ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ସାମ୍ନାକୁ କୁକୁର ପଳାଇ ଆସିବାରୁ ନିୟନ୍ତ୍ରଣ ହରାଇ ନାଳକୁ ଖସିପଡ଼ଛି କାର୍ । କଳାଝରି ନିକଟ ଦୟା ୱେଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଭିନେତା ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା ମିଳିଛି।ସୂଚନା ମୁତାବକ , ବରିଷ୍ଠ ସିନେ ଅଭିନେତା ଅଶ୍ରୁ୍ମୋଚନ ମହାନ୍ତି ଆଜି ସକାଳେ କଟକରୁ ଶୁଟିଂ ସାରି କଳାରାହଙ୍ଗ ସ୍ଥିତ ବାସଭବନକୁ ଆସୁଥିଲେ । ତେବେ ପ୍ରତାପନଗରୀ କେନାଲ ରୋଡ୍ ବାଟ ଦେଇ ଫେରିବା ବେଳେ ପଟିଆ ନୂଆ ରେଳ ଷ୍ଟେସନ ପାଖରେ କେନାଲକୁ ଖସିଥିଲା କାର । ନିଜେ କାର ଚଳାଇ ଫେରୁଥିବା ବେଳେ କାର ସାମ୍ନାକୁ ଗୋଟିଏ କୁକୁର ଆସିଯିବାରୁ କାଳେ କୁକୁର ସହିତ ମାଡ଼ ହେଇଯିବ ଭାବି ଷ୍ଟିଅରିଙ୍ଗ ମୋଡି ଦେଇଥିଲେ ଅଭିନେତା ।ଯାହା ଫଳରେ କାରଟି କେନାଲ ତଳକୁ ଖସି ଯାଇଥିଲା l ତେବେ କାରଟି ପାଣି ଭିତରକୁ ଯିବା ପୂର୍ବରୁ ନିଜେ ବ୍ରେକ୍…
Author: sanitelevision
ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ମାଟ୍ରିକ ପରୀକ୍ଷା-୨୦୨୬ ପାଇଁ ଆସନ୍ତାକାଲି ଠାରୁ ଫର୍ମ ପୂରଣ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ। BSE, ଓଡ଼ିଶା ଅନୁସାରେ, ସମସ୍ତ ରେଗୁଲାର [ସ୍କୁଲ୍ ରେଜିଷ୍ଟ୍ରେସନ୍ (SR) ଏବଂ କ୍ୱାସି ରେଜିଷ୍ଟ୍ରେସନ୍], ଏକ୍ସ-ରେଗୁଲାର (ER), କରେସପଣ୍ଡେନ୍ସ କୋର୍ସ ରେଗୁଲାର (CR) ଏବଂ କରେସପଣ୍ଡେନ୍ସ କୋର୍ସ ଏକ୍ସ-ରେଗୁଲାର (CER) ପ୍ରାର୍ଥୀ ବାର୍ଷିକ ପରୀକ୍ଷା ପାଇଁ ସେମାନଙ୍କର ଫର୍ମ ପୂରଣ କରିପାରିବେ । ଓଡିଶା ମାଟ୍ରିକ୍ ପରୀକ୍ଷା ୨୦୨୬ ପାଇଁ ଫର୍ମ ପୂରଣ ପାଇଁ ଅନଲାଇନ୍ ଲିଙ୍କ୍ ଏବଂ ନିର୍ଦ୍ଦେଶାବଳୀ ବୋର୍ଡ ଦ୍ୱାରା ସରକାରୀ ୱେବସାଇଟ୍ www.bseodisha.ac.in ରେ ଉପଲବ୍ଧ କରାଯିବ।ବିଦ୍ୟାର୍ଥୀମାନେ ଆବଶ୍ୟକସ୍ଥଳରେ ନିଜନିଜର ଶିକ୍ଷକମାନଙ୍କର ସହାୟତା ନେଇପାରିବେ।
ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇବା ପରେ ଆଜି ପାଟିରେ ଟିକେ ଆମିଷ ବାଜିଛି । ସେପଟେ ଆମିଷ ବ୍ୟବସାୟ ମଧ୍ୟ ଭଲ ହୋଇଛି ।ଆଜି ରାଜଧାନୀରେ ମଟନ ବାବଦରେ ୧ କୋଟି ୨୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟବସାୟ ହୋଇଥିବା ବେଳେ, ଚିକେନ ବାବଦରେ ୧ କୋଟି ୧୧ ଲକ୍ଷ୍ ୨୫ ହଜାର ଟଙ୍କା ବ୍ୟସାୟ ହୋଇଛି । ସେହିଭଳି ମାଛ ବାବଦରେ ୧ କୋଟି ୩୦ ଲକ୍ଷ ଏବଂ ଅଣ୍ଡା ବାବଦରେ ୩୨ ଲକ୍ଷ୍ ୫୫ ହଜାର ଟଙ୍କାର ବ୍ୟବସାୟ ହୋଇଛି । ଭୁବନେଶ୍ୱରରେ ଆଜି ମୋଟ ୪ କୋଟି ୧ ଲକ୍ଷ୍ ୩୦ ହଜାର ଟଙ୍କାର ବ୍ୟବସାୟ ହୋଇଥିବା କହିଛନ୍ତି ଓଡ଼ିଶା ଆମିଷ ବ୍ୟବସାୟୀ ମହାସଂଘ ସଭାପତି ଶେଖ୍ ମୁନ୍ତକିମ୍ ୱସ । ହାଟରେ ୨୦୦ ମାଛ ଦୋକାନ, ୨୩ ମଟନ ଦୋକାନ ଓ ୪୨ ଚିକେନ ଦୋକାନ ରହିଛି । ହୋଟେଲମାନଙ୍କରେ…
