Author: sanitelevision

ଆଜି ନୂଆପଡ଼ା ଉପନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ନେତା ବାଛୁନ୍ତି ଜନତା । ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ୩୧୧ଟି ବୁଥରେ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମତଦାନ ହେଉଛି । ଅବଶିଷ୍ଟ ୪୭ ବୁଥରେ ସକାଳ ୭ରୁ ଅପରାହ୍ଣ ୪ଟା ଯାଏ ଚାଲିବ ଭୋଟିଂ । ୧୪ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ୩୫୮ ବୁଥରେ ମତଦାନ ସାବ୍ୟସ୍ତ କରିବେ ୨ଲକ୍ଷ ୫୩ ହଜାର ୬୨୪ ଭୋଟର ।ଏହି ନୂଆପଡ଼ା ନିର୍ବାଚନମଣ୍ଡଳୀର ମୋଟ୍‌ ୨ ଲକ୍ଷ ୫୪ ହଜାର ୪୯୭ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଠାରେ ମୋଟ୍‌ ୩୫୮ଟି ବୁଥ୍‌ ରହିଥିବାବେଳେ ସେଥିରୁ ୧୦୧ଟି ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ୧୦୧ ବୁଥ୍‌ ମଧ୍ୟରୁ ୪୭ଟି ମାଓବାଦୀ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ ୫୪ଟି ଆଇନଶୃଙ୍ଖଳା ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଇଛି।ନୂଆପଡ଼ା ଏନଏସିରେ ୧୭ଟି, ଖରିଆର ରୋଡ଼…

Read More

ରାଜଧାନୀ ଦିଲ୍ଲୀରେ ବଡ଼ ବିସ୍ଫୋରଣ । ଲାଲ୍‌କିଲ୍ଲା ନିକଟ ଏକ କାର୍‌ରେ ବିସ୍ଫୋରଣ । ବିସ୍ଫୋରଣ ପରେ ହୁତୁହୁତୁ ହୋଇ ଜଳିଲା କାର୍‌ । ଆଉ ୩ଟି ଗାଡ଼ି ମଧ୍ୟ ବିସ୍ଫୋରଣରେ ଜଳିଗଲା । ଘଟଣାସ୍ଥଳରେ ପୋଲିସ ଟିମ୍ ଛାନଭିନ୍‌ ଆରମ୍ଭ କରିଛି ।ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ୨୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ ବିସ୍ଫୋରଣ ପରର ଭୟଙ୍କର ଦୃଶ୍ୟକୁ ଯେପରି ବର୍ଣ୍ଣନା କରିଛନ୍ତି, ତାହା ଶୁଣି ମନ ବିଚଳିତ ହୋଇଯିବ । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ବିସ୍ଫୋରଣ ପରେ କେଉଁଠି ମଣିଷର ହାତ ପଡ଼ିଛି ତ, କେଉଁଠି ଫୁସଫୁସ । କାରରେ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଗାଡ଼ି ସହିତ ପାଖରେ ଠିଆ ହୋଇଥିବା ଲୋକଙ୍କ ଶରୀରର ଅଂଶ କିଛି ମିଟର ଦୂରରେ ଛିଟିକି ପଡ଼ିଥିଲା । ପୋଲିସ ଶରୀରର ଅଂଶଗୁଡ଼ିକୁ ପଲିଥିନରେ…

Read More

ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ନଭେମ୍ବର ୧୧ (ମଙ୍ଗଳବାର) ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ମୋଟ୍ ୮ ଜଣ ସ୍ୱାଧୀନ ପ୍ରାର୍ଥୀଙ୍କ ସମେତ ୧୪ ଜଣ ପ୍ରାର୍ଥୀ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେବେ କାଲି ସାଢେ ୫ରୁ ମକ ପୋଲ ଆରମ୍ଭ ହେବ । ସୁନାବେଡାର ୮ଟି ବୁଥରେ ଅପରାହ୍ନ ୪ଟାରେ ସରିବ ମତଦାନ । ଅନ୍ୟ ବୁଥମାନଙ୍କରେ ଅପରାହ୍ମ ୫ଟା ଯାଏଁ ମତଦାନ । ସମୟ ସରିବା ପୂର୍ବରୁ ଯେଉଁମାନେ ଧାଡିରେ ଥିବେ ଭୋଟ ଦେଇପାରିବେ । ଇଭିଏମ ତ୍ରୁଟି ସାମ୍ନାକୁ ଆସିଲେ ସଙ୍ଗେ ସଙ୍ଗେ ରିଜର୍ଭ ରୁମରୁ ଆସିବେ ।ମାଓ ପ୍ରଭାବିତ ଅଞ୍ଚଳର ୮ଟି ସମ୍ବେଦନଶୀଳ ବୁଥ୍‌କୁ ଇଭିଏମ୍ ଓ ପୋଲିଂ ଅଧିକାରୀଙ୍କୁ ନେବା ପାଇଁ ଏକ ଭାରତୀୟ ବାୟୁସେନା ହେଲିକପ୍ଟର ନିୟୋଜିତ କରାଯାଇଛି। ସମସ୍ତ ବୁଥ୍‌ରେ କେନ୍ଦ୍ରୀୟ ବଳ ସମେତ ସୁରକ୍ଷା…

