Author: sanitelevision

ନବ ନିର୍ବାଚିତ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ଗୁରୁବାର ମଧ୍ୟାହ୍ନରେ ବାଚସ୍ପତି ସୁରମା ପାଢୀ ତାଙ୍କ ଶପଥ ପାଠ କରାଇଛନ୍ତି । ଶପଥ ଗ୍ରହଣ ଉତ୍ସବରେ ଢୋଲକିଆଙ୍କ ମା, ପତ୍ନୀଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।ନୂଆପଡା ଉପନିର୍ବାଚନରେ ୮୩ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ ଜୟ ।ଜଣେ ସାଧାରଣ ବିଧାୟକ ଭାବେ ଜୟଙ୍କୁ ମାସିକ ଦରମାରେ ତାଙ୍କ ବେତନ ସହ ଅନ୍ୟାନ୍ୟ ଆନୁଷାଙ୍ଗିକ ଭତ୍ତା ମିଳିବ। ଓଡ଼ିଶାରେ ବିଧାୟକଙ୍କ ମୂଳ ଦରମା ୩୫,୦୦୦ ଟଙ୍କା ରହିଛି। ତେବେ ଅନ୍ୟାନ୍ୟ ଭତ୍ତା (ବିଧାନ ମଣ୍ଡଳ ଭତ୍ତା, ଅଫିସ ଖର୍ଚ୍ଚ, ଫୋନ-ଇଣ୍ଟରନେଟ ଭତ୍ତା) ବାବଦକୁ ମାସକୁ ଆହୁରି ଅତିରିକ୍ତ ୬୫,୦୦୦ ଟଙ୍କା ସହାୟତା ରାଶି ମିଳିଥାଏ ।ଏହା ବ୍ୟତୀତ ବିଧାନସଭା ସେସନ ସମୟରେ ବିଧାୟକଙ୍କୁ ପ୍ରତିଦିନ ୧୫୦୦ ଟଙ୍କା ଡେଲି ଆଲାଉନ୍ସ ମିଳିଥାଏ। ଏହାଛଡା ବିଧାୟକଙ୍କ ପାଇଁ ରାଜ୍ୟ ଭିତରେ…

Read More

ସପତ୍ନୀକ କୋଣାର୍କ ମନ୍ଦିର ପରିଦର୍ଶନ କଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଏଚଡି କୁମାରସ୍ଵାମୀ। ଗୁରୁବାର ସକାଳ ୯ଟାରେ ସେ ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଛନ୍ତି। କୋଣାର୍କ ମନ୍ଦିରର ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ବିମୋହିତ ହୋଇଛନ୍ତି।ପତ୍ନୀଙ୍କ ସହ କୁମାରସ୍ୱାମୀ ପ୍ରାୟ ଏକ ଘଣ୍ଟା ବିତାଇ ତ୍ରୟୋଦଶ ଶତାବ୍ଦୀର ମନ୍ଦିର, ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ଅନୁସନ୍ଧାନ କରିଥିଲେ। ଲାଇସେନ୍ସପ୍ରାପ୍ତ ଗାଇଡ୍ ବିଶ୍ୱେଶ୍ୱର ଦାଶଙ୍କ ମାର୍ଗଦର୍ଶନରେ, ମନ୍ତ୍ରୀ ମନ୍ଦିରର ଇତିହାସ ଏବଂ ଗୁରୁତ୍ୱ ବିଷୟରେ ଜାଣିଥିଲେ। ସେ ସ୍ଥାନରେ ଥିବା ସଂଗ୍ରହାଳୟ ଏବଂ ପ୍ରଦର୍ଶନୀ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ।ଶେଷରେ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ରମନ୍ତ୍ରୀ ପୁରୀ ଫେରିଥିଲେ।କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ କରିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Read More

