Author: sanitelevision

ବାତ୍ୟାର ପ୍ରଭାବ କମିବା ପରେ ରାଜ୍ୟରେ ଉତ୍ତରା ପବନ ବହିବା ଆରମ୍ଭ ହୋଇଛି। ଫଳରେ ରବିବାରଠାରୁ ପହିଲି ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ରାତି ତାପମାତ୍ରା ପ୍ରାୟ ୩ରୁ ୪ ଡିଗ୍ରୀ କମିଯିବ । ଝାରସୁଗୁଡ଼ା, ରାଉରକେଲା, ପାଲଲହଡ଼ା, ବାଦାମପାହାଡ଼ରେ ପାରଦ ୧୫ରୁ ୧୭ ଡିଗ୍ରୀକୁ ଖସି ଯାଇପାରେ ପୂର୍ବାନୁମାନ କରାଯାଉଛି । ୩୧ ତାରିଖ ରାତିରୁ କନ୍ଧମାଳ(ବାଲିଗୁଡ଼ା ଓ ଫୁଲବାଣୀ) ଓ ଗଜପତି(ଗଦାପୁର ଓ ମୋହନା) ରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀରୁ କମିପାରେ । ବାଲିଗୁଡ଼ା, ଦାରିଙ୍ଗିବାଡ଼ି, ଗଦାପୁର ଓ ମୋହନାରେ ରାତି ତାପମାତ୍ରା ୧୭ରୁ ୧୮ ଡିଗ୍ରୀ ରହିବ । ତେବେ ରାଜଧାନୀ ଭୁବନେଶ୍ୱରରେ ରାତି ତାପମାତ୍ରା ନଭେମ୍ବର ୫ ସୁଦ୍ଧା ୨୦ ଡିଗ୍ରି ତଳକୁ ଖସିବ। ଏହାପରେ ନଭେମ୍ବର ୧ରୁ ଖୋର୍ଦ୍ଧା ଓ ଉତ୍ତର ଉପକୂଳ ଜିଲାରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ। ୩୧ ତାରିଖରେ ମ୍ୟାମାର୍…

Read More

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ ବୋର୍ଡ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ପ୍ରକାଶ କରିଛି । CBSE ଦଶମ ଏବଂ ଦ୍ୱାଦଶ ପରୀକ୍ଷା ୧୭ ଫେବୃଆରୀ ୨୦୨୬ରୁ ଆରମ୍ଭ ହେବ । ଦଶମ ଶ୍ରେଣୀ ପରୀକ୍ଷା ୧୭ ଫେବୃଆରୀରୁ ୧୦ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ୧୭ ଫେବୃଆରୀରୁ ୯ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଚାଲିବ । ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟରେ ସମ୍ପୂର୍ଣ୍ଣ ସମୟସୂଚୀ ପାଇପାରିବେ ।ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦ର ସୁପାରିଶ ଅନୁଯାୟୀ, ସିବିଏସଇ ଘୋଷଣା କରିଛି ଯେ ୨୦୨୬ରୁ, ଗୋଟିଏ ଶିକ୍ଷାବର୍ଷରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଦୁଇଟି ବୋର୍ଡ ପରୀକ୍ଷା କରାଯିବ।

