Author: sanitelevision

ବିଶ୍ୱ ଐତିହ୍ୟ ସପ୍ତାହ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ପକ୍ଷରୁ ସମସ୍ତ ପର୍ଯ୍ୟଟକ ମାନଙ୍କୁ ଆଜି ଦିନକ ପାଇଁ କୋଣାର୍କ ସୂର୍ଯ୍ୟମନ୍ଦିରକୁ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି I ଏନେଇ ଏଏସ୍‌ଆଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି Iସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ଆଜି ଦିନକ ପାଇଁ ବିନା ଅର୍ଥରେ ଦେଖିବେ ପର୍ଯ୍ୟଟକ । ଏ ନେଇ କୋଣାର୍କ ସଂରକ୍ଷଣ ଅଧିକାରୀ ତ୍ରୈଲୋକ୍ୟ ନାଥ ବେହେରା ସୂଚନା ଦେଇଛନ୍ତି । ଏଥିପାଇଁ ବୁଧବାର ସୂର୍ଯ୍ୟ ମନ୍ଦିର ପରିସରରେ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଛି ।ଦିଲ୍ଲୀ ଠାରେ ଆତଙ୍କବାଦୀମାନଙ୍କ ବଡ଼ ଧରଣର କାର ବିସ୍ପୋରଣ ଘଟଣାକୁ ନଜରରେ ରଖି ମଙ୍ଗଳବାର ଅପରାହ୍ନରେ ପୁରୀ ଏସପି ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶବିଦେଶର ପର୍ଯ୍ୟଟକମାନଙ୍କ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରେ ରଖି ବିଶ୍ୱଐତିହ୍ୟ ସୂର୍ଯ୍ୟ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ଅନୁଧ୍ୟାନ କରିବା ସହ ଟିକିନିଖି ବୁଲିଦେଖି ତଦାରଖ କରିଥିଲେ ।

Read More

ଖେଳନା ନେଲା ଜୀବନ । ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଚିପ୍ସ ପ୍ୟାକେଟରେ ଥିବା ଖେଳନା ଗିଳି ଶିଶୁ ମୃତ । ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡ଼ାରେ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ରଞ୍ଜିତ ପ୍ରଧାନଙ୍କ ପୁଅ ବିଗିଲ ପ୍ରଧାନ । କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ମୁସୁମାହାପଡାର ରଞ୍ଜିତ ପ୍ରଧାନଙ୍କ ପୁଅ ପ୍ଲାଷ୍ଟିକ୍ ଖେଳନାରେ ଖେଳୁଥିଲେ । ଅସାବଧାନତା ବଶତଃ ପ୍ଲାଷ୍ଟିକ୍ ଖେଳନାର ଗୁଳିଟି ଶିଶୁର ତଣ୍ଟିରେ ଅଟକିଯାଇଥିଲା । ଫଳରେ ନିଶ୍ବାସ ପ୍ରଶ୍ବାସ ନେବାରେ ଶିଶୁଟିକୁ କଷ୍ଟ ହୋଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ପରୀକ୍ଷା କରି ତାଙ୍କୁ ମୃତ ଘୋଷଣା କରିଥିଲେ । ଶିଶୁଟିର ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Read More

ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣ ଘଟଣାରେ କେନ୍ଦ୍ର ସରକାର ଗଣାଧ୍ୟମ ପାଇଁ ଆଡଭାଇଜରି ଜାରି କରିଛନ୍ତି। ବେଆଇନ କାର୍ଯ୍ୟକଳାପକୁ ସମର୍ଥନ କିମ୍ବା ପ୍ରୋତ୍ସାହନ କଲା ଭଳି କୌଣସି ବିଷୟବସ୍ତ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ବିସ୍ଫୋରକ ପ୍ରସ୍ତୁତି ନେଇ ମଧ୍ୟ ସୂଚନା/ଭିଡିଓ ପ୍ରସାରଣ ପାଇଁ ବାରଣ କରାଯାଇଛି । ଖବର ପ୍ରସାରଣ ବେଳେ ଜାତୀୟ ନିରାପତ୍ତା ପ୍ରତି ସମ୍ବେଦନଶୀଳ ହେବାକୁ ପରାମର୍ଶ ଦିଆଯାଇଛି । ଏପରି ବିଷୟବସ୍ତୁ ହିଂସାକୁ ଉସୁକାଇବାର ଆଶଙ୍କା ଥିବା ବେଳେ ଆଇନ ଶୃଙ୍ଖଳା ତଥା ଜାତୀୟ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବ ବୋଲି କୁହାଯାଇଛି । ସେହିପରି ଖବର ସଂଗ୍ରହ ବେଳେ ମଧ୍ୟ ସତର୍କତା ଅବଲମ୍ବନ କରିବା ସହ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ଅପିଲ କରାଯାଇଛି । କେବୁଲ ଟିଭି ନେଟୱାର୍କ ଆକ୍ଟ, ୧୯୯୫ ଅନୁଯାୟୀ ଧାର୍ଯ୍ୟ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ ସଂହିତାକୁ କଠୋର ଭାବରେ ପାଳନ କରିବାକୁ ସୂଚନା ଓ ପ୍ରସାରଣ…

