Author: sanitelevision

ହ୍ମପୁରରେ ପହଞ୍ଚିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟିମ୍। ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ(ଓପିଆର୍‌ବି) ଦ୍ବାରା ପରିଚାଳିତ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲାର ଅଧିକ ତଦନ୍ତ ଲାଗି ବ୍ରହ୍ମପୁରରେ ପହଞ୍ଚିଛି। ଆଜି ଠାରୁ ଏସ୍‌ଆଇ କେଳେଙ୍କାରୀରେ ଘାଣ୍ଟିବ ଜାତୀୟ ତଦନ୍ତକାରୀ ସଂସ୍ଥା । ବ୍ରହ୍ମପୁର ଜେଲ୍‌ରେ ଅଭିଯୁକ୍ତଙ୍କୁ କରାଯିବ ଜେରା, ରିମାଣ୍ଡରେ ନେଇ କରିପାରେ ଅଧିକ ତନାଘନା । ଅଧିକ ଖୋଲତାଡ଼ ହେବା ପରେ ସବୁ ସତ ସାମ୍ନାକୁ ଆସିବ ।ପୂର୍ବରୁ ଏହି ମାମଲାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ କରୁଥିବା ବେଳେ ଆଗକୁ ମାମଲା ସିବିଆଇ ହାତକୁ ଯିବ। ଏନେଇ ଆଜି କେନ୍ଦ୍ର କାର୍ମିକ, ଅଭିଯୋଗ ଓ ପେନ୍‌ସନ୍‌ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏସ୍‌ଆଇ ପରୀକ୍ଷା କେଳେଙ୍କାରୀର ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅକ୍ଟୋବର ୨୨ ତାରିଖରେ ସୁପାରିସ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ କେନ୍ଦ୍ର ଅନୁମୋଦନ କରିଛି। ସିବିଆଇ ତଦନ୍ତକୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ…

Read More

ସାଉଦି ଆରବରେ ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି । ବସରେ ନିଆଁ ଲାଗିଯିବାରୁ ୪୦ରୁ ଅଧିକ ଭାରତୀୟ ପ୍ରାଣ ହରାଇଥିବା ସୂଚନା ମିଳିଛି । ତୀର୍ଥସ୍ଥାନ ବୁଲିଯାଇଥିବା ଭାରତୀୟଙ୍କ ଏକ ବସକୁ ଡିଜେଲ ଟ୍ୟାଙ୍କର ଧକ୍କା ଦେଇଥିଲା । ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା ।ଘଟଣାଟି ସମୟ ପ୍ରାୟ ୧:୩୦ ସମୟରେ ମୁଫ୍ରିହାଟରେ ଘଟିଥିଲା । ବସ୍‌ରେ ଥିବା ସମସ୍ତ ଯାତ୍ରୀ ହାଇଦ୍ରାବାଦର ବାସିନ୍ଦା ବୋଲି କୁହାଯାଉଛି, ଯେଉଁଥିରେ ମହିଳା, ଶିଶୁ ଏବଂ ପୁରୁଷ ସାମିଲ ଅଛନ୍ତି । ଅନେକ ଯାତ୍ରୀ ଶୋଇଥିଲେ ଏବଂ ଦୁର୍ଘଟଣା ବିଷୟରେ ଅଜ୍ଞ ଥିଲେ। ଉମରାହ ସମାପ୍ତ କରିବା ପରେ, ସେମାନେ ମଦିନା ଅଭିମୁଖେ ଯାଉଥିଲେ, ସମସ୍ତ ଯାତ୍ରୀ ତୀର୍ଥ କରିବାକୁ ଯାଉଥିଲେ । ତେବେ ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ମୃତାହତ ଏବଂ ବଞ୍ଚିଥିବା ଲୋକଙ୍କ ସଠିକ୍ ସଂଖ୍ୟା ଏପର୍ଯ୍ୟନ୍ତ ଅସ୍ପଷ୍ଟ । ତଥାପି, ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାକୁ…

