ଉତ୍ତର ପ୍ରଦେଶର ଫତେହାବାଦ ଟୋଲ୍ ଟ୍ୟାକ୍ସ କର୍ମଚାରୀମାନଙ୍କ ଅଭାବନୀୟ କାଣ୍ଡ । ଦୀପାବଳି ବୋନସ୍ ନ ମିଳିବା କାରଣରୁ ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେର ଫତେହାବାଦ ଟୋଲ୍ ପ୍ଲାଜା କର୍ମଚାରୀମାନେ ରବିବାର ବିଳମ୍ବିତ ରାତିରେ ଧର୍ମଘଟ କରିଥିଲେ। ସେମାନେ ଟୋଲ୍ ଫାଟକ (Toll Gates) ଖୋଲି ଦେବାରୁ ହଜାର ହଜାର ଗାଡ଼ି ବିନା ଶୁଳ୍କରେ ଯାତାୟାତ କରିଥିଲେ।ଫଳରେ ଟୋଲ୍ କମ୍ପାନୀର ୩୦ ଲକ୍ଷ ଲଙ୍କା କ୍ଷତି ହୋଇଛି । ଖବର ମୁତାବକ, ଦୀପାବଳି ଅବସରରେ କମ୍ ବୋନସ ମିଳିବାରୁ ଫତେହାବାଦ ଟୋଲ ଟ୍ୟାକ୍ସ କର୍ମଚାରୀ ନିରାଶ ରହିଥିଲେ । ତେଣୁ ବୋନସ ପାଇବା ପରେ ଶନିବାର ରାତିରେ ଟୋଲ୍ ଗେଟ ଖୋଲିଦେଇଥିଲେ । ଧନତେରସରେ ହଜାର ହଜାର ଯାନବାହନ ଆଗ୍ରାର ଲକ୍ଷ୍ନୌ ଏକ୍ସପ୍ରେସୱେ ଟୋଲ୍ ଟ୍ୟାକ୍ସ ନ ଦେଇ ଯାଇଥିଲା । ଯାହା ଫଳରେ ଟୋଲ୍ କମ୍ପାନୀର ୨.୫ ରୁ ୩୦ ଲକ୍ଷ ଟଙ୍କା କ୍ଷତି ହୋଇଥିଲା । ପ୍ରାୟ ଦୁଇ ଘଣ୍ଟା ପାଇଁ…
Author: sanitelevision
ଶ୍ରୀମନ୍ଦିର ଭିତ ଫଟୋ ଉଠାଇବା ପଡ଼ିଲା ମହଙ୍ଗା। ଗୁମାସ୍ତାକୁ ଉଠାଇ ଆଣିଲା ସିଂହଦ୍ବାର ଥାନା ପୁଲିସ। ପ୍ରତିହାରୀ ନିଯୋଗ ନିକଟରେ ଫଟୋ ଉଠାଉ ଥିବା ବେଳେ ଦେଖି ସୂଚନା ଦେଇଥିଲେ ସେବାୟତ। ସିଂହଦ୍ୱାର ଥାନାରେ ଅଟକ ରଖି ଜେରା କରୁଛି ପୋଲିସ ।ସୂଚନାମୁତାବକ, ମଙ୍ଗଳବାର ଶ୍ରୀମନ୍ଦିର ଭିତରେ ଜଣେ ଗୁମାସ୍ତା ଯାତ୍ରୀଙ୍କୁ ମହାପ୍ରଭୁଙ୍କ ଦର୍ଶନ କରାଇଥିଲେ। ପ୍ରତିହାରୀ ନିଯୋଗ ନିକଟରେ ନେଇ ଯାତ୍ରୀଙ୍କ ଫଟୋ ଉଠାଉଥିଲେ। ଏହି ସମୟରେ ସେବାୟତମାନେ ତାଙ୍କୁ ବାରଣ କରିବା ସହ ସିଂହଦ୍ବାର ଥାନାରେ ଖବର ଦେଇଥିଲେ। ତେବେ କେଉଁ ପରିସ୍ଥିତିରେ ମନ୍ଦିର ଭିତରେ ଯାତ୍ରୀ ଫଟୋ ଉଠାଉଥିଲେ। ତାହାକୁ ନେଇ ପଚରାଉଚରା ଚାଲିଛି।ଅଟକ ଗୁମାସ୍ତାଙ୍କ ପରିଚୟ ମିଳିନାହିଁ।
ବାରମ୍ବାର ମହିଳା ହିଂସା ନେଇ ବିଜେଡି ସ୍ବର ଉଠାଉଥିଲା । ଏବେ ବିଜେଡିର ସ୍ବର ଚାପିବାକୁ ଆରମ୍ଭ ହୋଇଯାଇଛି ଉଦ୍ୟମ ।