Author: sanitelevision

ଭୁବନେଶ୍ଵର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ। ସହରର ଟ୍ରାଫିକ ସମସ୍ୟା ଦୂର ପାଇଁ ଦୁଇ ଥାକିଆ ରାସ୍ତା ନିର୍ମାଣ କରାଯିବ। ଏଜି ଛକ ଦେଇ ଏହି ରାସ୍ତା ଯିବ। ମାଟି ତଳେ ଏବଂ ମାଟି ଉପରେ ରାସ୍ତା ନିର୍ମାଣ କରାଯିବ। କଳ୍ପନା, ଖଣ୍ଡଗିରି, ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଲେ ପୂର୍ତ୍ତ ମନ୍ତ୍ରୀ । ଟ୍ରାଫିକ ସମସ୍ୟା ଦୂର ପାଇଁ ୨୦ଟି ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଇଛି ।ପୂର୍ତ୍ତ ବିଭାଗର ସମସ୍ତ କାର୍ଯ୍ୟ ପେପରଲେସ୍ ହେବ । ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଛନ୍ତି ପୂର୍ତ୍ତ ମନ୍ତ୍ରୀ । କାଗଜପତ୍ରରେ ଆଉ କାମ ହେବ ନାହିଁ । ଏଥିପାଇଁ ଓଡ଼ିଶା ବ୍ରିଜ୍ କନଷ୍ଟ୍ରକ୍ସନ୍ କର୍ପୋରେସନ୍‌ର ସମସ୍ତ କାର୍ଯ୍ୟ ଅନଲାଇନ୍ ମାଧ୍ୟମରେ ହେବ । କୌଣସି କାଗଜ ଫାଇଲ୍ ବ୍ୟବହାର କରାଯିବ ନାହିଁ । ନିଷ୍ପତ୍ତି ହୋଇଛି, ଡିସେମ୍ବର ୩୧…

Read More

ପୁଣି ଇସ୍କନର ମନମାନୀ । ଆସନ୍ତା୨୩ତାରିଖ ରବିବାର ଦିନ ଆୟୋଜିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ତାଇୱାନର ଜିମେଣ୍ଡିଙ୍ଗ ଏମଆରଟି EXIT-6ରେ ଆୟୋଜିତ ହେବାକୁ ଥିବା ଅଦିନିଆ ରଥଯାତ୍ରାରେ ଯୋଗ ଦେବାପାଇଁ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନ ମାଧ୍ୟମରେ ସୂଚନା ଦିଆଯାଇଛି ।। ତେବେ ଏହି ଘଟଣାକୁ ନେଇ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି। ଇସ୍କନ ବାରମ୍ବାର ଏଭଳି ଅଦିନିଆ ରଥଯାତ୍ରା ଆୟୋଜନ କରୁଥିବାରୁ ସାଧାରଣରେ କ୍ଷୋଭ ପ୍ରକାଶ ପାଇଛି। ସନାତନ ଧର୍ମର ପ୍ରଚାର ପ୍ରସାର ପାଇଁ ଆରମ୍ଭ ହୋଇଥିବା ଇସ୍କନ ଅନୁଷ୍ଠାନ ସନାତମ ଧର୍ମର ନୀତି ବିରୋଧରେ କାମ କରୁଛି। ତିଥି ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନକରି ବିଦେଶରେ ପାଣିପାଗ, ବିଦେଶରେ ଛୁଟି ତଥା ସ୍ଥାନୀୟ ପ୍ରଶାସନର ନିଷ୍ପତ୍ତି ଅନୁସାରେ ରଥଯାତ୍ରା ପାଳନ କରୁଛି। ରଥଯାତ୍ରା ବ୍ୟତୀତ ଅନ୍ୟ ତିଥିରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଗର୍ଭଗୃହରୁ ବାହାରକୁ ଆଣି…

