Author: sanitelevision

ବାତ୍ୟା ମୋନ୍ଥା ପରେ ଏବେ ପୁଣି ଚିନ୍ତା ବଢାଇଲାଣି ଆଉ ଏକ ଲଘୁଚାପ । ଦକ୍ଷିଣ ମିଆଁମାର ଉପକୂଳ ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜି ଓଡ଼ିଶାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି IMD ।

Read More

ଉପନିର୍ବାଚନ ପୂର୍ବରୁ ନୂଆପଡ଼ାକୁ ଅଶାନ୍ତ କରିବାକୁ କୌଣସି ପ୍ରକାର ସୁଯୋଗ ଛାଡୁନି ବିଜେପି । ପ୍ରଶାସନ ଓ ପୋଲିସକୁ ଲଗାଇ ବିରୋଧୀଙ୍କ ସ୍ବରକୁ ଦବାଇ ଦେବାକୁ ଚେଷ୍ଟା କରିଛି । ଏପରି ସ୍ଥିତିରେ ବ୍ଲାକ୍ ଫାୟରିଂ କରି ଶାନ୍ତ ନୂଆପଡ଼ାକୁ ଅଶାନ୍ତ ମଧ୍ୟକୁ ଠେଲି ଦେବାକୁ ଉଦ୍ୟମ କରାଯାଇଛି ।କୋମନାରେ ଲୋକଙ୍କୁ ଭୟଭୀତ କରିବାକୁ ବିଜେପି ଉଦ୍ୟମ କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଜଣେ ବିଜେପି ବିଧାୟକଙ୍କ ପିଏସଓ ବ୍ଲାଙ୍କ ଫାୟାରିଙ୍ଗ କରିଥିବା ସୂଚନା ମିଳିଛି । ଏନେଇ କଂଗ୍ରେସ କର୍ମୀ କୋମନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଗତ ରାତିରେ ଏହି ଫାୟାରିଂ ହୋଇଥିବା କଂଗ୍ରେସ ଅଭିଯୋଗ କରିଛି । ଅନ୍ୟପଟେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ସଭାକୁ ଭଣ୍ଡୁର କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ଆଜି ବିଜେଡି ପକ୍ଷରୁ ନିର୍ବାଚନ ସାଧାରଣ…

Read More

ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଖୋଲିଲା କୁଲଡିହା ଅଭୟାରଣ୍ୟ। ପର୍ଯ୍ୟଟକମାନେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ଜୀବଜନ୍ତୁଙ୍କୁ ଦେଖିବାର ମଜା ଉଠାଇବେ। ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା ୨୭୨.୭୫ ବର୍ଗ କିଲୋମିଟର ବ୍ୟାସାର୍ଦ୍ଧ ବିଶିଷ୍ଟ କୁଳଡିହା ଅଭୟାରଣ୍ୟ ଚଳିତ ବର୍ଷ ପର୍ଯ୍ୟଟକଙ୍କୁ କିପରି ଅଧିକ ଆକୃଷ୍ଟ କରିବ ସେନେ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପରିକି ପର୍ଯ୍ୟଟକଙ୍କ ରାତ୍ରିଯାପନ କରିବାର ବ୍ୟବସ୍ଥା ରହିଛି । ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ଗୟଳ, ନୀଳଗାଇ, ବଳିଆ କୁକୁର, ବଜ୍ରକାପ୍ତା, ବେଲାରା ମୂଷା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଦେଖିବାର ମଜା ଉଠାଇବେ ପର୍ଯ୍ୟଟକ ।କୁଲଡିହାକୁ ଲାଗି ରହିଥିବା ଡ୍ୟାମ, ସାତଘାଟି, ଋଷିଆ, ପୁରୁଣାପାଣି, ଜାଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀର ପକ୍ଷୀ ଦେଖିବାକୁ ପାଇବେ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ଅଭୟାରଣ୍ୟରେ ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳଠାରେ…

