Author: sanitelevision

ରାଉରକେଲାର ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍‌ଆଇଟି)ର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗ ପକ୍ଷରୁ ଭାରତର ପ୍ରଥମ ସ୍ବୟଂଚାଳିତ ଡ୍ରୋନ ସିଷ୍ଟମ ବିକଶିତ କରାଯାଇଛି, ଯାହା ନିର୍ଭୂଲ ଭାବେ ଲ୍ୟାଣ୍ଡ୍‌ ମ୍ୟାପିଂ (ଭୂମାନଚିତ୍ର) କରିପାରିବ।କମ୍ପ୍ୟୁଟର ବିଜ୍ଞାନ ଏବଂ ଇଞ୍ଜିନିୟରିଂ ବିଭାଗର ସହଯୋଗୀ ପ୍ରଫେସର ସମ୍ବିତ ବକ୍ସିଙ୍କ ନେତୃତ୍ୱରେ ଗବେଷକ ଦଳରେ ଡ. ତନ୍ମୟ କୁମାର ବେହେରା, ଡ. ଦେବବ୍ରୋତୋ ପାଲ ଚୌଧୁରୀ ଏବଂ କାମେଲିଆ ରାୟ ଏହି ପେଟେଣ୍ଟ ସିଷ୍ଟମ୍ ଉଦ୍ଭାବନ କରିଛନ୍ତି । କୃଷିଭୂମି, ଜଙ୍ଗଲ, ଉଦ୍ଭିଦ ଏବଂ ସହରାଞ୍ଚଳ ଚିହ୍ନଟ କରିବା ପାଇଁ ବ୍ୟବହୃତ ଲ୍ୟାଣ୍ଡ ମ୍ୟାପିଂ ଯେ କୌଣସି ଦେଶର ଭୌଗୋଳିକ ଶାସନର ଏକ ଅତ୍ୟାବଶ୍ୟକୀୟ ଅଂଶ । ଏହା ଯୋଜନା, ଭିତ୍ତିଭୂମି ବିକାଶ, ପ୍ରାକୃତିକ ସମ୍ବଳ ପରିଚାଳନା ଏବଂ ପରିବେଶଗତ ତଦାରଖ ପାଇଁ ଆଧାର ଭାବେ କାର୍ଯ୍ୟ କରିବ । ଏହି ସୀମାବଦ୍ଧତାକୁ ଦୂର କରିବା ପାଇଁ ରାଉରକେଲା ଏନ୍‌ଆଇଟି ଗବେଷକ ଦଳ ଏକ ଡିପ୍‌…

Read More

କୋଲକାତାରେ ଭୂକମ୍ପ ଝଟକା । ପଶ୍ଚିମବଙ୍ଗର କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି । ଭୂକମ୍ପ ତୀବ୍ରତା ୫.୨ ରେକର୍ଡ କରାଯାଇଛି । ସକାଳ ୧୦ଟା ୦୮ ରୁ ୧୦ଟା ୧୦ ମଧ୍ୟରେ କିଛି ସେକେଣ୍ଡ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । କୋଲକାତା, ମାଲଦା, ନଦିଆ, କୁଚବିହାର ଏବଂ ଅନ୍ୟାନ୍ୟ ଅନେକ ଜିଲ୍ଲାରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା ।ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ (USGS) ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ବାଂଲାଦେଶର ନରସିଂହଦି ଠାରୁ ୧୪ କିଲୋମିଟର ଦୂରରେ ଥିଲା। କୋଲକାତା ଏବଂ ଏହାର ଆଖପାଖ ଅଞ୍ଚଳର ବାସିନ୍ଦାମାନେ ଭୂକମ୍ପ ସମୟରେ ମୃଦୁ କମ୍ପନ ଅନୁଭବ କରିଥିଲେ। ଲୋକମାନେ ଘରେ ପଙ୍ଖା ଓ କାନ୍ଥରେ ଝୁଲୁଥିବା ସାମଗ୍ରୀ ସାମାନ୍ୟ ଦୋହଲୁଥିବା ଲକ୍ଷ୍ୟ କରିଥିଲେ। ତେବେ କୌଣସି ବଡ଼ ଧରଣର କ୍ଷୟକ୍ଷତିର ସୂଚନା ମିଳିନାହିଁ।

