Author: sanitelevision

ରାହୁଲ ଗାନ୍ଧୀ ହରିୟାଣାର ଭୋଟର ତାଲିକାରେ ଅନିୟମିତତା ଅଭିଯୋଗ କରିଛନ୍ତି। ଏହି ବିବାଦ ଏକ ଆଶ୍ଚର୍ଯ୍ୟଜନକ ମୋଡ଼ ନେଇଛି। ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀରେ ଦେଖାଯାଇଥିବା ଭୋଟର ପରିଚୟପତ୍ର ଫଟୋ ଏବେ ବିବାଦର ବିଷୟ ପାଲଟିଛି। ତେବେ ବ୍ରାଜିଲର ଜଣେ ମଡେଲ ହରିୟାଣାରେ ୨୨ ଥର ଭୋଟ୍ ଦେଇଥିବା ଅଭିଯୋଗ ଓ ସେହି ମଡେଲଙ୍କ ଫଟୋ ରାହୁଲ ଗାନ୍ଧୀ ଦେଖାଇବା ଉପରେ ପ୍ରକ୍ରିୟା ରଖିଛନ୍ତି ବ୍ରାଜିଲର ଜଣେ ମଡେଲ । ବ୍ରାଜିଲ ମଡେଲ ଲାରିସା ନେରି କହିଛନ୍ତି ଯେ ରାହୁଲ ଗାନ୍ଧୀ ଦେଖାଇଥିବା ଫଟୋ ମଧ୍ୟରେ ତାଙ୍କର ଏକ ଫଟୋ ରହିଛି ଓ ତାହା ତାଙ୍କର ୨୦ ବର୍ଷ ବୟସର ଫଟୋ । ସୋସିଆଲ ମିଡିଆରେ ଲାରିସା ଆହୁରି କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ତାଙ୍କ ପାଖକୁ ବହୁ ଫୋନ୍ ଆସୁଛି ଓ ସେ ଏନେଇ ଆଶ୍ଚର୍ଯ୍ୟ ପ୍ରକାଶ କରବା ସହ ବ୍ୟତିବ୍ୟସ୍ତ ଅଛନ୍ତି । ଏହା ଏକ…

Read More

ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ସାନ ସାଶନ ପଞ୍ଚାୟତର ମତ ବାଜ ଶାସନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଫିସ ରୁମ ଭିତରୁ ସାଢେ ୪ ଫୁଟ ର ନାଗ ସାପ ଉଦ୍ଧାର । ଆଜି ଜଣେ ଶିକ୍ଷକ ବିଦ୍ୟାଳୟର ଅଫିସ ରୁମ ଖୋଲିଲା ବେଳେ ହଟାତ ଗୋଟିଏ ନାଗ ସାପ ଥାକ ଉପରେ ଫଣା ଟେକି ସୋଇ ଥିବା ଦେଖିଥିଲେ । ତେଣୁ ସେ ଭୟଭୀତ ହୋଇ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କହିଥିଲେ ।ସାପକୁ ଦେଖି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଭୟଭୀତ ହୋଇ ପଡିଥିଲେ । ତେଣୁ ସେମାନେ ଭଦ୍ରକର ସାପ ଧରାଳିଙ୍କୁ ଡାକିଥିଲେ | ଅଫିସ ରୁମ ଭିତରୁ ଗୋଟିଏ ସାଢେ ୪ ଫୁଟର ନାଗ ସାପକୁ ସୁରକ୍ଷିତ ଭାବେ ସେ ଉଦ୍ଧାର କରିଥିଲେ । ସାପ ଉଦ୍ଧାର ପରେ ସମସ୍ତେ ଆଶ୍ବସ୍ତି ହୋଇଥିଲେ ।

