Author: sanitelevision

ଏବେ ଭାରତ ଏବଂ ବିଦେଶରେ ଥିବା ଭାରତୀୟ ଦୂତାବାସମାନଙ୍କରେ ନୂଆ ପାସପୋର୍ଟ ତଥା ରିନୱାଲ ନିମନ୍ତେ ଏବେ ଚିପ୍ ଆଧାରିତ ଇ-ପାସପୋର୍ଟ ଜାରି ହେବ। ବିଦେଶ ଯାତ୍ରା ଅଥବା ପରିଚୟ ପ୍ରମାଣ ରୂପେ ପାସପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏହାକୁ ଅଧିକ ସୁରକ୍ଷିତ ଓ ଟେକ୍ନିକାଲି ଉନ୍ନତ କରିବା ପାଇଁ ଭାରତ ସରକାର ପାସପୋର୍ଟ ସେବା ପ୍ରୋଗ୍ରାମ ଭି୨.୦ଲାଗୁ କରିଛନ୍ତି।ପୁରୁଣା ପାସପୋର୍ଟ ଏହାର ଏକ୍ସପାୟେରୀ ତାରିଖ ପର୍ଯ୍ୟନ୍ତ ବୈଧ ରହିବ ଓ ପୂର୍ବ ଭଳି ଉପଯୋଗ ହେବ। ତେବେ ପାସପୋର୍ଟର ବୈଧତା ସମାପ୍ତ ହେବା ପରେ ଅଥବା ନୂଆ ଆବେଦନ ସ୍ଥିତିରେ ଆପଣଙ୍କୁ କେବଳ ଚିପ୍ ଯୁକ୍ତ ଇ-ପାସପୋର୍ଟ ମିଳିବ। ତେବେ ନୂଆ ପାସପୋର୍ଟ କରିବା ପାଇଁ ଅଲଗା ଫର୍ମ ଅଥବା ବିକଳ୍ପ ବାଛିବାକୁ ପଡିବ ନାହିଁ।ଆବେଦନ ସମୟରେ ସିଷ୍ଟମ ନିଜକୁ ନିଜେ ଇ-ପାସପୋର୍ଟ ବିକଳ୍ପ ଲାଗୁ କରିଦେବ। ସରକାରଙ୍କ କହିବା କଥା ହେଉଛି ଏହି ପରିବର୍ତ୍ତନ ପାସପୋର୍ଟକୁ ଆହୁରି ସୁରକ୍ଷିତ…

Read More

ବିହାର ନିର୍ବାଚନରେ ମହାଗଠବନ୍ଧନର ପରାଜୟର ପ୍ରଭାବ ପଡ଼ିଛି ଲାଲୁଙ୍କ ପରିବାର ଉପରେ । RJD ହାରିବା ସହ ଲାଲୁ ଯାଦବଙ୍କ ପରିବାର ଭିତରେ କଳହ ବଢ଼ିଛି । ପରିବାର ଭିତରେ କୁହୁଳୁଥିବା କଳହର ନିଆଁ ବାହାରକୁ ଆସିଛି । ଲାଲୁଙ୍କ ବଡ଼ ଝିଅ ରୋହିଣୀ ଆଚାର୍ଯ୍ୟ ଶନିବାର ସୋସିଆଲ୍ ମିଡିଆରେ ପୋଷ୍ଟ କରି ସବୁ ଦୋଷ ନିଜ ଉପରକୁ ନେଇଛନ୍ତି ।ରୋହିଣୀ ତାଙ୍କ ପୋଷ୍ଟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ତାଙ୍କର ଏକ୍ସ ପୋଷ୍ଟ ଅନୁଯାୟୀ, ସଞ୍ଜୟ ଯାଦବ ଏବଂ ରମିଜ୍ ତାଙ୍କୁ ଏହା କରିବାକୁ କହିଥିଲେ, ଏବଂ ଏବେ ସେ ସମସ୍ତ ଦୋଷ ଏବଂ ଭୁଲ ନିଜ ଉପରକୁ ନେଉଛନ୍ତି। ରୋହିଣୀ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି, “ମୁଁ ରାଜନୀତି ଛାଡୁଛି ଏବଂ ମୋ ପରିବାର ସହିତ ସମ୍ପର୍କ ଛିନ୍ନ କରୁଛି।ତେବେ ସଞ୍ଜୟ ଯାଦବ ଆରଜେଡିର ରାଜ୍ୟସଭା ସାଂସଦ ଏବଂ ତେଜସ୍ୱୀ ଯାଦବଙ୍କ ସବୁଠାରୁ ବିଶ୍ୱସ୍ତ ସମର୍ଥକମାନଙ୍କ ମଧ୍ୟରୁ ଜଣେ।…