Read More

ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ମହିଷାପଟ୍ଟା ପଞ୍ଚାୟତ ଶାଳବଣୀ ଗାଁରେ ଅଘଟଣ । ଅଜାଣତାରେ ଥିମେଟ୍‌ ଖାଇ ୩ ଜଣ ଶିଶୁ ଗୁରୁତର ଭାବେ ଆହତ ହୋଇଛନ୍ତି ।ସୂଚନା ଅନୁସାରେ ତିନି ଜଣ ପିଲା ଗତକାଲି ଅପରାହ୍ନ ସମୟରେ ସାଙ୍ଗ ହୋଇ ବୋହୁବୋହୂକା ଖେଳ ଖେଳୁଥିଲେ । ଛୋଟ ଛୋଟ ସଢେଇରେ ମାଟି ରଖି ଭାତ ଡାଲି, ତରକାରୀ କରିଥିଲେ । ଘରେ ଥିବା ଥିମେଟକୁ ଲୁଣ ଭାବି ଆଣିବା ସହ ଘରୁ ପିଆଜ ଆଣି ଉକ୍ତ ଥିମେଟରେ ଗୋଳେଇ ଖାଇଥିଲେ ।ଘରର ସମସ୍ତ ପରିବାର ଲୋକେ ସେହି ସମୟରେ ବିଲକୁ ଧାନ କାଟିବା ପାଇଁ ଯାଇଥିଲେ । ଘରକୁ ଫେରିବା ପରେ ଶିଶୁ ମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାର ଦେଖି ସେମାନଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସ୍ଥିତି ଶଙ୍କଟାପନ୍ନ ହେବାରୁ ଯୁବରାଜଙ୍କୁ ପ୍ରଥମେ ରେମୁଣା ମେଡିକାଲ କଲେଜ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଘନଶ୍ୟାମ…

Read More

ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ପୀତବାସ ମର୍ଡର ରିମାଣ୍ଡରେ ପୁଣି ୪ ଅଭିଯୁକ୍ତ । ୪ ଅଭିଯୁକ୍ତଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେଲା ପୋଲିସ ।କୁରୁପତି ଭୂୟାଁ, ଚିଣ୍ଟୁ ପ୍ରଧାନ, ଉମା ବିଷୋୟୀ ଓ ଯୋଗୀ ରାଉତଙ୍କୁ ପୋଲିସ ୨ ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି । ବୈଦ୍ୟନାଥପୁର ଥାନାରେ ଏସପି ସର୍ବଣା ବିବେକ ଏମ ଦୀର୍ଘ ସମୟ ଧରି ସମସ୍ତ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରୁଥିବା ସୂଚନା ମିଳିଛି ।ଗୁରୁବାର ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଟିଆଇ ପରେଡ଼ ରିପୋର୍ଟ ଆସିଥିଲା । ରିପୋର୍ଟରେ ୮ଜଣ ଅଭିଯୁକ୍ତଙ୍କ ମଧ୍ୟରୁ କେବଳ ଦୁଇଜଣ ଅଭିଯୁକ୍ତଙ୍କୁ ସାକ୍ଷୀମାନେ ଚିହ୍ନଟ କରିଥିବା ସୂଚନା ମିଳିଛି । ଚିହ୍ନଟ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ସୁଟର କୁରୂପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ । ଜେଏମଏଫସି (ଏଲ ଆର ଏବଂ ଏଲ ଟି ଭି) ବ୍ରହ୍ମପୁର…