ଜଗତସିଂହପୁରରେ ବିଜେଡିର ସୋସିଆଲ ମିଡ଼ିଆର ସକ୍ରିୟ କର୍ମୀ ରଶ୍ମି ପରିଜାଙ୍କୁ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ସେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ସୋସିଆଲ ମିଡ଼ିଆରେ ସମାଲୋଚନା କରନ୍ତି । ଗତ ରାତିରେ ତାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ ହୋଇଛି । ତାଙ୍କ ମୁଣ୍ଡରେ ୯ଟି ଷ୍ଟିଚ ପଡିଛି । ତେବେ ଏହି ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋସିଆଲ ମିଡିଆରେ ଟ୍ୱିଟ କରି କହିଛନ୍ତି, ଏଭଳି ଘଟଣାକୁ ମୁଁ ଦୃଢ ନିନ୍ଦା କରୁଛି । ମହିଳାଙ୍କ ଉପରେ ବଢ଼ୁଥିବା ଏପରି ଘଟଣା କଦାପି ଗ୍ରହଣୀୟ ନୁହେଁ ଶାନ୍ତିପ୍ରିୟ ଓଡ଼ିଶାରେ ଅଶାନ୍ତିର ଏ ବାତାବରଣ ଜନମାନସକୁ ଆତଙ୍କିତ କରୁଛି| ଅସାମାଜିକ ବ୍ୟକ୍ତି ଅପରାଧ ଘଟାଇବାକୁ ଭୟ କରୁନାହାନ୍ତି। ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ୁଛି। ସରକାର ଦୋଷୀଙ୍କ ଉପରେ କଠୋର…
ପବିତ୍ର ଦୀପାବଳି ଅବସରରେ ଲୋକେ ଖୁସି ମନାଉଥିବା ବେଳେ ପ୍ରଶାସନର ଖାମଖିଆଲି ନୀତି ପାଇଁ ଭାଙ୍ଗିଛି ଘରଦ୍ବାର । ଜବତ ବାଣ ସବୁ ନିଷ୍କ୍ରିୟ ବେଳେ ଏଭଳି ଅଘଟଣ ଘଟିଛି । । ଲୋକେ ଭୟରେ ଘର ଛାଡ଼ି ବାହାରକୁ ବାହାରି ଆସିଲେ । ଦୌଡ଼ାଦୌଡ଼ିରେ କେତେକ ଲୋକ ତଳେ ପଡ଼ି ଆହତ ହୋଇଛନ୍ତି । ଏପରି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ସୋର ବ୍ଲକ ତଳନଗର ପଞ୍ଚାୟତରେ । ଅଭିଯୋଗ ଅନୁସାରେ ଦୀପାବଳି ଆଗରୁ ବିଭିନ୍ନ ସ୍ଥାନରୁ ପ୍ରଶାସନ ବିପୁଳ ବାଣ ଜବତ କରିଥିଲା । ତାକୁ ନଷ୍ଟ କରିବା ପାଇଁ ଗାତ ଖୋଳି ସେହି ବାଣରେ ନିଆଁ ଲଗାଇ ଦିଆଯାଇଥିଲା । ଏତେ ବାଣ ଥିଲା ଯେ ତାହା ବୋମା ପରି ବିସ୍ଫୋରଣ ହୋଇଛି । ଆଖପାଖର ୬ଟି ଗାଁ ସାଲମପୁର, ଅସ୍ତବାଙ୍କ, ସୁନାରୀ, ତଳନଗର, ସବିରା, ରାଧିକାନଗର କ୍ଷତିଗ୍ରସ୍ତ ହୋଇଛି । କିଛି କ୍ଷତିଗ୍ରସ୍ତ ପରିବାର ଥାନାରେ…
ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କଲେ ରାଜ୍ୟ ସରକାର । ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି । ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ଦକ୍ଷିଣ ଓଡ଼ିଶାକୁ ରେଡ଼ ଆଲର୍ଟରେ ରଖାଯାଇଛି । ସେହିପରି ଉପକୂଳ ଜିଲ୍ଲା ଗୁଡିକୁ ଅରେଞ୍ଜ ଆଲର୍ଟରେ ରହିଛି ।
