Author: sanitelevision

ନିର୍ବାଚନ ଆୟୋଗ (EC) ସୋମବାର ଅକ୍ଟୋବର ୨୭ ତାରିଖରେ ଦେଶର ବିଭିନ୍ନ ରାଜ୍ୟ ପାଇଁ ସ୍ୱତନ୍ତ୍ର (Special Intensive Revision – SIR) ଭୋଟର୍ ସଂଶୋଧନ ତାଲିକାର କାର୍ଯ୍ୟସୂଚୀ ଘୋଷଣା କରିବେ। ତେବେ ନିର୍ବାଚନ ଆୟୋଗ SIR ର ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୦ ରୁ ୧୫ ଟି ରାଜ୍ୟର ତାଲିକା ଉନ୍ମୋଚନ କରିବାର ସମ୍ଭାବନା ରହିଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ୨୦୨୬ ରେ ବିଧାନସଭା ନିର୍ବାଚନ ହେବାକୁ ଥିବା ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ, ଆସାମ ଏବଂ ପୁଡୁଚେରୀ ସାମିଲ୍ ଅଛନ୍ତି। ଏହି ଭୋଟର୍ ତାଲିକା ସଂଶୋଧନର ମୂଳ ଲକ୍ଷ୍ୟ ହେଉଛି ଜନ୍ମସ୍ଥାନ ଯାଞ୍ଚ କରି ବେଆଇନ ବିଦେଶୀ ପ୍ରବାସୀମାନଙ୍କୁ ଚିହ୍ନଟ କରିବା ଏବଂ ତାଲିକାରୁ ବାଦ୍ ଦେବା।

Read More

ବର୍ତ୍ତମାନ କନ୍ଧମାଳିଆ ଶୀତ ଓ କୁହୁଡି ଆରମ୍ଭ ହୋଇଗଲାଣି, ତେବେ ମଝିରେ ମଝିରେ ଲଘୁଚାପ ଜନିତ ବର୍ଷା ଯୋଗୁ କୁହୁଡି ଓ ଶୀତ ଛୁଇଁବାରେ ବିଳମ୍ବ ହୋଇଛି। ଶୀତର ମଜା ନେବାକୁ ଆସୁଥିବା ପର୍ଯ୍ୟଟକ ମାନେ ପ୍ରକୃତ ଶୀତକୁ ଅନୁଭବ କରି ନ ପାରି ନିରାଶ ହେଉଥିବା ଦେଖିବାକୁ ମିଳୁଛି । କିନ୍ତୁ ଆଗାମୀ ଦିନରେ ପ୍ରବଳ ଶୀତ ସହ ଘନ କୁହୁଡି ହେବାର ଆଶା କରାଯାଉଛି l ଓଡିଶାର କାଶ୍ମୀର ଓ କନ୍ଧମାଳ ପର୍ଯ୍ୟଟନ ର କେନ୍ଦ୍ରସ୍ଥଳୀ କୁହାଯାଉଥିବା ଦାରିଙ୍ଗବାଡ଼ିକୁ ଆକର୍ଷଣ କରୁଥିବା ଇକୋ ରିଟ୍ରିଟ୍‌ ଆସନ୍ତା ନଭେମ୍ବର ୧୫ ତାରିଖରେ ଖୋଲିବାକୁ ନିଷ୍ପତ୍ତି ହୋଇଛି l ଗତ ୪ ବର୍ଷ ହେଲା ଆରମ୍ଭ ହୋଇଥିବା ଏହି ଇକୋ ରିଟ୍ରିଟ୍‌ ଜରିଆରେ ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ପଞ୍ଚ ତାରକା ହୋଟେଲର ବ୍ୟବସ୍ଥା କରାଯିବା ସହ ପ୍ରତିଦିନ ସନ୍ଧ୍ୟା ରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ…

