୨୦୨୭ ଜନଗଣନା ପାଇଁ ଆଜିଠୁ ପରୀକ୍ଷାମୂଳକ ଭାବେ ଆରମ୍ଭ ହେବ ଡିଜିଟାଲ ଜନଗଣନା । ରାଜଧାନୀ ଭୁବନେଶ୍ୱର ସମେତ କଟକ, ମୟୁରଭଞ୍ଜ ଏବଂ ନବରଙ୍ଗପୁରରେ ୩୦ ତାରିଖ ଯାଏ ଚାଲିବ ଗଣନା ।ଭୁବନେଶ୍ୱର ମହାନଗର ନିଗମର ୨୨ ନମ୍ବର ୱାର୍ଡ, କଟକର ୧୭ ନମ୍ବର ୱାର୍ଡ, ନବରଙ୍ଗପୁରର ତେନ୍ତୁଲିଖୁଣ୍ଟି ଏବଂ ମୟୂରଭଞ୍ଜର ଠାକୁର ମୁଣ୍ଡାରେ ହେବ ପ୍ରାକ୍ ଡିଜିଟାଲ ଜନଗଣନା ।ଜିଲ୍ଲା ଜନଗଣନା ତଥ୍ୟ ସମନ୍ବିତ ପୁସ୍ତକରେ ରହିବ ଗ୍ରାମ/ ସହର, ଜିଲ୍ଲାର ସମସ୍ତ ଭିଭିଭୂମି ଓ ନଗରୀୟ ସୁବିଧା। ବିସ୍ତୃତ ଜନସଂଖ୍ୟା ସମ୍ବନ୍ଧୀୟ ସାମାଜିକ ଓ ଅର୍ଥନୈତିକ ସୂଚନା ମଧ୍ୟ ଏଥିରେ ରହିବ ।ଆମ ରାଜ୍ୟ ଭଳି ସାରା ଦେଶରେ ହେଉଛି ପ୍ରାକ୍ ଜନ ଗଣନା ଅନୁଷ୍ଠିତ ହେବ। ସର୍ବଭାରତୀୟ ସ୍ତରରେ ୩୪ ଲକ୍ଷ ଶିକ୍ଷକ କରିବେ ଗଣନା। ପେପର ନୁହେଁ ମୋବାଇଲ ଆପରେ ହେବ ଜନ ଗଣନା।
Author: sanitelevision
ପ୍ରାୟ ସାତ ବର୍ଷ ପୂର୍ବେ ଏକ ଆମେରିକୀୟ ଦମ୍ପତିଙ୍କ ଦ୍ୱାରା ପାଳିତ ଓଡ଼ିଶାର ଜଣେ ଯୁବତୀ ଓଡ଼ିଶା ଫେରିବାକୁ ଚାହୁଁଛନ୍ତି। ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ପୀଡ଼ିତା ବାଲେଶ୍ବରର ମୂଳ ବାସିନ୍ଦା ପୂଜା ଓରଫ ସେଜଲ। ସେ ଏକ ଭାବପ୍ରବଣ ଭିଡିଓ ବାର୍ତ୍ତାରେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନିବେଦନ କରିଛନ୍ତି, “ଦୟାକରି ମୋତେ ଘରକୁ ଫେରାଇ ଆଣନ୍ତୁ। ମୁଁ ବହୁତ ଯନ୍ତ୍ରଣା ପାଉଛି।”ସେଜଲ୍ଙ୍କର ବାଲେଶ୍ୱର ଉପକଣ୍ଠ ଖାନନଗର ନିକଟସ୍ଥ ଆଳଦା ଅଞ୍ଚଳର ଅମର ଦାସ ନାମକ ଜଣେ ଯୁବକଙ୍କ ସହ ଫେସ୍ବୁକ୍ରେ ୨୦୨୪ରେ ବନ୍ଧୁତା ହୋଇଥିଲା । ଅମର ବାଲେଶ୍ୱରର ଜାଣିବା ପରେ ସେଜଲ୍ ତାଙ୍କୁ ମେସେଜ୍ ଦେବା ସହ ସେଠାକାର ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ । ସେଠାରେ ତାଙ୍କ ପାଳିତା ମାଆ ସୁଜି ଜନ୍ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଏନେଇ ସେଜଲ୍ ଉଭୟ ଇଂରାଜୀ ଓ ଓଡ଼ିଆରେ ଦୁଇଟି ଭିଡିଓ…
ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ ଦେଇ ବନ୍ଧାହେଲେ ବିଲ୍ଡର। ଗିରଫ ବିଲଡର୍ ହେଲେ ଜଗତସିଂହପୁର ଅଞ୍ଚଳର ଡିସପୋଜ୍ ପଟ୍ଟନାୟକ । ତାଙ୍କୁ ଭୁବନେଶ୍ବର ରସୁଲଗଡ଼ରୁ ଗିରଫ କରିଛି ସାଇବର ପୋଲିସ । SHREE PRASAD.ORG ନାମକ ୱେବସାଇଟରେ ଅନଲାଇନ ମହାପ୍ରସାଦ ଅର୍ଡର ନେଇ ଦିଆଯାଇଥିଲା ବିଜ୍ଞାପନ। ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଏନେଇ ସିଂହଦ୍ଵାର ଥାନାରେ ଏତଲା ଦେଇଥିଲେ । ୱେବସାଇଟରେ ଦିଆଯାଇଥିଲା ମୋବାଇଲ ନମ୍ବର। ୱେବସାଇଟରେ ଏଭଳି କାର୍ଯ୍ୟକଳାପ ମନ୍ଦିରର ପ୍ରତିଛବି ଏବଂ ପବିତ୍ରତାକୁ ବାଧା ଦେବାସହ ଭକ୍ତଙ୍କ ଧାର୍ମିକ ଭାବନାକୁ କରିଥିଲା ଆଘାତ। ଗିରଫ ବ୍ୟକ୍ତିଙ୍କ ବିରୁଦ୍ଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ସେପଟେ ଯେକୌଣସି ବ୍ୟକ୍ତିବିଶେଷ ଅନଲାଇନରେ ମହାପ୍ରସାଦ ବିକ୍ରି କରିବା ଘଟଣା ନଜରକୁ ଆସିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସପି ପ୍ରତୀକ୍ ସିଂ କହିଛନ୍ତି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ପଚମାଢ଼ିରେ ଏକ କଂଗ୍ରେସ ତାଲିମ ଶିବିରରେ ଦୁଇ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ଏହି ବିଳମ୍ବ ପାଇଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା। ସେ ଦଣ୍ଡ ଗ୍ରହଣ କରିଥିଲେ। ଜଣେ ଦଳୀୟ କର୍ମୀଙ୍କ ଅନୁଯାୟୀ, ସେ ଦଶଟି ପୁସ-ଅପ ‘ଦଣ୍ଡ’ ପୂରଣ କରିଥିଲେ। ଏହି ଦଣ୍ଡ ବାବଦରେ କଂଗ୍ରେସ ଟ୍ରେନିଂ ବିଭାଗର ମୁଖ୍ୟ ସଚିନ ରାଓ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁସାରେ ପ୍ରଶିକ୍ଷଣ ଶିବିରରେ ଅନୁଶାସନ ପାଳନ ନକଲେ ଦଣ୍ଡ ମିଳିବ । ଖବର ସରବରାହ ସଂସ୍ଥା ପିଟିଆଇ ଅନୁସାରେ, ମଧ୍ୟପ୍ରଦେଶ କଂଗ୍ରେସ ମିଡିଆ ସଂଯୋଜକ ମୁଖ୍ୟ ଅଭିନବ ବରୋଲିୟା କହିଛନ୍ତି,” ଆମ ନେତା ରାହୁଲ ଜୀଙ୍କ ପାଇଁ ଏହା କିଛି ନୂଆ କିମ୍ବା ଆଶ୍ଚର୍ଯ୍ୟକର କଥା ନୁହେଁ । ଆମ ଶିବିରରେ ଆମେ ଅନୁଶାସନ, ଶୃଙ୍ଖଳାର ପାଳନ କରିଥାଉ । ଦଳରେ ଏକ ଲୋକତନ୍ତ୍ର ଅଛି ଯେଉଁଠି ସମସ୍ତେ ସମାନ୍ ଏବଂ ସେମାନଙ୍କ…
