“କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ନଜର ଆସିବେ ଆମେରିକୀୟ ବ୍ୟବସାୟୀ ବିଲ୍ ଗେଟ୍ସ । ବିଲ୍ ଗେଟ୍ସ ଅଭିନେତ୍ରୀରୁ ରାଜନେତା ହୋଇଥିବା ସ୍ମୃତି ଇରାନୀଙ୍କ ଶୋ’ “କ୍ୟୁଙ୍କି ସାସ୍ ଭି କଭି ବହୁ ଥି ୨” ରେ ଏକ ଛୋଟ ଅଭିନୟ କରିବାକୁ ଯାଉଛନ୍ତି। ଶୋ’ର ଲାଟେଷ୍ଟ ଏପିସୋଡ୍ରେ ସ୍ମୃତି ଇରାନୀ ଏବଂ ବିଲ୍ ଗେଟ୍ସଙ୍କ ମଧ୍ୟରେ ଏକ ଭିଡିଓ କଲ୍ ଦେଖାଯିବ। କାହାଣୀଟିକୁ ଦୁଇଟି ଏପିସୋଡ୍ରେ ବିଭକ୍ତ ହେବ, ଯାହା ସ୍ୱାସ୍ଥ୍ୟ ଏବଂ ସଚେତନତା ବିଷୟରେ ବାର୍ତ୍ତା ପ୍ରସାର କରିବା ସହିତ ମନୋରଞ୍ଜନ ପ୍ରଦାନ କରିବ।ସୂତ୍ର ଅନୁଯାୟୀ, ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ଦୀର୍ଘ ଦିନ ଧରି ଶିଶୁ ମୃତ୍ୟୁହାର ହ୍ରାସ କରିବା ଏବଂ ଶିଶୁ ସ୍ୱାସ୍ଥ୍ୟର ଉନ୍ନତି ପାଇଁ କାମ କରିଆସୁଛି। ସୋ’ ସହିତ ଜଡ଼ିତ ସୂତ୍ରରୁ ପ୍ରକାଶ, ସେମାନେ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟ ଉପରେ ଧ୍ୟାନ…
Author: sanitelevision
ରାଜଧାନୀର ବିଭିନ୍ନ ହାଟ ପାଇଁ ଏସ୍ଓପି ଆଣିବ ବିଏମ୍ସି। ରାଜଧାନୀର ୨୦ଟି ବଡ ହାଟରେ ଏହି ଏସ୍ଓପି ଲାଗୁ ହେବ। ଏ ନେଇ ବିଏମ୍ସି ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି। କହିଛନ୍ତି ବିଏମସି ଆଧିକାରୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ । ହାଟରେ ଏନଫୋର୍ସମେଣ୍ଟ କଡାକଡି ହେବ । ଜରିପାଲ ଟାଣିପାରିବେନି ଦୋକାନୀ । ରାସ୍ତା ଉପରକୁ ମାଡି ବ୍ୟବସାୟ କରିପାରିବେନି ଦୋକାନୀ ।ରାସ୍ତା ଉପରକୁ ମାଡି ବ୍ୟବସାୟ କରିପାରିବେନି ।ସୂଚନାମୁତାବକ ଗତକାଲି ନିଆଁ ଲାଗି ୨୦ରୁ ୩୦ଟି ପରିବା ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଥିଲା । ୧୧ଟି ଦମକଳ ବାହିନୀଗାଡି ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଥିଲା । ଏହି ଘଟଣାକୁ ନଜରରେ ରଖି ବିଏମ୍ସି ଆଗୁଆ ସଜାଗ ହୋଇଛି |
ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ଆତ୍ମସମର୍ପଣ କରିଛନ୍ତି ଫେରାର୍ ଅଭିଯୁକ୍ତ ସୁଦର୍ଶନ ଜେନା । ବ୍ରହ୍ମପୁରର ବୈଦ୍ୟନାଥପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି । ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହେଯାଗୀ ଥିଲା ସୁଦର୍ଶନ ଜେନା । ସୂଚନାଯୋଗ୍ୟ, ପୀତବାସ ପଣ୍ଡା ହତ୍ୟା ମାମଲାର ପର୍ଦ୍ଦାଫାସ କରି ବିକ୍ରମ ପଣ୍ଡା ସମେତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଥିଲେ ବ୍ରହ୍ମପୁର ଏସ୍ପି । ଏହା ସହ ସେ ବଡ ଖୁଲାସା କରି କହିଥିଲେ ଯେ ହତ୍ୟା କରିବା ପାଇଁ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା, ୧୦ ଲକ୍ଷ ଟଙ୍କା ଆଡଭାନ୍ସ ଦିଆଯାଇଥିଲା । ହତ୍ୟା ପରେ ଆଉ ୪୦ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍ ହୋଇଥିଲା ।