Read More

ଏଣିକି ଓଡିଶାରେ ରହିବ କେବଳ ଗୋଟିଏ ରାଜସ୍ଵ ଆଇନ୍। ପୁରୀରେ ସମୀକ୍ଷା ବୈଠକ ପରେ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସରକାର ଅଧ୍ୟୟନ କରୁଛନ୍ତି, ପ୍ରସ୍ତୁତି ଆରମ୍ଭ ହୋଇଛି। ଅନେକ ଜଟିଳ ଆଇନ୍ ଅଛି, କିଛି ଆବଶ୍ୟକ ନାହିଁ। ଖୁବ୍ ଶୀଘ୍ର ଓଡିଶା ଗଭରମେଣ୍ଟ ଲ୍ୟାଣ୍ଡ ମ୍ୟାନେଜମେଣ୍ଟ ଆକ୍ଟ ଆସିବ। ଏହା ସମୟ ଉପଯୋଗୀ ହେବ। ଲୋକଙ୍କୁ ବୁଝିଲା ଭଳି ହେବ। ସୂଚନାମୁତାବକ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ପୁରୀ ସର୍କିଟ ହାଉସ ପରିସରରେ ବସିଥିଲା । ଏଥିରେ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସହ ୧୧ଟି ବ୍ଳକ ତହସିଲଦାର ଉପସ୍ଥିତ ଥିଲେ । ସତ୍ୟବାଦୀ ବିଧାୟକ ଓ ବ୍ରହ୍ମଗିରି ବିଧାୟିକା ମଧ୍ୟ ଉପସ୍ଥିତ ଥିଲେ । ପୁରୀ ବାସିନ୍ଦାଙ୍କ ଜମିଜମା ସମସ୍ୟାର ସମାଧାନ ଉପରେ ବୈଠକରେ ଆଲୋଚନା ହୋଇଥିଲା ।

Read More

ଆସନ୍ତା ୨୦ ତାରିଖରୁ ବରଗଡ ଜିଲ୍ଲାରୁ ଖରିଫ୍ ଧାନ କିଣା ଆରମ୍ଭ ହେବ। ଧାନ ସଂରକ୍ଷଣ ପାଇଁ ମଣ୍ଡିରେ ଅତ୍ୟାଧୁନିକ ବ୍ୟବସ୍ଥା ହୋଇଛି। ଦୁଇ ବର୍ଷ ମଧ୍ୟରେ ୧୦୦ଟି ମଡେଲ ମଣ୍ଡି ପାଇଁ ନିଷ୍ପତି ହୋଇଛି। ୧ମ ପର୍ଯାୟରେ ୩୮ଟି ମଡେଲ ମଣ୍ଡି ସ୍ଥାପନ ପାଇଁ ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହୋଇଛି। ଚଳିତ ଆର୍ଥିକ ବର୍ଷରେ ୮୦ଟି ସମବାୟ ସମିତିରେ ୨୦୦ ମେଟ୍ରିକ ଟନ କ୍ଷମତା ବିଶିଷ୍ଟ ଗୋଦାମ ଗୃହ ନିର୍ମାଣ ପାଇଁ ୨୦ କୋଟିର ବ୍ୟୟ ବରାଦ ହୋଇଛି। ୯୭୩ଟି ସମବାୟ ସମିତି, RMCରେ ୫୧୬ କୋଟି ଟଙ୍କା ବ୍ୟୟରେ ଭିତ୍ତିଭୂମି ବିକାଶ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏ ନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି।