Read More

ନୂଆପଡା ଉପନିର୍ବାଚନରେ ବିଜୁ ଜନତା ଦଳର ବିଜୟ ସୁନିଶ୍ଚିତ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ବିଜେଡିର ଉପସଭାପତି ତଥା ବିଧାୟକ ଡ଼. ଅରୁଣ ସାହୁ । ଗତ ୨୫ ବର୍ଷରେ ହୋଇଥିବା ଉପନିର୍ବାଚନ ଗୁଡିକରେ ୯୦ ପ୍ରତିଶତ ସଫଳତା ପାଇବାରେ ବିଜୁ ଜନତା ଦଳର ରେକର୍ଡ ରହିଛି । ବର୍ତ୍ତମାନ ନୂଆପଡାର ସମସ୍ତ ବ୍ଲକ, ମୁ୍ୟନିସିପାଲଟି, ଏନ୍ଏସି, ପଞ୍ଚାୟତ, ଗାଁ, ଗଳିକନ୍ଦି ଓ ସାହିମାନଙ୍କରେ ବିଜେଡି ନେତା, କର୍ମୀ ଓ ଶୁଭେଚ୍ଛୁମାନେ ଦଳ ପାଇଁ ଜୋରଦାର ପ୍ରଚାର କରୁଛନ୍ତି । ବିଜେପି ସରକାର ଚରମ ବିଫଳ । ବିଫଳତାର ସବୁ ରେକର୍ଡ ଭାଙ୍ଗୁଛି ବିଜେପି ସରକାର । ୫୦୦ ଦିନ ହେଲା ଡବଲ ଇଂଜିନ ସରକାର ନୂଆପଡାରେ ମାଟି ଗାଣ୍ଡୁଏ ମଧ୍ୟ ପକେଇ ନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ କୌଣସି ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ସେହିଭଳି ନୂଆପଡା ଉପନିର୍ବାଚନରେ ବିଜେପି ନେତାମାନେ…

Read More

ଭାରତରେ ବଡ ସୁନାଖଣି ଠାବ। ରାଜସ୍ତାନର ଆଦିବାସୀ ବହୁଳ ଜିଲ୍ଲା ବାଂସୱାଡାରେ ଲଗାତର ତୃତୀୟ ବର୍ଷ ପାଇଁ ଗୋଲ୍ଡ ମାଇନର ଆବିସ୍କାର ହୋଇଛି ।ଭୂତାତ୍ତ୍ୱିକ ସର୍ବେକ୍ଷଣ ଜିଏସଆଇ ଦ୍ୱାରା କରାଯାଇଥିବା ତଦନ୍ତରେ କାଙ୍କରିଆ ଅଞ୍ଚଳରେ ସୁନା ଖଣି ଠାବ ହୋଇଛି । ଚାରୋଟି ଗାଁକୁ ଘେରି ରହିଥିବା ୩ କିଲୋମିଟର ଅଞ୍ଚଳରେ ପ୍ରାୟ ୧.୨୦ ଟନ ସୁନା ଆକଳନ କରାଯାଇଛି । କେବଳ ସୁନା ନୁହେଁ ତମ୍ବା, କୋବାଲ୍ଟ ଏବଂ ଅନ୍ୟାନ୍ୟ ବସ୍ତୁ ଗଚ୍ଛିତ ଥିବା ସୂଚନା ମିଳିଛି । ଜିଏସଆଇର ତଦନ୍ତ ପରେ ସରକାର ଏବେ ଏହି ଅଞ୍ଚଳରେ ପୁଙ୍ଖାନୁପୁଙ୍ଖ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ନଭେମ୍ବର ୩ ତାରିଖରେ ସର୍ବାଧିକ ବିଡରଙ୍କୁ କ୍ଷେତ୍ର ସର୍ଭେ କରିବା ପାଇଁ ଲାଇସେନ୍ସ ପ୍ରଦାନ କରାଯିବ ।କାଙ୍କରିଆ, ଡେଲୱାରା ରାବଣା, ଡେଲୱାରା ଏବଂ ଡୁଙ୍ଗରିଆପଡାରେ ତଦନ୍ତ କରାଯିବ ବୋଲି କୁହାଯାଇଛି । ପ୍ରାୟ ତିନି ବର୍ଷ ମଧ୍ୟରେ ସର୍ଭେ କାମ…

