Author: sanitelevision

ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୪ ଅଞ୍ଚଳରେ ଦେହ ବ୍ୟବସାୟରେ ଫସାଇବାକୁ ଉଦ୍ୟମ କରାଯାଉଥିବା ଜଣେ ନାବାଳିକାଙ୍କୁ ବୁଧବାର ଖାରବେଳ ନଗର ପୋଲିସ ଏକ ହୋଟେଲରୁ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।ଖବରଅନୁଯାୟୀ, ଢେଙ୍କାନାଳ ଜିଲ୍ଲାର ଏହି ନାବାଳିକା ଜଣକ ଗତ କିଛି ମାସ ହେବ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ତେବେ ଏହି ସମୟରେ ସେ ଅଭିଯୁକ୍ତ ଯୁବକଙ୍କ ସଂସ୍ପର୍ଶରେ ଆସିଥିଲେ। ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଏକ ଶୋ’ରୁମରେ ରିସେପ୍ସନିଷ୍ଟ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇ ୟୁନିଟ୍-୪ ଅଞ୍ଚଳର ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ତାଙ୍କୁ ଦେହ ବ୍ୟବସାୟରେ ଲଗାଇବାକୁ ଯୋଜନା କରିଥିଲେ। କିନ୍ତୁ ନାବାଳିକା ଜଣକ ଏହା ଜାଣିପାରି ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ହୋଟେଲରୁ ଖସି ଆସି ପୋଲିସକୁ ଖବର ଦେଇଥିଲେ। ଖାରବେଳ ନଗର ପୋଲିସ ତୁରନ୍ତ ହୋଟେଲରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଅଟକ ରଖିଛି।…

Read More

ଆସିଷ୍ଟାଣ୍ଟ ସେକ୍ସନ ଅଫିସ ମୁଖ୍ୟ ଲିଖିତ ପରୀକ୍ଷା ରଦ୍ଦ । ହାଇକୋର୍ଟ ଏଏସଓ ପଦ ପୂରଣ ପାଇଁ ଗତ ଜୁଲାଇ ୧୩ ତାରିଖରେ ହୋଇଥିବା ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରିଛନ୍ତି ଉଚ୍ଚନ୍ୟାୟାଳୟ ।ଏହି ପରୀକ୍ଷାରେ ଅନିୟମିତତା ନେଇ ହାଇକୋର୍ଟ ସନ୍ଦେହ କରିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ପ୍ରିଲିମିରେ ୭୧୧୩ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିଲେ। ଏହି ପରୀକ୍ଷାକୁ ସିଲିକନ୍‌ ଟେକ୍‌ କରୁଥିବାରୁ ଅନିୟମିତତା ନେଇ ହାଇକୋର୍ଟଙ୍କ ସନ୍ଦେହ ବଢିଥିଲା। ତେଣୁ ୧୩ରେ ହୋଇଥିବା ପରୀକ୍ଷାକୁ ପୁଣି ଆଉ ଥରେ ୭ରେ ହେବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପରୀକ୍ଷା ସକାଳ ୯ଟାରୁ ପୂର୍ବାହ୍ନ ୧୧ଟା ପର୍ଯ୍ୟନ୍ତ ହେବ । ପରେ ଦ୍ବିତୀୟ ସିଟିଂ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ଯାଏ ରହିଛି । ସେଥିରେ ଜେନେରାଲ ଆୱାରନେସ୍ ଏବଂ ରିଜୋନିଂ ପରୀକ୍ଷା ହେବ । ତୃତୀୟ ସିଟିଂରେ ଗଣିତ ପରୀକ୍ଷା ଅପରାହ୍ନ ୨ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ…

Read More

ଆଜି ମାର୍ଗଶିର କୃଷ୍ଣ ନବମୀ ତିଥି ପଡୁଛି। ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସାଧାରଣ ଲୋକଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ।ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

