ଆସନ୍ତା ନଭେମ୍ବର ୧ ତାରିଖରୁ ୨୦୨୬ ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ।୬ ମେ ମାସ ୩୧ ତାରିଖ ଯାଏ ପୁରୀ ସମୁଦ୍ର ଉପକୂଳରେ ମାଛ ଧରା ନେଇ କଟକଣା ଲାଗୁ ହେବ।ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ସୁରକ୍ଷା ପାଇଁ ଏହି କଟକଣା ୭ ମାସ ଧରି ଲାଗୁ ହେବ। କାରଣ ନଭେମ୍ବର ମାସରୁ ବିରଳ ଅଲିଭ ରିଡ଼ଲେ କଇଁଛ ବଙ୍ଗୋପସାଗରକୁ ଆସି ସମାଗମ କରିଥାନ୍ତି। ଏଣୁ ଟ୍ରଲର ଓ ଯନ୍ତ୍ର ଚାଳିତ ଡଙ୍ଗା ମାଡରେ ଯେଭଳି ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ନ ହୁଏ ସେଥିପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀର ଦେବୀ ନଦୀ ଓ କେଳୁଣି ନଦୀ ମୁହାଣରୁ ୫ କିଲୋମିଟର ଯାଏ ନିଷିଦ୍ଧଞ୍ଚଳ ଘୋଷିତ ହେବ। ଏହି ଅଞ୍ଚଳରେ କୌଣସି ଡଙ୍ଗା, ଟ୍ରଲର ଚଳାଚଳ ଅନୁମତି ନ ଥାଏ। ବନ ବିଭାଗ ସୂଚନା ଅନୁଯାୟୀ ଗତ…
Author: sanitelevision
ଆଜି ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦୁର୍ନୀତି ନିବାରଣ ପାଇଁ କେବଳ ଏକ ପ୍ରତିକାତ୍ମକ କାର୍ଯ୍ୟକ୍ରମ ନୁହେଁ, ଏହା ଦୁର୍ନୀତିଖୋର୍ ଅଧିକାରୀଙ୍କୁ ଏବଂ ଦୁର୍ନୀତିରେ ଲିପ୍ତ ସିଷ୍ଟମକୁ ଦୁର୍ନୀତି ପ୍ରତି ଆମ ସରକାର ଶୂନ୍ୟ ସହନଶୀଳ କଠୋର ବାର୍ତ୍ତା ଦେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ଅବସରରେ ଉଦ୍ବୋଧନ ଦେଇ କହିଛନ୍ତି।ସେ ପୁଣି କହିଥିଲେ ଦୁର୍ନୀତି ଆମ ସମାଜର ପ୍ରଗତି ଓ ଉନ୍ନତିରେ ବାଧା ସୃଷ୍ଟି କରିଥାଏ । ତେଣୁ, ଆମ ସରକାର ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରିଛନ୍ତି। ଏହା ଫଳରେ ବିଭିନ୍ନ ଯୋଜନାର ସୁଫଳ ନ୍ୟାୟ ପୂର୍ଣ୍ଣ ଓ ସ୍ୱଚ୍ଛତାର ସହିତ ଉପଯୁକ୍ତ ଲାଭାର୍ଥୀଙ୍କ ପାଖରେ ପହଞ୍ଚାଯାଇ ପାରୁଛି। ଦୁର୍ନୀତିକୁ ରୋକିବା ପାଇଁ ଏକ ସ୍ୱଚ୍ଛ, ପାରଦର୍ଶୀ, ଗତିଶୀଳ ଏବଂ ଅତ୍ୟନ୍ତ ସଚ୍ଚୋଟ…
ବାତ୍ୟା ଯେତେ ପାଖେଇ ଆସୁଛି ତାର ପ୍ରଭାବ ସେତେ ଅଧିକ ଦେଖିବାକୁ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ବି ବାତ୍ୟାର ପ୍ରଭାବରେ ସକାଳୁ ଅଳ୍ପ ବହୁତ ବର୍ଷା ଲାଗି ରହିଥିଲା । ଏହାପରେ ଅଚାନକ ଅପରାହ୍ଣରେ ରାଜଧାନୀକୁ ଢାଙ୍କି ଦେଇ କଳା ବାଦଲ । କଳା ମେଖ ବାଦଲରେ ଅନ୍ଧାର ହୋଇଛି ପୂରା ଭୁବନେଶ୍ୱର । ବାତ୍ୟା ମୋନ୍ଥା ପ୍ରଭାବରେ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି | ମୋନ୍ଥା କୋପରେ ରାଜ୍ୟରେ ଦୁଇ ଦିନ ଭୀଷଣ ବର୍ଷା । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା। ଆଜି ମାଲକାନଗିରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିଭଳି ଆଜି ପାଇଁ ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି।
