Author: sanitelevision

ବାବା ଧବଳେଶ୍ବରଙ୍କ ପୀଠରେ ଆଜିଠୁ ପଞ୍ଚକ ବ୍ରତ ଆରମ୍ଭ । କଟକର ଅନ୍ୟତମ ଶୈବପୀଠ ଧବଳେଶ୍ଵରଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ମହାକାର୍ତ୍ତିକ ମାସର ଶେଷ ପର୍ବ ହେଉଛି ବାବା ଧବଳେଶ୍ୱରଙ୍କର ବଡ଼ ଓଷା । ରାତ୍ର ୩ଟାରୁ ଦ୍ଵାର ଫିଟା ଯାଇ ୧୦୮ ଗରା ସୁବାସିତ ଜଳରେ ବାବାଙ୍କୁ ମହାସ୍ନାନ କରାଯାଇ ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ରୀତିନୀତି କରାଯାଇ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ଛଡ଼ା ଯାଇଥିଲା । ଏଥିସହ ପଞ୍ଚକ ଓ ବଡ଼ଓଷା ପାଇଁ ୩ଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା ଓ ୧୪ଟି ସ୍ଥାନରେ ଟ୍ରାଫିକ୍ ପୋଷ୍ଟ ହେବ । ୩୨ଟି ସ୍ଥାନରେ ସିସିଟିଭି ଲଗାଯିବ । ପାର୍କିଂ ବ୍ୟବସ୍ଥା ପାଇଁ ଦୁଇ ଚକିଆ ଗାଡ଼ି ନୂଆପାଟଣା ଛକରୁ ପାଇକରାପୁର ଷ୍ଟାଣ୍ଡକୁ ଯିବ,୪ ଚକିଆ ଗାଡ଼ି ବିଦ୍ୟାଧରପୁର ଓ ଧବଳେଶ୍ୱର ଫାଣ୍ଡି…

Read More

ଆଜିଠୁ ମେ ୩୧ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ଉପରେ କଟକଣା । ବିରଳ ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ୭ ମାସ ସରକାରୀ କଟକଣା । ସମୁଦ୍ର କୂଳ ଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ମାଛ ଧରିବା ଉପରେ କଟକଣା । ଋଷିକୂଲ୍ୟା, ଧାମରା ଓ ଦେବୀ ନଦୀ ମୁହାଣରେ ମଧ୍ୟ ମାଛଧରା ନିଷେଧ କରାଯାଇଛି। ଯନ୍ତ୍ରଚାଳିତ ବୋଟ ଚଳାଚଳ ବନ୍ଦ । ଆଇନ ଭାଙ୍ଗିଲେ ଜେଲ ଓ ଜରିମାନା ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି।ନଭେମ୍ବର ୧ ତାରିଖ ଠାରୁ ୩୧ ମଇ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା । କଇଁଚ ମାନଙ୍କ ସୁରକ୍ଷା ପାଇଁ କୌଣସି ଯନ୍ତ୍ର ଚାଳିତ ଡଙ୍ଗା କି ଟ୍ରଲର ଧରିପାରିବେ ନାହିଁ ମାଛ । ଏଥିସହିତ ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ମାଦଳି ଠାରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଥିବା ବେଳେ ଏକକୂଳା, ସାତଭାୟା, ଜଉଦିଆ,…

Read More

୨୧ ବର୍ଷ ବୟସ ହୋଇଥିଲେ କାଲିଠୁ ସୁଭଦ୍ରା ଆବେଦନ କରିପାରିବେ । ସୁଭଦ୍ରା ପୋର୍ଟାଲରେ ଆବେଦନ କରିପାରିବେ । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରବାତୀ ପରିଡା । ଆଚରଣ ବିଧି ଲାଗିଥିବା ଅଂଚଳକୁ ଛାଡି ଅନ୍ୟ ସବୁ ଅଂଚଳରେ ଆବେଦନ କରିପାରିବେ । ମାର୍ଚ୍ଚ 31 2025 ରେ ଯେଉଁ ମହିଳାମାନକୁ 21 ବର୍ଷ ହୋଇଥିବ ସେମାନେ କାଲି ଠୁ ସୁଭଦ୍ରା ପୋର୍ଟାଲରେ ଆବେଦନ କରିବେ । ମାର୍ଚ୍ଚ ୮ ରେ ସେମାନେ ମଧ୍ୟ ସୁଭଦ୍ରା ପଇସା ପାଇପାରିବେ

