Author: sanitelevision

ଜାଡ଼ରେ ଥରୁଛି ଓଡ଼ିଶା । ତଳମୁହାଁ ହେଉଛି ତାପମାତ୍ରା । ଆଗାମୀ ୨୪ ଘଣ୍ଟାରେ ୨ ରୁ ୩ ଡିଗ୍ରୀ ଖସିବ ରାତି ତାପମାତ୍ରା। ଥରିବ ସାରା ଓଡ଼ିଶା। ତେବେ ୩ଟି ଜିଲ୍ଲାକୁ ଶୀତ ଲହରୀ ଚେତାବନୀ ଦିଆଯାଇଛି। ଝାରସୁଗୁଡ଼ା, କନ୍ଧମାଳ ଓ ସୁନ୍ଦରଗଡକୁ ଜାରି ହୋଇଛି ୱାର୍ଣ୍ଣିଂ। ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଶୀତ ସହ କୁହୁଡ଼ି ପଡ଼ିବ। ଜଳୀୟବାଷ୍ପ ହ୍ରାସ ସହ ଉତ୍ତରପଶ୍ଚିମ ଦିଗରୁ ବହୁଥିବା ଶୁଷ୍କ ଓ ଥଣ୍ଡା ବାୟୁ ପ୍ରଭାବରେ ରାଜ୍ୟରେ ପାରଦ ଖସିବାରେ ଲାଗିଛି। ବୁଧବାର ରାତିରେ ଫୁଲବାଣୀ, ସୁନ୍ଦରଗଡ଼, ରାଉରକେଲା ଓ ଝାରସୁଗୁଡ଼ାରେ ପାରଦ ୧୦ ଡିଗ୍ରୀ ରହିବ । କେନ୍ଦୁଝର ଓ ଅନୁଗୁଳରେ ୧୨ ଡିଗ୍ରୀ, ଢେଙ୍କାନାଳ, କୋରାପୁଟ ଓ ଭଦ୍ରକରେ ରାତି ତାପମାତ୍ରା ୧୩ ଡିଗ୍ରୀ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗୁରୁବାର ରାତିରେ ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିବ । ଝାରସୁଗୁଡ଼ା,…

Read More

ଯାତ୍ରା କଳାକାରଙ୍କ ଅଭିନୟକୁ ସତ ମାନି ନେଲେ ଦର୍ଶକ । ଅଭିନୟ ଏତେ ଜୀବନ୍ତ ଥିଲା ଯେ, ରାଗ ତମତମ ଦର୍ଶକ ଷ୍ଟେଜ୍ ଉପରକୁ ଚେୟାର ଫିଙ୍ଗିବା ସହ ଉପରକୁ ଉଠି ଆସି ମାରିଲେ ଚାପୁଡା । ଏମିତି ଘଟଣା ଘଟିଛି ଭଦ୍ରକ ଅଣ୍ଡରେଇରେ । ଦ୍ରକ ଅଣ୍ଡରେଇ ଠାରେ ଯାତ୍ରା ରାଜନନ୍ଦିନୀ ”ଏମିତି ବିଚାର କେବେ ଦେଖିନି” ନାଟକ ମଞ୍ଚସ୍ଥ କରୁଥିଲା । ଏଥିରେ ମାଆ ଭୂମିକାରେ ଟୁନିଆ ମଲ୍ଲିକ , ବାପା ଭାବେ ସଞ୍ଜୟ ଓ ଭଉଣୀ ଭୂମିକାରେ ମାମା ଅଭିନୟ କରିଥିଲେ । ନାଟକର ଦୃଶ୍ୟ ଅନୁଯାୟୀ ନାୟକ ଅର୍ଥାତ୍ ପୁଅ ଭୂମିକାରେ କାର୍ତ୍ତିକ ଅଭିନୟ କରୁଥିଲେ। ବାପା-ମାଆ ଓ ଭଉଣୀକୁ ଅତ୍ୟାଚାର କରୁଥିବା ଦୃଶ୍ୟ ପରିବେଷଣ କରୁଥିଲେ କଳାକାର। ଏହି ସମୟରେ କିଛି ଦର୍ଶକ ଭାବ ବିହ୍ବଳ ହୋଇ ମଞ୍ଚ ଉପରକୁ ଚେୟାର ସହ ପାଣି ବୋତଲ ଫୋପାଡିଥିଲେ। ଏଥିସହ ଜଣେ ଦର୍ଶକ ମଞ୍ଚକୁ ଉଠି…

