ସୁନା ଦାମ ଆକାଶ ଛୁଆଁ ହେବା ପରେ ଦର ଖସିବାରେ ଲାଗିଛି । କେବଳ ସୁନା ନୁହେଁ, ରୁପା ଦର ମଧ୍ୟ ଖସିଛି । ଜିଓ ପଲିଟିକାଲ୍ ଏବଂ ବାଣିଜ୍ୟ ଉତ୍ତେଜନା ହ୍ରାସ, ପର୍ବପର୍ବାଣୀରେ ଚାହିଦା ହ୍ରାସ ଏବଂ ନିବେଶକଙ୍କ ଦ୍ୱାରା ଲାଭ ବୁକିଂ ଯୋଗୁ ସୁନା ମୂଲ୍ୟରେ ଆଖିଦୃଶିଆ ହ୍ରାସ ଘଟିଛି।। ୫ ଦିନରେ ସୁନା ପ୍ରାୟ ୭,୦୦୦ ଟଙ୍କା ଶସ୍ତା ହୋଇଯାଇଛି। ଅନ୍ୟପକ୍ଷରେ, ସପ୍ତାହ ମଧ୍ୟରେ ୩୨୦୦୦ ଟଙ୍କା ହ୍ରାସ ପାଇଛି ରୁପା ଦର। ଫଳରେ ଏହା ୨ ଲକ୍ଷ ଟଙ୍କା ସ୍ତର ତଳକୁ ଖସିଯାଇଛି ।ଅନ୍ତର୍ଜାତୀୟ ବଜାରରେ ସୁନାର ଦାମ ଖସିଥିବା ବେଳେ ଭାରତୀୟ ବଜାରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଚଳିତ ବର୍ଷ ୬୦ ପ୍ରତିଶତ ବୃଦ୍ଧି ହୋଇଥିବା ସୁନା ଏବେ ନିବେଶକଙ୍କୁ ଶକ୍ତ ଝଟକା ଦେଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ସୁନାର ଦାମ ମଙ୍ଗଳବାର ୨ ଦଶମିକ ୬ ପ୍ରତିଶତ ହ୍ରାସ ପାଇ…
Author: sanitelevision
ଅବପାତରେ ପରିଣତ ହେବନି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ । ଆଜି ସୁଦ୍ଧା ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ପୂର୍ବରୁ ଏହା ଅବପାତରେ ପରିଣତ ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ । ତେବେ ଆସନ୍ତା 12 ଘଣ୍ଟା ମଧ୍ୟରେ ଉତ୍ତର ଆଭ୍ୟନ୍ତରୀଣ ତାମିଲନାଡୁରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି କ୍ରମଶଃ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଗୁରୁବାର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ଓ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।
ରାଜଧାନୀରେ ଆଇଆଇସିଙ୍କୁ ମହିଳା ଥାନା ପୁଲିସ୍ ଗିରଫ କରିଛି। ମହିଳା ସବ୍ ଇନ୍ସପେକ୍ଟରଙ୍କ ଅଭିଯୋଗ ପରେ ଆଇଆଇସିଙ୍କୁ ଗିରଫ କରାଯାଇଛି। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତଙ୍କ ନାମ ଯଶୋବନ୍ତ ଆଚାର୍ଯ୍ୟ ବୋଲି ଚିହ୍ନଟ କରାଯାଇଛି। ଯିଏକି ୨୦୧୭ରେ ରାଜ୍ୟ ପୋଲିସରେ ଯୋଗ ଦେଇଥିଲେ। ତାଙ୍କୁ ସମ୍ପ୍ରତି ଇନ୍ସପେକ୍ଟର ଇନଚାର୍ଜ (ଆଇଆଇସି) ପଦବୀକୁ ପଦୋନ୍ନତି ଦିଆଯାଇ କଳାହାଣ୍ଡିରେ ନିଯୁକ୍ତି ଦିଆଯାଇଥିଲା। ସୂଚନାମୁତାବକ ଯଶୋବନ୍ତ ଗତ ପ୍ରାୟ ସାତ ବର୍ଷ ଧରି ମହିଳା ଏସଆଇଙ୍କ ସହିତ ଲିଭ୍-ଇନ୍ ସମ୍ପର୍କରେ ଥିଲେ। ସେ ଗଂଜାମ, ଗଜପତି ଏବଂ ଭୁବନେଶ୍ୱରରେ ପୋଷ୍ଟିଂ ସମୟରେ ମହିଳାଙ୍କୁ ଯୌନ ଶୋଷଣ କରିଆସୁଥିଲେ। ଏପରିକି ସେ ଗର୍ଭବତୀ ହେବା ପରେ ଯଶୋବନ୍ତ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ ମଧ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ଯଶୋବନ୍ତ ବିବାହିତ ଏବଂ ତାଙ୍କର ସ୍ତ୍ରୀ ଓ ଏକ ପୁଅ ମଧ୍ୟ ଅଛି ବୋଲି ଜାଣିବାକୁ ପାଇଥିଲେ ମହିଳା ଏସଆଇ।…
ଘୁଞ୍ଚିଲା ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ଅଭିଯୁକ୍ତଙ୍କ ଜାମିନ ଆବେଦନ ଶୁଣାଣି । ହାଇକୋର୍ଟରେ ନଭେମ୍ବର ୪ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ମାମଲାରେ ବୋର୍ଡର ପୂର୍ବତନ ଉପସଭାପତି ନିହାର ମହାନ୍ତି ଏବଂ ଅନ୍ୟ ଅଭିଯୁକ୍ତଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ଶୁଣାଣି ପାଇଁ ମହଲତ ନେଇଛନ୍ତି ରାଜ୍ୟ ସରକାର । କ୍ରାଇମବ୍ରାଞ୍ଚ ପକ୍ଷରୁ ସରିଛି କେସ୍ ଡାଏରୀ ଦାଖଲ । ସୂଚନାମୁତାବକ ଅଗଷ୍ଟ ମାସ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ କରିଦେଇଥିଲେ । ଏହା ପରେ ଏହି ମାମଲାରେ ସରକାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀ ମାମଲାରେ କ୍ରାଇମ୍ବ୍ରାଞ୍ଚ ନିହାର ରଂଜନ ମହାନ୍ତିଙ୍କୁ ଗିରଫ କରିଥିଲା । ଏହା ପରେ ବୋର୍ଡ ଉପସଭାପତିଙ୍କ ଲାପ୍ଟପ୍ରୁ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜାଣିବାକୁ ପାଇଥିଲା । ପ୍ରଥମତଃ ବୋର୍ଡ…
ନୂଆପଡ଼ା ଉପନିର୍ବାଚନ ପାଇଁ ସରିଲା ପ୍ରାର୍ଥିପତ୍ର ଯାଞ୍ଚ । ୧୯ ପ୍ରାର୍ଥିପତ୍ର ମଧ୍ୟରୁ ୫ ପ୍ରାର୍ଥିପତ୍ର ନାକଚ ହୋଇଛି । ୧୪ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିଛି । ନାମାଙ୍କନ ନାକଚ ହୋଇଥିବା ୫ ସ୍ୱାଧୀନ ପ୍ରାର୍ଥୀ ହେଲେ ପୁରୁଷୋତ୍ତମ ବେହେରା, କମଳ କୁମାର ଛତ୍ରିଆ, ରାଜାରାମ ସାହୁ, ସୀତାରାମ ବେହେରା ଓ ଭୁଜବଳ ଆଡବଙ୍ଗ ।ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ପ୍ରାର୍ଥୀ ଭାଜପାରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଏବଂ କଂଗ୍ରେସରୁ ଘାସିରାମ ମାଝୀଙ୍କ ପ୍ରାର୍ଥିତ୍ୱ ବଳବତ୍ତର ରହିଛି। ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟିରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନାଙ୍କ ସହ ୮ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ଠିକ୍ ରହିଛି। ଆଜି ପ୍ରାର୍ଥିପତ୍ର ଯାଞ୍ଚ ସମୟରେ ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁ, ଭାପ୍ରସେ ଏବଂ ରିଟର୍ଣ୍ଣିଂ ଅଫିସର ସୁର୍ମି ସୋରେନ ଉପସ୍ଥିତ ଥିଲେ।
ରାସାୟନିକ ସାର ଛାଡ଼ି ଜୈବିକ ଚାଷକୁ ପ୍ରୋତ୍ସାହନ ଦେବାକୁ ସରକାର ଆରମ୍ଭ କରିଛନ୍ତି ‘ଧରତୀ ମାତା ବଞ୍ଚାଓ’ ଅଭିଯାନ । ରାସାୟନିକ ସାର ବଦଳରେ ବ୍ୟବହାର ହେବ ଜୈବିକ ସାର । ପଞ୍ଚାୟତ ସ୍ତରରେ ଗଠନ ହେବ କମିଟି । ବିଲରେ ରାସାୟନିକ ସାର କମ୍ ପକେଇଲେ ଚାଷୀଙ୍କୁ ମିଳିବ ସହାୟତା ରାଶି ।କିନ୍ତୁ ଗତ କିଛି ବର୍ଷ ହେଲା ଦେଖାଯାଉଛି ଯେ ୟୁରିଆ ଓ ଡିଏପି ବ୍ୟବହାର ଅଧିକ ବଢ଼ିଯାଇଛି। ସାର କଳାବଜାରୀ ବଢ଼ିଚାଲିଥିବା ନେଇ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ଆସିବା ପରେ କେନ୍ଦ୍ର ସରକାର ଆବଶ୍ୟକତା ଅନୁଯାୟୀ ଯେପରି ସାର ବ୍ୟବହାର ହେବ ଏବଂ କଳାବଜାରୀ ରୋକାଯାଇପାରିବ ସେନେଇ ‘ଧର୍ତୀ ମାତା ବଚାଓ ନିଗ୍ରାନି ଅଭିଯାନ’ ଆରମ୍ଭ କରିଛନ୍ତି। ତେବେ ‘ଧରତୀ ମାତା ବଞ୍ଚାଓ’ ଅଭିଯାନକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ତତ୍ପରତା ପ୍ରକାଶ କରିଛନ୍ତି । ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ…
ଗ୍ରାହକଙ୍କୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିଛି । ସୁନା,ରୂପା ଦରରେ ସାମାନ୍ୟ ବ୍ରେକ୍ ଲାଗିଲା । ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩ ହଜାର ୩୮୦ଟଙ୍କା କମିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୩ହଜାର ୧୦୦ ଟଙ୍କା କମିଛି ।ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୭,୨୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୬,୬୦୦ ଟଙ୍କାକୁ ପହଞ୍ଚିଛି । । ଅନ୍ୟପଟେ ରୁପା ମୂଲ୍ୟ କିଲୋ ପିଛା ୧, ୬୨,୦୦୦ ଟଙ୍କା ହୋଇଛି ।
