Author: sanitelevision

ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ହୋଇଥିବା ଦଳାଚକଟା ପାଇଁ ୭ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ । କାର୍ଯ୍ୟରେ ଅବହେଳା ପାଇଁ ଏହି ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଗୃହ ବିଭାଗ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛି । ଏବେ ଗୁଣ୍ଡିଚା ମନ୍ଦିରରେ ହୋଇଥିବା ଦଳାଚକଟା ରିପୋର୍ଟକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏବଂ ରାଜ୍ୟସଭା ଏମ୍‌ପି ସୁଲତା ଦେଓ ମିଳିତ ଭାବେ କହିଛନ୍ତି, ଗୁଣ୍ଡିଚା ମନ୍ଦିର ପାଖରେ ଦଲଚକଟା ଯୋଗୁଁ ୩ଟି ମୂଲ୍ୟବାନ ଜୀବନ ପଳେଇଛି । ଉନ୍ନୟନ କମିଶନର ଅନୁ ଗର୍ଗ ଯେଉଁ ରିପୋର୍ଟ ଦେଇଛନ୍ତି ଏହା ସାର୍ବଜନୀନ ହୋଇଛି । ଏଥିରେ କିଛି ପୋଲିସ ଅଧିକାରୀ ଓ ସିସିଟିଭି ଭେଣ୍ଡର୍ସଙ୍କୁ ଦାୟୀ କରାଯାଇଛି । ତାଙ୍କ ବିରୋଧରେ ଶୃଙ୍ଖଳିତ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ରିପୋର୍ଟରେ କୁହାଯାଇଛି । ତେବେ…

Read More

ଏହା ବ୍ୟତୀତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସମବାୟ ବ୍ୟାଙ୍କଗୁଡ଼ିକ ମଧ୍ୟ ରୁପା ଋଣ ପ୍ରଦାନ କରିବେ। ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ (NBFC) ଏବଂ ଗୃହ ଆର୍ଥିକ କମ୍ପାନୀଗୁଡ଼ିକ ମଧ୍ୟ ସେମାନଙ୍କର ଗ୍ରାହକମାନଙ୍କୁ ରୁପା ଋଣ ପ୍ରଦାନ କରିବେ। ନୂତନ ନିୟମ ଅନୁଯାୟୀ:ସୁନା ଅଳଙ୍କାର ଉପରେ ସର୍ବାଧିକ 1 କିଲୋଗ୍ରାମ ଋଣ ନିଆଯାଇପାରିବ।ରୂପା ଅଳଙ୍କାର ଉପରେ ସର୍ବାଧିକ 10 କିଲୋ ଋଣ ରାଶି ନିଆଯାଇପାରିବ।50 ଗ୍ରାମ ପର୍ଯ୍ୟନ୍ତ ସୁନା ମୁଦ୍ରା ଏବଂ 500 ଗ୍ରାମ ପର୍ଯ୍ୟନ୍ତ ରୂପା ମୁଦ୍ରା ଉପରେ ସର୍ବାଧିକ ଋଣ ରାଶି ନିଆଯାଇପାରିବ। ଋଣ-ମୂଲ୍ୟ (LTV) ଅନୁପାତ ଏହି ଯୋଜନା ପାଇଁ RBI ଋଣ ସୀମା ମଧ୍ୟ ସ୍ଥିର କରିଛି:2.5 ଲକ୍ଷ ପର୍ଯ୍ୟନ୍ତ ଲୋନ ପାଇଁ 85% ପର୍ଯ୍ୟନ୍ତ ରାଶି ମିଳିବ।2.5 ଲକ୍ଷରୁ 5 ଲକ୍ଷ ପର୍ଯ୍ୟନ୍ତ ଋଣ ପାଇଁ 80% ପର୍ଯ୍ୟନ୍ତ ଉପଲବ୍ଧ ହେବ।5 ଲକ୍ଷରୁ ଅଧିକ ଋଣ ପାଇଁ କେବଳ 75% ପର୍ଯ୍ୟନ୍ତ ଅନୁମୋଦନ…