ନୂଆପଡ଼ା ଉପନିର୍ବାଚନ ଲାଗି ଚାଲିଥିବା ପ୍ରଚାର ରବିବାର ସନ୍ଧ୍ୟା ୬ଟାରେ ଶେଷ ହୋଇଛି। ମଙ୍ଗଳବାର ସକାଳେ ମତଦାନ ଆରମ୍ଭ ହେବାକୁ ଥିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଲଗାଯାଇଥିବା କଟକଣା ମୁତାବକ ସବୁ ଦଳ ସେମାନଙ୍କ ପ୍ରଚାର ବନ୍ଦ କରିଛନ୍ତି। ଏଥର ନୂଆପଡ଼ା ୨୮ ବର୍ଷ ପରେ ପୁଣି ଉପନିର୍ବାଚନ ଦେଖୁଛି । ନିର୍ବାଚନରେ ଘମାଘୋଟ୍ ଭୋଟ୍ ଲଢ଼େଇ ଚାଲିଛି । ଅନ୍ୟପଟେ ନିର୍ବାଚନକୁ ସ୍ୱଚ୍ଛ ଓ ନିର୍ମଳ କରିବାକୁ ଜିଲ୍ଲା ଓ ପୁଲିସ ପ୍ରଶାସନ ଉଦ୍ୟମ ଚଳାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ ପାଟ୍ରୋଲିଂ ବ୍ୟବସ୍ଥା ସୁଦୃଢ କରିଛି ପୁଲିସ ବାହିନୀ । ସୀମାନ୍ତ ଅଞ୍ଚଳରେ ପୁଲିସ ପ୍ରଶାସନ ତରଫରୁ ଯାନବାହନ ଆଦି ଯାଞ୍ଚ କରାଯାଉଛି । ନୂଆପଡ଼ାରେ ୪୭ଟି ସମ୍ୱେଦନଶୀଳ ବୁଥ୍ ଅଛି । ସବୁ ବୁଥ୍ରେ ପୁଲିସ ବ୍ୟବସ୍ଥା ହୋଇଛି । କେନ୍ଦ୍ରୀୟ ସୁରକ୍ଷା ବଳ ମଧ୍ୟ ମୁତୟନ ଅଛନ୍ତି…
ଗଜପତି ଜ଼ିଲ୍ଲା ମୋହନା ବ୍ଲକର ଖାରୀଗୁଡା ପଞ୍ଚାୟତ ଅନ୍ତର୍ଗତ ବନ୍ଦ୍ରିଗାଁ ର ଜଣେ ମହିଳା ଏକାଥରରେ ୩ଟି ସନ୍ତାନ ପ୍ରସବ କରିଛନ୍ତି । ଗ୍ରାମର ଜିତେନ୍ଦ୍ର ମାଝୀଙ୍କ ସ୍ତ୍ରୀ ପୁଲିନା ଗର୍ଭବତୀ ଥିଲେ। ତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକେ ଏକ ଅଟୋରେ ପୁଲିନାଙ୍କୁ ବିରିକୋଟ ଉପସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ସମୟରେ ଜଙ୍ଗଲ ରାସ୍ତାରେ ପୁଲିନା ଏକ କନ୍ୟା ସନ୍ତାନକୁ ଅଟୋରେ ଜନ୍ମ ଦେଇଥିଲେ। ପରେ ବିରିକୋଟ ସ୍ବାସ୍ଥ୍ୟକେନ୍ଦ୍ର ଫାଟକ ନିକଟରେ ଆଉ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ସମୟ ପରେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ବର୍ତ୍ତମାନ ମାଁ ଏକ ସମସ୍ତ ତିନି ନବ ଜାତକ ସୁସ୍ଥ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ଟି ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି।
