ଆଉ ନାହାନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ।ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ରେ ବହୁ ରୋମାଣ୍ଟିକ୍ ଗୀତ ଭେଟି ଦେଇଥିବା ହ୍ୟୁମାନ୍ ସାଗର ଘରେ ଘରେ ପରିଚିତ ।ହ୍ୟୁମାନଙ୍କ ଜନ୍ମ ୧୯୯୦ ମସିହା ଏପ୍ରିଲ ୨୧ ତାରିଖରେ । ଘର ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ । ସେ ରହୁଥିଲେ କଟକ ସିଡିଏ-୯ରେ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ଥିଲେ ତାଙ୍କର ଗୁରୁ । ୨୦୧୭ ମସିହାରେ ସେ ଶ୍ରୀୟା ମିଶ୍ରଙ୍କୁ ବିବାହ କରିଥିଲେ ।ପ୍ରଥମେ ଏକ ଘରୋଇ ଚ୍ୟାନେଲ ରେ ଆମରି ସ୍ୱର ରେ ଭାଗ ନେଇଥିଲେ ହ୍ୟୁମାନ ସାଗର ଓ ତାପରେ ଆଉ ଏକ ଘରୋଇ ଚ୍ୟାନେଲର ଏକ ରିଆଲିଟି ଶୋ VOICE OF ODISHAରେ ଭାଗ ନେଇଥିଲେ।ଯେତେବେଳେ ଘରୋଇ ଶୋରେ ବିଜେତା ହେଲେ ହ୍ୟୁମାନଙ୍କ ଭାଗ୍ୟ ଖୋଲିଗଲା।ପ୍ରଥମ ଫିଲ୍ମ something something ପାର୍ଟ 2 ରେ ପ୍ରେମ ହେଇଯାଏ…
Author: sanitelevision
ଓଡ଼ିଶାର ସୁନାମଧନ୍ୟ ଓ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ଏମ୍ସ (AIIMS) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି। ହ୍ୟୁମାନଙ୍କ ମୃତ୍ୟୁକୁ ନେଇ ଓଲିଉଡଜଗତରେ ଶୋକର ଛାୟା ଖେଳିଯାଇଛି। ତେବେ ହ୍ୟୁମାନ ସାଗରଙ୍କ ପରଲୋକ ପରେ ବଡ଼ ଅଭିଯୋଗ ଆଣିଲେ ତାଙ୍କ ମାଆ । ସେ କହିଛନ୍ତି, ମୋ ପୁଅକୁ ୟୁଜ କରାଯାଉଥିଲା । ଦେହ ଖରାପ ସତ୍ତ୍ବେ ତାକୁ ଷ୍ଟେଜ ସୋ’କୁ ନେଉଥିଲେ । ପୁଅର ମୃତ୍ୟୁ ପାଇଁ ଯିଏ ଦାୟୀ ତାକୁ ଧରାଯାଉ ବୋଲି କହିଛନ୍ତି ହ୍ୟୁମାନ ସାଗରଙ୍କ ମାଆ ।ହ୍ୟୁମାନଙ୍କ ମାଆ କହିଛନ୍ତି, ମୋ ପୁଅକୁ ତାର ଦୁଇ ଜଣ ପିଏ ବ୍ୟବହାର କଲେ। ମୋ ପୁଅର ଦେହ ଖରାପ ଥିବା ସତ୍ତ୍ୱେ ତାକୁ ମେଡିକାଲ ନେବାକୁ ଛାଡ଼ିଲେନି।
ରାଜ୍ୟରେ ଆମିଷ ଚାହିଦା କ୍ରମାଗତ ବୃଦ୍ଧି ପାଇଚାଲିଛି କିନ୍ତୁ ସେହି ଅନୁପାତରେ ଉତ୍ପାଦନ ବଢ଼ୁ ନାହିଁ। ବିଶେଷକରି ମାଛ ଓ ଅଣ୍ଡା ଉପରେ ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପରେ ଆଜି ବି ନିର୍ଭରଶୀଳ। ଦୈନିକ ପ୍ରାୟ ୧୧୦ ମେଟ୍ରିକ୍ ଟନ୍ ମାଛ ଓ ୧୫ଲକ୍ଷ ଅଣ୍ଡା ଆମଦାନୀ ହେଉଛି। ଏହାର ଉତ୍ପାଦନେର ସ୍ବୟଂସମ୍ପୂର୍ଣ୍ଣ ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଥିଲେ ହେଁ ତାହା ପୂରାମାତ୍ରାରେ ସଫଳ ହୋଇପାରୁନି।ତେବେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡିଶା । ଆଗାମୀ ୫ ବର୍ଷରେ ମଧୁର ମାଛ ରପ୍ତାନୀ ପାଇଁ ଟାର୍ଗେଟ ରଖାଯାଇଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଓ ବିଭିନ୍ନ ଯୋଜନା ସତ୍ତ୍ବେ ଅନ୍ୟ ଉପରେ ନିର୍ଭରଶୀଳତା ହ୍ରାସ ପାଉନି ।ମାଛ ଓ ଅଣ୍ଡା ଉତ୍ପାଦନରେ ବୃଦ୍ଧି ପାଇଁ ସରକାର ୨୦୧୫ରେ ଓଡ଼ିଶା ମତ୍ସ୍ୟନୀତି ପ୍ରଣୟନ କରିଥିଲା। ଏହା ମାଧ୍ୟମରେ…
କେନ୍ଦୁଝର ଜିଲା ସଦର ଥାନା ଅଞ୍ଚଳରେ ଜଣେ ୮ ବର୍ଷର ଦିବ୍ୟାଙ୍ଗ ଜନଜାତି ନାବାଳିକାଙ୍କୁ ଆସିଫ୍ ଅନବର ଖାନ୍ ନାମକ ଫେରିବାଲା ଶନିବାର ଅପରାହ୍ନରେ ବାରମ୍ବାର ବଳାତ୍କାର କରି କ୍ଷତାକ୍ତ କରି ଦେଇଥିବା ଯୋଗୁ ପୀଡ଼ିତା କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏ ବିଷୟରେ କେନ୍ଦୁଝର ଜିଲା ପ୍ରଶାସନ ଓ ପୋଲିସକୁ ପୂର୍ବରୁ ଜଣାଇଥିଲେ ମଧ୍ୟ ସେମାନଙ୍କୁ ଚିହ୍ନଟ କରି କେନ୍ଦୁଝରରୁ ବିଦା କରିବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଏଥିପାଇଁ ବିଶ୍ବହିନ୍ଦୁ ପରିଷଦ କେନ୍ଦୁଝର ଜିଲା ପକ୍ଷରୁ ଆଜି କେନ୍ଦୁଝର ଜିଲାପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ମଙ୍ଗଳବାର ସକାଳ ୬ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲା ବନ୍ଦର ଡାକରା ଦିଆଯାଇଛି।ଏହାକୁ ସମସ୍ତ ହିନ୍ଦୁ ସଂଗଠନ ଓ ହିନ୍ଦୁ ଭଉଣୀଭାଇ ସହଯୋଗ ଓ ସମର୍ଥନ କରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦ କହିଛନ୍ତି।
ଓଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ । ପତ୍ନି ଶ୍ରେୟାଙ୍କ ସୂଚନା, ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ୱାସ୍ଥରେ ଆସୁନି ସୁଧାର । ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ସୁଦ୍ଧା ଭେଣ୍ଟିଲେଟରରେ ଅଛନ୍ତି ହ୍ୟୁମାନ୍ ସାଗର । ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ ।। ଡାକ୍ତରୀ ସୂଚନାନୁସାରେ, ହ୍ୟୁମାନ ମସ୍ତିଷ୍କ, ଫୁସ୍ଫୁସ୍, ବୃକକ୍, ଯକୃତ, ରକ୍ତ ଜମାଟ ବାନ୍ଧିବା ଏବଂ ରକ୍ତଚାପକୁ ପ୍ରଭାବିତ କରୁଥିବା ଅତ୍ୟଧିକ ବହୁ-ଅଙ୍ଗ କାର୍ଯ୍ୟହୀନତା ସିଣ୍ଡ୍ରୋମ (Severe Multi-Organ Dysfunction Syndrome – MODS), ଆକ୍ୟୁଟ୍ ଅନ୍ କ୍ରନିକ୍ ଲିଭର୍ ଫେଲ୍ୟୁର୍ (Acute on Chronic Liver Failure – ACLF), ଦ୍ୱିପାର୍ଶ୍ୱୀୟ ନିମୋନିଆ (Bilateral Pneumonia) (ଉଭୟ ଫୁସ୍ଫୁସ୍ରେ ସଂକ୍ରମଣ), ହୃତ୍ପିଣ୍ଡର ପମ୍ପିଂ କାର୍ଯ୍ୟ ଅତ୍ୟନ୍ତ ହ୍ରାସ ସହ ଡାଇଲେଟେଡ୍ କାର୍ଡିଓମାଇଓପାଥି (Dilated Cardiomyopathy) ରୋଗରେ ପୀଡ଼ିତ । ହ୍ୟୁମାନଙ୍କୁ ଭେଟିବା ପରେ…
