୍ଚ୍ଚାକୁ ଆସିଥିଲେ ଟାକାଇଚି । ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ସିଞ୍ଜୋ ଆବେଙ୍କ ଦୃଢ ସମର୍ଥକ ତଥା ସହଯୋଗୀ ଥିଲେ । ଚଳିତ ବର୍ଷ ଆରମ୍ଭରେ ସେ LDPର ସଭାପତି ହୋଇଥିଲେ । ଏହି ସମୟରେ…

Read More

ଦୀପାବଳି ପରେ ଦିଲ୍ଲୀ ଏନସିଆରରେ ଭୟଙ୍କର ବାୟୁ ପ୍ରଦ୍ୟୁଷଣ । ବିଷ ପାଲଟିଲା ଦିଲ୍ଲୀ ବାୟୁ ।। ସୋମ‌ବାର ସନ୍ଧ୍ୟାରେ ଦିଲ୍ଲୀର କିଛି ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଛି। ପରିସ୍ଥିତି ଏପରି ହୋଇଛି ଯେ, ଦିଲ୍ଲୀର ୩୮ଟି ମନିଟରିଂ ଷ୍ଟେସନ ମଧ୍ୟରୁ ୩୪ଟି ‘ରେଡ୍ ଜୋନ୍’ରେ ଥିବା ରେକର୍ଡ କରାଯାଇଛି ଏବଂ ଏହି ୩୪ଟି ମନିଟରିଂ ଷ୍ଟେସନରେ, AQI ୩୦୧ ଉପରେ ଥିବା ରେକର୍ଡ କରାଯାଇଛି।ଗାଜିଆବାଦ ଓ ନରେଲା ଅଂଚଳରେ ଘରୁ ବାହାରିଲେ ଲୋକଙ୍କ ଆଖି ପୋଡ଼ୁଥିବା ଅଭିଯୋଗ କରିଛନ୍ତି ଲୋକ । ବାୟୁ ପ୍ରଦ୍ୟୁଷଣ ଯୋଗୁଁ ଅନେକ ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ଲୋକେ । ରାତି ୮ଟାରୁ ୧୦ଟା ଭିତରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । ହେଲେ କଟକଣା ମାନିଲେନି ଲୋକ । ଅତ୍ୟଧିକ ବାଣ ଫୁଟାଇବା କାରଣରୁ ବାୟୁ ପ୍ରଦ୍ୟୁଷଣ ଅତି ଭୟଙ୍କର ସ୍ଥିତିରେ ପହଂଚିଛି ।

Read More

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଆସନ୍ତା ୩୬ଘଣ୍ଟାରେ ଏହା ଅବପାତରେ ପରିଣତ ହେବ । ପ୍ରଭାବରେ ରାଜ୍ୟରେ ସପ୍ତାହେ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆକଳନ କରାଯାଇଛି । ଲଘୁଚାପ ପଶ୍ଚିମ-ଉତ୍ତର, ପଶ୍ଚିମ ଦିଗକୁ ଗତି କରିବା ସହିତ ପରବର୍ତ୍ତୀ ସମୟରେ ଦକ୍ଷିଣ ବଙ୍ଗୋପସାଗର କେନ୍ଦ୍ରୀୟ ଅଂଶ ଓ ନିକଟବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତର ରୂପ ନେବାର ସମ୍ଭାବନା ରହିଛି ।ଏହାକୁ ଦୃଷ୍ଟିରେ ରଖି ୨୦ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। କାରଣ ଏହି ବର୍ଷା ଆସନ୍ତା ସପ୍ତାହେ ଧରି ଲାଗି ରହିବା ସହିତ ପ୍ରବଳ ବର୍ଷା ହେବା ଆଶଙ୍କା କରାଯାଉଛି।ଏହା ସହିତ ସନ୍ଧ୍ୟା ସୁଦ୍ଧା ମତ୍ସ୍ୟଜୀବୀ କୂଳକୁ ଫେରିଆସିବାକୁ ଚେତାବନୀ ଜାରି ହୋଇଛି।