Read More

ରାଜ୍ୟରେ ଭିନ୍ନକ୍ଷମ ଶିଶୁଙ୍କ ହେବ ସର୍ଭେ । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ମାର୍ଗଦର୍ଶଶିକା ଜାରି କରାଯାଇଛି । ଘର ଘର ବୁଲି ତଥ୍ୟ ସଂଗ୍ରହ କରିବେ ଅଙ୍ଗନବାଡି କର୍ମୀ । ଏଥିପାଇଁ ଅଙ୍ଗନବାଡି କର୍ମୀଙ୍କୁ ୫୦୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ଜନ୍ମରୁ ୬ ବର୍ଷ ମଧ୍ୟରେ ଥିବା ଭିନ୍ନକ୍ଷମ ଶିଶୁଙ୍କ କରାଯିବ ସର୍ଭେ । ଚିହ୍ନଟ ଶିଶୁଙ୍କୁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଯିବ । ଏନଇପି- ୨୦୨୦, ଆରପିଡବ୍ଲ୍ୟୁଡି ଆକ୍ଟ ୨୦୧୬ରେ କରାଯିବ ସାମିଲ । ସର୍ଭେ ଠିକ ଭାବେ ହେଉଛି କି ନାହିଁ ଅଧିକାରୀମାନେ ଯାଞ୍ଚ କରିବେ । ଆସନ୍ତା ୧ ମାସ ମଧ୍ୟରେ ଶେଷ ହେବ ସର୍ଭେ ପ୍ରକ୍ରିୟା ।ଭିନ୍ନକ୍ଷମ ଅଧିକାର ଆକ୍ଟ (ଆର୍ପିଡବ୍ଲୁଡି),୨୦୧୬ରେ ଥିବା ସମସ୍ତ ୨୧ କାଟାଗୋରୀରେ ସମସ୍ତ ଭିନ୍ନକ୍ଷମ ଶିଶୁଙ୍କୁ ସାମିଲ କରାଯିବ ।

Read More

ଜଣେ ବୃଦ୍ଧାଙ୍କର ରବିବାରଠାରୁ ମୃତ୍ୟୁ ହେଲାଣି। ଆଜି ପର୍ଯ୍ୟନ୍ତ ତାଙ୍କର ଶବ ସତ୍କାର କରାଯାଇ ପାରିନାହିଁ। ସ୍ବାମୀ ଛୁଇଁବାକୁ ଅରାଜି ଥିବାବେଳେ କାନାଡ଼ାରେ ରହୁଥିବା ପୁଅକୁ ଅପେକ୍ଷା କରାଯାଇଛି। ପୁଅ ପହଞ୍ଚିବା ପରେ ଶବ ସତ୍କାର ହେବ। ଏହି କାରଣରୁ ୪ଦିନ ହେଲା ବୃଦ୍ଧାଙ୍କ ମୃତଦେହ ଫ୍ରିଜର୍‌ରେ ରହିଛି। ମୃତ ବୃଦ୍ଧା ହେଲେ, ବାଲେଶ୍ବର ସହଦେବଖୁଣ୍ଟା ଥାନା ଅରଡ଼ବଜାରର ଛବିରାଣୀ ଦେ (୭୦ବର୍ଷ)। ସୂଚନା ଅନୁସାରେ, ସୋମବାର ୧୦ ତାରିଖ ଭୋର ସମୟରେ ସୃଷ୍ଟିଧର ଦେଙ୍କ ପତ୍ନୀ ଛବିରାଣୀଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ସକାଳୁ ଜଣେ ମହିଳାଙ୍କ ସହ ସୃ​‌ଷ୍ଟିଧର ପହଞ୍ଚି ପତ୍ନୀଙ୍କ ମର ଶରୀରକୁ ଦେଖି ନୀରବରେ ସ୍ଥାନ ଛାଡ଼ି ଥିଲେ। ଏହି ସମୟରେ ନାଟକୀୟ ଦୃଶ୍ୟ ଆରମ୍ଭ ହୋଇଥିଲା। ମହିଳାଙ୍କ ପଡ଼ୋଶୀ ସ୍ୱାମୀ ସୃଷ୍ଟିଧର ଓ ତାଙ୍କ ସହ ଆସିଥିବା ମହିଳାଙ୍କୁ ଅଟକ ରଖି ପତ୍ନୀଙ୍କ ଅନ୍ତିମ ସଂସ୍କାର କରିବାକୁ ଜିଦ୍‌ ଧରିଥିଲେ। ବୃଦ୍ଧ ସୃଷ୍ଟିଧରଙ୍କ ସହ…

