Author: sanitelevision

ଖାଦ୍ୟରେ ବିଷକ୍ରିୟା! ଏଥିଯୋଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି ପୂର୍ବତନ ମନ୍ତ୍ରୀ ପଦ୍ମିନୀ ଦିଆନ୍‌ । ତାଙ୍କ ସମେତ ପରିବାରର ୪ଜଣ ଗୁରୁତର ହୋଇଥିଲେ । ସେମାନଙ୍କ ମଧ୍ୟରୁ ପଦ୍ମିନୀଙ୍କ ନଣନ୍ଦ ପାର୍ବତୀ ମାଝୀ(୨୮)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଜୟପୁରରେ ଥିବା ଜିଲ୍ଲା ହସ୍ପିଟାଲ୍‌ରେ ଦେହାନ୍ତ ହୋଇଯାଇଛି। ପଦ୍ମିନୀ ଏବଂ ଅନ୍ୟ ୨ଜଣ ମହିଳାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଛି । ରିପୋର୍ଟ ଅନୁସାରେ, ଜଗଦଲପୁରରୁ ଫେରିଥିବା ପରିବାର ସଦସ୍ୟମାନେ ପଦ୍ମିନୀ ଏବଂ ତିନି ଜଣ ମହିଳାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ଦେଖି ତୁରନ୍ତ ସେମାନଙ୍କୁ କୋଟପାଡ଼ର କମ୍ୟୁନିଟି ହେଲ୍ଥ ସେଣ୍ଟରକୁ ନେଇଯାଇଥିଲେ । ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ଜୟପୁରର ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ (DHH)କୁ ସ୍ଥାନାନ୍ତର କରାଯାଇଥିଲା । ପଦ୍ମିନୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ, ତାଙ୍କୁ ବିଶାଖାପାଟଣାର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ଦୁଇ ମହିଳାଙ୍କର ଚିକିତ୍ସା ଜୟପୁରର…

Read More

ପାରାଦୀପ ବନ୍ଦରରେ ଥିବା ଏକ ଜାହାଜ ଏମ୍‌.ଭି. ମ୍ୟାଗ୍‌ନେଟ୍‌ ଟିମ୍‌କୁ ଗିରଫ କରିବା ପାଇଁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଜାହାଜ ଉପରେ ୨କୋଟି ୧୧ଲକ୍ଷ ୮୨ ହଜାର ୬୫୬ଟଙ୍କା ବକେୟା ରହିଛି ।ସିଲକ ରୋଡ଼ ସିପିଂ ଆଣ୍ଡ ଚାଟରିଂ ଲିମିଟେଡ଼ ପକ୍ଷରୁ ଏମଭି ମାଗନେଟ ଟିମ ବରୋଧରେ ହାଇକୋର୍ଟରେ ଏହି ମାମଲା ହୋଇଛି। ଗିରଫ ନିର୍ଦ୍ଦେଶ ସହ ଏମଭି ମାଗନେଟ ଟିମକୁ ହାଇକୋର୍ଟ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି । ଡିସେମ୍ବର ୧ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଏହି ଜାହାଜ ରୁଷିଆରୁ କୁକିଙ୍ଗ କୋଲ ନେଇ ପାରାଦୀପ ଆସିଥିଲା। ତେବେ ଜାହାଜରେ ଯଦି କୌଣସି ସାମଗ୍ରୀ ଥାଏ ତାହେଲେ ଏହାକୁ ଅନ୍‌ଲୋଡ୍‌ କରିବାରେ ଏହି ମାମଲା କୌଣସି ଅନ୍ତରାୟ ସୃଷ୍ଟି କରିବନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଅଦାଲତଙ୍କ ଏହି ଆଦେଶ କପିକୁ ଆବେଦନକାରୀ ପ୍ରତିପକ୍ଷଙ୍କୁ ଫ୍ୟାକ୍ସ, ଇ-ମେଲ୍‌ କିମ୍ବା…

