Author: sanitelevision

ମ୍ପତ୍ତିଙ୍କୁ ଆଶ୍ରୟ ଦେବାକୁ କହି ଜଣେ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇଛି । ଅଭିଯୋଗ ହେବା ପରେ ପୁଲିସ ତନାଘନା କରିବା ସହ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।ଗତକାଲି କୋରାପୁଟ ଜିଲ୍ଲାର ଦାଦନ ଦମ୍ପତି ନିଜ ଅଞ୍ଚଳକୁ ଫେରିବା ପାଇଁ ରାୟଗଡା ବସଷ୍ଟାଣ୍ଡରେ ଅପେକ୍ଷା କରିଥିଲେ । କୌଣସି ବସ ନମିଳିବାରୁ ଦୀପକ ନାଏକ ନାମକ ଜଣେ ଯୁବକ ଦାଦନ ଦମ୍ପତିଙ୍କୁ ରାତ୍ରିଯାପନ ପାଇଁ ସହାୟତା ଦେବାକୁ କହିଥିଲା । ପ୍ରଥମେ ସ୍ବାମୀକୁ ରାୟଗଡା ସହରର ଏକ କଲୋନୀରେ ଥିବା ଏକ ଘରକୁ ନେଇଥିଲା । ପରେ ଉକ୍ତ ମହିଳାଙ୍କୁ ବାଇକ୍ ଯୋଗେ ସେହି ଅଞ୍ଚଳର ଅନ୍ୟ ଏକ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଥାନାରେ ଅଭିଯୋଗ ହୋଇଛି । ତଦନ୍ତ ସମୟରେ ପୁଲିସ ଅଭିଯୁକ୍ତର ରୁମାଲ ଏବଂ ଏକ ଟୋପିକୁ ଘଟଣାସ୍ଥଳରୁ ଉଦ୍ଧାର କରିଛି । ଅଭିଯୁକ୍ତ ଯୁବକ ଦୀପକ ନାଏକଙ୍କୁ ରାୟଗଡ଼ା ଥାନାରେ…

Read More

ନୀତୀଶ କୁମାର ବୁଧବାର (୧୯ ନଭେମ୍ବର) ରାଜଭବନ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଏନଡିଏ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି କରିଛନ୍ତି ନୀତୀଶ । ଏନଡିଏ ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ, ନୀତିଶ କୁମାର ରାଜଭବନରେ ରାଜ୍ୟପାଳଙ୍କୁ ଭେଟିଛନ୍ତି।ଏପଟେ ବିଜେପି ବିଧାୟକ ଦଳ ନେତା ହୋଇଛନ୍ତି ସମ୍ରାଟ ଚୌଧୁରୀ । ତାଙ୍କୁ ବିଜେପି ବିଧାୟକ ଦଳ ବୈଠକରେ ନେତା ନିର୍ବାଚିତ କରାଯାଇଛି । ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ବିହାର ଉପମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ବୋଲି ସୂଚନା ମିଳିଛି ।ଶପଥ ଗ୍ରହଣ ସମାରୋହ ଗୁରୁବାର (୨୦ ନଭେମ୍ବର) ପାଟନାର ଗାନ୍ଧୀ ମୈଦାନରେ ଅନୁଷ୍ଠିତ ହେବ। ଏଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଶପଥ ଗ୍ରହଣ ଉତ୍ସବର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ନୀତୀଶ କୁମାର ମଙ୍ଗଳବାର…

