ଫେବ୍ରୁଆରୀ ୮ରେ ସିଟିଇଟି ପରୀକ୍ଷା। ଆସନ୍ତା ୨୦୨୬ ଫେବ୍ରୁଆରୀ ୮ରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସିଟିଇଟି)। ଏନେଇ କେନ୍ଦ୍ରୀୟ ମାଧ୍ୟମି ଶିକ୍ଷା ପରିଷଦ (ସିବିଏସ୍ଇ )ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା, ସିଲାବସ୍, ଯୋଗ୍ୟତା, ପରୀକ୍ଷା ଫି, ପରୀକ୍ଷା କେନ୍ଦ୍ର ସମ୍ପର୍କିତ ସମସ୍ତ ସୂଚନା ସିଟିଇଟି ଅଫିସିଆଲ୍ ୱେବ୍ସାଇଟ୍ https://ctet.nic.inରେ ଖୁବ୍ ଶୀଘ୍ର ପ୍ରକାଶ ପାଇବ । ଦୁଇଟି ପେପରରେ ପରୀକ୍ଷା ହେବ। ପ୍ରଥମ ପେପର ପ୍ରଥମରୁ ପଞ୍ଚମ ଶ୍ରେଣୀ ଓ ଦ୍ୱିତୀୟ ପେପରଟି ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପ୍ରଶ୍ନ ଆସିବ। ୧୫୦ ମାର୍କର ବହୁମୁଖୀ ପ୍ରଶ୍ନ (ଏମ୍ସିକ୍ୟୁ) ଆସିବ। ଏଥିରେ କୌଣସି ନେଗେଟିଭ୍ ମାର୍କ ନାହିଁ ।ଦେଶର ୧୩୨ଟି ସହରରେ ପରୀକ୍ଷା ଅନୁଷ୍ଠିତ ହେବ । ୨୦ଟି ଭାଷାରେ ପରୀକ୍ଷା ହେବ । ଏଥିରୁ ପରୀକ୍ଷାର୍ଥୀ ନିଜସ୍ୱ ଭାଷା ଚୟନ କରିବେ ।
Author: sanitelevision
ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ସୂର୍ଯ୍ୟକାନ୍ତ। ଉତ୍ତରାଧିକାରୀ ଭାବେ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ନାଁ ସୁପାରିସ୍ କଲେ CJI ଗଭାଇ। ନଭେମ୍ବର ୨୪ରେ ସେ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ଆସନ୍ତା ନଭେମ୍ବର ୨୩ ତାରିଖରେ ପ୍ରଧାନ ବିଚାରପତି ବି.ଆର. ଗଭାଇ ଅବସର ନେଉଛନ୍ତି । ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ୫୩ତମ ମୁଖ୍ୟ ବିଚାରପତି ହେବେ । ତାଙ୍କର କାର୍ଯ୍ୟକାଳ ପ୍ରାୟ ୧୪ ମାସ ରହିବ । ସେ ୨୦୨୭ ଫେବୃଆରୀ ୯ରେ ଅବସର ନେବେ । ପାରମ୍ପରିକ ଭାବରେ CJI ଅବସର ନେବାର ପ୍ରାୟ ଏକ ମାସ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିସ୍ କରିବାକୁ ଅନୁରୋଧ କରିଥିଲେ । CJI ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ନାମ ସୁପାରିସ୍ କରିଛନ୍ତି ।ଜଷ୍ଟିସ୍ ସୂର୍ଯ୍ୟକାନ୍ତ ହରିୟାଣାର ହିସାରରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ ଶିକ୍ଷକ…
ଓଡିଶାରେ ପହଞ୍ଚିଲା ବେଳକୁ ବାତ୍ୟା ଦୁର୍ବଳ ହୋଇଥିବ । ଏନେଇ ଏଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଓଡିଶାରେ ପହଞ୍ଚିଲା ବେଳେ ଦୁର୍ବଳ ହୋଇଯିବ । ଦକ୍ଷିଣ ଓଡିଶା ଦେଇ ଛତିଶଗଡ ମୁହାଁ ହେବ ବାତ୍ୟା । ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡାରେ ପ୍ରଭାବ ପଡିବ । କନ୍ଧମାଳ , କଳାହାଣ୍ଡି ଓ ନବରଙ୍ଗପୁରରେ ମଧ୍ୟ ପ୍ରଭାବ ପଡିବ । ଓଡିଶାରେ ବାତ୍ୟା ଦୁର୍ବଳ ହେଉଥିବାରୁ ୬୦ରୁ ୭୦ କିମି ପବନ ବହିବ । ୨୮ ରାତିରୁ ୨୯ ସକାଳ ଭିତରେ ବେଶୀ ପ୍ରଭାବ ରହିବ ।ଛତିଶଗଡ଼ରେ ବର୍ଷା ହେଲେ ମହାନଦୀ ଜଳସ୍ତର ବଢ଼ିପାରେ। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ ଜଳ ଛାଡ଼ିବା ଆରମ୍ଭ କଲେଣି। ବିଭିନ୍ନ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ ହେଲପ ଲାଇନ ନମ୍ବର ଜାରି ହୋଇଛି । ପାଖାପାଖି ୨୦୦ ଗର୍ଭବତୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ଷା ସମୟରେ…
ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ସମ୍ପ୍ରତି ଏକ ଆଶ୍ଚର୍ଯ୍ୟଜନକ ଘୋଷଣା କରିଛନ୍ତି। ପିଏମ ଘୋଷଣା କରିଛି ଯେ ଦେଶର ପ୍ରଥମ ଏଆଇ ସରକାରଙ୍କ ମନ୍ତ୍ରୀ, ଡିଏଲା ଗର୍ଭବତୀ ଅଛନ୍ତି। ମନ୍ତ୍ରୀ କେବଳ ଗୋଟିଏ କିମ୍ବା ଦୁଇଟି ନୁହେଁ, ବରଂ ୮୩ ଟି ଏଆଇ ପିଲାଙ୍କୁ ଜନ୍ମ ଦେବେ। ଜର୍ମାନୀର ବର୍ଲିନ ଠାରେ ଗ୍ଲୋବାଲ ଡାଏଲଗ କାର୍ଯ୍ୟକ୍ରମରେ ଯୋଗ ଦେଇ ଆଲବାନିଆ ପ୍ରଧାନମନ୍ତ୍ରୀ ଏପରି ମନ୍ତବ୍ୟ ଦେଇଛନ୍ତି । ଏହି ସନ୍ତାନ ବା ସହକାରୀମାନେ ସଂସଦୀୟ କାର୍ଯ୍ୟକଳାପର ବିବରଣୀ ରଖିବା ସହ ସାଂସଦମାନଙ୍କୁ ଆଲୋଚନା ଓ ବିତର୍କ ବେଳେ ସହାୟତା କରିବେ । ୨୦୨୬ ମସିହା ସୁଦ୍ଧା ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ଗତ ସେପ୍ଟେମ୍ବର ମାସରେ ଆଲବାନିଆ ପ୍ରଥମ ଥର ପାଇଁ ଏଆଇ ଡିଏଲାକୁ ମନ୍ତ୍ରୀ ଭାବେ ନିଯୁକ୍ତି ମିଳିଥିଲା ।ଏବେ ପ୍ରଶ୍ନ ଉଠୁଛି ଜଣେ AI ମନ୍ତ୍ରୀ କିପରି ଗର୍ଭବତୀ ହେଲେ? ଏହା ଅନେକଙ୍କୁ ଅଜବ…
ମୋନ୍ଥାର ପ୍ରଭାବ ପାଇଁ ଆସନ୍ତା ୩୦ ପର୍ଯ୍ୟନ୍ତ ୮ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି।ମଙ୍ଗଳବାରଠୁ ୩୦ ତାରିଖ ଯାଏଁ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରାଯାଇଛି। ବାତ୍ୟାର ଗତି ବଢୁଛି , ଯେତେ ବଢିବ ତାର ପ୍ରଭାବ ସେତେ କମିବ। ଏ ନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି , ଯାହା ପରାମର୍ଶ ଦିଆଯାଇଛି ମାନନ୍ତୁ। ମାଲକାନଗିରି , ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ବାତ୍ୟା ନିକଟବର୍ତ୍ତୀ ହେଲେ ବର୍ଷାର ପ୍ରଭାବ ଅଧିକ ହେବ। କେହି ଭୟଭୀତ ହୁଅନ୍ତୁ ନାହିଁ, ଜିରୋ କାଜୁଆଲିଟି ଲକ୍ଷ୍ୟ ରଖାଯାଇଛି।ମାଲକାନଗିରି ଦେଇ ବାତ୍ୟା ଛତିଶଗଡ ମୁହାଁ ହେବ । ଛତିଶଗଡରେ ବର୍ଷା ହେଲେ ମହାନଦୀରେ ପାଣି ବଢିପାରେ । ଏଥିପାଇଁ ଜଳଭଣ୍ଡାରରୁ ପାଣି ନିଷ୍କାସନ କରାଯାଇଛି ।