ଅପର୍ଣ୍ଣା ପ୍ରିୟଦର୍ଶିନୀ ମୃତ୍ୟୁ ମାମଲାରେ ନୂଆମୋଡ଼ । ଦୁର୍ଘଟଣା ନୁହେଁ ଅପର୍ଣ୍ଣା ପ୍ରିୟଦର୍ଶିନୀଙ୍କର ହୋଇଥିଲା ହତ୍ୟା । ସ୍ବାମୀ ଦୀପକ ରାଉତ ଅତି ନିର୍ଦ୍ଦୟ ଭାବେ ଅପର୍ଣ୍ଣାଙ୍କର ହତ୍ୟା କରିଥିବାର ଗୁରୁତ୍ବପୂର୍ଣ୍ଣ ପ୍ରମାଣ ପାଇଛି ପୁଲିସ । ଗତକାଲି ଝାରପଡ଼ା ଜେଲରେ ଦୀପକଙ୍କୁ ପଚରାଉଚରା ବେଳେ ଅନେକ ସାଙ୍ଘାତିକ କଥା ପୁଲିସ ନିକଟରେ କହିଛି ଦୀପକ। କନେଷ୍ଟବଳ ଶୁଭମିତ୍ରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଦୀପକ। ୨୦୨୨ ମସିହା ମାର୍ଚ୍ଚ ମାସ ୧୭ ତାରିଖରେ ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ କାର ଯୋଗେ ଢେଙ୍କାନାଳରୁ ଭୁବନେଶ୍ୱର ଆସୁଥିବା ବେଳେ ଖୁଣ୍ଟୁଣି ଥାନା ଅନ୍ତର୍ଗତ ରାଧାକିଶୋରପୁର ଠାରେ ତାଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ପୁଲିସ ଆଗରେ କହିଥିଲା ଦୀପକ।ଏବେ ହତ୍ୟା ଅଭିଯୋଗ ଆସିବା ପରେ ତଦନ୍ତକାରୀ ଅଧିକାରୀ ଦୁର୍ଘଟଣା ମାମଲାର ସମସ୍ତ ନଥିପତ୍ରକୁ ଜବତ କରିବା ସହ ଅପର୍ଣ୍ଣାଙ୍କ ପରିବାରର ୮ ଜଣ ସଦସ୍ୟ, ଦୁର୍ଘଟଣା ମାମଲାର ତଦନ୍ତକାରୀ ଅଧିକାରୀ, ସାକ୍ଷୀ ଓ…
ବାଲେଶ୍ବର FM ପୀଡିତା ଆତ୍ମାହୁତି ମାମଲା । ହାଇକୋର୍ଟରୁ ୨ ଅଭିଯୁକ୍ତ ଜ୍ୟୋତିପ୍ରକାଶ ବିଶ୍ବାଳ ଓ ଶୁଭ୍ର ସମ୍ବିତ ନାୟକଙ୍କୁ ଜାମିନ ମିଳିଛି । ତେବେ ମାମଲାର ମୁଖ୍ୟ ଅଭିଯୁକ୍ତ ଅଧ୍ୟାପକ ସମୀର ସାହୁଙ୍କ ଜାମିନ ଖାରଜ ହୋଇଯାଇଛି ।କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଜାମିନ ବି ଖାରଜ ହୋଇଛି । ଚାର୍ଜସିଟ ଦାଖଲ ପରେ ସାନି ଜାମିନ ଆବେଦନ ପାଇଁ ହାଇକୋର୍ଟ ଙ୍କ ନିର୍ଦ୍ଦେଶ ରହିଛି ।
ଭୁବନେଶ୍ୱର ୟୁନିଟ ୧ ପରିବା ବଜାରରେ ଅଗ୍ନିକାଣ୍ଡ । ୧୫ରୁ ୨୦ଟି ଦୋକାନ ହୁତୁହୁତୁ ହୋଇ ଜଳୁଛି । ସବୁ କିଛି ଜଳି ପୋଡି ନଷ୍ଟ ହୋଇଯାଇଛି ।ପାଲ, ତମ୍ବୁ ଯୋଗୁଁ ଭୟଙ୍କର ଭାବେ ବ୍ୟାପୁଛି ନିଆଁ । ୪୦ ରୁ ୫୦ ଟି ଦୋକାନରେ ନିଆଁ ଲାଗିଥିବା ସୂଚନା । ଏଥିସହ ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି ରହିଛି । ଘଟଣାସ୍ଥଳରେ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ଅଛି । ତେବେ ନିଆଁ କିପରି ଲାଗିଲା ଏଯାଏଁ କାରଣ ଜଣାପଡିନାହିଁ । ନିଆଁ ଲାଗି ଜଳିଯାଇଥିବା ପରିବା ଦୋକାନୀ ଦୁଃଖରେ ଭାଙ୍ଗି ପଡିଛନ୍ତି









