Author: sanitelevision

ପାରାଦୀପ ବନ୍ଦର ପକ୍ଷରୁ ଆଜି ବନ୍ଦର ଦିବସ ପାଳନ ହେଉଛି । ବୋଇତ ବନ୍ଦାଣ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଛନ୍ତି। ପତାକା ଦେଖାଇ ସାଧବ ପୁଅଙ୍କୁ ମେଲାଣି ଦେଉଛନ୍ତି। ତେବେ ଶ୍ରୀ ମୋହନ ଚରଣ ମାଝୀ ଆଜି ଓଡ଼ିଶାର ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ବନ୍ଦର ଭିତ୍ତିକ ଉନ୍ନତି ଉପରେ ଗୁରୁତ୍ୱ ଦେଇ ଏକ ଦୃଢ ସନ୍ଦେଶ ଦେଲେ।ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଇତ ବନ୍ଦାଣ ଓ ବାଲିଯାତ୍ରା ମାତ୍ର ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବମାନଙ୍କ ଦୁଃସାହସିକ ମନୋବଳର ପ୍ରତୀକ। ଏହି ପରମ୍ପରା ଆଜି ବି ଓଡ଼ିଆ ଜନତାଙ୍କୁ ପ୍ରେରଣା ଦେଉଛି ଯେ, ସେମାନେ ଧୈର୍ଯ୍ୟ ଓ ସାହସ ସହିତ ନୂଆ ଶିଖର ଛୁଇଁପାରନ୍ତି।ମୁଖ୍ୟମନ୍ତ୍ରୀ ଓଡ଼ିଶାର ପ୍ରଗତିରେ ପାରାଦୀପ ବନ୍ଦରର ଅଗ୍ରଣୀ ଭୂମିକାକୁ ଉଲ୍ଲେଖ କରି କହିଥିଲେ ଯେ, ଏହା ଆଜି ଭାରତର ସର୍ବଶ୍ରେଷ୍ଠ…

Read More

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଦୁଇ ଦିନିଆ ପୋଲିସ ରିମାଣ୍ଡରେ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଓ କୁରୁପତି ଭୂୟାଁ । ଉଭୟଙ୍କୁ ପୋଲିସ ୪ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ କୋର୍ଟ ଦୁଇଦିନ ରିମାଣ୍ଡର ଅନୁମତି ଦେଇଛନ୍ତି। ତେବେ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ ଉମା ବିଷୋୟୀ ଓ ସାର୍ପ ସୁଟର କୁରୁପତି ଭୂୟାଁଙ୍କୁ ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ପୋଲିସ । ଉଭୟଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରୁଛି ଟିମ୍ । ହତ୍ୟାର ସତ ଓଗାଳୁଛନ୍ତି ତଦନ୍ତ ଅଧିକାରୀ । ଏମାନଙ୍କ ମାଧ୍ୟମରେ ପୂର୍ବରୁ ଗିରଫ ହୋଇଥିବା ୧୪ ଜଣଙ୍କୁ ଲିଙ୍କ୍ ଖୋଜୁଛି ପୋଲିସ । ଏହାସହ ଏହି ମାମଲାରେ ପୂର୍ବରୁ ଜେଲରେ ଥିବା ଅପରାଧୀ ଚିଣ୍ଟୁ ପ୍ରଧାନ, ଯୋଗୀ ରାଉତ, ମଳୟ ବିଷୋୟୀ ଓ ମଦନ ଦଳାଇଙ୍କୁ ରିମାଣ୍ଡରେ ନେଇ ଏକାଠି…

Read More

ଆଜି କାର୍ତ୍ତିକ ପୂର୍ଣ୍ଣିମା । ପଞ୍ଚକର ଶେଷ ଦିନରେ ଶ୍ରୀମନ୍ଦିରରେ ହେଉଛି ସ୍ବତନ୍ତ୍ର ନୀତିକାନ୍ତି । ଆଜି ରାଜାରାଜେଶ୍ବର ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ବଡ଼ି ଭୋରରୁ ଦ୍ବାରଫିଟା ପରେ ନୀତିକାନ୍ତି ବଢିବା ସହ ଚାଲିଛି ସର୍ବସାଧାରଣ ଦର୍ଶନ । କାର୍ତ୍ତିକ ପୂର୍ଣ୍ଣିମାରେ ମହୋଦଧିରେ ସ୍ନାନ ସହିତ ମହାପ୍ରଭୁଙ୍କୁ ଦର୍ଶନ କଲେ, ମହାପୁଣ୍ୟ ମିଳିଥାଏ ବୋଲି ରହିଛି ବିଶ୍ବାସ। ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ପ୍ରବଳ ଭିଡ଼ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷକରି ସମୁଦ୍ରକୂଳରେ ମୋବାଇଲ ପାଟ୍ରୋଲିଂ ଭ୍ୟାନ୍‌ ଓ ସୁରକ୍ଷିତ ସ୍ନାନ ପାଇଁ ୨ଟି ଫେଜ୍‌ରେ ୩୦୦ରୁ ଅଧିକ ଲାଇଫଗାର୍ଡ ମୁତୟନ ହେବେ । କଥିତ ଅଛି ଯେ ମହାପ୍ରଭୁ ପ୍ରତିବର୍ଷ ୫ ଥର ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । କାର୍ତ୍ତିକ ପୂର୍ଣ୍ଣିମାରେ ଅନୁଷ୍ଠିତ ହେଉଥିବା ସୁନାବେଶ ହେଉଛି ଐଶ୍ଚର୍ଯ୍ୟର ବେଶ । ଅତୀତରେ ଓଡ଼ିଆ ସାଧବ ପୁଅମାନେ ମହାପ୍ରଭୁଙ୍କୁ ସ୍ମରଣ…

