ବିହାରରେ ଏନଡିଏ ଏକ ବଡ଼ ବିଜୟ ହାସଲ କରିଛି । ଭାରତୀୟ ଜନତା ପାର୍ଟି ସବୁଠାରୁ ବଡ଼ ଦଳ ଭାବରେ ଉଭା ହୋଇଛି । ଏନଡିଏ ମୋଟ ୨୦୨ଟି ଆସନରେ ବିଜୟୀ ହୋଇଥିବା ବେଳେ ତାମଧ୍ୟରୁ ବିଜେପି ୯୫ଟି ଓ ଜେଡିୟୁ ୮୫ଟି ଆସନରେ ବିଜୟ ହାସଲ କରିଛନ୍ତି । ଏନଡିଏର ଏହି ବଡ଼ ସଫଳତା ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବେ ନୀତିଶ କୁମାର । ୨୦୨୪ ରେ ସେ ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ସେ ଚଳିତ ବର୍ଷ ୧୦ମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଯାହା ବର୍ତ୍ତମାନ ରେକର୍ଡ ସୃଷ୍ଟି କରିବାକୁ ଯାଉଛି । ତେବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି, ୨୦୨୫ ବିହାର ବିଧାନସଭା ନିର୍ବାଚନରେ ଆମକୁ ବିପୁଳ ସଂଖ୍ୟାଗରିଷ୍ଠତା ଦେଇ ରାଜ୍ୟବାସୀ ଆମ ସରକାର ଉପରେ ସେମାନଙ୍କର ବିଶ୍ୱାସ ପ୍ରକାଶ କରିଛନ୍ତି…
Author: sanitelevision
ରାଜ୍ୟରେ ଖସୁଛି ପାରଦ ବଢୁଛି ଶୀତ । ସାରା ରାଜ୍ୟରେ ସର୍ବନିମ୍ନ ତାପପାତ୍ରା ୨୦ ଡିଗ୍ରୀ ତଳେ ରହିଥିବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ଆଇଏମଡିର ଆକଳନ ‘ରାଜ୍ୟରେ ଶୀତ ଲହରୀ ଜାରି ରହିଥିବା ବେଳେ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ନାହିଁ । ଚଳିତ ସପ୍ତାହରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।ସେହିପରି ଗତ ୪ ଦିନ ହେବ ଦୈତନଗରୀ କଟକ, ଭୁବନେଶ୍ୱରରେ ମଧ୍ୟ ପାରଦ ୧୪ ଡିଗ୍ରୀକୁ ଖସିଛି । ସକାଳୁ କୁହୁଡି ଯୋଗୁଁ ଦୂରକୁ ଦୂଶ୍ୟମାନ ହେଉନାହିଁ । ଫଳରେ କେହି ଘରୁ ବାହାରୁ ନାହାନ୍ତି ।ଆଜି (ଶନିବାର) ଫୁଲବାଣୀ ଓ ଝାରସୁଗୁଡାରେ ସର୍ବାଧିକ ଶୀତ ଅନୁଭୂତ ହୋଇଛି । ଏଠାରେ ସର୍ବନିମ୍ନ ତାପମାତ୍ରା 9 ଡିଗ୍ରୀ ସେଲସିୟସ ରହିଛି । ୨ ସ୍ଥାନକୁ ଛାଡ଼ି ବାକି ଅନ୍ୟ ଜିଲ୍ଲାଗୁଡିକରେ ତାପମାତ୍ରା ୧୦ ଡିଗ୍ରୀ…
ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୮ ଅଭିଯୁକ୍ତଙ୍କ ହେବ ଟିଆଇ ପରେଡ ।