Author: sanitelevision

ରାୟଗଡା ଜିଲ୍ଲା ଗୁଣପୁରର ଭିମପୁର ନିକଟ ମାଛଡିଆ ନଦୀରେ ଗୋଟିଏ ପଥର ଖଣ୍ଡ ଭାସି ଆସି ଏକ ବାଲି ଶଯ୍ୟା ଉପରେ ଥିବା ଦେଖିବାକୁ ମିଳିଥିଲା । ଯାହାର ଓଜନ ପ୍ରାୟ ୮ ରୁ ୯ କେଜି ହେବ । ତେବେ ଗତ ଗୁରୁବାର ଦିନ ଭିମପୁର ଗମାଙ୍ଗୋ ସାହିର ଇଶ୍ଵର ଶବରଙ୍କୁ ସ୍ଵପ୍ନାଦେଶ ହୋଇଥିଲା । ଇଶ୍ଵର ଶବରଙ୍କୁ ଜଣେ ଋଷି କହିଥିଲେ ଯେ ମହେନ୍ଦ୍ର ତନୟାରେ ଗୋଟିଏ ପଥର ଅଛି ସେଠାକୁ ଯିବା ପାଇଁ । ଶୁକ୍ରବାର ସକାଳୁ ଇଶ୍ଵର ସେଠାକୁ ଯାଇ ସେହି ପଥରକୁ ସଂଗ୍ରହ କରି ଧୋଇବା ସହ ନଦୀ ପାଣିରେ ଭସାଇଥିଲେ । ପରେ ସେହି ପଥରକୁ ଘରେ ଆଣି ରଖି ହଳଦୀ, ସିନ୍ଦୁର ଦେଇ ପୂଜା କରୁଛନ୍ତି ଲୋକେ ।

Read More

ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ତାରିଖରେ ଆରମ୍ଭ ହେବ।ତେବେ ଏଥର କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେଉଛି। ଗତ ୧ତାରିଖ ଆଶାୟୀଙ୍କ ଆବେଦନ ସରିଯାଇଛି। ତେବେ ଏପର୍ଯ୍ୟନ୍ତ ଚୟନ ତାରିଖ ତ ଘୋଷଣା ହେବା ଦୂରର କଥା, ଆବେଦନ ଫର୍ମର ଯାଞ୍ଚ ସରି ନାହିଁ। ତାହା ଯାଞ୍ଚ ହେବା ପରେ ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଯୋଗ୍ୟ କଳାକାରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।ତେବେ କଂସ ଚରିତ୍ର ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ନୂଆଁ, ପୁରୁଣା କଳାକାର ରହିଛନ୍ତି। ଅନେକ ସ୍ଥାନରେ ଧନୁଯାତ୍ରା ହେଉଥିଲେ ସୁଦ୍ଧା ବରଗଡ଼ ଧନୁଯାତ୍ରା ମହୋତ୍ସବର ଯେଭଳି ଏକ ଅନନ୍ୟ ପରିଚୟ ଏବଂ ଆକର୍ଷଣ ରହିଛି, ଅନୁରୂପଭାବେ ଏହି ମହୋତ୍ସବରେ ଥରୁଟିଏ ଯେଉଁ କଳାକାର କଂସ ଅଭିନୟର ସୁଯୋଗ ପାଇଥାନ୍ତି, କଳା ଜଗତରେ ପୂର୍ବାପେକ୍ଷା ସେମାନଙ୍କର ସମ୍ମାନ ବଢ଼ିବା ସହିତ…