Read More

ପ୍ରତି ୪ ବର୍ଷକୁ ଥରେ ଦେଶରେ ବାଘ ଗଣନା ହେଉଛି। ତେଣୁ ଚଳିତ ବର୍ଷ ଦେଶରେ ବାଘ ଗଣନା ପ୍ରକ୍ରିୟା ଚାଲିଛି। ଏହିଭଳି ବ୍ରହ୍ମପୁର ଆଞ୍ଚଳିକ ବନ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ବିଭିନ୍ନ ବନଖଣ୍ଡରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ କର୍ମଚାରୀମାନଙ୍କୁ ତାଲିମ ପ୍ରଦାନ କରାଯାଉଛି। ଏହାପରେ ଚଳିତ ମାସ ୧୫ରୁ ୨୧ ତାରିଖ ମଧ୍ୟରେ କର୍ମଚାରୀମାନେ ଜଙ୍ଗଲକୁ ଯାଇ ବାଘର ସ୍ଥିତି ଜାଣିବା ପାଇଁ ବିଭିନ୍ନ ପଦକ୍ଷେପ ନେବେ। ଏହି ସମୟରେ କର୍ମଚାରୀମାନେ ଜଙ୍ଗଲରେ ଟ୍ରାପ କ୍ୟାମେରା ଲଗାଇବେ। ପଗମାର୍କ ଓ ମଳ ନିଶାନ ବିଶ୍ଲେଷଣ କରିବେ।

Read More

ପୁଣି ପରୀକ୍ଷା ଦ୍ୱନ୍ଦ୍ୱ । ଆସନ୍ତାକାଲି ଗୋଟିଏ ଦିନରେ ଗୋଟିଏ ସମୟରେ ୨ଟି ପରୀକ୍ଷା । ଓପିଏସସି ପକ୍ଷରୁ ଆସନ୍ତାକାଲି ରହିଛି ଏଏସଓ । ଦିନ ୯ଟା, ୧୧ଟା ୩୦ ଓ ୨ଟା ୩୦ରେ ୩ଟି ସିଟିଂରେ ପରୀକ୍ଷା ହୋଇଛି । ଅନ୍ୟପକ୍ଷରେ ଓଏସଏସଏସସି ପକ୍ଷରୁ ଜାରି ହୋଇଛି ଆରଆଇ, ଆଇସିଡିସି, ଏଆରଆଇ ପରୀକ୍ଷା ହେବ । କାଲି ୯ଟାରୁ ୧୦ଟା ଯାଏଁ ରହିଛି ଓଏସଏସଏସସି ପରିଚାଳିତ ପରୀକ୍ଷା । କାଲି ସମାନ ୯ଟାରୁ ୧୦ ଟା ୩୦ ଯାଏଁ ରହିଛି ଏଏସଓ ପେପର-୧ ପରୀକ୍ଷା । ଜଣେ ୨ଟି ପରୀକ୍ଷା ପାଇଁ ଆବେଦନ କରିଥିଲେ କିପରି ଦେବେ ପରୀକ୍ଷା । ତେଣୁ ଦୁଇଟି ପରୀକ୍ଷାକୁ ପୃଥକ ଦିନରେ କରିବାକୁ ବହୁ ଛାତ୍ରୀଛାତ୍ର ଦାବି କରିଛନ୍ତି।

Read More

ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ । ୭ ଜଣ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୁଣ୍ଡିଚା ମନ୍ଦିର ସାମ୍ନାରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇଥିଲେ । ଉନ୍ନୟନ କମିଶନରଙ୍କୁ ଦଳାଚକଟା ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଥିଲା ।ଖବର ଅନୁଯାୟୀ, ୨୦୨୫ ମସିହା ଜୁନ୍ ୨୯ ତାରିଖରେ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଦଳାଚକଟା ହୋଇଥିଲା। ଏହି ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲା। ଏହି ଘଟଣାକୁ ନେଇ ରାଜ୍ୟ ସରକାର ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ତଦନ୍ତ ଦାୟିତ୍ବ ଦେଇଥିଲେ। ତଦନ୍ତ ରିପୋର୍ଟ ଆଧାରରେ ୭ ଜଣ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ୍ କରାଯାଇଛି। OSAP ତୃତୀୟ ବାଟାଲିୟନର କମାଣ୍ଡାଣ୍ଟ ଅଜୟ ପାଢୀ, ଡିସିପି ବିଷ୍ନୁ ପତି, ସ୍ୱତନ୍ତ୍ର ଶ୍ରୀମନ୍ଦିର ସୁରକ୍ଷା ବାହିନୀ କମାଣ୍ଡାଣ୍ଟ ତାପସ ରଞ୍ଜନ…

