Author: sanitelevision

ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଏହାକୁ ନେଇ ନଗର ଉନ୍ନୟନ ବିଭାଗର ପ୍ରସ୍ତୁତି । ସମସ୍ତ ସହରାଞ୍ଚଳରେ ଜରୁରୀକାଳୀନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଛୁଟି ବାତିଲ ଛୁଟି ବାତିଲ କରାଯାଇଛି । ଏହାସହିତ ଅଧିକାରୀଙ୍କୁ ଷ୍ଟେସନ ନଛାଡିବାକୁ ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି ।ସେ ଆହୁରି ମଧ୍ୟ କହିଛନ୍ତି ଯେ, ସମସ୍ତ ସହରାଞ୍ଚଳଗୁଡ଼ିକରେ ଥିବା ଓ୍ୱାଟର ଲଗିଂ ଜାଗାକୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ଆଲର୍ଟରେ ରଖାଯିବ । ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ମହଜୁଦ ରଖିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓ୍ୱାଟର ସପ୍ଲାଏ ଏବଂଡିଜି ସେଟ୍‌କୁ ପ୍ରସ୍ତୁତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଉକ୍ତ ବୈଠକରେ ବିଭାଗୀୟ ଅଧିକାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ଜିଲାପାଳମାନେ ଉପସ୍ଥିତ…

Read More

ନିର୍ବାଚନରେ ଏଆଇ ଫଟୋ ଓ ଭିଡିଓ ଅପବ୍ୟବହାର ଉପରେ ଲାଗିବ ରୋକ୍, ଆଡଭାଇଜରୀ ଜାରି କଲେ ଇସି । ଭାରତୀୟ ନିର୍ବାଚନ କମିଶନ(ECI) ଶନିବାର ସମସ୍ତ ଜାତୀୟ ଏବଂ ରାଜ୍ୟ-ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକୁ କଡ଼ା ପରାମର୍ଶ ଜାରି କରିଛନ୍ତି । ସେମାନଙ୍କୁ ନିର୍ବାଚନ ପ୍ରଚାରରେ ବ୍ୟବହୃତ ଏଆଇ-ପରିବର୍ତ୍ତିତ ଚିତ୍ର, ଅଡିଓ ଏବଂ ଭିଡିଓଗୁଡ଼ିକୁ ସ୍ପଷ୍ଟ ଭାବରେ ଲେବଲ୍ କରିବାକୁ ଏବଂ ତୁରନ୍ତ ହଟାଇବାକୁ କହିଛନ୍ତି । ଏହି ନିର୍ଦ୍ଦେଶନାମା ନେଇ ଇସି ଏକ୍ସରେ ପୋଷ୍ଟ କରିଛି ।ନିର୍ବାଚନ କମିଶନ କହିଛନ୍ତି ଯେ, ଏପରି ନକଲି କୃତ୍ରିମ ତଥ୍ୟ ଦ୍ୱାରା ସୃଷ୍ଟି ହୋଇଥିବା ବିଷୟବସ୍ତୁ “ନିର୍ବାଚନ କ୍ଷେତ୍ରରେ ସମାନତାକୁ ଉଲ୍ଲଂଘନ କରୁଛି, ସମସ୍ତ ରାଜନୈତିକ ଦଳ ପାଇଁ ନିରପେକ୍ଷ ଏବଂ ସମାନ ପରିବେଶକୁ ବାଧା ଦେଉଛି, ଯାହା ନିର୍ବାଚନ ସମୟରେ ରାଜନୈତିକ ପ୍ରଚାରର ଅଖଣ୍ଡତା ବଜାୟ ରଖିବା ପାଇଁ ଜରୁରୀ ।”

