Author: sanitelevision

ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଲାଗିପାରେ ବଡ଼ ଝଟକା। ଶଙ୍ଖ ଛାଡ଼ି ପଦ୍ମ ପୋଖରୀକୁ ଡିଆଁ ମାରିବେ ଅମର ପଟ୍ଟନାୟକ। ବିଜେଡି ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ବିଜେପିରେ ସାମିଲ୍ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୮ ମସିହାରେ ବିଜେଡିରେ ସାମିଲ ହୋଇଥିଲେ ପୂର୍ବତନ IA & AS ଅମର ପଟ୍ଟନାୟକ। ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ । ଏହାପରେ ବିଜେଡି ତାଙ୍କୁ ଆଇଟି ସେଲ୍‌ର ମୁଖ୍ୟ ଭାବେ ଦାୟିତ୍ୱ ଦେଇଥିଲା । ଏହାପରେ ଅମର ଲଗାତର ଭାବେ କାମ କରିଚାଲିଥିଲେ । ଯାହାର ଫଳସୂରୁପ ତାଙ୍କୁ ୨୦୧୯ ମସିହାରେ ଦଳ ରାଜ୍ୟସଭା ସାଂସଦ ଚୟନ କରିଥିଲା । ଆଉ ୨୦୧୯ରୁ ପାଞ୍ଚ ବର୍ଷ ଯାଏଁ ସେ ରାଜ୍ୟସଭାରେ ସଦସ୍ୟ ଭାବେ କାମ କରିଥିଲେ । ତେବେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହେବାକୁ ଥିବା ମିଶ୍ରଣ ପର୍ବରେ ଶତାଧିକ…

Read More

ଆଜି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଲାଗି ପ୍ରଚାର କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ। ।ରୋଡ଼ ଶୋ ଜରିଆରେ ବିଜୁ ଜନତା ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ାବାସୀଙ୍କୁ ଦେବେ ବିକାଶର ବାର୍ତ୍ତା। ଗସ୍ତକୁ ନେଇ ନିର୍ବାଚନ ମଣ୍ଡଳୀର ଗାଁ ଗାଁରେ ଦେଖିବାକୁ ମିଳିଛି ଉତ୍ସାହ। ଉପ ନିର୍ବାଚନରେ ପ୍ରଥମ ଥର ପାଇଁ ନୂଆପ଼ଡ଼ାରେ କରିବେ ପ୍ରଚାର। ଗତ ୨୪ ବର୍ଷ ସରକାରରେ ଥିବାବେଳେ ବହୁ ଉପନିର୍ବାଚନରେ ବାଜିମାତ୍ କରିଛି ଦଳ। ହେଲେ ଏଥର ସରକାରରେ ନଥାଇ ବିଜେଡି ଉପନିର୍ବାଚନ ଲଢ଼ୁଛି। ପ୍ରାୟ ୧୭ ମାସ ହେଲା ରାଜ୍ୟରେ କ୍ଷମତାଚ୍ୟୁତ ହୋଇଥିବା ବିଜେଡି ପାଇଁ ନୂଆପଡ଼ା ଉପନିର୍ବାଚନ ଅଗ୍ନି ପରୀକ୍ଷା ସଦୃଶ ହୋଇଛି। ନବୀନଙ୍କ ନୂଆପଡ଼ା ଗସ୍ତ ଘୋଷଣା ପରେ ବିପକ୍ଷ ଦଳ ମଧ୍ୟରେ ପଡ଼ିଲାଣି ଭାଲେଣି। ନବୀନ ପଟ୍ଟନାୟକଙ୍କ ଏହି ଗସ୍ତକୁ ଭଣ୍ଡୁର କରିବା ପାଇଁ ଚେଷ୍ଟା କରୁଛନ୍ତି। ତେବେ ନୂଆପଡାରେ ବିଜୁ…