Read More

ବହୁ ଚର୍ଚ୍ଚିତ କନେଷ୍ଟବଳ ଶୁଭମିତ୍ରା ହତ୍ୟା ଘଟଣାରେ ଅଭିଯୁକ୍ତ ଦୀପକ ରାଉତଙ୍କୁ ଜେରା କରୁଛି ପୁଲିସ । ଝାରପଡା ଜେଲରେ ଖୁଣ୍ଟୁଣୀ ଥାନା ପୁଲିସ ଦୀପକକୁ ଶୁଭମିତ୍ରା ଓ ଅପର୍ଣ୍ଣା ପ୍ରିୟଦର୍ଶିନୀ ହତ୍ୟାକାଣ୍ଡ ଘଟଣାରେ ପଚରାଉଚରା କରୁଥିବା ସୂଚନା ମିଳିଛି ।ପ୍ରଥମ ପତ୍ନୀ ଅପର୍ଣ୍ଣାଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ କାହିଁକି ଦେଇଥିଲା ଦୀପକ ସେନେଇ ଦୀପକକୁ ଜେରା କରିଛି ପୋଲିସ। କୋର୍ଟଙ୍କ ନିର୍ଦ୍ଦେଶରେ ଝାରପଡା ଜେଲରେ ୩ଘଣ୍ଟା ଧରି ଦୀପକକୁ ପଚରାଉଚରା କରିଥିଲା ପୋଲିସ। ଜେରା ବେଳେ କିଛି ତଥ୍ୟ ଖୁଣ୍ଟୁଣି ପୋଲିସ ହାତରେ ଲାଗିଛି।ପ୍ରଥମ ସ୍ତ୍ରୀ ଅପର୍ଣ୍ଣା ଓ ଦୀପକଙ୍କ ପ୍ରେମ ସମ୍ପର୍କ ମଧ୍ୟରେ ପାଚେରୀ ତିଆରି କରିଥିଲେ ଧରମ ଭଉଣୀ। ସିପି ଅଫିସରେ କାର୍ଯ୍ୟ କରୁଥିବା ଜଣେ ମହିଳା କନଷ୍ଟେବଳ ବାରମ୍ବାର ନିଜକୁ ଦୀପକଙ୍କ ଧରମ ଭଉଣୀ କହିବା ସହ ଧମକାଉଥିଲେ। ଦୀପକଙ୍କ ଠାରୁ ଦୂରେଇ ଯିବାକୁ ପରୋକ୍ଷରେ କହୁଥିଲେ।

Read More

ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ନାମାଙ୍କନ ଶେଷ ହୋଇଛି। ସମୁଦାୟ ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ୧୧ ଜଣ ସ୍ବାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସ୍ବାଧୀନ ପ୍ରାର୍ଥୀ ମାନେ ହେଲେ ଆଶ୍ରୟ ମହାନନ୍ଦ, ଇ.ଚକ୍ରାନ୍ତ ଜେନା, ପୁରୁଷୋତ୍ତମ ବେହେରା, କମଲ କୁମାର ଛତ୍ରିଆ, ଭୁବନଲାଲ ସାହୁ, ଲୋଚନ ମାଝୀ, ଭୁଜବଳ ଆଡ଼ବଙ୍ଗ, କିଶୋର କୁମାର ବାଗ, ଭକ୍ତ ବନ୍ଧୁ ଧରୁଆ, ନୀତା ବାଗ ଏବଂ ଲକ୍ଷ୍ମୀ କାନ୍ତ ତାଣ୍ଡି। ତେବେ ଅକ୍ଟୋବର ୨୪ (ଶୁକ୍ରବାର) ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ନଭେମ୍ବର ୧୬ ତାରିଖ (ରବିବାର) ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ।

