ଖୋଲିବ ଗୁଣ୍ଡିଚା ମନ୍ଦିର, ମହାପ୍ରଭୁଙ୍କ ଜନ୍ମସ୍ଥଳୀ ଦେଖିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଲେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ସୂଚନା ଦେଇଛନ୍ତି । ସକାଳୁ ରାତି ୧୦ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ । ୨୦ ଜଣ ଜେଟିପି ସ୍କ୍ୱାଡ ଜଗିବେ, ମନ୍ଦିର ଚତୁଃପାଶ୍ୱର୍ ସଫା କରାଯିବ । ସମସ୍ତ ଦୋକାନ ଉଚ୍ଛେଦ କରାଯିବ କହିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ।
Author: sanitelevision
ଶୁକ୍ରବାର ଅଁଳା ନବମୀ ପାଇଁ ଜାରି ହୋଇଛି ଟ୍ରାଫିକ୍ ଆଡଭାଇଜରୀ । ରାଧାପାଦ ଦର୍ଶନ କରିବାକୁ ସାକ୍ଷୀଗୋପାଳ ସ୍ଥିତ ଗୋପାଳଜୀଉ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରୁଟ ଚାର୍ଟ ଓ ପାର୍କିଂ ନିଦେର୍ଶାବଳୀ ଜାରି ହୋଇଛି । ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକାଯାନ କଲେଜ ଛକ ଦେଇ କୋଠଉପର, BSNL ପଡ଼ିଆରେ ଗାଡି ପାର୍କିଂ କରିବେ ଏବଂ ସମାନ ମାର୍ଗ ଦେଇ ଫେରିବେ।ସାକ୍ଷୀଗୋପାଳ ବଜାର ଦେଇ ଆସୁଥିବା ସମସ୍ତ ହାଲୁକା ଯାନ ରେଲଓ୍ବେ ଲେଭଲ କ୍ରସିଂ ପାଖରେ ପାର୍କିଙ୍ଗି କରିବେ ଏବଂ NH୩୧୬ ଦେଇ ଫେରିବେ। ଏହି କଟକଣା ଆଜି ରାତ୍ରି ୧୨ଟାରୁ ନଭେମ୍ବର ୧ ଦର୍ଶନ ଶେଷ ପର୍ଯ୍ୟନ୍ତ ଲାଗୁ ରହିବ। ସହାୟତା ପାଇଁ ଏହାସହିତ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଅନ୍ୟପଟେ ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀରାଧାଙ୍କ ବିଗ୍ରହ ସହ ରହିଥିବା ପୁରୁଣା ଚାନ୍ଦିରୁପା ପ୍ରଭା ପରିବର୍ତ୍ତନ କରାଯାଇ…
କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହିଦିନ ପ୍ରାତଃକାଳରୁ ସ୍ନାନାଦି ନିତ୍ୟକର୍ମ ସାରି ଗୋମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯାଇଥାଏ । ଏହି ଦିନ ଗୋପାଳକଙ୍କର ପୂଜା କରାଯିବାର ମଧ୍ୟ ବିଧି ରହିଛି । ବ୍ରଜ ସଂସ୍କୃତିରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି ।ବିଶ୍ୱାସ ରହିଛି ଯେ, ଏହି ଦିନ ଭଗବାନ ଶ୍ରୀ କୃଷ୍ଣ ପ୍ରଥମଥର ପାଇଁ ଗାଈ ଚରେଇଥିଲେ | ମାଆ ଯଶୋଦା ଶ୍ରୀ କୃଷ୍ଣଙ୍କୁ ବହୁତ ସ୍ନେହ କରୁଥିବାରୁ ତାଙ୍କୁ ଗାଈ ଚରେଇବାକୁ ଯିବା ପାଇଁ ବାରଣ କରୁଥିଲେ | ଦିନେ ଶ୍ରୀ କୃଷ୍ଣ ଗାଈ ଚରେଇଯିବାକୁ ମାଆ ଯଶୋଦାଙ୍କ ପାଖେ ବହୁତ ଜିଦ୍ କଲେ | ତାଙ୍କ କଥାରେ ରାଜି ହୋଇ ମାଆ ଯଶୋଦା ରୁଷି ଶାଣ୍ଡିଲ୍ୟଙ୍କୁ କହି ଏକ ଶୁଭ…
