Author: sanitelevision

ଦିଲ୍ଲୀ ଲାଲ୍‌କିଲ୍ଲା ମେଟ୍ରୋ ଷ୍ଟେସନ୍ ନିକଟରେ ବୋମା ବିସ୍ଫୋରଣ ପରେ ସାରା ଦେଶରେ ହାଇଆଲର୍ଟ । ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବିପଦ ସତର୍କତାକୁ ନେଇ ସଜାଗ ହେଲା ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ସଂଘ । ପର୍ଯ୍ୟଟନ ସ୍ଥଳୀରେ ଥିବା ହୋଟେଲ ଗୁଡ଼ିକରେ ସୁରକ୍ଷା ଯାଞ୍ଚ କଡ଼ାକଡ଼ି କରିବାକୁ ମାଲିକ ମାନଙ୍କୁ ପରାମର୍ଶ ଦେଇଛି ସଂଘ ।

Read More

ନୂଆପଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛି। ଅପରାହ୍ନ ୩ଟା ସୁଦ୍ଧା ନିର୍ବାଚନମଣ୍ଡଳୀର ସମସ୍ତ ବୁଥରେ ୬୫.୫୬% ମତଦାନ ହୋଇଥିବା ସୂଚନା ମିଳିଛି। ସମସ୍ତ ବୁଥରେ ସୁରୁଖୁରୁରେ ମତଦାନ ଚାଲିଥିବା ଜଣାପଡ଼ିଛି। ନୂଆପଡ଼ା ଜିଲା ସିନାପାଲ୍ଲୀ ୪୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ସନ୍ଦୀପ ସ୍ବାଇଁଙ୍କୁ ସସ୍‌ପେଣ୍ଡ କରାଯାଇଛି। ତେବେ ସନ୍ଦୀପ ଭୋଟରଙ୍କ ଗୋପନୀୟତା ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ପ୍ରତି ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସେହିପରି ସକାଳେ ମତଦାନ ଚାଲିଥିବାବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ସସ୍‌ପେଣ୍ଡ୍‌ କରାଯାଇଥିଲା। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି। କୁଳିଆବନ୍ଧ ୩୬ ନଂ ବୁଥର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି। ସସ୍‌ପେଣ୍ଡ୍‌ ପରେ ବିଭାଗ ଦ୍ବାରା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ।

Read More

ଏବେ ଜାତୀୟ ରାଜନୀତିରେ ସବୁଠୁ ଅଧିକ ଚର୍ଚ୍ଚାରେ ବିହାର । ସରିଛି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ।ଅନ୍ତିମ ପର୍ଯ୍ୟାୟ ପାଇଁ ଆଜି ୨୦ଟି ଜିଲାର ୧୨୨ଟି ନିର୍ବାଚନମଣ୍ଡଳୀରେ ମତଦାନ ଆରମ୍ଭ ହୋଇଛି। ନିରପେକ୍ଷ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ରାଜ୍ୟବ୍ୟାପୀ ୪୦୦,୦୦୦ରୁ ଅଧିକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି।ବିହାରରେ ମୋଟ ୨୪୩ ବିଧାନସଭା ଆସନ ରହିଛି । ଦ୍ବିତୀୟ ଫେଜ୍‌ରେ ଆଜି ୧୨୨ ଆସନରେ ଭୋଟ ଚାଲିଛି । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ସନ୍ଧ୍ୟା ୬ଟା ଯାଏ ମତଦାନ ଚାଲିବ । ଭୋଟିଂ ସରିବା କ୍ଷଣି ଏକ୍‌ଜିଟ୍‌ ପୋଲ୍‌ ବା ବୁଥ୍‌ବାହୁଡ଼ା ରିପୋର୍ଟ ଆସିବ । ନଭେମ୍ବର ୧୪ରେ ଭୋଟ ଗଣତି ହେବା ପରେ ହିଁ ପ୍ରକୃତ ଫଳାଫଳ ସାମ୍ନାକୁ ଆସିପାରିବ । ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF)ର ପ୍ରାୟ ୧,୦୦୦ କମ୍ପାନୀ (ପ୍ରାୟ ୧୦୦,୦୦୦…