Read More

କମ୍ପିଲାଣି ନୂଆପଡ଼ା ବ୍ୟାଟଲ ଗ୍ରାଉଣ୍ଡ । ଜୋର ଧରୁଛି ପ୍ରଚାର । ନୂଆପଡ଼ା ବିଧାନସଭା ଉପନିର୍ବାଚନ ରଣାଙ୍ଗନରେ ଅଛନ୍ତି ୧୪ ପ୍ରାର୍ଥୀ । ଗତକାଲି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନରେ ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ନୂଆପଡା ଦେଖିବ ମହାଯୋଦ୍ଧାଙ୍କ ମହାଲଢେଇ। ଗ୍ରାଉଣ୍ଡକୁ ଓହ୍ଲାଇଲେଣି ସବୁ ଦଳର ମହାଯୋଦ୍ଧା । ତେବେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ନିର୍ବାଚନ ପ୍ରତୀକ ପ୍ରଦାନ କରାଯାଇଛି । ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପ୍ରକାଶ ବିନ୍ଦୁଙ୍କ ଉପସ୍ଥିତିରେ ଆର୍ ଓ ତଥା ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ ପ୍ରତୀକ ପ୍ରଦାନ କରିଛନ୍ତି । ଇଣ୍ଡିଆନ୍ ନେସନାଲ କଂଗ୍ରେସ ଦଳର ଘାସିରାମ ମାଝୀଙ୍କୁ ହାତ ଚିହ୍ନ , ଭାରତୀୟ ଜନତା ପାର୍ଟି ଜୟ ଢୋଲକିଆଙ୍କୁ ପଦ୍ମଫୁଲ , ବିଜୁ ଜନତା ଦଳ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଶଙ୍ଖ, ସମାଜବାଦୀ ପାର୍ଟି ରମାକାନ୍ତ ହାତୀଙ୍କୁ ସାଇକଲ, ଓଡ଼ିଶା ଜନତା ପାର୍ଟିର ଶୁକଧର ଦଣ୍ଡସେନାଙ୍କୁ…

Read More

ମା’ର ରୋଗ ଯନ୍ତ୍ରଣା ସହି ନପାରି ବୁର୍ଲା ପାୱାର କେନାଲକୁ ଡେଇଁ ପଡ଼ିଥିଲେ ଯୁବକ। ଚିପିଲିମା ପାୱର ହାଉସ୍ ନିକଟସ୍ଥ କେନାଲରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ। ମାଆ କର୍କଟ ରୋଗରେ ପିଡୀତ ହୋଇ ନେଫ୍ରୋଲୋଜି ବିଭାଗରେ ଜୀବନ ସହ ସଂଗ୍ରାମ କରୁଛନ୍ତି। ସୂଚନାନୁଯାୟୀ, ବଲାଙ୍ଗିର ଜିଲ୍ଲା ମହାଲକ୍ଷ୍ମୀନଗର ପଡ଼ାର ସୌରଭ ସମ୍ବିତ ତ୍ରିପାଠୀ କର୍କଟ ଆକ୍ରାନ୍ତ ମା’ଙ୍କୁ ବୁର୍ଲା ଭିମସାରରେ ଭର୍ତ୍ତି କରିଥିଲେ। ରୋଗ ବଢ଼ିଯାଇଥିବା ବେଳେ ମା’ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ସୌରଭ ହସ୍ପିଟାଲରେ ରହି ପୁଅ ମା’ର ସେବା କରୁଥିଲେ । ମାତ୍ର ଦିନକୁ ଦିନ ଯନ୍ତ୍ରଣାରେ ସେ ଅଧିକ ଛଟପଟ ହେଲେ । ଏହା ସହି ନ ପାରି ସୌରଭ ମା’ଙ୍କ ମୋବାଇଲକୁ ଗତ ଅକ୍ଟୋବର ୨୨ ତାରିଖରେ ହୃଦୟ ବିଦାରକ ମେସେଜ୍‌ ପଠାଇଥିଲେ । “ମାଆ ମୁଁ ତୁମ ଦୁଃଖ ଦେଖି ପାରୁନି ବୁର୍ଲା କେନାଲକୁ ଡେଇଁ ମୋ ଜୀବନ ହାରିବି…