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରାୟ ୬ବର୍ଷ ପରେ ସାକ୍ଷାତ କରିଥିଲେ। ଗୁରୁବାର ଦକ୍ଷିଣ କୋରିଆର ବୁସାନରେ ଦୁହେଁ ସାକ୍ଷାତ କରି ବୈଠକ କରିଥିଲେ। ବୈଠକ ପରେ ଟ୍ରମ୍ପ, ଜିନ୍ପିଙ୍ଗଙ୍କୁ ମହାନ ନେତା କହିଥିବା ବେଳେ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନା ଉପରୁ ୧୦ ପ୍ରତିଶତ ଶୁଳ୍କ ହ୍ରାସ କରିଛନ୍ତି। ଟ୍ରମ୍ପ ପୂର୍ବରୁ ଫେଣ୍ଟାନିଲ୍ ଔଷଧର ରାସାୟନିକ ଉପାଦାନଗୁଡ଼ିକର ପ୍ରବାହକୁ ରୋକିବା ପାଇଁ ଚୀନ ସାମଗ୍ରୀ ଉପରେ ୨୦ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଜିନପିଙ୍ଗଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଟାରିଫକୁ ୧୦ ପ୍ରତିଶତକୁ କମାଇବାର ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ କହିଛନ୍ତି ୟୁକ୍ରେନରେ ଯୁଦ୍ଧ ସମାଧାନ କରିବାର ପ୍ରସଙ୍ଗରେ ଏକାଠି କାମ କରିବ ପାଇଁ ଜିନପିଙ୍ଗ ରାଜି ହୋଇଛନ୍ତି । ଟ୍ରମ୍ପ କହିଛନ୍ତି ଚୀନ ରାଷ୍ଟ୍ରପତି ଆମେରିକାକୁ ସାହାଯ୍ୟ କରିବେ ଏବଂ ୟୁକ୍ରେନ ବିଷୟରେ ଏକାଠି କାମ…
ନଭେମ୍ବର ୧ରୁ ତହସିଲ ଅଫିସରେ ହୋଇପାରିବ ଜମି କିଣାବିକା । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।ପ୍ରଥମେ ୪୪ଟି ତହସିଲ ଅଫିସରେ ଜମି କିଣାବିକା ଆରମ୍ଭ ହେବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।ଏହାପରେ ଡିସେମ୍ବରରେ ରାଜ୍ୟର ବାକି ୨୭୩ ତହସିଲରେ ଏହି ସେବା ଆରମ୍ଭ ହେବ। ତେବେ ନଭେମ୍ବର ୧ରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁଭାରମ୍ଭ କରିବେ । ଅନଲାଇନରେ ସ୍ଲଟ ବୁକ କରି ତହସିଲ ଅଫିସରେ ପଞ୍ଜୀକରଣ କରିପାରିବେ ।