Read More

ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ। ଡିସେମ୍ବର ୧୯ ତାରିଖ ଯାଏଁ ଚାଲିବ ଶୀତ ଅଧିବେଶନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ ମିଳିଥିବା ନେଇ ସଂସଦୀୟ ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଛନ୍ତି । ଆଗାମୀ ଅଧିବେଶନରେ ପ୍ରମୁଖ ଆଇନଗତ କାର୍ଯ୍ୟ ଏବଂ ନୂତନ ବର୍ଷ ପୂର୍ବରୁ ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ହେବାର ଆଶା କରାଯାଉଛି।ପୂର୍ବରୁ ସଂସଦର ମୌସୁମୀ ଅଧିବେଶନରେ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ୨୬ ଏପ୍ରିଲ ପହଲଗାମ ଆତଙ୍କବାଦୀ ଆକ୍ରମଣ ଏବଂ ପରବର୍ତ୍ତୀ ସମୟରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରରେ ଆତଙ୍କବାଦୀ ଟାର୍ଗେଟ ବିରୁଦ୍ଧରେ ଭାରତର ‘ଅପରେସନ୍ ସିନ୍ଦୁର’ ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଝଡ଼ତୋଫାନ ହୋଇଥିଲା। ନିର୍ବାଚନ ହେବାକୁ ଥିବା ବିହାରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଉପରେ ଆଲୋଚନା ପାଇଁ ବିରୋଧୀଙ୍କ ଦାବିକୁ ନେଇ ମୌସୁମୀ ଅଧିବେଶନ ସମୟରେ ଲୋକସଭା ଏବଂ ରାଜ୍ୟସଭା ମଧ୍ୟ ନିରନ୍ତର ବାଧାପ୍ରାପ୍ତ ହୋଇଥିଲା।

Read More

ନୂଆପଡ଼ା ଉପନିର୍ବାଚନ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରାଯାଇଛି। ସୁନାବେଡ଼ାକୁ ଯିବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ହୋଇଛି। ଗୋଟମା ଏୟାରଷ୍ଟ୍ରିଫ୍‌ରେ ପୋଲିସ ପ୍ରଶାସନ ପକ୍ଷରୁ ଯାଞ୍ଚ କରାଯାଇଛି। ଫ୍ଲାଇଂ ସ୍କ୍ୱାଡ୍‌, ଆୟକର ବିଭାଗ ଓ ଭିଡିଓ ସର୍ଭେଲାନ୍ସ ଟିମ୍ ପକ୍ଷରୁ ହେଉଛି ଯାଞ୍ଚ । ନୂଆପଡା ଉପନିର୍ବାଚନ ପାଇଁ ଆସନ୍ତାକାଲି ପ୍ରଚାରର ଶେଷ ଦିନ । ଏହି ସମୟରେ ଆଜି ପୁଣି ନୂଆପଡା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମୁଖ୍ୟମନ୍ତ୍ରୀଙ୍କ ଉପନିର୍ବାଚନ ପ୍ରଚାର ପାଇଁ ନୂଆପଡାର ତୃତୀୟ ଗସ୍ତ ।ସେହିପରି ଶୁକ୍ରବାର ନୂଆପଡ଼ା ଯାଇଥିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଏହି ସମୟରେ ନବୀନଙ୍କ ହେଲିକପ୍ଟର ଯାଞ୍ଚ ମଧ୍ୟ କରାଯାଇଥିଲା।

Read More

ଆକ୍ସନରେ ଖାଦ୍ୟ ସୁରକ୍ଷା ବିଭାଗ । ଶନିବାର ଦିନ ସକାଳୁ ସକାଳୁ ବାଲିଯାତ୍ରାର ବିଭିନ୍ନ ଷ୍ଟଲରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ୍‌ ପକ୍ଷରୁ ଚଢାଉ କରାଯାଇଛି । ଯେଉଁଥିରେ ଅନେକ ପରିମାଣର ବାସୀ ଖାଦ୍ୟକୁ ନଷ୍ଟ କରାଯାଇଛି । ଏହାସହ ଉକ୍ତ ଦୋକାନୀଙ୍କ ଠାରୁ ଫାଇନ୍‌ ମଧ୍ୟ କଟାଯାଇଛି ।ସିଏମସି ସ୍ୱାସ୍ଥ୍ୟ ଅଧିକାରୀଙ୍କ ନେତୃତ୍ୱରେ ଚଢ଼ାଉ ଜାରି ରହିଛି । ମାନ ଖରାପ ଥିବା ଖାଦ୍ୟକୁ ନଷ୍ଟ କରୁଛି ଟିମ । କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥିବା ଏହି ଯାତ୍ରାରେ ଅନେକ ଲୋକଙ୍କ ଭିଡ଼ ଜମିଛି । ପ୍ରତିଦିନ ହଜାର ହଜାର ଲୋକ ଏହି ପ୍ରସିଦ୍ଧ ଯାତ୍ରା ବୁଲିବା ସହ ଅନେକ କିଣାକିଣି ମଧ୍ୟ କରୁଛନ୍ତି । ହେଲେ କିଛି ଷ୍ଟଲରେ ବାସୀ ଖାଦ୍ୟ ବିକ୍ରି ହେଉଥିବାର ଅଭିଯୋଗ ଆସିଥିଲା । ଯାହାପରେ ଆକ୍ସନକୁ ଆସିଥିଲା ସିଏମ୍ ସି ଖାଦ୍ୟ ସୁରକ୍ଷା ୟୁନିଟ୍ ।

