Author: sanitelevision

ଚାଷୀମାନଙ୍କ ‌ଋଣ ଟଙ୍କା ଠକେଇ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ଦିନ ଜଣେ ପାକ୍ସ ସଂପାଦକଙ୍କୁ ଗରିଫ କରିଛି। ତାଙ୍କର ନାମରେ ୪୦ ଲକ୍ଷ ୭୦ ହଜାର ଟଙ୍କା ଠକେଇ ଅଭିଯୋଗ ରହିଛି। ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲା କାଦୋପଡ଼ା ପ୍ରାଥମିକ କୃଷି ସମବାୟ ସଂସ୍ଥାର ସଂପାଦକ ସୁରେଶ ଚନ୍ଦ୍ର ସାହୁ ସରକାରୀ ଆକାଉଣ୍ଟିଂ ରେକର୍ଡରେ ହେରଫେର କରି ଯୋଜନାବଦ୍ଧ ଭାବରେ ଟଙ୍କା ହଡ଼ପ କରିଥିବାର ଅଭିଯୋଗ ଆସିଥିଲା । ଯାହା ସମବାୟର ଆର୍ଥିକ ସ୍ୱାସ୍ଥ୍ୟ ଏବଂ ସ୍ଥାନୀୟ ଚାଷୀ ସମ୍ପ୍ରଦାୟକୁ ସିଧାସଳଖ ପ୍ରଭାବିତ କରିଥିଲା। ଶ୍ରୀ ସାହୁ ଚାଷୀମାନଙ୍କ ଦ୍ୱାରା ଫେରସ୍ତ ଋଣ ପରିମାଣର ବିବରଣୀ ସରକାରୀ ରେକର୍ଡରେ ପ୍ରବେଶ କରିବାରେ ବିଫଳ ହୋଇଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ଜାଣିବାକୁ ପାଇଥିଲା ଯେ, ଗରିବ ଚାଷୀମାନଙ୍କର ଟଙ୍କା ହଡ଼ପ କରାଯାଇଛି। ଠକେଇ ଜନିତ ପ୍ରମାଣ ଆଧାରରେ ଶ୍ରୀ ସାହୁଙ୍କୁ ଗିରଫ କରିଛି। ଏନେଇ ରାଉରକେଲା ଭିଜିଲାନ୍ସ ପୁଲିସ…

Read More

ନଭେମ୍ୱର ୨୩ରେ ଅବସର ନେବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି (CJI) ବି.ଆର. ଗଭାଇ । ନଭେମ୍ବର ୨୧ ତାରିଖ ଥିଲା ଜଷ୍ଟିସ୍ ଗାଭାଇଙ୍କ CJI ଭାବରେ ଶେଷ କାର୍ଯ୍ୟ ଦିବସ । ଏହା ପୂର୍ବରୁ, ଆଡଭୋକେଟ୍ସ ଅନ୍ ରେକର୍ଡ ଆସୋସିଏସନ୍ ତାଙ୍କ ପାଇଁ ଏକ ବିଦାୟକାଳୀନ କାର୍ଯ୍ୟକ୍ରମ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି CJI କହିଥିଲେ ଯେ ‘ମୁଁ ଜଣେ ଆଇନ ଛାତ୍ର ଭାବରେ ଆସିଥିଲି ଏବଂ ଏବେ ମୁଁ ନ୍ୟାୟର ଛାତ୍ର ଭାବରେ ବିଦାୟ ନେଉଛି। ମୁଁ ବିଶ୍ୱାସ କରେ ଯେ ପ୍ରତ୍ୟେକ ପଦବୀ ହେଉଛି ଦେଶ ସେବା କରିବାର ଏକ ସୁଯୋଗ। ମୁଁ ଏହା କରିବାକୁ ଚେଷ୍ଟା କରିଥିଲି।’ ମୁଖ୍ୟ ବିଚାରପତି ଭୂଷଣ ରାମକୃଷ୍ଣ ଗଭଇ ୧୯୮୫ ମସିହାରେ ଆଇନ ଅଭ୍ୟାସ କରିବା ଠାରୁ ନ୍ୟାୟପାଳିକାର ସର୍ବୋଚ୍ଚ ପଦବୀରୁ ଅବସର ନେବା ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ଏହି ଶବ୍ଦରେ ମନେ ପକାଇଥିଲେ। CJI ଗଭାଇ…

