ଘରୋଇ ହସ୍ପିଟାଲରୁ ଆସିଲା ଯୌନ ନିର୍ଯାତନା ଅଭିଯୋଗ । ରାଜଧାନୀର ମୈତ୍ରି ବିହାର ଅଧୀନରେ ଥିବା ଏକ ଘରୋଇ ହସ୍ପିଟାଲର ଲ୍ୟାବ ଟେକ୍ନିସିଆନ ଓ ହସ୍ପିଟାଲ ମ୍ୟାନେଜମେଣ୍ଟ ବିରୁଦ୍ଧରେ ସାଙ୍ଘାତିର ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ । ପୀଡିତାଙ୍କର କହିବା ମୁତାବକ କିଛି ଦିନ ତଳେ ହସ୍ପିଟାଲରେ ଚାଲିଥିବା ଅନିୟମିତତା ସଂପର୍କରେ ମୁହଁ ଖୋଲିବାରୁ ଲ୍ୟାବ ଟେକ୍ନିସିଆନ ଜଣକ ପ୍ରତିକ୍ରିୟାଶୀଳ ହେବ ସହିତ ଦୁବ୍ୟବହାର ଏବଂ ଅସଦାଚରଣ କରିଥିଲେ । ଏହା ସହିତ ତାଙ୍କର କିଛି ଆପତ୍ତିଜନକ ଭିଡିଓ ସୁଟ କରି ଭାଇରାଲ କରି ଧମକ ଦେଇଥିବା ପୀଡିତା ଅଭିଯୋଗ ବି କରିଛନ୍ତି । ଏନେଇ ହସ୍ପିଟାଲର ଏଚଆର ଡିପାର୍ଟମେଣ୍ଟର ଅଭିଯୋଗ କରିଥିଲେ ପୀଡିତା । ତେବେ ହସ୍ପିଟାଲ କର୍ତ୍ତୃପକ୍ଷ ତାଙ୍କ ଅଭିଯୋଗ ଗ୍ରହଣ କରିନଥିବା ସେ କ୍ଷୋଭର ସହ କହିଛନ୍ତି । ଏଭଳିକି ଲ୍ୟାବ ଆସିଷ୍ଟାଣ୍ଟ ବିରୁଦ୍ଧରେ ଅଭିଯୋଗ ଆଣିଥିବାରୁ କିଛିଦିନ ତଳେ ତାଙ୍କୁ ଚାକିରିରୁ ବହିଷ୍କୃତ କରିଛି ମାନେଜମେଣ୍ଟ…
Author: sanitelevision
ଟିମ୍ ଇଣ୍ଡିଆର ଚେଜ୍ ମାଷ୍ଟର ବିରାଟ କୋହଲି ୩୭ ବର୍ଷରେ ପଦାର୍ପଣ କରିଛନ୍ତି । ୫ ନଭେମ୍ବର ୧୯୮୮ରେ ଜନ୍ମ । ପରିବାର ସହିତ ତାଙ୍କର ୩୭ତମ ଜନ୍ମଦିନ ପାଳନ କରୁଛନ୍ତି । ଦିଲ୍ଲୀରେ ଜନ୍ମିତ କୋହଲିଙ୍କୁ ବିଶ୍ୱ କ୍ରିକେଟର ମହାନ ବ୍ୟାଟସମ୍ୟାନ ଭାବେ ଗଣାଯାଏ । ତିନି ଫର୍ମାଟରେ ସେ ବେଷ୍ଟ । ୧୮ ବର୍ଷର ଲମ୍ବା କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ରେକର୍ଡ କରିଥିବା ବିରାଟ ଯଦିଓ ଟି-୨୦ ଓ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । କିନ୍ତୁ ଦିନିକିଆରେ ଆଜି ବି ତାଙ୍କର ଜଲୱା ଜାରି ରହିଛି । ଟିମ୍ ଇଣ୍ଡିଆ ଗ୍ରେଟ୍ ସଚିନ ତେନ୍ଦୁଲକରଙ୍କ ଅବସର ପରେ ତାଙ୍କ ସ୍ଥାନ କିଏ ନେବ , ସେ ନେଇ ଯେତେବେଳେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଠିକ୍ ସେହି ସମୟରେ ବିରାଟଙ୍କ ଆବିର୍ଭାବ ଭାରତୀୟ କ୍ରିକେଟକୁ ନୂଆ ସମ୍ଭାବନା ଦେଇଥିଲା । ବିଶେଷକରି ଦିନିକିଆରେ ବିରାଟ ବର୍ତ୍ତମାନ…