Read More

ଆସନ୍ତା ନଭେମ୍ବର 6ରୁ ଆରମ୍ଭ ହେବାକୁ ହେବାକୁ ଯାଉଛି 2025-26 ପାଇଁ ବ୍ୟାଘ୍ର ଗଣନା । ଏହି ବ୍ୟାଘ୍ର ଗଣନାରେ ବରଗଡ଼ ଜିଲ୍ଲାର ଡୁଙ୍ଗରି କଲେଜ, କମଗାଁ କଲେଜ ଓ ଲଖନପୁର ହାଇସ୍କୁଲର 46 ଜଣ ଛାତ୍ରଛାତ୍ରୀ ଡେବ୍ରିଗଡ଼ରେ ବ୍ୟାଘ୍ର ଗଣନାରେ ସାମିଲ ହେବାକୁ ଯାଉଛନ୍ତି l ମୁଖ୍ୟତଃ ଆଗାମୀ ପିଢି ପାଇଁ ବନ୍ୟ ପ୍ରାଣୀ ସଂରକ୍ଷଣର ସଚେତନତା ବାର୍ତ୍ତା ତଥା ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ନୂଆଁ ଯୋଦ୍ଧା ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ନିଆଯାଇଛି lଏମାନଙ୍କୁ ‘ଆମ୍ବାସେଡର ଅଫ୍ ଡେବ୍ରିଗଡ଼’ ଆଖ୍ୟା ମଧ୍ୟ ଦିଆଯାଇଛି । ଉକ୍ତ ୪୬ଜଣ ଛାତ୍ରଛାତ୍ରୀ ଗଣନା ସମୟରେ ପ୍ରୋଟୋକଲ ସର୍ଭେକ୍ଷଣ, ତଥ୍ୟ ସଂଗ୍ରହ ଓ ବନ୍ୟପ୍ରାଣୀ ଗଣନା କରିବେ। ଏହା ନଭେମ୍ବର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ। ବନ୍ୟପ୍ରାଣୀଙ୍କ ସଙ୍କେତ, ପାଦଚିହ୍ନ ଓ ପାପୁଲି ଚିହ୍ନ ପ୍ରଭୃତି ତଥ୍ୟ ବାବଦରେ ସେମାନଙ୍କ ଦକ୍ଷତା ବୃଦ୍ଧି ଗଣନା ଗୋଷ୍ଠୀ କରାଯିବ।ସମୁଦାୟ…

Read More

ନୂଆପଡ଼ାରେ ଆଜିଠୁ ହୋମ୍ ଭୋଟିଂ । ଅକ୍ଟୋବର ୩୦ ତାରିଖରୁ ନଭେମ୍ବର ୨ ଯାଏଁ ଚାଲିବ ଏହି ପ୍ରକ୍ରିୟା । ଏଥିପାଇଁ ୧୫ଟି ପୋଲିଂ ଦଳ ନିଯୁକ୍ତ ହୋଇଛନ୍ତି l। ପ୍ରତି ଦଳରେ ଦୁଇ ଜଣ ପୋଲିଂ ଅଫିସର, ଜଣେ ମାଇକ୍ରୋ ନିରୀକ୍ଷକ, ଜଣେ ସୁରକ୍ଷା ଅଧିକାରୀ ଏବଂ ଜଣେ ଭିଡିଓଗ୍ରାଫର ରହିଛନ୍ତି । ୨୫୦ ଜଣ ୮୫ ବର୍ଷରୁ ଉର୍ଦ୍ଧ୍ବ ଏବଂ ୪୦ ପ୍ରତିଶତରୁ ଅଧିକ ଅକ୍ଷମତା ଥିବା ଦିବ୍ୟାଙ୍ଗ ମତଦାତା ମାନେ ଭୋଟ ଦେବେ । ଏହି ପ୍ରକ୍ରିୟାରେ ନିଜ ଘରେ ଥାଇ ଗୋପନୀୟ ଭାବରେ ପୋଷ୍ଟାଲ ବାଲଟ୍ ମାଧ୍ୟମରେ ଏହି ଭୋଟ ଦେବେ । ୩୦ ଅକ୍ଟୋବରରୁ ୨ ନଭେମ୍ବର ଭିତରେ ଏହି ହୋମ ଭୋଟିଂ ହେବ ।ଅନ୍ୟପଟେ ନୂଆପଡା ବିଧାନସଭା ଉପନିର୍ବାଚନ ପାଇଁ ସମସ୍ତ ୩୫୮ଟି ବୁଥ୍ ପାଇଁ ଭୋଟିଂ ମେସିନ ଓ ଭିଭିପାଟ୍‌ର କମିସନିଂ ଶେଷ ହୋଇଛି l ସ୍ଥାନୀୟ ନ୍ୟାସନାଲ କଲେଜରେ ଏଥିପାଇଁ…