Read More

ଆଜି ଛାଡ଼ଖାଇ । କାର୍ତ୍ତିକ ମାସରେ ଲୋକେ ଆମିଷ ଛାଡ଼ି କାର୍ତ୍ତିକ ବ୍ରତ ପାଳିଥିଲେ । ତେଣୁ ମାସକ ପରେ ପାଟିରେ ବାଜିବ ଆମିଷର ସ୍ୱାଦ । ସାଧାରଣତଃ ଛାଡ଼ଖାଇରେ ଆମିଷର ଚାହିଦା ଅନ୍ୟଦିନ ଅପେକ୍ଷା ଅଧିକ ରହିଥାଏ । ତେବେ ଗୁରୁବାର ଛାଡଖାଇ ପଡୁଥିବାରୁ ଏହା ପୁଣି ଦିନେ ଘୁଞ୍ଚିଛି । ଶୁକ୍ରବାର ପାଳିବେ ଛାଡଖାଇ । ହେଲେ ଏଥରକ ଆମିଷ ବଜାର ଉପରେ ଚଡ଼କ ପଡିବ । ଗୋଟିଏ ପଟେ ଆନ୍ଧ୍ରପ୍ରଦେଶରେ ବାତ୍ୟା ମୋନ୍‌ଥା ମାଛଦରକୁ ଦେଢ଼ଗୁଣ କରିଥିବା ବେଳେ ଖାସି, ଚିକେନ୍‌ ଦର ବି ଉପରମୁହାଁ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ପ୍ରକୃତରେ ଛାଡଖାଇର ଅର୍ଥ କ’ଣ ? କାହିଁକି ପାଳନ କରାଯାଏ ଛାଡଖାଇ । ଏନେଇ ବିଭିନ୍ନ କିମ୍ବଦନ୍ତୀ ରହିଛି ।ଧର୍ମ ମାସ କାର୍ତ୍ତିକ ମାସ ଶେଷ ହେବାର ପରଦିନ ଅର୍ଥାତ୍ କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ପାଳନ କରାଯାଏ ଛାଡଖାଇ ।…

Read More

ଆରଆଇ ପରୀକ୍ଷାରେ ସର୍ଭର ଡାଉନ ଅଭିଯୋଗ । ସକାଳ ୭.୩୦ରେ ପ୍ରବେଶ ସମୟ ଥିଲା । ୮.୪୫ରେ ଭିତରକୁ ଗଲେ ପରୀକ୍ଷାର୍ଥୀ । ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ସର୍ଭର ଡାଉନ ଅଭିଯୋଗ ହୋଇଛି । ବ୍ରହ୍ମପୁର, କାକଟପୁର ଘରୋଇ ପରୀକ୍ଷା ସେଣ୍ଟରରେ ସମସ୍ୟା ଦେଖାଦେଇଛି । ନୟାପଲ୍ଲୀ, ମଞ୍ଚେଶ୍ୱର, ପଟିଆ ଆଦି ସ୍ଥାନରେ ଥିବା ପରୀକ୍ଷା କେନ୍ଦ୍ରରେ ସମସ୍ୟା ଦେଖାଦେଇଛି । ଏଭଳି ସର୍ଭର ଡାଉନ ପରିସ୍ଥିତିକୁ ନେଇ ପରୀକ୍ଷାର୍ଥୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Read More

ରାଜ୍ୟରେ ପହିଲି ଶୀତ । ଗତ ୩ ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ପ୍ରାୟ ୫ ଡିଗ୍ରୀ ହ୍ରାସ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ସ୍ଥାନରେ ପାରଦ ପ୍ରାୟ ୩ ଡିଗ୍ରୀ କମିଛି । ଏକାଧିକ ସ୍ଥାନରେ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସିଛି ।ପାଣିପାଗ ବୈଜ୍ଞାନୀ ଡ.ରାଜଶ୍ରୀ କହିଛନ୍ତି,” ଗତ 24 ଘଣ୍ଟାରେ ଓଡ଼ିଶା ରାଜ୍ୟରେ ପାଗ ଶୁଖିଲା ରହିଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 12.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ସାଧାରଣ ତାପମାତ୍ରାଠାରୁ ତଳେ ରହିଥିବା ବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସଧାରଣ ତାପମାତ୍ରାଠାରୁ ଅଧିକ ରହିଛି ।ଏହାସହ ରାଜ୍ୟରେ ବର୍ତ୍ତମାନ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବା ବେଳେ ଆଗାମୀ ୭ ଦିନ ଯାଏ ପାଗ ଶୁଖିଲା ରହିବ । ଆଗାମୀ 2 ଦିନ ଭିତରେ 2ରୁ…

