ସରିବାକୁ ଯାଉଛି ଡେଡ୍ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ। କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି। ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାଁନ୍ତି। ଏତେ ସଂଖ୍ୟକ ଲୋକଙ୍କ ଭିତରୁ କେତେ ଜଣଙ୍କ ରାସନ ବନ୍ଦ ହେବ ତାହା ସରକାରଙ୍କୁ ଅକଳରେ ପକାଇଛି । ଗତ ୧୪ ତାରିଖରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ଇ-କେୱାଇସି କରିନଥିଲେ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ୧୫ ଦିନରେ ମାତ୍ର ୭୩, ୧୦୬ ଜଣଙ୍କ ଇ-କେୱାସି ହୋଇଛି। ତେଣୁ ଆଉ ଦିନକରେ କେତେ ଜଣ ଇ-କେୱାଇସି କରିପାରିବେ ? ତାହା ଏବେ ଚିନ୍ତାର କାରଣ ହୋଇଛି ।ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି । ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା…
Author: sanitelevision
ଆନ୍ଧ୍ର ପ୍ରଦେଶ କୁର୍ନୁଲ ବସ ଟ୍ରାଜେଡି ପରେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ହେଲା SOP । ଯାତ୍ରୀବାହୀ ବସରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ବାଧ୍ୟତାମୂଳକ । ଅଗ୍ନିଶମ ଓ ଜରୁରୀକାଳୀନ ସେବା ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ବସରେ ଫାୟାର ଡିଟକ୍ସନ ଓ ସପ୍ରେସନ ସିଷ୍ଟମ ରଖିବା ବାଧ୍ୟତାମୂଳକ ଅଟେ । ଆପତ୍ତକାଳୀନ ପ୍ରସ୍ଥାନ ଦ୍ୱାର, କାଚ ଭାଙ୍ଗିବାକୁ ହାତୁଡି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦୨୫ ଅକ୍ଟୋବର ପରେ ପଞ୍ଜିକୃତ ବସରେ ଅଗ୍ନି ସୁରକ୍ଷା ବ୍ୟାସ୍ଥା ବାଧ୍ୟତାମୂଳକ ଅଟେ ।ପ୍ରତି ୩ ମାସରେ ଏ ସଂକ୍ରାନ୍ତରେ ରାଜ୍ୟସ୍ତରରେ ସମୀକ୍ଷା କରାଯିବ । ବସରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ରହିବ। ସେଗୁଡିକର ବ୍ୟବହାର ତାରିଖ ଅଛି କି ନାହିଁ, ସେଥିରେ ଅଗ୍ନି ନିର୍ବାପକ ଗ୍ୟାସ ଅଛି ନା ନାହିଁ ଏସବୁ ଉପରେ ଅନୁଧ୍ୟାନ ହେବ। ସେଗୁଡ଼ିକର ବ୍ୟବହାର ବସ୍ କର୍ମଚାରୀ ଓ ଯାତ୍ରୀ କରିବେ…
ମୁଖ୍ୟମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ । କେମିତି କାମ କରୁଛନ୍ତି ସରକାରୀ ଅଧିକାରୀ । କାର୍ଯ୍ୟାଳୟକୁ ଠିକ୍ ଭାବେ ଆସୁଛନ୍ତି କି ନାହିଁ । ସଠିକ ସମୟରେ ଅଫିସ ଆସୁଛନ୍ତି କି ନାହିଁ ତାହା ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଆଜି ୧୦ଟା ୧୫ ମିନିଟ ସମୟରେ ଅଚାନକ ରାଜୀବ ଭବନରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଉନ୍ନୟନ କମିଶନରଙ୍କ ସହ ପୁରା ବିଭାଗ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ। ଏହା