Read More

ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା କାର୍‌ ବିସ୍ଫୋରଣ ମାମଲାରେ ତଦନ୍ତକାରୀ ସଂସ୍ଥାଗୁଡ଼ିକୁ ଏକ ପ୍ରମୁଖ ସୁରାକ ମିଳିଛି। ଗିରଫ ଅଭିଯୁକ୍ତ ମୁଜାମ୍ମିଲ ଶକିଲ ବିସ୍ଫୋରକ ପ୍ରସ୍ତୁତ କରିବା ପାଇଁ ଏକ ଅଟା ମିଲ୍‌ ଏବଂ ବୈଦ୍ୟୁତିକ ଯନ୍ତ୍ରପାତି ବ୍ୟବହାର କରିଥିଲେ। ତଦନ୍ତ ସମୟରେ ପୋଲିସ ହରିୟାଣାର ଫରିଦାବାଦର ଜଣେ ଟ୍ୟାକ୍ସି ଡ୍ରାଇଭରଙ୍କ ଘରୁ ମିଲ୍‌ ଏବଂ ଯନ୍ତ୍ରପାତି ଉଦ୍ଧାର କରିଛି।ସୂଚନାଯୋଗ୍ୟ, ଲାଲକିଲ୍ଲା ନିକଟରେ କାର୍‌ ବିସ୍ଫୋରଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। କାର୍‌ ଚଳାଉଥିବା ଆତ୍ମଘାତୀ ଆକ୍ରମଣକାରୀ ଉମର ଉନ୍‌ ନବି ଏହି ଆକ୍ରମଣରେ ପ୍ରାଣ ହରାଇଥିଲେ। ସେ କଶ୍ମୀରର ବାସିନ୍ଦା ଏବଂ ପେସାରେ ଜଣେ ଡାକ୍ତର ଥିଲେ। ଉମର ଅଲ୍‌-ଫଲାହ ବିଶ୍ୱବିଦ୍ୟାଳୟ ସହିତ ମଧ୍ୟ ଜଡ଼ିତ ଥିଲେ।

Read More

ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ ରାଶି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏନେଇ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ ବୃଦ୍ଧି କରାଯାଇଛି।୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ ଲାଗୁ ହେବ। ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି ୧ ଲକ୍ଷକୁ ମଧ୍ୟ ବୃଦ୍ଧି କରାଯାଇଛି।ଶ୍ରୀମନ୍ଦିରକୁ ସ୍ବଇଚ୍ଛାରେ ଦାନ ପାଇଁ ATMରେ ଆସିବ ମେସେଜ୍ । ପୁରୀକୁ ଆସୁଥିବା ଶ୍ରଦ୍ଧାଳୁ ATMରୁ ଟଙ୍କା ବାହାର କଲେ ଏକ ମେସେଜ ଆସିବ। ରସିଦ୍‌ ବାହାରିବା ପୂର୍ବରୁ ATMରେ ଏକ ମେସେଜ ଆସିବ। ଶ୍ରଦ୍ଧାଳୁ ରାଜି ହେଲେ ତାଙ୍କ କାର୍ଡରୁ ଟଙ୍କା ଦେଇପାରିବେ। ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହେବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ |

Read More

ଆଜି ରାଜ୍ୟ କ୍ୟାବିନେଟରେ ୯ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ ପାଇଁ କ୍ୟାବିନେଟରେ ବାଜିଛି ମୋହର । କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ପ୍ରେସମିଟ କରି ସୂଚନା ଦେଇ କହିଛନ୍ତି, ଲଘୁ ଖଣିଜ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଲଘୁ ଖଣିଜ ନିଲାମ ନୁହେଁ, ଲଟେରୀ ହେବ । ସରକାର ଦର ନିର୍ଦ୍ଧାରଣ କରିବେ । ଲଘୁ ଖଣିଜ ଦ୍ରବ୍ୟ କଳାବଜାରୀ ନହେବାକୁ ପଦକ୍ଷେପ ନିଆଯାଇଛି । ଟେକ୍ନୋଲୋଜିର ବ୍ୟବହାର କରାଯିବ । ଗଠନ ହେବ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ । ପୋଲିସ, ବନବିଭାଗ, ଅବକାରୀ ବିଭାଗର ନିଯୁକ୍ତି କରିବ ଏହି ଆୟୋଗ । ଏଥିରେ ଜଣେ ଅଧ୍ୟକ୍ଷ ଦୁଇ ଜଣ ସଦସ୍ୟ ରହିବେ । ୟୁନିଫର୍ମ ସେବା…