Read More

ଆଜି ଭୁବନେଶ୍ୱର ସ୍ଥିତ ପୋଲିସ ଭବନଠାରେ ଓଡିଶା ପୋଲିସ ରେଳବାଇ ଓ ଉପକୂଳ ସୁରକ୍ଷା ଆନୁକୂଲ୍ୟରେ ପୋଲିସ ଅଧିକାରୀମାନଙ୍କ ପାଇଁ ଏକ ଦିନିଆ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି। ଅଧିକାରୀମାନଙ୍କ ବୃତ୍ତିଗତ ଦକ୍ଷତା ଓ କାର୍ଯ୍ୟକୁଶଳତା ବୃଦ୍ଧି କରିବା, ରେଳବାଇ ଓ ଉପକୂଳ ସୁରକ୍ଷା ବିଷୟରେ ସଚେତନତା ଓ ଅପରାଧ ତଦନ୍ତରେ ବୈଷୟିକ ଜ୍ଞାନର ଭୂମିକା, ସାଇବର ଅପରାଧ, ଆଧୁନିକ ପ୍ରଣାଳୀରେ ତଦନ୍ତ, ଜାତୀୟ ଏବଂ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନ୍ ଭଳି ବିଭିନ୍ନ ଆଇନଗତ ଦିଗ ଉପରେ ସବିଶେଷ ଆଲୋଚନା କରାଯାଇଛି। ତେବେ ସମୁଦ୍ର ପଥ ଦେଇ ବାଂଲାଦେଶୀ ମାଡ଼ି ଆସୁଛନ୍ତି । କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଅନ୍ୟ ଉପକୂଳ ଜିଲ୍ଲା ଦେଇ ରାଜ୍ୟରେ ପଶୁଛନ୍ତି। ଓଡ଼ିଶାରେ ଲୁଚି ରହି ନାନା ଅପରାଧରେ ଲିପ୍ତ ରହୁଛନ୍ତି । ଆଇନ ଶୃଙ୍ଖଳା ବିଗାଡୁଛନ୍ତି । ଏହି ଅନୁପ୍ରବେଶକାରୀଙ୍କୁ ରୋକିବାକୁ ସମୁଦ୍ର ତଟ ବାହିନୀ ଅକ୍ଷମ । ଅତ୍ୟାଧୁନିକ ଜ୍ଞାନ କୌଶଳ…

Read More

ମାର୍ଗଶିର ମାସ ପ୍ରଥମ ପାଳି ଗୁରୁବାର । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ। ପ୍ରତି ବିବାହିତ ମହିଳା ଏହି ପର୍ବ ପାଳିଥାନ୍ତି । ଏବେ ଚାଉଳ କୁଟିବା ଲାଗି ଢିଙ୍କି ଯୁଗ ନାହିଁ ନହେଲେ ବୋଧହୁଏ ଆଜି ସକାଳୁ ସକାଳୁ ଅରୁଆ ଚାଉଳର ଢିଙ୍କି କୁଟା ଚାଉଳ ଚୂନା ନିଶ୍ଚେ ମାଣ ପାଇଁ ଲାଗି ହୋଇଥାନ୍ତା । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। ମାର୍ଗଶିର ମାସରେ ପୂଜା ଘରକୁ ଧାନ ମେଣ୍ଟି ବା “ଧାନବେଣୀ”ରେ ସଜାଯାଇଥାଏ। ଧାନକେଣ୍ଡାକୁ ଗୁନ୍ଥି ଏହି ବେଣୀ ତିଆରି କରାଯାଏ।। ବିଶ୍ୱାସ ରହିଛି ଯେ ଆଜିର ଦିନରେ ଯେ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ଭକ୍ତି ଏବଂ ରୀତିନୀତିର ସହ ପୂଜା କରିଥାଏ ତେବେ ମା’ ଲକ୍ଷ୍ମୀ ନିଶ୍ଚୟ ତାଙ୍କ ଘରକୁ ଯାଇଥାନ୍ତି । ସେଥିପାଇଁ ମହିଳା ମାନେ ପୂର୍ବଦିନ ରାତ୍ରୀରୁ ଘରଦ୍ୱାର ଲିପା…

Read More

ରାସ୍ତାରେ ପାଠ ପଢ଼ିଛନ୍ତି ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଛାତ୍ରୀଛାତ୍ର। ବିଶ୍ୱବିଦ୍ୟାଳୟରେ କ୍ଲାସ ରୁମ୍‌ ଅସୁରକ୍ଷିତ ଦର୍ଶାଇ ପ୍ରତିବାଦ କରିଛନ୍ତି। ଯୁକ୍ତ ୩ କଳାର ୨ୟ ବର୍ଷର ଛାତ୍ରୀଛାତ୍ର ରାସ୍ତାରେ ବସି ପଢ଼ିଛନ୍ତି। ସୂଚନାନୁଯାୟୀ, କିଛି ଦିନ ତଳେ ରେଭେନ୍ସା ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗରେ କ୍ଲାସରୁମ୍ ସିଲିଂ ଖସି ପଡିବାରୁ ଛାତ୍ରଛାତ୍ରୀମାନେ ମରାମତି ପାଇଁ ରେଜିଷ୍ଟ୍ରାରଙ୍କୁ ଜଣାଇଥିଲେ। ହେଲେ ରେଜିଷ୍ଟ୍ରାର କୌଣସି ପଦକ୍ଷେପ ନେଇନଥିଲେ। ଆଜି ଓଡ଼ିଆ ବିଭାଗର ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ଅଧ୍ଯାପକଙ୍କ ସହ କୁଳପତିଙ୍କ କାର୍ଯ୍ୟାଳୟ ଆଗରେ ବସି ବହିଖାତା ଧରି ପାଠ ପଢିବା ସହ ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଥିଲେ। ପୂର୍ବରୁ ଏନେଇ ଦାବି କରି ଆସୁଥିଲେ ବି କର୍ତ୍ତୃପକ୍ଷ ଶୁଣୁ ନ ଥିବା ଅଭିଯୋଗ ହୋଇଛି।