ସ୍କୁଲ ଛାତ୍ରଛାତ୍ରୀଙ୍କୁ କାହିଁକି ଆଜିଯାଏଁ ୟୁନିଫର୍ମ ମିଳୁନି । ତୁରନ୍ତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଏନ.ତିରୁମାଲା ନାୟକ । ଯେତେ ଶୀଘ୍ର ସମ୍ଭବ ୟୁନିଫର୍ମ ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ବିଭାଗ ଗତକାଲି ଆଲୋଚନା କରିଛି ।ସ୍କୁଲ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ଡ୍ରେସ ଦେବାକୁ ଗତ ଜୁନ୍ ମାସରେ ଡିଇଓ ମାନଙ୍କୁ ଚିଠି ହୋଇଥିଲା । ଜୁଲାଇ ୧୫ ତାରିଖ ସୁଦ୍ଧା ୟୁନିଫର୍ମ ଯୋଗାଇବାକୁ ଚିଠି କରାଯାଇଥିଲା । ଏଥିରେ SHG ମହିଳା ଅବହେଳା କରିଛନ୍ତି । ଅଧିକାଂଶ ଜିଲ୍ଲାରେ ୮୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ଡ୍ରେସ ଦିଆଯାଇଛି । ଯେଉଁଠି ମିଳିନି ଅତିଶୀଘ୍ର ଦିଆଯିବ ।

Read More

ଜାଲ ନୋଟ୍ ଦେଇ ଦୋକାନୀଙ୍କୁ ଭୂଆଁ ବୁଲାଇଲେ ମହିଳା । ପୁରୀ ମାଟିଆପଡ଼ାର ଅରୁଣ କୁମାର ସାହୁ ନାମକ ଜଣେ ଦୋକାନୀଙ୍କ ଠାରୁ ଆଇସକ୍ରିମ କିଣିଥିଲେ ଉକ୍ତ ମହିଳା । ତେବେ ୪୦ ଟଙ୍କାର ଆଇସକ୍ରିମ ଖାଇ ୨୦୦ ଟଙ୍କାର ନୋଟ ଦେଇଥିଲେ ।ବାକି ୧୬୦ ଟଙ୍କା ଫେରାଇ ଥିଲେ ଦୋକାନୀ । ନୋଟ ଉପରେ ଦୋକାନୀ ଙ୍କ ସନ୍ଦେହ ହେବାରୁ ମହିଳାଙ୍କୁ ଧରିଥିଲେ। ସ୍ଥାନୀୟ ଲୋକ ପୋଲିସର ଜିମା ଦେବା ପରେ ଏହି ଟଙ୍କା ପିଲା ମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସଫେଇ ଦେଇଛନ୍ତି ମହିଳା। କିନ୍ତୁ ମହିଳା ଏଭଳି ବାରମ୍ବାର ଚଞ୍ଚକତା କରି ଆସୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା।କେବଳ ଯେ, ପୁରୀରେ ଏଭଳି ଘଟଣା ଘଟୁଛି ତାହା ନୁହେଁ, ଏହା ପୂର୍ବରୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରୁ ଜାଲ୍‌ ନୋଟ କାରବାର ଘଟଣା ସାମ୍ନାକୁ ଆସିଥିଲା। ଥାକ ହୋଇ ଥୁଆ ହୋଇଥିଲା ଟଙ୍କା । ଲକ୍ଷେ ୯୩…