Read More

ଆଜିକାଲି ଆଧାର କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆପଣ ଜାଣିଥିବେ। ପରି ଏକ ଅତ୍ୟାବଶ୍ୟକୀୟ ଡକ୍ୟୁମେଣ୍ଟର ଅପବ୍ୟବହାର ହେବାର ବିପଦ ଥାଏ। ଏହି ବିପଦକୁ ଆଶଙ୍କା କରି, ସରକାର ପୁଣି ଥରେ ଆଧାରକୁ ଅଧିକ ସୁରକ୍ଷିତ କରିବା ପାଇଁ ପରିବର୍ତ୍ତନ ଘୋଷଣା କରିଛନ୍ତି। ଆସିବାକୁ ଥିବା ନୂଆ ଆଧାର କାର୍ଡରେ କେବଳ ଆପଣଙ୍କ ଫଟୋ ଓ ଏକ କ୍ୟୁଆର ରହିବ।ଥିରେ ପୂର୍ବ ଭଳି ଲିଖିତ ଆପଣଙ୍କ ନାମ, ଠିକଣା ଓ ଆଧାରକାର୍ଡ ନମ୍ବର ହଟାଇ ଦିଆଯିବ। ୟୁନିକ୍ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ (ୟୁଆଇଡିଏଆଇ) ଲୋକଙ୍କ ସମ୍ପର୍କିତ ସୂଚନାର ଦୂରୁପଯୋଗ ରୋକିବା ପାଇଁ ଓ ଅଫଲାଇନ ଭେରିଫିକେସନକୁ ହତୋତ୍ସାହିତ କରିବା ପାଇଁ କାର୍ଡଧାରୀଙ୍କ ଫଟୋ ଓ କ୍ୟୁଆର କୋଡ ସହିତ ଆଧାରକାର୍ଡ ଜାରି କରିବାକୁ ବିଚାର କରୁଛନ୍ତି। ଆଧାର ଉପରେ ଆୟୋଜିତ ଏକ ସମ୍ମିଳନୀରେ ୟୁଆଇଡିଏଆଇ ମୁଖ୍ୟକାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭୁବନେଶ କୁମାର କହିଛନ୍ତି ଯେ ପ୍ରାଧିକରଣ ଡିସେମ୍ବରରେ ଏକ ନୂଆ ନିୟମ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦିନ ସ୍ୱର୍ଗତ ଆଧ୍ୟାତ୍ମିକ ଗୁରୁ ଶ୍ରୀ ସତ୍ୟସାଇ ବାବାଙ୍କ ଜୀବନ , ଶିକ୍ଷା ଏବଂ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ୧୦୦ ଟଙ୍କାର ଏକ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକେଟ ସେଚ ଉନ୍ମୋଚନ କରିଛନ୍ତି । ଶ୍ରୀ ସତ୍ୟସାଇଙ୍କ ଜନ୍ମ ବାର୍ଷିକୀ ଉତ୍ସବରେ ମୋଦି ଅଂଶ ଗ୍ରହଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ, ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, କେ ରାମ ମୋହନ ନାଇଡୁ, ସଚିନ ତେନ୍ଦୁଲକର ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଶ୍ରୀ ସତ୍ୟସାଇ ବାବାଙ୍କ ବାର୍ତ୍ତା କେବଳ ପୁସ୍ତକ, ପ୍ରବଚନ ଏବଂ ଆଶ୍ରମରେ ସୀମିତ ନୁହେଁ। ତାଙ୍କ ଶିକ୍ଷାର ପ୍ରଭାବ ଲୋକଙ୍କ ମଧ୍ୟରେ ଦୃଶ୍ୟମାନ। ସେ ଆହୁରି କହିଛନ୍ତି ଯେ ଆଜି ଭାରତର ସହରଠାରୁ ଛୋଟ ଗାଁ, ସ୍କୁଲରୁ ଆଦିବାସୀ ବସତି ପର୍ଯ୍ୟନ୍ତ, ସଂସ୍କୃତି, ଶିକ୍ଷା ଏବଂ ଚିକିତ୍ସା…