ସିଏମସି କାଉନସିଲ୍ ବୈଠକରେ ଲଙ୍କା କାଣ୍ଡ । ଗ୍ଲାସ୍ ଭାଙ୍ଗିଲେ, ମାଇକ ଉପାଡ଼ିଲେ, ଚେୟାର ଫିଙ୍ଗଲେ କର୍ପୋରେଟର । ଅନ୍ୟ ଜଣେ କର୍ପୋରେଟର ଏହାକୁ ବିରୋଧ କରି ବାରୁ ଆହୁରି ବଢିଲା ବିବାଦ । ଚେୟାର ଛାଡ଼ି ଗୃହରୁ ପଳେଇଲେ ମେୟର, କମିଶନର ।ସୂଚନା ଥାଉକି, ଆଜି ବସିଥିଲା ସିଏମସି କାଉନସିଲ ବୈଠକ । ବୈଠକରେ ବାଲିଯାତ୍ରା ସହ ଅନେକ ପ୍ରସଙ୍ଗରେ ଆଲୋଚନା ହେବାର ଥିଲା । ତେବେ କୌଣସି କଥାକୁ ନେଇ କଥା କଟାକଟି ହୋଇଥିଲେ ବିଜେଡି ଓ ବିଜେପିର କର୍ପୋରେଟର । ଏତିକି ବେଳେ ଜଣେ ସଦସ୍ୟ ବୈଠକରେ ଅପ ଶବ୍ଦ ବ୍ୟବହାର କରିଥିଲେ । ଯାହାକୁ ନେଇ ମିଟିଂରେ ହଙ୍ଗାମା ପରିସ୍ଥିତି ହୋଇଥିଲା । ଏମିତିକି ବୈଠକରେ ଚେୟାର ବି ଉଡିଥିଲା । ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ମେୟର ହସ୍ତକ୍ଷେପ କରିଥିଲେ ।

Read More

ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିତ ପରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସୁବ୍ରତ କୁମାର ତ୍ରିପାଠୀ ନାମକ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।ଓଇଆରସି ଅଧ୍ୟକ୍ଷ ଥାଇ କିପରି ସଭାପତି ପଦ ଗ୍ରହଣ କଲେ ସେନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସୁବ୍ରତ ତ୍ରିପାଠୀ । ବିଦ୍ୟୁତ ସଂସ୍କାର ଆଇନ୍‌ ଓ ବିଦ୍ୟୁତ ଆଇନର ଉଲ୍ଲଙ୍ଘନ କରାଯାଇଥିବା ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି । ଏନେଇ ପ୍ରଦୀପ ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାମୁତାବକ ମାସକ ପୂର୍ବେ ଭୁବନେଶ୍ବର କ୍ଲବ ନିର୍ବାଚନରେ ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ସଭାପତି ପଦ ଲାଗି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର କ୍ଲବ୍‌ ସଭାପତି ଅସୀତ ତ୍ରିପାଠୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ…

Read More

ଆସନ୍ତା ସପ୍ତାହରେ ଉତ୍ତର ବଙ୍ଗୋପ ସାଗରରେ କିମ୍ବା ଆଣ୍ଡାମାନ ସାଗରରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏନେଇ ଆକଳନ କରିଛନ୍ତି ଅର୍ନ୍ତଜାତୀୟ ପାଣିପାଗ ବିଜ୍ଞାନୀ ଜାସନ୍ ନିକୋଲସ୍ । ଅନ୍ୟପଟେ କେନ୍ଦ୍ରେୀୟ ଛତିଶଗଡ଼ ଏବଂ ଆଖପାଖ ଅଞ୍ଚଳରେ ସୁଚିହ୍ନିତ ଲଘୁଚାପ କ୍ଷେତ୍ର ବା ମୋନ୍ଥାର ଅବଶିଷ୍ଟାଂଶ ଗତ ୬ ଘଣ୍ଟା ମଧ୍ୟରେ ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି ଆଜି ସକାଳରେ ଝାଡ଼ଖଣ୍ଡ ଏବଂ ଏହାର ଆଖାପଖ ଅଞ୍ଚଳ ଉପରେ ପଡ଼ିଛି । ଏହା ବିହାରର ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି ।

Read More

ପ୍ରଦୀପ ଜେନାଙ୍କ ବିରୋଧରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭୁବନେଶ୍ୱର କ୍ଲବ ସଭାପତି ଭାବରେ ନିର୍ବାଚିତ ପରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ସୁବ୍ରତ କୁମାର ତ୍ରିପାଠୀ ନାମକ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର ହୋଇଛି ।ଓଇଆରସି ଅଧ୍ୟକ୍ଷ ଥାଇ କିପରି ସଭାପତି ପଦ ଗ୍ରହଣ କଲେ ସେନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ସୁବ୍ରତ ତ୍ରିପାଠୀ । ବିଦ୍ୟୁତ ସଂସ୍କାର ଆଇନ୍‌ ଓ ବିଦ୍ୟୁତ ଆଇନର ଉଲ୍ଲଙ୍ଘନ କରାଯାଇଥିବା ଜନସ୍ବାର୍ଥ ମାମଲାରେ ଦର୍ଶାଯାଇଛି । ଏନେଇ ପ୍ରଦୀପ ଜେନାଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସୂଚନାମୁତାବକ ମାସକ ପୂର୍ବେ ଭୁବନେଶ୍ବର କ୍ଲବ ନିର୍ବାଚନରେ ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ନୂତନ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନରେ ସଭାପତି ପଦ ଲାଗି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର କ୍ଲବ୍‌ ସଭାପତି ଅସୀତ ତ୍ରିପାଠୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ…