Read More

ଆଜିଠୁ ବିହାରରେ ନୀତୀଶ ରାଜ୍। ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ଗାନ୍ଧୀ ମୈଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି। ନୀତୀଶ କୁମାର (ମୁଖ୍ୟମନ୍ତ୍ରୀ, ବିହାର)୧ମ ଶପଥ- ମାର୍ଚ୍ଚ ୩, ୨୦୦୦- ମାର୍ଚ୍ଚ ୧୦,୨୦୦୦୨ୟ ଶପଥ- ନଭେମ୍ବର ୨୪, ୨୦୦୫- ନଭେମ୍ବର ୨୫,୨୦୧୦୩ୟ ଶପଥ- ନଭେମ୍ବର ୨୬,୨୦୧୦- ମେ’ ୧୯, ୨୦୧୪୪ର୍ଥ ଶପଥ- ଫେବ୍ରୁଆରି ୨୨,୨୦୧୫- ନଭେମ୍ବର ୧୯,୨୦୧୫୫ମ ଶପଥ- ନଭେମ୍ବର ୨୦,୨୦୧୫- ଜୁଲାଇ ୨୬,୨୦୧୭୬ଷ୍ଠ ଶପଥ- ଜୁଲାଇ ୨୭, ୨୦୧୭- ନଭେମ୍ବର ୧୨, ୨୦୨୦୭ମ ଶପଥ- ନଭେମ୍ବର ୧୬, ୨୦୨୦- ଅଗଷ୍ଟ ୯, ୨୦୨୨୮ମ ଶପଥ- ଅଗଷ୍ଟ ୧୦, ୨୦୨୨- ଜାନୁଆରି ୨୮, ୨୦୨୪୯ମ ଶପଥ- ଜାନୁଆରି ୨୮, ୨୦୨୫- ନଭେମ୍ବର ୧୯,…

Read More

ଏଣିକି ପୁରୁଣା ଗାଡ଼ି ମାଲିକଙ୍କୁ ଝଟକା । କାରଣ ଭାରତ ସରକାରଙ୍କ ସଡ଼କ ପରିବହନ ମନ୍ତ୍ରଣାଳୟ ପୂରା ଦେଶରେ ଗାଡି ଫିଟନେସ ନିୟମରେ କରିଛି ବଡ଼ ସଂଶୋଧନ କରିଛନ୍ତି ।ସଂଶୋଧିତ ନିୟମ ଅନୁସାରେ , ଏଥର ଗାଡ଼ି ଫିଟନେସ୍ ପାଇଁ ୧୦ ଗୁଣା ଅଧିକ ଫି ଦେବାକୁ ପଡ଼ିବ । ଏହି ପରିବର୍ତ୍ତନ central motor vehicle rules ଆଧାରରେ ଲାଗୁ କରାଯାଇଛି ଏବଂ ଏହାକୁ ତୁରନ୍ତ କାର୍ଯ୍ୟକାରୀ ବି କରାଯାଇଛି ।ପୂର୍ବରୁ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ହୋଇଥିଲେ ତା’ର ଫିଟନେସ୍ ପାଇଁ ଭାରି ଫି ପଡ଼ୁଥିଲା । କିନ୍ତୁ ଏବେ ସରକାର ୧୫ ବର୍ଷକୁ ହଟାଇ ୧୦ ବର୍ଷ ସମୟ କରିଦେଇଛନ୍ତି । ଏହାର ଅର୍ଥ, ଗାଡ଼ି ୧୦ ବର୍ଷରୁ ପୁରୁଣା ହୋଇଗଲେ ଫିଟନେସ୍ ପାଇଁ ଆପଣଙ୍କୁ ମୋଟା ଅଙ୍କର ଫି’ ଭରିବାକୁ ପଡ଼ିବ ।ଗାଡ଼ିର ବୟସ ଯେତେ ଅଧିକ ହୋଇଥିବ ଫିଟିନେସ୍ ଟେଷ୍ଟ ଖର୍ଚ୍ଚ ବି…