Read More

କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉ ମାନଙ୍କ ଆଡ଼କିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ଅବକାଶ ନୀତି ଶେଷ ହେବା ପରେ ପୁଷ୍ପାଳକ ସେବକ ମାନେ ଏହି ବେଶ କରିଥାନ୍ତି । ଆଡ଼ିକିଆ ବା ତ୍ରିବିକ୍ରମ ବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପ୍ରଭୁ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲାଗି କରାଯାଏ । ଏହି ଚୂଳ ଦୁଇଟି ସୋଲ, କନା, ବେତ, ଜରି, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ମା ସୁଭଦ୍ରାଙ୍କ ସମେତ ଦୁଇ ଭାଇଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ । କଥିତ ଅଛି, ତ୍ରିବିକ୍ରମ ବା ଆଡକିଆ ବେଶ ଅତିବଡୀ ସମ୍ପ୍ରଦାୟର ଅତ୍ୟନ୍ତ ପ୍ରିୟ । ପଞ୍ଚସଖାବାଦୀ ତଥା ଅତିବଡୀ ସମ୍ପ୍ରଦାୟର ବହୁ ସଂଖ୍ୟକ ଶିଷ୍ୟ -ଭକ୍ତ ତଥା ମହନ୍ତମାନେ…

Read More

ପୁରୀ ଜିଲ୍ଲାର ଏକ ଘରର ଫ୍ରିଜରୁ ଏକ ନାଗ ସାପ ଉଦ୍ଧାର କରାଯାଇଥିଲା। ଏହି ଘଟଣା ଜିଲ୍ଲାର କାକଟପୁର ବ୍ଲକ ଅନ୍ତର୍ଗତ କୁଣ୍ଢେଇ ଗାଁରେ ଘଟିଛି। ଗତକାଲି କୁଣ୍ଢେଇ ଗ୍ରାମରୁ ନୃସିଂହ ପ୍ରଧାନଙ୍କ ସିଡ଼ି ଘର ପାଖରେ ଏକ ଫ୍ରିଜ ଥିଲା । ନୃସିଂହଙ୍କ ପତ୍ନୀ ଫ୍ରିଜ ଭିତରୁ ଜିନିଷ ଆଣିବାକୁ ଫ୍ରିଜର ଟ୍ରେ ଖୋଲିଲା ବେଳକୁ ଏକ ନାଗ ସାପ ଶୋଇଥିବା ଦେଖିବାକୁ ପାଇଥିଲେ । ଆତଙ୍କିତ ହୋଇ ଭୟରେ ଚମକି ପଡିଲେ ସେ । ସତରେ କଣ ଫ୍ରିଜରେ ସାପ ଶୋଇଛି ଏମିତି ଭାବି ଆଉଥରେ ଦେଖିଲେ । ହେଲେ ସତକୁ ସତ ବିରାଟ ନାଗ ସାପ ଫଣା ଟେକି ଶୋଇଛି ଫ୍ରିଜ୍ ଭିତରେ। ଭୟଭୀତ ହୋଇ ସେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଏହା ଜଣାଇଲେ ଏବଂ ସେମାନେ ଶୀଘ୍ର ସ୍ନେକ୍ ହେଲ୍ପଲାଇନ୍ କୁ ଫୋନ୍ କଲେ। ସ୍ନେକ୍ ହେଲ୍ପଲାଇନ୍ ରୁ ସୂଚନା ପାଇବା ପରେ ବ୍ରଜ ସାହୁ…

Read More

କମ୍ୟୁନିକେସନ୍ ସାଟେଲାଇଟ୍ CMS-03 ଉତକ୍ଷେପଣ ପାଇଁ ପ୍ରସ୍ତୁତ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପକ୍ଷରୁ ଆସନ୍ତାକାଲି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମିଶନ୍ ପାଇଁ ପ୍ରସ୍ତୁତି ସରିଛି । ଏହି ଉପଗ୍ରହ ଭାରତରୁ ଉତକ୍ଷେପଣ କରାଯାଇଥିବା ସବୁଠାରୁ ଭାରୀ ଉପଗ୍ରହ ହେବ । ଏହାକୁ ଇସ୍ରୋର ଶକ୍ତିଶାଳୀ ରକେଟ୍, LVM3-M5 ଦ୍ୱାରା ପୃଥିବୀର ଜିଓସିଙ୍କ୍ରୋନାସ୍ ଟ୍ରାନ୍ସଫର କକ୍ଷପଥରେ ପ୍ରେରଣ କରାଯିବ । CMS-03 ଯୋଗାଯୋଗ ଉପଗ୍ରହ ଭାରତର ଉଚ୍ଚ-କ୍ଷମତା ବିଶିଷ୍ଟ ମହାକାଶ ଯୋଗାଯୋଗକୁ ଏକ ନୂତନ ଦିଗ ପ୍ରଦାନ କରିବ ଏବଂ ସାମୁଦ୍ରିକ କ୍ଷେତ୍ରରେ ଡିଜିଟାଲ୍ କଭରେଜ୍ ଏବଂ ଯୋଗାଯୋଗ ସେବାକୁ ସୁଦୃଢ଼ ​​କରିବ ।ଏହା ଜାହାଜ, ବୁଡ଼ାଜାହାଜ ଓ ବିମାନଗୁଡ଼ିକୁ ସୁରକ୍ଷିତ ତଥା ଉନ୍ନତ ଯୋଗାଯୋଗ ସେବା ଯୋଗାଇବ । ବିଶେଷକରି ସାମୁଦ୍ରିକ ଓ ରଣନୈତିକ ସଂଯୋଗ ବୃଦ୍ଧିରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । LVM3 ମିଶନ୍ ରେ ବ୍ୟବହୃତ ହେଉଥିବା LVM3-M5 ହେଉଛି ଭାରତର ସବୁଠୁ ଶକ୍ତିଶାଳୀ…