Read More

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ ବୈଠକ।ଏହା ଆଗାମୀ ବିଧାନସଭା ଅଧିବେଶନରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍ ପାସ୍ ସମେତ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବ। ସୂତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ସାତଟି ବିଭାଗର ପ୍ରାୟ ନଅଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଧ୍ୟାନ ଦିଆଯିବ। ଏହି ପ୍ରସ୍ତାବଗୁଡ଼ିକ ବର୍ତ୍ତମାନ ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ସୁଗମ କାର୍ଯ୍ୟପନ୍ଥା ସୁନିଶ୍ଚିତ କରିବା ପାଇଁ ଜଳସମ୍ପଦ, ପଞ୍ଚାୟତିରାଜ, ସାଧାରଣ ପ୍ରଶାସନ, ଅର୍ଥ ଏବଂ ଅନ୍ୟାନ୍ୟ ବିଭାଗ ସମେତ ବିଭିନ୍ନ ବିଭାଗରେ ପ୍ରସ୍ତୁତି ଚାଲିଛି।

Read More

ପୁରୀ ରଥଯାତ୍ରା ଦଳାଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ । ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଏଏସଏଫ୍‌ଙ୍କ ବିରୁଦ୍ଧରେ ଆକ୍ସନ । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିେର୍ଦ୍ଦେଶ ଦିଆଯାଇଛି ।ସୂଚନା ଅନୁସାରେ ରଥଯାତ୍ରା ପରଦିନ ଯେତେବେଳେ ଶରଧାବାଲିରେ ଦଳାଚକଟା ହୋଇଥିଲା ସେହି ସମୟରେ ଲକ୍ଷାଧିକ ଲୋକ ରୁଣ୍ଡ ହୋଇଥିଲେ। ପୁରୀ ଏସିଏଫ୍‌ ଅଶୋକ ବେହେରା ଏହି ସମୟରେ କଣ୍ଟ୍ରୋଲ ରୁମ୍‌ର ଦାୟିତ୍ବରେ ଥିଲେ। ତାଙ୍କର ଅବହେଳା ପାଇଁ ଅଭାବନୀୟ ପରିସ୍ଥିତି ଦେଖାଯାଇଥିଲା। ରାଜ୍ୟ ସରକାରଙ୍କ ଉନ୍ନୟନ କମିସନର ଅନୁ ଗର୍ଗଙ୍କ ରିପୋର୍ଟ ପରେ ଅଶୋକ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହା ସହ ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରୁସ୍ ଦିଆଯାଇଛି । ସହକାରୀ ଜିଲ୍ଲାପାଳ, ଡିଏସଏସଓଙ୍କ ବିରୋଧରେ ଆକ୍ସନ ସୁପାରିସ୍ ଦିଆଯାଇଛି । ୨ ଅତିରିକ୍ତ ତହସିଲ୍‌ଦାରଙଅକ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସୁପାରିସ୍ ଦିଆଯାଇଛି…

Read More

ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ସମେତ ଅନ୍ୟ ୩ ସହଯୋଗୀଙ୍କ ଜାମିନ ଆବେଦନ ଖାରଜ । ଭିଜିଲାନ୍ସ କୋର୍ଟରେ ଖାରଜ ହେଲା ଜାମିନ ଆବେଦନ । ଜାମିନକୁ ବିରୋଧ କରିଥିଲା ସିବିଆଇ । ବ୍ରହ୍ମପୁର କୋର୍ଟରେ ସିବିଆଇ ନିଜର ପକ୍ଷ ରଖିଥିଲା। ଏହି ସମୟରେ କ୍ରାଇମବ୍ରାଞ୍ଚ ଡିଏସପି ଓ ସରକାରୀ ଜିଲ୍ଲା ଓକିଲ ମଧ୍ୟ ଉପସ୍ଥିତ ଥିଲେ।ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୪ ଜଣ ପରୀକ୍ଷାର୍ଥୀଙ୍କ ସମେତ ମୁଖ୍ୟ ଅଭିଯୁକ୍ତ ଶଙ୍କର ପୃଷ୍ଟି ଓ ତାର ୧୧ ସହଯୋଗୀ ଗିରଫ ହୋଇଥିଲେ l ଆଜି ଭିଜିଲାନ୍ସ କୋର୍ଟରେ ଶଙ୍କର ପୃଷ୍ଟି, ସାଗର ଗୌଡ଼, ସୁରେଶ ନାୟକ ଓ ଅରବିନ୍ଦଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା । ଶୁଣାଣି ବେଳେ CBI ଟିମ କୋର୍ଟରେ ଉପସ୍ଥିତ ଥିଲା । ଜାମିନ ନଦେବା ପାଇଁ ନିଜ ଓକିଲଙ୍କ ମାଧ୍ୟମରେ ଯୁକ୍ତି ରଖିଥିଲା ସିବିଆଇ l