Read More

ପାକିସ୍ତାନକୁ ୮ ନୂଆ ହ୍ୟାଙ୍ଗର କ୍ଲାସ ବୁଡ଼ାଜାହଜ ଦେବ ଚୀନ୍ । ଏହା ଆଧୁନିକ ଟେକ୍ନୋଲୋଜିପୂର୍ଣ୍ଣ । ଏୟାର ଇଣ୍ଡିପେଣ୍ଡଣ୍ଟ ପ୍ରପଲ୍ସନ୍ (ଏଆଇପି) ସିଷ୍ଟମରେ ସଜ୍ଜିତ ଯାହା ଦୀର୍ଘ ସମୟ ପାଇଁ ପାଣି ଭିତରେ ରହିପାରିବ । ପ୍ରଥମ ବୁଡ଼ାଜାହଜ ୨୦୨୬ରେ ପାକିସ୍ତାନ ନୌସେନାରେ ସାମିଲ ହେବ । ସମସ୍ତ ୮ଟି ସବମରିନ୍ ୨୦୨୮ ସୁଦ୍ଧା ପାକ୍‌ ନୌସେନାରେ ସାମିଲ ହେବ ।ପାକିସ୍ତାନର ଏହି ନୂଆ ସବମରିନ୍ ଏଆଇପି ସିଷ୍ଟମ ହେଇଥିବାବେଳେ, ଭାରତ ପାଖରେ କିନ୍ତୁ ନ୍ୟୁକ୍ଲିୟର ସବମରିନ୍ ରହିଛି । ଯାହାକି ପାଣି ଭିତରେ ମାସ ମାସ ଧରି ରହିବାକୁ ସକ୍ଷମ । ଏହାସହିତ ଭାରତ ପାଖରେ ଦୁଇ ଦୁଇଟି ଏୟାରକ୍ରାଫ୍ଟ କ୍ୟାରିୟର ମଧ୍ୟ ରହିଛି, ଯିଏକି ଲଢ଼ୁଆ ଯୁଦ୍ଧ ବିମାନକୁ ସମୁଦ୍ର ପଥରେ ବୋହି ନେଇପାରିବ । ପାକିସ୍ତାନ ପାଖରେ କିନ୍ତୁ ଆଜି ପର୍ଯ୍ୟନ୍ତ ଗୋଟିଏ ବି ଏୟାରକ୍ରାଫ୍ଟ କ୍ୟାରିୟର ନାହିଁ । ମୋଟାମୋଟି ଭାବେ ଦେଖିବାକୁ କଲେ…