ନୂଆପଡା ଉପନିର୍ବାଚନକୁ ନେଇ ୮ ମନ୍ତ୍ରୀଙ୍କୁ ୮ଟି ଜୋନ ପାଇଁ ଦାୟିତ୍ୱ ଦେଲା ବିଜେପି । ମନ୍ତ୍ରୀ ରବି ନାରାୟଣ ନାଏକଙ୍କୁ ବଞ୍ଜରୀ ଦାୟିତ୍ୱ , ସୁନାଦେଇ ଦାୟିତ୍ୱରେ ଗଣେଶରାମ ସିଂ ଖୁଣ୍ଟିଆ , ପାତାଳେଶ୍ୱର ପାଇଁ ଗୋକୁଳାନନ୍ଦ ମଲ୍ଲିକଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଜୟଜଂଘା ପାଇଁ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଦାୟିତ୍ୱ ମିଳିଛି । କୋନାଭଇରା ପାଇଁ ବିଭୂତି ଭୂଷଣ ଜେନାଙ୍କୁ ଦାୟିତ୍ୱ ମିଳିଛି । ଯୋଗେଶ୍ୱର ଜୋନ ପାଇଁ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟିତ୍ୱ ମିଳିଛି । ନୂଆପଡା ଏନଏସି ଦାୟିତ୍ୱରେ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ଖରିଆର ରୋଡ ଏନଏସି ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ମିଳିଛି । ସୂଚନାଥାଉକି, ନୂଆପଡା ଉପନିର୍ବାଚନ ପାଇଁ ବିଜେଡି, ବିଜେପି, କଂଗ୍ରେସ ଦଳରୁ ପ୍ରାର୍ଥୀ ଘୋଷଣା ହୋଇଯାଇଛି । କେଉଁ ଦଳ ଏହି ଉପ ନିର୍ବାଚନରେ ବାଜିମାତ ମାରିବ ତାହା ଅପେକ୍ଷା କରିଛନ୍ତି ଜନତା । ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ ।…
ରିଲ୍ସ କରି ,ତାକୁ ନେଇ ସୋସିଆଲ ମିଡ଼ିଆରେ ଅପଲୋଡ୍ କରିବା ନିଶାରେ ମାତିଛନ୍ତି ଯୁବସମାଜ । ଭାଇରାଲ ହେବାର ନିଶା ଏତେ ଘାରିଛି ଯେ, ଦିନ ବିତୁଛି ରିଲ୍ସରେ ଆଉ ସକାଳ ଆରମ୍ଭ ହେଉଛି ରିଲ୍ସ ଦୁନିଆରୁ । ଏପରି ସମାନ ଘଟଣା ଘଟିଯାଇଛି ପୁରୀ ସମୁଦ୍ରକୂଳରେ । ରିଲ୍ସ ନିଶାରେ ସମୁଦ୍ର ଭିତରକୁ ସ୍କୁଟି ନେଇ ଜଣେ ଯୁବକ ପଶିଯାଇଥିଲେ। ଏହି ସମୟରେ ସମୁଦ୍ରରେ ଲହଡ଼ି ମାଡ଼ି ଆସିଥିଲା। ମଦ୍ୟପ ଯୁବକ ସ୍କୁଟରକୁ ବାହାର କରିବାକୁ ଝାଳନାଳ ହୋଇଗଲେ । ଉପସ୍ଥିତ ଲୋକେ ଏହାର ବେଶ୍ ମଜା ଉଠାଇଥିଲେ । ଆଉ ଏହାର ଭିଡିଓ କରିଥିଲେ । ଏପଟେ ସ୍କୁଟର କାଢ଼ିବାକୁ ଯାଇ ଚାଳକର ମଦ ଆଉ ରିଲ୍ସ ନିଶା ଉତୁରି ଯାଇଛି।ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେଉଛି। ସମୁଦ୍ରରେ ବିଭିନ୍ନ ସମୟରେ ବଡ଼ ଲହଡ଼ି ସାଙ୍ଗକୁ ରିପ୍ କରେଣ୍ଟ ଆସୁଛି। ଯଦି ଏହି ଯୁବକ ଜଣଙ୍କ ବଡ଼…