Read More

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଧର୍ମ ମାସ କାର୍ତ୍ତିକର ଶେଷ ଦିନ । ଡଙ୍ଗା ଭସାଇବା ପାଇଁ ପୋଖରୀ, ନଦୀ ଆଦି ବିଭିନ୍ନ ଜଳାଶୟରେ ଭିଡ ଜମିଛି । ଧୂପ,ଦୀପ, କର୍ପୁର ମହକରେ ପରିବେଶ ସୁଗନ୍ଧିତ ହୋଇଉଠିଛି । ତା’ସାଙ୍ଗକୁ ହୁଳହୁଳି ଓ ଘଣ୍ଟର ତାନ ସଭିଙ୍କ ମନରେ ଭରିଦେଇଛି ଆଧ୍ୟାତ୍ମିକ ଭାବନା ।କାର୍ତ୍ତିକ ପୂର୍ଣ୍ଣିମା ଦିନ କାର୍ତ୍ତିକ ବ୍ରତର ଉଦ୍‌ଯାପନ କରାଯାଇଥାଏ । ଏହି ପୂର୍ଣ୍ଣିମାର ଅନ୍ୟନାମ ରାସ ପୂର୍ଣ୍ଣିମା। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଉତ୍କଳର ଗୌରବମୟ ନୌବାଣିଜ୍ୟ ଇତିହାସ ସହିତ ମଧ୍ୟ ଏହା ନିବିଡ଼ ଭାବେ ସମ୍ପୃକ୍ତ । ଏହିଦିନ ବିଭିନ୍ନ ସ୍ଥାନରେ ରାସ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ । ଆଜିର ଦିନରେ ଦାନ କଲେ କୋଟିପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଅଛି ।ପୁରାଣ ଅନୁସାରେ,…

Read More

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ, ଆସନ୍ତାକାଲି ନଭେମ୍ବର 5 ତାରିଖରେ ମିଜୋରାମ, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ, ଓଡ଼ିଶା, ଚଣ୍ଡିଗଡ଼, ଉତ୍ତରାଖଣ୍ଡ, ତେଲେଙ୍ଗାନା, ଅରୁଣାଚଳ ପ୍ରଦେଶ, ରାଜସ୍ଥାନ, ଜମ୍ମୁ ଏବଂ କାଶ୍ମୀର, ଉତ୍ତର ପ୍ରଦେଶ, ନାଗାଲାଣ୍ଡ, ପଶ୍ଚିମବଙ୍ଗ, ଦିଲ୍ଲୀ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ହିମାଚଳ ପ୍ରଦେଶରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ। ସୂଚନାମୁତାବକ ନଭେମ୍ବର 5 ତାରିଖରେ ସାରା ଦେଶରେ ଗୁରୁ ନାନକ ଜୟନ୍ତୀ ଏବଂ କାର୍ତିକ ପୂର୍ଣ୍ଣିମା ପାଳନ କରାଯିବ। ଏହି କାରଣରୁ, ଅନେକ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ।ଭାରତୀୟ ରିଜର୍ଭ ବ୍ୟାଙ୍କ ପ୍ରତି ମାସରେ ଏକ ଛୁଟି ତାଲିକା ପ୍ରକାଶ କରେ। ଏହି ମାସର ଛୁଟିଦିନଗୁଡ଼ିକରେ ଆସନ୍ତାକାଲିର ଗୁରୁ ନାନକ ଜୟନ୍ତୀ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ଏହି ଛୁଟିଦିନଗୁଡ଼ିକ ବ୍ୟତୀତ, ପ୍ରତି ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ମଧ୍ୟ ବ୍ୟାଙ୍କଗୁଡ଼ିକ ବନ୍ଦ ରହିଥାଏ।