Read More

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ତନାଘନା । FSL ଟେଷ୍ଟ ପାଇଁ ଗଲା ଜବତ ବନ୍ଧୁକ । ଗତ ମଙ୍ଗଳବାର ବନ୍ଧୁକର ତଥ୍ୟକୁ SDJM କୋର୍ଟରେ ଦାଖଲ କରିଥିଲା ପୋଲିସ । ହତ୍ୟାକାରୀଙ୍କ ବନ୍ଧୁକରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବ ।ତେବେ ଜବତ ହୋଇଥିବା ଦୁଇ ବନ୍ଧୁକ ୯-ଏମ ଏମ ବୋଲି ଜଣାପଡ଼ିଛି । ପୀତବାସ ହତ୍ୟା ମାମଲାରେ ମୋଟ ୧୬ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ ମେୟର୍ ଶିବଶଙ୍କର ଦାଶ ଓରଫ ପିଣ୍ଟୁ ,କର୍ପୋରେଟର ମଳୟ ବିଷୋୟୀ, ଆଇନଜୀବୀ ମଦନ ଦଳାଇ ଓ ସୁନିଲ ହୋତାଙ୍କ ପାଇଁ ଆଇନଜୀବୀମାନେ କୋର୍ଟରେ ୱାକାଲତନାମା ଦାଖଲ କରିଛନ୍ତି । ସେପଟେ ଜେଲରେ ଥିବା ବିଜେଡି ନେତା ବିକ୍ରମ ପଣ୍ଡା ଏବଂ କର୍ପୋରେଟର ମଳୟ ବିଶୋଇଙ୍କୁ ଘର ଖାଦ୍ୟ ଯୋଗାଇବା ପାଇଁ ଅଦାଲତରେ ଆବେଦନ କରିଥିଲେ । ପରେ ଏସଡିଜେଏମ୍ ଏହାର ଶୁଣାଣି…

Read More

ରାଜ୍ୟରେ ଜମି କିଣାବିକା ଏବଂ ଜମି ପଟ୍ଟା ସଂଶୋଧନ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ନିଷ୍ପତ୍ତିକୁ ମଞ୍ଜୁରୀ ଦେଇଛନ୍ତି। ଓଡ଼ିଶା ସର୍ଭେ ଆଣ୍ଡ ସେଟଲ୍‌ମେଣ୍ଟ ରୁଲ୍‌ସରେ ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି।ବର୍ତ୍ତମାନ ପ୍ରାବଧାନ ଅନୁସାରେ, ବନ୍ଦୋବସ୍ତ ପ୍ରକ୍ରିୟା (Settlement Operation) ପୂର୍ବରୁ କିଣିଥିବା ଜମିର ପଟ୍ଟା (RoR) ବନ୍ଦୋବସ୍ତ ଅଧିକାରୀ (Settlement Officer) କ୍ରେତାଙ୍କ ନାମରେ କରିଥାଆନ୍ତି। କିନ୍ତୁ ଯଦି କୌଣସି କାରଣ ଯୋଗୁ ବନ୍ଦୋବସ୍ତ ପ୍ରକ୍ରିୟାରେ(Settlement Operation) ଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇ ନ ଥାଏ, ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ (Board of Revenue) ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟ (Revision Court)ରେ ଅପିଲ୍ କରିଥାନ୍ତି । ଅତ୍ୟଧିକ କାର୍ଯ୍ୟଭାର ଯୋଗୁ, ଏହି ଅପିଲଗୁଡିକ ବର୍ଷ ବର୍ଷ ଧରି ଫଇସଲା ନ ହୋଇ ପଡି ରହିଥାଏ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅନୁମୋଦିତ…

