Author: sanitelevision

ପରକ୍ରିୟା ପ୍ରୀତି ସନ୍ଦେହରେ ଜୋତା ମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ମହଙ୍ଗା ପଡିଲା । ଭିଡିଓ ଭାଇରାଲ ହେବା ପରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଏଭଳି ଘଟଣା ଘଟିଛି କେନ୍ଦୁଝର ଆନନ୍ଦପୁର ଥାନା ଷଡ଼ଙ୍ଗୀ ଗାଁରେ ।ସୂଚନା ଯୋଗ୍ୟ, ଷଡ଼ଙ୍ଗୀ ଗ୍ରାମର ଜଣେ ଯୁବକ ଧାନ ଜମିରେ ଚାଷ କାର୍ଯ୍ୟ ସାରି ଘରକୁ ଫେରିବା ବାଟରେ ଗାଁ ମୁଣ୍ଡରେ ହାଣ୍ଡିଆ ପିଇବାକୁ ଅଟକିଥିଲା । ଜଣେ ମହିଳା ଯୁବକଙ୍କୁ ହାଣ୍ଡିଆ ଦେଇ ଘରକୁ ଯାଇଥିଲେ । ମହିଳାଙ୍କ ପଛେ ପଛେ ଯୁବକ ଜଣଙ୍କ ଘରକୁ ପଶିଯିବାରୁ ବାହାରେ ଥିବା କିଛି ମହିଳା ଓ ପୁରୁଷ ବାହାରପାଶ୍ୱର୍ରୁ କବାଟ ବନ୍ଦ କରିଦେଇଥିଲେ । ପରେ ମହିଳାଙ୍କ ସ୍ୱାମୀ ଆସିବା ପରେ ଗ୍ରାମର କେତେକ ମହିଳା ପୁରୁଷ ଘରେ ଥିବା ପୁରୁଷ ଓ ମହିଳାଙ୍କୁ ବାହାରକୁ ବାହାର କରି ବେକରେ ଜୋତମାଳ ପିନ୍ଧାଇ ଗାଁ…

Read More

ଓଡିଶାକୁ ଆଳୁରେ ଆତ୍ମନିର୍ଭର କରିବା ଅଭିଯାନରେ ଚଳିତବର୍ଷ ଚାଷୀଙ୍କୁ ଆଗୁଆ ଆଳୁ ବିହନ ଯୋଗାଇ ଦେବା ପାଇଁ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି । ୫୦ ହଜାରରୁ ଉର୍ଦ୍ଧ୍ବ ଏକର ଜମିରେ ପ୍ରାୟ ୩ ଲକ୍ଷ କୁଇଣ୍ଟାଲ ପାଖାପାଖି ଆଳୁ ବିହନ ଆବଶ୍ୟକ ହୋଇଥାଏ ଏବଂ ଏହା ଚାଷୀଙ୍କୁ ଆବଶ୍ୟକ ଅନୁଯାୟୀ ଆଗୁଆ ବିଭାଗ ପକ୍ଷରୁ ଯୋଗାଇ ଦିଆଯିବ । ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଆଳୁ ବିହନ ଯୋଗାଣ ପାଇଁ ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଇଛି । ଆବଶ୍ୟକ ମୁତାବକ ବ୍ଲକ ଅନୁଯାୟୀ ଏହାର ଯୋଗାଣ କରାଯିବ । ଏହାବ୍ୟତୀତ, ପ୍ରାୟ ୬୦୦୦ ହେକ୍ଟର ଜମିରେ ୬୦୦ କୁଇଣ୍ଟାଲ ପିଆଜ ଚାଷ, ୧୦୦୦ ହେକ୍ଟର ଜମିରେ ୧୦୦ କୁଇଣ୍ଟାଲ ଲଙ୍କା, ୩୦୦ ହେକ୍ଟର ଜମିରେ ୭୫୦୦ କୁଇଣ୍ଟାଲ ରସୁଣ ବିହନ ଚାଷ ପାଇଁ ଯୋଜନା ରହିଛି । ଯେଉଁଠି ବି ଅଧିକା ବିହନ ଆବଶ୍ୟକ କିମ୍ବା ବିହନ ଅଭାବ…