Read More

ପୁରୁଷ ପରିବାରର ମେରୁଦଣ୍ଡ । ଘରର ଦାୟିତ୍ବ ନେବା ସହ ପରିବାରର ସାହାରା ହୋଇଥାନ୍ତି । ଧୈର୍ଯ୍ୟବାନ ହୋଇଥାନ୍ତି । ପରିବାରର ଖୁସି ପାଇଁ ସେମାନେ ବଳିଦାନ ଦେଇଥାନ୍ତି । କେବେ ଜଣେ ବାପା ଭାଇ ,ସ୍ବାମୀ ତ ପୁଣି କେବେ ଜଣେ ଭଲ ବନ୍ଧୁ ହୋଇଥାନ୍ତି । ଦୁଃଖ କଷ୍ଟ ସହି ନିଜର ଦାୟିତ୍ବ ତୁଲାଇଥାନ୍ତି ପୁରୁଷ। ଅନ୍ତର୍ଜାତୀୟ ପୁରୁଷ ଦିବସ ଭାବେ ନଭେମ୍ବର ୧୯କୁ ପାଳନ କରାଯାଉଛି। ମହିଳା ଦିବସ ଅର୍ଥାତ୍‌ ୮ମାର୍ଚ୍ଚ ସମ୍ପର୍କରେ ସମସ୍ତେ ବେଶ୍‌ ଭଲ ଭାବେ ଅବଗତ ଥିବାବେଳେ ଅନ୍ତର୍ଜାତୀୟ ପୁରୁଷ ଦିବସ ମୁଖ୍ୟତଃ ଭାରତରେ କେବଳ କାଗଜ ପତ୍ରରେ ସୀମିତ ରହିଛି। ବିଶ୍ୱର ୬୦ରୁ ଊର୍ଦ୍ଧ୍ବ ଦେଶ ନଭେମ୍ବର ୧୯କୁ ଅନ୍ତର୍ଜତୀୟ ପୁରୁଷ ଦିବସ ଭାବେ ପାଳନ କରିଥାନ୍ତି। ୧୯୯୮ରେ ତ୍ରିନିଦାଦ ଓ ଟୋବାଗୋ ଦେଶରେ ପ୍ରଥମ ଥର ପାଇଁ ଉକ୍ତ ଦିବସ ପାଳନ କରାଯାଇ ଥିଲା।ଆନ୍ତର୍ଜାତୀୟ ପୁରୁଷ ଦିବସ ଏହା ମନେପକେଇଦିଏ…

Read More

ଆଜିଠାରୁ ଶ୍ରୀମନ୍ଦିରରେ ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ । ମାର୍ଗଶୀର ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥିରେ ଅର୍ଥାତ ଆଜି ଠାରୁ ତିନିଦିନ ଧରି ଦେବ ଦୀପାବଳୀ ନୀତି ଅନୁଷ୍ଠିତ ହେବ। ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ପ୍ରତିପଦ ତିନି ଦିନ ଧରି ଏହା ଅନୁଷ୍ଠିତ ହେବ। ଆଜି ପ୍ରଥମ ଦିନରେ ମହାପ୍ରଭୁ ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ସନ୍ଧ୍ୟାଧୂପ ନୀତି ବଢିବା ପରେ ଅଦିତି ଓ କଶ୍ୟପଙ୍କ ଉଦେଶ୍ୟରେ ଦୀପଦାନ ଓ ଶ୍ରାଦ୍ଧ ଦେଇଥାନ୍ତି । ଏହିଦିନ ମାନଙ୍କରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ରାଦ୍ଧ ବେଶରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣ କରୁଥିବା ସହ ଆଜି ମହାଦୀପ ମଧ୍ୟ ପ୍ରଜ୍ବଳିତ ହୋଇଥାଏ । ତେଣୁ ଏହାକୁ ଦେବ ଦୀପାବଳି କୁହାଯାଏ ।ଏହି ଅବସରରେ ତିନି ଠାକୁର ଶ୍ବେତ ବସ୍ତ୍ର ପରିଧାନ କରିବେ। ଠାକୁରଙ୍କୁ ସ୍ବର୍ଣ୍ଣ ଅଳଙ୍କାରରେ ବିଭୂଷିତ କରାଯିବ। ପୂଜାପଣ୍ଡା ସେବାୟତ ମାନେ ପିଣ୍ଡଦାନ କରିବେ। ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡ଼ାକୁ…