Read More

ବିଜେଡି ନେତା ପ୍ରୀତିରଞ୍ଜନ ଘଡେ଼ଇଙ୍କ ଘରେ ଚଢ଼ଉ କରାଯାଇଛି । ନୂଆପଡ଼ା ଖରିଆର ରୋଡ଼ରେ ପ୍ରୀତିରଞ୍ଜନ ଘଡେ଼ଇ ରହୁଥିବା ଘରେ ପୁଲିସ ଚଢ଼ଉ କରିଛି । ପ୍ରୀତିରଞ୍ଜନ ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ପ୍ରଚାର ଦାୟିତ୍ୱରେ ଅଛନ୍ତି । ତେବେ ଏହାକୁ ବିରୋଧ କରି ବିଜେଡି ନେତା ଓ କର୍ମୀ ହାଲ୍ଲାବୋଲ କରିଛନ୍ତି । ଚଢ଼ଉ କରିବାକୁ ଆସିଥିବା ପୁଲିସ ଓ ଅଧିକାରୀଙ୍କୁ ସେମାନେ ବିରୋଧ କରିଥିଲେ ।ପୁଲିସ ପ୍ରଶାସନର ଗାଡ଼ିକୁ ମଧ୍ୟ ଅଟକାଇଥିଲେ । କୁହାଯାଉଛି ଯେ ଆଜି ଚଢ଼ରେ ୪୦ରୁ ଅଧିକ ପୁଲିସ କର୍ମଚାରୀ ସାମିଲ ଥିଲେ । ତେବେ ଚଢ଼ଉ ବେଳେ ଶ୍ରୀ ଘଡେ଼ଇ ଉକ୍ତ ଘରେ ନଥିଲେ । ପୁଲିସ ଏଭଳି ଚଢାଉ କରିବା ନେଇ କର୍ମୀଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଜେପି ଜାଣିଶୁଣି ଏପରି କରୁଥିବା ବିଜେଡି କର୍ମୀ ଅଭିଯୋଗ କରିଛନ୍ତି ।ସେପଟେ ନୂଆପଡ଼ା ଉପ-ନିର୍ବାଚନରେ ଜମୁଛି ପ୍ରଚାର । ପ୍ରଚାର ପାଇଁ…

Read More

ସରିବାକୁ ଯାଉଛି ଡେଡ୍‌ଲାଇନ। ଇ-କେୱାଇସି କରିନଥିଲେ ନଭେମ୍ବରରୁ ମିଳିବନି ଚାଉଳ। କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି। ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି ନାହାଁନ୍ତି। ଏତେ ସଂଖ୍ୟକ ଲୋକଙ୍କ ଭିତରୁ କେତେ ଜଣଙ୍କ ରାସନ ବନ୍ଦ ହେବ ତାହା ସରକାରଙ୍କୁ ଅକଳରେ ପକାଇଛି । ଗତ ୧୪ ତାରିଖରେ ୧୬ ଲକ୍ଷ ୩୦ ହଜାର ୩୭୧ ଜଣ ଇ-କେୱାଇସି କରିନଥିଲେ । ତେଣୁ ସମସ୍ତ ଜିଲ୍ଲାପାଳଙ୍କୁ ଏହା ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ୧୫ ଦିନରେ ମାତ୍ର ୭୩, ୧୦୬ ଜଣଙ୍କ ଇ-କେୱାସି ହୋଇଛି। ତେଣୁ ଆଉ ଦିନକରେ କେତେ ଜଣ ଇ-କେୱାଇସି କରିପାରିବେ ? ତାହା ଏବେ ଚିନ୍ତାର କାରଣ ହୋଇଛି ।ଅଯୋଗ୍ୟ ହିତାଧିକାରୀ ଧରାପଡ଼ିବା ଭୟରେ ଇ-କେୱାଇସି କରୁନାହାନ୍ତି । ଉପାନ୍ତ ଅଞ୍ଚଳରେ ନେଟୱାର୍କ ସମସ୍ୟା…

Read More