Read More

ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ସଂରକ୍ଷଣ ଦାବି କରି ସୁପ୍ରିମକୋର୍ଟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ଚାରି ସପ୍ତାହ ମଧ୍ୟରେ ଜବାବ ମାଗିଛନ୍ତି ସୁପ୍ରିମ ଅଦାଲତ । ଶୁଣାଣି ବେଳେ ବରିଷ୍ଠ ଆଇନଜୀବୀ ଶୋଭା ଗୁପ୍ତା କହିଥିଲେ, ଯେତେବେଳେ ଏହି ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ପାରିତ ହୋଇ ସାରିଛି, ସେତେବେଳେ ଏହାକୁ ଲାଗୁ କରିବାରେ ବିଳମ୍ୱ କାହିଁକ ? ଏହା ଦୁଃଖର ବିଷୟରେ ଯେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଆମକୁ ସଂସଦରେ ପ୍ରତିନିଧିତ୍ୱ ପାଇଁ ସଂରକ୍ଷଣ ମାଗିବାକୁ ପଡ଼ୁଛି । ସେ ଆହୁରି କହିଥିଲେ ଯେ ଯେତେବେଳେ ଏସସି-ଏସଟି ପାଇଁ ସଂରକ୍ଷଣ ବିନା କୌଣସି ସୀମା ନିର୍ଦ୍ଧାରଣରେ ଲାଗୁ କରାଯାଇ ପାରୁଛି, ତେବେ ମହିଳାଙ୍କ ପାଇଁ କାହିଁକି ନୁହେଁ ? ସେ ଏହା ବି କହିଥିଲେ ଯେ ସଂସଦରେ ଏହି ଆଇନ ସ୍ୱତନ୍ତ୍ର…

Read More

ରୁଷର ଡାଗେସ୍ତାନ ଅଞ୍ଚଳରେ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା । ପ୍ରତିରକ୍ଷା ଶିଳ୍ପ ସହିତ ଜଡ଼ତ ବରିଷ୍ଠ ଅଧିକାରୀଙ୍କୁ ନେଇ ଯାଉଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୫ ଜଣ ପ୍ରାଣ ହରାଇଛନ୍ତି । ନିକଟରେ ସମୁଦ୍ର ଥିଲେ ହେଁ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଭାବେ ପାଣିରେ ଅବତରଣ କରିବାରେ ବିଫଳ ହେବାରୁ ୫ ଜଣଙ୍କ ଜୀବନ ଚାଲିଯାଇଛି। ମୃତକମାନେ କିଜଲିଆର ଇଲେକଟ୍ରୋ ମେକାନିକାର ପ୍ଲାଣ୍ଟର କର୍ମଚାରୀ ବୋଲି ଜଣାପଡ଼ିଛି। ଏହି ଦୁର୍ଘଟଣା ସମୟର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।ଖବର ଅନୁଯାୟୀ, ହେଲିକପ୍ଟରଟି କିଜଲ୍ୟାରରୁ ଇଜବର୍ବାଶ ଅଭିମୁଖେ ଯାଉଥିବା ବେଳେ ଆକାଶରେ ନିଆଁ ଲାଗିଯାଇଥିଲା । ସୋସିଆଲ୍ ମିଡିଆରେ ସେୟାର ହୋଇଥିବା ଭିଡିଓରେ ଦେଖାଯାଇଛି, ହେଲିକପ୍ଟରଟି ତଳେ ପଡ଼ିବା ପୂର୍ବରୁ ଏହାର ପଛ ଅଂଶ ଭାଙ୍ଗି ଅଲଗା ହୋଇଯାଇଥିଲା । ଘଟଣାର ତଦନ୍ତ ପାଇଁ ରୁଷର ଫେଡେରାଲ୍ ଏୟାର ଟ୍ରାନ୍ସପୋର୍ଟ ଏଜେନ୍ସି ନିର୍ଦ୍ଦେଶ ଦେଇଛି…