Read More

ମହଙ୍ଗା ପଡିଲା ଯୁବତୀଙ୍କୁ ପ୍ରେମ ପ୍ରତାରଣା । ବନ୍ଧା ହେଲେ ଏୟାର ଫୋର୍ସର ଯବାନ । ଗୋଲକ ବିହାରୀ ଦିକ୍ଷିତଙ୍କୁ ଭୁବନେଶ୍ବର ମାର୍କେଟ ବିଲ୍ଡିଂରୁ ଗିରଫ କଲା ବଡଗଡ ଥାନା ପୋଲିସ । ସେ ଲଦାଖରେ କାର୍ଯ୍ୟରତ ଥିଲେ। ବଡଗଡ ଥାନା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି । ବିଜେବି କଲେଜରେ ପାଠ ପଢୁଥିବା ସମୟରେ ଅଭିଯୋଗକାରିଣୀଙ୍କ ସହ ଗୋଲକଙ୍କର ପ୍ରେମ ସମ୍ପର୍କଗଢି ଉଠିଥିଲା। ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା । ପରେ ଗୋଲକ ବିହାରୀ ପ୍ରତାରିତ କରିଥିବା ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ ପୀଡ଼ିତା । ଅଭିଯୋଗ ଆଧାରରେ ବଡ଼ଗଡ଼ ଥାନା ପୁଲିସ୍‌ ତାଙ୍କୁ ଗିରଫ କରିଛି । । ବିଏନଏସ୍ ର ବିଭିନ୍ନ ଧାରାରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।ଆସନ୍ତାକାଲି ଅଭିଯୁକ୍ତ ଜଣକ ଲଦାଖ ଯିବାକୁ ଯୋଜନା କରୁଥିବାବେଳେ ପୁଲିସ୍ ତାଙ୍କୁ ଗିରଫ କରିଥିବା ସୂଚନା…

Read More

ପ୍ରଶାସନିକ ବ୍ୟବସ୍ଥାକୁ ସୁଦୃଢ଼ ଏବଂ ସେବା ଯୋଗାଣକୁ ଅଧିକ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ରାଜ୍ୟରେ ନୂତନ ତହସିଲ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୨୭ ଜନଗଣନା ପରେ ରାଜ୍ୟରେ ତହସିଲ ସଂଖ୍ୟା ବଢ଼ିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପ୍ରଥମ ପର୍ଯ୍ୟାୟରେ ବଡ଼ ତହସିଲକୁ ବିଭାଜନ କରାଯାଇ ଛୋଟ ତହସିଲ କରାଯିବ। ପ୍ରଥମ ପର୍ଯାୟରେ ଦୁଇଟି ପଞ୍ଚାୟତ ପାଇଁ ଗୋଟିଏ ଆର୍‌ଆଇ ସର୍କଲ କରାଯିବ। ପରେ ସବୁ ପଞ୍ଚାୟତରେ ଆର୍‌ଆଇ ସର୍କଲ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପଟେ ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ ବୃଦ୍ଧି ସମ୍ଭାବନା । ଏବେ ୪ ଲକ୍ଷ ମିଳୁଛି କ୍ଷତିପୂରଣ, ୧୦ ଲକ୍ଷକୁ ବୃଦ୍ଧି ସୁପାରିସ ହୋଇଛି । ଏନେଇ ସୁପ୍ରିମ କୋର୍ଟଙ୍କ ଗାଇଡ ଲାଇନ ଆସିଥିବା ସୂଚନା ରହିଛି । ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ମାମଲାରେ ନିର୍ଦ୍ଦେଶ ଦେଇଛନ୍ତି ବୋଲି କହିଛନ୍ତି ସୁରେଶ…