ଏକତରଫା ପ୍ରେମରୁ ଛୁରାମାଡ଼ । ନାବାଳିକାଙ୍କ ବାପାର ବେକ କାଟିଦେଲା ପ୍ରେମିକ । ଗୁରୁତର ଅବସ୍ଥାରେ ରାଜେନ୍ଦ୍ର ରାଉତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଆରୁହା ପଞ୍ଚାୟତ କୁଞ୍ଛାଗଡ଼ିଆ ଗାଁରୁ ଆସିଛି ଏପରି ଅଭାବନୀୟ ଘଟଣା । ସୂଚନାମୁତାବକ ଏକତରଫା ପ୍ରେମ କରୁଥିବା ବେଳେ ନାବାଳିକାଙ୍କ ବାପା ଏହାକୁ ବିରୋଧ କରିବାରୁ ବୁଧବାର ପୂର୍ବାହ୍ନରେ ଏକ ଧାରୁଆ ଛୁରିରେ ଯୁବକ ଜଣକ ରାଜେନ୍ଦ୍ରଙ୍କ ବେକକୁ କାଟି ଦେଇଥିଲେ। ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ରାଜେନ୍ଦ୍ରଙ୍କୁ ବାସୁଦେବପୁର ଡାକ୍ତରଖାନା ଭର୍ତ୍ତି କରାଯାଇଛି।
ବିଜେଡି ସଭାପତି ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନଭେମ୍ବର ୭ରେ ନୂଆପଡା ଗସ୍ତ କରିବା ନେଇ ଘୋଷଣା କରିଛନ୍ତି । ଏହା ସହ କୋମନା ସାଧାରଣ ସଭାରେ ନୂଆପଡାବାସୀଙ୍କ ବିପୁଳ ପ୍ରତିକ୍ରିୟା ଏବଂ ବିପୁଳ ଅଂଶଗ୍ରହଣ ପାଇଁ ହୃଦୟର ସହିତ କୃତଜ୍ଞତା ପ୍ରକାଶ କରିଛନ୍ତି । ଆଜି ଏକ ଭିଡିଓ ବାର୍ତ୍ତାରେ ନବୀନ ପଟ୍ଟନାୟକ ନୂଆପଡାର ଲୋକମାନଙ୍କୁ “ଜୁହାର” କହି ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ସମ୍ପ୍ରତି କୋମନା ଗସ୍ତ ସମୟରେ ସେମାନେ ଦେଖାଇଥିବା ନିରନ୍ତର ସ୍ନେହ ଏବଂ ସମର୍ଥନ ପାଇଁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।ଏହା ସହ ସେ ଘୋଷଣା କରିଛନ୍ତି ଯେ ସେ ନଭେମ୍ବର ୭ ତାରିଖରେ ନୂଆପଡା ଏବଂ ଖରିଆର ରୋଡ ଗସ୍ତ କରି ଲୋକଙ୍କୁ ପୁଣି ଥରେ ଭେଟିବେ, ସେମାନଙ୍କ ସହିତ ଆଲୋଚନା କରିବେ ଏବଂ ସେମାନଙ୍କ ଆଶୀର୍ବାଦ ନେବେ।
ଯାତ୍ରାକଳାକାର ଦେବୀ ପ୍ରସାଦ ରଥଙ୍କର ପରଲୋକ ହୋଇଛି । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ଜଗତସିଂହପୁର ପାରାଦୀପ ଗଡ ସ୍ଥିତ ବାସଭବନରେ ହୃଦଘାତରେ ସେ ଆଖି ବୁଜିଛନ୍ତି । ତେବେ ଡିଜେ ସାଉଣ୍ଡ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଘର ଲୋକ ଅଭିଯୋଗ କରିଛନ୍ତି । ଚାର୍ ଶୋ ବିସ୍ ନାଟକରେ ଅଭିନୟର ଯାତ୍ରା ଆରମ୍ଭ ହୁଏ ତ ସେ ପାଲଟିଯାଆନ୍ତି ଯାତ୍ରାର ଚାର୍ ଶୋ ବିସ୍ କଳାକାର। ‘ଗରୀବ କାନ୍ଦେ କାହିଁକି’ ନାଟକରୁ ତାଙ୍କୁ ମିଳେ ଯାତ୍ରା ଜଗତରେ ସ୍ବତନ୍ତ୍ର ପରିଚୟ। ତାରପୁର ଅପେରାରୁ ଅଭିନୟର ଶୁଭଖୁଣ୍ଟି ପୋତି ସେହି ଗୋଟିଏ ମଞ୍ଚରେ ୨୬ ବର୍ଷ ରହି ଦେବୀ ରଥ ଦର୍ଶକଙ୍କୁ ଭେଟିଦେଇଛନ୍ତି ଅନେକ ହସ, କାନ୍ଦ, କୋଧ ଆଉ କୋହର ସମ୍ମିଶ୍ରଣ ଅଭିନୟ। ପରେ ପରେ ତୁଳସୀ ଗଣନାଟ୍ୟରେ ୮ ବର୍ଷ ଏବଂ ପରେ ଇଷ୍ଟର୍ଣ୍ଣ ବ୍ଳୁ ରେ ୬ ବର୍ଷ ରହି…