Read More

ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମ ଓ ମାତା ସୀତାଙ୍କ ଗାଥାକୁ ନେଇ ରାମାୟଣ ନାଟକ ପରିବେଷଣ କରାଯାଉଥିବା ବେଳେ ଏହି ଚରିତ୍ରରେ ଥିବା କଳାକାରଙ୍କୁ ନେଇ ଲୋକଙ୍କ ଭିତରେ ଧର୍ମୀୟ ଭାବନା ରହିଥାଏ । ହେଲେ ରାମାୟଣ ନାଟକ ପରିବେଷଣ ବେଳେ ଦେଖିବାକୁ ମିଳିଛି ଅଶ୍ଲୀଳତା । ତିନିଦିନ ତଳେ ଗଞ୍ଜାମ ଜିଲ୍ଲା ସାନ ଖେମୁଣ୍ଡି ବ୍ଲକ ନୂଆ ମୌଳାଭଣଞ୍ଜାରେ ହୋଇଥିବା ଜିଉରା ଏବଂ ଚିକିଲି ମଧ୍ୟରେ ଅନୁଷ୍ଠିତ ହୋଇଥିବା ରାମାୟଣରେ ରାବଣ ଓ ସୀତାଙ୍କ ମଧ୍ୟରେ ଟଣା ଓଟରା ଦୃଶ୍ୟ ଏବଂ ମଞ୍ଚରେ ସୀତାଙ୍କ ଆପତ୍ତି ଜନକ ଦୃଶ୍ୟ ପ୍ରଦର୍ଶନ କରିଥିଲେ ରାବଣ |ଏହା ସହ ସଂସ୍କୃତିକୁ ନଷ୍ଟ କଲା ଭଳି ଅଶ୍ଲୀଳତା, ଆଇଟମ୍ ଡ୍ୟାନ୍ସ ଓ ବିପଦଜନକ ଷ୍ଟଣ୍ଟ୍ ମଧ୍ୟ ଥିଲା । ଏହା ସହ ଅସୁରକୁ ମଞ୍ଚରେ କ୍ରେନ, ଥର ଗାଡିରେ ଅଣାଯିବା ସହ ସାଉଣ୍ଡ ଏବଂ ବାଣ ଫୁଟାଇ ପ୍ରଦୂଷଣ କରାଯାଇଥିଲା l ନିଶା ମହାରଣା ଅତି…

Read More

ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିଥିବା ଯାନବାହନ ମାଲିକ ଓ ଚାଳକମାନଙ୍କ ପାଇଁ ଓଡ଼ିଶା ସରକାର ଏକ ବଡ଼ ରିହାତି ଘୋଷଣା କରିଛନ୍ତି। ମୋଟର ଯାନ ଆଇନ୍, ୧୯୮୮ ଅନୁଯାୟୀ କିଛି ନିର୍ଦ୍ଦିଷ୍ଟ ଉଲ୍ଲଂଘନ କ୍ଷେତ୍ରରେ ପଡ଼ି ରହିଥିବା ଜରିମାନା ରାଶିକୁ ହ୍ରାସ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସୁବିଧା ଜୁଲାଇ ୩୧, ୨୦୨୫ ପର୍ଯ୍ୟନ୍ତ ଉପଲବ୍ଧ ରହିବ।ସଂଶୋଧିତ ହାର ଅନୁଯାୟୀ, ବିନା ପରମିଟରେ ଯାନ ବ୍ୟବହାର କରିବା ଉପରେ ୧୦,୦୦୦ ଟଙ୍କା ବଦଳରେ ୫,୦୦୦ ଟଙ୍କା ଜରିମାନା ଦେବାକୁ ପଡିବ। ସେହିପରି ଅନୁମତିପ୍ରାପ୍ତ ଓଜନଠାରୁ ଅଧିକ ଓଜନର ଗାଡ଼ି ଚଲାଇବା ପାଇଁ ୨୦,୦୦୦ ଟଙ୍କା ପରିବର୍ତ୍ତେ ୧୦,୦୦୦ ଟଙ୍କା ଏବଂ ଅଧିକ ଲୋଡ୍ ପାଇଁ ପ୍ରତି ଟନ୍ ୨,୦୦୦ ଟଙ୍କା ପରିବର୍ତ୍ତେ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିବ। ତେବେ ଯେଉଁ ଚାଲାଣଗୁଡ଼ିକ ସମ୍ପର୍କରେ କୋର୍ଟରେ ପ୍ରସିକ୍ୟୁସନ୍ ରିପୋର୍ଟ (PR) ଦାଖଲ କରାଯାଇଛି, ସେଗୁଡ଼ିକ ଏହି ଯୋଜନାର ପରିସରଭୁକ୍ତ ହେବ…