Read More

ଆଜି ସରିଥାନ୍ତା, ହେଲେ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି। ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ଏହାଦ୍ବାରା ବାଲିଯାତ୍ରା ଆଜି ୧୨ ତାରିଖ ପରିବର୍ତ୍ତେ ଆସନ୍ତାକାଲି ଅର୍ଥାତ୍ ୧୩ ତାରିଖ ଦିନ ଉଦ୍‌ଯାପିତ ହେବ।ସୂଚନାମୁତାବକ ନଭେମ୍ବର ୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମାରୁ ବାଲିଯାତ୍ରା ପଡ଼ିଆରେ ଆରମ୍ଭ ହୋଇଥିଲା ଐତିହାସିକ ବାଲିଯାତ୍ରା କଟକ-୨୦୨୫ । ୮ ଦିନ ଧରି ଚାଲିବାକୁ ଥିବା ଐତିହାସିକ ବାଲିଯାତ୍ରା କଟକ, ନଭେମ୍ବର ୧୨ରେ ସାରିବାର ଥିଲା କିନ୍ତୁ ଏବେ ଆଉ ଗୋଟେ ଦିନ ବୃଦ୍ଧି ହୋଇଛି । ଉପର ବାଲିଯାତ୍ରା ପଡ଼ିଆ ସହ ତଳ ବାଲିଯାତ୍ରା ପଡ଼ିଆର ମୋଟ ୬୦ ଏକର ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହେଉଛି ।

Read More

ରାଜ୍ୟ ସରକାରଙ୍କ ପାକ୍ଷରୁ ଆସନ୍ତା ୨୦୨୬ କ୍ୟାଲେଣ୍ଡର ବର୍ଷ ପାଇଁ ପ୍ରକାଶ ପାଇଲା ଛୁଟି ତାଲିକା। ନିଜ କର୍ମଚାରୀଙ୍କ ପାଇଁ ସରକାରୀ ଛୁଟି ଏବଂ ଇଚ୍ଛାଧୀନ ଛୁଟି ତାଲିକା ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ମକର ସଂକ୍ରାନ୍ତି(୧୪ ଜାନୁଆରୀ)ରୁ ସରକାରୀ ଛୁଟି ଆରମ୍ଭ ହେଉଛି। ଏହାପରେ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ଜୟନ୍ତୀ/ବସନ୍ତ ପଞ୍ଚମୀ ପାଇଁ ୨୩ ଜାନୁଆରୀ ଛୁଟି ଘୋଷଣା କରାଯାଇଥିବାବେଳେ ଗଣତନ୍ତ୍ର ଦିବସ(୨୬ ଜାନୁଆରୀ), ଦୋଳପୂର୍ଣ୍ଣିମା(୩ ମାର୍ଚ୍ଚ), ହୋଲି(୪ ମାର୍ଚ୍ଚ), ଇଦ୍‌-ଉଲ୍‌-ଫିତର(୨୧ ମାର୍ଚ୍ଚ), ଶ୍ରୀରାମନବମୀ(୨୭ ମାର୍ଚ୍ଚ), ଉତ୍କଳ ଦିବସ(୧ ଏପ୍ରିଲ), ଗୁଡ୍‌ ଫ୍ରାଇଡେ(୩ ଏପ୍ରିଲ), ଡ. ବି.ଆର୍‌. ଆମ୍ବେଦ୍‌କର ଜୟନ୍ତୀ/ମହା ବିଷୁବ ସଂକ୍ରାନ୍ତି (୧୪ ଏପ୍ରିଲ), ବୁଦ୍ଧ ପୂର୍ଣ୍ଣିମା(ମେ ୧), ସାବିତ୍ରୀ ଅମାବାସ୍ୟା (ମେ ୧୬), ଇଦ୍‌-ଉଲ୍‌-ଜୁହା(ମେ ୨୭), ରଜ ସଂକ୍ରାନ୍ତି(୧୫ ଜୁନ୍‌), ମହରମ୍‌(୨୬ ଜୁନ୍‌), ରଥଯାତ୍ରା(୧୬ ଜୁଲାଇ), ସ୍ବାଧୀନତା ଦିବସ(୧୫ ଅଗଷ୍ଟ), ପ୍ରୋଫେଟ୍‌ ମହମ୍ମଦଙ୍କ ଜନ୍ମଦିବସ(୨୬ ଅଗଷ୍ଟ), ଝୁଲଣ ପୂର୍ଣ୍ଣିମା(୨୭ ଅଗଷ୍ଟ), ଜନ୍ମାଷ୍ଟମୀ(୪ ସେପ୍ଟେମ୍ବର), ଗଣେଶ ପୂଜା(୧୪ ସେପ୍ଟେମ୍ବର),…