Read More

ରାଜ୍ୟର ସବୁ ବନ୍ଦରରେ ରହିବ କୋଷ୍ଟ ଗାର୍ଡ। ଏ ନେଇ ସୂଚନା ଦେଇଛନ୍ତି କୋଷ୍ଟ ଗାର୍ଡ ଆଇଜି ଇକ୍‌ବାଲ ସିଂ ଚୌହ୍ବାନ୍। ଗୋପାଳପୁର ବନ୍ଦରରେ କୋଷ୍ଟ ଗାର୍ଡ ସିପ୍ ମୁତୟନ ହେବେ । ପାରାଦୀପ ବନ୍ଦରରେ କୋଷ୍ଟଗାର୍ଡ ସିପ୍ ସଂଖ୍ୟା ବଢିବ। ଗୋପାଳପୁର ଓ ଧାମରା ବନ୍ଦରରେ ଜେଟି ଓ କୋଷ୍ଟ ଗାର୍ଡ ଶାଖା ଖୋଲିବ। ଧାମରା ବନ୍ଦରରେ କୋଷ୍ଟ ଗାର୍ଡର ଡ୍ରୋନ୍ ୟୁନିଟ୍ ରହିବ। ଏ ନେଇ କୋଷ୍ଟ ଗାର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଯାଇଛି। ସୂଚନାମୁତାବକ ଆଜି ପାରାଦ୍ଵୀପ ଗଭୀର ସମୁଦ୍ରରେ କୋଷ୍ଟଗାର୍ଡ ପକ୍ଷରୁ ଆରମ୍ଭ ହୋଇଥିଲା ଦୁଇ ଦିନିକିଆ ମକଡ୍ରିଲ । ଏହି ମକଡ୍ରିଲ୍‌ କୋଷ୍ଟଗାର୍ଡ ପକ୍ଷରୁ ଆୟୋଜିତ କରାଯାଇଥିଲା । ଗଭୀର ସମୁଦ୍ରରେ ପରାକ୍ରମ ଦେଖାଇଛି ଇଣ୍ଡିଆନ କୋଷ୍ଟ ଗାର୍ଡ । ଭାରତୀୟ ଜଳସୀମାକୁ କିପରି ୨୪ ଘଣ୍ଟିଆ ସୁରକ୍ଷା ଦିଆଯାଉଛି, ତାହା ସାରା ଦେଶ ଦେଖିଲା ।

