Author: sanitelevision

ନୂଆପଡାରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ହେଲକପ୍ଟର ଯାଞ୍ଚ କରାଯାଇଛି । ସୋମବାର ନବୀନ ନୂଆପଡାରେ ପ୍ରଚାର ପାଇଁ ଯାଇଥିବା ବେଳେ ସେହି ସମୟରେ ତାଙ୍କ ବିମାନର ଯାଞ୍ଚ କରାଯାଇଥିଲା । ଏନେଇ ନୂଆପଡା ଜିଲ୍ଲାପାଳ ଏକ୍ସରେ ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଉପନିର୍ବାଚନ ଚାଲିଥିବାରୁ ଯାଞ୍ଚ କରାଯାଇଛି । ଆଦର୍ଶ ଆଚରଣ ବିଧି ଅନୁଯାୟୀ ଯାଞ୍ଚହୋଇଛି । ଫ୍ଲାଇ ସ୍କ୍ୱାର୍ଡ ଟିମର ୪ଜଣ ଓ ଭିଡ଼ିଓ ସର୍ଭେଲାନ୍ସ ଟିମ୍‌ ପକ୍ଷରୁ ଯାଞ୍ଚ କରାଯାଇଛି ।ସୂଚନାମୁତାବକ ସୋମବାର ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ନୂଆପଡ଼ା ସ୍ଥିତ ଗୋଟମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଭବ୍ୟ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ । ନବୀନଙ୍କ ବିମାନ ପହଞ୍ଚିବା ସହିତ ଉପସ୍ଥିତ ନେତା, କର୍ମୀ ନବୀନ ପଟ୍ଟନାୟକ ସ୍ୱାଗତମ୍ ନାରା ଦେଇ ସ୍ୱାଗତ ଜଣାଇଥିଲେ । ଏହି…

Read More

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ । ବରମୁଣ୍ଡା ବସଷ୍ଟାଣ୍ଡରେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବିଳମ୍ବିତ ରାତିରେ ବସଷ୍ଟାଣ୍ଡରେ ଶୋଇଥିବା ବେଳେ ମା’ ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି ।ଅଭିଯୋଗ ପାଇ ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର(୩୯) । ପବିତ୍ର ପୋକ୍‌ସୋ କୋର୍ଟକୁ ଚାଲାଣ କରାଯାଇଛି । ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ଜଣେ ମହିଳା ଗତକାଲି ସନ୍ଧ୍ୟାରେ ତାଙ୍କ ନାବାଳିକା ଝିଅ ସହ ବରମୁଣ୍ଡା(ବିଏସ୍‌ଏବିଟି) ବସ୍‌ଷ୍ଟାଣ୍ଡରେ ବସ୍‌କୁ ଅପେକ୍ଷା କରିଥିଲେ । ଏହି ସମୟରେ ମହିଳାଙ୍କୁ ନିଦ ହୋଇ ଯାଇଥିଲା । ଏହାର ସୁଯୋଗ ନେଇ ପବିତ୍ର ପ୍ରଥମେ ମହିଳାଙ୍କ ନାବାଳିକା ଝିଅକୁ ଦୁଷ୍କର୍ମ ଉଦ୍ୟମ କରିଥିଲା । ସେ ପାଟି କରି ଉଠିବାରୁ ପବିତ୍ର ତାକୁ ଛାଡ଼ି ଦେଇଥିଲା । ପରେ ମହିଳାଙ୍କୁ ମଧ୍ୟ ଦୁଷ୍କର୍ମ ଉଦ୍ୟମ କରିଥିଲା ।…

Read More

ନଭେମ୍ବର ୫ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେଖିବାକୁ ମିଳିବ ଏ ବର୍ଷର ସୁପରମୁନ୍ । ରାତ୍ରି ଆକାଶରେ ଏହା ଅତ୍ୟନ୍ତ ଉଜ୍ଜ୍ବଳ ଦେଖାଯିବ । ଯେତେବେଳେ ଚନ୍ଦ୍ର ପୃଥିବୀର ନିକଟତମ ସ୍ଥାନରେ ପହଞ୍ଚେ ତାହାକୁ ପେରିଜି କୁହାଯାଏ । ଏହି ମୁହୂର୍ତ୍ତ ଯଦି ଏକ ପୂର୍ଣ୍ଣିମା ସହିତ ମେଳ ଖାଏ, ତେବେ ଏହାକୁ ସୁପରମୁନ୍ କୁହାଯାଏ । ପେରିଜି ଶବ୍ଦ ଗ୍ରୀକ୍ ମୂଳ ପେରି ଓ ଜିଓରୁ ଆସିଛି। ପେରି ଅର୍ଥ ନିକଟ ଓ ଜିଓ ଅର୍ଥ ପୃଥିବୀ ।ଏହି ଦିନ ଚନ୍ଦ୍ର ପୃଥିବୀବାସୀଙ୍କୁ ୩୦ଗୁଣ ଅଧିକ ଆଲୋକ ପ୍ରଦାନ କରିବ । ଏହି ଚନ୍ଦ୍ର ଦେଖିବାରେ ଲୋକମାନଙ୍କୁ କୌଣସି ଅସୁବିଧା ନାହିଁ । କାରଣ ସଂଧ୍ୟାରେ ଦେଖାଦେବ ଉଜ୍ୱଳତମ ଚନ୍ଦ୍ର ।