Read More

ଦିଲ୍ଲୀରେ ବିସ୍ଫୋରଣ ପରେ ଓଡିଶାରେ ହାଇ ଆଲର୍ଟ କରାଯାଇଛି । ପୋଲିସ ବିଭାଗ ସହ ଆଲୋଚନା କରି ସବୁ ସ୍ଥାନରେ ସୁରକ୍ଷା କଡାକଡି କରାଯାଇଛି । ଭୁବନେଶ୍ବରର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ରେଳ ଷ୍ଟେସନ୍, ସହରକୁ ପ୍ରବେଶ ଓ ପ୍ରସ୍ଥାନ ରାସ୍ତାରେ ଚେକିଂକୁ କଡ଼ାକଡ଼ି କରାଯାଇଛି ।ସେହିଭଳି ଧାର୍ମିକ ସ୍ଥଳ ପୁରୀରେ ମଧ୍ୟ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି । ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ରେଳଷ୍ଟେସନ, ବସ୍ ଷ୍ଟାଣ୍ଡ ଓ ସମୁଦ୍ର ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ସମ୍ବଲପୁରରେ ମଧ୍ୟ ସକ୍ରିୟ ଜିଲ୍ଲା ପୋଲିସ । ହୀରାକୁଦ ଡ୍ୟାମ ଅଞ୍ଚଳରେ ହାଇଆଲର୍ଟ ଜାରି କରାଯାଇଛି ।ସମସ୍ତ ପର୍ଯ୍ୟଟନସ୍ଥଳୀ ଏବଂ ସ୍ଥପତି ନିକଟରେ ମଧ୍ୟ ସୁରକ୍ଷା ବଢ଼ାଯିବ । ସ୍ଥାନୀୟ ଜ଼ିଲ୍ଲା ପ୍ରଶାସନକୁ ଚେକିଂ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଡ଼ିଶା ଉପରେ ବିପଦ ନାହିଁ, ଆମେମାନେ ସୁରକ୍ଷିତ ଅଛୁ । ସମସ୍ତ ବିପଦର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ…

Read More

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଦିଲ୍ଲୀ ବିସ୍ଫୋରଣ ମାମଲା ସମ୍ପର୍କରେ ଏକ ବଡ଼ ବୟାନ ଜାରି କରିଛନ୍ତି। ସେ କହିଛନ୍ତି, “ସୁରକ୍ଷା ଏଜେନ୍ସିଗୁଡ଼ିକ ଦ୍ୱାରା ତଦନ୍ତ ଚାଲିଛି। ତଦନ୍ତର ବିବରଣୀ ଖୁବ୍ ଶୀଘ୍ର ସାର୍ବଜନୀନ କରାଯିବ। ବିସ୍ଫୋରଣ ପାଇଁ ଦାୟୀଙ୍କୁ ଛଡ଼ାଯିବ ନାହିଁ। ଦୋଷୀମାନଙ୍କୁ କଠୋର ଦଣ୍ଡ ମିଳିବ।” ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଷଡଯନ୍ତ୍ର ପଛରେ ଯେଉଁମାନେ ଅଛନ୍ତି, ସେମାନଙ୍କୁ ଛଡାଯିବନି। କାଲିର ଘଟଣା ପୁରା ଦେଶକୁ ବ୍ୟଥିତ କରିଛି। ପୀଡିତ ପରିବାରର ଦୁଃଖ ମୁଁ ବୁଝିପାରୁଛି, ପୁରା ଦେଶ ସେମାନଙ୍କ ସହ ଅଛି। ସାରା ରାତି ଅଧିକାରୀ ଓ ବିଭିନ୍ନ ଏଜେନ୍ସୀ ସହ ଯୋଗାଯୋଗରେ ଥିଲି। ଷଡଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବୁ , କାହାକୁ ଛଡାଯିବନି।