Read More

ଓଡ଼ିଶାରେ ନୂଆ ଗତି ପାଇବ ପର୍ଯ୍ୟଟନ କ୍ଷେତ୍ର । ପୁରୀରେ ପ୍ରତିଷ୍ଠା ହେବ ସମୁଦ୍ର ପର୍ଯ୍ୟଟନ ଟର୍ମିନାଲ । ଯାତ୍ରୀଙ୍କୁ ନିଆରା ଜଳଯାତ୍ରାର ଅନୁଭୁତି ଦେବ ସୌଖିନ କୃଜ ଜାହାଜ । ପୁରୀରୁ ଯିବେ ପାରାଦୀପ, ଦୀଘା, ବିଶାଖାପାଟଣା, ଆଣ୍ଡାମାନ୍ ନିକୋବର। ଆସନ୍ତା ୨୭ ରୁ ୩୧ ମେରି ଟାଇମ୍ ୱିକ୍ ବେଳେ ପାରାଦୀପ ବନ୍ଦର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ହେବ MOU । ପୂର୍ବରୁ କେନ୍ଦ୍ର ବନ୍ଦର ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ସହ ଆଲୋଚନା କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ।ପୁରୀରୁ ରାଜ୍ୟ ଓ ରାଜ୍ୟ ବାହାରକୁ ଯାତ୍ରୀଙ୍କୁ ନେଇ ଏହି ଘରୋଇ ଜାହାଜ ଚଳାଚଳ କରିବ । ପୁରୀର ବ୍ରହ୍ମଗିରିରୁ ସାତପଡ଼ା ମଧ୍ୟରେ ଏହି ଯାତ୍ରୀବାହୀ ଜାହାଜ ଚଳାଚଳ କେନ୍ଦ୍ର ପ୍ରତିଷ୍ଠା ହେବ। ପର୍ଯ୍ୟଟନ ସ୍ଥଳକୁ ଆହୁରି ବଳ ଦେବାକୁ ସରକାର ଯୋଜନା କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ପ୍ରକଳ୍ପର ଭିତ୍ତିଭୂମି ପୁରୀରେ, ଦ୍ୱିତୀୟ ପର୍ଯ୍ୟାୟରେ ପାରାଦୀପ ଠାରେ ବିକଶିତ…

Read More

ଆସନ୍ତା ନଭେମ୍ବର ମାସ ୧ ତାରିଖ ଠାରୁ ସାରା ଦେଶରେ ବ୍ୟାଘ୍ର ଗଣନା । ବନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ଅତ୍ୟାଧୁନିକ ପଦ୍ଧତିରେ ହେବ ବ୍ୟାଘ୍ର ଗଣନା । ଏନେଇ ତାଲିମ ନେଉଛନ୍ତି ବନ ବିଭାଗ କର୍ମଚାରୀ । ଅନୁଗୋଳ ବନଖଣ୍ଡରେ ଥିବା ୬ଟି ବନାଞ୍ଚଳରେ ପର୍ଯ୍ୟାୟ କ୍ରମେ ତାଲିମ ଦିଆଯିବ । ଏହି କାର୍ଯ୍ୟକ୍ରମ ଜରପଡା ବନାଞ୍ଚଳରୁ ଆରମ୍ଭ ହୋଇଛି ।ସାରା ଦେଶରେ ପ୍ରତି ୪ବର୍ଷରେ ଥରେ ବାଘ ଗଣନା କାର୍ଯ୍ୟକ୍ରମ କରାଯାଏ । ଚଳିତ ବର୍ଷ ନଭେମ୍ବର ୧ ତାରିଖ ଠାରୁ ଏହି ଗଣନା ଆରମ୍ଭ ହେବ । ବର୍ତ୍ତମାନ ସମୟରେ ବାଘ ଗଣନା କାର୍ଯ୍ୟକ୍ରମ ଅତ୍ୟାଧୁନିକ ପଦ୍ଧତିରେ କରାଯାଉଛି । ଏନେଇ ସମସ୍ତ କର୍ମଚାରୀ ମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦିଆ ଯାଉଛି ।ପ୍ରତି ବନାଞ୍ଚଳରେ ଥିବା ବିଟ ହାଉସ, ସେକ୍ସନ ଏବଂ ସ୍କ୍ୱାର୍ଡ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି । ବିଶେଷଜ୍ଞମାନେ ଆସି…

