ଉତ୍ତରାଖଣ୍ଡରେ ଓଡ଼ିଶା ଝିଅକୁ ବୀଭତ୍ସ ହତ୍ୟା । ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷିୟ ଝିଅ ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡର ଲାଲପୁରରେ ବୀଭତ୍ସ ହତ୍ୟା କରାଯାଇଛି । ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ହତ୍ୟା କରିଥିବା ସ୍ପଷ୍ଟ କରିଛି ଲାଲପୁର ପୋଲିସ । ହତ୍ୟା କରି ଇଟା ଓ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ମୃତଦେହ ଫିଙ୍ଗି ଦେଇଥିଲା ଘର ମାଲିକ ପୁଅ। ନଦୀରୁ ମୃତଦେହ ଉଦ୍ଧାର କଲା ପୋଲିସ। ଗତ ୬ ମାସ ହେଲା ମୃତ ଯୁବତୀ ଉତ୍ତରାଖଣ୍ଡର ଲାଲପୁରରେ ଏକ ଘରୋଇ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ।ଗତ ମଙ୍ଗଳବାର ଦିନ ପରିବାର ଲୋକେ ସୃଷ୍ଟିକୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନମିଳିବାରୁ ସୃଷ୍ଟିଙ୍କ ସଂପର୍କିୟ ବୁଧୁବାର ଦିନ ଲାଲାପୁରରେ ପହଞ୍ଚିଥିଲେ । ବହୁ ଖୋଜାଖୋଜି ପରେ ପତ୍ତା ନମିଳିବାରୁ ସ୍ଥାନୀୟ ପୁଲିସରେ ନିଖୋଜ ମାମଲା ଦାଏର କରିଥିଲେ । ପୋଲିସ ସିସିଟିଭି ଆଧାରରେ…
Author: sanitelevision
ନୂଆପଡାରେ ପହଞ୍ଚିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ନୂଆପଡଶରେ ପହଞ୍ଚିବା ପରେ ଦଳୀୟ କର୍ମୀ ଓ ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ । ଖରିଆରରେ ନବୀନ ରୋଡ କରୁଛନ୍ତି ।ରୋଡ୍ ସୋ’ରେ ନୂଆପଡ଼ାରେ ପହଞ୍ଚି ସୂର୍ଯ୍ୟନଗର ଛକ, ଗାୟତ୍ରୀମନ୍ଦିର ଛକ ଓ ଏକତା ଛକରେ ଜନତାଙ୍କୁ ଉଦ୍ବୋଧନ ଦେବେ। ଦିନ ୩ଟାରେ ନୂଆପଡ଼ାର ପାରକୋଡ଼ରେ ଏକ ବିଶାଳ ସାଧାରଣ ସଭାକୁ ସମ୍ୱୋଧିତ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି । ଗତ ୩ ତାରିଖରେ କୋମନାରେ ନବୀନ ଜନସଭା କରିବା ସହ ଲୋକଙ୍କୁ ସମ୍ବୋଦନ କରିଥିଲେ । ପଛୁଆ ନୂଆପଡା ଜିଲାକୁ ବିକଶିତ କରିଥିଲେ ନବୀନ । ଲୋକଙ୍କ ସମର୍ଥନ ରହିଛି ଓ ଆଗକୁ ରହିବ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଭୁବନେଶ୍ୱର ସ୍ଥିତ ଜନତା ମୈଦାନରେ ୮୪ତମ ରୋଡ କଂଗ୍ରେସ ସମାବେଶ ଶୁକ୍ରବାର ଉଦ୍ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି।ନଭେମ୍ବର ୧୦ ଯାଏଁ ସଡକ ପରିବହନ ଉପରେ ଆଲୋଚନା ହେବ । ୮୪ ତମ ଅଧିବେଶନରେ ଅଂଶଗ୍ରହଣ କରିବେ ୩ ହଜାରରୁ ଅଧିକ ପ୍ରତିନିଧି ।ଏହାପୂର୍ବରୁ ଜନତା ମୈଦାନରେ ଆୟୋଜିତ ହୋଇଥିବା ଟେକ୍ନିକାଲ ସେସନକୁ ଉଦଘାଟନ କରିଥିଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ୧୦ ବର୍ଷ ପରେ ଇଣ୍ଡିଆନ ରୋଡ କଂଗ୍ରେସର କାର୍ଯ୍ୟକ୍ରମ ଓଡ଼ିଶାରେ ଆୟୋଜନ ହେଉଛି। ବିକଶିତ ଭାରତ ଓ ୨୦୩୬ ସୁଦ୍ଧା ଓ ବିକଶିତ ରାଜ୍ୟ ଗଢିବାକୁ ଏହି କାର୍ଯ୍ୟକ୍ରମ ବେଶ୍ ସହାୟକ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି।
ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ପୁଣି ତ୍ରୁଟି । ଚଷମାରେ ହିଡେନ୍ କ୍ୟାମେରା ଲଗାଇ ମନ୍ଦିର ଭିତର ପ୍ରବେଶ କରିଲେ ଅମାନିଆ। ତାଙ୍କୁ ଜଗମୋହନ ନିକଟରେ ଧରିଛନ୍ତି ଜେଟିପି । ଶ୍ରଦ୍ଧାଳୁ ଜଣଙ୍କ ଅହମ୍ମଦାବାଦର ଭରତ ପାଣ୍ଡିଆ ବୋଲି ସୂଚନାରୁ ଜଣାପଡ଼ିଛି। ଶ୍ରଦ୍ଧାଳୁ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।ସେହିଭଳି ଯାଜପୁରର ଶାନ୍ତନୁ ମିଶ୍ର ସେବାୟତ ବେଶରେ ଗର୍ଭଗୃହ ଭିତରକୁ ଯିବା ସମୟରେ ବେହରଣ ଦ୍ୱାର ନିକଟରେ ଜେଟିପି ଧରି ଗାରଦରେ ଅଟକ ରଖିଛନ୍ତି।ପୂର୍ବରୁ ମଧ୍ୟ କ୍ୟାମେରା ଥିବା ଚଷମା ପିନ୍ଧି ଶ୍ରୀମନ୍ଦିର ଭିତରେ ପ୍ରବେଶ କରିଥିଲେ ପୁରୀ ଗଜପତି ନଗରର ଯୁବକ । ଧରା ପଡ଼ିବା ପରେ କାଗଜ ପତ୍ରରେ ଲେଖାପଢ଼ା କରି ଯୁବକକୁ ଛାଡ଼ି ଦେଇଥିଲା ସିଂହଦ୍ବାର ପୁଲିସ । ଅଭିନବ ଉପାୟରେ ଶ୍ରୀମନ୍ଦିର ଭିତରେ କଏଦ କରିଥିଲା ଫୋଟୋ ଭିଡିଓ । ନିଜ ଚଷମାରେ ହିଡେନ୍ କ୍ୟାମେରା ଲେନ୍ସ ଲଗାଇ ଭିତର ଭିଜୁଆଲ ଉତ୍ତୋଳନ କରୁଥିଲା ଉକ୍ତ…
ଆଜି ୭ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ବନ୍ଦେ ମାତରମ ଗାନ କରିଛନ୍ତି । ତାଙ୍କ ସହିତ ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ବିଭିନ୍ନ ବିଭାଗର ସଚିବ ମଧ୍ୟ ଏହି ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବନ୍ଦେ ମାତାରମ ଗାନ କରିଛନ୍ତି । ଏହାଛଡା ଲୋକସେବା ଭବନରେ କର୍ମଚାରୀମାନେ ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏଣୁ ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ବନ୍ଦେ ମାତାରମ ଗାଇବେ । ଏନେଇ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଉଚ୍ଚଶିକ୍ଷା ବିଭାଗକୁ ଚିଠି ଲେଖିଥିଲା । ବନ୍ଦେ ମାତାରମର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏଭଳି ନିଷ୍ପତ୍ତି ନିଆଯାଇଛି ।