Read More

ଭୁବନେଶ୍ୱର ମଞ୍ଚେଶ୍ୱରସ୍ଥିତ ନୂଆ ବାଲିଯାତ୍ରା ପଡିଆ ଠାରେ ଆୟୋଜିତ ଛଠ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ଧର୍ମପତ୍ନୀ ଯୋଗଦେଇଥିଲେ । ଭୁବନେଶ୍ବର ଓ ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟ ମହିଳା କୂଆଖାଇ ନଦୀରେ ସୂର୍ଯ୍ୟଦେବତାଙ୍କୁ ପୂଜା କରିଛନ୍ତି । ମୁଖ୍ୟମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ସାମିଲ ହୋଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି । କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଏହି ପୂଜା କରାଯାଏ। ପରିବାରର ସୁଖ, ଶାନ୍ତି କାମନା କରି ପୂଜା କରିଥାନ୍ତି ମହିଳା ।ଛଠ ପର୍ବର ସବୁଠୁ ବଡ଼ ବିଶେଷତା ହେଉଛି ଯେ, ଏହି ପର୍ବରେ କୌଣସି ଦେଖାଣିଆ କିମ୍ବା ଆଡମ୍ବର ନ ଥାଏ କେବଳ ନିଷ୍ଠା ଓ ଆତ୍ମିକ ଶ୍ରଦ୍ଧା ରହେ। ଏହି ପର୍ବ ସ୍ବଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ ଏବଂ ଏହି ପର୍ବର ଆତ୍ମା। ଛଠ ପୂଜାର ପରମ୍ପରା ଉତ୍ତର ଭାରତୀୟ ରାଜ୍ୟ-ବିହାର, ଝାଡ଼ଖଣ୍ଡ, ଉତ୍ତର ପ୍ରଦେଶ…

Read More

ସମୁଦ୍ର ମଧ୍ୟରେ ଭୀଷଣ ବାତ୍ୟାର ରୂପ ନେଇଛି ‘ମୋନ୍ଥା’। ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରି ନିକଟତର ହେଉଛି। ଏବେ ମଛଲିପଟନମ ଠାରୁ ୧୯୦, କାକିନାଡ଼ାଠାରୁ ୨୭୦ କିମି ଦୂରରେ ଅଛି ‘ମୋନ୍ଥା’। ସେହିପରି ଗୋପାଳପୁର ଠାରୁ ୫୭୦ କିମି ଦୂରରେ ଅଛି। ଆଜି ସଂଧ୍ୟା କିମ୍ବା ରାତିରେ ସ୍ଥଳଭାଗ ଛୁଇଁବ ‘ମୋନ୍ଥା’। ଏହା ଆନ୍ଧ୍ର ଉପକୂଳ କାକିନାଡ଼ା ଦେଇ ଅତିକ୍ରମ କରିବ । ତେବେ ଆନ୍ଧ୍ରରେ ବ୍ୟାପକ କ୍ଷୟକ୍ଷତି କରିବା ଆଶଂକା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନିଆଯାଇଛି । ଉପକୂଳ ଆନ୍ଧ୍ର ପ୍ରଦେଶ ରୁଟ୍ ରେ ୬୫ଟି ପାସେଞ୍ଜର ଏବଂ ଏକ୍ସପ୍ରେସ ଟ୍ରେନ୍ କ୍ୟାନସେଲ ହୋଇଛି । ବିଶେଷ କରି ବିଜୟୱାଡ଼ା, ରାଜମୁଣ୍ଡ୍ରି, କାକିନାଡ଼ା, ବିଶାଖାପାଟଣା ଏବଂ ଭୀମାବରମ ରୁଟରେ ଟ୍ରେନ୍ କ୍ୟାନସେଲ କରାଯାଇଛି । ଆଜି ଏବଂ ଆସନ୍ତାକାଲି ଏହି ରୁଟରେ ଟ୍ରେନ ଚଳାଚଳ ବନ୍ଦ ରହିବ। ଓଡ଼ିଶା-ଆନ୍ଧ୍ର କରିଡରରେ…

Read More

ରାଜ୍ୟରେ ଅଧିକାଂଶ ବସରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ।ଅନ୍ୟପକ୍ଷରେ ଏବେ ବ୍ୟାଟେରି ଚାଳିତ ବସି ଚଳାଚଳ ଆରମ୍ଭ ହୋଇଛି । ଯେଉଁଥିରେ ଅଗ୍ନିକାଣ୍ଡ ଘଟିବାର ଅଧିକ ସମ୍ଭାବନା ରହୁଛି । ଏହାକୁ ଗୁରୁତର ସହ ନେଇଛି ପରିବହନ ଓ ଅଗ୍ନିଶମ ବିଭାଗ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ରଖିବା ସହ ଏହାର ବ୍ୟବହାର ସମ୍ପର୍କରେ ମଧ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ହେବ । ବସ୍‌ରେ ଅଗ୍ନିକାଣ୍ଡ ଘଟିଲେ ଏହାକୁ କିଭଳି ନିୟନ୍ତ୍ରଣ କରାଯିବ? ବସ୍‌ର ପ୍ରତ୍ୟେକ୍‌ କର୍ମଚ‌ାରୀ ଏ ସମ୍ପର୍କରେ ଜାଣିବା ଜରୁରୀ । ଆଗାମୀ ଦିନରେ ଏହାର କଡ଼ାକଡ଼ି ଯାଞ୍ଚ ହେବ । ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।ସେହିପରି ପ୍ରତି ୩ ମାସରେ ଥରେ ବସ୍‌ ଗୁଡ଼ିକର ଅଗ୍ନି ନିରାପତ୍ତା ବ୍ୟବସ୍ଥା ଯାଞ୍ଚ କରାଯିବ । ନିୟମ ଉଲ୍ଲଂଘନ କଲେ ସେମାନଙ୍କ ବିରୋଧରେ ଆଇନ୍‌ଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଇଦିଆଯାଇଛି…

Read More

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଓଡ଼ିଶାର ଇତିହାସ, ସଂସ୍କୃତି ଓ ପରମ୍ପରା ଜାଣିନାହାନ୍ତି । ମାରାଗୁଡ଼ା ଇତିହାସରେ ଭଣଜା, ଭାଣିଜୀଙ୍କୁ ଈଶ୍ୱର ସମାନ ବିବେଚନା କରାଯାଏ । ତାଙ୍କ ପାଦ ଧୋଇ ତାକୁ ପାଦୁକା ଭାବେ ପିଆଯାଏ । କେବଳ ଓଡ଼ିଶା ନୁହେଁ, ସାରା ଦେଶରେ ମା’ କିମ୍ୱା ଭଣଜା, ଭାଣିଜୀଙ୍କୁ କେହି ପର ବୋଲି ବିବେଚନା କରିନଥାନ୍ତି । ଭଣଜା, ଭାଣିଜୀଙ୍କୁ ପର ବୋଲି କହିବା କେଉଁଠିକାର ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ପଦମପୁର ବିଜେଡି ବିଧାୟିକା ବର୍ଷା ସିଂ ବରିହା । ସୋମବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ‘ବାପ ଘର ପର, ମାମୁଁ ଘର ସାତ ପର’ ମନ୍ତବ୍ୟକୁ କଡ଼ା ଜବାବ୍‌ ଦେଇ ଶ୍ରୀମତୀ ବରିହା କହିଛନ୍ତି ଯେ, ଯଦି ପ୍ରକୃତରେ କୌଣସି ସ୍ଥାନର ଉନ୍ନତି କରିବାକୁ ଚାହୁଁଛ ତା ହେଲେ ସେହି ସ୍ଥାନର ଇତିହାସକୁ ଭଲ ଭାବେ ଜାଣି ରଖିବା ଆବଶ୍ୟକ। କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କ କଥାରୁ…

Read More

ଭାରତୀୟ ଦିନିକିଆ କ୍ରିକେଟ୍ ଟିମର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ICUରେ ରଖାଯାଇଛି।ସୂଚନା ମିଳିଛି ଯେ, ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବେ |ଶ୍ରେୟସ ଆୟରଙ୍କୁ ସିଡନୀରେ ଖେଳାଯାଇଥିବା ଓ୍ୱାନଡେ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ସମୟରେ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି ଆଘାତ ଅଷ୍ଟ୍ରେଲିଆ ଇନିଂସର ୩୪ତମ ଓଭରରେ ହର୍ଷିତ ରାଣାଙ୍କ ବଲରେ ଆଲେକ୍ସ କେରୀଙ୍କ କ୍ୟାଚ୍ ନେବା ପ୍ରୟାସରେ ଲାଗିଥିଲା। ବ୍ୟାକୱାର୍ଡ ପଏଣ୍ଟରେ ଥିବା ଶ୍ରେୟସ ଆୟର ପଛକୁ ଦୌଡ଼ି ସେହି କ୍ୟାଚ୍ ଧରିଥିଲେ। କିନ୍ତୁ ନିଜକୁ ଆଘାତରୁ ବଞ୍ଚାଇ ପାରି ନ ଥିଲେ।ଏହା ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବା ଜଣାପଡ଼ିବାରୁ ତାଙ୍କୁ ତୁରନ୍ତ ICUରେ ଭର୍ତ୍ତି କରାଯାଇଥିଲା। ଏବେ ଡାକ୍ତରଙ୍କ ତତ୍ତ୍ବାବଧାନରେ…