Read More

ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଫୋନ ପେ’ରେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛି। କେନ୍ଦୁଝର ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଜଣକ ହେଉଛନ୍ତି ବିପ୍ଳବ କେଶରୀ ସାମନ୍ତରାୟ ।ଭିଜିଲାନ୍ସ ଏକ ବିବୃତ୍ତିରେ କହିଛି ଯେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ଏନଜିଓଗୁଡ଼ିକୁ ଚୁକ୍ତିନାମା କାର୍ଯ୍ୟକାରୀ କରିବା, ସହାୟତା ପ୍ରଦାନ/ବିଲ୍ ପ୍ରଦାନ କରିବା ସମ୍ପର୍କରେ ଏନଜିଓ ଏବଂ ବ୍ୟକ୍ତିଙ୍କଠାରୁ ଲାଞ୍ଚ ଆଦାୟ କରିବା ସମ୍ପର୍କରେ ସାମନ୍ତରାୟଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଥାନରୁ ଅଭିଯୋଗ ଆସିଥିଲା।ଶ୍ରୀ ସାମନ୍ତରାୟଙ୍କ ଘର, ଫାର୍ମ ହାଉସରେ ଚଢଉ ଜାରି ରହିଛି । ଖୋର୍ଦ୍ଧା ଜିଲ୍ଲାର ମଦନପୁରରେ ଏକ ଫାର୍ମ ହାଉସ ସହିତ ଭୁବନେଶ୍ଵରରେ ଏକ ୩ ହଜାର ବର୍ଗଫୁଟର କୋଠା ଭିଜିଲାନ୍ସ ଠାବ କରିଛି।

Read More

ବ୍ରହ୍ମପୁରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢ଼ାଉ। ଚିଟ୍‌ଫଣ୍ଡ କମ୍ପାନି ଗ୍ରୀନ୍‌ ଇଣ୍ଡିଆ କର୍ତ୍ତୃପକ୍ଷ ଘରେ ରେଡ୍ କରାଯାଇଛି। ଅଯୋଧ୍ୟା ନଗର ଅଞ୍ଚଳରେ ଥିବା ଗ୍ରୀନ୍ ଇଣ୍ଡିଆ ସଂସ୍ଥାର ମୁଖ୍ୟ ପ୍ରଦୀପ ସିଂଙ୍କ ଘରେ ଇଡି ତନାଘନା ଚଳାଇଛି। ଲୋକଙ୍କଠୁ ପାଖାପାଖି ୫୦୦ କୋଟି ଠକେଇ ଅଭିଯୋଗ ହୋଇଥିଲା।ପୂର୍ବରୁ ୨୦୧୩ ମସିହାରେ ଚିଟଫଣ୍ଡ ଦୁର୍ନୀତି ମାମଲାରେ ପ୍ରଦୀପ ସିଂଙ୍କ ଘରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ। ପରେ ପ୍ରଦୀପ ସିଂ ଓ ଅନ୍ୟ ଅଧିକାରୀଙ୍କୁ ଗିରଫ କରାଯାଇଥିଲା। ପରେ ସମସ୍ତ ମାମଲାର ତଦନ୍ତ ସିବିଆଇ କରିଥିଲା।