ପାରାଦୀପରେ ହେବ ଗ୍ରୀନ ହାଇଡ୍ରୋଜେନ ହବ୍ । ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଛନ୍ତି । କହିଛନ୍ତି, ରାଜ୍ୟ ପ୍ରଗତିର ମୁଖଶାଳା ହେଉଛି ପାରାଦୀପ ବନ୍ଦର । ପାରାଦୀପ ବନ୍ଦରଗୁଡିକୁ କାର୍ଯ୍ୟକ୍ଷମ କରାଯିବ । ବନ୍ଦର ଭିତ୍ତିକ ବିକାଶକୁ ଗୁରୁତ୍ୱ ଦିଆଯାଉଛି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ୪୦ ହଜାର କୋଟି ନିବେଶରେ ହେବ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ । ଖାଲି ବାଣିଜ୍ୟ ବ୍ୟବସାୟ ନୁହେଁ, ପର୍ଯ୍ୟଟନ ଶିଳ୍ପକୁ ବିକଶିତ କରାଯିବ । ୮୦ ହଜାର କୋଟି ଟଙ୍କା ନିବେଶରେ ହେବ ନାଫ୍ଥା କ୍ରାକର୍ ପ୍ରୋଜେକ୍ଟ । ପାରାଦୀପ ସି ବିଚ୍ ହେବ ବ୍ଲୁ ଫ୍ଲାଗ ବିଚ୍, ବିଶ୍ଵସ୍ତରୀୟ ମ୍ୟୁଜିୟମ୍ ତିଆରି ହେବ ।
ଉତ୍ତରପ୍ରଦେଶର ମିର୍ଜାପୁର ଜିଲାରେ ବୁଧବାର ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଚୁନାର ରେଳ ଷ୍ଟେଶନରେ ପ୍ରାୟ ୫ ଜଣ ଲୋକ ଟ୍ରେନ୍ରେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବିଶେଷ ସୂଚନା ନେବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।ଏହା ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ SDRF ଏବଂ NDRF ଦଳଗୁଡ଼ିକୁ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ଏବଂ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ଘଟଣାସ୍ଥଳରେ ଉପସ୍ଥିତ ଦେଖଣାହାରୀଙ୍କ କହିବା କଥା ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତଦେହଗୁଡ଼ିକ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣା ପରେ ଚିତ୍କାର ଓ କାନ୍ଦ ଶୁଣିବାକୁ ମିଳିଥିଲା।…