Read More

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହେଲା ହୃଦଘାତ । ବସକୁ ରାସ୍ତାକଡ଼କୁ ନେଇ ବଞ୍ଚାଇଲେ ୪୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କ ଜୀବନ। ଘଟଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଅଞ୍ଚଳରେ। ବସ୍‌ଟି ଭୁବନେଶ୍ବରରରୁ ଭଞ୍ଜନଗର ଯାଉଥିଲା। କିନ୍ତୁ ଏମିତି ହେବ ବୋଲି କିଏ ଜାଣିଥିଲା।ସୂଚନା ଅନୁସାରେ, ଡ୍ରାଇଭର ଜଣଙ୍କ ବସ୍ ଚଳାଉଥିବାବେଳେ ବୋଲଗଡ଼ ବଜାର ଉପରେ ହଠାତ୍ ହୃଦଘାତ ହୋଇଥିଲା । ସେ ଜାଣିପାରି ବସକୁ ରାସ୍ତାକଡ଼କୁ ନେଇ ଯାଇଥିଲେ । ପରେ ବସର କଣ୍ଡକ୍ଟର ଡ୍ରାଇଭରଙ୍କୁ ପାଣି ପିଆଇ ଅଟୋ ସାହାଯ୍ୟରେ ବୋଲଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବସ ଡ୍ରାଇଭରଙ୍କୁ ମୃତ ଘୋଷଣା କରିଥିଲେ । ମାତ୍ର ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଛନ୍ତି ।ଡ୍ରାଇଭରଙ୍କ ଏପରି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Read More

ବସ ଡ୍ରାଇଭରଙ୍କ ବର୍ବରକାଣ୍ଡ । ପ୍ରଥମେ ଗାଡି ଚଢାଇ କୁକୁରକୁ ହତ୍ୟା କଲେ । ପରେ ଗାଡି ପଛରେ ବାନ୍ଧି ମୃତ କୁକରକୁ ଘୋଷାଡି ଘୋଷାଡି ନେଲେ ବସ୍ ଡ୍ରାଇଭର । କେନ୍ଦୁଝର ବାଂଶପାଳ ବ୍ଲକ କାଦକଳା ଗାଁରେ କୁହାଯାଉଥିବା ଏହି ଭିଡିଓରେ କୁକୁରର ବେକକୁ ବାନ୍ଧି ଏମିତି ଭାବେ ନିଆଯାଉଛି ଯାହା ସ୍ପଷ୍ଟ ଦେଖିବା ଓ ଦେଖେଇବା ଅସମ୍ଭବ ହୋଇପଡୁଛି । ମିଳିଥିବା ସୂଚନା ଅନୁସାରେ କୁକୁରକୁ ଗାଡି ଧକ୍କା ଦେବା ପରେ ତାର ମୃତ୍ୟୁ ହୋଇଥିଲା। କୁକୁରକୁ ଏମିତି ଘୋଷାଡି ଘୋଷାଡି ନେଇଥିଲେ ବସର କର୍ମଚାରୀ । ହେଲେ ଏତେ ବର୍ବର ମଣିଷ କେମିତି ହୋଇପାରେ ନିଜ ହିତାହିତ ଜ୍ଞାନ କେମିତି ଭୁଲିଯାଇ ପାରେ । କୁକୁରର ମୃତ୍ୟୁ ଏଭଳି ଘୋଷାଡି ନେବାକୁ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ବି ଭାଇରାଲ ଭିଡିଓକୁ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି ।