Read More

ଛତିଶଗଡ଼ର ବିଳାସପୁରରେ ବୁଧବାର ଭୟଙ୍କର ଟ୍ରେନ୍ ଦୁର୍ଘଟଣା ।ଲାଲଖାଦନ ନିକଟସ୍ଥ ଜୟରାମନଗର ରେଳ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। ହାଓଡ଼ା ରୁଟ୍ ରେ ଯାତ୍ରା କରୁଥିବା ଏକ ଯାତ୍ରୀବାହୀ ଟ୍ରେନ୍ ମାଲବାହୀ ଟ୍ରେନ୍ ସହିତ ଧକ୍କା ହୋଇଛି। ଫଳରେ ମାଲବାହୀ ଟ୍ରେନ୍ ର ଅନେକ ବଗି ଲାଇନଚ୍ୟୁତ ହୋଇଛି। ଅନେକ ଲୋକ ଆହତ ହୋଇଛନ୍ତି।ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ରେଲୱେ ଏବଂ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳକୁ ଯାଇଛି । କ୍ରେନ ଓ କଟର ବ୍ୟବହାର କରି ଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି । ଛତିଶଗଡ଼ ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାର ୫ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେଇଛନ୍ତି ।ଖବର ଅନୁସାରେ, ମେମୁ ଟ୍ରେନ୍ କୋରବାରୁ ବିଳାସପୁର ଅଭିମୁଖେ ଯାଉଥିଲା। ସେଭଳି ମାଲଗାଡିଟି ବିଳାସପୁରରୁ ଆସୁଥିଲା। ବିଳାସପୁର ରେଲଓ୍ବେ ଷ୍ଟେସନ୍ ନିକଟସ୍ଥ ଲାଲ ଖାଦାନ ପାଖରେ ଦୁଇଟି ଟ୍ରେନ୍…

Read More

୨୦୨୬ ଯୁକ୍ତ ୨ ପରୀକ୍ଷା ପାଇଁ ଚାଲିଛି ଫର୍ମ ପୂରଣ। ଏହି ସମୟରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ଫର୍ମପୂରଣ ଅବଧି ବୃଦ୍ଧି ନେଇ ସିଏଚଏସଇ ପକ୍ଷରୁ ସୂଚନା ମିଳିଛି। । ବିନା ଜରିମାନାରେ ଫର୍ମପୂରଣ ଅବଧି ଆସନ୍ତା ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ୨ ଶହ ଟଙ୍କା ଜରିମାନାରେ ୧୩ରୁ ୧୮ ତାରିଖ ପର୍ଯ୍ୟନ୍ତ ବଢିଲା। ୬ ଶହ ଟଙ୍କା ଜରିମାନାରେ ଫର୍ମପୂରଣ ଅବଧି ନଭେମ୍ବର ୧୯ରୁ ୨୧କୁ ବୃଦ୍ଧି କରାଯାଇଛି।ପୂର୍ବରୁ ଫର୍ମପୂରଣ ଶେଷ ତାରିଖ ଅକ୍ଟୋବର ୨୮ ରହିଥିଲା। ବାତ୍ୟା ମୋନ୍ଥା ଯୋଗୁ ଅଧିକାଂଶ କଲେଜରେ ଫର୍ମପୂରଣ ହୋଇପାରି ନାହିଁ। ସେଥିପାଇଁ ସିଏଚଏସଇ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।

Read More

ବୁଧବାର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ତଥା ସୁନାବେଶ ଅନୁଷ୍ଠିତ ହେବ। ଏହି ଅବସରରେ ମନ୍ଦିରକୁ ଲକ୍ଷାଧିକ ଭକ୍ତଙ୍କ ଆଗମନ ହେବ। ଭକ୍ତମାନେ କିଭଳି ଶୃଙ୍ଖଳିତ ଢଙ୍ଗରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେଥିପାଇଁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଭକ୍ତମାନଙ୍କ ସୁବିଧା ପାଇଁ ବ୍ୟାରିକେଡ଼ ନିକଟରେ ପାନୀୟ ଜଳ ସହ ଫାଷ୍ଟ ଏଡ୍ ସେଣ୍ଟର , ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଛି। କେବଳ ସିଂହଦ୍ଵାର ଦେଇ ଭକ୍ତଙ୍କ ପ୍ରବେଶ ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ଅନ୍ୟ ତିନି ଦ୍ବାର ଦେଇ ପ୍ରସ୍ଥାନର ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ କାର୍ତ୍ତିକ ପୂର୍ଣ୍ଣିମାପାଇଁ ଶ୍ରୀକ୍ଷେତ୍ରକୁ ଗଡିବ ୩ ସ୍ପେଶାଲ ଟ୍ରେନ । ବ୍ରହ୍ମପୁରରୁ ପୁରୀକୁ ଗୋଟିଏ ଓ ପୁରୀରୁ ବ୍ରହ୍ମପୁରକୁ ଗଡିବ ୨ଟି ସ୍ପେଶାଲ ଟ୍ରେନ ।