Read More

ଶିମିଳିପାଳରେ ଆଜିଠୁ ବାଘ ଗଣନା ଆରମ୍ଭ ହୋଇଛି। ଜାତୀୟ ବ୍ୟାଘ୍ର ସଂରକ୍ଷଣ ଅଥୋରିଟିର ଗାଇଡ ଲାଇନକୁ ଆଧାର କରି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ଆକଳନ ପ୍ରକିୟା ଆରମ୍ଭ କରାଯାଇଛି। NTCA ପ୍ରୋଟୋକଲ୍ ଅନୁଯାୟୀ ଆକଳନ ଦୁଇଟି ପର୍ଯ୍ୟାୟରେ କରାଯିବ, ପ୍ରଥମ ପର୍ଯ୍ୟାୟ ହେଉଛି ପର୍ଯ୍ୟାୟ-୧ ଏବଂ ଅନ୍ୟ ପର୍ଯ୍ୟାୟ-୩ ବ୍ୟାଘ୍ର ସଂରକ୍ଷଣ ସ୍ତରରେ।ପ୍ରତିଦିନ ସକାଳ ୯ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବାଘ ଗଣନା ହେବ। ଏଥିରେ ତାଲିମପ୍ରାପ୍ତ ଅଧିକାରୀଙ୍କ ସହିତ ବିଭିନ୍ନ ରେଞ୍ଜର କର୍ମଚାରୀ ସାମିଲ ହୋଇଛନ୍ତି।ଏହା ପରେ ଦିତୀୟ ପର୍ଯ୍ୟାୟ ପ୍ରକିୟା ଡିସେମ୍ବର ମାସ ପ୍ରଥମରୁ ଆରମ୍ଭ କରାଯିବ। ସେଥିପାଇଁ ଶିମିଳିପାଳ ଅଭୟାରଣ୍ୟ ଭିତରେ ବିଭିନ୍ନ ଅଞ୍ଚଳରେ ୧୫୦୦ କ୍ୟାମେରା ଲଗାଯାଇ ବାଘ ମାନଙ୍କର ଗତିବିଧିକୁ ରେକର୍ଡ କରାଯିବାର ବ୍ୟବସ୍ଥା କରାଯାଇଛି ବୋଲି ଶିମିଳିପାଳ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାଘ୍ର ପ୍ରକଳ୍ପ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।ତୃତୀୟ ପର୍ଯ୍ୟାୟରେ ବ୍ୟାଘ୍ର ସଂରକ୍ଷଣର ୧୩୨୧ ଗ୍ରୀଡ୍ (୨ ବର୍ଗ କିଲୋମିଟର…

Read More

ପ୍ରକାଶ ପାଇଲା ସ୍ବତନ୍ତ୍ର OTET ପରୀକ୍ଷା ଫଳ । ସ୍ବତନ୍ତ୍ର OTET ପରୀକ୍ଷାରେ ୬୬.୫% ପରୀକ୍ଷାର୍ଥୀ ପାସ୍ । ୪୮ ହଜାର ୧୫୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପାସ୍ କରିଛନ୍ତି । ଗତ ସେପ୍ଟେମ୍ବର ୨୭ ତାରିଖରେସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହୋଇଥିଲା । ଉଭୟ ପେପର-I ଓ ପେପର-IIରେ ୭୫ ହଜାର ୪୦୩ ଜଣ ଶିକ୍ଷକଶିକ୍ଷିୟିତ୍ରୀ ଓଟିଇଟି ପାଇଁ ନାମ ପଞ୍ଜିକୃତ କରିଥିଲେ । ବୋର୍ଡ ୱେବସାଇଟwww.bseodisha.nic.inରେ ରେଜଲ୍ଟ ଉପଲବ୍ଧ । ରାଜ୍ୟର ୧୯୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ ଶିକ୍ଷକ ଶିକ୍ଷୟିତ୍ରୀ ।ଏଥର otet ପରୀକ୍ଷା ୨ ଦୁଇ ଥର ବାତିଲ ହୋଇଥିଲା। ଏବଂ ପ୍ରଶପତ୍ର ପ୍ରଘଟ ହେବା ନେଇ ଚର୍ଚ୍ଚାରେ ଥିଲା ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଶ୍ନପତ୍ର ଲିକ ମାମଲାରେ ପରିଷଦର ଉପ ସଭାପତିଙ୍କ ସମେତ ଅନେକ ଅସାଧୁ କର୍ମଚାରୀ ଓ ଶିକ୍ଷକ ଗିରଫ ହୋଇଛନ୍ତି।