ବାରବାଟୀ ମ୍ୟାଚ ପାଇଁ ଆସନ୍ତା ଡିସେମ୍ବର ୧ ତାରିଖରେ ହେବ ଟିକେଟ ବିକ୍ରି। ୧ରେ ଅନଲାଇନରେ ଟିକେଟ ବିକ୍ରି କରାଯିବ। ଏହା ପରେ ୫ ତାରିଖରେ ଅଫଲାଇନରେ ଟିକେଟ ବିକ୍ରି ହେବ। ଷ୍ଟାଡିୟମରେ ୬ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ ।। ଡିସେମ୍ବର ୩ରେ ୪ରେ ଓସିଏ ଅନୁବନ୍ଧିତ ସଂସ୍ଥାକୁ ଟିକେଟ ଦିଆଯିବ । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି ।ସୂଚନାଯୋଗ୍ୟ, ଆସନ୍ତା ଡିସେମ୍ବର ୯ ତାରିଖରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ। ଭାରତ-ଦକ୍ଷିଣ ଆଫ୍ରିକା T20 ସୂଚୀ ପ୍ରଥମ ଟି-ଟ୍ଵେଣ୍ଟି – ବାରବାଟୀ ଷ୍ଟାଡିୟମ୍, କଟକ – ସନ୍ଧ୍ୟା ୭ଟାଦ୍ଵିତୀୟ ଟି-ଟ୍ଵେଣ୍ଟି – ଚଣ୍ଡିଗଡ଼ (ମୁଲ୍ଲାନପୁର) – ସନ୍ଧ୍ୟା ୭ଟାତୃତୀୟ ଟି-ଟ୍ଵେଣ୍ଟି – ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ୍, ଧର୍ମାଶାଳା – ସନ୍ଧ୍ୟା ୭ଟାଚତୁର୍ଥ ଟି-ଟ୍ଵେଣ୍ଟି – ଏକନା କ୍ରିକେଟ ଷ୍ଟାଡିୟମ୍, ଲକ୍ଷ୍ନୌ – ସନ୍ଧ୍ୟା ୭ଟାପଞ୍ଚମ ଟି-ଟ୍ଵେଣ୍ଟି…
ପୁଲିସକୁ ମୋଟର ଯାନ ଯାଞ୍ଚ ଅଧିକାର ଦେଇଛନ୍ତି ରାଜ୍ୟ ସରକାର । ଡିସେମ୍ବର ୧ରୁ ପୁଲିସକୁ ଗାଡ଼ି ଯାଞ୍ଚ ଅଧିକାର ମିଳିବ ।ଏହାକୁ ନେଇ ଘରୋଇ ବସ୍ ମାଲିକ ସଂଘ ବସ୍ ଧର୍ମଘଟ ଚେତାବନୀ ଦେଇଛି । ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ଯେବେଠୁ ସରକାର ଯାଞ୍ଚ ଅଧିକାର ଦେବେ ସେବେଠୁ ସାରାରାଜ୍ୟରେ ବସ ଚଳାଚଳ ବନ୍ଦ କରାଯିବ ।ଏ ନେଇ ସରକାରଙ୍କୁ ଦାବିପତ୍ର ଦେବ ବସ୍ ମାଲିକ ସଂଘ । ସୂଚନାମୁତାବକ ମୋଟର ଭେହିକଲ ଆଇନର ବିଭିନ୍ନ ଦଫାରେ ପୋଲିସ ଗାଡି ଯାଞ୍ଚ କରିବା ଓ ଗାଡି ଉପରେ ଜରିମାନା ଲଗାଇପାରିବ । ଯାହାକି ବିଶେଷ ଭାବେ ପୂର୍ବରୁ ଏହି ସମସ୍ତ କ୍ଷମତା କେବଳ ପରିବହନ ବିଭାଗ ବା ଆରଟିଓଙ୍କ ନିକଟରେ ସୀମିତ ଥିଲା । ଏବେ ଏହି କ୍ଷମତା ଓଡିଶା ପୋଲିସକୁ ହସ୍ତାନ୍ତର କରାଯାଉ ଥିବାରୁ ଏହାକୁ ବିରୋଧ କରିଛି ରାଜ୍ୟ ଘରୋଇ ବସ ମାଲିକ ସଂଘ…