Read More

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୧ତମ କିସ୍ତି ବୁଧବାର ପ୍ରେରଣ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତି ଯୋଗ୍ୟ କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି) ଜରିଆରେ ୨,୦୦୦ ଟଙ୍କା ଲେଖାଏ ପଠାଇବେ। ତାମିଲନାଡୁର କୋଇମ୍ବାଟୋରରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପିଏମ୍‌ କିଷାନରେ ପଞ୍ଜୀକୃତ ହୋଇ ଥିବା ଚାଷୀ ଇ-କଓ୍ବୋଇସି କରିବା ବାଧ୍ୟତାମୂଳକ। ଚାଷୀମାନେ ପିଏମ୍‌-କିଷାନ ପୋର୍ଟାଲରେ ଏହା କରିପାରିବେ। ଏଥିସହିତ ନିକଟସ୍ଥ ଜନସେବା କେନ୍ଦ୍ରରେ ବାୟୋମେଟ୍ରିକ୍‌ ଇ-କଓ୍ବୋଇସି ହୋଇପାରିବ।କେନ୍ଦ୍ର ସରକାର ଫେବୃଆରୀ ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଥର ପାଇଁ ଗତ ଅଗଷ୍ଟ ୨ ତାରିଖରେ ୨୦ ତମ କିସ୍ତି ପ୍ରଦାନ କରିଥିଲେ । ଏହି ଯୋଜନା ଅଧିନରେ ଭାରତ ସରକାର ସାରା ଦେଶର ଯୋଗ୍ୟ ଚାଷୀମାନଙ୍କୁ ପ୍ରତିବର୍ଷ ୬୦୦୦…

Read More

ମାଟି ପାଇଁ ଗର୍ବ ଆଣିଲେ ଓଡ଼ିଆ ପୁଅ। ଭାରତୀୟ ପାଣିପାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ସାର୍ ଗିଲବର୍ ୱାକର୍ ଗୋଲ୍ଡ ସମ୍ମାନ।ପାଣିପାଗ କ୍ଷେତ୍ରରେ ତାଙ୍କର ବିଶେଷ ଅବଦାନ ପାଇଁ ତାଙ୍କୁ ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ସୋସାଇଟି ଆଇଏମଏସ ତରଫରୁ ଏହି ପୁରସ୍କାର ଦିଆଯାଇଛି ।ପାଣିପାଗ ଉପରେ ଗବେଷଣା ଏବଂ ସୂଚନା ଏହା ସହିତ ବାତ୍ୟା ଓ ମୌସୁମୀ ଜନିତ ଲଘୁଚାପ ନେଇ ସଠିକ୍ ଆକଳନ ପାଇଁ କ୍ଷେତ୍ରରେ ତାଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୦୭ ମସିହାରେ ଭାରତୀୟ ପାଣିପାଗ ବିଭାଗରେ ୱାର୍ନିଙ୍ଗ ସିଷ୍ଟମକୁ ସମ୍ପୂର୍ଣ ଅତ୍ୟାଧୁନିକରଣ କରିବା ପାଇଁ ତାଙ୍କ ରିପୋର୍ଟକୁ ସେତେବେଳେ ଗ୍ରହଣ କରିଥିଲେ କେନ୍ଦ୍ର ସରକାର। ଭାରତ ସହିତ ଆମର ୧୩ଟି ପଡ଼ୋଶୀ ରାଷ୍ଟ୍ରକୁ ସଠିକ ଅକାଳନ ଏବଂ ତଥ୍ୟ ଦେବାରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ। ଭାରତର ସଇକ୍ଲୋନ ମ୍ୟାନ ଭାବେ ପରିଚୟ ହାସଲ କରିଥିବା ମୃତ୍ୟୁଞ୍ଜୟକୁ ନେଇ ଆଜି ଗର୍ବିତ ଓଡ଼ିଶା। ୧୯୬୫ ମସିହା…