Read More

ଦିଲ୍ଲୀ ବିସ୍ଫୋରଣରେ ସାମିଲ ଥିବା ୪ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ । ଆଉ ଡାକ୍ତରୀ ଅଭ୍ୟାସ କରିପାରିବେନି ଏମାନେ । ଜାତୀୟ ମେଡିକାଲ କମିଶନ ନିଜ ସରକାରୀ ରେଜିଷ୍ଟରରୁ ସେମାନଙ୍କ ନାଁ କାଟି ଦେଇଛି । ଦିଲ୍ଲୀ ବିସ୍ଫୋରଣ ପରେ ବେଆଇନ କାର୍ଯ୍ୟକଳାପ ତଥା (UAPA) ଆଇନ ଅନୁଯାୟୀ, ମାମଲା ରୁଜୁ ହେବା ପରେ ଜାତୀୟ ମେଡିକାଲ କମିଶନ ଶୁକ୍ରବାର ରେଜିଷ୍ଟରରୁ ଡକ୍ଟର ମୁଜାଫର ଅହମ୍ମଦ, ଡକ୍ଟର ଆଦିଲ୍ ଅହମ୍ମଦ ରାଥର, ଡକ୍ଟର ମୁଜାମ୍ମିଲ୍ ସକିଲ୍ ଏବଂ ଡକ୍ଟର ଶାହିନ ସଇଦଙ୍କ ନାଁକୁ ହଟାଇ ଦେଇଛି । କମିଶନଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ଡାକ୍ତରମାନେ ନା ଅଭ୍ୟାସ କରିପାରିବେ ନା କୌଣସି ରୋଗୀଙ୍କ ଚିକିତ୍ସା କରିପାରିବେ । ଦିଲ୍ଲୀ ବୋମା ବିସ୍ଫୋରଣରେ ସମ୍ପୃକ୍ତ ଏହି ଆତଙ୍କବାଦୀ ଡାକ୍ତରମାନେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ପୁଣିଥରେ ଡାକ୍ତର ହୋଇପାରିବେ ନାହିଁ ।

Read More

କଟକ ମହନଗର ନିଗମର କଦମ-ଏ-ରସୁଲ ଗଳିରେ ଥିବା ବ୍ରାହ୍ମଣ ସାହିରେ ବ୍ୟାପୁଛି ଜଣ୍ଡିସ । ଯାହାକୁ ନେଇ ଭୟଭୀତ ଅଞ୍ଚଳବାସୀ । ୨୦ ରୁ ଅଧିକ ଲୋକ ଜଣ୍ଡିସରେ ଆକ୍ରାନ୍ତ ହେଲେଣି । ଦୂଷିତ ପାଣି, ଡ୍ରେନ୍ ସଫାରେ ଅବହେଳା ଯୋଗୁଁ ଜଣ୍ଡିସ ବ୍ୟାପୁଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଅନ୍ୟପଟେ ଚଳିତବର୍ଷ ରାଜଧାନୀରେ ଡେଙ୍ଗୁ ରୋଗ କମିଛି । ସହରାଞ୍ଚଳ ସ୍ୱାସ୍ଥ୍ୟ ବିଭାଗ ତଥ୍ୟ କହୁଛି, ଜାନୁଆରୀରୁ ନେଇ ଚଳିତ ନଭେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ମୋଟ ୩୨୦ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ ୨୪ଘଣ୍ଟାରେ ଜଣେ ରୋଗୀ ଠାବ ହୋଇଛନ୍ତି । ସେଥିମଧ୍ୟରେ ପଟିଆ, ନୂଆପଲ୍ଲୀ, ପ୍ରଶାନ୍ତି ବିହାର, ସହିଦନଗର, ସାଲିଆ ସାହି, ଶିଖରଚଣ୍ଡି ନଗର ହଟସ୍ପଟ ଭାବେ ଗଣାଯାଇଛି । ଏହି ସବୁ ଅଞ୍ଚଳରେ ଅଧିକ ରୋଗୀ ରହିଛନ୍ତି । ଏହାକୁ ମିଶାଇ ସମଗ୍ର ଖୋର୍ଦ୍ଧା ଜିଲ୍ଲାରେ ଏପର୍ଯ୍ୟନ୍ତ ୬୭୭ ରୋଗୀ ଠାବ…