Read More

ଅରୁଗୁଣ ଫଳ ଖାଉଥିଲେ ସାବଧାନ ! ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ମିଳୁଥିବା ‘ପ୍ରାଚୀନ ସାଇକାଡ’ତଥା ସ୍ଥାନୀୟ ଭାଷାରେ ଜଣାଶୁଣା ଅରୁଗୁଣ ଉଦ୍ଭିଦରୁ ଚିହ୍ନଟ ହୋଇଛି ସମ୍ଭାବ୍ୟ ନ୍ୟୁରୋଟକ୍ସିନ୍ । ଯାହାକୁ ଖାଇଲେ ଶରୀର ଉପରେ ଗଭୀର ପ୍ରଭାବ ପଡ଼ିଥାଏ ବୋଲି କହିଛନ୍ତି ବିଶେଷଜ୍ଞ । କିଛି ଲୋକ ଏହି ଗଛର ଫଳକୁ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି। ପିଠା ତିଆରି କରି ଖାଇବା ସହ ପୂଜାପର୍ବ ଓ ରୀତିନୀତିରେ ବ୍ୟବହାର କରୁଛନ୍ତି। ତେବେ ଗବେଷଣା କରୁଥିବା ବିଶେଷଜ୍ଞମାନେ ଅରୁଗୁଣ ଉଦ୍ଭିଦର ବିଷାକ୍ତ ପ୍ରଭାବ ଜାଣିବା ପରେ ଚିନ୍ତାବ୍ୟକ୍ତ କରିବା ସହ ଏହା ଉପରେ ବିଶ୍ୱସ୍ତରୀୟ ଗବେଷଣା ଆରମ୍ଭ କରିଛନ୍ତି।ଆମ ରାଜ୍ୟରେ ବିଶେଷ କରି ଖୋର୍ଦ୍ଧା, ଢେଙ୍କାନାଳ ଆଦି ଜିଲ୍ଲାରେ ଏହି ଗଛର ଫଳକୁ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି । ଯାହା ବର୍ତ୍ତମାନର ଖାଦ୍ୟ ନୁହେଁ, ସେଗୁଡ଼ିକ ପୂର୍ବ ପୁରୁଷରୁ ଚାଲି ଆସୁଥିବା ପାରମ୍ପରିକ ପିଠା ଅଟେ ।ଅପରପକ୍ଷେ ସମ୍ପୃକ୍ତ ଉଦ୍ଭିଦରେ…

Read More

ନଭେମ୍ବର ୭ରେ ପାଳନ ହେବ ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି।ଏହି ଅବସରରେ ସ୍କୁଲ, କଲେଜରେ ଛାତ୍ରୀଛାତ୍ର ରାଷ୍ଟ୍ରୀୟ ସଙ୍ଗୀତ ’ବନ୍ଦେ ମାତରମ’ ଗାନ କରିବେ। ଏ ନେଇ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଗଣଶିକ୍ଷା/ଉଚ୍ଚଶିକ୍ଷା ବିଭାଗକୁ ଚିଠି କରାଯାଇଛି।ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ଏକ ଜନଆନ୍ଦୋଳନର ବିଷୟ ପାଲଟିଥିବା ଏହି ଗୀତକୁ ପ୍ରଥମେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ୧୮୯୬ ମସିହାରେ କଲିକତାରେ ଅନୁଷ୍ଠିତ ଭାରତୀୟ ଜାତୀୟ କଂଗ୍ରେସ ଅଧିବେଶନରେ ସାର୍ବଜନୀନ ଭାବରେ ଗାଇଥିଲେ ଏବଂ ପରେ କଲିକତାରେ ଅନୁଷ୍ଠିତ ହୋଇଥିଲା। ସ୍ୱାଧୀନତା ପୂର୍ବ ବର୍ଷଗୁଡ଼ିକରେ, ଏହାର ପ୍ରଥମ ଦୁଇଟି ପଦ ନିୟମିତ ଭାବରେ ପ୍ରତ୍ୟେକ କଂଗ୍ରେସ ଅଧିବେଶନରେ ଗାନ କରାଯାଉଥିଲା। ଜାନୁଆରୀ ୨୪, ୧୯୫୦ରେ, ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସମ୍ବିଧାନ ସଭାରେ ଘୋଷଣା କରିଥିଲେ ଯେ “ବନ୍ଦେ ମାତରମ୍” ଜାତୀୟ ସଙ୍ଗୀତ “ଜନ ଗଣ ମନ” ପରି ସମାନ ମର୍ଯ୍ୟାଦା ଏବଂ ସମ୍ମାନ ପାଇବ।…

Read More