Read More

ସୁଦାନରେ ଓଡ଼ିଶାର ଜଣେ ଯୁବକ ଅପହୃତ ହୋଇଛନ୍ତି। ଜଗତସିଂହପୁର ଜିଲା କୋଟକଣା ଗାଁର ଆଦର୍ଶ ବେହେରା (୩୬) ବିଦ୍ରୋହୀ ଗୋଷ୍ଠୀ ର୍ୟାପିଡ୍ ସପୋର୍ଟ ଫୋର୍ସ (ଆରଏସଏଫ) ଦ୍ୱାରା ଅପହୃତ ହୋଇଛନ୍ତି ବୋଲି ଅଭିଯୋଗ।ମିଳିଥିବା ଭିଡିଓ ଫୁଟେଜ ଅନୁଯାୟୀ, ଯୁବକଙ୍କୁ ଦୁଇ ଜଣ ବିଦ୍ରୋହୀ ଯବାନ ବନ୍ଧୁକ ମୁନରେ ଘେରିଥିବାବେଳେ ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି। ତାଙ୍କୁ ତୁରନ୍ତ ବିଦ୍ରୋହୀଙ୍କ କବଳରୁ ମୁକୁଳାଇବାକୁ ଯୁବକ ଜଣକ ଯୋଡହସ୍ତରେ ଓଡ଼ିଶା ସରକାରଙ୍କୁ ଅନୁରୋଧ କରୁଥିବା ଭିଡିଓରୁ ଜଣାପଡିଛି।ଆଦର୍ଶ ୨୦୨୨ ଠାରୁ ସୁଦାନର ସୁକାରତି ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ କାମ କରୁଥିଲେ। ଅଲ ଫାଶିର ସହରରୁ ତାଙ୍କୁ ଅପହରଣ କରାଯାଇଛି। ଏକ ଭିଡିଓରେ ସେ ଦୁଇ ସଶସ୍ତ୍ର ସୈନିକ ମଝିରେ ବସି କହୁଛନ୍ତି, “ଶାହରୁଖ ଖାନଙ୍କୁ ଜାଣନ୍ତି କି?” ଓ “ଡାଗାଲୋ ଭଲ” ବୋଲି କହିବାକୁ ବାଧ୍ୟ କରାଯାଇଛି। ଡାଗାଲୋ ହେଉଛନ୍ତି ଆରଏସଏଫର ନେତା। ଆଦର୍ଶ ବିବାହିତ ହୋଇଥିବାବେଳେ ତାଙ୍କର ୮ ଓ ୩ ବର୍ଷର ଦୁଇଟି ପୁଅ…

Read More

ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଥିଲା ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ।ପୀଠରେ ଉଜାଗର ରହିଥିବା ହଜାର ହଜାର ଶ୍ରଦ୍ଧାଳୁ ବଡ଼ଓଷା ପାଳନ କରିବା ସହିତ ଗଜଭୋଗ ଓ ତରଣ ପାଇ ବଡ଼ଓଷା ବ୍ରତ ସମାପନ କରିଥିଲେ । ହଜାର ହଜାର ଭକ୍ତ ରାତ୍ରୀରେ ମହାନଦୀରେ ବୁଡ ପକାଇଥିବା ବେଳେ ସୁରକ୍ଷା ଲାଗି ନଦୀକୂଳ ଘାଟରେ ପୋଲିସ, ଅଗ୍ନିଶମବିଭାଗ, ଓଡ୍ରାଫ ଟିମ ମୁତାୟନ ହୋଇଥିଲେ । ପୀଠରେ କଟକ ଗ୍ରାମାଞ୍ଚଳ ଏସପି ଓ ଆଠଗଡ଼ ଉପଜିଲ୍ଲାପାଳ ନିଜେ ରହି ତଦାରଖ କରିଥିଲେ ।