Read More

୭୪ତମ ମିସ୍ ୟୁନିଭର୍ସର ଫଳାଫଳ ଘୋଷଣା ହୋଇଛି । ଥାଇଲାଣ୍ଡର ବ୍ୟାଙ୍କକ୍‌ରେ ବ୍ରହ୍ମାଣ୍ଡ ସୁନ୍ଦରୀ ୨୦୨୫ର ଫାଇନାଲ ଅନୁଷ୍ଠିତ ହୋଇଥିଲା । ମେକ୍ସିକୋର ଫାତିମା ବୋସ୍‌ ବ୍ରହ୍ମାଣ୍ଡ ସୁନ୍ଦରୀ ବିଜୟ ମୁକୁଟ ପିନ୍ଧିଛନ୍ତି । ୨୦୨୪ର ବ୍ରହ୍ମାଣ୍ଡ ସୁନ୍ଦରୀ ମିସ୍ ଡେନମାର୍କ ଭିକ୍ଟୋରିଆ କେଜର ଥେଲୱିଗ୍ ତାଙ୍କୁ ମୁକୁଟ ପିନ୍ଧାଇଥିଲେ । ମିସ୍ ଥାଇଲ୍ୟାଣ୍ଡ ହୋଇଥିଲେ ରନର୍ସଅପ୍ ।ଆରମ୍ଭରୁ ବିବାଦରେ ଘେରି ହୋଇଥିବା ୨୦୨୫ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜବରଦସ୍ତ ଢଙ୍ଗରେ ଶେଷ ହୋଇଛି । ଏହି ବିଶ୍ବ ମଞ୍ଚରେ ଯେତେବେଳେ ଫାତିମାଙ୍କ ନାଁ ଘୋଷଣା କରାଯାଇଥିଲା, ସେ ଥରୁଥିବାର ଦେଖିବାକୁ ମିଳିଥିଲା । ବର୍ଷ ବର୍ଷର ପରିଶ୍ରମ ଆଉ ପ୍ରସ୍ତୁତି ଯେମିତି ଫାତିମାଙ୍କ ପାଇଁ ରଙ୍ଗ ଆଣିଥିଲା । ଏହା ପୂରା ମେକ୍ସିକୋବାସୀଙ୍କ ପାଇଁ ଖୁସିର ସମୟ ଥିଲା ।ଫାତିମା ବୋଶ୍ ଫର୍ଣ୍ଣାଣ୍ଡିଜ୍ ୧୯ ମଇ ୨୦୦୦ ମସିହାରେ ମେକ୍ସିକୋର ତେପାରେ ଜନ୍ମଗ୍ରହଣ କରିଥିଲେ । ସେ ତାବାସ୍କୋର ଭିଲାହେର୍ମୋସାରେ…

Read More

ଓଲିଉଡ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ୨ ମ୍ୟାନେଜରଙ୍କ ନାଁରେ ବଲାଙ୍ଗୀର ଟାଉନ ଥାନାରେ ଏତଲା ଦିଆଯାଇଛି। ମ୍ୟାନେଜର ଦିନେଶ ବେହେରା ଓ ପ୍ରଶାନ୍ତ ବେହେରାଙ୍କ ନାଁରେ ଏତଲା ହୋଇଛି। ହ୍ୟୁମାନ ସାଗରଙ୍କ ମୃତ୍ୟୁ ସଠିକ୍ ତଦନ୍ତ ଦାବି କରିଛି କୋଶଳ ବାଦୀ ସଂଗଠନ । ଦିନେଶ ଆଉ ପ୍ରଶାନ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।ହ୍ୟୁମାନ ସାଗରଙ୍କ ଦେହ ଅସୁସ୍ଥ ଥିବା ସତ୍ତ୍ଵେ ତାଙ୍କୁ ଜୋର ଜବରଦସ୍ତି କାମ କରାଇ ତାଙ୍କୁ ପ୍ରାୟୋଜିତ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହା ସହ ହ୍ୟୁମାନ ସାଗରଙ୍କ ମା’ଙ୍କୁ ଦୁର୍ବ୍ୟବହାର କରି ଅପଶବ୍ଦ ବ୍ୟବହାର କରାଯାଇଥିବା ଏତଲାରେ ଦର୍ଶାଯାଇଛି।ଏହା ପୂର୍ବରୁ ହ୍ୟୁମାନଙ୍କ ମାଆ ବିସ୍ଫୋରକ ବୟାନ ଦେଇ କହିଥିଲେ ହ୍ୟୁମାନଙ୍କ ମୃତ୍ୟ ପାଇଁ ୩ ଜଣ ଦାୟୀ । ଜଣେ ମହିଳାଙ୍କ ସହ ଅନ୍ୟ ଦୁଇ ଯୁବକଙ୍କ ନାଁ ନେଇଥିଲେ ହ୍ୟୁମାନଙ୍କ ମାଆ। ପପୁ, ପ୍ରଶାନ୍ତ, ଅର୍ପିତା ଚୌଧୁରୀ ମୋ ପୁଅର…

