Author: sanitelevision

ବହୁ ପ୍ରତୀକ୍ଷିତ ୨୦୨୭ ଜାତୀୟ ଜନଗଣନା ପାଇଁ ୨୦୨୬ ଏପ୍ରିଲରୁ ପ୍ରଥମ ପର୍ଯ୍ୟାୟ ପ୍ରକ୍ରିୟା ଆରମ୍ଭ ହେବ । ଏହା ପୂର୍ବରୁ ପ୍ରାକ ପରୀକ୍ଷଣ ଆରମ୍ଭ ହୋଇଛି । ଗତକାଲି (ନଭେମ୍ବର 17ରୁ) ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ଚଳିତମାସ ଶେଷ (ନଭେମ୍ବର 30) ପର୍ଯ୍ୟନ୍ତ ଚାଲିବ । ଏଥିରେ ଗୃହ ତାଲିକା ଓ ଗୃହ ଗଣନା କରାଯିବ । ଏହି ସୂଚନା ଦେଇଛନ୍ତି ଓଡ଼ିଶାର ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ।ଏହି ସମୟରେ ଜନଗଣନା ଅଧିକାରୀ ଘରକୁ ଘର ବୁଲି ୩୪ଟି ପ୍ରଶ୍ନ କରିବେ । ୨୦୧୧ ଜନଗଣନା ତୁଳନାରେ ଚଳିତ ଥର ନୂଆ ପ୍ରଶ୍ନ ପଚାରିବେ । ବିଶେଷ କରି ପରିବାରରେ ବ୍ୟବହୃତ ହେଉଥିବା ପ୍ରଧାନ ଖାଦ୍ୟଶସ୍ୟ ନେଇ ପ୍ରଶ୍ନ କରିବେ । ଚାଉଳ, ଗହମ, ଯଅ, ବାଜରା, ମକା ଖାଉଥିଲେ ଅଧିକାରୀ ଲେଖିବେ । ନଚେତ ଅନ୍ୟ କୌଣସି ଖାଦ୍ୟ ସେବନ କରୁଥିଲେ ମଧ୍ୟ ଉଲ୍ଲେଖ…

Read More

ରାଜ୍ୟରୁ ତଡା ଖାଇବେ ବାଂଲାଦେଶୀ ଅନୁପ୍ରବେଶକାରୀ । ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ସେମାନଙ୍କୁ ବାହାର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ । ଆଜି(ମଙ୍ଗଳବାର) ବଡ଼ ପ୍ରତିକ୍ରିୟା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଆହୁରି କହିଛନ୍ତି, ସରକାର ଆସିବା ପରେ ଗୋଟିଏ ଫେଜ ହୋଇଛି । ଆଗକୁ ମଧ୍ୟ କରାଯିବ । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ବିରୋଧରେ ଆଭିମୁଖ୍ୟ କଠୋର କରାଯାଇଛି । ଯେଉଁଠି ଅଛନ୍ତି ଚିହ୍ନଟ କରାଯିବ, ସେମାନଙ୍କ କାମକୁ ତଦାରଖ କରାଯିବ । ସେମାନଙ୍କୁ ଡିପୋର୍ଟ ମଧ୍ୟ କରାଯିବ । ଏନେଇ ନିଷ୍ପତ୍ତି ନିଆଯାଇଛି । ତଟବର୍ତ୍ତୀ ଅଞ୍ଚଳ ପୋଲିସକୁ ସଶକ୍ତ କରାଯାଇଛି । କୋଷ୍ଟଗାର୍ଡ ନଜର ରଖିଛି ।ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ଚଢାଉ କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୭ ଜଣ ବାଂଲାଦେଶୀଙ୍କୁ ଅଟକ ରଖିଛି l ପର୍ଯ୍ୟାୟ କ୍ରମେ ବାଲେଶ୍ବର କେନ୍ଦ୍ରାପଡାରେ ହେବ ଚଢାଉ lଗତକାଲି…