Read More

ଏସିଆର ୪୦ ବର୍ଷୀୟ ଫ୍ରିଡାଇଭର ଭିଟୋମିର ମାରିସିକ୍ ପାଣି ତଳେ ୨୯ ମିନିଟ୍ ଓ ୩ ସେକେଣ୍ଡ ଯାଏ ନିଃଶ୍ୱାସ ବନ୍ଦ କରି ନୂଆ ଗିନିଗ୍ ୱାର୍ଲଡ ରେକର୍ଡ କରିଛନ୍ତି । ଏହା ପୂର୍ବ ରେକର୍ଡଠାରୁ ପ୍ରାୟ ୫ ମିନିଟ୍ ଅଧିକ ଅଟେ ।ଓପାଟିଜା ସହରର ଏକ ହୋଟେଲ ପୁଲରେ ଏହି ଚମତ୍କାର ଘଟିଛି । ମାରିସିକ୍ ଏହି ପ୍ରୟାସ ପୂର୍ବରୁ ୧୦ ମିନିଟ୍ ପାଇଁ ଶୁଦ୍ଧ ଅମ୍ଳଜାନରେ ନିଃଶ୍ୱାସ ନେଇଥିଲେ । ତା’ପରେ ସେ ପୁଲ ଭିତର ଯାଇଥିଲେ, ମୁହଁ ତଳକୁ କରି, ନିଶ୍ଚଳ ହୋଇଥିଲେ । ମାରିସିସ୍ କହିଛନ୍ତି, “ସବୁକିଛି ଭାରୀ ଲାଗୁଥିଲା । ମୁଁ ସମ୍ପୂର୍ଣ୍ଣ ଭାବରେ ଅଲଗା ଅନୁଭବ କରୁଥିଲି, ଯେପରି ମୁଁ ସେଠାରେ ନାହିଁ । ଗୋଟିଏ ସମୟ ଆସିଲା, ଯେତେବେଳେ ମୁଁ ହାର ମାନିବାକୁ ସ୍ଥିର କରି ନେଇଥିଲେ । କିନ୍ତୁ ତା’ପରେ ବିଜୟ କଥା ବି ମନକୁ ଆସିଥିଲା । ଯେତେବେଳେ…

Read More

ନୂଆପଡ଼ା ଉପନିର୍ବାଚନ ଫଳାଫଳକୁ ନେଇ ବିଜେଡିର ନୂଆ ଥିଓରି ସାମ୍ନାକୁ ଆସିଛି। ପ୍ରେସ୍‌ମିଟ୍‌ କରି ଭାଜପାକୁ ଟାର୍ଗେଟ କରିଛନ୍ତି ପ୍ରମିଳା ମଲ୍ଲିକ। ସେ କହିଛନ୍ତି, ସବୁ ଠିକ ଥିଲେ ଆମେ ୧୦ ହଜାର ଭୋଟ୍‌ରେ ଜିତିବୁ। ନୂଆପଡା ଉପନିର୍ବାଚନରେ ବିଜେପି ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ଅପଚେଷ୍ଟା କରିଛି ବୋଲି ଆଜି ବିଜୁ ଜନତା ଦଳ ଅଭିଯୋଗ କରିଛି । ଭାଜପା ଯଦି ଜିତେ ତା’ହେଲେ ଇଭିଏମ୍‌ ଜାଲିଆତି ହୋଇଛି ବୋଲି ସ୍ପଷ୍ଟ ହୋଇଯିବ। ଏନେଇ ଆମେ ସିଇଓଙ୍କ ନିକଟରେ ଅଭିଯୋଗ ବି କରିଛୁ। ସରକାରୀ ଦଳ ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି। ଆବଶ୍ୟକ ନ ଥାଇ ବି ଅନେକ ସ୍ଥାନରେ ଇଭିଏମ୍‌ ବଦଳାଯାଇଛି। ହାଇଦ୍ରାବାଦରୁ ଇଞ୍ଜିନିୟରଙ୍କୁ ଆଣି ନୂଆ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ଯେଉଁଥିପାଇଁ ସେମାନେ ୩୦ରୁ ୪୦ ହଜାର ଭୋଟ୍‌ରେ ଜିତିବୁ ବୋଲି କହୁଛନ୍ତି।