Read More

ପ୍ରତି କ୍ୟାମ୍ପସରେ ନିଯୁକ୍ତ ହେବେ ଆଣ୍ଟି ଡ୍ରଗ ଇନ୍ସପେକ୍ଟର । କଲେଜ ଓ ବିଶ୍ୱ ବିଦ୍ୟାଳୟର ଜଣେ ଅଧ୍ୟାପକ/ ଅଧ୍ୟାପିକାଙ୍କୁ ଦିଆଯିବ ଦାୟିତ୍ୱ । କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ୟୁଜିସି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି । ଏନେଇ ସୂଚନା ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । ସପ୍ତାହେ ବ୍ୟାପୀ କଲେଜ ଓ ବିଶ୍ୱ ବିଦ୍ୟାଳୟରେ ହେବ ଆଲୋଚନା । ଯୋଗ, ଶାରୀରିକ ଦକ୍ଷତା, ପୁଷ୍ଟିକର ଖାଦ୍ୟା ଉପରେ ଗୁରୁତ୍ୱ ଦିଆଯିବ ।ଏଥିସହ ସହ ସଚେତନତା ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଦେଶରେ କିଛି କଲେଜ ଏଵଂ ବିଶ୍ବ ବିଦ୍ୟାଳୟରେ ଏଭଳି ଅବସ୍ଥା ପରେ UGC ନିଶାମୁକ୍ତ କ୍ୟାମ୍ପସ ଗଠନ କରିବାକୁ ପ୍ରୟାସ ନେଇଛି ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Read More

ଖୋଲିବ ଗୁଣ୍ଡିଚା ମନ୍ଦିର, ମହାପ୍ରଭୁଙ୍କ ଜନ୍ମସ୍ଥଳୀ ଦେଖିପାରିବେ ଶ୍ରଦ୍ଧାଳୁ । ଏନେଇ ସୂଚନା ଦେଲେ ପୌରସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ସହ ସମୀକ୍ଷା ପରେ ସୂଚନା ଦେଇଛନ୍ତି । ସକାଳୁ ରାତି ୧୦ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ପ୍ରବେଶ କରିପାରିବେ । ୨୦ ଜଣ ଜେଟିପି ସ୍କ୍ୱାଡ ଜଗିବେ, ମନ୍ଦିର ଚତୁଃପାଶ୍ୱର୍ ସଫା କରାଯିବ । ସମସ୍ତ ଦୋକାନ ଉଚ୍ଛେଦ କରାଯିବ କହିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ।