Read More

ମଙ୍ଗଳବାର ଅନୁଷ୍ଠିତ ଜିଲାପାଳଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଜିଲାପାଳମାନଙ୍କୁ ୯ଟି ଟାସ୍କ ଦେଇଛନ୍ତି।ଦୁର୍ନୀତି ହଟାଇ, ସଚ୍ଚୋଟ ଓ ସାଧୁତା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଦୁର୍ନିତିରେ ସରକାର ବଦନାମ ହେଲେ ବରଦାସ୍ତ କରାଯିବନାହିଁ । ଅଧିକ ଫିଲ୍ଡ ଭିଜିଟ୍ କରିବାକୁ ପରାମର୍ଶ ଦେଇଛନ୍ତି । ଶାସନ ପ୍ରଶାସନରେ ଟେକ୍ନୋଲୋଜିର ବ୍ୟବହାରକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି । ଜିଲ୍ଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି । ସରକାରୀ ବିଜ୍ଞାପନ ଓଡିଆ ଭାଷାରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ସୋସିଆଲ ମିଡିଆ ଜରିଆରେ ସରକାରୀ ସୂଚନାକୁ ବ୍ୟାପକ କରିବାକୁ ସମ୍ମିଳନୀରେ କୁହାଯାଇଛି। ଅନ୍ୟପକ୍ଷେ ଗାଦି ମଡ଼ା ବାବୁଙ୍କୁ ଚିହ୍ନଟ କରି ତୁରନ୍ତ ବଦଳାଇବାକୁ ମୁଖ୍ୟମନ୍ତ୍ରୀ ଜିଲାପାଳମାନଙ୍କୁ କହିଛନ୍ତି।

Read More

ରାଜ୍ୟରେ କେହି ରହିବେନି ଭୂମିହୀନ । ୬ ମାସ ଭିତରେ ସମାଧାନ ହେବ ରାଜସ୍ଵ ବିଭାଗରେ ପଡ଼ିଥିବା ସବୁ ମାମଲା । ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସମ୍ମିଳନରେ ଏକଥା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ଵ ବିଭାଗରେ ପଡ଼ିଥିବା ସବୁ ମାମଲାର ସମାଧାନ ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ । ଅନ୍ୟପଟେ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜମି ସୀମା ନିର୍ଦ୍ଧାରଣ ପ୍ରକ୍ରିୟାକୁ ସଂପୂର୍ଣ୍ଣ ଅନଲାଇନ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ପୁରୁଣା ମାନୁଆଲ ପ୍ରଣାଳୀରେ ଥିବା ଅସ୍ୱଚ୍ଛତା, ବିଳମ୍ବ ଓ ଦୁର୍ନୀତିର ଅଭିଯୋଗକୁ ଦୂର କରାଯାଇପାରିବ ବୋଲି ବିଭାଗ ଆଶା ରଖିଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ ସମସ୍ତ ରାଜସ୍ୱ ବିଭାଗୀୟ କମିଶନର ଓ ସମସ୍ତ ଜିଲ୍ଲାପାଳଙ୍କୁ ଏହି ସମ୍ପର୍କୀତ…

Read More

ନୂଆଦିଲ୍ଲୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ଆତଙ୍କୀ ଡାକ୍ତର ଉମର ନବୀର ନୂଆ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ଉମର ନବୀ ଇଂଲିଶରେ ଆତ୍ମଘାତୀ ବିସ୍ଫୋରଣ ଖରାପ ନୁହେଁ ବୋଲି କହୁଛି । ଆତ୍ମଘାତୀ ଆକ୍ରମଣକୁ ସଠିକ୍ ବୋଲି କହୁଛି ଉମର । ଘଟଣାର ୭ଦିନ ପରେ ଏହି ଭିଡିଓ ସାମ୍ନାକୁ ଆସିଛି ।ଏହି ଭିଡିଓରେ ଉମର କହୁଛି ଯେ, ସୁଇସାଇଡ ବମ୍ବିଂକୁ ଠିକ୍ ଭାବରେ ବୁଝି ପାରି ନାହାଁନ୍ତି । ବିସ୍ଫୋରଣ ଏବଂ ଆତ୍ମଘାତୀ ବିସ୍ଫୋରଣ ଭିତରେ ବିଚାରଗତ ଫରକ ରହିଛି । ଏହାକୁ ନେଇ ଅନେକ ବିରୋଧାଭାଷ ଓ ତର୍କ ରହିଛି। ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ସମସ୍ୟା ହେଲା ଯେତେବେଳେ କୌଣସି ବ୍ୟକ୍ତି ମାନିନିଏ ଯେ, ତାର ମୃତ୍ୟୁ ଏକ ନିଶ୍ଚିତ ସମୟ ଓ ନିର୍ଦ୍ଧିଷ୍ଟ ସ୍ଥାନରେ ହେବ ସେତେବେଳେ ସେ ଏକ ବିପଦପୂର୍ଣ୍ଣ ମାନସିକ ସ୍ଥିତିକୁ ଚାଲିଯାଏ। ମୃତ୍ୟୁ ହିଁ ଶେଷ ଠିକଣା ବୋଲି ମାନିନିଏ। ହେଲେ…