Read More

ବ୍ଲେଡ୍‌ ସାହାଯ୍ୟରେ ପ୍ରେମିକାର ବେକ କାଟିଲା ପ୍ରେମିକ । ଗୁରୁତର ଅବସ୍ଥାରେ ପ୍ରେମିକା ନିକଟସ୍ଥ ମେଡିକାଲରେ ଭର୍ତ୍ତି । ପ୍ରେମିକକୁ ଥାନାରେ ଅଟକ ରଖିଛି ପୁଲିସ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି ଛକରେ ଏଭଳି ଘଟଣା ଘଟିଛି ।ସୂଚନାମୁତାବକ , କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ପ୍ରେମିକ ଯଶିପୁର ଥାନା ମହାରାଜପୁର ଗାଁରେ ଜନୈକା ଯୁବତୀଙ୍କୁ କିଛି ଦିନ ହେବ ପ୍ରେମ କରୁଥିଲେ । ସବୁ ଠିକ୍‌ଠାକ୍‌ ଚାଲିଥିଲା । ହେଲେ ରବିବାର ବିଳମ୍ବିତ ରାତିରେ ପ୍ରେମିକା ଜଣଙ୍କ ଅନ୍ୟ କଲରେ ବ୍ୟସ୍ତ ଥିବା ବେଳେ ଫୋନ୍‌ ନକାଟିବାରୁ ରାଗିଯାଇଥିଲା ପ୍ରେମିକ । ଶେଷରେ ଉତ୍‌କ୍ଷିପ୍ତ ହୋଇ ପ୍ରେମିକ ଜଣଙ୍କ ଘରେ ପଶି ପ୍ରେମିକାର ବେକକୁ ବ୍ଲେଡ୍‌ରେ କାଟିଦେଇଛି । ଯାହାପରେ ଗୁରୁତର ଅବସ୍ଥାରେ ପ୍ରେମିକାକୁ ନିକଟସ୍ଥ ଯଶିପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।

Read More

ନିକଟରେ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବଲିଉଡ୍‌ର ହି-ମ୍ୟାନ ଧର୍ମେନ୍ଦ୍ର ଦେଓଲ ଗରୁତର ଅସୁସ୍ଥ ଥିବା ନେଇ ଖବର ମିଳିଛି । ତାଙ୍କ ଅବସ୍ଥା ଗୁରୁତର ରହିଛି । ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ପୂରା ପରିବାର ବର୍ତ୍ତମାନ ତାଙ୍କ ସହିତ ହସ୍ପିଟାଲରେ ଅଛନ୍ତି।ଏହା ଉଲ୍ଲେଖନୀୟ ଯେ ଏହି ବର୍ଷ ଏପ୍ରିଲରେ ଧର୍ମେନ୍ଦ୍ରଙ୍କର ମଧ୍ୟ ଆଖି ଅସ୍ତ୍ରୋପଚାର ହୋଇଥିଲା। ତାଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ମୁମ୍ବାଇର ଏକ ହସ୍ପିଟାଲରୁ ବାହାରିବା ସମୟରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା। ଭିଡିଓରେ ଧର୍ମେନ୍ଦ୍ର ପାପାରାଜିମାନଙ୍କୁ କହିଥିଲେ, ମୋର ବହୁତ ଶକ୍ତି ଅଛି। ଧର୍ମେନ୍ଦ୍ରଙ୍କୁ ଏବେ ୮୯ ବର୍ଷ। ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ଏବଂ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ରେ…