ରାଜ୍ୟରେ ଶୀତର ଲହରୀ । ୧୫ଡିଗ୍ରୀ ତଳେ ରହିଛି ୯ ସହରର ପାରଦ । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ବଢୁଛି । ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଛୁଇଁଥିବାବେଳେ ଝାରସୁଗୁଡା ୧୧.୭ ଡିଗ୍ରୀ, ଫୁଲବାଣୀ ୧୨ଡିଗ୍ରୀ, ରାଉରକେଲା ୧୩.୨ଡିଗ୍ରୀ, ଭଦ୍ରକ ୧୪ଡିଗ୍ରୀ ଏବଂ କୋରାପୁଟ, କେନ୍ଦୁଝରଗଡ଼ ଓ ଅନୁଗୋଳରେ ୧୪.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ଆଗାମୀ ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଆକାଶ ମେଘୁଆ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ଆସନ୍ତା ୨ରୁ ୩ଦିନରେ ପାରଦ ଆହୁରି ଖସିବା ସହ ଥଣ୍ଡା ବଢିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲାରେ ଗତବର୍ଷ(ଜାନୁଆରୀରୁ ସେପ୍ଟେମ୍ବର) ତୁଳନାରେ ଚଳିତବର୍ଷ ୧୧.୦୧ ପ୍ରତିଶତ ଅଧିକ ଦୁର୍ଘଟଣା ଘଟିଛି । ୬ଜଣଙ୍କ ଜୀବନ ଗଲାଣି । ଜାତୀୟ ରାଜପଥରେ ହିଁ ସର୍ବାଧିକ ମୁଣ୍ଡ ଗଡି଼ଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ ଏହି ତଥ୍ୟ ଉପସ୍ଥାପନ କରାଯାଇଛି । ନଭେମ୍ବରରୁ ଫେବ୍ରୁଆରୀ ଭିତରେ ପିକ୍ନିକ୍ ଓ କୁହୁଡ଼ି ଯୋଗୁଁ ଦୁର୍ଘଟଣା ବଢ଼ିବା ଆଶଙ୍କା ରହିଛି । ବର୍ଷକ ଭିତରେ ଦୁର୍ଘଟଣାର ଏହି ବର୍ଦ୍ଧିତ ତଥ୍ୟ ଜିଲ୍ଲା ପ୍ରଶାସନ ସହ ପରିବହନ ବିଭାଗର ଚିନ୍ତା ବଢାଇ ଦେଇଛି ।ଗତବର୍ଷ ଜାନୁଆରୀରୁ ସେପ୍ଟେମ୍ବର ଭିତରେ ମୋଟ ୮୪୯ଟି ଦୁର୍ଘଟଣା ଘଟିଥିଲା । ଚଳିତବର୍ଷ ଏହି ସଂଖ୍ୟା ବଢ଼ିକି ୯୫୪ରେ ପହଞ୍ଚିଛି । ଦୁର୍ଘଟଣା ଯୋଗୁଁ ଗତବର୍ଷ ୨୭୦ଜଣଙ୍କ ମୃତ୍ୟୁ ଘଟିଥିଲା । ଚଳିତଥର ୨୭୬ଜଣଙ୍କ ଜୀବନ ଯାଇଛି । ଯାହା ଗତବର୍ଷ ତୁଳନାରେ ୨.୧୭ ପ୍ରତିଶତ ଅଧିକ । ଏପଟେ ଗତବର୍ଷ ୯…