Read More

ବିହାର ବିଧାନସଭାର ନିର୍ବାଚନର ଆଜି ପ୍ରଥମ ପର୍ଯ୍ୟାୟ ଭୋଟ। ଭୋଟ ଦେଇ ନେତା ବାଛିବେ ଜନତା । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନରେ ମତଦାନ ଗ୍ରହଣ ହେବ । ଭୋଟିଂ ସକାଳ ୭ଟାରୁ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ।ଏହି ପର୍ଯ୍ୟାୟରେ କିଛି ହେଭିୱେଟ୍‌ ଲଢ଼ୁଛନ୍ତି । ସେମାନଙ୍କ ମଧ୍ୟରେ ତାରାପୁର ଆସନରୁ ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଲଖୀସରାୟରୁ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନା ଏବଂ ରାଘୋପୁରରୁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ଚେହେରା ତଥା ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ରହିଛନ୍ତି । ଏନ୍‌ଡିଏ ତରଫରୁ ବିଜେପିର ୪୮ ପ୍ରାର୍ଥୀ, ଜେଡିୟୁର ୫୭, ଏଲ୍‌ଜେପି (ଆର୍‌)ର ୧୪ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚାର ୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବାକୁ ଯାଉଛି । ଅନ୍ୟପକ୍ଷରେ ମହାମେଣ୍ଟ ତରଫରୁ ଏହି ପର୍ଯ୍ୟାୟରେ ଆର୍‌ଜେଡିର ୭୩, କଂଗ୍ରେସର ୨୪, ସିପିଆଇ (ଏମ୍‌ଏଲ୍‌)ର ୧୪, ଭିଆଇପିର ୫, ସିପିଆଇ(ଏମ୍‌)ର ୩ ଓ…

Read More

ସପ୍ତଋଷିଙ୍କ ପୂଜାର୍ଚ୍ଚନା ପାଇଁ ପାହାଡ଼ ଉପରକୁ ଯାଇଥିବା ଜଣେ ମହିଳା ଆଜି ଅଭାବନୀୟ ଘଟଣାର ଶିକାର ହୋଇଛନ୍ତି। ସୁଡ଼ଙ୍ଗ ଦେଇ ଆଗକୁ ଯାଉଥିବା ବେଳେ ମହିଳା ଶ୍ରଦ୍ଧାଳୁ ଫସିଯାଇଛନ୍ତି। ଦୀର୍ଘ ସମୟ‌ ପରେ ତାଙ୍କୁ ଉଦ୍ଧାର କରାଯାଇଛି।ଡୁମୁରିର ଏକ ପାହାଡ଼ରେ ବହୁ ପୁରାତନ ସୁଡ଼ଙ୍ଗ ରହିଛି। ଏହି ପାହାଡ଼ରେ ସପ୍ତଋଷି ଓ ଭଣ୍ଡାରଘରିଆଣୀ ଦେବୀଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଏହି ସୁଡ଼ଙ୍ଗ ସମ୍ପର୍କରେ ଏନେକ କିମ୍ବଦନ୍ତୀ ରହିଛି। କୁହାଯାଇଥାଏ ଯେ, ସୁଡ଼ଙ୍ଗର ଗୋଟିଏ ପାର୍ଶ୍ୱରୁ ପଶି ଅନ୍ୟ ପାର୍ଶ୍ୱରୁ ବାହାରିଲେ ମନୋକାମନା ପୂରଣ ହୁଏ। ଏଥି ପାଇଁ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ଶହଶହ ଶ୍ରଦ୍ଧାଳୁ ଏହି ସୁଡ଼ଙ୍ଗ ଦେଇ ଅତିକ୍ରମ କରିଥାନ୍ତି।

Read More

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଐତିହାସିକ କଟକ ବାଲିଯାତ୍ରା ବୁଧବାର ଉଦଘାଟିତ ହୋଇଯାଇଛି। ଏ ନେଇ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ସାଂସଦ ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ ଏବଂ ବିଧାୟକ ପ୍ରକାଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