ସମ୍ଭାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କଲେ ରାଜ୍ୟ ସରକାର । ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ଦେଖି ସବୁ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ।ବଙ୍ଗୋପସାଗରରେ ଦୁଇଟି ଲଘୁଚାପ ହେବାର ଆକଳନ ହୋଇଛି । ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେବ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ରହିଛି । ତେଣୁ ଦକ୍ଷିଣ ଓଡ଼ିଶାକୁ ରେଡ଼ ଆଲର୍ଟରେ ରଖାଯାଇଛି । ସେହିପରି ଉପକୂଳ ଜିଲ୍ଲା ଗୁଡିକୁ ଅରେଞ୍ଜ ଆଲର୍ଟରେ ରହିଛି ।
କେନ୍ଦୁଝର ଟାଉନ ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ ଠାବ ହୋଇଛି। ଦେହ ବ୍ୟବସାୟରେ ନିୟୋଜିତ ୫ ଜଣ ଯୁବତୀ ଉଦ୍ଧାର ହୋଇଛନ୍ତି। ୬ ଜଣ ଗିରଫ ହୋଇଛନ୍ତି। ରାଣୀ ମହୁମାଛି ରାନୀ ଓ ରଫ ବନରାଣୀ ବାରିକ ସହିତ ୨ ଜଣ ଗ୍ରାହାକ ଓ ୩ ଜଣ ଦଲାଲ ଗିରଫ। ୨ ଜଣ ଗ୍ରାହାକଙ୍କ ମଧ୍ୟରୁ ଜଣେ ନରଣପୁର ଓ ଅନ୍ୟ ଜଣେ ତୁରୁମୁଙ୍ଗା ଅଞ୍ଚଳର ହୋଇଥିବା ବେଳେ ୨ ଜଣ ଦଲାଲ ଯୋଡ଼ା ଓ ଅନ୍ୟଜଣେ କାଶିପୁର ଅଞ୍ଚଳର ବୋଲି ଜଣାପଡିଛି। ତେବେ କେନ୍ଦୁଝର ଟାଉନ ଥାନା ଗୋବିନ୍ଦପୁର ଅଞ୍ଚଳରେ ବନରାଣୀ ୩ ମହିଳା କୋଠା କରି ମୟୂରଭଞ୍ଜ, ବାଲେଶ୍ଵର, ଜଗତସିଂହପୁର ଏବଂ ଝାଡଖଣ୍ଡରୁ ଯୁବତୀମାନଙ୍କୁ ଆଣି ରାକେଟ ଚଳାଇଥିଲେ। ଚଢାଉ ସମୟରେ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି।ସେକ୍ସ ରାକେଟ ପରିଚାଳନାରେ ବନରାଣୀଙ୍କୁ ଯୁବତୀ ଯୋଗାଉଥିବା ତୁରୁମୁଙ୍ଗା ଅଞ୍ଚଳର ନାରାୟଣ ମହାପାତ୍ର, ଯୋଡ଼ା ଅଞ୍ଚଳର ଫିରୋଜ ମହମ୍ମଦ…
ପୁଣିଥରେ ଚର୍ଚ୍ଚାରେ ଚୌଦ୍ବାର ଜେଲ୍ । ୨ ଜଣ କଏଦୀଙ୍କ ମଧ୍ୟରେ ମାଡ଼ପିଟ୍ ହୋଇଥିବା ଖବର ସାମ୍ନାକୁ ଆସିଛି। ଜଣେ କଏଦୀର ଆକ୍ରମଣରେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଆକ୍ରମଣ କରିଥିବା କଏଦୀ କବି ସେଠ୍ ବୋଲି ଜଣାପଡିଛି । ସୂଚନାମୁତାବକ ସୋମବାର ସକାଳୁ ଏହି ଘଟଣା ଘଟିଥିବା ବେଳେ ଏହାକୁ ଜେଲ୍ କର୍ତ୍ତୃପକ୍ଷ ଚାପି ରଖିଥିବା ଅଭିଯୋଗ କରାଯାଇଛି । ଆଇଆଇସି ଦୀପକ ଖଣ୍ଡାୟତରାୟ ଖବର ପାଇ ଜେଲ ଅଧିକାରୀଙ୍କୁ ଫୋନରେ ଯୋଗାଯୋଗ କରିବାରୁ ଘଟଣା ବିଷୟରେ ଜଣାପଡିଛି।