Read More

ଆଖିରେ ଆଘାତ ଲାଗିବା ପରେ ସିଲେଇ ନକରି ଫେଭିକ୍ବିକ୍ ଲଗାଇଦେଲେ ଡାକ୍ତର। ମିରଟରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଏହି ଘଟଣା ପରେ 3ଟି ଟିମ ଦ୍ୱାରା ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ଜାଗୃତି ବିହାର ଏକ୍ସଟେନସନରେ ରୁହନ୍ତି ସର୍ଦ୍ଦାର ଜସପ୍ରିତର ସିଂହ । ଦୁଇଦିନ ତଳେ ତାଙ୍କର 2 ବର୍ଷର ପୁଅ ଘର ସାମ୍ନାରେ ଖେଳୁଥିବାବେଳେ ଆଖିରେ ଆଘାତ ଲାଗିଥିଲା। ପରିବାର ଲୋକେ ପୁଅକୁ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ସେଠାରେ ଦାୟିତ୍ୱରେ ଥିବା ଡାକ୍ତର କ୍ଷତର ଡ୍ରେସିଂ କରିଥିଲେ । ଡ୍ରେସିଂ ପରେ ପୁଅକୁ ଧରି ପରିବାର ଲୋକେ ଘରକୁ ଫେରି ଆସିଲେ । ହେଲେ ଘରେ ଶିଶୁଟିର ଯନ୍ତ୍ରଣା କମିବା ପରିବର୍ତ୍ତେ ବଢିବାକୁ ଲାଗିଲା । ପ୍ରଥମେ ପରିବାର ଲୋକେ ଭାବିଲେ, ଯେହେତୁ ଛୋଟ ପିଲା ତେଣୁ ଯନ୍ତ୍ରଣା ସହି ପାରୁନି । ହେଲେ ପିଲାଟି କ୍ଷତ ଜାଗା କୁଣ୍ତେଇ ହେଉଛି ବୋଲି…