ଆସୁଛି ଡବଲ୍ ଲଘୁଚାପ । ଗୋଟିଏ ଲୋପ୍ରେସର ୧୪ ତାରିଖରେ ଅନ୍ୟଟି ୧୯ ତାରିଖରେ ହେବା ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବାତ୍ୟା ମୋନ୍ଥା ପ୍ରଭାବରେ ବର୍ତ୍ତମାନ ପୂର୍ବକେନ୍ଦ୍ରୀୟ ଏବଂ ତତସଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ୧୨ ତାରିଖରେ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ପହଞ୍ଚିବ । ତେବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ହେବ କି ନାହିଁ ତାହା ଜଣାପଡିନି । ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ କହୁଛି, ଆସନ୍ତା ଦୁଇ ଦିନ ଯାଏ ରାଜ୍ୟରେ ତାପମାତ୍ରା ଅପରିବର୍ତ୍ତିତ ରହିବ । ପରବର୍ତ୍ତୀ ତିନି ଦିନରେ ପାରଦ ପ୍ରାୟ ୨ରୁ ୩ ଡିଗ୍ରୀ ଖସିବ । ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ବେଲ ନୋଲ୍ ଇସିଏମଡବ୍ଲୁଏଫ୍ ମଡେଲକୁ ଆଧାର କରି କହିଛନ୍ତି, ୨୦୨୬ର ଆରମ୍ଭରୁ ଲା ନିନାରୁ ଏଲ୍ନିନୋ ସ୍ଥିତିକୁ ଆସିବ । ପଶ୍ଚିମ ପ୍ରଶାନ୍ତ ମହାସାଗରର ଜଳରାଶି ହଠାତ୍…
ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଦିନିକିଆ ନୂଆପଡ଼ା ଗସ୍ତରେ ଯାଇ ପହଞ୍ଚିଛନ୍ତି। ନବୀନ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ନବୀନ ଖରିଆର୍ ରୋଡ ଏନଏସି ଅଞ୍ଚଳର ଦାଗା, ବିଜୁ ପଟ୍ଟନାୟକ ଏବଂ ଲକ୍ଷ୍ମଣିଆ ପେଟ୍ରୋଲ ପମ୍ପ ଛକ ଦେଇ ରୋଡ ଶୋ କରିଛନ୍ତି।ତେବେ ନୂଆପଡାରେ ଶାସକ ଦଳକୁ ଶାଣିତ ଟାର୍ଗେଟ କରିଛନ୍ତି ନବୀନ । ସ୍ୱର୍ଗତ ରାଜୁ ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଟାର୍ଗେଟ କଲେ ନବୀନ । ବିକାଶର ପ୍ରସଙ୍ଗ ଉଠାଇ ନୂଆପଡା ଭୋଟରଙ୍କୁ ପ୍ରଶ୍ନ କଲେ ନବୀନ ।୩୦୦ ୟୁନିଟ ମାଗଣା ବିଜୁଳି ଓ ୩୫୦୦ ଟଙ୍କାର ପେନସନ ମିଳିଲା କି, ଚାଷୀଙ୍କୁ ୟୁରିଆ ସାର ଓ ଯୁବବର୍ଗଙ୍କୁ ଚାକିରି ମିଳିଲା କି ।ମିଶନ ଶକ୍ତି ମହିଳାଙ୍କୁ ଋଣ ମିଳିଲା କି, କଟନୀ ଛଟନୀ ବନ୍ଦ ହେଲା କି । ରଙ୍ଗ ମାରିଲେ ବିକାଶ ହୁଏନି,…
ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡିଶା ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବ ଅବଧି, ଯାହାକୁ ସାଧାରଣତଃ ନୀରବ ଅବଧି ବୋଲି କୁହାଯାଇଥାଏ, ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ।ଆସନ୍ତା ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଲୋକଙ୍କୁ ନୂଆପଡ଼ା ଛାଡିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ନୂଆପଡ଼ାରୁ ଜବତ ହେଲାଣି ୧ କୋଟି ୨୨ ଲକ୍ଷ ନଗଦ ଟଙ୍କା । ୧ କୋଟି ୩୨ ଲକ୍ଷ ଟଙ୍କାର ମଦ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ । ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖିବେ ନିର୍ବାଚନ ଅଧିକାରୀ । ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବାହାରୁ ଯିଏ ନୂଆପଡ଼ା ଯାଇଛନ୍ତି ସମସ୍ତେ ବାହାରିବେ, ସମସ୍ତ ଗାଡ଼ି ଚେକ୍ କରିବାକୁ…
ଓଡ଼ିଶାରେ ଜନ୍ମିତ ବରିଷ୍ଠ ଆଇପିଏସ୍ ଅଧିକାରୀ ତାଦାଶା ମିଶ୍ର ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (DGP) ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ପଦବୀରେ ଅବସ୍ଥାପିତ ହେବାରେ ସେ ହେଉଛନ୍ତି ଝାଡ଼ଖଣ୍ଡ ପୁଲିସ୍ ଫୋର୍ସର ପ୍ରଥମ ମହିଳା ମୁଖ୍ୟ।ସେ ବର୍ତ୍ତମାନ ଗୃହ, କାରାଗାର ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ ଅଛନ୍ତି ଓ ତାଙ୍କୁ ନଭେମ୍ବର ୬ ତାରିଖରେ ଝାଡ଼ଖଣ୍ଡର କାର୍ଯ୍ୟକାରୀ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭାବରେ ନିଯୁକ୍ତି ଦିଆଯାଇଛି। ତେବେ ଅନୁରାଗ ଗୁପ୍ତାଙ୍କ ସ୍ୱେଚ୍ଛାକୃତ ଅବସର ପରେ ତାଙ୍କୁ ଏହି ନିଯୁକ୍ତି ମିଳିଥିବା ନେଇ ସରକାରୀ ବିଜ୍ଞପ୍ତିରେ ଦର୍ଶାଯାଇଛି। ୨୦୨୫ ମସିହା ନଭେମ୍ବର ୬ରେ ସେ ଅବସର ନେଇଛନ୍ତି। ତେବେ ପୋଲିସ ବାହିନୀରେ ଲିଙ୍ଗଗତ ସମାନତା ଏବଂ ଅନ୍ତର୍ଭୁକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ସେ ଜଣାଶୁଣା। କାର୍ଯ୍ୟରତ ମହିଳା ଅଧିକାରୀଙ୍କ ପାଇଁ ଶିଶୁ ଯତ୍ନ କେନ୍ଦ୍ର ଓ କ୍ଷେତ୍ର ଦାୟିତ୍ୱରେ ସମାନ ସୁଯୋଗ ପାଇଁ ସେ…
ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲା, ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ବିପକ୍ଷରେ ୱକାଲତନାମା ଦାଖଲ କଲେ ୨୦୯ଜଣ ଓକିଲ। ପୂର୍ବରୁ ବିକ୍ରମଙ୍କ ସପକ୍ଷରେ ୪୦ରୁ ଉର୍ଦ୍ଧ୍ବ ଓକିଲ ୱକାଲତନାମା ଦାଖଲ କରିଥିଲେ । ଗୁରୁବାର ବିକ୍ରମଙ୍କ ଓକିଲ ଏକ ପିଟିସନ ବ୍ରହ୍ମପୁର ଏସ ଡିଜେଏମଙ୍କ କୋର୍ଟରେ ଦାଖଲ କରିଥିଲେ। ପୀତବାସ ହତ୍ୟା ମାମଲାରେ ବିକ୍ରମ ଙ୍କ ସଂପୃକ୍ତି ନାହିଁ ବୋଲି ଦାବି