ଭାଇ-ଭାଇ ଭିତରେ କଳହର ଉଗ୍ର ରୂପ। ବୋମା ଧରି ଗୋଡ଼ାଉ ଥିଲେ, ନିଜ ହାତରେ ଫୁଟିଗଲା। ପୁଅ ମୃତ, ବାପା ଗୁରୁତର। ଅନୁଗୁଳ ଜିଲ୍ଲା ସମଲ ଥାନା ଅର୍କିଳ ପଞ୍ଚାୟତର ଶିପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ପୁଅ ସରୋଜ ପ୍ରଧାନ, ଗୁରୁତର ବାପା ପ୍ରମୋଦ ପ୍ରଧାନ । ପ୍ରମୋଦଙ୍କ ହାତ ଛିଣ୍ଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ସୂଚନା ମୁତାବକ, ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ପ୍ରବୋଧ ଓ ତାଙ୍କ ଭାଇ ତ୍ରିନାଥ ପ୍ରଧାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପ୍ରବୋଧ ତ୍ରିନାଥଙ୍କୁ ଆକ୍ରମଣ କରିଥିଲେ। ଘରେ ରଖିଥିବା ବୋମା ଧରି ତାଙ୍କୁ ଗୋଡ଼ାଇଥିଲେ। ଏହି ସମୟରେ ତାଙ୍କ ପୁଅ ସରୋଜ ଅଟକାଇଥିଲେ। ଏତିକି ବେଳେ ବୋମା ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରେ ସରୋଜଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ପ୍ରବୋଧଙ୍କୁ ଉଦ୍ଧାର କରି ପରିବାର ଲୋକେ ପ୍ରଥମେ…
ପ୍ରେମ ବିବାହ କରି ସମସ୍ୟାରେ ଭିନ୍ନକ୍ଷମ ପତ୍ନୀ l ଶାଶୂଘର ଲୋକେ ନିଜ ଘର ଛାଡ଼ି ଅନ୍ୟତ୍ର ପଳାଇଥିବା ବେଳେ, ଚାଳ ଘରେ ଏକା ରୋଷେଇ କରି ସ୍ୱାମୀ ଅପେକ୍ଷାରେ ରହୁଥିଲେ ଭିନ୍ନ ଜାତିର ଭିନ୍ନକ୍ଷମ ବୋହୂ ଲକ୍ଷ୍ମୀପ୍ରିୟା ବେହେରା (୨୦) l ଗତକାଲି ରାତିରେ ଗାଁ ଲୋକେ ଦୀପାବଳିରେ ପାଲା ଦେଖି ନିଜ ନିଜ ଘରେ ଶୋଇଥିବା ବେଳେ ଭୋର ପ୍ରାୟ ସାଢେ ୪ଟା ବେଳେ କେହି ଦୁର୍ବୃତ୍ତ ଲକ୍ଷ୍ମୀ ରହୁଥିବା ଚାଳ ଘରକୁ ନିଆଁ ଲଗାଇଦେଇଥିଲା l ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି l ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ବସନ୍ତପଡ଼ା ଗାଁରେ ଲ ସୂଚନାମୁତାବକ କୁମୁସୀ ଗାଁର ଲକ୍ଷ୍ମୀପ୍ରିୟା ବେହେରାଙ୍କର ଚଳିତ ବର୍ଷ ଏପ୍ରିଲରେ ବସନ୍ତ ପଡା ଗାଁର ସୁବ୍ରତ ସାହୁ (୨୨)ଙ୍କ ସହ ଶିବ ମନ୍ଦିରରେ ପ୍ରେମ ଆରମ୍ଭ ହୋଇଥିଲା l ତାପରେ ସମ୍ପର୍କ ବଢ଼ି ବିବାହ…