Read More

ନୂଆପଡ଼ାରେ ହେଉ ମୁକ୍ତ ଓ ଅବାଧ ନିର୍ବାଚନ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏନେଇ ଅପିଲ କରିଛନ୍ତି। ତେବେ ନୁଆପଡ଼ାରେ ବିଜେପି ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ଅଭିଯୋଗ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବର୍ତ୍ତମାନ ନୂଆପଡ଼ାରେ ସାଇଲେନ୍ସ ପିରିୟଡ ବା ନୀରବ କାଳ ଜାରି ରହିଛି। ଏହି ସମୟ ମଧ୍ୟରେ ବାହାର ଅଞ୍ଚଳର କୌଣସି ନେତା କିମ୍ବା କର୍ମୀ ନିର୍ବାଚନମଣ୍ଡଳୀରେ ରହିବା ଅନୁଚିତ। ହେଲେ ବିଜେପିର ବାହାର ନେତା ଏବଂ କର୍ମୀ ନୂଆପଡ଼ାରେ ଡେରା ପକାଇଥିବା ଅଭିଯୋଗ କରିଛନ୍ତି ନବୀନ। ନବୀନ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟରେ ଲେଖିଛନ୍ତି,ଏହା ସୂଚାଇ ଦେଉଛି ଯେ, ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପୋଲିସ ଶାସକ ଦଳର ହାତବାରିସି ସାଜି ନିର୍ବାଚନର ନିରପେକ୍ଷତାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଛନ୍ତି। ଏହା ଗଣତନ୍ତ୍ରର ମୂଳଦୂଆକୁ ପ୍ରଭାବିତ କରିବା ସହ ଲୋକଙ୍କ ବିଶ୍ବାସକୁ ନଷ୍ଟ କରୁଛନ୍ତି। ଏଭଳି କାର୍ଯ୍ୟ ଯଦି ଅବୈଧ ଭାବେ…

Read More

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମଦାର । କିଛି ଦିନ ଧରି ଭୁବନେଶ୍ବର ଏମ୍ସର ଭେଣ୍ଟିଲେଟରରେ ଚିକିତ୍ସିତ ହେବା ପରେ ସୋମବାର ସେ ଭେଣ୍ଟିଲେଟରରୁ ବାହାରିଛନ୍ତି । ସେ ମେଡିସିନ୍‌ ଓ୍ବାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିଜିତ୍‌ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଭୁବନେଶ୍ୱର ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନାଯୋଗ୍ୟ, ଅଗଷ୍ଟ ୩୧ ତାରିଖରେ କଟକ ସିଡିଏ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କୁ କଟକରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମସକୁ ସ୍ଥାନାନ୍ତର କରାଯାଇଥିଲା। ଅନେକ ଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହୋଇ ଆସୁଥିଲେ। ଗତ ଗଣେଶ ପୂଜା ଦିନ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ କୋମାରେ ରହିଛନ୍ତି। ଏହାପରେ ଗତ ସେପ୍ଟେମ୍ବର ୪ ତାରିଖରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍ସକୁ…

Read More

ଭୁବନେଶ୍ୱରରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ । ଏୟାରପୋର୍ଟରେ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଦେଓ |ରାଜ୍ୟରେ ଆୟୋଜିତ ମାଣ୍ଡିଆ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସିଛନ୍ତି ।ସେ ମାଣ୍ଡିଆର ପ୍ରଚାରପ୍ରସାରକୁ ନେଇ କହିଛନ୍ତି ଯେ, ମାଣ୍ଡିଆ ଗୋଟେ ସଂପୂର୍ଣ୍ଣ ଅନ୍ନ । ଏହା ପୋଷଣତତ୍ୱରେ ଭରପୁର । ଏହା ଶରୀରକୁ ପୋଷଣ ଦେବା ସହ ପାଟି ପାଇଁ ସ୍ୱାଦ ବି ଲାଗେ । କମ୍ ପାଣି ଓ ଖରାପ ମାଟିରେ ଏହା ମଧ୍ୟ ଉତ୍ପାଦନ ହୋଇପାରିବ । ଆଗାମୀ ପିଢି ପାଇଁ ମଧ୍ୟ ମାଟିକୁ ସୁରକ୍ଷିତ ରଖିବ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ମିଲେଟର ପ୍ରଚାର ପ୍ରସାର ପାଇଁ ଯଥେଷ୍ଟ ପ୍ରସାସ କରାଯାଉଛି। ମାଣ୍ଡିଆ ଦିବସ ଅବସରରେ ରାଜ୍ୟ ସରକାରଙ୍କୁ ଶୁଭେଚ୍ଛା ଜଣାଉଛି । ଆମକୁ ମାଣ୍ଡିଆ ଉତ୍ପାଦନ ବୃଦ୍ଧି କରିବା ସହ ବଜାର…

Read More