Read More

ଆନ୍ଧ୍ର ବସ୍‌ ପୋଡ଼ିରେ ୨୦ ଜୀବନ୍ତ ଦଗ୍ଧ ଘଟଣାରେ ଟ୍ବିଷ୍ଟ । ବସ୍‌ଟି ରାୟଗଡ଼ା RTOରେ ପଞ୍ଜୀକରଣ ହୋଇଥିବା ସ୍ପଷ୍ଟ। କେଉଁ ପରିସ୍ଥିତିରେ ବସ୍‌ଟି ହାଇଦ୍ରାବାଦରୁ ବେଙ୍ଗାଳୁରୁ ଚାଲିଥିଲା ଅସ୍ପଷ୍ଟ। ରାୟଗଡ଼ା RTOକୁ ତଦନ୍ତ ପାଇଁ କୁହାଯାଇଛି କହିଲେ ଜିଲ୍ଲାପାଳ । ତେବେ ହାଇଦ୍ରାବାଦର ଏହି ବସ୍‌ ପୋଡ଼ିରେ ଜଳି ଯାଇଛନ୍ତି ଓଡ଼ିଆ ଯୁବକ । ତାଙ୍କ ଘର ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ଅମ୍ବାଦଳା ଗାଁରେ ।ମୃତ ଯୁବକ ହେଲେ କେ. ଦୀପକ କୁମାର । ସେ ଆଇଟି ସେକ୍ଟରରେ କାମ କରିବା ପାଇଁ ବସ୍‌ ଯୋଗେ ୨୩ ତାରିଖ ଦିନ ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିଲେ । ଆଉ ଦୁର୍ଭାଗ୍ୟବସତଃ ଦୁର୍ଘଟଣା ଘଟି ବସରେ ଅଗ୍ନିକାଣ୍ଡ ହୋଇଥିଲା । ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଆଜି ତାଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଡିଏନ୍‌ଏ ଟେଷ୍ଟ ପରେ କେ. ଦୀପକ କୁମାର ମୃତ୍ୟୁ ବରଣ କରିଥିବା…

Read More

ଛତିଶଗଡ଼ର ଜଶପୁର ଜିଲ୍ଲାର ଛୋଟିଆ ଗାଁ କେସରା । ଗାଁର ଚାଷୀ ବଜରଙ୍ଗ ରାମ ଭଗତ । ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ। ଦିନେ ବଜରଙ୍ଗ ହଠାତ୍ ବସ୍ତା ଧରି ପହଞ୍ଚିଥିଲେ ଶୋ ରୁମ୍‌ରେ । ବସ୍ତାରେ ଥିଲା ପୁଳା ପୁଳା ୧୦ ଓ ୨୦ ଟଙ୍କିଆ କଏନ । ଶୋ ରୁମ୍ କର୍ମଚାରୀ ବି ତାଙ୍କୁ ଦେଖି ହୋଇପଡିଥିଲେ ତାଟକା । ଟଙ୍କା ନିଅ ମୋତେ ସ୍କୁଟର ଖଣ୍ଡିଏ ଦିଅ କହିଥିଲେ ବଜରଙ୍ଗ । କିଛି କର୍ମଚାରୀ ଏକାଠି ହୋଇ ଲାଗି ପଡିଥିଲେ ଟଙ୍କା ଗଣିବାରେ । ଟଙ୍କା ଗଣିବାକୁ ପାଖାପାଖି ଲାଗିଥିଲା ୩ ଘଣ୍ଟା । ଶେଷରେ କଏନ ହୋଇଥିଲା ୪୦ ହଜାର କିନ୍ତୁ ବାକି ଟଙ୍କା ଦେଇଥିଲେ ନୋଟ୍ ଆକାରରେ । ବଜରଙ୍ଗ ରାମ ଭଗତ ଓ ତାଙ୍କ ଝିଅ ଚମ୍ପା ସ୍କୁଟର ଆଣି ଘରକୁ ଆସିଲେ । ଓଳିଏ ଖାଇ ଓଳିଏ ଉପାସ ରହିଛି…