Read More

ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ହରିହର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର । ହରିହର ଭେଟ କରିବା ପରେ ତ୍ରୟୋଦଶୀ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ପ୍ରସିଦ୍ଧ ଶୈବପୀଠ ପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ୱରଙ୍କ ପାଖରେ ଲାଗି ହୋଇଥିଲା ବାବାଙ୍କ ଅତି ପ୍ରିୟ ଭୋଗ ଗଜଭୋଗ ଓ ତରଣ।ପୀଠରେ ଉଜାଗର ରହିଥିବା ହଜାର ହଜାର ଶ୍ରଦ୍ଧାଳୁ ବଡ଼ଓଷା ପାଳନ କରିବା ସହିତ ଗଜଭୋଗ ଓ ତରଣ ପାଇ ବଡ଼ଓଷା ବ୍ରତ ସମାପନ କରିଥିଲେ । ହଜାର ହଜାର ଭକ୍ତ ରାତ୍ରୀରେ ମହାନଦୀରେ ବୁଡ ପକାଇଥିବା ବେଳେ ସୁରକ୍ଷା ଲାଗି ନଦୀକୂଳ ଘାଟରେ ପୋଲିସ, ଅଗ୍ନିଶମବିଭାଗ, ଓଡ୍ରାଫ ଟିମ ମୁତାୟନ ହୋଇଥିଲେ । ପୀଠରେ କଟକ ଗ୍ରାମାଞ୍ଚଳ ଏସପି ଓ ଆଠଗଡ଼ ଉପଜିଲ୍ଲାପାଳ ନିଜେ ରହି ତଦାରଖ କରିଥିଲେ ।

Read More

କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ (Rural Local Bodies) ପାଇଁ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୪୦୦ କୋଟି ଟଙ୍କାରୁ ଅଧିକ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଜାରି କରିଛନ୍ତି। ଏହି ଅର୍ଥ ରାଜ୍ୟର ଜିଲା ପରିଷଦ, ପଞ୍ଚାୟତ ସମିତି ଏବଂ ଗ୍ରାମ ପଞ୍ଚାୟତଗୁଡ଼ିକ ପାଇଁ ଉଦ୍ଦିଷ୍ଟ।ଭାରତ ସରକାର ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ଜଳ ଶକ୍ତି ମନ୍ତ୍ରଣାଳୟ (ପାନୀୟ ଜଳ ଏବଂ ପରିମଳ ବିଭାଗ) ମାଧ୍ୟମରେ ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ରାଜ୍ୟଗୁଡିକୁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ପ୍ରଦାନ କରିବାକୁ ସୁପାରିସ କରିଥାନ୍ତି। ଅର୍ଥ ମନ୍ତ୍ରଣାଳୟ ପରବର୍ତ୍ତି ସମୟରେ ପ୍ରତି ଆର୍ଥିକ ବର୍ଷରେ ଦୁଇଟି କିସ୍ତିରେ ଏହି ଅନୁଦାନ ପ୍ରଦାନ କରିଥାଏ।୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ କିସ୍ତି ବାବଦରେ ୩୪୨.୫୯୬୪ କୋଟି ଟଙ୍କା ଜାରି କରାଯାଇଛି। ଏହି ଅର୍ଥ ରାଜ୍ୟର ୨୦ଟି ଯୋଗ୍ୟ ଜିଲା ପରିଷଦ, ୨୯୬ଟି ପଞ୍ଚାୟତ ସମିତି ଏବଂ ୬,୭୩୪ଟି…

Read More

ଭଦ୍ରକ ଜିଲା ଆଗରପଡ଼ା ଥାନା ଅଞ୍ଚଳରେ ଶନିବାର ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ଆଦିବାସୀ ନାବାଳିକାଙ୍କୁ ଅସଦାଚରଣ ଉଦ୍ୟମ କରାଯାଇଛି। ନାବାଳିକାଙ୍କ ବିରୋଧ ଯୋଗୁ ଅଭିଯୁକ୍ତ ତାଙ୍କୁ ଅସଦାରଣ କରିବାରେ ବିଫଳ ହେବାରୁ ସେ ପୀଡ଼ିତାଙ୍କୁ ପଛରରେ ଛେଚି ହତ୍ୟା ଉଦ୍ୟମ କରିଛି। ଗୁରୁତର ନାବାଳିକାଙ୍କୁ ପୋଲିସ ଉଦ୍ଧାର କରି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ଗାଁ ନିକଟ କେନାଲକୁ ନାବାଳିକା ଜଣଙ୍କ ଏକାକୀ ଶୌଚ ପାଇଁ ଯାଇଥିଲେ । ସେହି ସମୟରେ ନାବାଳିକାଙ୍କୁ ଏକାକୀ ପାଇ ଦୁଷ୍କର୍ମ ଉଦ୍ୟମ କରିଥିଲେ ୨ ଯୁବକ । ନାବାଳିକା ଜଣଙ୍କ ଚିତ୍କାର କରିବାରୁ ଦୁଇ ଯୁବକ ଧାରୁଆ ଅସ୍ତ୍ରରେ ନାବାଳିକାଙ୍କ ମୁହଁ ଓ ମୁଣ୍ଡକୁ ଶକ୍ତ ଆଘାତ କରିଥିଲେ । ଫଳରେ ସେହି ସ୍ଥାନରେ ହିଁ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଯାଇଥିଲେ ନାବାଳିକା । ସ୍ଥାନୀୟ ଲୋକେ ନାବାଳିକାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିବାରୁ ଦୁଇ…