Read More

ଭିଜିଲାନ୍ସ ଜାଲରେ RWSS କିରାଣି । କଳାହାଣ୍ଡି ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବରିଷ୍ଠ କିରାଣୀ ଟି ଭେଙ୍କଟ ଗିରି ରାଓଙ୍କୁ ମାଡିବସିଲା ଭିଜିଲାନ୍ସ । ପେନସନ ଓ ଗ୍ରାଚୁଟି କାଗଜ ପତ୍ର କରାଇଦେବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ।୩୧.୦୩.୨୦୨୪ରେ ଅବସର ଗ୍ରହଣ କରିଥିଲେ। ସେବେଠାରୁ ସେ ଅଭିଯୁକ୍ତ ରାଓଙ୍କୁ ତାଙ୍କର ପେନ୍‌ସନ୍‌ କାଗଜପତ୍ର ପ୍ରସ୍ତୁତ କରିବାକୁ ଅନୁରୋଧ କରି ଆସୁଥିଲେ। ଅଭିଯୋଗକାରୀଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ ଅଭିଯୁକ୍ତ ଫାଇଲ ପ୍ରକ୍ରିୟାକରଣ କରୁ ନ ଥିଲେ ବରଂ ତାଙ୍କୁ ୨୦,୦୦୦ ଟଙ୍କା ଲାଞ୍ଚ ଦେବାକୁ ବାଧ୍ୟ କରୁଥିଲେ। ଅଭିଯୋଗକାରୀ ରାଓଙ୍କ ଦ୍ୱାରା ତାଙ୍କୁ ହଇରାଣ କରାଯାଇଥିବା ବିଷୟରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିଥିଲେ।ପୂର୍ବ କଥାବାର୍ତ୍ତା ଅନୁଯାୟୀ ଭେଙ୍କଟ ଗିରି ରାଓ ନଜ ସରକାରୀ ବାସଭବନରେ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଅଧିକାରୀଙ୍କୁ ଦେଖି ଝରକା ବାହାରକୁ ଟଙ୍କା ଫିଙ୍ଗିଦେଇଥିଲେ…

Read More

ପୁଲିସ ଏସଆଇ ନିଯୁକ୍ତି ସ୍କାମର ବଡ଼ ଅପଡେଟ୍। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତ ପ୍ରକାଶ ପରେ ମାମଲା ରୁଜୁ କଲା ସିବିଆଇ। ଭୁବନେଶ୍ଵର ସ୍ଥିତ ସିବିଆଇ ଶାଖା ପକ୍ଷରୁ ମାମଲା ରୁଜୁ କରାଯାଇ ଘଟଣାର ବିଧିବଦ୍ଧ ତଦନ୍ତ ଆରମ୍ଭ ହୋଇଛି। ଟିମରେ ଅଛନ୍ତି ୧୨ରୁ ଅଧିକ ସିବିଆଇ ଅଧିକାରୀ। ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଗଠନ ହେଲା ସିବିଆଇ ଟିମ । ୩ ଜଣ ଡିଏସପି, ୪ ଜଣ ଇନସପେକ୍ଟର ଏଥିରେ ସାମିଲ ହେବେ । କ୍ରାଇମବ୍ରାଞ୍ଚକୁ ମାମଲାର ସବୁ ଦସ୍ତାବିଜ ମାଗିଲା ସିବିଆଇ । ପୂର୍ବରୁ କ୍ରାଇମବ୍ରାଞ୍ଚ ଅଧିକାରୀ ତଦନ୍ତ କରୁଥିଲେ। ଘଟଣାର ମାଷ୍ଟରମାଇଣ୍ଡ, ଶଙ୍କର ପୃଷ୍ଟି କାର କେୟାରଟେକର ଓ ସୁରେଶ ନାୟକଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ। ଗିରଫ ୧୧୪ ଆଶାୟୀଙ୍କୁ ଆନ୍ଧ୍ରପ୍ରଦେଶ ହାଇଦ୍ରାବାଦ୍‌ରେ ପ୍ରଶିକ୍ଷଣ ଦେବା ପାଇଁ କେମିତି ପ୍ରୟାସ ଆରମ୍ଭ ହୋଇଥିଲା ? ପ୍ରଶିକ୍ଷଣର ବ୍ଲୁ-ପ୍ରିଣ୍ଟ କେଉଁମାନେ ପ୍ରସ୍ତୁତ କରିଥିଲେ ? ସିବିଆଇ ଅଧିକାରୀ ତଦନ୍ତ ବେଳେ…

