ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ରବିବାର (ନଭେମ୍ବର 2) ଦେଶର ସବୁଠାରୁ ଭାରି ଯୋଗାଯୋଗ ଉପଗ୍ରହ CMS-03କୁ ଉତକ୍ଷେପଣ କରିବାକୁ ପ୍ରସ୍ତୁତ ହେଉଛି ।ଏହି ଉପଗ୍ରହକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ଷ୍ଟେସନରୁ ଲଞ୍ଚ କରାଯିବ । CMS-03 ଉପଗ୍ରହକୁ ଏକ LVM3 ରକେଟ୍ ଦ୍ବାରା କକ୍ଷପଥରେ ସ୍ଥାପିତ କରାଯିବ । ଏହା LVM3ର ପଞ୍ଚମ କାର୍ଯ୍ୟକ୍ଷମ ଉଡ଼ାଣ ହେବ । ଏହି ମିଶନକୁ ମହାକାଶରୁ ଭାରତର ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଲଞ୍ଚ ପୂର୍ବରୁ ଏହି ଲଞ୍ଚଯାନକୁ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ କରାଯାଇଛି ଏବଂ ଏହାକୁ ଅକ୍ଟୋବର 26 ତାରିଖରେ ଲଞ୍ଚ ପ୍ୟାଡରେ ଚଳପ୍ରଚଳ କରାଯାଇଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି । CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ସାମରିକ ଯୋଗାଯୋଗ ଉପଗ୍ରହ, ଯାହାକୁ GSAT-7R ମଧ୍ୟ କୁହାଯାଏ ଏବଂ ଏହାକୁ ଦେଶର…
Author: sanitelevision
ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ରାଫେଲ ଲଢ଼ୁଆ ବିମାନରେ ଉଡ଼ିବାର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି ।ପୂର୍ବରୁ, ସେ ୮ ଏପ୍ରିଲ୍, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଉଡ଼ାଇଥିଲେ। ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ଯଥାକ୍ରମେ ୮ ଜୁନ୍, ୨୦୦୬ ଏବଂ ୨୫ ନଭେମ୍ବର, ୨୦୦୯ରେ ପୁଣେ ନିକଟସ୍ଥ ଲୋହେଗାଓଁ ବାୟୁସେନା ଷ୍ଟେସନରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଇଥିଲେ। ତେବେ ଏହି ଐତିହାସିକ ସଫଳତା ମହିଳାଙ୍କୁ ସେନାରେ ଯୋଗଦେବା ପାଇଁ ମଧ୍ୟ ଉତ୍ସାହିତ କରିବ। ତେବେ ରାଷ୍ଟ୍ରପତି ରାଫେଲରେ ଉଡ଼ିବା ନେଇ ଆଖପାଖ ଅଞ୍ଚଳରେ ନୋ ଡ୍ରୋନ ଜୋନ୍ ଘୋଷଣା କରାଯାଇଛି । ଅମ୍ବାଲା…