ଆଜି ଜେଲ ଭିତରେ ମାଜିଷ୍ଟ୍ରେଟ, ଜେଲ ଅଧିକାରୀଙ୍କ ଉପସ୍ଥିତିରେ ସାକ୍ଷୀ ରୂପେ ଥିବା ବ୍ୟକ୍ତି ଅନ୍ୟମାନଙ୍କ ଗହଣରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ । ସାକ୍ଷୀ ରୂପେ ପୋଲିସ ଆକାଶ ବିଷୋୟୀ, ଏନ କିରଣ କୁମାରଙ୍କୁ ରଖିଥିବା ଜଣାପଡ଼ିଛି । ଗତ ଅକ୍ଟୋବର ୬ ତାରିଖ ରାତିରେ ପୀତବାସଙ୍କୁ ତାଙ୍କ ବାସଭବନ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଘଟଣାଦିନ ଅଭିଯୁକ୍ତ ଚିଣ୍ଟୁ ପ୍ରଧାନ ବାଇକ ଚଳାଉଥିବା ବେଳେ କୁରୁପତି ଭୂୟାଁ ପଛରେ ବସିଥିଲେ । କୁରୁପତି ଗୁଳି ମାଡ଼ କରିବା ପରେ ପୀତବାସ ଟଳି ପଡ଼ିଥିଲେ । ଏହାପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ତେବେ ଗିରଫ ୧୬ ଅଭିଯୁକ୍ତଙ୍କ ମଧ୍ୟରୁ ୮ଜଣଙ୍କ ଟିଆଇ ପରେଡ ଆଜି ବ୍ରହ୍ମପୁର ମଣ୍ଡଳ କାରାଗାରରେ କରାଯିବ । ସଂପୃକ୍ତ ଅଭିଯୁକ୍ତମାନେ ହେଲେ ଉମା ବିଷୋୟୀ, କୁରୁପତି…
ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବୃହତ୍ ବିଜୟ ହୋଇଛି। ଏଠାରେ କଂଗ୍ରେସ ହାତରୁ ବିଜେପି ଆସନ ଛଡ଼ାଇ ଆଣିଛି। ବିଜେପିର ଏହି ସଫଳତା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରତିକ୍ରିୟା ଦେଇଛନ୍ତି। ସରକାରଙ୍କ ନୀତି , ଜନକଲ୍ୟାଣ କାର୍ଯ୍ୟକ୍ରମ ପ୍ରତି ଲୋକଙ୍କ ଆସ୍ଥାକୁ ପ୍ରମାଣିତ କରୁଛି । ବିରୋଧୀଙ୍କୁ ଅପପ୍ରଚାର, ମିଥ୍ୟା ପ୍ରତିଶ୍ରୁତିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଶ୍ୱକୁ ସମର୍ଥନ କରି ଲୋକେ ବିଜେପିକୁ ସ୍ପଷ୍ଟ ଜନାଦେଶ ଦେଇଛନ୍ତି । ଆଜି ଆମ ଦେଶରେ ମୋଦୀଜୀଙ୍କ ନେତୃତ୍ୱ ହେଉଛି ବିକାଶର ଏକମାତ୍ର ପରିଭାଷା। ତାଙ୍କ ଆଦର୍ଶ ଓ ମାର୍ଗଦର୍ଶନରେ ଆମ ସରକାର ଗତ ପ୍ରାୟ ଦେଢ଼ ବର୍ଷ ମଧ୍ୟରେ ଓଡ଼ିଶାବାସୀଙ୍କ କଲ୍ୟାଣ ଏବଂ ରାଜ୍ୟର ବିକାଶ ପାଇଁ ଦିନରାତି କାମ କରି ଚାଲିଛି। ନୂଆପଡ଼ାବାସୀଙ୍କ ସମର୍ଥନ ଆମକୁ ନୂଆ ପ୍ରେରଣା ଓ ଶକ୍ତି ଦେଇଛି। ଆମେ ନୂଆପଡ଼ାର ବିକାଶ ପାଇଁ ସମ୍ପୂର୍ଣ୍ଣ ପ୍ରତିବଦ୍ଧ ଏବଂ ଆପଣମାନଙ୍କ ସହଯୋଗରେ…
ମୋରଡା ବ୍ଲକ୍ରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ । ଦୁଇ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ବ୍ଲକ କାର୍ଯ୍ୟାଳୟର କିରାଣୀ ପ୍ରାର୍ଥ ଶଙ୍କର ଚେଲଙ୍କୁ ମାଡି ବସିଲା ଭିଜିଲାନ୍ସ ଟିମ୍ । ମାଣତ୍ରି ଚନ୍ଦନପୁର ଗ୍ରାମର ଗଦାଧର ସରେନଙ୍କ ଠାରୁ ନେଉଥିଲେ ଲାଞ୍ଚ ।