Read More

ପୀତବାସ ପଣ୍ଡା ହତ୍ୟା ମାମଲା। ବିବାଦୀୟ ବୟାନ ପାଇଁ ହାଇକୋର୍ଟରେ କ୍ଷମା ମାଗିଲେ ବ୍ରହ୍ମପୁର ଏସପି। ବ୍ୟକ୍ତିଗତ ଭାବେ ହାଜର ହୋଇ ସେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସୂଚନାମୁତାବକ ଅକ୍ଟୋବର ୨୨ରେ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗଣମାଧ୍ୟମ କୁ ବ୍ରହ୍ମପୁର ଏସପି ଦେଇଥିବା ଏକ ବୟାନକୁ ନେଇ ଆପତ୍ତି ଉଠାଇଥିଲେ ହାଇକୋର୍ଟ। ହତ୍ୟାକାଣ୍ଡ ପଛର ଉଦ୍ଦେଶ୍ୟ କହିବା ସମୟରେ ଏସପି ଏକ ଇଲେକ୍ସନ ପିଟିସନ ବିଷୟରେ କହିଥିଲେ। ପେଣ୍ଡିଂ ଇଲେକ୍ସନ ପିଟିସନ ଉପରେ ମନ୍ତବ୍ୟ ଦେଇଥିବାରୁ ବ୍ରହ୍ମପୁର ଏସ୍.ପି.ଙ୍କ ଠାରୁ ଶପଥ ପାଠ ତଲବ କରିଥିଲେ ହାଇକୋର୍ଟ।

Read More

ସାରା ଦେଶକୁ ଥରାଇ ଦେଇଛି ଦିଲ୍ଲୀରେ ହୋଇଥିବା ଭୟଙ୍କର କାର୍ ବିସ୍ଫୋରଣ । କିନ୍ତୁ ଏହି ବିସ୍ଫୋରଣ ପଛରେ କାହାର ହାତ ରହିଛି ? କିଏ ରଚିଥିଲା ଏମିତି ଷଡ଼ଯନ୍ତ୍ର । ଏସବୁ ପ୍ରଶ୍ନର ଉତ୍ତର ଖୋଜୁଥିବାବେଳେ ପୋଲିସ ହାତରେ ଲାଗିଛି ସିସିଟିଭି ଭିଜୁଆଲ । ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି ଯେ, ଏହା ଏକ ଆତ୍ମଘାତୀ ଆକ୍ରମଣ ଥିଲା। ଏହାର ମାଷ୍ଟରମାଇଣ୍ଡ ଡାକ୍ତର ଉମର ଥିଲେ। ଆକ୍ରମଣ ପରେ ତାଙ୍କ ମା’ ଏବଂ ଭାଇଙ୍କୁ ଜମ୍ମୁ-କଶ୍ମୀରରେ ଅଟକ ରଖାଯାଇଥିଲା। ଉମରଙ୍କ ଭାଉଜ ଗଣମାଧ୍ୟମକୁ କହିଥିଲେଳ ଉମର ତାଙ୍କୁ ଫୋନ କରିବାକୁ ମନା କରିଥିଲେ।ଉମର ପେଶାରେ ଜଣେ ଡାକ୍ତର ଥିଲେ। ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ଅନେକ ଡାକ୍ତରଙ୍କୁ ଅଟକ ରଖାଯାଇଥିଲା, ସେମାନଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ଜବତ କରାଯାଇଥିଲା। କୁହାଯାଉଛି ଯେ, ଉମର ଏହି ମଡ୍ୟୁଲ ସହିତ ଜଡିତ ଥିଲେ।ଉମରଙ୍କ ଭଉଣୀ ପ୍ରକାଶ କରିଛନ୍ତି, ସେ ଶୁକ୍ରବାର ଉମରଙ୍କ ସହ କଥା…