ଏସ୍ଆଇ ପରୀକ୍ଷା ସ୍କାମ୍ରେ ଆସିଲା ବଡ ଅପଡେଟ୍ । ଗିରଫ ୧୧୪ ଏସ୍ଆଇ ପରୀକ୍ଷାର୍ଥୀଙ୍କୁ ଜାମିନ୍ ମିଳିଯାଇଛି । ୫୦ ହଜାର ଟଙ୍କା ଓ ୨ ଜାମିନଦାରଙ୍କ ମୁଚାଲିକାରେ ମିଳିଲା ଜାମିନ୍ । ପରୀକ୍ଷାର୍ଥୀଙ୍କୁ ଜାମିନ୍ ପ୍ରଦାନ କଲେ ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ତେବେ ଓଡ଼ିଶାରୁ ବିଜୟୱାଡା ଯିବାବେଳେ ସମସ୍ତଙ୍କୁ ଗିରଫ କରିଥିଲା ବ୍ରହ୍ମପୁର ପୋଲିସ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ମହାନ୍ତିଙ୍କ ସମେତ ୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ସୂଚନା ରହିଛି
ଲୋକସେବା ଭବନରେ ଅଗ୍ନିକାଣ୍ଡ । ସଟ୍ ସର୍ଟିକରୁ ନିଆଁ ଲାଗିଥିବା କୁହାଯାଉଛି । ଅଳ୍ପ ସମୟ ଭିତରେ ନିଆଁକୁ ଆୟତ୍ତ କରାଯାଇଥିଲା ।ଗୃହ ବିଭାଗ ପ୍ରକୋଷ୍ଠରେ ନିଆଁ ଲାଗିଥିଲା । ସୂଚନାନୁଯାୟୀ, ବୁଧବାର ସକାଳ ପ୍ରାୟ ୯ଟା ବେଳେ ଲୋକସେବା ଭବନରେ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ ଇଲେକ୍ଟ୍ରି ବୋର୍ଡରୁ ସର୍ଟ ସର୍କିଟ୍ରୁ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ପରେ ଫାୟାର ଆଲାରାମ୍ ବାଜିଥିଲା। ଅଗ୍ନିକାଣ୍ଡ ବେଳେ କୌଣସି କର୍ମଚାରୀ ନଥିଲେ। ସଫେଇ କରୁଥିବା ଲୋକମାନେ ଏହା ଦେଖି ଅଗ୍ନିଶମ ବାହିନିକୁ ଖବର ଦେଇଥିଲେ। ସଚିବାଳୟ ଅଗ୍ନିଶମ ଟିମ୍ ଓ ଇଲେକ୍ଟ୍ରିକାଲ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ବଡ଼ ଧାରଣର ଅଘଟଣ ଅଳ୍ପକେ ବର୍ତ୍ତି ଯାଇଛି।
ପୁଅର ମୃତ୍ୟୁ ଖବରକୁ ଶୁଣି ମାଆ କଲେ ଆତ୍ମହତ୍ୟା , ଭଉଣୀ ମଧ୍ୟ ଗୁରୁତର । ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧୀନ ଦୋବଲ ସ୍ଥିତ କୋରକୋଦା ଗାଁ ରେ ।ଶ୍ରୀଧର ତ୍ରିପାଠୀଙ୍କ ପୁଅ ସତ୍ୟରଞ୍ଜନ ତ୍ରିପାଠୀ (୩୫) ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ଥିଲେ। ଜୀବନ ଓ ମୃତ୍ୟୁ ମଧ୍ୟରେ ଲଢ଼ୁଥିବା ପୁଅ ପାଇଁ ମାଆ ମୀରା ତ୍ରିପାଠୀ ନିଜର ଗୋଟିଏ କିଡନୀ ଦେଇଥିଲେ। ଗ୍ରାମବାସୀ ଓ କିଛି ବ୍ୟକ୍ତିଙ୍କ ସହାୟତାରେ ଖର୍ଚ୍ଚ ବହୁଳ କିଡନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। କିଛି ଦିନ ମଧ୍ୟ ପୁଅ ସୁସ୍ଥ ହୋଇ ଜୀବନଯାପନ କରିଥିଲେ। ଦୁଇ ବର୍ଷ ଧରି ମାଆ ଓ ପୁଅ ଦୁହେଁ ଏକାଠି ସଂଘର୍ଷ କରିଥିଲେ ଖୁସିରେ ବଞ୍ଚିବା ପାଇଁ । ପୁଅ ହସିଲେ ମା ଶକ୍ତି ପାଉଥିଲା । ତାରି ମୁହଁ ଦେଖି ସବୁ ଦୁଃଖ ଭୁଲି ଯାଉଥିଲା । ଆଉ…