ରାଷ୍ଟ୍ର ଆରାଧନା ଓ ଦେଶପ୍ରୀତିର ଗାଥା କହୁଥିବା ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’କୁ ୧୫୦ ବର୍ଷ ପୂରିଛି । ୧୮୭୬ଠାରୁ ଭାରତୀୟଙ୍କ ମଧ୍ୟରେ ‘ବନ୍ଦେ ମାତରମ୍’ ଦେଶପ୍ରେମ ଓ ଜାତୀୟ ଚେତନା ସୃଷ୍ଟି କରି ଆସୁଛି । ‘ବନ୍ଦେ ମାତରମ୍’କୁ ୧୫୦ ବର୍ଷ ପୂର୍ତ୍ତି ଅବସରରେ ଉତ୍ସବ ପାଳୁଛି ଭାରତ ।ଆଜି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଏକ ସ୍ମାରକୀ ଡାକଟିକଟ ଏବଂ ମୁଦ୍ରା ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ୨୦୨୬ ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ଉତ୍ସବ ଭାବେ ଚାଲିବ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ୍’ର ୧୫୦ତମ ବାର୍ଷିକ ଉତ୍ସବରେ ଯୋଗ ଦେବା ଅତ୍ୟନ୍ତ ଗର୍ବର କଥା । ଏହା ସହିତ ମୋଦୀ କହିଛନ୍ତି ଏପରି କୌଣସି ସଂକଳ୍ପ ନାହିଁ ଯାହା ପୂରଣ ହୋଇପାରିବ ନାହିଁ…
ଓଡ଼ିଶାରେ ଅନୁଷ୍ଠିତ ହେଉଛି ୮୪ତମ ଇଣ୍ଡିଆନ ରୋଡ୍ସ କଂଗ୍ରେସ ବା ଆଇଆର୍ସି ମହାକୁମ୍ଭ । ୧୯୩୪ ମସିହାରୁ ଆଇଆର୍ସି ଗଠନ ହୋଇଥିବା ବେଳେ ଏଯାବତ୍ ଓଡ଼ିଶାରେ ଆଇଆର୍ସିର ୫ଟି ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି । ପୁଣି ଥରେ ୬ଷ୍ଠ ଥର ପାଇଁ ଆୟୋଜନ କରିବାର ସୁଯୋଗ ପାଇଛି ଓଡ଼ିଶା । ଏହି ମହାକୁମ୍ଭକୁ ଉଦ୍ଘାଟନ କରି ସମ୍ବୋଧିତ କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ । ୨୦୧୫ ପରେ ପୁଣି ଏକ ଦଶନ୍ଧି ବ୍ୟବଧାନରେ ଓଡ଼ିଶା ଆଇଆର୍ସି ଆୟୋଜନ କରିବାକୁ ଯାଉଛି । ସଡ଼କ ଭିତ୍ତିଭୂମିକୁ ନେଇ ବିଶେଷଜ୍ଞ ଓ ଯନ୍ତ୍ରୀଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନର ସେତୁ ପାଲଟିବ ଏହି ବୃହତ୍ତ ସମ୍ମିଳନୀ । ଜନତା ମଇଦାନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଓଡ଼ିଶାର ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।ଉଦଘାଟନୀ ସମାରୋହ ପରେ ଆଇଆର୍ସିର ୨୩୫ତମ କାଉନସିଲ ବୈଠକ…
ଆଜି ଜାତୀୟ କ୍ୟାନସର ସଚେତନତା ଦିବସ । ବିଶ୍ୱ ସ୍ତରରେ କ୍ୟାନ୍ସର ଏକ ଗମ୍ଭୀର ରୋଗ ଭାବେ ଉଭା ହୋଇଛି । ଏହି ରୋଗରେ ଆକ୍ରାନ୍ତ ରୋଗୀ ଏବଂ ମୃତ୍ୟୁ ସଂଖ୍ୟା ପ୍ରତି ବର୍ଷ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ମଧ୍ୟ କିଛି ବର୍ଷ ମଧ୍ୟରେ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ପିଲାଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତ ବୟସର ଲୋକମାନେ କର୍କଟ ରୋଗରେ ଆକ୍ରାନ୍ତ ହେଉଛନ୍ତି । ତେବେ ଜୀବନଶୈଳୀରେ ପରିବର୍ତ୍ତନ ସହିତ ଖାଦ୍ୟପେୟରେ ଅନିୟମିତତା ଯେଉଁଭଳି ଭାବେ ପରିଲକ୍ଷିତ ହେଉଛି, ଏଭଳି ଧାରା ଆଗରୁ ଜାରି ରଖିଲେ ଆସନ୍ତା କିଛି ବର୍ଷ ମଧ୍ୟରେ କର୍କଟ ରୋଗୀଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି । ତିନି ବର୍ଷରେ ଏକ କୋଟି ୩୯ଲକ୍ଷରୁ ଅଧିକ ଲୋକଙ୍କ ସ୍କ୍ରିନିଂ କାଯାଇଛି । ଦେଶରେ ବାର୍ଷିକ ୮ଲକ୍ଷରୁ ଅଧିକ କ୍ୟାନସର ଆକ୍ରାନ୍ତ…
ଆସନ୍ତା ରବିବାର ସନ୍ଧ୍ୟାରେ ସରିବ ନୂଆପଡ଼ା ଉପନିର୍ବାଚନ ପ୍ରଚାର । ତେଣୁ ଦ୍ୱିତୀୟ ଥର ପାଇଁ ଶୁକ୍ରବାର ନବୀନଙ୍କର ମାରାଥନ୍ ପ୍ରଚାର କାର୍ଯ୍ୟକ୍ରମ ରହିଛି । ଗତ ୩ ତାରିଖରେ ନବୀନ ପ୍ରଥମ ପର୍ଯ୍ୟାୟ ପ୍ରଚାରରେ ଯାଇ ନୂଆପଡ଼ାର କୋମନା ବ୍ଲକରେ ସାଧାରଣ ସଭାରେ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ୍ ଦେବାକୁ କହିଥିଲେ । ଆଜି ମଧ୍ୟ ନବୀନ ନୂଆପଡ଼ାରେ ମାରାଥନ୍ ପ୍ରଚାର କରିବେ। ଅନ୍ୟପଟେ ଗତକାଲି ନୂଆପଡା ନିର୍ବାଚନ ପ୍ରଚାରରେ ଯାଇଥିବା ଦୁଇ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଯାଂଚ ହୋଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ନୂଆପଡା ପ୍ରଚାରରେ ଯାଇଥଲେ । ପ୍ରୋଟକଲ ଅନୁଯାୟୀ ଦୁଇ ମୁଖ୍ୟମନ୍ତ୍ରୀଙ୍କ ହେଲିକେପ୍ଟର ଯାଞ୍ଚ କରିଛନ୍ତି ଫ୍ଲାଇଙ୍ଗ୍ ସ୍କୋର୍ଡ ଟିମ୍ ।
ନୂଆପଡା ଉପନିର୍ବାଚନ ପ୍ରସଙ୍ଗରେ ବିଜେଡିର ସୁଶାସନ, ବିଜେପି ସରକାରର ପ୍ରତିଶ୍ରୁତି ପ୍ରତାରଣାକୁ ନେଇ ବିଜେଡିର ସାମ୍ବାଦିକ ସମ୍ମିଳନୀ । ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ବିଜେଡି ୨୪ ବର୍ଷ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟକୁ ସୁଶାସନ ଦେଇଛନ୍ତି । ଓଡ଼ିଶାର ଲୋକେ ସ୍ୱପ୍ନ ଦେଖିଥିଲେ ବର୍ତ୍ତମାନ ସରକାରକୁ ନେଇ । ନିର୍ବାଚନ ଇସ୍ତାହାରରେ କେତେ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏଥିରେ କେତେ ସଫଳ ହୋଇଛନ୍ତି ନୂଆପଡାବାସୀ ସମୀକ୍ଷା କରିବେ ।ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ, ଓଡ଼ିଶାର ମହିଳାମାନଙ୍କ ସୁରକ୍ଷା ଓ ସଶକ୍ତିକରଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ’ଣ କରିଛନ୍ତି ତାହା କାହାକୁ ଅଛପା ନାହିଁ । କିନ୍ତୁ ରାଜ୍ୟର ସ୍ଥିତି ଆଜି ଦ୍ରୁତ ଗତିରେ ବିପର୍ଯ୍ୟସ୍ତ ହେବାରେ ଲାଗିଛି । ଖୋଦ୍ କେନ୍ଦ୍ର ସରକାରଙ୍କ ରିପୋର୍ଟ କହିଛି, ଓଡ଼ିଶାରେ ପ୍ରତି ଦିନ ହାରାହାରି ୧୫ ଜଣ ମହିଳା ବଳାକ୍ରାରର ଶିକାର ହେଉଛନ୍ତି । ଗତ ୧୬ ମାସ…









