ଗଭୀର ଅବପାତରେ ପରିଣତ ହୋଇ କ୍ରମଶଃ ଦୁର୍ବଳ ହେଉଛି ବାତ୍ୟା ‘ମୋନ୍ଥା ‘। ତେବେ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଟ୍ରାକ ବଦଳାଇ ଥିବାରୁ ଓଡ଼ିଶା ଉପରେ ଏହାର ବିଶେଷ ପ୍ରଭାବ ଦେଖାଯାଇନାହିଁ । କିନ୍ତୁ ଆଗାମୀ 3 ଦିନ ପର୍ଯ୍ୟନ୍ତ କିଛି ଅଞ୍ଚଳରେ ବର୍ଷା ଲାଗି ରହିବ ।ଉପକୂଳ ଜିଲ୍ଲା ଗୁଡିକ ସମେତ ଉତ୍ତର ଓଡିଶା ଓ ଆଭ୍ୟନ୍ତରୀଣ ସମସ୍ତ ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି । ଏନେଇ ୩୦ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରିି କରିଛି ବିଭାଗ । ସର୍ବାଧିକ ବର୍ଷା ଗଜପତି ଜିଲ୍ଲାର ଗୋଷାଣୀ ଠାରେ ୧୫୦.୫ ମିମି ଏବଂ ଗଞ୍ଜାମ ଜିଲ୍ଲାର ପାତ୍ରପୁର ୧୭୦.୪ ମିମି ବର୍ଷା ରେକର୍ଡ କରାଯାଇଛି । ଆଗାମୀ ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ଟ୍ଵିନ ସିଟିରେ ମଧ୍ୟ…
Author: sanitelevision
ଗୁଜରାଟର ସୁରଟ୍ ସିଭିଲ୍ ହସ୍ପିଟାଲରେ ଏକ ଚମତ୍କାର ଘଟଣା ଘଟିଛି । ଯେଉଁଠାରେ ଡାକ୍ତରମାନେ ଅଙ୍କଲେଶ୍ୱରର ବାସିନ୍ଦା ରାଜେଶ ପଟେଲଙ୍କୁ ମୃତ ଘୋଷଣା କରିଥିଲେ, ଇସିଜିରେ ଷ୍ଟାଟ ଲାଇନ ଦେଖାଯିବାର ୧୫ ମିନିଟ୍ ମଧ୍ୟରେ ତାଙ୍କ ହୃଦୟ ହଠାତ୍ ଧଡ଼ଧଡ଼ କରିବାକୁ ଲାଗିଲା। ଡାକ୍ତରମାନେ ତୁରନ୍ତ ତାଙ୍କୁ ଆଇସିୟୁରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି। ଏହା ଚିକିତ୍ସା ବିଜ୍ଞାନ ଏବଂ ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।ଅଙ୍କଲେଶ୍ୱରର ବାସିନ୍ଦା ୪୫ ବର୍ଷୀୟ ରାଜେଶ ପଟେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ସୁରଟର ନୂତନ ସିଭିଲ୍ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତରମାନେ ରିପୋର୍ଟ କରିଥିଲେ ଯେ ରୋଗୀ ଗୁରୁତର ହୃଦଘାତରେ ପୀଡିତ ଥିଲେ ଏବଂ ତାଙ୍କ ଅବସ୍ଥା କ୍ରମାଗତ ଭାବରେ ଖରାପ ହେଉଥିଲା । ଡାକ୍ତରୀ ଟିମ ଯଥାସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ ଇସିଜି ରିପୋର୍ଟରେ “ଷ୍ଟେଟ୍ ଲାଇନ” ଦେଖାଯିବା ପରେ, ରୋଗୀଙ୍କୁ ମୃତ ଘୋଷଣା କରାଯାଇଥିଲା ।…