Read More

ନୂଆ ନେତା ପ୍ରତୀକ୍ଷାରେ ନୂଆପଡ଼ା । ୧୪ ତାରିଖ ଗଣନାକୁ ଏବେ ସମସ୍ତଙ୍କ ପ୍ରତୀକ୍ଷା ।ଇଭିଏମରେ ୧୪ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି । ଗଣତନ୍ତ୍ରର ଏହି ପର୍ବରେ ନୂଆପଡ଼ାବାସୀ ଉତ୍ସାହର ସହ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ନୂଆପଡ଼ାରେ ୮୧.୧୪ ପ୍ରତିଶତ ଭୋଟିଂ ହୋଇ ଛି। ନୂଆପଡାରେ ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହୋଇଛି । ମୈଦାନରେ ଅଛନ୍ତି ବିଜେପିରୁ ଜୟ ଢୋଲକିଆ, ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସରୁ ଘାସିରାମ ମାଝି । ଶାନ୍ତିଶୃଙ୍ଖଳାର ସହ ମତଦାନ ସରିଥିବା ବେଳେ ଏବେ ଷ୍ଟ୍ରଙ୍ଗ ରୁମରେ ରହିଛି ଇଭିଏମ । ଜଗି ରହିଛନ୍ତି ପୋଲିସ ଫୋର୍ସ ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ନୂଆପଡ଼ା ନିର୍ବାଚନ ପାଇଁ ମୋଟ ୩୫୮ଟି ମତଦାନ କେନ୍ଦ୍ର ରହିଛି । ଏଥି ମଧ୍ୟରୁ ୪୭ଟି ବୁଥ୍ ସମ୍ବେଦନଶୀଳ ଏବଂ ୮ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି । ଅତି ସମ୍ବେଦନଶୀଳ ବୁଥକୁ ପୁଲିଂ…

Read More

ଓଡିଶା ଟିଚର ଏଲିଜିବିଲିଟି ଟେଷ୍ଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଉଭୟ ଇନ ସର୍ଭିସ ଶିକ୍ଷକ ଓ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତାକାଲି ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ହେବ ଫର୍ମ ପୂରଣ ।ବୋର୍ଡ ଅନୁଯାୟୀ, ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଆସନ୍ତାକାଲି ଠାରୁ କେବଳ www.bseodisha.ac.in ରେ ଅନଲାଇନରେ ଆବେଦନ କରିପାରିବେ । OTET 2025 ଫର୍ମ ପୂରଣ ନଭେମ୍ବର 25 ମଧ୍ୟରାତ୍ରି ପର୍ଯ୍ୟନ୍ତ ଜାରି ରହିବ । ଅନଲାଇନ୍ ପଞ୍ଜୀକରଣ ପାଇଁ ନିର୍ଦ୍ଦେଶାବଳୀ, ପ୍ରାର୍ଥୀଙ୍କ ପ୍ରଯୁଜ୍ୟତା, ଯୋଗ୍ୟତା ଏବଂ ଯୋଗ୍ୟତା ମାନଦଣ୍ଡ, ପାଠ୍ୟକ୍ରମ ଏବଂ ନିରନ୍ତର ପ୍ରମାଣପତ୍ର ପାଇଁ ଫର୍ମାଟ୍ ସମ୍ବଳିତ ନିର୍ଦ୍ଦେଶାବଳୀ (www.bseodisha.ac.in) ୱେବସାଇଟ୍ ରେ ଉପଲବ୍ଧ । OTET ପରୀକ୍ଷା ଆଡମିଟ୍ କାର୍ଡ ଡିସେମ୍ବର 10 ତାରିଖରୁ ଉପଲବ୍ଧ ହେବ । ପରୀକ୍ଷା ଡିସେମ୍ବର 17 ତାରିଖରେ ଦୁଇଟି ସିଟିଂରେ (ପେପର-1 ସକାଳ 9 ଟାରୁ…