Read More

ନୀତୀଶ କୁମାର ସୋମବାର ସକାଳେ କ୍ୟାବିନେଟ ବୈଠକ ଡାକିଛନ୍ତି। ସୂଚନା ଅନୁଯାୟୀ ଏହି ବୈଠକରେ କ୍ୟାବିନେଟ ଭାଙ୍ଗିବାକୁ ଅନୁମୋଦନ ମିଳିପାରେ। ଏହା ପରେ ତୁରନ୍ତ ନୀତୀଶ କୁମାର ରାଜ୍ୟପାଳଙ୍କୁ ଇସ୍ତଫାପତ୍ର ପ୍ରଦାନ କରିବେ ଏବଂ ନୂତନ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ।ସୂଚନା ମିଳୁଛି ଯେ, ଆସନ୍ତା ୧୯ କିମ୍ବା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ । ତେବେ ଏହା ପୂର୍ବରୁ ସରକାରରେ କାହାର କେତେ ଭାଗିଦାରୀ ରହିବ, କାହାକୁ କେତେ ମନ୍ତ୍ରୀ ପଦ ମିଳିବ? ସେନେଇ ଏବେ ଚାଲିଛି ଚର୍ଚ୍ଚା ଆଲୋଚନା । ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ଏନଡିଏ ୨୦୦ ରୁ ଅଧିକ ଆସନ ଜିତି ପୂର୍ଣ୍ଣ ବହୁମତ ହାସଲ କରିଛି, ଯେଉଁଥିରେ ଭାଜପା ସର୍ବାଧିକ ୮୯ ଆସନ ଜିତିଛି, ଏହା ପରେ ଜେଡି(ୟୁ) ୮୫ ଆସନ ପାଇଛି। କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ଏଲଜେପି (ରାମ ବିଳାସ) ୧୯ ଆସନ ପାଇଛି, ଏବଂ ଛୋଟ…

Read More

ସୁବର୍ଣ୍ଣପୁର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚରଦା ବାବା କପିଳେଶ୍ୱର ମନ୍ଦିରରେ ଘଟିଛି ଆଲୌକିକ ଘଟଣା । ମନ୍ଦିର ପାର୍ଶ୍ଵରେ ଥିବା ଅଫିସ ଗୃହ କାନ୍ଥରୁ ଏକ ଘଣ୍ଟା ଧରି କ୍ଷୀର ଝରୁଥିଲା ବୋଲି କହିଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି । ଏହି ଘଟଣା ପ୍ରଚାରିତ ହେବା ପରେ ଏହାକୁ ଦେଖିବାକୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନାହିଁ ନଥିବା ଭିଡ଼ ଲାଗିରହିଛି । ଏହି ଘଟଣାରେ ମନ୍ଦିର ପ୍ରଶାସନ କହିଛି,ଗତକାଲି ସଂକ୍ରାନ୍ତି ଥିବାରୁ ଭଗବାନଙ୍କ କୃପା ଭକ୍ତଙ୍କ ଉପରେ ରହିଛି । ଏହି ଅଦ୍ଭୁତ ଘଟଣା ପରେ ମନ୍ଦିରରେ ସନ୍ଧ୍ୟା ଆଳତୀ ସହିତ ପୂଜାର୍ଚ୍ଚନାକୁ ଗୁରୁତ୍ବ ଦିଆଯାଇଛି । ତେବେ କ୍ଷୀର ବାହାରୁଥିବା ସ୍ଥାନରେ ଅରୁଆ ଚାଉଳ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରାଯାଉଛି। ସେବାୟତମାନେ ଆଳତୀ କରୁଛନ୍ତି

Read More

ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ତଥା ନୂଆପଡା ଉପନିର୍ବାଚନରେ ଦଳର ପ୍ରାର୍ଥୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡା ଉପନିର୍ବାଚନରେ ଜିଲ୍ଲା ପ୍ରଶାସନ, ପୋଲିସ୍ ଓ ନିର୍ବାଚନ କମିଶନଙ୍କୁ ହାତବାରିସୀ କରି ଭୋଟ ରିଗିଂ ମାଧ୍ୟମରେ ବିଜେପି ବିଜୟୀ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଶ୍ରୀମତୀ ଛୁରିଆ କହିଥିଲେ, ନିର୍ବାଚନ ପ୍ରଚାର ସମୟରେ ନୂଆପଡାର ପ୍ରତ୍ୟେକ ପଞ୍ଚାୟତ ଓ ଏନଏସି ଅଞ୍ଚଳକୁ ଯାଇଥିଲେ ଓ ପ୍ରତ୍ୟେକ ସ୍ଥାନରେ ବିଜୁ ଜନତା ଦଳ ପ୍ରତି ଓ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଓ ଭଲପାଇବା ଥିବା ଦେଖିଥିଲେ । ନିର୍ବାଚନ ପ୍ରଚାର ସମୟରେ ଜିଲ୍ଲା ପ୍ରଶାସନ ତରଫରୁ ବିଜୁ ଜନତା ଦଳର ନେତା ଓ କର୍ମୀ ମାନଙ୍କ ଉପରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କ ମନୋବଳକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉଥିଲା । ଏହାର ଅଭିଯୋଗ ବାରମ୍ୱାର…