Read More

ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଘନୀଭୂତ ହୋଇ କାଲି ଗଭୀର ଅବପାତର ରୂପ ନେବ।୨୭ ତାରିଖ ସକାଳେ ବାତ୍ୟାର ରୂପ ନେବ ବୋଲି ଜଣାପଡିଛି। ତେବେ ଆଇଏମଡିର ପୂର୍ବାନୁମାନ କହୁଛି ବାତ୍ୟା ହେଲେ ଓଡ଼ିଶାରେ କମ୍, ଆନ୍ଧ୍ର ଉପରେ ଅଧିକ ପ୍ରଭାବ ରହିବ। ୨୭ରୁ ୨୯ ଯାଏଁ ରାଜ୍ୟରେ ବର୍ଷା ହେବ। ଦକ୍ଷିଣ ଓ ଉପକୂଳରେ ବେଶି ବର୍ଷିବ। ଓଡ଼ିଶା ଉପକୂଳରେ ୨୮ ଓ ୨୯ରେ ପବନର ବେଗ ୫୦ ରୁ ୬୦ କିମି ରହିବ। ୭୦ କିମି ବେଗରେ ଝଟ୍‌କା ପବନ ବହିବ। ଏଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।ଶନିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ନବରଙ୍ଗପୁର ଜିଲାରେ ପ୍ରବଳ ବର୍ଷା ନେଇ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ଏହିସବୁ ଜିଲା…

Read More

ଆଗକୁ ଆସୁଛି ଅଲିଭ ରିଡ଼ଲେ କଇଁଛଙ୍କର ପ୍ରଜନନ ଋତୁ । ସମୁଦ୍ରରେ ମାଛ ଧରିବା ନେଇ ଲାଗିବ କଟକଣା । ଆସନ୍ତା ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା । ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡରେ ଯେପରି କଇଁଛ ମୃତ୍ୟୁ ନହୁଏ, ଏନେଇ ଅଣ୍ଟା ଭିଡ଼ିଛି ପ୍ରଶାସନ । ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ପୁରୀ ଦେବୀ ନଦୀ ଓ କେଳୁଣି ନଦୀ ମୁହାଣରୁ ୫ କିଲୋମିଟର ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ଏହି ଅଞ୍ଚଳରେ କୌଣସି ଡଙ୍ଗା, ଟ୍ରଲର ଆଦି ଚଳାଚଳ ପାଇଁ ଅନୁମତି ଦିଆଯାଇନାହିଁ । ସମୁଦ୍ରକୂଳରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଟ୍ରଲର ଚଳାଚଳ ସଂପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ହେଲେ କେତେକ ଟ୍ରଲର ଚାଳକ ଏହି ନିୟମ ଉଲଘଂନ କରି ନିଷିଦ୍ଧ ଅଞ୍ଚଳରେ ମାଛ ମାରୁଥିବାରୁ ଅନେକ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହେଉଛି…

