ଦୁଇ ଜେଲ ଓ୍ବାର୍ଡର ଙ୍କୁ ନିଲମ୍ବିତ କଲେ ଜେଲ ଡିଜି।ଜେଲ ଆଇଜି ଘଟଣା ସ୍ଥଳ ପରିଦର୍ଶନ ପାଇଁ ନିର୍ଦେଶ ଦିଆଯାଇଛି।ସୂଚନାମୁତାବକ ବାଲେଶ୍ଵର ଜିଲ୍ଲା ସୋର ସବ୍ ଜେଲରୁ ବିଚାରଧୀନ କଏଦୀ ଚମ୍ପଟ ମାରିବା ଘଟଣାର ୧୨ ଘଣ୍ଟା ବିତିଯାଇଥିଲେ ମଧ୍ୟ ଫେରାର କଏଦୀ ଧରାପଡ଼ି ନାହିଁ। ସିମୁଳିଆ ଥାନା ଅଞ୍ଚଳରୁ ଏକ କାର୍ ଚୋରି ଉଦ୍ୟମ, ହତ୍ୟା ଧମକ ଅଭିଯୋଗରେ ଝାରଖଣ୍ଡ ବୋକାରୁ ଅଞ୍ଚଳର ଗିରଫ ହୋଇଥିବା ବିଚାରାଧୀନ ଅଭିଯୁକ୍ତ ଦୀପକ କୁମାର ରାଏ ଫେରାର୍ ହୋଇଯାଇଥିଲା। ଦୀପକକୁ ସିମୁଳିଆ ପୋଲିସ ୧୯ ଗତ ତାରିଖରେ ଗିରଫ କରି ସୋର ଜେଲକୁ ପଠାଇଥିଲା। ପୋଲିସ ବିଭିନ୍ନ ସ୍ଥାନ ଖୋଜାଖୋଜି ଜାରୀ ରଖିଛି।ଖୁବ୍ ଶୀଘ୍ର ଫେରାର କଏଦୀ କୁ ଧରିବାପାଇଁ ପୋଲିସ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନ ଉପରେ ନଜର ରଖାଯାଇଥିବା ବାଲେଶ୍ଵର ଏସପି ପ୍ରତ୍ୟୁଷ ଦିବାକରଙ୍କ ସୁଚନା।
Author: sanitelevision
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୋଲିସର ନୂଆ ଖୁଲାସା । ହତ୍ୟା ପୂର୍ବରୁ ପୁରା ଅଞ୍ଚଳର ରେକି କରିଥିଲେ ଅପରାଧୀ । ମର୍ଡର ପାଇଁ ପ୍ରଥମ ଥର କରିଥିବା ପ୍ଲାନରେ ହୋଇଥିଲେ ବିଫଳ । ହେଲେ ପରବର୍ତ୍ତୀ ପ୍ଲାନରେ ସଫଳ ହୋଇଥିଲେ । ଆଉ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଥିଲେ ଦୁଇ ସାର୍ପ ସୁଟର। ବ୍ରହ୍ମପୁର ଏସ୍ପି କହିଛନ୍ତି ଯେ ହତ୍ୟା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ଏବଂ ସାର୍ପ ସୁଟରକୁ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା। ଏହି ମାମଲାରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ବିଜେଡି ସଭାପତି ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯାଇଛି। ତାଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଅନ୍ୟମାନେ ହେଲେ ପୂର୍ବତନ ମେୟର ଶିବ ଶଙ୍କର ଦାସ (ପିଣ୍ଟୁ), ବିଜେଡି କର୍ପୋରେଟର ମଳୟ ବିଷୋୟୀ, ବିକ୍ରମଙ୍କ ସହଯୋଗୀ ମଦନ ଦଳେଇ, ୨ ସାର୍ପ…
ବିଜେପିର ଚାଣକ୍ୟ । ଇଲେକ୍ସନ୍ ଷ୍ଟ୍ରାଟିଜେ ମେକର । ଭାରତୀୟ ରାଜନୀତିର ଅନ୍ୟତମ ଧୂରୀଣ ରାଜନେତା । ଅମିତ ଶାହ । ୬୧ ବର୍ଷରେ ପାଦ ଥାପିଲେ ଅମିତ ଶାହ । ଅମିତ ଶାହ ଦେଶର ଗୃହମନ୍ତ୍ରୀ ଜଣେ ଦକ୍ଷ ସଙ୍ଗଠକ ଭାବେ ସେ ଯେତିକି ପରିଚିତ, ତୃଣମୂଳସ୍ତରରେ ରଣନୀତି ପ୍ରସ୍ତୁତ କରିବାରେ ସେ ସେତିକି ମାହିର । ଦେଶରେ ନକ୍ସଲ ଦମନ ଅଭିଯାନରେ ଶାହଙ୍କର ଥିଲା ଗୁରୁତ୍ବପୂର୍ଣ୍ଣ ଭୂମିକା । ୨୦୧୪ ଜୁଲାଇ ମାସରେ ବିଜେପି ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେବା ପରେ ସେ ବିଜେପିର ବିସ୍ତାର ପାଇଁ ସାରାଦେଶ ବୁଲିଥିଲେ । ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରି ବିଜେପିକୁ କ୍ଷମତାକୁ ଆଣିଥିଲେ ।୧୯୬୪ ମସିହା ଅକ୍ଟୋବର ୨୨ ତାରିଖରେ ମୁମ୍ଵାଇର ଏକ ଗୁଜରାଟୀ ପରିବାରରେ ଅମିତ ଶାହଙ୍କ ଜନ୍ମ । ଭାରତୀୟ ରାଜନୀତି ସମତେ ପ୍ରାଶାସନିକ କ୍ଷେତ୍ରରେ ମଧ୍ୟ ଅମିତ ଶାହଙ୍କ ରହିଛି ଅନେକ ଗୁରୁତ୍ବପୂର୍ଣ୍ଣ ଭୂମିକା ।
ପୀତବାସ ହତ୍ୟା ମାମଲା , ବିଜେଡି ନେତା ବିକ୍ରମ ପଣ୍ଡାଙ୍କୁ ଗିରଫ କଲା ପୁଲିସ । ପୁଲିସ ଭ୍ୟାନ୍ରେ ବିକ୍ରମଙ୍କୁ କୋର୍ଟ ନେଲା ପୁଲିସ । ମଙ୍ଗଳବାର ରାତିରୁ ବିକ୍ରମ ପଣ୍ଡାକୁ ଅଟକ ରଖି ଜେରା କରୁଥିଲା ପୋଲିସ ।ସୂଚନା ଅନୁଯାୟୀ, ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ବିଜେଡିର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର ପୁଲିସ ଉଠାଇ ନେଇଥିଲା । ରାତିରେ ବିକ୍ରମ ପଣ୍ଡାଙ୍କୁ ବ୍ରହ୍ମପୁର ଆମ୍ବପୁଆ ସ୍ଥିତ ପୁଲିସ ରିଜର୍ଭ କାର୍ଯ୍ୟାଳୟରେ ଅଟକ ରଖି ପଚରାଉଚରା କରାଯାଇଥିଲା । ପୁଲିସର ୪ଟି ତଦନ୍ତକାରୀ ଟିମ୍ ବିକ୍ରମଙ୍କୁ ପଚରାଉଚରା କରିଥିଲେ । ପୂର୍ବରୁ ଅଟକ ଥିବା ସାର୍ପ ସୁଟର, କର୍ପୋରେଟର, ରାଜନେତା, ଅପରାଧିଙ୍କ ସହ ବିକ୍ରମଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା । ଏହା ପରେ ବୁଧବାର ସକାଳୁ ବିଜେଡିର ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, କର୍ପୋରେଟର ମଳୟ ବିଷୋୟୀ,…
ବଙ୍ଗୋପସାଗରରେ ଘନୀଭୂତ ହେଉଛି ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର। ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆହୁରି ଘନୀଭୂତ ହେବ। ୧୨ ଘଣ୍ଟାରେ ଲଘୁଚାପ କ୍ଷେତ୍ର ଅବପାତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମଧରଣର ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।ସେହିପରି ଓଡ଼ିଶା ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବ ନାହିଁ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ତେବେ ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆଗାମୀ ୫ରୁ ୭ ଦିନ ଧରି ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ କହିଛି। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶା ସମେତ ଉତ୍ତର ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ। ତେବେ ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ,…