Read More

ଶୁକ୍ରବାର ଅଁଳା ନବମୀ ପାଇଁ ଜାରି ହୋଇଛି ଟ୍ରାଫିକ୍ ଆଡଭାଇଜରୀ । ରାଧାପାଦ ଦର୍ଶନ କରିବାକୁ ସାକ୍ଷୀଗୋପାଳ ସ୍ଥିତ ଗୋପାଳଜୀଉ ମନ୍ଦିର ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରୁଟ ଚାର୍ଟ ଓ ପାର୍କିଂ ନିଦେର୍ଶାବଳୀ ଜାରି ହୋଇଛି । ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ହାଲୁକାଯାନ କଲେଜ ଛକ ଦେଇ କୋଠଉପର, BSNL ପଡ଼ିଆରେ ଗାଡି ପାର୍କିଂ କରିବେ ଏବଂ ସମାନ ମାର୍ଗ ଦେଇ ଫେରିବେ।ସାକ୍ଷୀଗୋପାଳ ବଜାର ଦେଇ ଆସୁଥିବା ସମସ୍ତ ହାଲୁକା ଯାନ ରେଲଓ୍ବେ ଲେଭଲ କ୍ରସିଂ ପାଖରେ ପାର୍କିଙ୍ଗି କରିବେ ଏବଂ NH୩୧୬ ଦେଇ ଫେରିବେ। ଏହି କଟକଣା ଆଜି ରାତ୍ରି ୧୨ଟାରୁ ନଭେମ୍ବର ୧ ଦର୍ଶନ ଶେଷ ପର୍ଯ୍ୟନ୍ତ ଲାଗୁ ରହିବ। ସହାୟତା ପାଇଁ ଏହାସହିତ ପୋଲିସ ପକ୍ଷରୁ ୨୪ ଘଣ୍ଟିଆ ହେଲ୍ପଲାଇନ ନମ୍ବର ଜାରି ହୋଇଛି। ଅନ୍ୟପଟେ ଚଳିତ ବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀରାଧାଙ୍କ ବିଗ୍ରହ ସହ ରହିଥିବା ପୁରୁଣା ଚାନ୍ଦିରୁପା ପ୍ରଭା ପରିବର୍ତ୍ତନ କରାଯାଇ…

Read More

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ଗୋପାଷ୍ଟମୀ ବା ଗୋଷ୍ଠାଷ୍ଟମୀ ପର୍ବ ପାଳିତ ହୋଇଥାଏ । ଏହିଦିନ ପ୍ରାତଃକାଳରୁ ସ୍ନାନାଦି ନିତ୍ୟକର୍ମ ସାରି ଗୋମାତାଙ୍କୁ ସ୍ନାନ କରାଇବା ପରେ ଜଳ, ଅକ୍ଷତ, ଶସ୍ୟ, ବସ୍ତ୍ର, ଭୋଗ ଏବଂ ଧୂପ ଆଦି ସହ ପୂଜା କରାଯାଇଥାଏ । ଏହି ଦିନ ଗୋପାଳକଙ୍କର ପୂଜା କରାଯିବାର ମଧ୍ୟ ବିଧି ରହିଛି । ବ୍ରଜ ସଂସ୍କୃତିରେ ଏହି ପର୍ବର ବିଶେଷ ମହତ୍ତ୍ୱ ରହିଛି ।ବିଶ୍ୱାସ ରହିଛି ଯେ, ଏହି ଦିନ ଭଗବାନ ଶ୍ରୀ କୃଷ୍ଣ ପ୍ରଥମଥର ପାଇଁ ଗାଈ ଚରେଇଥିଲେ | ମାଆ ଯଶୋଦା ଶ୍ରୀ କୃଷ୍ଣଙ୍କୁ ବହୁତ ସ୍ନେହ କରୁଥିବାରୁ ତାଙ୍କୁ ଗାଈ ଚରେଇବାକୁ ଯିବା ପାଇଁ ବାରଣ କରୁଥିଲେ | ଦିନେ ଶ୍ରୀ କୃଷ୍ଣ ଗାଈ ଚରେଇଯିବାକୁ ମାଆ ଯଶୋଦାଙ୍କ ପାଖେ ବହୁତ ଜିଦ୍ କଲେ | ତାଙ୍କ କଥାରେ ରାଜି ହୋଇ ମାଆ ଯଶୋଦା ରୁଷି ଶାଣ୍ଡିଲ୍ୟଙ୍କୁ କହି ଏକ ଶୁଭ…

Read More