ଭୁବନେଶ୍ୱର ଜନତା ମଇଦାନ୍ରେ ହେବ ୮୪ତମ ଇଣ୍ଡିଆନ୍ ରୋଡ କଂଗ୍ରେସ ଅଧିବେଶନ। ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି। IRC ଅଧିବେଶନରେ ଦେବେ ଯୋଗ। ନଭେମ୍ବର ୭ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଏନେଇ ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଦେଶବ୍ୟାପୀ ପ୍ରାୟ ୨ ହଜାର IRC ପ୍ରତିନିଧି ଯୋଗ ଦେବେ। ଅନେକ VVIP ଏବଂ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପରିଚାଳନା ପାଇଁ ୧୮ଟି କମିଟି ଗଠନ ହୋଇଛି। ରାଜ୍ୟ ବାହାର ପ୍ରତିନିଧିମାନଙ୍କ ରହଣି ପାଇଁ OTDC ଦ୍ୱାରା ଭୁବନେଶ୍ୱରର ୯୦୦ ହୋଟେଲ ରୁମ୍ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ, VVIP,ମାନ୍ୟଗଣ୍ୟ ବ୍ୟକ୍ତି ଏବଂ IRCର ଅଧିକାରୀଙ୍କ ରହଣି ହୋଟେଲରେ ୧୫୦ଟି ରୁମ୍ ସଂରକ୍ଷିତ କରାଯାଇଛି।
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ବ୍ୟାଙ୍କିଂ ବ୍ୟବସ୍ଥାରେ ପ୍ରମୁଖ ସଂସ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରିଛି।RBI କହିଛି ଯେ ଯଦି କୌଣସି ଗ୍ରାହକଙ୍କ ଆକାଉଣ୍ଟ ସାଇବର ଠକେଇର ଶିକାର ହୁଏ ଏବଂ ସେମାନେ ତିନି ଦିନ ମଧ୍ୟରେ ବ୍ୟାଙ୍କକୁ ରିପୋର୍ଟ କରନ୍ତି, ତେବେ ସେମାନଙ୍କର ଦାୟିତ୍ୱ ଶୂନ୍ୟ ବୋଲି ବିବେଚନା କରାଯିବ, ଅର୍ଥାତ୍ ଗ୍ରାହକ କୌଣସି କ୍ଷତି ସହିବେ ନାହିଁ। ଏହା ବ୍ୟତୀତ, ଯଦି ବ୍ୟାଙ୍କଗୁଡ଼ିକ ଏପରି ପରିସ୍ଥିତିରେ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନଙ୍କୁ 25,000 ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଏଥିପାଇଁ ବ୍ୟାଙ୍କଗୁଡ଼ିକୁ ସାଇବର ସୁରକ୍ଷା ସମ୍ପର୍କରେ ଅଧିକ ସତର୍କ ରହିବାକୁ ପଡ଼ିବ। ତେବେ ନୂତନ ନିୟମ କେୱାଇସି (ଆପଣଙ୍କ ଗ୍ରାହକଙ୍କୁ ଜାଣନ୍ତୁ) ପ୍ରକ୍ରିୟାକୁ ସରଳୀକୃତ କରିଛି। ସାଧାରଣ ଆକାଉଣ୍ଟ ପାଇଁ କେୱାଇସି ପ୍ରତି 10 ବର୍ଷରେ ଥରେ ଆବଶ୍ୟକ ହେବ। ମଧ୍ୟମ ବିପଦପୂର୍ଣ୍ଣ ଆକାଉଣ୍ଟ ପାଇଁ ଏହି ପ୍ରକ୍ରିୟା ପ୍ରତି 8…
ଛୋଟ କଣ୍ଟେଣ୍ଟ କ୍ରିଏଟର୍ଙ୍କୁ ଇନଷ୍ଟାଗ୍ରାମର ବଡ଼ ଝଟ୍କା। ଲାଇଭ୍ ଫିଚର ବଦଳାଇଲା ମେଟା। ଲାଗୁ ହେଲା ନୂଆ ନିୟମ। ଲାଇଭ୍ରେ ଆସି ଏବେ ଆଉ ମନ ଇଚ୍ଛା ଗପି ପାରିବେନି କ୍ରିଏଟର୍। ଲାଇଭ୍ ଯିବା ପାଇଁ ହେଲେ ମାନିବାକୁ ପଡ଼ିବ ଏହି ନିୟମ।