ସୂଚନା ଅନୁଯାୟୀ, ମୋରଡା ବ୍ଲକରେ ପୂର୍ବରୁ କାର୍ଯ୍ୟରତ ଥିବା ଅବସରପ୍ରାପ୍ତ ପିଇଓ ମାଣିତ୍ରୀ ଚନ୍ଦନପୁର ଗ୍ରାମର ଗଦାଧର ସୋରେନଙ୍କ ଅବସରକାଳୀନ କାଗଜପତ୍ରର କ୍ଲିଅରେନ୍ସ ପାଇଁ ୨ ହଜାର ଟଙ୍କା ବ୍ଲକ ପରିସର ଭିତରେ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ କିରାଣୀ ପାର୍ଥସାରଥୀଙ୍କୁ ମାଡି ବସିଥିଲେ l ତେବେ ପାର୍ଥସାରଥୀ ଟଙ୍କା ଗୁଡିକୁ ଫିଙ୍ଗି ଦେଇ ଅଫିସ ଭିତରକୁ ଚାଲି ଯାଇଥିଲେ l ଏହାପରେ ଭିଜିଲାନ୍ସ ଟିମ କେମିକାଲ ମିଶ୍ରିତ ପାଣିରେ ପାର୍ଥସାରଥୀଙ୍କ ହାତ ଧୋଇବାରୁ ପାର୍ଥସାରଥୀ ଲାଞ୍ଚ ନେଉଥିବାର ପ୍ରମାଣ ହୋଇଥିଲା l ଏହାପରେ ପାର୍ଥସାରଥୀଙ୍କୁ ଭିଜିଲାନ୍ସ ଟିମ ଅଟକ ରଖି ଅଧିକ ପଚାରୁଚୁରା କରୁଛି…
ନୂଆପଡାରେ ବହୁମତରେ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ଯାହାକୁ ନେଇ ବିଜେପିର ସେଲିବ୍ରେସନ ଆରମ୍ଭ ହୋଇଯାଇଛି । ସେପଟେ ଜନମତକୁ ଏପଟସେପଟ କରାଯାଇଥିବା ଅଭିଯୋଗ ଆଣିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ ।ବିଜେଡିର ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି,”ସରକାରୀ କଳ ଏବଂ ବଳ ଦ୍ୱାରା ବିଜେପି ନିର୍ବାଚନ ବିଜୟ ହାସଲ କରିଛି । ଅନେକ ସମସ୍ୟା ନେଇ ନୂଆପଡାବାସୀ ମୁହଁ ଖୋଲୁଥିଲେ । ହେଲେ 9 ତାରିଖ ସକାଳ ପର୍ଯ୍ୟନ୍ତ ବିଜେଡି ସପକ୍ଷରେ ଥିବା ଜନାଦେଶ ପରିବର୍ତ୍ତନ ସମସ୍ତଙ୍କୁ ବ୍ୟଥିତ କରିଛି । ବିଜେଡି ଅନେକ ଉପନିର୍ବାଚନକୁ ସାମ୍ନା କରିଛି । ବିଜେଡି ଅନେକ ଉପନିର୍ବାଚନ ଜିତିଛି ଓ ହାରିଛି । ହେଲେ ନୂଆପଡା ନିର୍ବାଚନ ଫଳାଫଳ କିଛି ଅଲଗା ଆବାସ ଦେଉଛି । ଗଣତନ୍ତ୍ରର ହତ୍ୟା କରାଯାଉଛି ।”ଓଡିଶାର ବିଜେପି ସରକାର, ଛତିଶଗଡ଼ର ବିଜେପି ସରକାର ଓ କେନ୍ଦ୍ରର ବିଜେପି ସରକାରଙ୍କ କଳ…
ବିହାର ବିଧାନସଭା ନିର୍ବାଚନରେ NDA ଏକ ବଡ଼ ବିଜୟ ଆଡ଼କୁ ଅଗ୍ରସର ହେଉଛି। ଏହା ଏବେ ୨ଶହରୁ ଅଧିକ ଆସନରେ ଆଗୁଆ ରହିଛି । ବିଜେପି ଏବଂ JDU ଉଭୟ ଶିବିରରେ ଖୁସିର ଲହରୀ ଖେଳିଯାଇଛି। ଭାଜପା ବିହାରରେ ଏକ ଐତିହାସିକ ପ୍ରଦର୍ଶନ କରିଛି, 95 ଆସନ ସହିତ ଏକକ ବୃହତ ଦଳ ଭାବରେ ଉଭା ହୋଇଛି। JDU 82 ଆସନରେ, LJP (R) 20 ଆସନରେ, HAM 5 ଆସନରେ ଏବଂ RLM 4 ଆସନରେ ଆଗୁଆ ଅଛି। ଏହି ସମୟରେ, ବରିଷ୍ଠ ଭାଜପା ନେତା ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବିହାରରେ ଭାଜପାର ବିଜୟକୁ ଐତିହାସିକ ବୋଲି କହିଛନ୍ତି।ମହାଗଠବନ୍ଧନ ବିଷୟରେ, RJD 24 ଆସନ ପାଇଥିବା ଜଣାପଡ଼ିଛି, ତା’ପରେ କଂଗ୍ରେସ 2, VIP 0, ବାମପନ୍ଥୀ 2 ଏବଂ IIP 0 ଆସନ ପାଇଛି। ପ୍ରଶାନ୍ତ କିଶୋରଙ୍କ ଯାଦୁ ମଧ୍ୟ ବିହାରରେ କୌଣସି ପ୍ରଭାବ ପକାଇ ପାରିଲା ନାହିଁ।…