Read More

ସହଜ ହେବ ଜମିଜମା ପଞ୍ଜୀକରଣ ଓ କିଣାବିକା। ଘରେ ବସି ଅନ୍‌ଲାଇନ୍‌ରେ କରିପାରିବେ ସ୍ଲଟ୍ ବୁକ୍‌। ଲୋକସେବା ଭବନରେ ରାଜ୍ୟର ୪୪ଟି ତହସିଲରେ ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ରାଜସ୍ୱ ପ୍ରଶାସନକୁ ନାଗରିକଙ୍କ ପାଖରେ ସହଜରେ ପହଞ୍ଚାଇବା ଲକ୍ଷ୍ୟରେ, ଜମିଜମା ପଞ୍ଜୀକରଣ ଓ କିଣାବିକାକୁ ସହଜ କରିବା ଉଦ୍ଦେଶ୍ୟରେ ପ୍ରତ୍ୟେକ ତହସିଲରେ ଉପନିବନ୍ଧନ ବା ସବ୍‌-ରେଜିଷ୍ଟ୍ରେସନ୍‌ ଅଫିସ୍ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ, ଆଜି ପ୍ରଥମ ପର୍ଯ୍ୟାୟରେ ୪୪ଟି ତହସିଲରେ ଉପନିବନ୍ଧନ ବା ସବ୍‌-ରେଜିଷ୍ଟ୍ରେସନ୍‌ କାର୍ଯ୍ୟାଳୟ ଆରମ୍ଭ ହୋଇଛି । ବାକି ଥିବା ଅନ୍ୟ ତହସିଲଗୁଡ଼ିକରେ ମଧ୍ୟ ଆସନ୍ତା ଡିସେମ୍ବର ସୁଦ୍ଧା ଏହି ସେବା ଉପଲବ୍ଧ ହେବ।କୁ ଲକ୍ଷ ରଖାଯାଇଛି। ଏହା ପୂର୍ବରୁ ଇ-ରେଜିଷ୍ଟ୍ରେସନ୍‌ ମୋବାଇଲ୍‌ ଆପ୍ ମଧ୍ୟ ଆରମ୍ଭ କରାଯାଇଛି। ପ୍ରଶାସନିକ କାର୍ଯ୍ୟରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା, ଉନ୍ନତମାନର ସେବା ପ୍ରଦାନ କରିବା ଏବଂ ପ୍ରଶାସନ ଓ ଲୋକଙ୍କ…

Read More

ଆଜିଠାରୁ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଆଜିଠାରୁ ଏଲପିଜି ସିଲିଣ୍ଡର ଦାମ୍ ହ୍ରାସ ପାଇଛି । ୧୯ କିଲୋ ଏଲପିଜି ସିଲିଣ୍ଡର ଦାମରେ ପରିବର୍ତ୍ତନ ହୋଇଛି । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ୪.୫ ରୁ ୬.୫ ଟଙ୍କା ହ୍ରାସ କରିଛନ୍ତି । ଘରୋଇ ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ ।ଜାତୀୟ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ବାଣିଜ୍ୟିକ ରନ୍ଧନ ଗ୍ୟାସର ମୂଲ୍ୟ ୧ ,୫୯୦ .୫୦ ଟଙ୍କା ହୋଇଛି।ବାଣିଜ୍ୟିକ ସିଲିଣ୍ଡର ଶସ୍ତା ହେବା ଯୋଗୁ ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଅନ୍ୟାନ୍ୟ ବ୍ୟବସାୟୀମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଘରୋଇ ସିଲିଣ୍ଡର ଦାମ୍ ଦିଲ୍ଲୀରେ ୮୫୩ ଟଙ୍କା, କୋଲକତାରେ ୮୭୯ ଟଙ୍କା, ମୁମ୍ବାଇ ୮୫୨.୫୦ ଟଙ୍କା ଏବଂ ଚେନ୍ନାଇ ୮୬୮.୫୦ ଟଙ୍କା ରହିଛି ।

Read More

ବାତ୍ୟା ମୋନ୍ଥା ପରେ ଏବେ ପୁଣି ଚିନ୍ତା ବଢାଇଲାଣି ଆଉ ଏକ ଲଘୁଚାପ । ଦକ୍ଷିଣ ମିଆଁମାର ଉପକୂଳ ଏବଂ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ସ୍ପଷ୍ଟ କରିଛି ଭାରତୀୟ ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆଜି ଓଡ଼ିଶାରେ ଝଡ଼ବର୍ଷା ସହ ବଜ୍ରପାତ ହେବାର ପୂର୍ବାନୁମାନ କରିଛି IMD ।

Read More