Read More

ୟୁପିର ଶାହଜହାଁପୁରରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ନିଗୋହି ଅଞ୍ଚଳର ବାସିନ୍ଦା ବିପିନ ଦୁଇ ଦିନ ପୂର୍ବେ ଦୁର୍ଘଟଣାର ଶିକାର ହୋଇଥିଲେ। ଏହା ପରେ ତାଙ୍କୁ ସରକାରୀ ମେଡିକାଲ କଲେଜର ତୃତୀୟ ମହଲାରେ ଥିବା ୱାର୍ଡରେ ଭର୍ତ୍ତି କରାଯାଇଥିଲା। ଏହି ସମୟରେ ବିପିନ ୱାର୍ଡରେ ଥିବା କର୍ମଚାରୀ ଏବଂ ତାଙ୍କ ପରିବାରକୁ ଚକମା ଦେଇ ବାହାରକୁ ଯାଇ ମଦ ଦୋକାନରୁ ମଦ କିଣିଥିଲେ। ତା’ପରେ ସେ ନିକଟସ୍ଥ ହ୍ୟାଣ୍ଡପମ୍ପରୁ ପାଣି ନେଇ ମଦରେ ମିଶାଇ ପିଇଥିଲେ ଏବଂ ବଳକା ମଦ ବୋତଲକୁ ତାଙ୍କ ପକେଟରେ ରଖିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ପରିଶ୍ରା କରିବାରେ ସମସ୍ୟା ହେଉଥିବାରୁ କ୍ୟାଥେଟର ପାଇପ୍ ଲଗାଇଥିଲେ ଡାକ୍ତର। ଏହା ସହ ତାଙ୍କ ମୁଣ୍ଡରେ ବ୍ୟାଣ୍ଡେଜ୍ ଲଗାଯାଇଥିଲା। ଏହି ଅବସ୍ଥା ସତ୍ତ୍ୱେ ବିପିନ ମଦ ପିଇବା ଭୁଲିନଥିଲେ। ମନକୁ ନିୟନ୍ତ୍ରଣ କରିନପାରି ସେ Urine ବ୍ୟାଗ୍ ଧରି ମଦ ଦୋକାନରେ ପହଞ୍ଚିଥିଲେ।ପୁଅ ଏଭଳି କାମ…

Read More

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଦେଶବ୍ୟାପୀ SIR ଘୋଷଣା କରିଛନ୍ତି।ସୋମବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ ବିହାରରେ ଏସଆଇଆର ସଫଳ ଭାବରେ କାର୍ଯ୍ୟକାରୀ ହେବା ପରେ, ଏସଆଇଆରର ଦ୍ୱିତୀୟ ପର୍ଯ୍ୟାୟ ଏବେ ଦେଶର ଅନ୍ୟ ମନୋନୀତ ରାଜ୍ୟରେ କାର୍ଯ୍ୟକାରୀ ହେବ। ଦ୍ୱିତୀୟ ପର୍ଯ୍ୟାୟରେ, ଏହା ଦେଶର ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେବ। ଦ୍ୱିତୀୟ ପର୍ଯ୍ୟାୟ ଏସଆଇର ଆଣ୍ଡାମାନ ଏବଂ ନିକୋବର, ଛତିଶଗଡ଼, ଗୋଆ, ଗୁଜରାଟ, କେରଳ, ଲାକ୍ଷଦ୍ୱୀପ, ମଧ୍ୟପ୍ରଦେଶ, ପୁଡୁଚେରୀ, ରାଜସ୍ଥାନ, ତାମିଲନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବ।

Read More

ବାତ୍ୟା ମୋନ୍ଥା ପାଇଁ ଗୋଟିଏ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି। ୨ଟି ଟ୍ରେନର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରାଯାଇଛି। ୨୭ ଓ ୨୮ ଅକ୍ଟୋବର ପାଇଁ ଟ୍ରେନ ରଦ୍ଦ ହୋଇଛି। ବାତ୍ୟା ମୋନ୍ଥା ପାଇଁ ୩୨ଟି ଟ୍ରେନ ଚଳାଚଳ ବାତିଲ ଘୋଷଣା କଲା ପୂର୍ବତଟ ରେଲୱେ । ଗୋପାଳପୁରରେ ୩ ଦିନ ପାଇଁ ହୋଟେଲ ଆସିବା ମନା । ୨୭, ୨୮, ୨୯ର ସବୁ ବୁକିଂ ବାତିଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ମୋନ୍ଥା ପ୍ରଭାବ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ ।ମୋନ୍ଥା ପାଇଁ ଦକ୍ଷିଣ ଓଡିଶାର ୮ ଜିଲ୍ଲାରେ ସ୍କୁଲ ଛୁଟି । ଏନେଇ ସ୍କୁଲ ଛୁଟି ଘୋଷଣା କଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଆସନ୍ତାକାଲି ୩୦ ଯାଏଁ ୮ ଜିଲ୍ଲାରେ ବନ୍ଦ ରହିବ ସ୍କୁଲ । ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି , କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁରରେ ବନ୍ଦ ରହିବ ସ୍କୁଲ ।…

Read More