Read More

ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ ତାରିଖରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ଜାନୁଆରୀ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ । ତେବେ ଚଳିତବର୍ଷ ସୁଶୀଲ ମେହେର ହେବେ କଂସ । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ଅଭିନୟ କରିବେ । ୩ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ତା ଗ୍ରାମର ସୁଶୀଲ ମେହେର । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କଳାକାର ସମନ୍ବୟ କମିଟିର ଆବାହକ ତଥା ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର । ୩୫ ଜଣ କଳାକାର ଙ୍କୁ ପଛରେ ପକାଇ ବିଚାରକ ମଣ୍ଡଳୀ ର ହୃଦୟ ଜିଣିଲେ ସୁଶିଲ ମେହେର।

Read More

ଆନ୍ଧ୍ରପ୍ରଦେଶରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଏନ୍‌କାଉଣ୍ଟରରେ କୁଖ୍ୟାତ ମାଓ ନେତା ହିଡ୍‌ମା ନିପାତ । ହିଡ୍‌ମା ନାଁରେ ଥିଲା ୧ କୋଟି ଟଙ୍କାର ପୁରସ୍କାର । ତାଙ୍କ ପତ୍ନୀ ରାଜେ ମଧ୍ୟ ଏହି ଏନ୍‌କାଉଣ୍ଟରରେ ଟଳିଥିବା ସୂଚନା । ଏହା ସହ ଆହୁରି ୬ ମାଓବାଦୀ ମଧ୍ୟ ନିପାତ । ତେବେ ହିଡମା ମୃତ୍ୟୁ ନେଇ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ । ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ଧରଣର ଏନକାଉଣ୍ଟର ପରେ ଯବାନ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି।

Read More

ଚଳିତ ମାସରୁ ଆରମ୍ଭ ହୋଇଛି ଅଲିଭ ରିଡ଼ଲେଙ୍କ ପ୍ରଜନନ ଋତୁ । ତେବେ ସୁରକ୍ଷିତ ଅଣ୍ଡାଦାନ ପାଇଁ ସବୁ ପ୍ରକାର ପ୍ରସ୍ତୁତି କରାଯାଇଛି । ବିଶେଷକରି ଅଲିଭ ରିଡ଼ଲେ ଫେବୃଆରୀ ମାସରେ ଅଣ୍ଡାଦାନ କରନ୍ତି । କିନ୍ତୁ ପୁରୀ ବନ୍ୟପ୍ରାଣୀ ବିଭାଗରେ ଥିବା ଦୁଇଟି ସ୍ଥାନରେ ଅଲିଭ ରିଡ଼ଲେ କଇଁଛ ମାନେ ଅପ୍ରତ୍ୟସିତ ଭାବେ କୁଳକୁ ଆସି ଅଣ୍ଡାଦାନ କରିଛନ୍ତି । ତେବେ ବନ ବିଭାଗର ଅବହେଳା ଯୋଗୁଁ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ପାଇଁ ସାଜିଛି କାଳ । ବନ ବିଭାଗ ସମୁଦ୍ରରେ ପେଟ୍ରୋଲିଂ କରୁନଥିବାରୁ ନିଷିଦ୍ଧାଞ୍ଚଳରେ ବୁଲୁଛି ମାଳ ମାଳ ମାଛ ଧରା ଟ୍ରଲର । ଫଳରେ ଚଳିତ ବର୍ଷ ଟ୍ରଲର ମାଡରେ ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବା ଆଶଙ୍କା ଦେଖାଦେଇଛି । ପୁରୀର ଦେବୀ ନଦୀ ମୁହାଣରୁ ସମୁଦ୍ର ଭିତରକୁ ୨୦ କିଲୋମିଟର ହେଉଛି ନିଶିଦ୍ଧାଞ୍ଚଳ । ତେବେ ଏହାକୁ ଉଲଂଘନ…