Read More

ବିଶିଷ୍ଟ ବଲିଉଡ ଅଭିନେତା ସତୀଶ ଶାହଙ୍କର ପରଲୋକ ହୋଇଯାଇଛି। । 74 ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ସେ କିଡ଼ନୀ ରୋଗରେ ପୀଡିତ ଥିଲେ । ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବଇର ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ମୃତ୍ୟୁରେ ବଲିଉଡ ତଥା ଅଭିନୟ ଜଗତରେ ଶୋକର ଛାୟା ଖେଳିଯାଇଛି। ଜଣେ ପ୍ରଖ୍ୟାତ ହାସ୍ୟ ଅଭିନେତା ଭାବେ ବଲିଉଡରେ ତାଙ୍କର ଏକ ଭିନ୍ନ ପରିଚୟ ରହିଥିଲା ।ସତୀଶ ଶାହ ୨୫ ଜୁନ୍ ୧୯୫୧ରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ । ସେ ଏକ କୁଚ୍ଛି ଗୁଜରାଟୀ ପରିବାରରୁ ଆସିଛନ୍ତି । ଶାହ ୧୯୭୮ ମସିହାରେ ଅରବିନ୍ଦ ଦେଶାଇ କି ଆଜିବ ଦାସ୍ତାନ ସହିତ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ କରିଥିଲେ । ୧୯୮୩ ମସିହାରେ ବ୍ୟଙ୍ଗ ଚଳଚ୍ଚିତ୍ର ଜାନେ ଭି ଦୋ ୟାରୋରେ ମ୍ୟୁନିସିପାଲ କମିଶନର ଡି’ମେଲୋ ଭୂମିକା ପାଇଁ ସେ…

Read More

ମରିସସରୁ ଓଡ଼ିଶା ଆସି ପୂର୍ବପୁରୁଷଙ୍କ ଜନ୍ମସ୍ଥାନ ଖୋଜୁଛନ୍ତି ମରିସସର ରାମରୁଜ ଜଗୁରନାଥ । ଏହାରି ଭିତରେ ସେ ଯାଜପୁର ବୈତରଣୀକୁ ଯାଇ ସିଦ୍ଧେଶ୍ବର ଘାଟରେ ଅସ୍ଥି ବିସର୍ଜନ କରି ପିଣ୍ଡଦାନ କରିଛନ୍ତି । ମରିସସରେ ରହୁଥିବା ରାମରୁଜ ଜଗୁରୁନାଥ ତାଙ୍କ ପୂର୍ବଜ ଓଡିଶାର ଯାଜପୁର ଜିଲ୍ଲାରୁ ମରିସସକୁ ପଳାଇଥିବା ବିଶ୍ବାସ କରନ୍ତି । ସେଥିପାଇଁ ସେ ଧାଇଁ ଆସିଛନ୍ତି ବିରଜା କ୍ଷେତ୍ର ଯାଜପୁରକୁ । ଆଜି ଜିଲ୍ଲାର ବ୍ରାହ୍ମଣ ବାଡ ଅଞ୍ଚଳ ସମେତ ଅନ୍ୟାନ୍ୟ ଅଞ୍ଚଳ ଗସ୍ତ କରି ସେମାନଙ୍କ ପୁର୍ବଜ ସମ୍ପର୍କ ରେ ପଚାରି ବୁଝିଥିଲେ। ପ୍ରଥମ ଦିବସରେ ସେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସହ କ୍ଷେତ୍ରେଶ୍ବରୀ ମା ବିରଜାଙ୍କ ଦର୍ଶନ କରିଛନ୍ତି । ଆଉ ବିଭିନ୍ନ ମଠମନ୍ଦିର ବୁଲି ଦିଅଁଦେବତାଙ୍କୁ ଦର୍ଶନ କରିଛନ୍ତି । ରାମରୁଜ ଜଗୁରନାଥ ଏଠାରେ ପ୍ରାୟ ୮ ଦିନ ରହି ଗାଁ ରେକର୍ଡ, ପରିଚୟ ପତ୍ର ଓ ପୁରୁଣା ସୂଚନା ଖୋଜିବେ । ଏହା…

Read More

ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ । ଗୁରୁତର ଅବସ୍ଥାରେ ଏମସ ଭେଣ୍ଟିଲେଟରରେ ଥିଲେ । ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଅଭିଜିତ । କୋମାରେ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାର । ଅଭିଜିତଙ୍କର ମସ୍ତିଷ୍କ ଏବେ ବି କାମ କରୁନାହିଁ । ୪ ସେପ୍ଟେମ୍ବରରୁ ଭୁବନେଶ୍ୱରର ଏମ୍ସରେ ସେ ଭର୍ତି ହୋଇଛନ୍ତି । ବାରମ୍ବାର ତାଙ୍କର ସ୍ୱାସ୍ଥ୍ୟ ବିଗୁଡିଛି । ଯାହାକୁ ନେଇ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିବା ପାଇଁ ପଡୁଛି । ତାଙ୍କର ଅବସ୍ଥା ଟିକେ ସୁଧାର ଆସିଛି । ତେଣୁ ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଥିବା ଖବର ଆସୁଛି ।