Read More

ବଲିଉଡର ନୀଳନୟନା ଐଶ୍ୱର୍ଯ୍ୟା ରାୟ। ଆଜି ସେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି ।ବଚ୍ଚନ ପରିବାରର ବୋହୂ ତଥା ଜଣାଶୁଣା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ତାଙ୍କ ଅଭିନୟ ତଥା ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଜଣାଶୁଣା । 1994 ମସିହାରେ ଐଶ୍ୱର୍ଯ୍ୟା ମିସ୍ ୱାଲର୍ଡର ମୁକୁଟ ଜିତିଥିଲେ, ଏହାପରେ ତାଙ୍କ ଜୀବନରେ ଆସିଥିଲା ଟ୍ୱିଷ୍ଟ । ତାଙ୍କୁ ଅନେକ ଆଡୁ ବହୁତ ଅଫର୍ ମଧ୍ୟ ଆସିବାରେ ଲାଗିଲା, ବର୍ତ୍ତମାନ ସେ ବଲିଉଡର ନାମୀଦାମୀ ହିରୋଇନଙ୍କ ମଧ୍ୟରୁ ଜଣେ ।1 ନଭେମ୍ବର 1973 ରେ କର୍ଣ୍ଣାଟକର ମାଙ୍ଗାଲୋରରେ ଜନ୍ମଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ରାୟ 1997 ମସିହାରେ ମଣି ରତ୍ନାମଙ୍କ ଚଳଚ୍ଚିତ୍ର ‘ଇରୁଭର୍’ ସହିତ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହା ପରେ ସେ ଫିଲ୍ମ ‘ଔର ପ୍ୟାର ହୋ ଗୟା’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ଫିଲ୍ମଟି ଏତେଟା ଖାସ୍‌ ଚାଲିନଥିଲା । 1999 ମସିହାରେ ‘ହମ୍ ଦିଲ୍ ଦେ ଚୁକେ…

Read More

ବଲିଉଡର ହି-ମ୍ୟାନ ଧର୍ମେନ୍ଦ୍ର ଅସୁସ୍ଥ। ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ଧର୍ମେନ୍ଦ୍ରଙ୍କ ଅବସ୍ଥା ସ୍ଥିର ରହିଛି । ଏବେ ଚିନ୍ତା କରିବାର କୌଣସି କଥା ନାହିଁ । ତାଙ୍କ ପାରାମିଟର ଠିକ୍ ରହିଛି ବୋଲି ଧର୍ମେନ୍ଦ୍ରଙ୍କ ଦେଖାଶୁଣା କରୁଥିବା ଡାକ୍ତର ଷ୍ଟାଫ କହିଛନ୍ତି । ଚଳିତବର୍ଷ ଆରମ୍ଭରେ ଧର୍ମେନ୍ଦ୍ରଙ୍କ ଆଖି ସର୍ଜରୀ ହୋଇଥିଲା । ହସପିଟାଲରୁ ବାହାରୁଥିବାର ଏକ ଭିଡିଓ ଭାଇରଲ ହୋଇଥିଲା । ତେବେ ଏହି ଖବର ପରେ ଗଣମାଧ୍ୟମ ରିପୋର୍ଟ ମଧ୍ୟ ସାମ୍ନାକୁ ଆସିବା ଆରମ୍ଭ ହୋଇଛି। ପରିବାର ନିକଟତର ସୂତ୍ର ଅନୁସାରେ, ‘ଚିନ୍ତିତ ହେବାର କିଛି ନାହିଁ।’ ତାଙ୍କ ବୟସ ଅଧିକ ହୋଇଥିବାରୁ ସେ ସମୟ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥାନ୍ତି। ଏବେ ସେଭଳି ଏକ କାରଣରୁ ସେ ହସ୍ପିଟାଲରେ ଅଛନ୍ତି। ଅଭିନେତା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ କୌଣସି ଚିନ୍ତା ନାହିଁ।’ ଏହି ରିପୋର୍ଟ ଆସିବା ପରେ ପ୍ରଶଂସକମାନେ…