Read More

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ସାର୍ପ ସୁଟର କୁରୁପତି ଭୂୟାଁ ଗିରଫ ହୋଇଛି । ଗିରଫ ହେବା ପରେ ସାର୍ପ ସୁଟର୍ କୁରୁପତିକୁ ଅଜ୍ଞାତ ସ୍ଥାନରେ ମାରାଥନ୍ ଜେରା କରାଯାଇଛି । ଖବର ଅନୁଯାୟୀ, ହତ୍ୟା ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସ ଗିରଫ କରିଛି। ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁନୀଲ ହୋତା। ଅଭିଯୁକ୍ତମାନଙ୍କୁ ଜୟପୁରର ଏକ ଫାର୍ମ ହାଉସରେ ରଖିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୁନୀଲଙ୍କୁ କୋର୍ଟ ଚାଲାଣ ପରେ ଜେଲ୍‌ ପଠାଯାଇଛି ଏବଂ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୧୩ରେ ପହଞ୍ଚିଛି। ଅନ୍ୟ ତିନିଜଣ ଅଭିଯୁକ୍ତ ଏବେ ବି ଫେରାର ଅଛନ୍ତି।

Read More

ବ୍ୟାଙ୍କରେ ପଡିଥିବା ଟଙ୍କାର ତଥ୍ୟ ମାଗିଲା ଅର୍ଥ ବିଭାଗ । ବ୍ୟାଙ୍କରେ ପଡି ରହିଥିବା ସରକାରୀ ଟଙ୍କାର ତଥ୍ୟ ଜାଣିବାକୁ ଅର୍ଥ ବିଭାଗ ତତ୍ପରତା ଦେଖାଇଛି । ସରକାରୀ ଟଙ୍କାର ତଥ୍ୟ ଜାଣିବାକୁ ମଡ୍ୟୁଲ ପ୍ରସ୍ତୁତ କଲା ଅର୍ଥ ବିଭାଗ । ବେଟା ମଡ୍ୟୁଲ ଆଣିଲା ଅର୍ଥ ବିଭାଗ । ଏହି ମଡ୍ୟୁଲ ଦ୍ୱାରା ଅପଡେଟ ରହିବ ସବୁ ତଥ୍ୟ । କେଉଁ ବ୍ୟାଙ୍କରେ କେତେ ଟଙ୍କା ପଡି ରହିଛି ତଥ୍ୟ ମାଗିଥିଲା ଅର୍ଥ ବିଭାଗ । ସବୁ ବିଭାଗକୁ ଚିଠି ଲେଖି ତଥ୍ୟ ମାଗିଥିଲା ଅର୍ଥ ବିଭାଗ |ସରକାରଙ୍କ ଅର୍ଥ କେଉଁ ବିଭାଗ, କେଉଁ ପିଏସ୍‌ୟୁ, ସୋସାଇଟି, ବିଶ୍ୱବିଦ୍ୟାଳୟ, ପୌରାଞ୍ଚଳ, ପିଆର୍‌ଆଇ, ନିର୍ଦ୍ଦେଶାଳୟ କିମ୍ବା କମିଶନର ତଥା ସଚିବସ୍ତରରେ ରହିଛି ତାହାର ଟିକିନିଖି ହିସାବ ଦେବାକୁ ପଡ଼ିବ। ଯେପରି କି କେଉଁ ବିଭାଗର ଯୋଜନା ଅର୍ଥ କେଉଁ ଜିଲାରେ ପଡ଼ିଛି, ଏହାର ବ୍ୟାଙ୍କ ଖାତା ନମ୍ବର ସହିତ ଏହା ସଞ୍ଚୟ…

Read More