Read More

ଶୀତରେ ଥରୁଛି ସାରା ରାଜ୍ୟ । ରାତି ଯେତିକି ବଢୁଛି ପାରଦ ସେତିକି ଖସୁଛି । ପୂର୍ବରୁ ପଶ୍ଚିମ – ଉତ୍ତରରୁ ଦକ୍ଷିଣ ସବୁଠି ହାଡ଼ଭଙ୍ଗା ଶୀତର ପ୍ରକୋପ ଅନୁଭୂତ ହେଉଛି । ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶା ମଧ୍ୟକୁ ଶୁଷ୍କ ଥଣ୍ଡା ବାୟୁ ପ୍ରବାହ ହେଉଥିବାରୁ ଶୀତ ବଢ଼ୁଥିବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୧ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରି ତଳେ ରହିଛି। କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି। ଏହା ପଛକୁ ଜି. ଉଦୟଗିରିର ତାପମାତ୍ରା ୮.୭ ଡିଗ୍ରି ସେଲସିୟସ୍ ରେକର୍ଡ କରାଯାଇଛି।ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରୀ ଜାରି ରହିବ, ଯାହାଦ୍ୱାରା ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।ଏହାପରେ ତାପମାତ୍ରା ୩-୪ଡିଗ୍ରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ ଅନୁଯାୟୀ, ଆଜି (ଗୁରୁବାର) ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ଅନୁଭୂତ…

Read More

ଲାଲକିଲ୍ଲା ବିସ୍ଫୋରଣ ପରେ ଦିଲ୍ଲୀରେ ଆଉ ଏକ ବିସ୍ଫୋରଣ ଘଟଣା ଖବର ଆସିବା ପରେ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଗୁରୁବାର ସକାଳେ ଦିଲ୍ଲୀ ମହିପାଳପୁର ଅଞ୍ଚଳର ରାଡିସନ ହୋଟେଲ ନିକଟରେ ଆଉ ଏକ ବିସ୍ଫୋରଣ ପରି ଶବ୍ଦ ଶୁଣାଗଲା । ସକାଳ ୯ଟା ୧୮ରେ ଏହି ବିସ୍ଫୋରଣ ଘଟିଥିବା ସୂଚନା । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚିଥିବା ବେଳେ ପୁଲିସ ମଧ୍ୟ ଘଟଣାର ତଦନ୍ତ ଆରମ୍ଭ କରିଛି ।ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଘଟଣା ସ୍ଥଳରେ ତିନୋଟି ଦମକଳ ଗାଡ଼ି ଉପସ୍ଥିତ ଅଛି। ଦିଲ୍ଲୀର ମହିପାଳପୁରରେ ଥିବା ରାଡିସନ୍ ହୋଟେଲ ନିକଟରେ ବିସ୍ଫୋରଣ ସମ୍ପର୍କରେ ଏକ ପୋଲିସ ବିବୃତ୍ତି ମଧ୍ୟ ପ୍ରକାଶ ପାଇଛି। ଡିସିପି ଦକ୍ଷିଣ ପଶ୍ଚିମ କହିଛନ୍ତି, “ପ୍ରାଥମିକ ତଦନ୍ତରେ ଦିଲ୍ଲୀ ପୋଲିସ କିଛି ସନ୍ଦେହଜନକ ପାଇନାହିଁ। ପୋଲିସ ଶବ୍ଦର ଉତ୍ସ ଖୋଜିବାକୁ ଚେଷ୍ଟା କରୁଛି।”

Read More