Read More

ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶନିବାର ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ମାର୍ଚ୍ଚ ୮ରେ ସୁଭଦ୍ରାର ନୂଆ ହିତାଧିକାରୀଙ୍କୁ ଟଙ୍କା ମିଳିବ। ନୂଆ ହିତାଧିକାରୀଙ୍କୁ ମିଳିବ ୨ଟି କିସ୍ତିର ଟଙ୍କା। ସୂଚନାମୁତାବକ ଗତ ମାର୍ଚ୍ଚ ୩୧ରେ ଯେଉଁମାନଙ୍କୁ ୨୧ ବର୍ଷ ବୟସ ହୋଇଥିବ ସେମାନେ ସୁଭଦ୍ରା ପୋର୍ଟାଲରେ ଅନଲାଇନ୍ ରେ ଆବେଦନ କରିପାରିବେ । ଆସନ୍ତା ମାର୍ଚ୍ଚ ଆଠରେ ସୁଭଦ୍ରା କିସ୍ତି ଟଙ୍କା ମିଳିବ। ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବା ନୂଆପଡ଼ା ଜିଲାକୁ ଛାଡି ଅନ୍ୟ ସମସ୍ତ ଅଞ୍ଚଳର ମହିଳା ଆବେଦନ କରିପାରିବେ। ରାଜ୍ୟରେ ସୁଭଦ୍ରା ହିତାଧିକାରୀଙ୍କ ସଂଖ୍ୟା କୋଟିଏ ଟପିଛି । ପ୍ରତିବର୍ଷ ରାଖୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ଦୁଇଟି କିସ୍ତିରେ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏ ସୁଭଦ୍ରା ଯୋଜନାରେ ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।

Read More

ବିଜେଡି ନେତା ବବି ଦାସଙ୍କ ନାଁରେ ମାମଲା ରୁଜୁ ହୋଇଛି। କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଅଧାରରେ ମାମଲା ରୁଜୁ କରାଯାଇଛି। BNS ୧୨୬ (୨), ୨୯୬, ୧୧୫ (୨), ୩୫୧ (୨) ଓ ୩ (୫) ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମଧ୍ୟ ମାମଲା ହୋଇଛି।ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ଯୁବକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ସହ ମାଡ ମାରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ଯୁବକ ପୂର୍ବରୁ ବିଜେଡି କ୍ୟାମ୍ପେନରେ ବୁଲୁଥିଲେ, ଏବେ ବିଜେପି ବୁଲୁଥିବାରୁ ବବି ଦାସ ତାଙ୍କ ଏହା କାହିଁକି କରୁଛୁ ବୋଲି ପଚାରିବା ସହ ଧମକାଇ ମାଡ ମାରିଥିଲେ ।

Read More

କାମରୁ ଫେରିଲା ବେଳେ ଯୁବତୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିକୁଡ଼ି ITI ପଛପଟେ ଘଟିଛି ଘଟଣା । ଟାଟା ମୋଟର ସର୍ଭିସ ସେଣ୍ଟରରେ କାମ କରୁଥିଲେ ଯୁବତୀ । ମୁହଁରେ ସ୍ପ୍ରେ କରି ଜୋର୍ ଜବରଦସ୍ତି ଟେକି ନେଇଥିଲେ। ନିକଟରେ ଥିବା ଆଇଟିଆଇ କଲେଜ ପଛପଟେ ଗଣ ଦୁଷ୍କର୍ମ କରି ଅଚେତ୍‌ ଅବସ୍ଥାରେ ଛାଡ଼ି ପଳାଇଥିବା ଅଭିଯୋଗ ହୋଇଛି । ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିଥିବାବେଳେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ପୀଡିତାଙ୍କ ଜଣେ ଅତି ନିକଟତମ ସମ୍ପର୍କିତ ବନ୍ଧୁ ଏଭଳି କରିଥିବା କୁହାଯାଉଛି। ଏନେଇ ବୀରମହାରାଜପୁର ପୋଲିସ ଦୁଇଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୋନପୁର ସମ୍ବଲପୁର ଏକ ମୁଖ୍ୟ ରାସ୍ତା ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଘଟଣା ଘଟିଥିବାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Read More