Read More

ଭୁବନେଶ୍ବର ଏଜି ଛକରେ ସ୍ଥାପନ ହେବ ସଡ଼କ ଦୁର୍ଘଟଣା ଘଣ୍ଟା । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ମହାପ୍ରବନ୍ଧକଙ୍କୁ ପରିବହନ ଯୁଗ୍ମ ନିର୍ଦ୍ଦେଶକଙ୍କ ଚିଠି । ସଡ଼କ ଦୁର୍ଘଟଣା ବାବଦରେ ସଚେତନ କରିବ ସଡ଼କ ଦୁର୍ଘଟଣା ଘଣ୍ଟା।ଦିନକୁ ଦିନ ଦୁର୍ଘଟଣା ବଢ଼ିଚାଲିଥିବା ବେଳେ ଦୁର୍ଘଟଣାକୁ ରୋକିବା ପାଇଁ କିଛି ଏଭଳି ପଦକ୍ଷେପ ନିଆଯାଉଛି । ଏହାଦ୍ୱାରା ଲୋକେ ସଚେତନ ହେବେ ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ କମିବ ବୋଲି ଆଶା ରହିଛି ।ଭୁବନେଶ୍ୱର ଏଜି ଛକରୁ ହଟିବ ଟ୍ରାଫିକ ପୋଷ୍ଟ୍‌। ଏନେଇ ର୍ପୂବରୁ ର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ମାଟି ତଳେ ଓ ଉପରେ ୨ ଥାକିଆ ରାସ୍ତା ନିର୍ମାଣ ହେବ। କଳ୍ପନା, ଖଣ୍ଡଗିରି ଓ ଜୟଦେବ ବିହାରରୁ ନାଲ୍‌କୋ ପର୍ଯ୍ୟନ୍ତ ଏଲିଭେଟେଡ୍‌ କରିଡର୍‌ ନିର୍ମାଣ କରାଯିବ। ପ୍ରାରମ୍ଭିକ ଡିପିଆର ପ୍ରସ୍ତୁତ ହୋଇଥିବା କହିଥିଲେ ମନ୍ତ୍ରୀ।

Read More

ରାଜ୍ୟରେ ଆସନ୍ତା ଡିସେମ୍ବର ୨୫ରୁ ମଣ୍ଡି ଖୋଲିବ। ଏନେଇ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ଗୋଦାମ ଖାଲି କରିବା ପାଇଁ ମିଲରଙ୍କୁ ଦାୟିତ୍ୱ ଦିଆଯାଇଛି । ପଞ୍ଜୀକୃତ ସମସ୍ତ ଚାଷୀଙ୍କ ଠାରୁ ଧାନ କିଣାଯିବ ।ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଧାନ ଚାଷ ହେଇଛି । ଯେଉଁମାନେ ପଞ୍ଜିକରଣ କରିଛନ୍ତି ସମସ୍ତଙ୍କ ଠାରୁ ଧାନକିଣା ହେବ |ପ୍ରଥମ ପର୍ଯ୍ୟାୟରେ ୩୮ଟି ମଡେଲ ମଣ୍ଡି ଖୋଲାହେବ । ଏ ନେଇ OBCCକୁ ଟେଣ୍ଡର ଦିଆଯାଇଛି । ସେଥିପାଇଁ ସରକାର ୩୧୩ କୋଟି ଟଙ୍କା ଓବିସିସିକୁ ଦେଇସାରିଛନ୍ତି । ଦ୍ବିତୀୟ ପର୍ଯ୍ୟାୟରେ ୬୨ଟି ମଡେଲ ମଣ୍ଡି ଖୋଲାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏମିତି ଦୁଇ ବର୍ଷ ଭିତରେ ୧୦୦ଟି ମଡେଲ ମଣ୍ଡି ସମ୍ପୂର୍ଣ୍ଣ ହେବ ବୋଲି ସମବାୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Read More