ଖୁବଶୀଘ୍ର ଦେଶରେ ଏଣିକି ପୋଲିସ ମାନଙ୍କର ଗୋଟିଏ ପ୍ରକାରର ୟୁନିଫର୍ମ ରହିବ । ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ପୋଲିସ ୟୁନିଫର୍ମ ଆଉ ରହିବ ନାହିଁ । ଆନ୍ଧ୍ର, ଅରୁଣାଚଳ, ଆସାମ, ଗୋଆ, ହିମାଚଳ, ଝାଡଖଣ୍ଡ , କେରଳ, ମଣିପୁର ମେଘାଳୟ ନାଗାଲାଣ୍ଡ, ଓଡିଶା, ସିକ୍କିମ, ତେଲେଙ୍ଗାନା, ତ୍ରିପୁରା । ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗକୁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଚିଠି । ନଭେମ୍ବର ୪ ମଧ୍ୟରେ ସମସ୍ତ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ବିଜ୍ଞପ୍ତି ଅନୁଯାୟୀ, MHA କନଷ୍ଟେବଳ ପଦଠାରୁ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ ପର୍ଯ୍ୟନ୍ତ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ତଥ୍ୟ ମାଗିଛି। ଏହା ୧୬ଟି ରାଜ୍ୟର ପୋଲିସ ଡିଜିଙ୍କଠାରୁ ପୋଲିସ କର୍ମଚାରୀଙ୍କୁ ବର୍ତ୍ତମାନ ମଞ୍ଜୁର କରାଯାଇଥିବା ବାର୍ଷିକ ୟୁନିଫର୍ମ ଭତ୍ତା, ପଦବୀ ଅନୁଯାୟୀ ଓ ପ୍ରତ୍ୟେକ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ବର୍ତ୍ତମାନ ବ୍ୟବହୃତ ହେଉଥିବା ୟୁନିଫର୍ମର ଆନୁମାନିକ ମୂଲ୍ୟ ସମ୍ପର୍କରେ…
ଦେଶର ଆର୍ଥିକ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଗତ ଛଅ ମାସ (ମାର୍ଚ୍ଚରୁ ସେପ୍ଟେମ୍ବର ୨୦୨୫) ମଧ୍ୟରେ ବିଦେଶରେ ଗଚ୍ଛିତ ଥିବା ୬୪ ହଜାର କିଲୋଗ୍ରାମ (୬୪ ଟନ୍) ସୁନା ଫେରାଇ ଆଣିଛି ଆରବିଆଇ । ବିଶ୍ୱବ୍ୟାପୀ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯୋଗୁଁ, ଅନେକ ଦେଶ ସମ୍ପତ୍ତି ଫ୍ରିଜ୍ ଏବଂ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନର ଟାରିଫ୍ ଯୁଦ୍ଧରେ, ସ୍ୱଦେଶରେ ସୁନା ରଖିବା ସବୁଠାରୁ ନିରାପଦ ବିକଳ୍ପ ବୋଲି ବିବେଚନା କରାଯାଉଛି। RBI ବିଶ୍ୱାସ କରେ ଯେ ଘରୋଇ ଭଣ୍ଡାରରେ ସୁନା ସଂରକ୍ଷଣ କରିବା ଦ୍ୱାରା ବିଶ୍ୱ ସଙ୍କଟ କିମ୍ବା ବାଣିଜ୍ୟ କଟକଣା ପରିସ୍ଥିତିରେ ଦେଶର ଅର୍ଥନୈତିକ ଶକ୍ତି ବଜାୟ ରହିବ। ଏହା ଆର୍ଥିକ ସ୍ବାଧିନତା ଦିଗରେ ଏକ ବଡ ପଦକ୍ଷେପ। ଏହାର ଅର୍ଥ ହେଉଛି ଦେଶର ରିଜର୍ଭ ବ୍ୟାଙ୍କ କୌଣସି ସହାୟତା ବିନା ନିଜର ଆର୍ଥିକ ନିଷ୍ପତ୍ତି ନେଇପାରିବ। ରୁଷ, ଇରାନ ଏବଂ ଭେନେଜୁଏଲା…