ନୂଆପଡ଼ା ଉପନିର୍ବାଚନ ପାଇଁ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ଆଇଜି ହିମାଂଶୁ ଲାଲଙ୍କୁ ରେଞ୍ଜ ଦାୟିତ୍ୱ। ନିୟୋଜିତ ହେବେ ସିଆରପିଏଫ୍‌ର ୧୪ କମ୍ପାନୀ। କୋରାପୁଟ ରେଞ୍ଜ ଡିଆଇଜି ଛୁଟିରେ ଥିବାରୁ ହିମାଂଶୁ ଲାଲଙ୍କୁ ଦାୟିତ୍ଵ ଦିଆଯାଇଛି। ଅତିରିକ୍ତ ଡିଜିପି ରାଜେଶ କୁମାର ଉପନିର୍ବାଚନ ପାଇଁ ନୂଆପଡ଼ାର ସାମଗ୍ରିକ ଦାୟିତ୍ୱରେ ଅଛନ୍ତି। ନୂଆପଡ଼ା ଛତିଶଗଡ଼ ସୀମାକୁ ଲାଗିଛି । ତେଣୁ ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି। ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି ବୋଲି ଗୁଇନ୍ଦା ସୂଚନା ମିଳିଛି । ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ନୂଆପଡ଼ାରେ ମୋଟ ୩୫୮ଟି ବୁଥ୍ ରହିଛି । ସେଥିମଧ୍ୟରୁ ପ୍ରାୟ ୪୭ ଟି ବୁଥ୍ ସମ୍ବେଦନଶୀଳ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳ । ନୂଆପଡ଼ା ଉପ-ନିର୍ବାଚନ ନଭେମ୍ବର ୧୧ ରେ…

Read More

ରାଜ୍ୟରେ ପୂର୍ବଭଳି ଜାରି ରହିବ ରାସନ ଚାଉଳ ଯୋଗାଣ। ଇ-କେୱାଇସି କରି ନ ଥିବା ହିତାଧିକାରୀଙ୍କ ଚାଉଳ ବନ୍ଦ ନେଇ ଯୋଗାଣ ବିଭାଗ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ । ଅର୍ଥାତ୍ ରାସନକାର୍ଡ ହିତାଧିକାରୀମାନେ ପୂର୍ବଭଳି ନିଜ କୋଟାର ଚ‌ାଉଳ ଉଠାଇପାରିବେ | ଯୋଗାଣ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଥିବା ୩ କୋଟି ୨୪ ଲକ୍ଷ ୩୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ନଭେମ୍ବର ୩୦ ସୁଦ୍ଧା ୧୫ ଲକ୍ଷ ୪୧ ହଜାର ୪୨୩ ଜଣ ନିଜର ଇ-କେୱାଇସି କରିନାହାନ୍ତି । ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନଭେମ୍ବର ପହିଲାରୁ ଇ-କେୱାଇସି କରି ନଥିବା ଲୋକଙ୍କ ଚାଉଳ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶନାମା ଜାରି ହୋଇନାହିଁ । ରାଜ୍ୟରେ ଚାଲିଥିବା ଇ-କେୱାଇସିକୁ ନେଇ ନିକଟରେ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ବିଭାଗ ପକ୍ଷରୁ ଇ-କେୱାଇସିକୁ ପୂର୍ବଭଳି ଜାରି ରଖିବା ଲାଗି…

Read More