Read More

ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ଏସପି ସମ୍ମିଳନୀ । ଲୋକସେବା ଭବନର କନଭେନସନ ସେଣ୍ଟରରେ ୧୮ ଏବଂ ୧୯ ତାରିଖ ଦୁଇ ଦିନ ହେବ ସମ୍ମିଳନୀ । ଏଥିରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେଇ ବିଶଦ ଆଲୋଚନା ହେବ । ଦୁଇ ଦିନିଆ ସମ୍ମିଳନୀରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ, ରବି ଧାନ ସଂଗ୍ରହ ଓ ନୂଆଦିଲ୍ଲୀ ବିସ୍ଫୋରଣ ପରେ ସୁରକ୍ଷା ବ୍ୟବସ୍ଥାକୁ ବୈଠକରେ ଗୁରୁତ୍ୱ ଦିଆଯିବ । ତୃଣମୂଳ ସ୍ତରରେ ଉଭୟ ସରକାରଙ୍କ ଯୋଜନା ପହଞ୍ଚାଇବା ନେଇ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଜିଲ୍ଲାସ୍ତରରେ ଅଭିଯୋଗ ଶୁଣାଣୀ ତ୍ଵରାନିତ କରିବା ଉପରେ ଗୁରୁତ୍ୱ ଦିଆଯିବ ।ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି, ଗୁଇନ୍ଦା ରିପୋର୍ଟକୁ ଅଧିକ ସଶକ୍ତ, ମାଓବାଦୀ ସମସ୍ୟା ଓ ଉପକୂଳ ସୁରକ୍ଷା, ମହିଳା ସୁରକ୍ଷାକୁ ନେଇ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନରୁ ଫେରିବା ପରେ ସିଧାସଳଖ ଦିଲ୍ଲୀ ବିସ୍ଫୋରଣରେ ପୀଡିତ ଆହତଙ୍କୁ ଭେଟିଛନ୍ତି । ଦିଲ୍ଲୀ ସ୍ଥିତ ଏଲଏନଜେପି ହସପିଟାଲରେ ଆହତଙ୍କୁ ଭେଟିଛନ୍ତି । ଏହି ହସପିଟାଲରେ ଦିଲ୍ଲୀ ବିସ୍ଫୋରଣରେ ଆହତ ହୋଇଥିବା ବ୍ୟକ୍ତି ଚିକିତ୍ସିତ ହେଉଛନ୍ତି । ଜାତୀୟ ରାଜଧାନୀର ଏହି ପ୍ରମୁଖ ପର୍ଯ୍ୟଟନ ସ୍ଥଳରେ ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଥିଲେ। ବୁଧବାର ଦିଲ୍ଲୀରେ ଅବତରଣ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସିଧାସଳଖ LNJP ଡାକ୍ତରଖାନାକୁ ଯାଇଥିଲେ। ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଆହତଙ୍କୁ ବ୍ୟକ୍ତିଗତ ଭାବରେ ଭେଟି ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ସେମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଥିଲେ। ଡାକ୍ତରଖାନାରେ ଉପସ୍ଥିତ ଅଧିକାରୀ ଓ ଡାକ୍ତରମାନେ ମଧ୍ୟ ତାଙ୍କୁ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ।ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ପଛରେ ଓଡ଼ିଶାର ଲିଙ୍କ୍ ଥିବା ସୂଚନା ମିଳିଛି । ଓଡ଼ିଶାରେ ଆତଙ୍କୀ ମୁଜାମିଲ୍…

Read More

ଏସ୍‌ଆଇ ସ୍କାମ୍ ମାମଲାରେ ଅଭିଯୁକ୍ତ ଶଙ୍କର ପୃଷ୍ଟିର ଘନିଷ୍ଠ ସହେଯାଗୀ ସାଗର କୁମାର ଗୌଡକୁ ବାନ୍ଧିଲା କ୍ରାଇମବ୍ରାଞ୍ଚ । ଦୀଘା ମଡ୍ୟୁଲର ଦାୟିତ୍ୱରେ ସାଗର ଥିବା ସୂଚନା ମିଳିଛି । ମାଷ୍ଟର ମାଇଣ୍ଡ ଶଙ୍କରଙ୍କ କେୟାର୍ ଟେକର୍ ଥିଲେ ସାଗର । ସାଗର ଜରିଆରେ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲେ ଶଙ୍କର । ସେପଟେ ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀର ତଦନ୍ତ କରିବ ସିବିଆଇ । ଏନେଇ କେନ୍ଦ୍ର ସରକାର ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ହୋଇଛି । ତଦନ୍ତ ବେଳେ କେଳେଙ୍କାରୀ ପଛର ପ୍ରୟାସ, ପ୍ରୋତ୍ସାହନ ଓ ଷଡ଼ଯନ୍ତ୍ରକୁ ଫୋକସ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ମାମଲାରେ ସିବିଆଇ ତଦନ୍ତ ପାଇଁ ଗତମାସ ୨୨ ତାରିଖରେ ସୁପାରିସ କରିଥିଲେ । ସୂଚନାଯୋଗ୍ୟ, ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା ପଞ୍ଚସଫ୍ଟ ଟେକ୍ନୋଲୋଜିର ମାଲିକ ଗଞ୍ଜାମ ଜିଲ୍ଲାର ଶଙ୍କର ପୃଷ୍ଟି ସମେତ ୬ଜଣ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ…

Read More