କିଛି ଦିନ ହେଲାଣି ରାଜ୍ୟରେ ଶୀତଲହାରୀ ଅନୁଭବ ହେବାରେ ଲାଗିଛି । ଏପରିକି ସକାଳୁ ରାତି ପର୍ଯ୍ୟନ୍ତ ଶୀତୁଆ ଶୀତୁଆ ଅନୁଭବ ହେଉଛି ।ଏହି ସମୟରେ ଥଣ୍ଡା ଜନିତ ରୋଗ ଅଧିକ ହୋଇଥାଏ । ଛୋଟ ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଥଣ୍ଡା ଜ୍ୱର ହେବା ସହିତ କାଶ ମଧ୍ୟ ଅନୁଭବ ହୋଇଥାଏ ।ଯଦି ଏଭଳି କିଛି ଦେଖାଯାଉଛି ତେବେ ତୁଳସୀପତ୍ର, ମହୁ ଆଦି ଛୋଟ ପିଲାଙ୍କୁ ଦେଇପାରିବେ । ଡାକ୍ତରଙ୍କ ପରାମର୍ଶ ନେଇ ପରୀକ୍ଷା ମଧ୍ୟ କରିପାରିବେ , ନାକରେ ଭଲ ଡ୍ରପ୍ ପକାଇ ପାରିବେ । ଏହା ସହିତ ଯଦି ପିଲାଙ୍କୁ ଜ୍ୱର ହେଉଛି ବା ଧଇଁସଇଁ ହେଉଛି, ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ପିଲାଙ୍କୁ ଯେତେବେଳେ ଥଣ୍ଡା ହେଉଛି, ସେହି ସମୟରେ ମନଇଚ୍ଛା ମେଡ଼ିସିନ ଦୋକାନକୁ ଯାଇ କୌଣସି କାହା କଥାରେ ଔଷଧ ଆଣିବା ଅନୁଚିତ । ସବୁବେଳେ ଡାକ୍ତରଙ୍କ ପରାମର୍ଶ…
ଆମେରିକା ସହ ଭାରତର ଐତିହାସିକ ଚୁକ୍ତି। ଏହା ଅନୁସାରେ, ଭାରତର ତୈଳ କମ୍ପାନୀ ଆମେରିକାରୁ ଅତି କମରେ ୧୦ ପ୍ରତିଶତ ଏଲପିଜି ଆମଦାନୀ କରିବ। ଏହି ଚୁକ୍ତି ପରେ ଦେଶରେ ରୋଷେଇ ଗ୍ୟାସର ଉପଲବ୍ଧତା ସହଜ ହୋଇଯିବ। ଭବିଷ୍ୟତରେ କୌଣସି ସପ୍ଲାଇରେ ଅଭାବ ରହିବନି। ବହୁ ମାସ ହେବ ଏହି ଡିଲ୍କୁ ନେଇ ଚର୍ଚ୍ଚା ଚାଲିଥିଲା,ଯାହାକୁ ଏବେ ଔପଚାରିକ ରୂପରେ ପୁରା କରି ଦିଆଯାଇଛି। ଭାରତୀୟ PSU ତୈଳ କମ୍ପାନୀଗୁଡ଼ିକ ୨୦୨୬ ଚୁକ୍ତି ବର୍ଷ ପାଇଁ ଆମେରିକା ଗଲ୍ଫ କୋଷ୍ଟରୁ ବାର୍ଷିକ ପ୍ରାୟ ୨.୨ ନିୟୁତ ଟନ (MTPA) LPG ଆମଦାନୀ ପାଇଁ ଏକ ବର୍ଷିଆ ଚୁକ୍ତି ସଫଳତାର ସହ ସମାପ୍ତ କରିଛନ୍ତି। କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋମବାର ଏହାର ଘୋଷଣା କରିଛନ୍ତି।ପୁରୀ ଆହୁରି ମଧ୍ୟ କରିଛନ୍ତି, ଏହି କ୍ରୟ LPG କ୍ରୟ ପାଇଁ ମାଉଣ୍ଟ ବେଲଭିଉକୁ ମାନଦଣ୍ଡ ଭାବରେ ବ୍ୟବହାର କରିବା…
ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଗଣହତ୍ୟା ମାମଲାରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ-ICT ହସିନାଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ରାଜଧାନୀ ଢାକା ସମେତ ସମଗ୍ର ବାଂଲାଦେଶରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ହାଇଆଲର୍ଟରେ ରହିଛି ପୂରା ଦେଶ । ଇଣ୍ଟରନ୍ୟାସନାଲ କ୍ରାଇମ୍ସ ଟ୍ରିବ୍ୟୁନାଲ୍ଙ୍କ ରାୟ ପୂର୍ବରୁ ଦେଶରେ ଜାରି ହୋଇଥିଲା ହାଇଆଲର୍ଟ । ହସିନାଙ୍କ ବିରୋଧରେ ହତ୍ୟା, ନିର୍ଯାତନା, ଷଡଯନ୍ତ୍ର ଓ ମାନବତା ବିରୋଧରେ ଅପରାଧ ରୋକିବାରେ ବିଫଳ ନେଇ ୫ଟି ମୁଖ୍ୟ ଅଭିଯୋଗ ରହିଛି । ହାସିନା ବାଂଲାଦେଶ ଛାଡି ଏବେ ଭାରତରେ ଆଶ୍ରୟ ନେଇଛନ୍ତି ।