Read More

ଥଣ୍ଡାରେ ଥରୁଛି ସାରା ଓଡ଼ିଶା । ଆହୁରି ଦୁଇ ଦିନ ହାଡ଼ଭଙ୍ଗା ଶୀତ । ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାରେ ବି ନିସ୍ତାର ମିଳୁନି । ଲଗାତାର ଭାବେ ପାରଦ ହ୍ରାସ ପାଇଚାଲିଛି । ୧୨ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା । କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ବର ଓ କଟକ ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀକୁ ଖସିଛି। ଗତ ୧୦ରୁ ୧୫ ଦିନ ମଧ୍ୟରେ ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା କମିଛି । ଉତ୍ତର-ପଶ୍ଚିମ ଦିଗରୁ ବାୟୁ ପ୍ରବାହ ବଢ଼ିବା କାରଣରୁ ଶୀତର ପ୍ରକୋପ ବଢ଼ିଛି । ପାଣିପାଗ ବିଭାଗର ଆକଳନ ଆହୁରି ଦୁଇ ଦିନ କଲବଲ କରିବ ଥଣ୍ଡା । ଫେବ୍ରୁଆରି ଅଧା ଯାଏ ରହିବ ଶୀତର ପ୍ରକୋପ । ଏଥିସହିତ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡ଼ିର ପ୍ରଭାବ ମଧ୍ୟ…

Read More

ଆଜି ମାର୍ଗଶୀର କୃଷ୍ଣ ତ୍ରୟୋଦଶୀ ତିଥି । ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ପାଞ୍ଚ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁଯାୟୀ, ଦ୍ବିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବା ପରେ ଏହି ନୀତି ଅନୁଷ୍ଠିତ ହେବ। ଅପରାହ୍ନ ୫ ଟା ଠାରୁ ରାତି ୧୦ ଟା ଯାଏଁ ପାଞ୍ଚ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦଇତାପତି ସେବାୟତ ମାନେ ତିନି ଭାଗରେ ବିଭକ୍ତ ହୋଇ ରତ୍ନସିଂହାସନ ଉପରେ ଚଢି ମହାପ୍ରଭୁଙ୍କ ଏହି ଗୁପ୍ତ ସେବା କରିଥାନ୍ତି । ଦ୍ଵିତୀୟ ଭୋଗମଣ୍ଡପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ । ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ । ବର୍ଷକୁ ପ୍ରାୟ ଦୁଇଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ…

Read More

ଆଜି ହେଉଛି ଜାତୀୟ ପ୍ରେସ ଦିବସ । ପ୍ରତି ବର୍ଷ ନଭେମ୍ବର ୧୬ରେ ପାଳନ କରାଯାଇଥାଏ ଜାତୀୟ ପ୍ରେସ ଦିବସ । ଖବର ଗୁଣବତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ୧୯୬୬ ମସିହା ନଭେମ୍ବର ୧୬ ତାରିଖରେ ପ୍ରେସ କାଉନସିଲ ଅଫ ଇଣ୍ଡିଆ ସ୍ଥାପିତ ହୋଇଥିଲା । ଦେଶର ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନହେବେ ସେଥିପାଇଁ ପ୍ରେସ କାଉନସିଲ ଅଫ ଇଣ୍ଡିଆ କାମ କରିଆସୁଛି ।ଏହି ଶକ୍ତିଶାଳୀ ମାଧ୍ୟମର ମାନ ବଜାଇ ରଖିବା ଏବଂ କୌଣସି ବାହ୍ୟ ପ୍ରଭାବ ଓ ଧମକରେ ମୁଣ୍ଡନୁଆଁଇିବା ପରିବର୍ତ୍ତେ ଜନହିତରେ କାର୍ଯ୍ୟକରିବାର ସ୍ୱାଧୀନତା ପ୍ରେସକୁ ମିଳିଛି । ପ୍ରେସ ଏହି ଦାୟିତ୍ୱକୁ ସୁଚାର ରୂପେ ପାଳନ କରୁଛି କି ନାହିଁ , ତାର ତଦାରଖ ଦାୟିତ୍ୱ ଭାରତୀୟ ପ୍ରେସ ପରିଷଦର । ବିଶ୍ୱରେ ଅନେକ ପ୍ରେସ ବା ମିଡିଆ କାର୍ଯ୍ୟକରୁଥିଲେ ହେଁ ଭାତତୀୟ ପ୍ରେସ ପରିଷଦ ଅନ୍ୟନ ଏବଂ ଏକମାତ୍ର ସଂସ୍ଥା,…

Read More