ସମସ୍ତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ପେନସନଭୋଗୀମାନଙ୍କୁ ନଭେମ୍ବର ୧ ରୁ ନଭେମ୍ବର ୩୦, ୨୦୨୫ ମଧ୍ୟରେ ସେମାନଙ୍କର ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ, ଯାହା ଦ୍ୱାରା ସେମାନଙ୍କର ପେନସନ ବାଧାପ୍ରାପ୍ତ ନହୁଏ। ସରକାର ୮୦ ବର୍ଷରୁ ଅଧିକ ବୟସର ପେନସନଭୋଗୀଙ୍କ ପାଇଁ ଜୀବନ ପ୍ରମାଣପତ୍ର ଦାଖଲର ଶେଷ ତାରିଖକୁ ଅକ୍ଟୋବର ୧ ରୁ ବୃଦ୍ଧି କରିଛନ୍ତି।ସରକାର ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଡାକ୍ତରଖାନାରେ ଗୁରୁତର ରୋଗରେ ପୀଡିତ ପେନସନଭୋଗୀ ଏବଂ ଶାଖାକୁ ଯାଇପାରୁନଥିବା ପେନସନଭୋଗୀମାନଙ୍କୁ ବିଶେଷ ସହାୟତା ପ୍ରଦାନ କରନ୍ତୁ। ବ୍ୟାଙ୍କଗୁଡ଼ିକ ସେମାନଙ୍କ ଜୀବନ ପ୍ରମାଣପତ୍ର ପ୍ରସ୍ତୁତ କରିବାରେ ସହାୟତା କରିବା ପାଇଁ ସେମାନଙ୍କ ସହିତ ସାକ୍ଷାତ କରନ୍ତୁ ।
ବାଙ୍କୀ ଉପଜଲାପାଳଙ୍କ ସରକାରୀ ନାଲିବତୀ ଗାଡ଼ି ଡ୍ରାଇଭରଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ଏଭଳି ଘଟଣାକୁ ନେଇ କଟକ ଜିଲ୍ଲାରେ ଚର୍ଚ୍ଚା ଲାଗିରହିଛି।ଉପଜିଲ୍ଲାପାଳଙ୍କ ଗାଡ଼ି ନେଇ ରାତିରେ ବାଲି ଟ୍ରକ୍ରୁ ଚାନ୍ଦା ଆଦାୟ ଅଭିଯୋଗ ହୋଇଛି। ହାତରେ ପାଇପ୍ ଧରି ଧମକାଇବା ସହ କାଗଜପତ୍ର ମାଗି ଚାନ୍ଦା ଆଦାୟ କରୁଥିବା ଜଣାପଡ଼ିଛି। ଉପଜିଲାପାଳ ସରକାରୀ କାର୍ଯ୍ୟରେ ବ୍ୟସ୍ତ ବେଳେ ଏପରି କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଘଟଣା ପରେ ଅଭିଯୁକ୍ତ ଡ୍ରାଇଭରଙ୍କୁ ବିଦା କରାଯାଇଛି ବୋଲି କହିଛନ୍ତି ଉପଜିଲାପାଳ।
ବାତ୍ୟା କ୍ଷୟକ୍ଷତି ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।ଆସନ୍ତାକାଲି ଠାରୁ କ୍ଷୟକ୍ଷତି ଆକଳନ ପାଇଁ ଜିଲ୍ଲପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି| କ୍ଷତି ହୋଇଥିବା ଶସ୍ୟ ଠିକ ଆକଳନ କରିବେ ଅଧିକାରୀ | ୭୨ ଘଣ୍ଟା ରେ ଦେବେ ରିପୋର୍ଟ | ଅଧିକ ସରକାରୀ କର୍ମଚାରୀ ଆବଶ୍ୟକ ହେଲେ ଅନ୍ୟ ଜିଲ୍ଲାରୁ କର୍ମଚାରୀଙ୍କୁ ଅଣାଯିବ | ବହୁ ଜାଗାରେ ଘର କାନ୍ଥ ପଡିଛି ସେମାନଙ୍କୁ ପଲିଥିନ ଦିଆଯାଇଛି | ଘର କ୍ଷତି ହୋଇଥିଲେ ଆକଳନ ପରେ କ୍ଷତିପୂରଣ ଦିଆଯିବ |ବାତ୍ୟା ମୋନ୍ଥାରେ ରାଜ୍ୟର ୩୩ ବ୍ଲକ ଓ ୧୧ ସହରାଞ୍ଚଳ ପ୍ରଭାବିତ। ସମ୍ଭାବ୍ୟ ବାତ୍ୟାକୁ ଦେଖି ରାଜ୍ୟ ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିବା କହିଛନ୍ତି ସୂରେଶ ପୂଜାରୀ । ସବୁ ବିଭାଗ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଥିଲେ। ଭୂସ୍ଖଳନରୁ କେହି କ୍ଷତିଗ୍ରସ୍ତ ନ ହୁଅନ୍ତୁ ବ୍ୟବସ୍ଥା କରାଯାଇଥିଲା । ୧୯ ହଜାରରୁ ଅଧିକ ଲୋକଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର…
ନୂଆପଡ଼ାର ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡି ସଭାପତି ନବୀନ ପଟ୍ଟନାୟକ। ନଭେମ୍ବର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ନବୀନ ନୂଆପଡ଼ା ଯାଇ ବିଜେଡିର ପ୍ରଚାର ମଙ୍ଗ ଧରିବେ । ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ସେ ୩ରେ ଭୋଟ୍ ଭିକ୍ଷା କରିବେ। ଦଳର ବରିଷ୍ଠ ଓ ଯୁବ ନେତାମାନେ ନୂଆପଡ଼ାରେ ଡେରା ପକାଇଛନ୍ତି । ନବୀନ ମଇଦାନକୁ ଓହ୍ଲାଇବା ପରେ କର୍ମୀଙ୍କ ଭିତରେ ଉତ୍ସାହ ଆହୁରି ବଢ଼ିବ ବୋଲି ଦଳୀୟ ନେତାମାନେ ଆଶା ବାନ୍ଧିଛନ୍ତି। ତେବେ ଏହି ସମୟରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନିଜକୁ କିଙ୍ଗ୍ ମେକର୍ ବୋଲି କହିଛନ୍ତି ।ମୋର ୪୧ ବର୍ଷର ଅଭିଜ୍ଞତା ରହିଛି । ମୋ ସମୟର ନେତା ରାଜେନ୍ଦ୍ର ଢୋଲକିଆ ଓ ବସନ୍ତ ପଣ୍ଡା । ସେମାନେ ଜିତିଛନ୍ତି । ଅନ୍ୟ ପ୍ରାର୍ଥୀଙ୍କ ଅଭିଜ୍ଞତା ନାହିଁ । ଦୁଇ ଦଳର ପ୍ରାର୍ଥୀ ଆମଦାନୀ । ମୁଁ ଜଣେ ଶିକ୍ଷିତ ପ୍ରାର୍ଥୀ । ମୁଁ…
ବାତ୍ୟା ମୋନ୍ଥା ପାଇଁ +୨ ଫର୍ମ ପୂରଣ ଅବଧି ବୃଦ୍ଧି ହୋଇଛି । ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ଅବଧି କରାଯାଇଛି । ତେବେ ୨୦୨୬, +୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ ।ଖବର ଅନୁଯାୟୀ, ୨୦୨୬ ଯୁକ୍ତ ଦୁଇ ପରୀକ୍ଷା ଲାଗି ଫର୍ମ ପୂରଣ ଅକ୍ଟୋବର ୨୮ରେ ହେବାର ଥିଲା । ହେଲେ ବାତ୍ୟା ମୋନ୍ଥା ଲାଗି ଫର୍ମ ପୂରଣ ହୋଇପାରିନାହିଁ । ଯାହାକୁ ନେଇ ଅନେକ କଲେଜରେ ଫର୍ମ ପୂରଣ ହୋଇପାରିନଥିଲା । ଶେଷରେ ଅନେକ କଲେଜ ବୋର୍ଡକୁ ତାରିଖ ଅବଧିକୁ ବୃଦ୍ଧି କରିବା ଲାଗି ନିବେଦନ କରିଥିଲେ । କଲେଜଙ୍କ ଆବେଦନକୁ ବିଚାରକୁ ନେଇ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଯୁକ୍ତ ଦୁଇ ଫର୍ମପୂରଣ ପାଇଁ ତାରିଖ ନଭେମ୍ବର ୩ ତାରିଖ ଯାଏଁ ଘୁଞ୍ଚାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।
ପୃଥିବୀରେ ବର୍ଷା ହେଲାପରି ସୂର୍ଯ୍ୟରେ ମଧ୍ୟ ବର୍ଷା ହୁଏ । ତଥାପି ଏହି ବର୍ଷାରେ ଆକାଶରୁ ପାଣି ବର୍ଷା ହୁଏ ନାହିଁ। ବାସ୍ତବରେ, ସୂର୍ଯ୍ୟ ଅତ୍ୟନ୍ତ ଗରମ ଏବଂ ନିଆଁର ଗୋଲା ହେବାରୁ ଏଠାରେ ହେଉଥିବା ବର୍ଷାରେ ପ୍ଲାଜମା ବର୍ଷା ହୁଏ। ଏହି ବର୍ଷାକୁ ବୈଜ୍ଞାନିକ ଭାଷାରେ ସୋଲାର ରେନ୍ କିମ୍ବା କୋରୋନାଲ ରେନ୍ କୁହାଯାଏ। ସୂର୍ଯ୍ୟର ବାହ୍ୟ ସ୍ତରକୁ କରୋନା କୁହାଯାଏ। ଏହି ବାହ୍ୟ ସ୍ତର ଅତ୍ୟନ୍ତ ଗରମ, ୭ ଲକ୍ଷ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ପହଞ୍ଚିଥାଏ, ଯାହା ବହୁତ ଅଧିକ। ତଥାପି, ଚୁମ୍ବକୀୟ କ୍ଷେତ୍ର ପରିବର୍ତ୍ତନ ହେବା ସହିତ, କିଛି ଗ୍ୟାସ୍ ବାୟୁମଣ୍ଡଳକ ଉପରକୁ ଉଠିଯାଏ। ପରେ, ଏହି ଗ୍ୟାସଗୁଡ଼ିକ ଥଣ୍ଡା ହେବା ସହିତ, ସେମାନେ ଥଣ୍ଡା କିମ୍ବା ଘନ (ପ୍ଲାଜମା) ହୋଇ ଖଣ୍ଡ ଖଣ୍ଡ ହୋଇଯାଆନ୍ତି। ଏହି ଖଣ୍ଡଗୁଡ଼ିକ ଭାରୀ ହେବା ପରେ ଉପରକୁ ନ ପଡ଼ି ତଳକୁ ପଡ଼ିଯାଏ। ଏହା ବର୍ଷା ପରି ଦେଖାଯାଏ…
ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ରବିବାର (ନଭେମ୍ବର 2) ଦେଶର ସବୁଠାରୁ ଭାରି ଯୋଗାଯୋଗ ଉପଗ୍ରହ CMS-03କୁ ଉତକ୍ଷେପଣ କରିବାକୁ ପ୍ରସ୍ତୁତ ହେଉଛି ।ଏହି ଉପଗ୍ରହକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ଷ୍ଟେସନରୁ ଲଞ୍ଚ କରାଯିବ । CMS-03 ଉପଗ୍ରହକୁ ଏକ LVM3 ରକେଟ୍ ଦ୍ବାରା କକ୍ଷପଥରେ ସ୍ଥାପିତ କରାଯିବ । ଏହା LVM3ର ପଞ୍ଚମ କାର୍ଯ୍ୟକ୍ଷମ ଉଡ଼ାଣ ହେବ । ଏହି ମିଶନକୁ ମହାକାଶରୁ ଭାରତର ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଲଞ୍ଚ ପୂର୍ବରୁ ଏହି ଲଞ୍ଚଯାନକୁ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ କରାଯାଇଛି ଏବଂ ଏହାକୁ ଅକ୍ଟୋବର 26 ତାରିଖରେ ଲଞ୍ଚ ପ୍ୟାଡରେ ଚଳପ୍ରଚଳ କରାଯାଇଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି । CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ସାମରିକ ଯୋଗାଯୋଗ ଉପଗ୍ରହ, ଯାହାକୁ GSAT-7R ମଧ୍ୟ କୁହାଯାଏ ଏବଂ ଏହାକୁ ଦେଶର…
ହରିୟାଣାର ଅମ୍ବାଲା ଏୟାରବେସରୁ ରାଫେଲ ଯୁଦ୍ଧବିମାନରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଦିନ ଅମ୍ବାଲା ବାୟୁସେନା ଷ୍ଟେସନରୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିଛନ୍ତି । ରାଷ୍ଟ୍ରପତି ମୁର୍ମୁ ରାଫେଲ ଲଢ଼ୁଆ ବିମାନରେ ଉଡ଼ିବାର ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି ।ପୂର୍ବରୁ, ସେ ୮ ଏପ୍ରିଲ୍, ୨୦୨୩ରେ ଆସାମର ତେଜପୁର ବାୟୁସେନା ଷ୍ଟେସନରେ ଏକ ସୁଖୋଇ-୩୦ MKI ଯୁଦ୍ଧ ବିମାନ ଉଡ଼ାଇଥିଲେ। ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ଯଥାକ୍ରମେ ୮ ଜୁନ୍, ୨୦୦୬ ଏବଂ ୨୫ ନଭେମ୍ବର, ୨୦୦୯ରେ ପୁଣେ ନିକଟସ୍ଥ ଲୋହେଗାଓଁ ବାୟୁସେନା ଷ୍ଟେସନରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଇଥିଲେ। ତେବେ ଏହି ଐତିହାସିକ ସଫଳତା ମହିଳାଙ୍କୁ ସେନାରେ ଯୋଗଦେବା ପାଇଁ ମଧ୍ୟ ଉତ୍ସାହିତ କରିବ। ତେବେ ରାଷ୍ଟ୍ରପତି ରାଫେଲରେ ଉଡ଼ିବା ନେଇ ଆଖପାଖ ଅଞ୍ଚଳରେ ନୋ ଡ୍ରୋନ ଜୋନ୍ ଘୋଷଣା କରାଯାଇଛି । ଅମ୍ବାଲା…