ଚାଷୀଙ୍କ ପାଇଁ ଖୁସି ଖବର ।ଚଳିତ ଖରିଫ ଋତୁରେ ଧାନ କ୍ୱିଣ୍ଟାଲ ପିଛା ଆଉ ୬୯ ଟଙ୍କା ଅଧିକ ପାଇବେ ଚାଷୀ । ବର୍ଦ୍ଧିତ ଏମଏସପି ଅନୁଯାୟୀ ଚାଷୀଙ୍କୁ ଅଧିକ ୬୯ ଟଙ୍କା ଦେବେ ସରକାର । ଗ୍ରେଡ- ଏ ଧାନ କ୍ୱିଣ୍ଟାଲ ପିଛା ମିଳିବ ୩୧୮୯ ଟଙ୍କା । ଏନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଧାନ କ୍ୱିଣ୍ଟାଲ ପିଛା ବର୍ଦ୍ଧିତ ଏମଏସପି ୨୩୬୯ ଟଙ୍କା ସ୍ଥିର କରିଥିଲେ କେନ୍ଦ୍ର ସରକାର ।ଏଣିକି ୩୧ଶହ ବଦଳରେ କ୍ୱିଣ୍ଟାଲ ପିଛା ୩୧୬୯ ଟଙ୍କା ଦେବେ ସରକାର ।
ପାରାଦୀପ ବନ୍ଦର ପକ୍ଷରୁ ଆଜି ବନ୍ଦର ଦିବସ ପାଳନ ହେଉଛି । ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ପତାକା ଦେଖାଇ ସାଧବ ପୁଅଙ୍କୁ ମେଲାଣି ଦେଉଛନ୍ତି। ତେବେ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଲେ।ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ ମନୋବଳର ପ୍ରତୀକ। ଏହି ପରମ୍ପରା ଆଜି ବି ଓଡ଼ିଆ ଜନତାଙ୍କୁ ପ୍ରେରଣା ଦେଉଛି ଯେ, ସେମାନେ ଧୈର୍ଯ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁପାରନ୍ତି।ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଗତିରେ ପାରାଦୀପ ବନ୍ଦରର ଅଗ୍ରଣୀ ଭୂମିକାକୁ ଉଲ୍ଲେଖ କରି କହିଥିଲେ ଯେ, ଏହା ଆଜି ଭାରତର ସର୍ବଶ୍ରେଷ୍ଠ…
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଦୁଇ ଦିନିଆ ପୋଲିସ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ କୁରୁପତି ଭୂୟାଁ । ଉଭୟଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଦୁଇଦିନ ରିମାଣ୍ଡର ଅନୁମତି ଦେଇଛନ୍ତି। ତେବେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପୋଲିସ । ଉଭୟଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ଟିମ୍ । ହତ୍ୟାର ସତ ଓଗାଳୁଛନ୍ତି ତଦନ୍ତ ଅଧିକାରୀ । ଏମାନଙ୍କ ମାଧ୍ୟମରେ ପୂର୍ବରୁ ଗିରଫ ହୋଇଥିବା ୧୪ ଜଣଙ୍କୁ ଲିଙ୍କ୍ ଖୋଜୁଛି ପୋଲିସ । ଏହାସହ ଏହି ମାମଲାରେ ପୂର୍ବରୁ ଜେଲରେ ଥିବା ଅପରାଧୀ ଚିଣ୍ଟୁ ପ୍ରଧାନ, ଯୋଗୀ ରାଉତ, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କୁ ରିମାଣ୍ଡରେ ନେଇ ଏକାଠି…