ସାତ ପାହାଚରେ ଟଳି ପଡିଲେ ଭକ୍ତ । ନୂଆଦିଲ୍ଲୀର ୭୬ବର୍ଷୀୟ ମୁଲ ଚାନ୍ଦ ଗୁପ୍ତା ସପରିବାର ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ସାତପାହାଚ ଦେଇ ଯାଉଥିବା ସମୟରେ ଟଳି ପଡିଥିଲେ ମୁଲ ଚାନ୍ଦ ଗୁପ୍ତା । ପରିବାର ଲୋକେ ସଙ୍ଗେ ସଙ୍ଗେ ପୁରୀ ସଦର ମୁଖ୍ୟ ଚିକିର୍ସାଳୟରେ ଭର୍ତ୍ତି କରାଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଧୂଆଁକୁହୁଡ଼ିର ମୁକାବିଲା ପାଇଁ ମଙ୍ଗଳବାର ଦିଲ୍ଲୀ ସହରର ବିଭିନ୍ନ ସ୍ଥାନରେ କ୍ଲାଉଡ୍ ସିଡିଂ କରାଯାଇଛି। ଫଳରେ ଖୁବ୍ଶୀଘ୍ର କୃତ୍ରିମ ବର୍ଷା ରାଜଧାନୀକୁ ଆଚ୍ଛାଦିତ କରିଥିବା ବିଷାକ୍ତ ବାୟୁକୁ ଧୋଇ ଦେଇପାରେ ବୋଲି ଆଶା କରାଯାଉଛି। ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବର୍ଷା ହୋଇନଥିବାରୁ ଏହାର ସଫଳତା ଉପରେ ପ୍ରଶ୍ନଚିହ୍ନ ଲାଗିଛି। କ୍ଲାଉଡ ସିଡିଂକୁ କେନ୍ଦ୍ର ପରିବେଶ, ପ୍ରତିରକ୍ଷା, ଗୃହ ମନ୍ତ୍ରଣାଳୟ, ଉତ୍ତର ପ୍ରଦେଶ ସରକାର, ଭାରତୀୟ ବିମାନବନ୍ଦର ପ୍ରାଧିକରଣ, ବେସାମରିକ ବିମାନ ଚଳାଚଳ ସୁରକ୍ଷା ବ୍ୟୁରୋରୁ ମଧ୍ୟ ଅନୁମତି ମିଳିଛି। ଏହି ପଦକ୍ଷେପ କେବଳ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଐତିହାସିକ ନୁହେଁ ବରଂ ଦିଲ୍ଲୀରେ ପ୍ରଦୂଷଣ ମୁକାବିଲା କରିବା ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ । କୃତ୍ରିମ ବର୍ଷାକୁ କ୍ଲାଉଡ ସିଡିଂ କୁହାଯାଏ । ବୈଜ୍ଞାନିକ ପଦ୍ଧତି ବ୍ୟବହାର କରି କୃତ୍ରିମ ବର୍ଷା କିମ୍ବା ତୁଷାରପାତ କରାଯାଏ । କ୍ଲାଉଡ୍ ସିଡିଂ ପ୍ରକ୍ରିୟାରେ, ସିଲଭର ଆୟୋଡାଇଡ୍, ପୋଟାସିୟମ୍ କ୍ଲୋରାଇଡ ଏବଂ ସୋଡିୟମ୍…
ଓଡ଼ିଶାର ଉପକୂଳରେ ୧୯୯୯ ମସିହା ଅକ୍ଟୋବର ୨୮, ୨୯ ଓ ୩୦ ତିନି ଦିନ ଧରି ପ୍ରଳୟଙ୍କରୀ ମହାବାତ୍ୟା ଏରସମା, କୁଜଙ୍ଗ, ପାରାଦ୍ୱୀପ, ତିର୍ତ୍ତୋଲ ଓ ବାଲିକୁଦା ଅଞ୍ଚଳରେ ଯେଉଁ ମୃତ୍ୟୁର ତାଣ୍ଡବଲୀଳା ସୃଷ୍ଟି କରିଥିଲା ତାହା ଭାବିଲେ ଏବେ ବି ମନ ମଧ୍ୟରେ ଭୟ ଓ ଆଶଙ୍କା ସୃଷ୍ଟି ହୋଇଥାଏ। ଜଗତସିଂହପୁର ଜିଲାର ଏରସମା ଓ ପାରାଦ୍ୱୀପ ଅଞ୍ଚଳ ବିଶେଷ ଭାବେ ମହାବାତ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା। ମହାବାତ୍ୟାର କରାଳ ଗ୍ରାସ ରେ ଉକ୍ତ ଅଞ୍ଚଳରୁ ୧୦ ହଜାରରୁ ଉର୍ଦ୍ଧ ଲୋକଙ୍କର ଜୀବନ ହାନି ଘଟିଥିବା ବେଳେ ହଜାର ହଜାର ପଶୁଙ୍କ ଜୀବନ ଯାଇଥିଲା । ଘରଦ୍ୱାର ଧନ ସମ୍ପତ୍ତି କୁଆଡେ ମିଳେଇ ଗଲା ଗଲା ବାତ୍ୟାର ତାଣ୍ଡବରେ ।୨୬ ବର୍ଷ ପରେ ଏରସମା ଅଂଚଳର ଅନେକ ଉନ୍ନତି ହୋଇଛି ସତ । ରାସ୍ତା ଘାଟ ଘରଦ୍ୱାର ଆଦିରେ ଅନେକ ପରିବର୍ତ୍ତନ କରିଛନ୍ତି ସରକାର । ହେଲେ ତାହାରି ଭିତରେ…
ବାତ୍ୟା ମୋନ୍ଥାକୁ ଦୃଷ୍ଟିରେ ରଖି କାଲି ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ।ଦକ୍ଷିଣ -ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତ ହୋଇ ବଳ ଗୋଟାଇ ମଙ୍ଗଳବାର ଭୟଙ୍କର ବାତ୍ୟାର ରୂପନେଇ ସ୍ଥଳଭାଗ ଅଭିମୁଖେ ମାଡି ଆସୁଛି । ଆଉ କିଛି ଘଣ୍ଟା ମଧ୍ୟ୍ୟରେ ଆନ୍ଦ୍ରପ୍ରଦେଶ କାକିନାଡ଼ା ପାଖପାଖି ଅତିକ୍ରମ କରି ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗୋପାଳପୁର ଠାରୁ ଦକ୍ଷିଣ ଦକ୍ଷିଣ -ପଶ୍ଚିମ ଦିଗରେ ୫୩୦ କିମି ଦୂରରେ ମୋନ୍ଥା ରହିଛି । ଗତ ୬ ଘଣ୍ଟା ମଧ୍ୟରେ ପ୍ରତି ଘଣ୍ଟା ୧୨ କିମି ବେଗରେ ସ୍ଥଳଭାଗ ଆଡ଼କୁ ଆସୁଛି ।
କଟକ ବିଡାନାସି ସ୍ଥିତ ବସୁନ୍ଧରା ଆଶ୍ରମରେ ଆନନ୍ଦ ଭରି ଯାଉଛି । କାରଣ ମନେ ପଡି ଯାଉଛି ସେଇ ୨୬ ବର୍ଷ ତଳର କାହାଣୀ । ୧୯୯୯ ମସିହା, ଆମେରିକାର ଦମ୍ପତ୍ତି ଜେଫ୍ରୀ କେ ଡୋନ୍ ଓ ହୋଲି ଏମସି ଗିଲିକୁଡି ଗୋଟିର ୧୦ ମାସର ନିଷ୍ପାପ ସରଳ କୁନି ଝିଅଟିକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରନ୍ତି । ଏହା ଭିତରେ ୨୬ ବର୍ଷ ଅତିକ୍ରମ କରି ସାରିଲାଣି । ୨୬ ବର୍ଷ ପରେ ଝିଅଟି ବିବାହ କରିସାରିଛି । ମାଆ ମଧ୍ୟ ହେବାକୁ ଯାଉଛି । ବିବାହର ଏକ ବର୍ଷ ପୂର୍ତ୍ତି ପାଳନ ପାଇଁ କଟକ ବିଡାନାସି ସ୍ଥିତ ବସୁନ୍ଧରାରେ ପହଞ୍ଚିଥିଲେ ଉଭୟ ପରିବାରର ସଦସ୍ୟମାନେ । ବସୁନ୍ଧରା ଭିତରେ ଚମତ୍କାର ପରିବେଶ ଭିତରେ ସମସ୍ତେ ମିଶି ପାଳନ କରିଥିଲେ ସୁଧନ୍ୟା ଓ ହର୍ଷଙ୍କ ପ୍ରଥମ ବିବାହ ବାର୍ଷିକୀ ।ବସୁନ୍ଧରାରେ ମାଆ ଓ ନିଜ ଭାଇ, ଭଉଣୀଙ୍କୁ ଦେଖି…