Read More

୨୦୦ଫୁଟ ଲମ୍ବର ବୋଇତ ଭସାଇଲେ ଶ୍ରଦ୍ଧାଳୁ । ହଜାର ହଜାର ଲୋକଙ୍କ ସମାଗମ । ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମାଣିତ୍ରୀ ଗ୍ରାମର ମଦନମୋହନ ଜୀୟୁ କମିଟି ପକ୍ଷରୁ ୨୦୦ଫୁଟ ଲମ୍ବର ଏକ ବିଶାଳ ଡଙ୍ଗା ସ୍ଥାନୀୟ ପୋଖରୀରେ ଭସାଇ କାର୍ତ୍ତିକ ପୂର୍ଣ୍ଣିମା ପାଳିଲେ ଲୋକେ ।ମାଣିତ୍ରୀ ଗ୍ରାମର ମଦନ ମୋହନ ଜୀଉ କମିଟି ପକ୍ଷରୁ ୨୨ ବର୍ଷ ଧରି ଏମିତି ଡଙ୍ଗା ତିଆରି କରି ପାଖ ପୋଖରୀରେ ଭସାଇଥାନ୍ତି । ଏହି ଡଙ୍ଗା ଭସାଇବା ଦ୍ଵାରା ଗ୍ରାମରେ ଭାଇଚାରା ରକ୍ଷା କରିବା ଓ ଗ୍ରାମର ଶାନ୍ତି ପାଇଁ ମଦନ ମୋହନଙ୍କ ଠାରେ ପୂଜାର୍ଚ୍ଚନା କରି ଭୋର ୫ଟା ବେଳେ ଡଙ୍ଗା ଭସାଇଥିଲେ । ଏହି ଡଙ୍ଗାକୁ ସୁସର୍ଜିତ କରି କୃଷ୍ଣଙ୍କ ରାସଲୀଳା ପ୍ରସ୍ତୁତ କରି ଭକ୍ତଙ୍କ ମନ ଜିଣି ଥିଲେ । ଏହି ଉତ୍ସବରେ ଶ୍ରଦ୍ଧାଳୁ ମାନେ କିର୍ତ୍ତନ କରି ଘଣ୍ଟ ଓ ଶଙ୍ଖ ବଜାଇ ଧୁ୍ମଧାମରେ ପାଳନ କରିବା…

Read More

ଭାରତୀୟମାନଙ୍କର ବେହିସାବ ଜୀବନ ଶୈଳୀ ଓ ସରକାରଙ୍କର ବିଫଳତା ଯୋଗୁ ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ବିଷାକ୍ତ ଧୂଆଁରେ ଅଣନିଶ୍ୱାସୀ ହୋଇପଡ଼ିଛି। ଏକ ସର୍ଭେ ଅନୁସାରେ ଦିଲ୍ଲୀରେ ରହୁଥିବା ୭୫ % ଜନତା ବର୍ତ୍ତମାନ ରୋଗଗ୍ରସ୍ତ ହୋଇପଡ଼ିଛନ୍ତି। ସଂକ୍ରମଣ ଜନିତ କାଶ, ଥଣ୍ଡା ଲାଗି ରହିଛି।ସବିଶେଷ ରିପୋର୍ଟ ଅନୁଯାୟୀ ତାମିଲନାଡୁର ପ୍ରଦର୍ଶନ ବିଶେଷ ଚିନ୍ତାଜନକ ରହିଛି। ତାଲିକାରେ ମାଦୁରାଇ ୪,୮୨୩ ସ୍କୋର ସହ ଅପରିଷ୍କାର ସହର ମଧ୍ୟରେ ସର୍ବପ୍ରଥମ ସ୍ଥାନରେ ରହିଛି। ରାଜ୍ୟ ରାଜଧାନୀ ଚେନ୍ନାଇ ମଧ୍ୟ ୬,୮୨୨ ସ୍କୋର ସହ ତୃତୀୟ ସ୍ଥାନରେ ରହିଛି। ରିପୋର୍ଟ ଅନୁଯାୟୀ, ଦୁର୍ବଳ ପରିମଳ ନିୟମ, ନାଗରିକଙ୍କ ଅସହଯୋଗ ଏବଂ ଭିତ୍ତିଭୂମିଗତ ତ୍ରୁଟି ଯୋଗୁଁ ତାମିଲନାଡୁର ସହରଗୁଡ଼ିକ ତଳକୁ ଖସି ଆସିଛନ୍ତି।ଦେଶର ବୈଷୟିକ ରାଜଧାନୀ ଭାବେ ପରିଚିତ ବେଙ୍ଗାଲୁରୁ ୬,୮୪୨ ସ୍କୋର ସହ ଦେଶର ପଞ୍ଚମ ଅପରିଷ୍କାର ସହର ଭାବେ ପରିଗଣିତ ହୋଇଛି। ଅନିୟନ୍ତ୍ରିତ ସମ୍ପ୍ରସାରଣ ଏବଂ ଅସଙ୍ଗଠିତ ବର୍ଜ୍ୟବସ୍ତୁ ପରିଚାଳନା ହେତୁ ସହରର ଏହି…

Read More