Read More

ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ ୧୫ ତାରିଖରୁ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ ପ୍ରକିୟା ଆରମ୍ଭ ହେବ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ କଂସ ଚରିତ୍ର ପାଇଁ କଳାକର ଚୟନ କାର୍ଯ୍ୟ ଅନୁଷ୍ଠିତ ହେବ । ୧୫ ତାରିଖ ଦେବକୀ, ନାରଦ, ଚାଣୁର , ମୁଷ୍ଟିକ, ସାର୍ତ୍ତକି, ବସୁଦେବ , ଅକ୍ରୁର ଏବଂ ଉଗ୍ରସେନ, ୧୬ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ ମହାରାଜ କଂସ ଅଭିନୟ ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ। ମହାରାଜ କଂସ ଚରିତ୍ରରେ ୪୪, ମହାମନ୍ତ୍ରୀରେ ୩୩, ସେନାପତିରେ ୭୪, ଦେବକୀରେ ୧୪,ନାରଦରେ ୨୦, ଚାଣୁରରେ ୧୭, ସାର୍ତ୍ତକିରେ ୧୦, ମୁଷ୍ଟିକରେ…

Read More

ଆଜି ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି। ଏହାକୁ ପ୍ରଥମାଷ୍ଟମୀ ତଥା ପୋଢ଼ୁଆଁ ଅଷ୍ଟମୀ ବୋଲି କୁହାଯାଏ। ଉତ୍କଳର ପ୍ରତି ଓଡ଼ିଆ ଘରେ ଜ୍ୟେଷ୍ଠ ମାନଙ୍କୁ ପଢ଼ୁଆଁ କରାଯାଇଥାଏ। ଏହି ଅବସରରେ ଘରେ ଘରେ ପିଠାପଣା ହେବ। ଷଠୀଦେବୀଙ୍କ ନିକଟରେ ବନ୍ଦାପନା ସହ ପୂଜା ବି କରାଯିବ। ଗୁରୁତ୍ୱପୂର୍ଣ୍ଣ ହେଉଛି, ପ୍ରଥମାଷ୍ଟମୀରେ ହେଉଥିବା ଏଣ୍ଡୁରୀ ପିଠା ହଳଦୀପତ୍ରରେ କରାଯାଏ । ପୋରୁହାଁ ପିଲାମାନଙ୍କୁ ଏହି ପର୍ବ ପାଇଁ ମାମୁଘରୁ ନୂଆ ପୋଷାକ ମିଳିଥାଏ । ମାମୁଘରେ ଭଣଜା ପୁଅଠୁ ବି ଅଧିକ ବୋଲି ବିବେଚନା କରାଯାଉଥିବାରୁ ମାମୁଘରୁ ନୂଆ ପୋଷାକ ମିଳିବା ପ୍ରଥା ଚଳିଆସୁଛି । ଏଣ୍ଡୁରିପିଠା ପ୍ରଥମାଷ୍ଟମୀର ବିଶେଷତ୍ବ। ଛେନା, ଗୁଡ଼ ଓ ନଡ଼ିଆପୁର ଏବଂ ଉଆପକ୍ଷିଆ ଚାଉଳ ଓ ବିରିରେ ଏଣ୍ଡୁରି ପିଠା ପ୍ରସ୍ତୁତ କରାଯାଏ। କେବଳ ପ୍ରଥମାଷ୍ଟମୀ ଉପଲକ୍ଷେ ଏଣ୍ଡୁରି ପିଠାରେ ହଳଦୀ ପତ୍ରର ବ୍ୟବହାର ପ୍ରସିଦ୍ଧ। ଏଣୁ ଏହି ପିଠା ଅତ୍ୟନ୍ତ ସୁସ୍ବାଦୁ, ରୁଚିକର ଓ ସୁବାସଯୁକ୍ତ…