Read More

ସେଦିନ ଥିଲା ୧୭ ନଭେମ୍ବର ୨୦୦୨। ସେହି ଦିନ ଆଖିବୁଜିଥିଲେ ଚିରସବୁଜ ଗାୟକ ତଥା ଓଡ଼ିଆ ସଂଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି। ଆଉ ଏବେ ସେହି ନଭେମ୍ବର ୧୭ କିନ୍ତୁ ବର୍ଷଟା ଅଲଗା ମାନେ ୨୦୨୫ । ଏହି ଦୁଇଟି ତାରିଖ ଓଡ଼ିଶାର ସଙ୍ଗୀତ ଜଗତରେ ସବୁଦିନ ପାଇଁ ଅଭୁଲା ତାରିଖ ହୋଇ ରହିଯିବ । ଏବେ ଅଫେରା ରାଇଜକୁ ଚାଲିଯାଇଛନ୍ତି ହ୍ୟୁମାନ ସାଗର। ଦୁଇ ଜଣଙ୍କ ସ୍ୱର ଶୁଣିବାକୁ ସବୁବେଳେ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରିରହୁଥିଲା ।ଗତକାଲି ଥିଲା ୧୭ ନଭେମ୍ବର ୨୦୨୫। ସେଦିନ ଓଡ଼ିଆ ସଂଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ଶେଷ ନିଶ୍ବାସ ତ୍ୟାଗ କରିଲେ। ସେ ଶତାଧିକ ସିନେମାରେ କଣ୍ଠଦାନ କରିବା ସହ ବହୁ ଆଲବମ୍ ଗୀତ ବି ଗାଇଥିଲେ। ଦୁଇଜଣ ନିଜ ନିଜ ସମୟର ସର୍ବାଧିକ ଲୋକପ୍ରିୟ ଏବଂ ସର୍ବାଧିକ ପାରିଶ୍ରମିକ ନେଉଥିବା କଳାକାର। ଅକ୍ଷୟ ମହାନ୍ତି ଜୀବନର ଅପରାହ୍ଣରେ…

Read More

ସମଗ୍ର ରାଜ୍ୟରେ ଏବେ ଶୀତର ପ୍ରକୋପ ଜାରି ରହିଥିବାବେଳେ ଭୁବନେଶ୍ୱରରେ ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ରବିବାର ଭୁବନେଶ୍ୱରର ସର୍ବନିମ୍ନ ରାତି ତାପମାତ୍ରା ୧୨.୯ ଡିଗ୍ରୀ ସେଲ୍‌ସିୟସ ରେକର୍ଡ ହୋଇଥିବାବେଳେ ଏହା ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିଛି। ତେବେ ବୁଧବାରଠାରୁ ରାଜ୍ୟରେ ଥଣ୍ଡା ପ୍ରକୋପ କମିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । କିନ୍ତୁ ଆଭ୍ୟନ୍ତରୀଣ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଶୀତ ଅନୁଭୂତ ହେବ । ମଙ୍ଗଳବାର ରାତିରୁ ତାପମାତ୍ରା ବଢ଼ିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।ଗତ ୨୪ ଘଣ୍ଟାରେ ରାଜ୍ୟର ୫ସହରର ତାପମାତ୍ରା ୧୦ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। କନ୍ଧମାଳ ଜିଲାର ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୫.୪ ଡିଗ୍ରୀ ସେଲ୍‌ସିୟସ ରହିଥିବାବେଳେ, ସେମିଳିଗୁଡ଼ାରେ ୬.୧, ଦାରିଙ୍ଗବାଡ଼ିରେ ୭, ଫୁଲବାଣୀରେ ୮ ଏବଂ ଝାରସୁଗୁଡ଼ାରେ ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ…

Read More