Read More

କେନ୍ଦ୍ର ସରକାର ଭାରତ ଟ୍ୟାକ୍ସି ନାମକ କ୍ୟାବ୍ ସେବା ଆରମ୍ଭ କରିବାକୁ ଯାଉଛନ୍ତି ।ଏହା ନଭେମ୍ବରରେ ଦିଲ୍ଲୀରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହେବ, ଯେଉଁଥିରେ ୬୫୦ ଜଣ ଡ୍ରାଇଭର ଅଛନ୍ତି। ଏହା ଦିଲ୍ଲୀ ପରେ ଅନ୍ୟ ରାଜ୍ୟକୁ ବିସ୍ତାରିତ ହେବ। ମହିଳା ଡ୍ରାଇଭରଙ୍କ ସମେତ ଦେଶବ୍ୟାପୀ ପାଞ୍ଚ ହଜାର ଡ୍ରାଇଭର ଏହି ଯୋଜନାରେ ଯୋଗଦେବେ। ଓଲା ଏବଂ ଉବର ଭଳି ଘରୋଇ କମ୍ପାନୀଗୁଡ଼ିକ ବର୍ତ୍ତମାନ ଟ୍ୟାକ୍ସି ସେବା କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି। ତଥାପି, ସେମାନଙ୍କର ସୁରକ୍ଷା ନେଇ ଅନେକ ସମୟରେ ଚିନ୍ତା ଦେଖାଦେଇଛି, ଯାହା ଫଳରେ ସରକାର ଦେଶରେ ଏକ ସ୍ବୟଂ-ନିରୀକ୍ଷଣ ଟ୍ୟାକ୍ସି ସେବା ଆରମ୍ଭ କରିଛନ୍ତି।କେନ୍ଦ୍ର ସରକାରଙ୍କ ସହଯୋଗ ମନ୍ତ୍ରଣାଳୟ ଓ ନ୍ୟାସନାଲ୍ ଇ-ଗଭର୍ଣ୍ଣାସ୍ ଡିଭିଜନ ମିଳିତ ଭାବେ ଏହି ଆପ୍ଲିକେସନ୍ ପ୍ରସ୍ତୁତ କରିଛନ୍ତି । ଏହାକୁ ସହକାର ଟ୍ୟାକ୍ସି କୋଅପରେଟିଭ୍ ଲିମିଟେଡ୍ ପରିଚାଳନା କରିବ । ସରକାର ଏହି ସଂସ୍ଥା ସହ ଚୁକ୍ତି ସ୍ଵାକ୍ଷର କରିଛନ୍ତି…

Read More

ଭୁବନେଶ୍ୱରରେ ସେକ୍ସ ରାକେଟ ଠାବ ଘଟଣା । ଉଦ୍ଧାର ଝାଡ଼ଖଣ୍ଡ ନାବାଳିକାଙ୍କ ପାଇଁ ଭୁବନେଶ୍ୱରରେ ପହଞ୍ଚିଲା ଝାଡ଼ଖଣ୍ଡର ଶିଶୁ ଆୟୋଗର ସ୍ଵତନ୍ତ୍ର ଟିମ୍ । ଝାଡ଼ଖଣ୍ଡ ଚାଇଲଡ କମିସନଙ୍କ ୩ ଜଣ JSCPCR( Jhadkhand state commision for protection of chlid rights ) ସଦସ୍ୟ ଓ ଓଡିଶା ଚାଇଲଡ କମିସନ ମେମ୍ବର ସୁଜାତା ନାୟକ ଓ କ୍ୟାପିଟାଲ ଥାନା ପୁଲିସ ସହ ଗୁରୁତ୍ୱପୂର୍ଣ ଆଲୋଚନା କରିଛନ୍ତି। ଏହି ଟିମ୍‌ ନାବାଳିକା ରହୁଥିବା ସ୍ବଧାରଗୃହକୁ ଯାଇ ପଚରାଉଚୁରା କରିଛନ୍ତିI ନାବାଳିକା ପୀଡ଼ିତାଙ୍କ ବୟାନ ରେକେର୍ଡ କରିବା ସହ ଝାଡ଼ଖଣ୍ଡ ଟିମ ସମସ୍ତ ରେକର୍ଡ କ୍ୟାପିଟାଲ ଥାନା ପୁଲିସ ଠାରୁ ନେଇଥିବା ସୂଚନା ମିଳିଛି Iଲକ୍ଷ୍ମୀସାଗର ସେକ୍ସ ରାକେଟ ମାମଲାରେ ଏବେ ସୁଦ୍ଧା ୪ ଜଣଙ୍କୁ ଗିରଫ କରି ଖୋଳତାଡ଼ କରୁଛି କ୍ୟାପିଟାଲ ଥାନା ପୋଲିସ । ବିଭିନ୍ନ ପ୍ରକାର ନମୁନା ସଂଗ୍ରହ ସହ ଘରେ ଛାନଭିନ୍ କରୁଛି ସାଇଣ୍ଟିଫିକ୍ ଟିମ୍…

Read More