ମୁମ୍ବାଇର NESCO ଗ୍ରାଉଣ୍ଡରେ ଚାଲିଥିବା ଭାରତ ସାମୁଦ୍ରିକ ସପ୍ତାହ ୨୦୨୫ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଭେଟିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଚମତ୍କାର ବାଲୁକା କଳାକୁ ପ୍ରଶଂସା ମଧ୍ୟ କରିଥିଲେ। ଚଳିତ ବର୍ଷ ସୁଦର୍ଶନ ପ୍ରସିଦ୍ଧ ବାଲି ଯାତ୍ରା ଥିମ୍ “ଓଡିଶାରୁ ଇଣ୍ଡୋନେସିଆ: ଐତିହ୍ୟ ଯାତ୍ରା” ଶୀର୍ଷକରେ ଭାରତର ପ୍ରାଚୀନ ସାମୁଦ୍ରିକ ଐତିହ୍ୟକୁ ଦର୍ଶାଇଛନ୍ତି।ତେବେ ଭାରତ ସାମୁଦ୍ରିକ ସପ୍ତାହରେ ପ୍ରଧାନମନ୍ତ୍ରୀ ଜାହାଜ ଏବଂ ଜାହାଜ ନିର୍ମାଣ କ୍ଷେତ୍ର ପାଇଁ ଅନେକ ପ୍ରମୁଖ ପଦକ୍ଷେପର ଉଦଘାଟନ କରିଥିଲେ। ସାମୁଦ୍ରିକ ଅମୃତ କାଳ ଦୃଷ୍ଟିକୋଣ ୨୦୪୭ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ ଯାହା ଭାରତକୁ ଏକ ବିଶ୍ୱ ସାମୁଦ୍ରିକ ଶକ୍ତି ଭାବରେ ପ୍ରତିଷ୍ଠା କରିବା ପାଇଁ ଏକ ରୋଡମ୍ୟାପ୍ ବୋଲି ସେ କହିଥିଲେ।
ଅବପାତରେ ପରିଣତ ହୋଇଛି ବାତ୍ୟା ‘ମୋନ୍ଥା’ । ଏହା ଛତିଶଗଡ଼ ଓ ସଂଲଗ୍ନ ବିଦର୍ଭ ଦେଇ ଉତ୍ତର ଆଡ଼କୁ ଗତି କରି ଆଗାମୀ 8 ଘଣ୍ଟା ମଧ୍ୟରେ ସଦୃଶ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ । ଆଜି ସକାଳୁ ସକାଳୁ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାସହ ଅନ୍ୟ ସୁବ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଅପରାହ୍ନ ବେଳକୁ ବର୍ଷାର ପରିମାଣ ହ୍ରାସ ହେବ । ମଧ୍ୟମ ଧରଣର ବର୍ଷା ସହ ପ୍ରବଳ ବଜ୍ରପାତ ହେହାକୁ ନେଇ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାକୁ ୟେଲୋ…
ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ । ଦୀର୍ଘ ଘଣ୍ଟା ପରେ ନୀତିକାନ୍ତି ଚାଲିଛି । ସକାଳୁ ସରିଲାଣି ମଙ୍ଗଳ ଆଳତି ଅବକାଶ । କାଲି ସକାଳ ଧୂପ ପରେ ବନ୍ଦ ଥିଲା ନୀତିକାନ୍ତି । ସମର୍ଥ ସେବାୟତଙ୍କ ବିବାଦ ପାଇଁ ଲାଗିନଥିଲା ଭୋଗ । ଏହା ପରେ କୋଠ ଭୋଗ ପ୍ରକ୍ରିୟା ଠାରୁ ସବୁକିଛି ଧୀରେ ଧୀରେ ଠିକ୍ ଠାକ୍ ଚାଲିବ । ଏନେଇ ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ।ସୂଚନା ମୁତାବକ ଶ୍ରୀ ଲିଙ୍ଗରାଜ ମନ୍ଦିର ବାହାରେ ଫୁଲ ଦୋକାନ କରି ବ୍ୟବସାୟ କରିବା ପାଇଁ ଦାବି କରୁଥିଲେ ସମର୍ଥା ସେବାୟତ । ଏହାକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଲା ନାହିଁ । ଏହାକୁ ନେଇ କ୍ଷୋଭ ପ୍ରକାଶ କରି ନୀତିକାନ୍ତି ବନ୍ଦ ରଖିଥିଲେ ସମର୍ଥା ସେବାୟତ ।