୧ କୋଟିରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। କେନ୍ଦ୍ର ସରକାର ମଙ୍ଗଳବାର ଦିନ ଅଷ୍ଟମ ବେତନ କମିଶନ ଗଠନକୁ ଆନୁଷ୍ଠାନିକ ଭାବରେ ଅନୁମୋଦନ କରିଛନ୍ତି। କମିଶନ ଆଗାମୀ ୧୮ ମାସ ମଧ୍ୟରେ ସରକାରଙ୍କୁ ତାଙ୍କର ସୁପାରିଶ ଦାଖଲ କରିବେ, ଯାହା ପରେ ୨୦୨୭ରୁ ଦରମା ଏବଂ ପେନସନ ବୃଦ୍ଧି ଲାଗୁ କରାଯାଇପାରିବ।କ୍ୟାବିନେଟର ସୂଚନା ମୁତାବକ ଅଷ୍ଟମ ବେତନ କମିସନ ପାଇଁ ଏକ ଅସ୍ଥାୟୀ କମିଟି ହେବ । ଏଥିରେ ଜଣେ ଚେୟାର ପର୍ସନ, ଜଣେ ପାର୍ଟ ଟାଇମ୍ ମେମ୍ବର ଓ ଜଣେ ମେମ୍ବର ସେକ୍ରେଟାରୀ ସାମିଲ ହେବେ । ସରକାର କହିଛନ୍ତି କି, ଟର୍ମସ ଅଫ୍ ରେଫରାନ୍ସ ପ୍ରସ୍ତୁତ ବେଳେ ମନ୍ତ୍ରଣାଳୟ, ରାଜ୍ୟ ଓ କର୍ମଚାରୀଙ୍କ ପ୍ରତିନିଧୀଙ୍କ ପରାମର୍ଶ ନିଆଯିବ । ନୂତନ କମିଟିରେ ଜଷ୍ଟିସ ରଞ୍ଜନା ପ୍ରକାଶ ଦେଶାଇ ଚେୟାରମ୍ୟାନ ହେବେ । ତାଙ୍କ ସହ ପ୍ରଫେସର ପୁଲକ ଘୋଷ…
ପଞ୍ଚୁକରେ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ, ଦର୍ଶନ ଶୃଙ୍ଖଳା ଓ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ବ୍ୟବସ୍ଥା ନିମନ୍ତେ ସଅଳ ନୀତି ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ପ୍ରାକ୍ ପ୍ରସ୍ତୁତି କରିଛି ।ଭିଡ଼କୁ ନିୟନ୍ତ୍ରଣ ନିମନ୍ତେ ଏବେଠାରୁ ଶ୍ରୀମନ୍ଦିର ବାହାରେ ମରିଚିକୋଟ ଛକ ପର୍ଯ୍ୟନ୍ତ ଲୁହା ବ୍ୟାରିକେଡ୍ ନିର୍ମାଣ ଆରମ୍ଭ ହୋଇଛି । ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ଦର୍ଶନ ସୁବିଧା, ଆବଶ୍ୟକ ପରିମାଣର ମହାପ୍ରସାଦ ବ୍ୟବସ୍ଥା, ବାହାରେ ସୂଚନା କେନ୍ଦ୍ର, ସହରରେ ଟ୍ରାଫିକ ନିୟନ୍ତ୍ରଣ, ଆଶୁ ଚିକିତ୍ସା କେନ୍ଦ୍ର ପ୍ରଭୃତି ବ୍ୟବସ୍ଥା ହେବ । ସେପଟେ ୫ ଦିନ ପରିବର୍ତ୍ତେ ଚଳିତ ଥର ୪ ଦିନ ରହିଛି ପଞ୍ଚୁକ ବ୍ରତ । ତେଣୁ ୪ ଦିନ ଶ୍ରୀମନ୍ଦିରରେ ଶ୍ରୀଜିଉମାନେ ଦୁର୍ଲ୍ଲଭ ବେଶରେ ଦର୍ଶନ ଦେବେ । ୨ ନଭେମ୍ବରରେ ହରି ଉତ୍ଥାପନ ଏକାଦଶୀ ତିଥିରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ, ୩ ନଭେମ୍ବରରେ ଡାଳିକିଆ ବା ତ୍ରିବିକ୍ରମ ବେଶ, ୪ ନଭେମ୍ବର ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ…