କରି ତାଙ୍କୁ ମାମଲାରୁ ମୁକ୍ତ ପାଇଁ ଏହି ପିଟିସନ ଦାଖଲ କରାଯାଇଥିଲା। ଆଜି ବିପକ୍ଷରେ ୨୦୯ ଜଣ ଓକିଲ ୱକାଲତନାମା ଦାଖଲ କରିଥିବା ଜଣାପଡିଛି। ସେପଟେ ପୀତବାସ ପଣ୍ଡା ହତ୍ୟା ମାମଲା । ହାଇକୋର୍ଟରେ ଲିଖିତ ଉତ୍ତର ରଖିଲେ ବ୍ରହ୍ମପୁର ଏସ୍ପି । ଗଣମାଧ୍ୟମରେ ରଖିଥିବା ବୟାନ ଉପରେ ଜବାବ ମାଗିଥିଲେ ହାଇକୋର୍ଟ। ଏହାକୁ ନେଇ ଲିଖିତ ଭାବେ ଉତ୍ତର ରଖିଛନ୍ତି ବ୍ରହ୍ମପୁର ଏସପି ।ତାଙ୍କ ବୟାନ କୁ ଅଦାଲତ ଅବମାନନା ଭାବେ କାହିଁକି ବିବେଚନା କରାଯିବ ନାହିଁ…
ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଏବଂ ସିଲିକନ୍ ଟେକ୍ ମାଲିକ ସୁରେଶ ନାୟକଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲେ ମଧ୍ୟ ସେମାନେ କେହି ସନ୍ତୋଷଜନକ ଉତ୍ତର ଦେଉନାହାନ୍ତି । ଯାହାକୁ ନେଇ ଏବେ ସେମାନଙ୍କର ଲାଏ ଡିଟେକ୍ସନ୍ ଟେଷ୍ଟ ବା ମିଛ ଧରା ପରୀକ୍ଷା କରାଯିବ ବୋଲି କ୍ରାଇମ୍ବ୍ରାଞ୍ଚ ଅଧିକାରୀ ସୂଚନା ଦେଇଛନ୍ତି ।ଶଙ୍କର ପୃଷ୍ଟି ଓ ଦଲାଲ ଅରବିନ୍ଦ ଦାସକୁ ୫ ଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରୁଛି କ୍ରାଇମବ୍ରାଞ୍ଚ ।ସୂଚନାଯୋଗ୍ୟ, ଏସ୍ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟିକୁ କିଛି ଦିନ ତଳେ ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ସେ ଦୁବାଇ ପଳାଇ ଯିବାର ଯୋଜନା ରଖିଥିବାବେଳେ, କ୍ରାଇମବ୍ରାଞ୍ଚ ହାତରେ ଧରାପଡିଥିଲା । ଧରାପଡିଯିବା ପରେ ସେ ନିଜକୁ ନିର୍ଦ୍ଦୋଶ କହିବା ସହ ପରେ ଏଥିରେ…
ଉତ୍ତରାଖଣ୍ଡରେ ଓଡ଼ିଶା ଝିଅକୁ ବୀଭତ୍ସ ହତ୍ୟା । ରାୟଗଡା ଜିଲ୍ଲା ଜେକେପୁର ଅଞ୍ଚଳର ୨୩ ବର୍ଷିୟ ଝିଅ ସୃଷ୍ଟି ଶର୍ମାଙ୍କୁ ଉତ୍ତରାଖଣ୍ଡର ଲାଲପୁରରେ ବୀଭତ୍ସ ହତ୍ୟା କରାଯାଇଛି । ସୃଷ୍ଟି ରହୁଥିବା ଭଡ଼ା ଘର ମାଲିକଙ୍କ ପୁଅ ହତ୍ୟା କରିଥିବା ସ୍ପଷ୍ଟ କରିଛି ଲାଲପୁର ପୋଲିସ । ହତ୍ୟା କରି ଇଟା ଓ ପଥର ବାନ୍ଧି ସ୍ଥାନୀୟ ବାଡୋର ନଦୀରେ ମୃତଦେହ ଫିଙ୍ଗି ଦେଇଥିଲା ଘର ମାଲିକ ପୁଅ। ନଦୀରୁ ମୃତଦେହ ଉଦ୍ଧାର କଲା ପୋଲିସ। ଗତ ୬ ମାସ ହେଲା ମୃତ ଯୁବତୀ ଉତ୍ତରାଖଣ୍ଡର ଲାଲପୁରରେ ଏକ ଘରୋଇ କମ୍ପାନୀରେ ଇଣ୍ଟର୍ଣ୍ଣସିପ୍ କରୁଥିଲେ।ଗତ ମଙ୍ଗଳବାର ଦିନ ପରିବାର ଲୋକେ ସୃଷ୍ଟିକୁ ଫୋନରେ ଯୋଗାଯୋଗ କରିବାରୁ କୌଣସି ଉତ୍ତର ନମିଳିବାରୁ ସୃଷ୍ଟିଙ୍କ ସଂପର୍କିୟ ବୁଧୁବାର ଦିନ ଲାଲାପୁରରେ ପହଞ୍ଚିଥିଲେ । ବହୁ ଖୋଜାଖୋଜି ପରେ ପତ୍ତା ନମିଳିବାରୁ ସ୍ଥାନୀୟ ପୁଲିସରେ ନିଖୋଜ ମାମଲା ଦାଏର କରିଥିଲେ । ପୋଲିସ ସିସିଟିଭି ଆଧାରରେ…