ଆନ୍ଧ୍ର-ଓଡ଼ିଶା ସୀମାରେ ବଡ଼ ଧରଣର ସର୍ଚ୍ଚ ଅପରେସନ। ୫୦ ସିପିଆଇ ମାଓବାଦୀଙ୍କୁ ଗିରଫ କଲେ ସୁରକ୍ଷାକର୍ମୀ । କ୍ରିଷ୍ଣା, ଏଲୁରୁ, ଏନଟିଆର ବିଜୟୱାଡା, କାକିନାଡ଼ା କୋଣାସୀମାରୁ ଗିରଫ । ସବୁ ମାଓବାଦୀ ଦକ୍ଷିଣ ବସ୍ତର ଓ ଦଣ୍ଡକାରଣ୍ୟ ଡିଭିଜନର ।ସେପଟେ ଦେଶରେ ଟପ୍ ମାଓନେତା ମାଡ୍‌ଭି ହିଡମାର ମୃତ୍ୟୁ ପରେ ଛତିଶଗଡ଼ରେ ଶେଷ ହେବ ଦୀର୍ଘ ଛଅ ଦଶନ୍ଧିର ନକ୍ସଲବାଦ । ମେରଡମାଲ୍ଲି ଏନକାଉଣ୍ଟର ପରେ ଏମିତି କିଛି ଆକଳନ କରିଛି ଛତିଶଗଡ ସରକାର ଓ ବସ୍ତର ପୋଲିସ । ମାଓବାଦୀ କେନ୍ଦ୍ରୀୟ କମିଟି ସଦସ୍ୟ ହିଡମାର ମୁଣ୍ଡ ଉପରେ ଛତିଶଗଡ଼ ସରକାର ଏକ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ । ମୋଷ୍ଟ ଓ୍ୱାଣ୍ଟେଡ୍ ମାଓବାଦୀ ହିଡମାଙ୍କୁ ଦୀର୍ଘ ବର୍ଷ ଧରି ଖୋଜୁଥିଲା ଆନ୍ଧ୍ର, ଓଡ଼ିଶା, ତେଲେଙ୍ଗାନା, ଛତିଶଗଡ ପରି ଚାରି ରାଜ୍ୟର ପୋଲିସ । ମେରଡମାଲ୍ଲୀ ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ବେଳେ ୩୧ ଜଣ…

Read More

କଳାବାଘ କାଳିଆକୁ ନେଇ ଚର୍ଚ୍ଚା । ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବୁଲୁଥିବା ନଜରକୁ ଆସିଛି । ଏନେଇ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ପୂର୍ବତନ ପିସିସିଏଫ୍ ସୁଶାନ୍ତ ନନ୍ଦ । ସୁଶାନ୍ତ ନନ୍ଦ ଏହି ମହାବଳ ବାଘକୁ କଳା ସୁନ୍ଦରୀ ବୋଲି ଉଲ୍ଲେଖ କରିଥିବା ବେଳେ ଶିମିଳିପାଳ ଅଭୟାରଣ୍ୟରେ ଏହି କାଳିଆ ର ମହତ୍ବ ବିଷୟରେ ମଧ୍ୟ ସମ୍ୟକ୍ ସୂଚନା ଦେଇଛନ୍ତି। ସୁଶାନ୍ତ ନନ୍ଦଙ୍କ ମତରେ ଏହି କାଳିଆ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ମୁଖ୍ୟ ବୋଲି ଲେଖିଛନ୍ତି। ଶିମିଳିପାଳରେ ବାଘ ବଂଶକୁ ବଞ୍ଚାଇଥିଲା ଏହି “କାଳିଆ” ନାମକ ପୁରୁଷ ବାଘ। ଏଣୁ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟର ଗର୍ବ ହେଉଛି ଏହି ମିଲେନାଷ୍ଟିକ୍ ଟାଇଗର ‘କାଳିଆ’। ଯାହାକୁ Black Beauty ବୋଲି କହିଛନ୍ତି ପୂର୍ବତନ ପିସିସିଏଫ୍ ଶ୍ରୀଯୁକ୍ତ ନନ୍ଦ । ଏବେ ବନ୍ୟଜୀବ ସୁରକ୍ଷା ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦାବି କରିଛି ଏହି କଳାବାଘ ।…

Read More