ପୁରୀ ବେଳାଭୁମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଲାଇଫଗାର୍ଡ ଆହତ ହୋଇଛି । ୪ ନଂ ସେକ୍ଟରରେ ଜଣେ ପର୍ଯ୍ୟଟକ ତାଙ୍କ ଧର୍ମପତ୍ନୀଙ୍କୁ ସମୁଦ୍ର ବାରଣ କରିବାରୁ ଲାଇଫଗାର୍ଡଙ୍କୁ ଉଭୟ ସ୍ୱାମୀ ସ୍ତ୍ରୀ ଚପଲରେ ମାଡ ମାରିଥିବା ଅଭିଯୋଗ ହୋଇଛି ।ବାତ୍ୟାପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା କରି ଏବଂ ସମସ୍ତ ପର୍ଯ୍ୟଟକଙ୍କ ଜୀବନକୁ ମୁଲ୍ୟବାନ ଭାବି ଗତକାଲି ଆଜି ଓ ଆସନ୍ତାକାଲି ସମୁଦ୍ର ସ୍ନାନ ଉପରେ କଟକଣା ଲଗାଇଛନ୍ତି ସରକାର । ଯାହାକୁ ଅନେକ ପର୍ଯ୍ୟଟକ ସ୍ୱାଗତ କରିଛନ୍ତି । ହେଲେ ପର୍ଯ୍ୟଟକଙ୍କ ଲାଇଫଗାର୍ଡ ପ୍ରତି ଏଭଳି ଦୁର୍ବ୍ୟବହାରକୁ ନିନ୍ଦା କରାଯାଇଛି । ଅନ୍ୟପଟେ ପୁରୀ ସମୁଦ୍ର କୂଳର ସମସ୍ତ ୧୪ ସେକ୍ଟରକୁ ରେଡ ଜୋନ ଘୋଷଣା କରାଯାଇଛି । ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାରୁ ପର୍ଯ୍ୟଟକଙ୍କୁ ସମୁଦକୁ ବାରଣ କରାଯାଇଛି ।
ବାତ୍ୟା ମୋନ୍ଥାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ସମୀକ୍ଷା ବୈଠକ ।ବାତ୍ୟା ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ,ମୁକାବିଲା ପାଇଁ ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି । ଜିରୋ କାଜୁଆଲିଟି ଲକ୍ଷ୍ୟରେ କାର୍ଯ୍ୟ କରାଯାଉଛି । ଦକ୍ଷିଣ ଓଡିଶାରେ ବର୍ଷା ଆରମ୍ଭ ହୋଇ ସାରିଛି । ବିଶେଷକରି ୮ଟି ଜିଲ୍ଲା ଆଜି ଓ କାଲି ପ୍ରଭାବିତ ହେବ । ବର୍ତ୍ତମାନ ସୁଦ୍ଧା ୧୧ ହଜାର ୩୯୬ ଜଣଙ୍କୁ ସ୍ଥାନାନ୍ତର ସରିଛି । ୩୦ ହଜାର ୫୯୬ ଜଣଙ୍କୁ ସ୍ଥାନାନ୍ତର କରିବା ଲକ୍ଷ୍ୟ ରହିଛି । ଆବଶ୍ୟକ ପଡିଲେ ସେମାନଙ୍କୁ ସ୍ଥାନାନ୍ତର କରାଯିବ । ୧୮୭୧ ଗର୍ଭବତୀ ମହିଳାଙ୍କୁ ମେଡିକାଲ୍ ନିଆଯାଇଛି । ଆଉ ୮୨୨ ଗର୍ଭବତୀଙ୍କୁ ମଧ୍ୟ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରହିଛି । ଦକ୍ଷିଣ ଓଡିଶା ଜିଲ୍ଲାର ପର୍ଯ୍ୟଟନସ୍ଥଳୀକୁ ବାରଣ କରାଯାଇଛି । ତେବେ…
ଭୟଙ୍କର ରୂପ ନେଇଛି ବାତ୍ୟା । ଧୀରେ ଧୀରେ ବଳଶାଳୀ ହେବାସହ ଉପକୂଳ ଛୁଇଁବା ପାଇଁ ଦ୍ରୁତ ବେଗରେ ମାଡ଼ିଆସୁଛି ‘ମୋନ୍ଥା’ । ବାତ୍ୟା ଉତ୍ତର-ଉତ୍ତରପଶ୍ଚିମ ଆଡକୁ ଗତି କରୁଛି । ତେବେ ବାତ୍ୟା ‘ମୋନ୍ଥା’କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି । ସେ କହିଛନ୍ତି ଆପଣ ଜାଣନ୍ତି ବାତ୍ୟା ମୋନ୍ଥା ଆସୁଛି । ଆଗରୁ ଆମେ ଅନେକ ବାତ୍ୟାର ସଫଳ ମୁକାବିଲା କରିଛେ । ତେଣୁ ଭୟ କରନ୍ତୁ ନାହିଁ । ସତର୍କ ରୁହନ୍ତୁ ।ପ୍ରଶାସନକୁ ପୂରା ସହଯୋଗ କରନ୍ତୁ ବୋଲି ଓଡ଼ିଶାବାସୀଙ୍କୁ ଅପିଲ କରିଛନ୍ତି । ବାତ୍ୟା ମୋନ୍ଥା ଆସୁଥିବାରୁ ନବୀନ ରାଜ୍ୟବାସୀଙ୍କୁ ଏହି ବାର୍ତ୍ତା ଦେଇଛନ୍ତି ।ଆମର ବିଜେଡି କର୍ମୀ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଏ ବିପଦ ସମୟରେ ଲୋକଙ୍କ ସହ ରୁହନ୍ତୁ । ଲୋକଙ୍କୁ ସହାୟତା ଯୋଗାଇ ଦିଅନ୍ତୁ ବୋଲି କହିଛନ୍ତି |