Read More

ଯୁବପୀଢି ଟ୍ରେନ ସମ୍ମୁଖରେ ରିଲସ ଓ ସେଲଫି ନେବାକୁ ଯାଇ ଜୀବନକୁ ବିପଦରେ ପକାଉଛନ୍ତି । ତେଣୁ ପୂର୍ବତଟ ରେଳପଥ କଡା ଚେତାବନୀ ଦେଇଛି । ବାରମ୍ବାରେ ଏଭଳି କରୁଥିବା ଯୁବପୀଢିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ।ପୂର୍ବତଟ ରେଳପଥ କହିଛି, ଯୁବପୀଢ଼ିମାନେ ରେଳପଥ ଉପରେ, ଟ୍ରାକ୍ ନିକଟରେ କିମ୍ବା ଚାଲୁଥିବା ଟ୍ରେନ୍‌ର ଫୁଟବୋର୍ଡ କିମ୍ବା ଛାତ ଉପରେ ଭିଡିଓ ସୁଟିଂ କରୁଛନ୍ତି । ଏଭଳି ଦୃଶ୍ୟ ବେଆଇନ ଅଟେ । ରେଳବାଇ ଆଇନ ୧୯୮୯ ଅନୁଯାୟୀ, ଏହା ଦଣ୍ଡନୀୟ ଅପରାଧ। ଏହା ବିରୋଧରେ କଡାକଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି କହିଛି ପୂର୍ବତଟ ରେଳପଥ । ଏପରିକି ରେଳ ସୁରକ୍ଷା ବଳ (RPF) ଏବଂ ସରକାରୀ ରେଳ ପୋଲିସ (GRP)କୁ ଉଲ୍ଲଂଘନକାରୀଙ୍କ ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅନୁସରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଶୀଘ୍ର ଏବଂ କଠୋର ହେବ। ଚଳନ୍ତା…

Read More

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ନଭେମ୍ବର ୧ରୁ ଜୁନ୍‌‌ ୧୫ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବାଲେଶ୍ବର ଜିଲାର କୁଲଡିହା ଅଭୟାରଣ୍ୟ ଖୋଲିବ। ଏ ନେଇ ବନ ବିଭାଗ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ସରିଛି।ଏଠାରେ ୨୭୨.୭୫ବର୍ଗ କିମି ପରିବ୍ୟାପ୍ତ ଘଞ୍ଚ ଶାଳବଣର ସବୁଜିମା, ପକ୍ଷୀଙ୍କ କଳରବ ପର୍ଯ୍ୟଟକଙ୍କୁ ବିଭୋର କରିଥାଏ। ଏଥିପାଇଁ ଓଡ଼ିଶା ସମେତ ପଶ୍ଚିମବଙ୍ଗର ବହୁ ସଂଖ୍ୟକ ପର୍ଯ୍ୟଟକ କୁଲଡିହାକୁ ଧାଇଁ ଆସିଥାନ୍ତି।୨୭୨.୭୫ ବର୍ଗ କିମି ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟ ଭିତରେ ହାତୀ, ଭାଲୁ, ଗୟଳ, ବାଘ, ହରିଣ, ନୀଳଗାଈ,କୁଟାରି, ବାର୍‌ହା ପ୍ରଭୃତି ବନ୍ୟଜନ୍ତୁଙ୍କ ସହ ରଙ୍ଗ ବେରଙ୍ଗର ଦେଶୀ ଓ ବିଦେଶାଗତ ପକ୍ଷୀ ବାସ କରୁଛନ୍ତି। ଏମାନଙ୍କୁ ନିକଟରୁ ଦେଖିବା ତଥା ଜଙ୍ଗଲ ଭିତରେ ପରିଭ୍ରମଣ କରି ପ୍ରାକୃତିକ ସୌନ୍ଦର୍ଯର ଉପଭୋଗ କରି ଫଟୋ ଉତ୍ତୋଳନ କରିବା ଉଦେଶ୍ୟରେ ପ୍ରତିବର୍ଷ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ।