Read More

ତାମିଲନାଡୁର ହୋସୁରସ୍ଥିତ ନାଗମଙ୍ଗଳମ୍‌ର ଏକ ହଷ୍ଟେଲରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବାଥ୍‌ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇବା ଅଭିଯୋଗରେ ଓଡ଼ିଶାର ଜଣେ ଯୁବତୀ ଓ ତାଙ୍କ ପୁରୁଷବନ୍ଧୁ ଗିରଫ ହୋଇଛନ୍ତି। ଗିରଫ ଯୁବତୀ ଓଡ଼ିଶାର 23 ବର୍ଷିୟ ନୀଲୁ କୁମାରୀ ଗୁପ୍ତା । ଏନେଇ ଅଧିକ ତଦନ୍ତ ଜାରି ରହିଥିବା ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । 11 ମହଲା ବିଶିଷ୍ଟ କୋଠାର ଅଷ୍ଟମ ମହଲାରେ ଥିବା ବାଥରୁମ୍‌ରେ ଏକ କ୍ୟାମେରା ଥିବା ଜଣେ ଯୁବତୀ ଜାଣିବା ପରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହାପରେ କଥା ଯାଇ ହଷ୍ଟେଲ ଓ୍ବାର୍ଡେନଙ୍କ ନିକଟରେ ପହଞ୍ଚିଥିଲା । ଓ୍ବାର୍ଡେନ ଯାଞ୍ଚ କରିବା ପରେ ବାଥରୁମରେ ନୀଲୁ କ୍ଯାମେରା ଲଗାଇଥିବା ଜାଣିପାରିଥିଲେ । ଏହାକୁ ପ୍ରତିବାଦ କରି ହଷ୍ଟେଲ ସମ୍ମୁଖରେ 2ହଜାରରୁ ଅଧିକ ମହିଳା କର୍ମୀ ସମସ୍ତ ବାଥରୁମ୍‌ରେ କ୍ୟାମେରା ଖୋଜିବା ଓ ଅଭିଯୁକ୍ତ ବିରୋଧରେ ଦୃଢକାର୍ଯ୍ୟାନୁଷ୍ଠାନ ପାଇଁ ଅଡି ବସିଥିଲେ ।ଘଟଣା ସମ୍ପର୍କରେ ସୂଚନା…

Read More

ବିଶ୍ବ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିର ନାଟ୍ୟ ମନ୍ଦିରରେ ପ୍ରବେଶ ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି। ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। ଏଣିକି ପର୍ଯ୍ୟଟକମାନେ ଆଉ ନାଟ୍ୟ ମନ୍ଦିର ବୁଲିପାରିବେ ନାହିଁ।ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରକୁ ସୁରକ୍ଷିତ ରଖିବା ଏବଂ ଘଟୁଥିବା ଅଘଟଣକୁ ଏଡ଼ାଇବା ପାଇଁ ଏପରି ନିର୍ଦ୍ଦେଶନାମା ଜାରି କରିଛି ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା (ASI) । ତେବେ ପର୍ଯ୍ୟଟକମାନଙ୍କଠାରୁ ପ୍ରବେଶ ଶୁଳ୍କ ଆଦାୟ କରାଯାଉଥିବାବେଳେ ନାଟ୍ୟ ମନ୍ଦିର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖିବାରୁ ବଞ୍ଚିତ ହେବେ ।ପର୍ଯ୍ୟଟକମାନେ ତଳେ ରହି ନାଟମଣ୍ଡପର ଚତୁଃପାର୍ଶ୍ବ ବୁଲି ଦେଖିପାରିବେ ବୋଲି ଏଏସଆଇର ପୁରୀ ସର୍କଲ୍ ଅଧୀକ୍ଷକ ଡିବି ଗଡ଼ନାୟକ ସୂଚନା ଦେଇଛନ୍ତି

Read More