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE), ଓଡ଼ିଶା ଦ୍ୱାରା +୨ର ସମସ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ମୂଲ୍ୟାୟନ (Internal Assessment) ଏବଂ ପ୍ରୋଜେକ୍ଟ କାର୍ଯ୍ୟକୁ ବାଧ୍ୟତାମୂଳକ କରାଯାଇଛି।କେବଳ ରେଗୁଲାର୍ ପରୀକ୍ଷାର୍ଥୀମାନେ ଇଣ୍ଟରନାଲ୍ ବା ପ୍ରୋଜେକ୍ଟ ପରୀକ୍ଷା ଦେବେ।ଛାତ୍ରଛାତ୍ରୀମାନେ ପ୍ରଥମ ସ୍ଲଟ୍ ବା ଡିସେମ୍ବର ୨୨ରୁ ୩୧ ମଧ୍ୟରେ ପରୀକ୍ଷା ଦେଇ ନ ପାରିବେ, ସେମାନଙ୍କୁ ଆଉ ଗୋଟିଏ ସୁଯୋଗ ପ୍ରଦାନ କରାଯିବ। ଏଥିପାଇଁ ଅନୁପସ୍ଥିତିର ଉପଯୁକ୍ତ ପ୍ରମାଣ ଦାଖଲ କରିବାକୁ ପଡ଼ିବ।ଜାନୁଆରୀ ୨ରୁ ୧୫ ତାରିଖ ମଧ୍ୟରେ ସେମାନେ ପରୀକ୍ଷା ଦେଇପାରିବେ। ମୋଟ୍ ୨୦ରୁ ୬ ଏବଂ ୧୦ରୁ ୩ ମାର୍କ ରଖିଲେ କୃତକାର୍ଯ୍ୟ ହେବ।ସମସ୍ତ କଲେଜ୍ଗୁଡ଼ିକୁ ଏହି ପରୀକ୍ଷା ପ୍ରକ୍ରିୟାକୁ ସୁରୁଖୁରୁରେ ଓ ସ୍ୱଚ୍ଛତାର ସହ ସମାପ୍ତ କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ମତଗଣନା ଶେଷ ହୋଇଛି। ୨୬ତମ ରାଉଣ୍ଡର ଭୋଟ୍ ଗଣତି ପରେ ତଥା ସଦ୍ୟତମ ସୂଚନା ଅନୁସାରେ ନୂ୍ଆପଡ଼ାରେ ଭାରତୀୟ ଜନତା ପାର୍ଟି (ବିଜେପି) ବାଜି ମାରିଛି। ଜୟ ଢୋଲକିଆ ୧, ୨୩, ୮୬୯ ଖଣ୍ଡ ଭୋଟ୍ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୪୦,୧୨୧ ଖଣ୍ଡ ଭୋଟ୍ ମିଳିଛି। ଅର୍ଥାତ ଜୟ ଢୋଲକିଆ ୮୩,୭୪୮ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି।
ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ରାଜ୍ୟ ସରକାରଙ୍କ ମହତ୍ଵାକାଂକ୍ଷୀ ଯୋଜନା ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକାରିତାକୁ ଆଉ ଗୋଟିଏ ପାଦ ଆଗକୁ ନେଇ ଆଜି ଲୋକସେବା ଭବନ ଠାରେ ଏହି ଯୋଜନାର ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଲୋଗୋକୁ ଉନ୍ମୋଚନ କରି କହିଛନ୍ତି ଯେ, ପିଲାଙ୍କୁ ଆଧୁନିକ ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସହ ଶିକ୍ଷାକୁ ଆକର୍ଷଣୀୟ ଓ ପ୍ରଭାବଶାଳୀ କରିବା ପାଇଁ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୨୦୦ ବିଦ୍ୟାଳୟକୁ ସୁଦୃଢ଼ କରିବା ପାଇଁ ପ୍ରାୟ ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଆଗାମୀ ଚାରି ବର୍ଷ, ଅର୍ଥାତ୍ ୨୦୨୫-୨୬ ରୁ ୨୦୨୮-୨୯ ଆର୍ଥିକ ବର୍ଷ ମଧ୍ୟରେ ଏହା ଖର୍ଚ୍ଚ…