ସହ ରାଜ୍ୟ ହାଇଡ୍ରୋ ଲୋଜିକାଲ ଡାଟା ସେଣ୍ଟର ମଧ୍ୟ ବୁଲି ଦେଖିଥିଲେ। ରାଜ୍ୟରେ ଡ୍ୟାମର ସ୍ଥିତି ୱାଟର ଲେବୁଲ ବିଷୟରେ ଅବଗତ ହୋଇଥିଲେ। ଏହା ବିଭାଗର ସମସ୍ତ ମହଲରେ ଥିବା ଅଧିକାରୀଙ୍କ ଚାମ୍ବର ସହ ସମ୍ମିଳନୀ କକ୍ଷକୁ ବି ଯାଇ ଅନୁଧ୍ୟାନ କରିଥିଲେ ମୁଖ୍ୟମନ୍ତ୍ରୀ। ତେବେ ଡ୍ୟାମ, ନଦୀବନ୍ଧ, ଜଳ ସମ୍ପଦର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଚଳଚଞ୍ଚଳ ହେବ ରାଜୀବ ଭବନ ଆଉ ସ୍ମାର୍ଟ ହେବ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନକୁ ଅନୁପାଳନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶା ସାମଗ୍ରିକ ପ୍ରଗତି ପଥରେ ଅଗ୍ରସର ହେଉଛି । ଏହିକ୍ରମରେ ସାରା ରାଜ୍ୟରେ ପୂର୍ତ୍ତ ବିଭାଗ ଅଧୀନରେ ନୂଆ କରି ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ ରାଜପଥ, ଜିଲ୍ଲା ମୁଖ୍ୟ ସଡ଼କ, ଅନ୍ୟାନ୍ୟ ସମସ୍ତ ସଡ଼କ ନିର୍ମାଣ ସମୟରେ ବୃକ୍ଷରୋପଣକୁ ବାଧ୍ୟତାମୂଳକ କରାଯିବା ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏ ନେଇ ବିଭାଗ ପକ୍ଷରୁ ନିର୍ମାଣ ହେବାକୁ ଥିବା ରାସ୍ତାର ଉଭୟ ପାର୍ଶ୍ବ ଏବଂ ଡିଭାଇଡର ମଝିରେ ଥିବା ଖାଲି ସ୍ଥାନରେ ବ୍ୟାପକ ବୃକ୍ଷରୋପଣ କରାଯିବା ନେଇ ଇଆଇସି (ସଭିଲ୍ ତଥା ରୋଡସ୍), ଇଆଇସି (ଏନ୍ଏଚ୍), ଏମ୍.ଡି, ଓବିସିସିଙ୍କୁ ଚିଠି ଜରିଆରେ ଅବଗତ କରାଯାଇଛି । ଗ୍ରୀନ୍ କରିଡର ବିକାଶ ଓ ପରିଚାଳନା ଲକ୍ଷ୍ୟ ନେଇ ସବୁ ରାସ୍ତାକଡ଼ରେ ବୃକ୍ଷ ରୋପଣ କରାଯିବ । ଏହିକ୍ରମରେ…
ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ଆଜି ଭାରତର ୫୩ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ମୁଖ୍ୟ ବିଚାରପତି ବି.ଆର୍. ଗୱାଇଙ୍କ ସ୍ଥାନରେ ୨୪ ନଭେମ୍ବର ୨୦୨୫ରୁ ଦାୟିତ୍ୱ ଗ୍ରହଣ କରିବେ।ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନିଯୁକ୍ତି ସିଜେଆଇ ଗୱାଇଙ୍କ ସୁପାରିସ ଅନୁଯାୟୀ ହୋଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ‘ଏକ୍ସ’ରେ ଘୋଷଣା କରି କହିଛନ୍ତି, ‘ଭାରତୀୟ ସମ୍ବିଧାନ ଦ୍ୱାରା ପ୍ରଦତ୍ତ କ୍ଷମତା ବଳରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କୁ ୨୪ ନଭେମ୍ବର ୨୦୨୫ରୁ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି।’ ଆଇନ ମନ୍ତ୍ରୀ ନୂଆ ସିଜେଆଇଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସୂଚନା ମୁତାବକ, ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଘର ହରିୟାଣା ହୋଇଥିବା ବେଳେ ସେ ହିମାଚଳ ପ୍ରଦେଶ ହାଇକୋର୍ଟରେ ମୁଖ୍ୟ ବିଚାରପତି ଭାବେ କାମ କରିସାରିଛନ୍ତି। ଏହାପୂର୍ବରୁ ସେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମଧ୍ୟ ବିଚାପତି ଭାବେ ନିଯୁକ୍ତି ପାଇଥିଲେ। ସେ ଗତ…