Read More

ଲଭ୍‌-ସେକ୍ସ ଧୋକ୍କା ଅଭିଯୋଗରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଡିଜିଏମ (ଅପରେସନ) ଗିରଫ। ଏୟାର ହୋଷ୍ଟେସଙ୍କ ସହ ୪ ବର୍ଷ ହେବ ସମ୍ପର୍କରେ ଥିଲେ। ବିବାହର ପ୍ରତିଶୃତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିଥିଲେ। ଖାଲି ଏତିକି ନୁହେଁ ଶାରୀରିକ ସମ୍ପର୍କ ରଖି ଗର୍ଭପାତ କରାଇଥିଲେ। ଦୀପାବଳି ଦିନ ଏୟାରପୋର୍ଟ ଥାନାରେ ପ୍ରତାରଣା ଅଭିଯୋଗ କରିଥିଲେ ଘରୋଇ ଏୟାରଲାଇନ୍ସର ଜଣେ ଯୁବତୀ । ଏୟାରପୋର୍ଟ ଥାନାର କେସ୍ ନମ୍ବର ୩୭୦/୨୫ରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Read More

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ବାତ୍ୟା ସମୀକ୍ଷା କରି କହିଛନ୍ତି ,ବିଶେଷ କରି ଦକ୍ଷିଣାଞ୍ଚଳ ଓ ଉପକୂଳ ଜିଲ୍ଲାରେ ପ୍ରଭାବ ପଡିପାରେ । ଯଦି ବି ବାତ୍ୟା ଦିଗ ପରିବର୍ତ୍ତନ କରେ ତାହେଲେ ବି ପ୍ରସ୍ତୁତ । ସରକାର ଲୋକମାନଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରିବା ଆରମ୍ଭ କରିଛନ୍ତି। ଯେଉଁମାନେ ଆବଶ୍ୟକ କରୁଛନ୍ତି ସେମାନଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି। ସରକାର ନାଗରିକମାନଙ୍କୁ ରିଲିଫ୍ କ୍ୟାମ୍ପରେ ରହିବା ଏବଂ କୌଣସି ଗୁଜବରେ ଧ୍ୟାନ ନ ଦେବାକୁ ଅନୁରୋଧ କରିଛନ୍ତି। ତେବେ ଅକ୍ଟୋବର ୨୬ ତାରିଖ ଠାରୁ ୨୯ ପର୍ଯ୍ୟନ୍ତ ସମୁଦ୍ର ଅସ୍ଥିର ରହିବ । ସମ୍ଭାବିତ ବାତ୍ୟା ସମୟରେ ଅକ୍ଟୋବର ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟା ପିଛା ୩୫ରୁ ୬୦ କିମି ରହିବ। ଏହା ଘଣ୍ଟା ପିଛା ସର୍ବାଧିକ ୭୦କିମି ହୋଇପାରେ । ପୁରୀ, ଖୋର୍ଦ୍ଧା, ଗଞ୍ଜାମ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା,ବଲାଙ୍ଗୀର, ବୌଦ୍ଧ,…

Read More

ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ଘଟଣା। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏହା ଘଟିଛି।ଦୁଇ ନାବାଳିକାଙ୍କ ମଧ୍ୟରୁ ଜଣେ ଅଷ୍ଟମ ଓ ଜଣେ ନବମ ଶ୍ରେଣୀରେ ପଢୁଥିବା ଜଣାପଡିଛି।ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପୋଲିସ ପଚରାଉଚରା କରୁଛିା ଦୁଇ ଅଭିଯୁକ୍ତ ହେଲେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ପୂର୍ଣ୍ଣଚନ୍ଦ୍ରପୁର ଅଞ୍ଚଳ। ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।ଘଟଣାରେ ସାତରୁ ଆଠ ଜଣ ସଂପୃକ୍ତ ଥିବା ଲିଖିତ ଅଭିଯୋଗ ହୋଇଛି ।

Read More