Read More

ନୂଆ ବିଧାୟକ ବାଛୁଛି ନୂଆପଡା । ସକାଳୁ ସକାଳୁ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଉଛନ୍ତି ନୂଆପଡା ଭୋଟର । ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡାରେ ହେଉଛି ଉପନିର୍ବାଚନ । ଆଜି ଭୋଟ ଗ୍ରହଣ ଦିବସରେ ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ପରିବାର । ସେହିପରି ନୂଆପଡା ବିଧାନସଭା ନିର୍ବାଚନମଣ୍ଡଳୀର ବିଭିନ୍ନ ବୁଥ୍ ବୁଲିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ସମସ୍ତଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ନୂଆପଡ଼ା ଉପନିର୍ବାଚନ ପାଇଁ ସକାଳ ୯ଟା ସୁଦ୍ଧା ୧୪.୯୯ ପ୍ରତିଶତ ଭୋଟ୍ ହୋଇଛି । ମୋଟ ୩୫୮ ବୁଥରେ ଚାଲିଛି ଭୋଟ ଗ୍ରହଣ । ଧାଡିରେ ଛିଡା ହୋଇ ଶାନ୍ତି ଶୃଙ୍ଖଳାର ସହ ଭୋଟ ଦେଉଛନ୍ତି।

Read More

ନୂଆପଡ଼ା ଉପନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ମଙ୍ଗଳବାର ସକାଳ ୭ଟାରୁ ଆରମ୍ଭ ହୋଇଛି। ସୁରୁଖୁରୁରେ ଭୋଟିଂ ଚାଲିଥିବା ଜଣାପଡ଼ିଛି। ସକାଳ ୯ଟା ସୁଦ୍ଧା ନୂଆପଡ଼ାରେ ୧୪.୯୯% ଭୋଟିଂ ହୋଇଛି। ତେବେ ନୂଆପଡ଼ା କୁଳିଆବନ୍ଧ ୩୬ ନଂ ବୁଥ୍‌ର ପ୍ରିଜାଇଡିଂ ଅଫିସର ଧନଞ୍ଜୟ ମଲ୍ଲିକ ସସ୍‌ପେଣ୍ଡ ହୋଇଛନ୍ତି । ଭୋଟ୍‌ର ଗୋପନୀୟତା ଉଲ୍ଲଙ୍ଘନ କରିବାରୁ କାର୍ଯ୍ୟାନୁଷ୍ଠାନ କରାଯାଇଛି । ପ୍ରେସମିଟ୍ କରି ସୂଚନା ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଅନ୍ୟପଟେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ପରିବାର ସହିତ ଆସି ମଙ୍ଗରାପାଲି ୬୬ ନମ୍ବର ବୁଥକୁ ଆସି ଭୋଟ ଦେଇଛନ୍ତି ।

Read More

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଜୀବିତ ଅଛନ୍ତି। ତାଙ୍କ ମୃତ୍ୟୁ ଖବର ନିକଟରେ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା। ଝିଅ ଏଶା ଦେଓଲ ତାଙ୍କ ପିତାଙ୍କ ମୃତ୍ୟୁ ଖବରକୁ ଖଣ୍ଡନ କରିଛନ୍ତି। ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଶେୟାର କରି ଲୋକଙ୍କୁ ମିଥ୍ୟା ଖବର ପ୍ରସାରଣ ନ କରିବାକୁ ଅନୁରୋଧ କରିଛନ୍ତି। ସୂଚନାମୁତାବକ ଧର୍ମେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ପ୍ରଚାରିତ ହେବା ମାତ୍ରେ , ପୂରା ବଲିଉଡ୍‌ରେ ନୀରବତା ଖେଳିଗଲା । ସେଲିବ୍ରିଟିମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଚିନ୍ତିତ ହୋଇପଡ଼ିଥିଲେ । ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ସଲମାନ ଖାନ ଏବଂ ଅଭିନେତା ଗୋବିନ୍ଦା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ ହସ୍ପିଟାଲକୁ ଯାଇଥିଲେ । ଧର୍ମେନ୍ଦ୍ରଙ୍କୁ ଭର୍ତ୍ତି କରାଯିବା ପରଠାରୁ ସମଗ୍ର ଦେଓଲ ପରିବାର ହସ୍ପିଟାଲରେ ଉପସ୍ଥିତ ଅଛନ୍ତି ।

Read More