Author: sanitelevision

ଅଭିଜିତ ମଜୁମଦାର ପରେ ଓଲିଉଡ୍ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ କଣ୍ଠଶିଳୀ ହ୍ୟୁମାନ ସାଗରଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟବସ୍ଥା। ସିଙ୍ଗର୍ ହ୍ୟୁମାନ ସାଗର କିଡନି ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ପ୍ରଥମେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ଏବେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି ।

Read More

ନୂଆପଡା ଉପନିର୍ବାଚନରେ ବିଜେପିର ପ୍ରଦର୍ଶନକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ। ସେ କହିଛନ୍ତି ବିଜେପି ପଇସା ଦେଇ ଭୋଟ୍ କିଣିଛି। ପଇସା ପାଇଁ ବିଜେପି ଆଗରେ ରହିଛି। ମାଟି ପୁଅକୁ ଚିହ୍ନିଲେନି । ଭୋଟରମାନେ ଟଙ୍କାରେ କିଣି ହୋଇଗଲେ,କେନ୍ଦ୍ରୀୟ ନେତାଙ୍କ ସାହାଯ୍ୟ, ସମର୍ଥନ ମିଳିଲାନି ।ଆବ୍ରାହମ ଲିଙ୍‌ନ ୯ ଥର ହାରିଥିଲେ । ମୁଁ ୬ ଥର ହାରିଛି । ଆହୁରି ୩ ଥର ନିର୍ବାଚନ ଲଢିବି ।ଆଜି ନୂଆପଡା ଉପନିର୍ବାଚନ ଭୋଟର ଗଣତି ଚାଲିଛି ଗଣତି ସାରିବା ପରେ ଫଳାଫଳ ପ୍ରକାଶ ପାଇବ । ୨୬ ରାଉଣ୍ଡ ଯାଏ ଭୋଟ ଗଣତି ହେବ । ଏଯାଏ ୧୩ ରାଉଣ୍ଡ ସରିଛି । ୧୩ ରାଉଣ୍ଡ ରେ ବିଜେପି ୪୩,୨୩୪ ଭୋଟରେ ଆଗୁଆ ଅଛି । ତ୍ରୟୋଦଶ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୬୩,୫୫୨ ଭୋଟ ମିଳିଛି ।ଦ୍ୱିତୀୟ ସ୍ଥାନରେ ସ୍ନେହାଙ୍ଗିନୀଙ୍କୁ ୨୦,୨୮୮ ଭୋଟ ମିଳିଛି…

Read More

ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ। ତେବେ ବିଧାନସଭାର ଶୀତ ଅଧିବେଶନରେ ମୋହନ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନଭେମ୍ବର ୨୭ ତାରିଖରେ ଓଡ଼ିଶା ଆସୁଛନ୍ତି । ପୂର୍ବାହ୍ନ ୧୧ଟା ୫୦ ମିନିଟରେ ରାଷ୍ଟ୍ରପତି ନୂଆଦିଲ୍ଲୀରୁ ସ୍ୱତନ୍ତ୍ର ବିମାନରେ ବାହାରିବେ । ଦିନ ୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ଅବତରଣ କରି ରାଜଭବନ ଯିବେ । ମଧ୍ୟାହ୍ନ ବିରତି ପରେ ଅପରାହ୍ନ ୪ଟାରେ ରାଜଭବନସ୍ଥିତ ନୂଆ କଳିଙ୍ଗ ଅତିଥି ନିବାସର ଗୃହ ଉଦ୍ଘାଟନ କରିବେ । ଅପରାହ୍ନ ୪ଟା ୨୦ ମିନିଟରେ ଓଡ଼ିଶା ବିଧାନସଭାରେ ପହଞ୍ଚିବେ ରାଷ୍ଟ୍ରପତି । ୫ଟା ୩୦ ପର୍ଯ୍ୟନ୍ତ ବିଧାନସଭାର ସଦସ୍ୟମାନଙ୍କୁ ରାଷ୍ଟ୍ରପତି ସମ୍ବୋଧିତ କରିବେ । ୨୭ ତାରିଖ ରାତିରେ ରାଷ୍ଟ୍ରପତି ରାଜଭବନରେ ରହଣି କରିବେ ।ରାଜ୍ୟପାଳଙ୍କ ପକ୍ଷରୁ ଆୟୋଜିତ…

Read More

ବିହାରରେ ପୁଣି ଚାଲିଲା ମୋଦୀ ମ୍ୟାଜିକ୍ । ଏନଡିଏ ଉପରେ ଭରସା କଲେ ଭୋଟର । କିଛି ଏମିତି ଚିତ୍ର ସାମ୍ନାକୁ ଆସୁଛି ବିହାର ବିଧାନସଭା ନିର୍ବାଚନରେ । ବିଜେପି-ଜେଡିୟୁ ମେଣ୍ଟ ବଡ ବିଜୟ ଅଭିମୁଖେ ମୁହାଁଉଛନ୍ତି । ଅନ୍ୟ ଦିଗରେ ଆରଜେଡି ଏବଂ କଂଗ୍ରେସ ମାଟି କାମୁଡିଥିବା ଦେଖିବାକୁ ମିଳିଛି ।ସରକାରୀ ସୂଚନା ଅନୁଯାୟୀ ଏନଡିଏ କ୍ଷମତା ବଜାୟ ରଖିବାକୁ ଯାଉଛି, ବର୍ତ୍ତମାନ ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରୁ ୮୪ଟି ଆସନରେ ବିଜେପି, ୭୬ଟି ଆସନରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡିୟୁ, ୨୩ଟି ଆସନରେ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଳାସ), ୪ଟି ଆସନରେ କେନ୍ଦ୍ରମନ୍ତ୍ରୀ ଜିତନ ରାମ ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ୧ଟି ଆସନରେ ରାଜ୍ୟସଭା ସାଂସଦ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ଆଗରେ ଅଛି। ବିହାର ନିର୍ବାଚନ ଟ୍ରେଣ୍ଡରେ ଏନଡିଏ ଏବଂ ଜେଡିୟୁର ବିପୁଳ ଅଗ୍ରଣୀ ପରେ, ଦଳୀୟ…

Read More

ଆଜି ବିଶ୍ଵ ମଧୁମେହ ଦିବସ । ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ଵ ମଧୁମେହ ଦିବସ ପାଳନ କରାଯାଏ । ମଧୁମେହ ରୋଗ ବିଷୟରେ ସଚେତନା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।। ବିଶ୍ବର ପ୍ରାୟ ୪୦ କୋଟି ଲୋକ ମଧୁମେହରେ ପୀଡିତ ଥିବାବେଳେ ଏହି ଦିବସ ସଚେତନତା ଲାଗି ବାର୍ତ୍ତା ଦେଇଛି । ଉଚ୍ଚ ରକ୍ତ ଶର୍କରା କାରଣରୁ ଏହାର ପ୍ରଭାବ ଶରୀର ଉପରେ ପଡିଥାଏ । ସଚେତନ ନହେଲେ ଦୃଷ୍ଟିହୀନତା, ଅଙ୍ଗଛେଦନ, ହୃଦଘାତ, କିଡନୀ ରୋଗ ଆଦିର ଶିକାର ହେବାକୁ ପଡିଥାଏ ।ଚିନିର ବ୍ୟବହାର କମ କରିବା, ନିୟମିତ କାମ କରିବା, ଯଥେଷ୍ଟ ପାନୀୟ ଜଳ ପିଇବା, ଶରୀର ଓଜନ ଯାଞ୍ଚ କରିବା, ଧୂମପାନ ତ୍ୟାଗ କରିବା, ଭିଟାମିନ-ଡି ସ୍ତର ସଠିକ୍ ରଖିବା, ଭିଟାମିନଯୁକ୍ତ ଶାଗ ସମେତ ଅନ୍ୟାନ୍ୟ ସବୁଜ ପରିବା ଖାଇବା ଦ୍ବାରା ମଧୁମେହକୁ ନିୟନ୍ତ୍ରଣ କରାଯାଇଥାଏ । ୧୯୫୦ରେ ଆମଷ୍ଟରଡ୍ୟାମରେ ଆନ୍ତର୍ଜାତିକ ମଧୁମେହ…