Read More

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି। ସିବିଆଇ ତଦନ୍ତ ପାଇଁ ସୁପାରିସ୍‌ କରିଥିଲେ ରାଜ୍ୟ ସରକାର। ଏହି ମାମଲାରେ ୧୧୪ ପରୀକ୍ଷାର୍ଥୀ ଜେଲ୍‌ ଯାଇ ଜାମିନରେ ଆସିଛନ୍ତି। ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ମୁନା ମହାନ୍ତି ଗିରଫ ହୋଇ ସାରିଛନ୍ତି। ସୂଚନାମୁତାବକ ସେପ୍ଟେମ୍ବର ୨୯ ରାତିରେ ବ୍ରହ୍ମପୁର ପୋଲିସ, ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ୧୧୪ ଜଣ ପ୍ରାର୍ଥୀ ଏବଂ ତିନି ଜଣ ଏଜେଣ୍ଟଙ୍କୁ ନେଇ ଯାଉଥିବା ତିନୋଟି ବସ୍ ଅଟକାଇବା ପରେ ଏହି ଠକେଇ ସାମ୍ନାକୁ ଆସିଥିଲା। ତେବେ କ୍ରାଇମବ୍ରାଞ୍ଚ ଏହି ରାକେଟରେ ଶଙ୍କରର ଦୁଇ ମୁଖ୍ୟ ସହଯୋଗୀ ମୁନ୍ନା ମହାନ୍ତି ଏବଂ ଶ୍ରୀକାନ୍ତ ମହାରଣା ଓରଫ ରିଙ୍କୁକୁ ଗିରଫ କରିଥିଲା। ଗୋଟିଏ ଦିନ ପରେ ଆଉ ଚାରି ଜଣ ଅଭିଯୁକ୍ତ ପ୍ରିୟଦର୍ଶିନୀ ସାମଲ, ଟି ଅଭିମନ୍ୟୁ ଦୋରା, ଅରବିନ୍ଦ ଦାସ ଏବଂ ବିଶ୍ୱରଞ୍ଜନ ବେହେରାଙ୍କୁ ଗିରଫ କରିଥିଲା। ଯେଉଁମାନେ କି ଏଜେଣ୍ଟ ଥିଲେ…

Read More

ଦିଲ୍ଲୀରେ ସୋମବାର ସଂଧ୍ୟାରେ ଲାଲକିଲ୍ଲା ନିକଟରେ ହୋଇଥିବା କାର୍ ଦୁର୍ଘଟଣାର ତଦନ୍ତ ରାଷ୍ଟ୍ରୀୟ ତଦନ୍ତକାରୀ ଏଜେନ୍ସି କରିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି ଓ ତଦନ୍ତ ଦାୟିତ୍ୱ ଏନଆଇଏକୁ ହସ୍ତାନ୍ତର କରାଯାଇଛି ।ସୋମବାର ରାତିରେ ବିସ୍ଫୋରଣ ପରେ ଏନଆଇଏ ଏବଂ ଏନଏସଜି ଟିମ ଘଟଣାସ୍ଥଳରେ ପହଞ୍ଚି ତନାଘନା କରିଥିଲେ। ଏହି ବିସ୍ଫୋରଣ ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିଲା।ଅନ୍ୟପଟେ ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଫୋନ କରି କଥା ହୋଇଛନ୍ତି। ରାଷ୍ଟ୍ରପତି ବର୍ତ୍ତମାନ ଆଙ୍ଗୋଲା ଗସ୍ତରେ ରହିଛନ୍ତି। ସେଠାରୁ ସେ ଶାହଙ୍କୁ ଫୋନ କରି ଘଟଣା ବିଷୟରେ ପଚାରି ବୁଝିଥିଲେ।ସୂତ୍ର ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ ହୋଇଥିଲା । ଏଥିରେ ଗୃହ ସଚିବ ଗୋବିନ୍ଦ ମୋହନ, ଆଇବି ନିର୍ଦ୍ଦେଶକ ତପନ ଡେକା, ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା…

Read More