ହସ୍ପିଟାଲରେ ରକ୍ତ ନେଇ HIV ସଂକ୍ରମିତ ହେଲେ ଥାଲାସେମିଆ ରୋଗରେ ପୀଡିତ ଶିଶୁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାଡଖଣ୍ଡର ଚାଇବାସା ଅଞ୍ଚଳରେ ।ଚାଇବାସା ସଦର ହସ୍ପିଟାଲରେ ଥାଲାସେମିଆ ରୋଗରେ ପୀଡିତ ଶିଶୁମାନଙ୍କୁ ରକ୍ତ ଦିଆଯାଇଥିଲା । କିନ୍ତୁ ସେହି ଶିଶୁମାନେ ପରବର୍ତ୍ତୀ ସମୟରେ HIV ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ରବିବାର ଦିନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ସମ୍ପୃକ୍ତ ଡାକ୍ତର ଓ ଅନ୍ୟ ଅଧିକାରୀମାନଙ୍କୁ ନିଲମ୍ବନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉମଧ୍ୟ ପୀଡିତ ଶିଶୁମାନଙ୍କ ପରିବାରକୁ 2 ଲକ୍ଷ ଟଙ୍କାର ସହାୟତାରାଶି ପ୍ରଦାନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ।ମୁଖ୍ୟମନ୍ତ୍ରୀ ସୋରେନ ଟ୍ୱିଟ କରି କହିଛନ୍ତି, “ଥାଲାସେମିଆରେ ପୀଡିତ ଶିଶୁମାନେ ସଂକ୍ରମିତ ହେବା ଅତ୍ୟନ୍ତ କଷ୍ଟଦାୟକ ।” ରାଜ୍ୟରେ ଥିବା ସମସ୍ତ ବ୍ଲଡ ବ୍ୟାଙ୍କଗୁଡିକର ଅଡିଟ…
ବତ୍ୟା ନ ଆସୁଣୁ ବଜାରରୁ ଆଳୁ ଗାୟବ ହୋଇଯାଇଥିବା ଦେଖିବାକୁ ମିଳିଛି । ଶନିବାର ସକାଳୁ ନେଇ ବର୍ତ୍ତମାନ ସୁଦ୍ଧା କୋଲକାତାରୁ ଭୁବନେଶ୍ୱରକୁ କୌଣସି ଆଳୁ ଗାଡ଼ି ଆସିନି । ଫଳରେ ଆଳୁର ଅଭାବ ଚିନ୍ତା ସମସ୍ତଙ୍କୁ ଘାରିଛି ।କେବଳ ସେତିକି ନୁହେଁ, ରବିବାର କିଛି ହାଟରେ ଆଳୁ କିଲୋ ପ୍ରତି ୨୫ ଟଙ୍କା ଓ ପିଆଜ ୩୦ ଟଙ୍କାରେ ବିକ୍ରି ହୋଇଛି । ଦିନକପୂର୍ବରୁ ଯେଉଁ ଆଳୁ ୨୦ ଓ ପିଆଜ ୨୫ଟଙ୍କାରେ ମିଳୁଥିଲା ତାହା ହଠାତ୍ ୫ଟଙ୍କା ଲେଖାଏଁ ବଢ଼ିଯିବା ତାଜୁବ କରିଛି । ବାତ୍ୟା ଆଳରେ କଳାବଜାରୀ ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି । ତଥାପି ରାଜସ୍ୱମନ୍ତ୍ରୀ ବାତ୍ୟା ବେଳେ କଳାବଜାରୀ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ହେଲେ କାଲିଠୁ କୋଲକାତାରୁ ଆଳୁଗାଡ଼ି ନଆସିବା ବ୍ୟବସାୟୀ ତଥା ଗୋଦାମମାଲିକଙ୍କ ଚିନ୍ତା ବଢ଼ାଇଦେଇଛି । ଯଦି ଆଗାମୀଦିନରେ ଗାଡ଼ି ନଆସେ ତେବେ ଆଳୁ ଦର ଆହୁରି ବଢ଼ିଯିବାର ଆଶଙ୍କା ଦେଖାଦେଇଛି…
ଆଜି ବଡ଼ ଠାକୁରଙ୍କ ହରିହର ବେଶ। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଏ। ଏହି ବେଶରେ ହରି (ବିଷ୍ଣୁ) ଓ ହର (ଶିବ)ଙ୍କ ଆତ୍ମୀୟତା ପ୍ରସ୍ଫୁଟିତ ହେବ |ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ବସ୍ତ୍ରରେ ଦର୍ଶନ ଦେବା ସହ ବିଭିନ୍ନ ପ୍ରକାରର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ। ତେବେ କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟା ଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡ଼ିଲେ, ରତ୍ନସିଂହାସନରେ ଅଧିଷ୍ଠିତ ବଡ଼ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି। ଚଳିତ ବର୍ଷ ଦୀପାବଳି ଅମାବାସ୍ୟା ପରେ ଆଜି ସୋମବାର ହୋଇଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜ୍ଜିତ କରାଯାଇଛି। କିନ୍ତୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ପୁଷ୍ପାଳକ ସେବକ ବଡ଼ଠାକୁରଙ୍କୁ ହରିହର…
ଦେଶରେ ମଧୁମେହ ରୋଗର ବୃଦ୍ଧିକୁ ଦୃଷ୍ଟିରେ ରଖି ରେଳ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ବନ୍ଦେ ଭାରତ ଏକ୍ସପ୍ରେସ, ରାଜଧାନୀ ଏକ୍ସପ୍ରେସ, ଶତାବ୍ଦୀ ଏକ୍ସପ୍ରେସ ଏବଂ ଦୂରନ୍ତ ଏକ୍ସପ୍ରେସ ଭଳି ପ୍ରିମିୟମ୍ ଟ୍ରେନଗୁଡ଼ିକ ଏବେ ମଧୁମେହ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ବିକଳ୍ପ ପ୍ରଦାନ କରିବ। ରେଳବାଇ ବୋର୍ଡ କହିଛି ଯେ ଏହି ନିଷ୍ପତ୍ତିର ଉଦ୍ଦେଶ୍ୟ ହେଉଛି ସେହି ଯାତ୍ରୀମାନଙ୍କୁ ସୁବିଧା ଯୋଗାଇବା ଯେଉଁମାନେ ମଧୁମେହ ଭଳି ରୋଗରେ ପୀଡିତ ଏବଂ ଯାତ୍ରା ସମୟରେ ସୁସ୍ଥ ଖାଦ୍ୟ ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରେଳବାଇ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଜାରି କରିଛି।ଆପଣ ଟିକେଟ୍ ବୁକ୍ କରିବା ସମୟରେ ମଧୁମେହ ରୋଗୀଙ୍କ ପାଇଁ ଖାଦ୍ୟ ଚାହୁଁଛନ୍ତି କି ନାହିଁ ତାହା ବାଛିପାରିବେ। ଯଦି ଆପଣ ଏହି ବିକଳ୍ପ ବାଛନ୍ତି, ତେବେ ରେଳବାଇ ଆପଣଙ୍କ ଯାତ୍ରା ସମୟରେ ସମାନ ଖାଦ୍ୟ ଯୋଗାଇବ।ରେଳବାଇ ବୋର୍ଡ ଆଶା କରିଛି…
ଏସ୍ଆରସି ପକ୍ଷରୁ କୁହାଯାଇଛି ଯେ, ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାଗୁଡ଼ିକୁ ଅଧିକ ସତର୍କ ରହିବାକୁ ହେବ । ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ । କୁଆପଥର ମାଡ଼ ଓ ବଜ୍ରପାତରୁ ନିଜକୁ ସୁରକ୍ଷା କରିବା ପାଇଁ ସୁରକ୍ଷିତ ସ୍ଥାନକୁ ଆଶ୍ରୟସ୍ଥଳୀ ଭାବେ ବାଛନ୍ତୁ । ସୁଚନା ମୁତାବକ ବାତ୍ୟା ମୋନ୍ଥା ଗୋପାଳପୁରର ଠାରୁ ୮୫୦ କିଲୋମିଟର ଏବଂ କାକିନଡ଼ା ଠାରୁ ୬୮୦ କିଲୋମିଟର ଦୂରରେ ରହିଛି । ଘଣ୍ଟା ପ୍ରତି ୧୬ କିଲେମାଟର ବୋଗରେ ଆଗକୁ ବଢ଼ୁଛି। ଆସନ୍ତା ୧୨ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହା ପରେ ଉତ୍ତରପୂର୍ବ ଦିଗ ଏବଂ ତା ପରେ ଉତ୍ତର-ଉତ୍ତରପଶମ୍ଚିମ ଦିଗରେ ଗତି କରି ସିଭିୟର ସାଇକ୍ଲୋନ ବା ଭୀଷଣ ବାତ୍ୟାରେ ପରିଣତ ହେବ । ୨୮ ତାରିଖ ସକାଳେ ସିଭିୟର ସାଇକ୍ଲୋନରେ ପରିଣତ ହେବ । ୨୮ ତାରିଖ…