Read More

ବାଲେଶ୍ୱର ଜିଲା କୁଳଡିହା ଅଭୟାରଣ୍ୟରେ ଗୁରୁବାର ବାଘ ଗଣନା ଆରମ୍ଭ ହୋଇଯାଇଛି।ବାଘ ଗଣନା ପାଇଁ ୧୭ଟି ଟିମ୍‌ ନିୟୋଜିତ ହୋଇଛନ୍ତି। ୨୭ହଜାର ୨ ୭୫ ବର୍ଗ କିଲୋମିଟର ପରିମିତ ଏହି ଅଭୟାରଣ୍ୟରେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁ ଅଛନ୍ତି । ଏହି ଜଙ୍ଗଲରେ କଲରାପତରିଆ, ହେଟା ବାଘ ଥିବାବେଳେ ଗତବର୍ଷ ଶିମିଳିପାଳରୁ ଏକ ମହାବାଳବାଘ ଆସି ବେଶ କିଛିଦିନ ରହିଥିଲା । ଜୀବଜନ୍ତୁ ,ଗୋରୁଗାଈ ଶିକାର କରିଥିଲା । ଆଜି ବନବିଭାଗର ଟିମ କୁଳଡିହା ଅଭୟାରଣ୍ୟର ଚାରିପଟୁ ଘଞ୍ଚଜଙ୍ଗଲ ଭିତରକୁ ପଶିଛନ୍ତି । ପୂର୍ବରୁ ବାଘ ଗଣନା ପାଇଁ ପ୍ଲାଷ୍ଟର ପ୍ୟାରିସ ବ୍ୟବହାର ହୋଇଥିଲା । ଚଳିତ ବର୍ଷ ଟ୍ରାପ କ୍ୟାମେରା ମାଧ୍ୟମରେ ବାଘକୁ ଚିହ୍ନଟ କରାଯିବ। ତେବେ ୭ଦିନ ଧରି କୁଳଡିହାରେ ବାଘ ଗଣନା କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବାଘ ଗଣନାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

Read More

୩୫୦ କୋଟି ହ୍ଵାଟ୍ସଆପ୍ ୟୁଜରଙ୍କ ଡାଟା ବିପଦରେ । ଏକ ବଡ଼ ନିରାପତ୍ତାଜନିତ ତ୍ରୁଟି କାରଣରୁ ୟୁଜରଙ୍କ ପ୍ରୋଫାଇଲ ଫୋଟୋ, ଷ୍ଟାଟସ୍ ଏବଂ ଆବାଉଟ୍ ସେକ୍ସନ୍‌ର ବିବରଣୀ ଲିକ୍ ହୋଇପାରେ । ଭିଏନା ୟୁନିଭର୍ସିଟିର ଗବେଷକମାନେ ଏହି ତ୍ରୁଟିକୁ ଚିହ୍ନଟ କରିଛନ୍ତି ।ଗବେଷକମାନେ କୁହନ୍ତି ଯେ, ସମସ୍ୟା ହ୍ୱାଟ୍‌ସଆପ୍‌ର କଣ୍ଟାକ୍ଟ ଡିସ୍କଭରୀ ଫିର୍ଚରେ ରହିଛି । ୟୁଜରଙ୍କ ଫୋନ୍ ଆଡ୍ରେସ ବୁକକୁ ସିଙ୍କ୍ କରି ଲୋକଙ୍କୁ ଖୋଜିବା ସହଜ ହେବ, ସେଥିପାଇଁ ଏହି ଫିଚରକୁ ପ୍ରସ୍ତୁତ କରାଯାଇଥିଲା । କିନ୍ତୁ ଅଜାଣତରେ ଏହା ୟୁଜର ଡାଟାକୁ ବଡ଼ ଆକାରରେ ଚୋରି କରିବାର ଫାଟକ ଖୋଲିଦେଇଛି । ଭିଏନା ବିଶ୍ୱବିଦ୍ୟାଳୟର ଗବେଷକମାନେ ଲିଭ୍‌ଫୋନ୍‌ଜେନ୍ ଟୁଲ୍‌କୁ ବ୍ୟବହାର କରି ୨୪୫ ଦେଶର ରିୟଲିଷ୍ଟିକ୍ ଫୋନ୍ ନମ୍ବର ଜେନେରେଟ୍ କରିଛନ୍ତି । ଏହାପରେ ହ୍ୱାଟ୍‌ସଆପ୍‌ର ଏକ୍ସଏମ୍‌ପିପି ପ୍ରୋଟୋକଲରୁ କନେକ୍ଟ କରି କ୍ବେରି ପଠାଇଥିଲେ । ଗବେଷଣାରେ ୫ଟି ଆକାଉଣ୍ଟ୍‌ରୁ ୬୩୦୦ କୋଟି ସମ୍ଭାବ୍ୟ ନମ୍ବର ଚେକ୍…