Read More

ସରିଲା ଐତିହାସିକ ବାଲିଯାତ୍ରା 2025 । ପ୍ରତିବର୍ଷ ପରି ଏଥର ମଧ୍ୟ ଧୁମଧାମରେ ପାଳିତ ହୋଇଛି ବାଲିଯାତ୍ରା ମହୋତ୍ସବ । ଏହି ଅବସରରେ ବଲିଉଡରୁ ଓଲିଉଡ ଗାୟିକା ଓ ତାରକା ନିଜ ପରଫର୍ମରେ ଦର୍ଶକଙ୍କୁ ମତୁଆଲା କରିଛନ୍ତି । ସମାପନୀ ଉତ୍ସବରେ ବଲିଉଡ୍ ପ୍ରଚ୍ଛଦପଟ୍ଟ ଗାୟିକା ଶ୍ରେୟା ଘୋଷାଲଙ୍କ ବୈଷ୍ଣବ ପାଣି ମଞ୍ଚରେ ଥିବା ଲାଇଭ୍ କାର୍ଯ୍ୟକ୍ରମ ଅବ୍ୟବସ୍ଥାରେ ପରିଣତ ହୋଇଥିଲା । ନାହିଁ ନଥିବା ଭିଡ଼ରୁ ଠେଲାପେଲା ଦଳଚକଟା ଭଳି ସ୍ଥିତି ଉପୁଜିଥିଲା । ବ୍ୟାରିକେଡ଼ ନିକଟରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ଜଗା ଭଜନ ‘ମନୁଆ କାଳିଆ’ରୁ ଶ୍ରେୟା ନିଜ ପରଫର୍ମ ଆରମ୍ଭ କରିଥିଲେ । ଗୀତ ଗାଇବା ସମୟରେ ସେ ନିଜ ଜୋତା ବାହାର କରି ସମ୍ମାନର ସହ ଏହି ଗୀତ ଗାଇଥିଲେ । ଯାହା ଲୋକଙ୍କ ମନ ଜିତିଛି । ଏହା ପରେ…

Read More

ଆଜି ହେଉଛି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜୟନ୍ତୀ। ସେ ଶିଶୁମାନଙ୍କୁ ଖୁବ୍ ଭଲ ପାଉଥିବାରୁ ତାଙ୍କ ଜନ୍ମଦିନକୁ ଦେଶବ୍ୟାପୀ ଶିଶୁ ଦିବସ ଭାବେ ପାଳନ କରାଯାଉଛି।ନେହରୁଙ୍କ ଜନ୍ମ ୧୮୮୯ ମସିହାରେ ଆଲ୍ଲାବାଦରେ ହୋଇଥିଲା । ନେହେରୁଙ୍କ ଛୋଟ ପିଲାଙ୍କ ପ୍ରତି ବହୁତ ଭଲପାଇବା, ସ୍ନେହ ଓ ଶ୍ରଦ୍ଧା ଥିଲା, ଯେଉଁଥିପାଇଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ । ସେ ଦେଶର ଭବିଷ୍ୟତକୁ ଶିଶୁମାନଙ୍କ ଆଖିରେ ଦେଖୁଥିଲେ। ନେହେରୁଙ୍କୁ ସମସ୍ତେ ଶ୍ରଦ୍ଧାରେ ଚାଚା ନେହେରୁ ଓ ଚାଚାଜୀ ବୋଲି ସମ୍ବୋଧନ କରୁଥିଲେ । ନେହେରୁ ଜଣେ ଏଭଳି ମଣିଷ ଥିଲେ ତାଙ୍କୁ ସମସ୍ତେ ଭଲପାଉଥିଲେ ଆଉ ସେ ପିଲାମାନଙ୍କୁ ବହୁତ ସ୍ନେହ, ଆଦର କରୁଥିଲେ ଏବଂ ସଦଗତିରେ ଯିବା ପାଇଁ ପରାମର୍ଶ ମଧ୍ୟ ଦେଉଥିଲେ । ତେଣୁ ନେହେରୁଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ…