Read More

ୟୁପିଆଇ ଟ୍ରାଞ୍ଜାକସନକୁ ନେଇ ଜବଲପୁର ରେଳ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପିଆଇ ଟ୍ରାଞ୍ଜାକସନ ଫେଲ୍‌ ହେବାରୁ ଷ୍ଟେସନରେ ଜଣେ ସିଙ୍ଗଡା ବ୍ୟବସାୟୀ ଯାତ୍ରୀଙ୍କ କଲାରକୁ ଭିଡି ଧରିବା ସହ ଛାଡି ନଥିଲେ ।ଭିଡିଓ ଭାଇରାଲ ହେବା ପରେ ବିକ୍ରେତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କୁ ହେପାଜତକୁ ନିଆଯାଇଛି ବୋଲି ଜଣେ ରେଳ ଅଧିକାରୀ କହିଛନ୍ତି । ରେଳବାଇ ଏବେ ଅଭିଯୁକ୍ତ ବିକ୍ରେତାଙ୍କ ଲାଇସେନ୍ସ ବାତିଲ କରିବାକୁ ତଦନ୍ତ କରୁଛି । ଘଟଣା ଅନୁସାରେ ଜଣେ ଯୁବକ ଷ୍ଟେସନରେ ସିଙ୍ଗଡ଼ା କିଣିବା ପରେ ଅନଲାଇନରେ ପେମେଣ୍ଟ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ଏହି ସମୟରେ ଟ୍ରେନ୍ ବି ଛାଡ଼ି ଦେଇଥିଲା । ପରେ ଯୁବକ ସିଙ୍ଗଡ଼ା ନ ନେଇ ଟ୍ରେନ୍ ଧରିବାକୁ ଚେଷ୍ଟା କରୁଥିବା ବେଳେ ବିକ୍ରେତା ତାଙ୍କ…

Read More

ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି । ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ । କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ନିର୍ଦ୍ଦେଶ। ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ।କାରଣ ଏଥର ରାତି ୯ଟା ପରେ ବାଣ ଫୁଟାଇଲେ ବାନ୍ଧିବ ପୋଲିସ । ଗଳିକନ୍ଦି ପଇଁତରା ମାରି କାର୍ଯ୍ଯାନୁଷ୍ଠାନ ନେବ ପୋଲିସ । ସବୁଜ ବାଣ ଫୁଟାଇବା ପାଇଁ ଜନସାଧାରଣଙ୍କୁ ପୋଲିସର ଅନୁରୋଧ ।

Read More

ସବୁଥର ପରି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସୈନିକମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ଏଥର, ପ୍ରଧାନମନ୍ତ୍ରୀ ମୋଦି ଗୋଆ ଏବଂ କରୱାର ଉପକୂଳରେ ଅବସ୍ଥିତ INS ବିକ୍ରାନ୍ତକୁ ଦୀପାବଳି ପାଳନ କରିବା ପାଇଁ ବାଛିଥିଲେ। ମୋଦି ଏହି ଅବସରରେ କହିଛନ୍ତି, ଭାରତୀୟ ସେନା, ବାୟୁସେନା ଏବଂ ଭାରତୀୟ ନୌସେନା ମଧ୍ୟରେ ସମନ୍ୱୟ ପାକିସ୍ତାନକୁ ଅପରେସନ ସିନ୍ଦୂରରେ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା । ସେନା ଶକ୍ତିଶାଳୀ ହେବା ପାଇଁ ଆତ୍ମନିର୍ଭଳଶୀଳ ହେବା ଜରୁରୀ । ଗତ ୧୧ ବର୍ଷରେ ପ୍ରତିରକ୍ଷା ବିଭାଗର ଉତ୍ପାଦନ ୩ ଗୁଣ ବଢିଛି । ୪୦ ଦିନରେ ଗୋଟିଏ ଯୁଦ୍ଧାସ୍ତ୍ର ନୌସେନାରେ ସାମିଲ ହେଉଛି ।ନୌସେନା କର୍ମଚାରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଯେଉଁମାନଙ୍କ ପାଖରେ ନିଜ ଦମରେ ଲଢ଼ିବାର ସାହସ ଅଛି ସେମାନେ ସର୍ବଦା ଶ୍ରେଷ୍ଠ।ଅପରେଶନ ସିନ୍ଦୂରରେ ତିନୋଟି ବାହିନୀର ଅଂଶଗ୍ରହଣ ପ୍ରମାଣିତ କରିଥିଲା ଯେ ଆମର ସେନା ସବୁଠାରୁ ଶକ୍ତିଶାଳୀ, ଏବଂ…