Read More

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଟିଆଇ ପରେଡ଼ ରିପୋର୍ଟ ଆସିଛି । । ଟିଆଇ ପରେଡ଼୍ ଦ୍ୱାରା ଚିହ୍ନଟ ହେଲେ କେବଳ ଚିଣ୍ଟୁ ଓ କୁରୁପତି । ୮ ଜଣଙ୍କର ହୋଇଥିଲା ଟିଆଇ ପରେଡ଼୍ ।ଜେଏମଏଫସି (ଏଲ ଆର ଏବଂ ଏଲ ଟି ଭି) ବ୍ରହ୍ମପୁର ଦୀପିକା ବଡ଼ମାଳିଙ୍କ ଉପସ୍ଥିତିରେ ୫ଜଣ ସାକ୍ଷୀ ଦୁଇଟି ପର୍ଯ୍ୟାୟରେ ମୋଟ ୮ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ପାଇଁ ଟିଆଇ ପରେଡ଼ ପ୍ରକ୍ରିୟା ହୋଇଥିଲା ।ଗତ ସୋମବାର କୁରୁପତି ଭୂୟାଁ, ବିଷ୍ଣୁ ପ୍ରଧାନ ଓ ଯୋଗେନ୍ଦ୍ର ରାଉତ ଓରଫ ଯୋଗୀଙ୍କ ଟିଆଇ ପରେଡ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ଟିଆଇ ପରେଡ଼ରେ ସାକ୍ଷୀମାନେ କାହାରିକୁ ଚିହ୍ନଟ କରିପାରି ନଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ହୋଇଥିବା ଟିଆଇ ପରେଡ଼ରେ ଚିଷ୍ଣୁ ପ୍ରଧାନ ଓ କରୁପତି ଭୂୟାଁଙ୍କୁ ସାକ୍ଷୀ ଚିହ୍ନଟ କରିଥିବା ଜଣାପଡ଼ିଛି। ତେବେ ଯୋଗୀ ଓରଫ ଯୋଗେନ୍ଦ୍ର ରାଉତଙ୍କୁ ସାକ୍ଷୀ ଚିହ୍ନଟ କରିପାରିନଥିବା ସୂଚନା…

Read More

ବଙ୍ଗୋପ ସାଗରରେ ଆସୁଛି ଆଉ ଏକ ବାତ୍ୟା । ନଭେମ୍ବର ମାସ ଶେଷ ଆଡ଼କୁ ସୃଷ୍ଟି ହେବାକୁ ଯାଉଛି ବାତ୍ୟା । ଆସନ୍ତା ସପ୍ତାହରେ ବାତ୍ୟା ସୃଷ୍ଟି ସମ୍ଭାବନା ରହିଛି । ଏହା ତାମିଲନାଡୁ କିମ୍ବା ଆନ୍ଧ୍ରକୁ ହିଟ୍ କରିପାରେ। ଭାରତୀୟ ପାଣିପାଗ ସଂସ୍ଥା IMD ବାତ୍ୟା ପୂର୍ବାନୁମାନ କରି ନଥିଲେ ମଧ୍ୟ, ୨୨ରେ ଲଘୁଚାପ ଓ ୨୪ରେ ଅବପାତ ହେବା ପୂର୍ବାନୁମାନ କରିଛି । ଏହାର ପ୍ରଭାବରେ ଓଡ଼ିଶାରେ ୪ ଦିନ ପ୍ରବଳ ବର୍ଷା ହୋଇପାରେ। ବିଶେଷ କରି ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ। ୨୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ନେଇ ଆକଳନ କରାଯାଇଛି। ଲଘୁଚାପ ପାଇଁ ଥଣ୍ଡାର ପ୍ରକୋପ ମଧ୍ୟ କମିବ। ପ୍ରାୟ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ୨୬ ତାରିଖରୁ ପୁଣି ପାରଦ ଖସିବ ଏବଂ ଶୀତ ବଢ଼ିବ । ତେବେ ଲଘୁଚାପର…

Read More