Read More

ବାଂଲାଦେଶୀ ନାବାଳିକାକୁ ଓଡ଼ିଶା ଚାଲାର ମାମଲାରେ ଜାତୀୟ ତଦନ୍ତ ସଂସ୍ଥା (ଏନ୍‌ଆଇଏ) ୧୦ ଜଣ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରିଛି। ଏନ୍‌ଆଇଏ ଭୁବନେଶ୍ବରସ୍ଥିତ ଏକ କୋର୍ଟରେ ଏହି ଚାର୍ଜସିଟ୍‌ ଦାଖଲ କରିଛି। ଅଭିଯୁକ୍ତମାନେ ବାଂଲାଦେଶୀ ନାବାଳିକାଙ୍କୁ ଚାକିରି ପ୍ରଲୋଭନ ଦେଖାଇଥିଲେ।ସୂଚନା ଅନୁସାରେ ଅଭିଯୁକ୍ତମାନେ ପରିବାର ଲୋକଙ୍କୁ ଆର୍ଥିକ ଲୋଭ ଦେଖାଇ ତଥା ଓଡ଼ିଶାରେ ଚାକିରି ପ୍ରଲୋଭନ ଦେଖାଇ ନାବାଳିକାକୁ ଆଣିଥିଲେ। ତଦନ୍ତ ସମୟରେ ଏନ୍‌ଆଇଏ ମାନବ ଚାଲାଣ ରାକେଟ୍‌ ସଂପର୍କରେ ଅନେକ ତଥ୍ୟ ହାସଲ କରିଛି। ଓଡ଼ିଶା ପୁଲିସ ଆରମ୍ଭରୁ ପୋକ୍ସୋ କୋର୍ଟରେ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ୨ଟି ଚାର୍ଜସିଟ୍‌ ଦାଖଲ କରିଥିଲା। ପ୍ରମାଣ ହସ୍ତଗତ ହେଲା ପରେ ଏନ୍‌ଆଇଏ ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଥିଲା।୨୦୨୪ ମସିହା ନଭେମ୍ୱର ୯ ତାରିଖରେ କଟକ ମଧୁପାଟଣା ଅଞ୍ଚଳ ଲିଙ୍କ୍‌ରୋଡରୁ ନାବାଳିକା ଉଦ୍ଧାର ହେବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା। ନାବାଳିକାର ବୟାନ…

Read More

ଜନ୍ମସ୍ଥାନ ଟିଟିଲାଗଡ଼ ଡେଙ୍ଗ ଗାଁରେ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମରଶରୀର ପହଞ୍ଚିବା ପରେ ଶେଷ ଦର୍ଶନ କରିଛନ୍ତି ପରିବାର, ସମ୍ପର୍କୀୟ, ଆତ୍ମୀୟ ସ୍ୱଜନ ଓ ସଙ୍ଗୀତ ଦୁନିଆର ବହୁ ସେଲିବ୍ରିଟି। ହ୍ୟୁମାନ୍‌ ସାଗରଙ୍କ ଶେଷକୃତ ଆଜି ସନ୍ଧ୍ୟାରେ ବଲାଙ୍ଗୀରଜିଲ୍ଲା ଟିଟିଲାଗଡ଼ରେ ସମ୍ପନ୍ନ ହୋଇଛି। ହ୍ୟୁମାନ ସାଗରଙ୍କ ଅନ୍ତିମ ବିଦାୟ ସ୍ଥାନୀୟ ଏକ ଚର୍ଚ୍ଚରେ କରାଯାଇଛି। ପାର୍ଥିବ ଶରୀରର ଶେଷ ଦର୍ଶନ ପାଇଁ ବଲାଙ୍ଗୀର, କଣ୍ଟାବାଞ୍ଜି, ସଇଁତଳାରୁ ମଧ୍ୟ ପ୍ରଶଂସକମାନେ ଛୁଟି ଆସିଥିଲେ।

Read More

ବହୁଚର୍ଚ୍ଚିତ ପୋଲିସ ସବ୍ଇନ୍ସପେକ୍ଟର (ଏସ୍ଆଇ) ପରୀକ୍ଷା କେଳେଙ୍କାରୀ ମାମଲାରେ ସିବିଆଇ ତଦନ୍ତକୁ ମୂଳରୁ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି। ପୋଲିସ ଅଧିକାରୀଙ୍କ ନିଯୁକ୍ତି ଦାୟିତ୍ୱ ମୁଣ୍ଡାଇଥିବା ଓଡ଼ିଶା ପୁଲିସ ନିଯୁକ୍ତି ବୋର୍ଡ (ଓପିଆର୍ବି)କୁ ଟାଗେର୍ଟ କରିଛି । ୨୦୨୦ ମସିହାଠାରୁ ଓପିଆର୍‌ବି ଦାୟିତ୍ୱ ମୁଣ୍ଡାଇଥିବା ୩ଜଣ ଆଇପିଏସ୍ ଅଧିକାରୀଙ୍କୁ ସିବିଆଇରେ ହାଜର ହେବା ପାଇଁ ସମନ ପଠାଯାଇଥିବା ସୂଚନା ମିଳିଛି।

Read More