Read More

ନିଜ ଘର ନିଜେ ଭାଙ୍ଗିଲେ ବାଂଲାଦେଶୀ । ଜଗତସିଂହପୁର ଜିଲ୍ଲାରେ ପ୍ରଶାସନ ପକ୍ଷରୁ ବାଂଲାଦେଶୀ ହଟାଅ ଅଭିଯାନକୁ ଜୋରଦାର କରାଯାଇଛି । ବିଭିନ୍ନ ସ୍ଥାନରେ ବେଆଇନ ଭାବେ ସରକାରୀ ଜାଗାରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘରକୁ ଭଙ୍ଗା ଯାଉଛି । ତେବେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲାରେ ବ୍ୟାପକ ଚଢ଼ାଉ ଓ ଧରପଗଡ଼ ଜାରି ରହିଛି।ବହୁ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଏବେ ବି ଅଟକ ରଖି ପୁଲିସ ପଚରାଉଚରାକୁ ବଳବତ୍ତର ରଖିଛି ।ତେବେ ରାଜ୍ୟ ଉପକୂଳ ନିକଟରେ ଥିବା ସୁବର୍ଣ୍ଣରେଖା, ହ୍ବିଲର୍ ଆଦି ୧୦ରୁ ଅଧିକ ଦ୍ୱୀପପୁଞ୍ଜ ସୁରକ୍ଷା ଶୂନ୍ୟ ରହିଥିବାରୁ ଅନୁପ୍ରବେଶକାରୀମାନେ ଏହି ଦ୍ୱୀପଗୁଡ଼ିକୁ ନିରାପଦ ଆଡ୍ଡା ଭାବେ ବ୍ୟବହାର କରୁଛନ୍ତି। ଅଭିଯୋଗ ଅନୁଯାୟୀ, ଏକ ସଂଘବଦ୍ଧ ରାକେଟ୍ ଜରିଆରେ ପ୍ରଥମେ ଦ୍ୱୀପରେ ରହି ପରେ ନକଲି କାଗଜପତ୍ର ସହାୟତାରେ ସେମାନେ ମୁଖ୍ୟ ଭୂଖଣ୍ଡକୁ ପ୍ରବେଶ କରୁଛନ୍ତି। ରାକେଟ୍ ଜଣେ ଅନୁପ୍ରବେଶକାରୀଙ୍କୁ ଓଡ଼ିଶା ଆଣିବା ବଦଳରେ ୫…

Read More

ବାରିପଦାରେ ଖୁବ୍ ଶୀଘ୍ର ଖୋଲିବାକୁ ଯାଉଛି କଳାବାଘ ସଫାରୀ ।କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ(ସିଜେଡଏ)ଙ୍କ ସବୁଜ ସଂକେତ ମିଳି ସାରିଥିବା ବେଳେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) ଙ୍କ ଅନୁମତି ମଧ୍ୟ ମିଳିସାରିଥିଲା । ହେଲେ ସୁପ୍ରିମକୋର୍ଟରେ ହୋଇଥିବା ପିଟିସନ୍ ଦୀର୍ଘଦିନ ଧରି କଳାବାଘ ସଫାରୀ ଖୋଲିବାରେ କଣ୍ଟା ସାଜିଥିଲା ।ପୂର୍ବରୁ ମଞ୍ଚାବେଡ଼ା ଠାରେ ୨୦୦ ହେକ୍ଟର ଜମି ଚିହ୍ନଟ ହୋଇ ସାରିଛି । ପାଖାପାଖି ୧୦୦ ହେକ୍ଟରରେ ହେବ ବାଘଙ୍କ ରହଣି ସ୍ଥଳ । ବାକି ୧୦୦ ହେକ୍ଟରରେ ଉଦ୍ଧାରକେନ୍ଦ୍ର, କର୍ମଚାରୀ ଭିତ୍ତିଭୂମି, ପାର୍କିଂ ଓ ପ୍ରାଣୀ ଚିକିତ୍ସାଳୟ କରାଯିବ । ପ୍ରାଥମିକ ଭାବେ ନନ୍ଦନକାନନର ୩ଟି କଳା ବାଘ ଓ ରାଞ୍ଚି ଚିଡ଼ିଆଖାନାରୁ ୨ଟି କଳା ବାଘଙ୍କୁ ଆଣି ଏଠାରେ ଛଡ଼ାଯିବ । ଆସନ୍ତା ୬ ମାସ ମଧ୍ୟରେ ପର୍ଯ୍ୟଟକ କଳାବାଘ ସଫାରୀକୁ ଯାଇ ପାରିବେ ବୋଲି ବନବିଭାଗର ବରିଷ୍ଠ ଅଧିକାରୀ ଜଣଙ୍କ…

Read More