Read More

ଜଳିଗଲା ବସ୍ । ଅଗ୍ନିକାଣ୍ଡରେ ୨୦ ଜଣ ଯାତ୍ରୀଙ୍କ ଜୀବନ୍ତ ଦଗ୍ଧ ହେବାର ସମ୍ଭାବନା । ମର୍ମନ୍ତୁଦ ଦୁର୍ଘଟଣା କର୍ଣ୍ଣୁଲ ଜିଲ୍ଲା ବେଙ୍ଗାଳୁରୁ-ହାଇଦ୍ରାବାଦ ଜାତୀୟ ରାଜପଥରେ ଘଟିଛି।ଦୁର୍ଘଟଣାରେ୨୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥାଇପାରେ, କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ରିପୋର୍ଟ ମିଳିନାହିଁ । ବସ୍‌ଟି ୪୨ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା । ନିଆଁ ଲାଗିବା ସମୟରେ ୧୦ ରୁ ୧୨ ଜଣ ଯାତ୍ରୀ ବାହାରକୁ ଡେଇଁ ଦୌଡ଼ି ପଳାଇଥିଲେ। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କଲ୍ଲୁର ମଣ୍ଡଳର ଚିନ୍ନାଟେକୁରୁ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା ​​। ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା ଏକ ବସ୍ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ବାଇକଟି ବସ୍ ତଳେ ଫସି ଯାଇଥିଲା ଏବଂ ବିସ୍ଫୋରଣ ହୋଇଥିଲା, ଯାହା ଫଳରେ ବସରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା ।ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି…

Read More

ରାଜ୍ୟର ରାସନ କାର୍ଡଧାରୀମାନଙ୍କୁ ସରକାର ଅତିରିକ୍ତ ଭାବେ ଅଧିକ ୫ କେଜି ଚାଉଳ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୨୦୨୫ ମାସ ପାଇଁ ରାସନ କାର୍ଡଧାରୀଙ୍କୁ ମାସିକ ଅଧିକ ୫ କେଜି ସୁଦୃଢ଼ (Fortified) ଚାଉଳ ମାଗଣାରେ ବଣ୍ଟନ କରାଯିବ। ଏ ନେଇ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ପ୍ରମୁଖ ଜିଲ୍ଲାରେ ପରିବାର ପିଛା ଏହି ଅତିରିକ୍ତ ୫ କେଜି ଚାଉଳ ମିଳିବ । ଏହି ଅତିରିକ୍ତ ଚାଉଳ ପୂର୍ବ ଭଳି ଆଧାର ସଂଯୁକ୍ତ ହିତାଧିକାରୀଙ୍କୁ ହିଁ ମିଳିବ । ଏହି ଯୋଜନା ଦ୍ଵାରା ୧୯ ଟି ଜିଲ୍ଲାର ୭୦.୪୭ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ । ଜିଲ୍ଲାପାଳମାନେ…

Read More

ବରିଷ୍ଠ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗିରଫ କରାଯିବା ପରେ ଏବେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି। ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ୪୪ ଜଣ ଓକିଲ ଲଢ଼ିବେ। ଏନେଇ ସେମାନେ ଆଜି କୋର୍ଟରେ ୱକାଲାତନାମା ଦାଖଲ କରିଛନ୍ତି। ବିକ୍ରମଙ୍କ ସହ କର୍ପୋରେଟର ମଳୟ ବିଷୋୟୀ ଏବଂ ବିଜେଡି ନେତା ମଦନ ଦଳେଇଙ୍କ ପାଇଁ ମଧ୍ୟ ଏହି ଓକିଲମାନେ ଲଢ଼ିବେ।

Read More

ନୂଆପଡା ଉପନିର୍ବାଚନକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ବ୍ଲକ ପାଇଁ ଦାୟିତ୍ୱ ବାଣ୍ଟିଛନ୍ତି। ସୂଚନାଥାଉକି, ନଭେମ୍ବର ୧୧ରେ ନୂଆପଡା ଉପନିର୍ବାଚନ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ ନୂଆପଡା ବ୍ଲକ ପାଇଁ ଶ୍ରୀ ସୁଧିର ସାମଲ ,ଶ୍ରୀ ଶ୍ରୀକାନ୍ତ ସାହୁ ,ଶ୍ରୀ ମୁକେଶ କୁମାର ପାଲ ,ଶ୍ରୀ ପ୍ରଦୀପ କୁମାର ସାହୁ ,ଶ୍ରୀ ପୂର୍ଣ୍ଣଚନ୍ଦ୍ର ସାହୁ ,ଶ୍ରୀ ମନ୍ମଥ ରାଉତରାୟ ,ଡଃ ଦେବାଶିଷ ମରାଣ୍ଡି ତେବେ କୋମନା ବ୍ଲକ ପାଇଁ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ,ଶ୍ରୀ ସଞ୍ଜୀବ କୁମାର ମଲ୍ଲିକ,ଶ୍ରୀ ମାଧବ ଧଡ ଓ ଏହାସହ ଖରିଆର ରୋଡ ଏନଏସି ପାଇଁ ଶ୍ରୀ ଗଣେଶ୍ୱର ବେହେରା,ଶ୍ରୀ ଅନନ୍ତ ନାରାୟଣ ଜେନା, ଶ୍ରୀ ରାଜେନ୍ଦ୍ର ସାହୁ