Read More

ଭାରତକୁ ଜାଭେଲିନ୍ କ୍ଷେପଣାସ୍ତ୍ର ପ୍ରଣାଳୀ ବିକ୍ରି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଅନୁମୋଦନ । ୯୨ ଦଶମିକ ୮ ନିୟୁତ ଡଲାର ମୂଲ୍ୟର ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତକୁ ବିକ୍ରି ପାଇଁ ଆମେରିକା ଅନୁମୋଦନ କରିଥିବା ଆମେରିକା ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି- ଡିଏସସିଏ ପକ୍ଷରୁ ବିବୃତି ଜାରି କରାଯାଇଛି ।ଜାଭେଲିନ୍ ଏକ ଉନ୍ନତ ଆଣ୍ଟି ଟ୍ୟାଙ୍କ ମିସାଇଲ୍। ଏହା ଭୂମିରୁ ନିକ୍ଷେପ କରାଯାଇପାରିବ। ଶତ୍ରୁର ଟ୍ୟାଙ୍କର ଓ ଠିକଣାକୁ ନଷ୍ଟଭ୍ରଷ୍ଟ କରିଦେବ। ଦୁଇ ଦେଶ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୪୫.୭ ମିଲିୟନ ଡଲାରର ଡିଲ୍ ହେବ। ପ୍ରଥମ ପ୍ୟାକେଜ୍‌ରେ ଜାଭେଲିନ୍ ଏଫଜିଏମ୍-୧୪୮ ମିସାଇଲ୍, ୧ ଟେଷ୍ଟ ଫ୍ଲାଇ-ଟୁ-ବାଏ ମିସାଇଲ, ୨୫ ଜାଭେଲିନ ଲାଇଟୱେଟ୍ କମାଣ୍ଡ ଲଞ୍ଚ ୟୁନିଟ୍ ସାମିଲ ରହିଛି। ଏହି ପ୍ୟାକେଜରେ ଅନ୍ୟ ପ୍ରମୁଖ ରକ୍ଷା ଉପକରଣ ବି ସାମିଲ ରହିଛି। ୪୭.୧ ମିୟନ ଡଲାରର ଦ୍ଵିତୀୟ ପ୍ୟାକେଜ୍ ରହିଛି। ଏହି ପ୍ୟାକେଜ୍‌ରେ ଏକ୍ସକ୍ୟାଲିବର ପ୍ରୋଜେକ୍ଟାଇଲ୍ସ ଏବଂ ସମ୍ବନ୍ଧିତ ଉପକରଣ…

Read More

ଚଳନ୍ତା ବସରେ ବସ ଡ୍ରାଇଭରଙ୍କୁ ହୃଦଘାତ । ନିଜେ ଚାଲିଗଲେ ହେଲେ ବଞ୍ଚାଇଦେଲେ ୨୫ ଯାତ୍ରୀଙ୍କ ଜୀବନ । ବିଜୟନଗରମରୁ ମାଲକାନଗିରି ଆସୁଥିବାବେଳେ ଡ୍ରାଇଭର ପି, ସାଇକୃଷ୍ଣଙ୍କୁ ହୃଦଘାତ ହୋଇଥିଲା । କୁନ୍ଦୁଲି ନିକଟରେ ଛାତିରେ ଯନ୍ତ୍ରଣା ହେବାରୁ ରାସ୍ତା କଡରେ ବସଟିକୁ ସାଇଡ୍ କରିଦେଇଥିଲେ ।ସୂଚନା ମୁତାବକ, ବୁଧବାର ରାତ୍ର ୧୦ ଟାରେ ଆନ୍ଦ୍ରପ୍ରଦେଶର ବିଜୟନଗରମ ବସଷ୍ଟାଣ୍ଡ ଠାରୁ ମାଲକାନଗିରି ଅଭିମୁଖେ ଓଏସଆରଟିସି ବସ ଛାଡିଥିଲା । ରାତ୍ର ଦୁଇଟାରେ ବସ୍ଟି କୋରାପୁଟ ଜିଲ୍ଲା କୁନ୍ଦୁଲି ଶିମିଳିଗୁଡା ରାସ୍ତାରେ ଚାଲୁ ଥିବାବେଳେ ହଠାତ ବସ୍ ଡ୍ରାଇଭର ପି. ସାଇ କ୍ରିଷ୍ଣା ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଅସହ୍ୟ ଯନ୍ତ୍ରଣା ହେବା ସତ୍ତ୍ୱେ ଗାଡ଼ିଟିକୁ ଜଙ୍ଗଲ ରାସ୍ତା ପାର କରି ରାସ୍ତା କଡ଼ରେ ଥିବା ଏକ ଦୋକାନ ନିକଟରେ ରଖିଥିଲେ । ତେବେ ବସ୍ କଣ୍ଡକ୍ଟର ବାଲାଜୀ ନାୟକ ସଙ୍ଗେ ସଙ୍ଗେ ଏକ ଅଟୋ ଯୋଗେ ପି. ସାଇ କ୍ରିଷ୍ଣାଙ୍କୁ କୋରାପୁଟ…

Read More