Read More

ଆଜି ନୂଆପଡା ଉପନିର୍ବାଚନ ଫଳ । ସକାଳୁ ଷ୍ଟ୍ରଙ୍ଗରୁମରେ ଖୋଲାହୋଇଛି ପୋଷ୍ଟାଲ୍‌ ବାଲାଟ୍ । ଆରମ୍ଭ ହୋଇ ଗଲାଣି କାଉଣ୍ଟ ଡାଉନ୍ । ସକାଳ ୮ଟାରୁ ଗଣତି ଆରମ୍ଭ । ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ପରେ ଜଣାପଡିବ ରାଜନୈତିକ ଜିତ୍ କାହାର ।ପ୍ରଥମେ ପୋଷ୍ଟାଲ୍‌ ବାଲାଟ୍, ପରେ ଇଭିଏମ୍‌ ଗଣତି ହେବ । ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଭିତରେ ଭୋଟ୍ ଗଣତି ହେବ । ଗଣତି ପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ବରିଷ୍ଠ ଅଧିକାରୀ । ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ ଓ ଭିଭିପାଟ୍ ମେସିନର ନିରୀକ୍ଷଣ କରାଯାଇଛି ।

Read More

ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଁ ସରକାରଙ୍କ ଦ୍ୱାରା ନିରନ୍ତର ପ୍ରୟାସ ଜାରି ରହିଛି।ନଭେମ୍ବର ୧୬ରୁ ୩୦ ଯାଏଁ ସାରା ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପକ୍ଷ ଆରମ୍ଭ ହେବାକୁ ଯାଉଛି। ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ନିଷ୍ପତ୍ତି ଗ୍ରହଣ କରିଛି।ଜନସାଧାରଣଙ୍କୁ ସଡ଼କ ସୁରକ୍ଷା ନିୟମ ପ୍ରତି ଅବଗତ କରିବା ଏବଂ ସେମାନଙ୍କ ଜୀବନ ରକ୍ଷା ପାଇଁ ଏହାର ପାଳନ କିଭଳି ଅନିବାର୍ଯ୍ୟ ସେ ସଂପର୍କରେ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ସହଭାଗିତାରେ ଉଦ୍ୟମ ହେବ। ଏତଦବ୍ୟତୀତ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପହଞ୍ଚାଇ ଜୀବନ ରକ୍ଷା ପାଇଁ ମଧ୍ୟ ଜନସାଧାରଣଙ୍କୁ ଉତ୍ସାହିତ କରାଯିବ। ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ। ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ…

Read More

ଜାମିନ ଆବେଦନର ଶୁଣାଣି ୨୦ ତାରିଖକୁ ଘୁଞ୍ଚିଲା । ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ଶଙ୍କର ପୃଷ୍ଟି ସମେତ ମୋଟ ୭ ଜଣଙ୍କ ଜାମିନ ଆବେଦନର ଶୁଣାଣି ବ୍ରହ୍ମପୁର ଭିଜିଲାନ୍ସ କୋର୍ଟରେ ଆଜି ହେବାର ଥିଲା l ଏହି କେଳେଙ୍କାରୀର ମୁଖ୍ୟ କୁହାଯାଉଥିବା ଶଙ୍କର ପୃଷ୍ଟିଙ୍କ ସମେତ ସୁରେଶ ନାୟକ, ଅରବିନ୍ଦ ଦାସଙ୍କ ଶୁଣାଣି ଆସନ୍ତା ୨୦ ତାରିଖକୁ ଘୁଞ୍ଚିଲା lଏସଆଇ ନିଯୁକ୍ତି ସ୍କାମରେ ସଂଗଠିତ ଅପରାଧର ସାଙ୍ଘାତିକ ସୁରାକ । ସିବିଆଇ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛି ସିବିଆଇ ଟିମ । ଏପଟେ ବୁଧବାର ଶଙ୍କରର ସହଯୋଗୀ ସାଗର ଗୌଡକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏମକେସିଜି ମେଡିକାଲ କ୍ୟାମ୍ପସରେ ଥିବା କ୍ବାର୍ଟର ନମ୍ବର F1 ରେ ରହୁଥିଲା ସାଗର। ଦୀଘା ସହ ବାଲେଶ୍ୱର ମଡ୍ୟୁଲ ସମ୍ଭାଳୁଥିଲା ସାଗର…

Read More