Read More

ଦୀପାବଳି ପୂର୍ବରୁ ବିଗିଡ଼ିଲାଣି ଅନୁଗୁଳ ସହରର ବାୟୁର ମାନ । ଅନୁଗୁଳ ପାଲଟିଛି ରାଜ୍ୟର ସବୁଠୁ ଅଧିକ ବାୟୁ ପ୍ରଦୂଷିତ ସହର । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ , ଗତକାଲି ଏୟାର କ୍ୱାଲିଟି ଇଣ୍ଡେକ୍ସରେ ୨୨୯ AQI ସହ ରାଜ୍ୟର ଏକମାତ୍ର ସହର ଭାବେ ଅନୁଗୁଳର ବାୟୁର ମାନ ପୁଅର ବା ଖରାପ ସ୍ତରରେ ରହିଛି । ସେହିପରି ଭୁବନେଶ୍ୱରରେ ମଧ୍ୟ ଶନିବାର ସନ୍ଧ୍ୟା ୬ଟାରେ ୧୩୬, ୧୭ ତାରିଖରେ ୧୬୨, ୧୬ ତାରିଖରେ ୧୫୪ରେ ରହିଥିଲା। ସେହିପରି ପଟିଆଠାରେ ଲଗାଯାଇଥିବା ଅନ୍ୟ ଯନ୍ତ୍ରର ତଥ୍ୟ ଅନୁଯାୟୀ ୧୫ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ପଟିଆ ଅଞ୍ଚଳରେ ଏକ୍ୟୁଆଇ ୧୪୦ ରହିଥିଲା। ପରବର୍ତ୍ତୀ ଦିନଗୁଡ଼ିକରେ ୧୬ ତାରିଖରେ ୧୭୭, ୧୭ ତାରିଖରେ ୧୦୯, ୧୮ ତାରିଖରେ ୧୬୪ ଓ ଆଜି ସନ୍ଧ୍ୟା ସମୟରେ ୧୨୨ରେ ପହଞ୍ଚିଛି। ରାତି ୯ଟା ପର୍ଯ୍ୟନ୍ତ ସମାନ ସ୍ଥିତି ଲାଗିରହିଛି।

Read More

ମାଆ କାଳୀଙ୍କ ବିଶାଳ ବାଲୁକା କଳା। ବାଲୁକା କଳାରେ ଦୀପାବଳିର ଶୁଭେଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପ୍ରାୟ ୧ହଜାର ମାଟି ଦୀପ ବ୍ୟବହାର କରିବା ସହ ମାଆ କାଳୀଙ୍କ ଏକ ସୁନ୍ଦର ପ୍ରତିକୃତି ନିର୍ମାଣ କରିଛନ୍ତି । ଏହି କଳାକୃତି ନିର୍ମାଣ ପାଇଁ ୬ ଟନ ବାଲି ବ୍ୟବହାର କରାଯାଇଛି । ଏହି ଆକର୍ଷଣୀୟ ବାଲୁକଳା ଦେଖିବାକୁ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।ପ୍ରଦୂଷଣ ମୁକ୍ତ ପାଇଁ ସମସ୍ତେ ସବୁଜ ବାଣ ଫୁଟେଇବା ସହ ସୁରକ୍ଷିତ ଭାବେ ବାଣ ଫୁଟାଇବାକୁ ସୁଦର୍ଶନ ଅନୁରୋଧ କରିଛନ୍ତି।

Read More