Read More

ଭାରତରେ ବିମାନ ଯାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଜାତୀୟ ସ୍ତରରେ କଠୋର ନିୟମ ଲାଗୁ କରିବାକୁ ପ୍ରସ୍ତୁତ ହେଉଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)। ବିମାନରେ ପାଓ୍ବାର ବ୍ୟାଙ୍କ ବ୍ୟବହାର ଉପରେ ରୋକ ଲାଗିପାରେ । ଏପରିକି ଯାତ୍ରୀଙ୍କୁ ନିଜ ସାଥିରେ ପାଓ୍ବାର ବ୍ୟାଙ୍କ ନେବାକୁ ଅନୁମତି ମିଳିନପାରେ । ଏହି ନିୟମ ଭାରତରେ ଖୁବଶୀଘ୍ର ଲାଗୁ ହେବାର ସମ୍ଭାବନା ମଧ୍ୟ ରହିଛି । ଅନେକ ବିଦେଶୀ ଏୟାରଲାଇନ୍ସ ପୂର୍ବରୁ ପାୱାର ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସେମାନେ ୧୦୦ ୱାଟ୍ ଘଣ୍ଟାରୁ କମ୍ କ୍ଷମତା ବିଶିଷ୍ଟ ଗୋଟିଏ ପାୱାର ବ୍ୟାଙ୍କକୁ ଅନୁମତି ଦେଉଛନ୍ତି । କିନ୍ତୁ ଯାତ୍ରୀମାନେ ସେମାନଙ୍କର ଇଲେକ୍ଟ୍ରୋନିକ୍ ଡିଭାଇସ୍ ଚାର୍ଜ କରିବା ପାଇଁ ଏହାକୁ ବ୍ୟବହାର କରିପାରିବେ ନାହିଁ। ଏହା ବ୍ୟତୀତ, ସେମାନେ ବିମାନର ପାୱାର ସପ୍ଲାଏ ସିଷ୍ଟମରୁ ପାୱାର ବ୍ୟାଙ୍କକୁ ଚାର୍ଜ କରିପାରିବେ ନାହିଁ। କିଛି ବିଦେଶୀ ଏୟାରଲାଇନ୍ସ ସିଟ୍ ପକେଟ୍ କିମ୍ବା…

Read More

ଯାହା କଲେ ବି ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରି ବନ୍ଦ ହେଉନାହିଁ । ଏବେ ଆମାଜନ ଓ ଶ୍ରୀପ୍ରସାଦ ନାମକ ୱେବସାଇଟ୍‌ରେ ମହାପ୍ରଭୁଙ୍କ ଶୁଖିଲା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ ବାହାରିଛି । ଆମାଜନ୍‌ରେ କ୍ରିଷ୍ଟାଲ ଭିଜନ ନାମକ ସେଲର ତରଫରୁ ଏହି ଭୋଗ ଯୋଗାଇ ଦିଆଯାଉଛି । ସେପଟେ ଶ୍ରୀପ୍ରସାଦ ନାମକ ୱେବ୍‌ସାଇଟରେ ରହିଛି ମହାପ୍ରଭୁଙ୍କ ଅବଢ଼ା ମହାପ୍ରସାଦ ବିକ୍ରି ନେଇ ବିଜ୍ଞାପନ । ଶ୍ରୀମନ୍ଦିର ରୋଷ ଘରୁ ସିଧାସଳଖ ଆଣି ମହାପ୍ରସାଦ ଯୋଗାଇଦେବା ନେଇ ବିଜ୍ଞାପନ ଦିଆଯାଇଛି । ୩୫୦୦ ଟଙ୍କାରେ ୩ ପ୍ରକାର ଭୋଗ । ୨୫୦୦ ଟଙ୍କାରେ ୨ ପ୍ରକାର ଭୋଗ । ୧୫୦୦ ଟଙ୍କାରେ ଗୋଟିଏ ପ୍ରକାର ଭୋଗ ଦେବା ନେଇ ଅନଲାଇନ୍‌ ସାଇଟ୍‌ରେ ଅପ୍‌ସନ୍‌ ରହିଛି ।ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ବାରମ୍ଵାର ଭାଇରାଲ୍ ହେବା ପରେ ଏହାକୁ ନେଇ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଉଦବେଗ ପ୍ରକାଶ ପାଇଛି । ଶ୍ରୀମନ୍ଦିର…

Read More