Read More

ଅଭିନେତା ରାଜକୁମାର ରାଓ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ପତ୍ରଲେଖା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତା ଏହି ବିଶେଷ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଖାସ୍ କଥା ହେଉଛି ଯେ, ଦମ୍ପତ୍ତି ସେମାନଙ୍କ ଚତୁର୍ଥ ବିବାହବାର୍ଷିକୀରେ କନ୍ୟା ସନ୍ତାନକୁ ଜନ୍ମ ଦେଇ ପିତା-ମାତା ହୋଇଛନ୍ତି । ଏଥିସହ ସୁନ୍ଦର ଝିଅ ସହ ବିବାହ ବାର୍ଷିକୀରେ ଭଗବାନଙ୍କର ସେମାନଙ୍କୁ ଏହା ବଡ଼ ଆଶୀର୍ବାଦ ବୋଲି କ୍ୟାପସନରେ ଲେଖିଛନ୍ତି । ଯାହା ସେମାନଙ୍କ ଖୁସିକୁ ଦ୍ବିଗୁଣିତ କରିଛି । ଅଭିନେତା ପତ୍ରଲେଖାଙ୍କୁ ୧୫ ନଭେମ୍ବର ୨୦୨୧ରେ ବିବାହ କରିଥିଲେ। ଦୁହେଁ ୨୦୧୪ ଫିଲ୍ମ ସିଟି ଲାଇଟ୍ସରେ ଏକାଠି କାମ କରିଥିଲେ। ରାଜକୁମାର ୪୧ ବର୍ଷ ବୟସରେ ପିତା ହୋଇଛନ୍ତି। ସେ ୧୫ ବର୍ଷ ଧରି ଚଳଚ୍ଚିତ୍ର ଶିଳ୍ପରେ କାମ କରୁଛନ୍ତି।

Read More

ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜିର ସୁନା ଦର।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧,୨୭,୮୫୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୧୭,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୨୭,୮୫୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୧୭,୨୦୦ ଟଙ୍କାକୁ ପହଞ୍ଚିଛି ।ଏଥିସହ ଆଜି ୧୮ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୫,୨୮୦ଟଙ୍କା ରହିଥିବାବେଳେ ଗତକାଲି ୯୬,୪୭୦ଟଙ୍କା ରହିଥିଲା ।ଅନ୍ୟପଟେ ରୂପା ମୂଲ୍ୟ ଆଜି କେଜି ପିଛି ଶହେ ଟଙ୍କା ବୃଦ୍ଧି ପାଇ ୧,୮୩,୧୦୦ଟଙ୍କା ହୋଇଛି ।

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ ନଭେମ୍ବରରେ ପିଏମ୍ କିସାନ୍ ସମ୍ମାନ ନିଧିର ୨୧ତମ କିସ୍ତ ଜାରି କରିବାକୁ ଯାଉଛନ୍ତି। ଏହି ଯୋଜନା ଅଧୀନରେ କୃଷକମାନଙ୍କୁ ବର୍ଷକୁ ୬୦୦୦ ଟଙ୍କାର ସିଧାସଳଖ ଆର୍ଥିକ ସହାୟତା ମିଳୁଛି ଏବଂ ପ୍ରତ୍ୟେକ କିସ୍ତ ଜାରି ହେବା ସହ ଲକ୍ଷ ଲକ୍ଷ କୃଷକ ଲାଭବାନ ହେଉଛନ୍ତି। କୃଷି ମନ୍ତ୍ରଣାଳୟ ବୟାନରେ ଜଣାଇଛି ଯେ ୧୯ ନଭେମ୍ବରରେ ହେବାକୁ ଥିବା ଏହି ଟ୍ରାନ୍ସଫର୍ ସମ୍ପୂର୍ଣ୍ଣ ପୋର୍ଟାଲ୍ ଆଧାରିତ ହେବ ଏବଂ କେବଳ ସେହି କୃଷକମାନଙ୍କୁ ଲାଭ ମିଳିବ ଯେଉଁମାନଙ୍କର ଜମି ରେକର୍ଡ ପିଏମ୍ କିସାନ୍ ପୋର୍ଟାଲ୍ ସହ ଲିଙ୍କ୍ ହୋଇଛି ଏବଂ ବ୍ୟାଙ୍କ ଆକାଉଣ୍ଟ୍ ଆଧାର ନମ୍ବର ସହ ସିଡେଡ୍ ହୋଇଛି।

Read More