ଆଜି କେରଳ ଗସ୍ତରେ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚାରି ଦିନ ପାଇଁ କେରଳ ଗସ୍ତରେ ଯାଇଥିବା ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ବଡ ତ୍ରୁଟି ଦେଖିବାକୁ ମିଳିଛି । ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାବରୀମାଳାର ଭଗବାନ ଆୟାପ୍ପା ମନ୍ଦିରରେ ଦର୍ଶନ ଏବଂ ଆରତୀ ପାଇଁ ପଠାଣମଥିଟ୍ଟା ଯିବାର କାର୍ଯ୍ୟକ୍ରମ ଥବଲା । ଏଥିପାଇଁ ରାଷ୍ଟ୍ରପତିଙ୍କ ହେଲିକପ୍ଟର ପଠାଣମଥିଟ୍ଟାର ପ୍ରମାଦମ୍ ଷ୍ଟାଡିୟମର ହେଲିପ୍ୟାଡରେ ଅବତରଣ କରିବା ବେଳେ ଅଘଟଣ ଘଟିଥିଲା ।କେରଳ ପ୍ରମାଦମରେ ନବନିର୍ମିତ କଂକ୍ରିଟ ହେଲିପ୍ୟାଡରେ ଫସିଲା ହେଲିକପ୍ଟର । ହେଲିକପ୍ଟରକୁ ଠେଲି ଠେଲି ଉଦ୍ଧାର କରିଛନ୍ତି ପୋଲିସ ଏବଂ ଅଗ୍ନିଶମ ଟିମ୍ । ବାୟୁସେନା ହେଲିକପ୍ଟର ଓଜନ ଯୋଗୁଁ ହେଲିପ୍ୟାଡରେ ଗୋଟେ ଭାଗ ଧସିଯାଇଥିଲା । ଫଳରେ ଏକ ବଡ଼ ଅଘଟଣରୁ ରକ୍ଷା ପାଇଛି । ପୋଲିସ ଓ ଅଗ୍ନିଶମ ଟିମ୍ ହେଲିକପ୍ଟରକୁ ଠେଲୁଥିବାର ଭିଡିଓ ସାମ୍ନାକୁ ଆସିଛି ।ଏହି ଘଟଣା ରାଷ୍ଟ୍ରପତିଙ୍କ ସୁରକ୍ଷା ଉପରେ ପ୍ରଶ୍ନ…
ରାଜଧାନୀର ରାଜରାସ୍ତାରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ନାବାଳିକା HIV ପଜିଟିଭ୍ । ପୋଲିସ ଖୋଜିବ ଗ୍ରାହକଙ୍କ ଠିକଣା ।ସମସ୍ତଙ୍କର HIV ପରୀକ୍ଷା ମଧ୍ୟ କରାଯିବ ।ଲକ୍ଷ୍ମୀସାଗର ସେକ୍ସ ରାକେଟ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି କ୍ୟାପିଟାଲ ଥାନା ପୋଲିସ । ବିଭିନ୍ନ ପ୍ରକାର ନମୁନା ସଂଗ୍ରହ ସହ ଘରେ ଛାନଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍ । ସେପଟେ ଘଟଣାକୁ ରେଡଫ୍ଲାଗ ଅନ୍ତର୍ଭୁକ୍ତ କରିଛି CA । ୪ ମହିଳା DSP ଘଟଣାର ତଦନ୍ତରେ ସହଯୋଗ କରିବେ । ଜଣେ ବରିଷ୍ଠ ମହିଳା ଆଇପିଏସ ଘଟଣାକୁ ମନିଟର କରିବେ । ପୋଲିସ ଡିଜିଙ୍କ ନିର୍ଦ୍ଦେଶ ପରେ ସ୍ଵତନ୍ତ୍ର ଟିମ୍ ଗଠନ କରାଯାଇଛି ।ଯଦିଓ ନାବାଳିକାଙ୍କ ଠିକଣା ଓ ପରିଚୟକୁ ନେଇ କିଛି ସ୍ପଷ୍ଟ ପ୍ରମାଣ ପୋଲିସ ହାତରେ ଲାଗିନି ତଥାପି ଏ ଦିଗରେ ଖୋଳତାଡ଼ ଜାରି ରହିଛି । ସେପଟେ ପ୍ରଥମେ ନାବାଳିକାଙ୍କ ସହ…
କଂଗ୍ରେସର ନୂଆପଡା ଉପନିର୍ବାଚନ ବିଧାୟକ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପ୍ରାର୍ଥୀପତ୍ର ନାକଚ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା ବିଜେପି । ନୂଆପଡ଼ା ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମରେ ଥିବା ୨ଟି ଅଭିଯୋଗର ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ନାହିଁ। ସେ ଉପନିର୍ବାଚନ ପାଇଁ ଦାଖଲ କରିଥିବା ସତ୍ୟପାଠରେ ୨ ମାମଲା ସମ୍ପର୍କରେ ଜାଣିଶୁଣି ଉଲ୍ଲେଖ କରିନାହାନ୍ତି। ଏହା ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୫-‘କ’ ଅନୁଯାୟୀ ଧର୍ତ୍ତବ୍ୟ ଅପରାଧ। ତେଣୁ ଆଇନ ଅନୁଯାୟୀ କଠୋର ଦଣ୍ଡବିଧାନ ସହ ତାଙ୍କ ନାମାଙ୍କନପତ୍ର ନାକଚ ହେବା ଉଚିତ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଭାଜପା ପକ୍ଷରୁ ଦାବି କରାଯାଇଛି। ସାଧାରଣ ନିର୍ବାଚନ-୨୦୨୪ରେ ଦୁଇଟି ଅଭିଯୋଗ ୧୪୬/୨୦୨୨ ଏବଂ ୧୦/୨୦୧୮ ସଂପର୍କରେ ଶ୍ରୀ ମାଝୀ ନିର୍ବାଚନ ଆୟୋଗଙ୍କ ନିକଟରେ ଉଲ୍ଲେଖ କରିଥିଲେ, ଯାହାକି ବର୍ତମାନ ସୁଦ୍ଧା ମାନ୍ୟବର ଏସ୍ଡିଜେଏମ୍ କୋର୍ଟରେ ବିଚାରଧ୍ଵନ ଅଛି।…
ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ପଚରାଉଚରା । ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜ଼ିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ନେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ୟ ଥାନା ଅଧିକାରୀଙ୍କ ସହ ନିଜେ ଏସପି ଆସି ତାଙ୍କୁ ଡାକି ନେଇଥିବା ସୂଚନା । ବିଳମ୍ବିତ ରାତି ଯାଏଁ ତାଙ୍କୁ ଜେରା କରାଯାଇଛି । ଏହି ମାମଲାରେ ପୂର୍ବରୁ ଜଣେ କର୍ପୋରେଟର ଓ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଛି । ହେଲେ ହାଇପ୍ରୋଫାଇଲ ହତ୍ୟାକାଣ୍ଡର ରହସ୍ୟ ଭେଦି ପାରିନି ପୁଲିସ । ଏହାରି ଭିତରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କୁ ପୁଲିସର ପଚରାଉଚୁରା ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ପୋଲିସ୍ ଘଟଣାରେ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ପୁରୀ ସମୁଦ୍ର ବେଳାଭୂମିର ବାଲି ତଳୁ ଉଦ୍ଧାର କରିଥିବା ସୂଚନା ମିଳିଛି।
ରାଜ୍ୟ ପୋଲିସ ମୁଖ୍ୟାଳୟ ପରିସରରେ 66 ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦେଶ ତଥା ମାତୃଭୂମିର ସୁରକ୍ଷା ଓ ସମ୍ମାନ ପାଇଁ କର୍ମକ୍ଷେତ୍ରରେ ଶହୀଦ ବୀରମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଡିଜିପି ଶ୍ରୀ ଖୁରାନିଆ କହିଛନ୍ତି, ‘କିଛି ବର୍ଷ ପୂର୍ବରୁ ପୋଲିସ ଶହୀଦମାନଙ୍କର ତାଲିକା ସଂଖ୍ୟା ବହୁତ ଲମ୍ବା ରହୁଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ଦେଶରେ ଶହୀଦମାନଙ୍କ ସଂଖ୍ୟା ବହୁ ମାତ୍ରାରେ ହ୍ରାସ ପାଇଛି । ଦେଶର ସମସ୍ତ ସୁରକ୍ଷା ବାହିନୀ ତଥା ପୋଲିସ କର୍ମଚାରୀଙ୍କର ଅକ୍ଲାନ୍ତ ପରିଶ୍ରମ ଓ ସାହସ ଯୋଗୁ ଏହା ସମ୍ଭବ ହୋଇପାରିଛି । ‘ଚଳିତ ବର୍ଷ ଭାରତ ବର୍ଷରେ ବିଭିନ୍ନ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସରେ 191…