ଆଇନଜୀବୀ ପୀତବାସ ପଣ୍ଡାଙ୍କ ପରିବାରକୁ ୨୪ ଘଣ୍ଟିଆ ସୁରକ୍ଷା ପ୍ରଦାନ କରାଯିବ। ପୀତବାସଙ୍କ ଘର ଚାରିପଟେ ସାଧା ପୋଷାକଧାରୀ ପୋଲିସ ମୁତୟନ କରାଯାଇଛି। ପତ୍ନୀଙ୍କ ପ୍ରେସମିଟ୍ ପରେ ସୁରକ୍ଷା ଦେବାକୁ ପଦକ୍ଷେପ ନିଆଯାଇଛି। ମାମଲା ପ୍ରତ୍ୟାହାର ପାଇଁ ଧମକ ଆସୁଥିବା ଅଭିଯୋଗ କରିଥିଲେ ପତ୍ନୀ। ଅଜଣା ନମ୍ବରରୁ ପୁଅ ପାଖକୁ ୨ ଥର ଧମକପୂର୍ଣ୍ଣ କଲ୍ ଆସିଥିଲା। ସୂଚନାମୁତାବକ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ବିକ୍ରମ ପଣ୍ଡାଙ୍କ ନାଆଁରେ ହତ୍ୟା ଧମକ ମିଳୁଛି । ସେମାନେ ଫୋନ୍ କରି ମାମଲା ପ୍ରତ୍ୟାହାର କରିବାକୁ ଧମକ ଦେଉଛନ୍ତି । ତା ନହେଲେ ତୁମକୁ ଓ କୁମ ପୁଅକୁ ଜୀବନରୁ ମାରିଦେବୁ । ୨୭ ଓ ୨୮ ତାରିଖରେ ଏଭଳି ହତ୍ୟା ଧମକ ଆସିଛି। ଆମେ ଭୟରେ କାଳାତିପାତ କରୁଛୁ । ଆମକୁ ସୁରକ୍ଷା ଯୋଗାଇ ଦିଆଯାଉ । ମୋ ସ୍ବାମୀଙ୍କୁ ସେମାନେ ଯେମିତି ମାରିଥିଲେ, ସେମାନଙ୍କୁ ସେମିତିକା ଦଣ୍ଡ ମିଳୁ…
ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶନିବାର ରୋଡ ଶୋ’ କରିଛନ୍ତି। ନୂଆପଡାରୁ ଖରିଆଳ ରୋଡ୍ ପର୍ଯ୍ୟନ୍ତ ରୋଡ୍ ଶୋ’ କରିଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଥିଲେ। ଜୟଙ୍କୁ ଭୋଟ ଦେଇ ବିଜୟୀ କରିବାକୁ ସେ ଭୋଟରଙ୍କୁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ଅଭୟାରଣ୍ୟ ଭିତରେ ଥିବା ସୁନାବେଡ଼ାରେ ଗର୍ଜିଛନ୍ତି ମୁଖ୍ୟମନ୍ତ୍ରୀ। ସେ କହିଛନ୍ତି, ନୂଆପଡ଼ାର ଆଦିବାସୀ ଜନଜାତି ପ୍ରତି ଅବହେଳା ହୋଇଛି। ନବୀନ ବାବୁ ଆଦିବାସୀଙ୍କ ପ୍ରତି ଅବହେଳା କରିଛନ୍ତି। ଖାଲି ଭୁବନେଶ୍ୱରରେ ରହି ଆପଣମାନେ ଖୁସି ତ କହିଲେ। ଆଦିବାସୀଙ୍କ ଦୁଃଖ ବୁଝିବ କିଏ? ମୁଁ ଆଦିବାସୀ ପରିବାରର, ତେଣୁ ମୁଁ ଆଦିବାସୀଙ୍କ ଦୁଃଖ ବୁଝିପାରୁଛି।