ପଞ୍ଚୁକର ପ୍ରଥମ ତିନିଦିନ କେବଳ ବାହାର କାଠରୁ ଶ୍ରୀଜୀଉଙ୍କ ଦର୍ଶନ କରି ପାରିବେ ଶ୍ରଦ୍ଧାଳୁ । କେବଳ କାର୍ତ୍ତିକ ପୂର୍ଣ୍ଣମୀରେ ଭିତର କାଠ ଦର୍ଶନ ସୁଯୋଗ ମିଳିବ । ଭିଡ଼ ଭିତରେ ନିଖୋଜ ଭକ୍ତମାନଙ୍କୁ ଖୋଜି ପାଇବା ଲାଗି ତିନିଦ୍ୱାରରେ ବ୍ୟବସ୍ଥା କରାଯିବ । ପଞ୍ଚୁକ ସମୟରେ ସେବାୟତ ମାନଙ୍କ ଦ୍ଵାରା ଭକ୍ତ ମାନଙ୍କୁ ମୁଠାଏ ମୁଠାଏ ମହାପ୍ରସାଦ ବଣ୍ଟନ କରାଯିବ । ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ତରଫରୁ ଆମ୍ବୁଲାନ୍ସ ସହ ୨୪ ଘଣ୍ଟିଆ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ ।ସୁବିଧାରେ ଭକ୍ତମାନେ କିଭଳି ଶ୍ରୀଜୀଉଙ୍କ ଦର୍ଶନ କରିବେ ସେ ନେଇ ବଡ଼ଦାଣ୍ଡରେ ବାରିକେଡ୍ କରାଯାଇଛି । ନିଖୋଜ ଶ୍ରଦ୍ଧାଳୁଙ୍କ ଅନୁସନ୍ଧାନ କରିବା ଲାଗି ଅନୁସନ୍ଧାନ କେନ୍ଦ୍ର ସମେତ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ।
ପୁଲିସ୍ ଏସଆଇ ପରୀକ୍ଷା କେଳେଙ୍କରି ମାମଲା ସିବିଆଇକୁ ହସ୍ତାନ୍ତର ପ୍ରସଙ୍ଗରେ କ୍ରାଇମ ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଏହା ପଛରେ ବଡ଼ ନେଟୱର୍କ ରହିଛି। ଯେହେତୁ ସିବିଆଇ ମାମଲାର ତଦନ୍ତ କରିବ, ସେମାନେ ଯେତେବେଳେ ଆସିବେ ଆମେ ତାଙ୍କୁ ଅପଟୁଡେଟ କେସ ରେକର୍ଡ ହସ୍ତାନ୍ତର କରିବୁ।ଏହି ଘଟଣାରେ ଏଯାବତ ମାଷ୍ଟର ମାଇଣ୍ଡକୁ ଧରିପାରିନି ପୁଲିସ । ଅନ୍ୟପଟେ ଗିରଫ ହୋଇଥିବା ୧୧୪ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ମିଳିସାରିଛି ।ଏହାପଛରେ ବଡ଼ ଧରଣର ଆନ୍ତଃରାଜ୍ୟ ଲିଙ୍କ୍ , ବଡ଼ ଷଡ଼ଯନ୍ତ୍ର, ଏବଂ ମନି ଟ୍ରଲ୍ ରହିଛି। ସେହି କାରଣରୁ ରାଜ୍ୟ ସରକାର ଏହାକୁ ସିବିଆଇ ତଦନ୍ତ କରିବାକୁ କହିଛନ୍ତି। ଯେହେତୁ ସିବିଆଇର ସମ୍ପୂର୍ଣ୍ଣ ଭାରତରେ ତଦନ୍ତ କରିବାର କ୍ଷମତା ରହିଛି ତେଣୁ ଷଡ଼ଯନ୍ତ୍ର ଦିଗକୁ ଭଲ ଭାବେ ସେମାନେ ତଦନ୍ତ କରିବେ। ଦୋଷୀମାନଙ୍କ ପାଖରେ ପହଞ୍ଚିବେ।
ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ମାମଲା ଲଢିବା ପାଇଁ ଦୁଇ ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ନିୟୋଜିତ କରିବାକୁ ବ୍ରହ୍ମପୁର ଏସ୍ପି ଚିଠି ଲେଖିଛନ୍ତି । ସରକାରଙ୍କ ତରଫରୁ ବ୍ରହ୍ମପୁର କୋର୍ଟରେ କେସ୍ ପରିଚାଳନା ପାଇଁ ହାଇ କୋର୍ଟରେ କାର୍ଯ୍ୟରତ ତଥା ସିବିଆଇର ଆଇନ ପରାମର୍ଶଦାଦା ରହିଥିବା ଆଇନଜୀବୀ କାଳୀ ଚରଣ ମିଶ୍ରଙ୍କୁ ସ୍ୱତନ୍ତ୍ର ପିପି ରୂପେ ଏବଂ ବରିଷ୍ଠ ଆଇନଜୀବୀ ଅବିନାଶ ପାଢ଼ୀଙ୍କୁ ସ୍ୱତନ୍ତ୍ର ଅତିରିକ୍ତ ପିପି ରୂପେ ନିଯୁକ୍ତି ଦେବା ପାଇଁ ବ୍ରହ୍ମପୁର ଏସପି, ଓଡିଶା କ୍ରାଇମ ବ୍ରାଞ୍ଚ ପୋଲିସ ଡିଜିଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।ସେପଟେ ବ୍ରହ୍ମପୁର ଜେଲରୁ ଫୁଲବାଣୀ ଜେଲ୍ ଅଭିମୁଖେ ବାହାରିଲା ପିଣ୍ଟୁ ଦାସ । ବ୍ରହ୍ମପୁରରୁ କଡ଼ା ସୁରକ୍ଷା ବଳରେ ଫୁଲବାଣୀ ଜେଲ ଅଭିମୁଖେ ବାହାରିଛି ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁ ଦାସ ।
ଭାରତର ଲୌହପୁରୁଷ ସର୍ଦ୍ଦାର ବଳ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ରାଷ୍ଟ୍ରୀୟ ଏକତା ଦିବସ ପ୍ରତିବର୍ଷ ଅକ୍ଟୋବର ୩୧ରେ ପାଳନ କରାଯାଉଛି । ରାଷ୍ଟ୍ରୀୟ ଏକତା ଦିବସ ଭାରତର ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତିର ପ୍ରତୀକ । ଏହି ଅବସରରେ ଗୁଜରାଟର ଷ୍ଟାଚ୍ୟୁ ଅଫ ୟୁନିଟ୍ରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସର୍ଦ୍ଦାର ପଟେଲଙ୍କ ସ୍ମୃତିଚାରଣ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ତାଙ୍କ ଜନ୍ମବାର୍ଷିକୀରେ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି, ଯିଏ ସ୍ବାଧୀନତା ପରେ ୫୬୨ଟି ଗଡ଼ଜାତ ରାଜ୍ୟର ଏକୀକରଣରେ ସେ ଐତିହାସିକ ଭୂମିକା ଗ୍ରହଣ କରିଥିଲେ ଏବଂ ସ୍ବାଧୀନ ଭାରତର ଏକତାର ମୂଳଦୁଆ ସ୍ଥାପନ କରିଥିଲେ। ସେହିପରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଲୌହମାନବଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।ସର୍ଦ୍ଦାର ବଲ୍ଲଭଭାଇ ପଟେଲ(୩୧ ଅକ୍ଟୋବର ୧୮୭୫-୧୫ ଡିସେମ୍ବର ୧୯୫୦) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ, ଓକିଲ, ଭାରତୀୟ ଜାତୀୟ କଂଗ୍ରେସର ସଭ୍ୟ…
ଆଜି ପବିତ୍ର ଅଳାଁ ନବମୀ । ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ । ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ଲାଗିଛି। ଭିଡ଼ ନିୟନ୍ତ୍ରଣ ପାଇଁ ୨ଜଣ ଅତିରିକ୍ତ ଏସ୍ପି, ୧୧ ଡିଏସ୍ପି, ୨୧ ଇନ୍ସପେକ୍ଟର, ୭୧ ଏସ୍ଆଇ ଏବଂ ଏଏସ୍ଆଇ, ୯୨ ହାବିଲଦାର ଓ କନଷ୍ଟେବଲ, ୧୦ ଟ୍ରାଫିକ କନଷ୍ଟେବଲ୍, ୨୫୦ ଜଣ ଗୃହରକ୍ଷୀଙ୍କ ସମେତ ୨୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।ସେହିପରି ଜଗଦ୍ଧାତ୍ରୀ ପୂଜା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ସମ୍ମୁଖରେ ଅଁଳା ବୃକ୍ଷ ନିକଟରେ ହବିଷ୍ୟାଳିମାନେ ପ୍ରସାଦ ପ୍ରସ୍ତୁତ କରିବା ନିମନ୍ତେ ବ୍ୟବସ୍ଥା ହୋଇଛି । ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଶ୍ରୀରାଧା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଭଜନ ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ…