ଇନଷ୍ଟାଗ୍ରାମରେ ପୂର୍ବରୁ ଯେକୌଣସି ୟୁଜର ଲାଇଭ୍ ଯିବାର ସୁବିଧା ଥିଲା। ଫଲୋୟର୍ସ ସଂଖ୍ୟା କମ୍ ଥିଲେ ମଧ୍ୟ ଲାଇଭ୍ ଯିବାରେ କୌଣସି ଅସୁବିଧା ନଥିଲା। ଏବେ କେବଳ ପବ୍ଲିକ ଆକାଉଣ୍ଟ ଓ ହଜାରେରୁ ଅଥିକ ଫଲୋୟର୍ସ ଥିବା କ୍ରିଏଟର ଲାଇଭ୍ ଯାଇ ପାରିବେ। ଏହା ଦ୍ଵାରା ନୂଆ କ୍ରିଏଟର୍ଙ୍କ ପାଇଁ ମୁସ୍କିଲ ବଢିଛି। ଯେଉଁମାନେ ନୂଆ ନୂଆ ଆକାଉଣ୍ଟ ଖୋଲି ଅଡିଏନ୍ସ ତିଆରି କରୁଛନ୍ତି ସେମାନଙ୍କ ପାଇଁ ଅଡ଼ୁଆ ବଢିଛି। ତେବେ ଏହି ଗାଇଡଲାଇନ୍ ଜାରି କରିବାରେ ଇନଷ୍ଟାଗ୍ରାମ୍ ପ୍ରଥମ ପ୍ଲାଟଫର୍ମ ନୁହେଁ। ଏହା ପୂର୍ବରୁ ଟିକଟକ୍ରେ ଲାଇଭ୍ ଯିବା ପାଇଁ ଏକ ହଜାର ଫଲୋୟର୍ସ ରହିବା ଜରୁରୀ…
ପଶ୍ଚିମବଙ୍ଗ ଦୁର୍ଗାପୁରରେ ଘଟିଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ଘଟଣାର ଟିଆଇ ପରେଡ ଆସନ୍ତାକାଲି କରାଯିବ । ଜେଲ୍ରେ ସମସ୍ତ ୬ ଅଭିଯୁକ୍ତଙ୍କୁ ନେଇ ଟିଆଇ ପରେଡ କରିବାକୁ ସ୍ଥାନୀୟ ଏସ୍ଡିଜେଏମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।ସେମାନଙ୍କୁ ଅକ୍ଟୋବର ୨୭ ତାରିଖରେ ପୁଣି ଥରେ କୋର୍ଟରେ ହାଜର କରାଯିବ। ସୂଚନାମୁତାବକ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ୨୩ ବର୍ଷୀୟା ପୀଡିତା ଦୁର୍ଗାପୁରର ଏକ ଘରୋଇ ମେଡିକାଲ କଲେଜରେ ଏମ୍ବିବିଏସ୍ ଦ୍ୱିତୀୟ ବର୍ଷରେ ପଢ଼ୁଥିଲେ। ଗତ ୧୦ ତାରିଖ ରାତିରେ ପୀଡିତାଙ୍କୁ ବଳାତ୍କାର କରାଯାଇଥିଲା । ପୁଲିସ ଏହି ଘଟଣାରେ ପୀଡିତାଙ୍କ ପୁରୁଷ ବନ୍ଧୁଙ୍କ ସମେତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍ ଫେଲ୍ ବ୍ୟବସ୍ଥା | ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷାର ମୂଲ୍ୟାୟନ କରାଯିବ। ଜିଲ୍ଲାସ୍ତରରେ ପ୍ରଶ୍ନପତ୍ର ଛପାଯିବା ସହ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାହାକୁ ରଖାଯିବ ଏବଂ ପରୀକ୍ଷା ଦିନ ସକାଳେ ବିଦ୍ୟାଳୟରେ ପ୍ରଶ୍ନପତ୍ର ପହଞ୍ଚିବ। ପରୀକ୍ଷାର ସୁପରିଚାଳନା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ୍ଲାଇନ୍ ଜାରି ସହ ୩ ସ୍ତରୀୟ ଷ୍ଟିୟରିଂ କମିଟି ଗଠନ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ ଟିଇ ଆଣ୍ଡ୍ ଏସ୍ସିଇଆରଟି ଦ୍ବାରା ପରୀକ୍ଷା ଓ ମୂଲ୍ୟାଙ୍କନ ପାଇଁ ଢାଞ୍ଚା ପ୍ରସ୍ତୁତ ସହ ଶିକ୍ଷଣ ଫଳାଫଳ/ଦକ୍ଷତା-ଆଧାରିତ ନମୁନା ପ୍ରଶ୍ନବ୍ୟାଙ୍କ, ଡିଆଇଇଟି ଅଧ୍ୟାପକଙ୍କ ତାଲିମ ଦିଆଯିବ । କାର୍ଯ୍ୟାନ୍ୱୟନ ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ, ରାଜ୍ୟସ୍ତରୀୟ ପରୀକ୍ଷା ସୂଚୀ ପ୍ରସ୍ତୁତି, ଜିଲ୍ଲା ସହ ନମୁନା ପ୍ରଶ୍ନର ଆଦାନପ୍ରଦାନ, ଡିଆଇଇଟି ବ୍ୟତୀତ ଅନ୍ୟ ଅଂଶୀଦାର ଯେପରିକି ଡିଇଓ, ବିଇଓ ଓ ସିଆରସିସିଙ୍କୁ ତାଲିମ ପ୍ରଦାନ ଓସେପା କରିବ ।…