Read More

ଚନ୍ଦ୍ରଶେଖରପୁର ଥାନା ହୋମଗାର୍ଡଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ହାଉସିଂବୋର୍ଡ କଲୋନୀ ସରକାରୀ କ୍ବାଟରରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ସୁଜାତା ରାଣି କର । ଦୁଇ ମାସ ହେବ ସେ ଚନ୍ଦ୍ରଶେଖରପୁର ଥାନାରେ ନିଯୁକ୍ତ ହୋଇଥିଲେ ।ଗତକାଲି ବିଷପିଇ ଜାବନ ହାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ୬ ମାସ ତଳେ ସ୍ୱାମୀଙ୍କ ଦେହାନ୍ତ ହୋଇଥିଲା । ତାଙ୍କପ ୨ ଟି ଛୁଆ ଅଛନ୍ତି । ମାତ୍ର ୩ ମାସ ତଳେ ଚାକିରିରେ ଯୋଗ ଦେଇଥିଲେ । ମାନସିକ ଦୁଶ୍ଚିନ୍ତାରୁ ଜୀବନ ହାରିଥିବା କହିଲେ ପରିବାର ଲୋକେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଚେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରୁଛି ।

Read More

ରାୟଗଡା ଜିଲ୍ଲା ଗୁଣପୁରର ଭିମପୁର ନିକଟ ମାଛଡିଆ ନଦୀରେ ଗୋଟିଏ ପଥର ଖଣ୍ଡ ଭାସି ଆସି ଏକ ବାଲି ଶଯ୍ୟା ଉପରେ ଥିବା ଦେଖିବାକୁ ମିଳିଥିଲା । ଯାହାର ଓଜନ ପ୍ରାୟ ୮ ରୁ ୯ କେଜି ହେବ । ତେବେ ଗତ ଗୁରୁବାର ଦିନ ଭିମପୁର ଗମାଙ୍ଗୋ ସାହିର ଇଶ୍ଵର ଶବରଙ୍କୁ ସ୍ଵପ୍ନାଦେଶ ହୋଇଥିଲା । ଇଶ୍ଵର ଶବରଙ୍କୁ ଜଣେ ଋଷି କହିଥିଲେ ଯେ ମହେନ୍ଦ୍ର ତନୟାରେ ଗୋଟିଏ ପଥର ଅଛି ସେଠାକୁ ଯିବା ପାଇଁ । ଶୁକ୍ରବାର ସକାଳୁ ଇଶ୍ଵର ସେଠାକୁ ଯାଇ ସେହି ପଥରକୁ ସଂଗ୍ରହ କରି ଧୋଇବା ସହ ନଦୀ ପାଣିରେ ଭସାଇଥିଲେ । ପରେ ସେହି ପଥରକୁ ଘରେ ଆଣି ରଖି ହଳଦୀ, ସିନ୍ଦୁର ଦେଇ ପୂଜା କରୁଛନ୍ତି ଲୋକେ ।

Read More

ମୁକ୍ତାକାଶ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ତାରିଖରେ ଆରମ୍ଭ ହେବ।ତେବେ ଏଥର କଂସ ସମେତ ଅନ୍ୟ ପ୍ରମୁଖ ଚରିତ୍ର ପାଇଁ କଳାକାର ଚୟନ ପ୍ରକ୍ରିୟା ହେଉଛି। ଗତ ୧ତାରିଖ ଆଶାୟୀଙ୍କ ଆବେଦନ ସରିଯାଇଛି। ତେବେ ଏପର୍ଯ୍ୟନ୍ତ ଚୟନ ତାରିଖ ତ ଘୋଷଣା ହେବା ଦୂରର କଥା, ଆବେଦନ ଫର୍ମର ଯାଞ୍ଚ ସରି ନାହିଁ। ତାହା ଯାଞ୍ଚ ହେବା ପରେ ଚୟନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଯୋଗ୍ୟ କଳାକାରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ।ତେବେ କଂସ ଚରିତ୍ର ପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରେ ନୂଆଁ, ପୁରୁଣା କଳାକାର ରହିଛନ୍ତି। ଅନେକ ସ୍ଥାନରେ ଧନୁଯାତ୍ରା ହେଉଥିଲେ ସୁଦ୍ଧା ବରଗଡ଼ ଧନୁଯାତ୍ରା ମହୋତ୍ସବର ଯେଭଳି ଏକ ଅନନ୍ୟ ପରିଚୟ ଏବଂ ଆକର୍ଷଣ ରହିଛି, ଅନୁରୂପଭାବେ ଏହି ମହୋତ୍ସବରେ ଥରୁଟିଏ ଯେଉଁ କଳାକାର କଂସ ଅଭିନୟର ସୁଯୋଗ ପାଇଥାନ୍ତି, କଳା ଜଗତରେ ପୂର୍ବାପେକ୍ଷା ସେମାନଙ୍କର ସମ୍ମାନ ବଢ଼ିବା ସହିତ…

Read More