ଭୀଷଣ ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ କଳାବାଦଲ ଢାଙ୍କି ରଖିଛି । ପୂର୍ବରୁ ଆଲର୍ଟ ଜାରି ହୋଇଥିବା ଜିଲ୍ଲାଗୁଡ଼ିକରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବାତ୍ୟା ‘ମୋନ୍ଥା’ର ଗତି ଏବଂ ଅବସ୍ଥିତି ସଂପର୍କରେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୋନ୍ଥା ଗତ ୬ ଘଣ୍ଟାରେ ୧୫ କିଲୋମିଟର ପ୍ରତିଘଣ୍ଟା ବେଗରେ ଗତି କରି ଆଜି ସକାଳ ୫.୩୦ ରେ ଭୀଷଣ ବାତ୍ୟାରେ ପରିଣତ ହୋଇଛି। ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି । ଆଜି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତିକରି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ଉପକୂଳ ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ। ଗୋପାଳପୁର ବନ୍ଦର ପାଇଁ ୩ନଂ ବିପଦ ସଂକେତ ଜାରି । ଅନ୍ୟ ବନ୍ଦର ପାଇଁ ୨ ନମ୍ବର ବିପଦ ସଂକେତ ଜାରି…
ବହୁ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି ଇ-କମର୍ସ କମ୍ପାନି ଆମାଜନ୍। ଏକ ରିପୋର୍ଟ ଅନୁସାରେ, ୩ ଲକ୍ଷ ୫୦ ହଜାର କର୍ପୋରେଟ୍ କର୍ମଚାରୀଙ୍କ ମଧ୍ୟରୁ ଆମାଜନ ୧୦ ପ୍ରତିଶତଙ୍କୁ କମ୍ପାନୀରୁ ବାହାର କରିପାରେ । ଏହାଦ୍ଵାରା ପ୍ରାୟ ୩୦ ହଜାର କର୍ପୋରେଟ୍ କର୍ମଚାରୀ ପ୍ରଭାବିତ ହେବେ ।ଆମାଜନ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଥିବା ଜଣାପଡ଼ିବା ପରେ ସୋସିଆଲ୍ ମିଡିଆରେ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ରୟଟର୍ସର ରିପୋର୍ଟରେ କୁହାଯାଇଛି, କୋରନା ସମୟରେ ଆମାଜନ ଆବଶ୍ୟକତା ଠାରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥିଲା । ଏବେ ଖର୍ଚ୍ଚ କାଟ କରିବାକୁ କମ୍ପାନୀ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବାକୁ ଯାଉଛି ।ତେବେ ଦେଖିବାକୁ ଗଲେ କମ୍ପାନିର କର୍ମଚାରୀଙ୍କ ତୁଳନାରେ ଏହା ଏକ କ୍ଷୁଦ୍ର ଅଂଶ। କମ୍ପାନିରେ ସର୍ବମୋଟ ୧.୫୫ ନିୟୁତ କର୍ମଚାରୀ ରହିଛନ୍ତି। ୨୦୨୨ ମସିହା ଶେଷ ପରଠାରୁ ଏହା ଆମାଜନ୍ର ସବୁଠାରୁ ବଡ଼ ଛଟେଇ ହେବ।…









