Author: sanitelevision

ବଙ୍ଗୋପ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଗତକାଲି ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ମାଲାକା ଷ୍ଟ୍ରେଟ୍ ଓ ଏହାର ପାଖାପାଖି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଓଡ଼ିଶା ଉପକୂଳ ଠାରୁ ଏହା ବହୁ ଦୂରରେ ରହିଛି । କିନ୍ତୁ ସ୍ପଷ୍ଟ ଚିତ୍ର ୨୪ ବା ୨୫ ତାରିଖ ପରେ ଜଣାପଡିବ । ଏହା କେଉଁ ଦିଗକୁ ଯିବ, ଓଡ଼ିଶା ଉପରେ ଏହାର କ’ଣ ପ୍ରଭାବ ରହିବ ସେସବୁ ସ୍ପଷ୍ଟ ହେବ ବୋଲି ସୋଆ ସିଇସି ମୁଖ୍ୟ ଶରତ ଚନ୍ଦ୍ର ସାହୁ କହିଛନ୍ତି ।ତେବେ ଅବପାତ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି । ଏହା ବାତ୍ୟା ପର୍ଯ୍ୟନ୍ତ ଯିବ ବୋଲି ମଧ୍ୟ ସେ କହିଛନ୍ତି । କିନ୍ତୁ ଓଡ଼ିଶାରେ ଏହା ଲ୍ୟାଣ୍ଡଫଲ୍ ହେବ କି ନାହିଁ ଏହାର ପ୍ରଭାବ କ’ଣ ରହିବ କେତେ ତୀବ୍ର ହେବ…

Read More

ବାରବାଟୀ ଷ୍ଟାଡିୟମରେ କମିଲା ସିଟ୍ ସଂଖ୍ୟା । ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା ଅଢ଼େଇ ହଜାର ସିଟ୍ କମାଇଲା ଓଡ଼ିଶା କ୍ରିକେଟ ଆସୋସିଏସନ୍। ୧୯ ଇଞ୍ଚରୁ ୨୨ ଇଞ୍ଚକୁ ବୃଦ୍ଧି କରାଗଲା ସିଟ ଗୁଡ଼ିକର ଚଉଡା। କମିଶନରେଟ ପୋଲିସର ପରାମର୍ଶ ପରେ ସିଟ କମାଇଲା ଓସିଏ । ଷ୍ଟାଡିୟମ୍ ପୁରୁଣା ହୋଇ ଥିବାରୁ ସୁରକ୍ଷା ଦୃଷ୍ଟିରୁ ଷ୍ଟାଡିୟମ୍ ଗ୍ୟାଲେରୀ ଗୁଡ଼ିକରେ ସିଟ ସଂଖ୍ୟା କମାଇବା ପାଇଁ କହିଥିଲେ କମିଶନରେଟ ପୋଲିସ । ସୂଚନାମୁତାବକ ଭାରତ-ଦକ୍ଷିଣ ଆଫ୍ରିକା ଟି ଟ୍ବେଣ୍ଟି ପୂର୍ବରୁ ଷ୍ଟାଡିୟମ ବୁଲି ଦେଖିଥିଲେ IIT ଭୁବନେଶ୍ବରର ବୈଷୟିକ ଟିମ୍‌ ।। ୮ ଜଣିଆ ଟିମ୍ ଗ୍ୟାଲେରୀ, କର୍ପୋରେଟର ବକ୍ସ, VVIP ବକ୍ସ, ପ୍ୟାଭିଲିୟନ ବୁଲିଥିଲେ । ଅନୁଧ୍ୟାନ ପରେ ସରକାରଙ୍କୁ ସ୍ଥିତି ସଂପର୍କରେ ରିପୋର୍ଟ ଦେଇଥିଲେ ଟିମ୍। ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି ଟ୍ବେଣ୍ଟି ଖେଳାଯିବ ।ପ୍ରଥମ ଥର ପାଇଁ ଗ୍ୟାଲେରୀ ଗୁଡ଼ିକରେ ପାଥ ୱେ ବା…

Read More

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପରଲୋକ ଘଟଛି। ତେବେ ତାଙ୍କ ମୃତ୍ୟୁ ପରେ ଅନେକ ବାଦ ବିବାଦ ଲାଗି ରହିଛି। ତାଙ୍କ ମା’ ହ୍ୟୁମାନଙ୍କ ମୃତ୍ୟୁ ପାଇଁ ତାଙ୍କ ମ୍ୟାନେଜର, ଦିନେଶ, ପ୍ରଶାନ୍ତଙ୍କ ନାଁ ସହ ଜଣେ ମହିଳା ଗାୟିକାଙ୍କ ନାଁ ମଧ୍ୟ ନେଇଛନ୍ତି। ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଢୁଛି ବିବାଦ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପ୍ରେମ ଆନନ୍ଦ । କହିଛନ୍ତି, ହ୍ୟୁମାନ ସାଗର ବହୁତ ସରଳ, ତାଙ୍କୁ ଇମୋସନାଲ ଟ୍ରାପ କରାଯାଉଥିଲା । ହ୍ୟୁମାନଙ୍କ ଶାରୀରିକ ଅସୁସ୍ଥତା ମୋତେ କଷ୍ଟ ଦୋଉଥିଲା । ବାରମ୍ବାର ଝିଅକୁ ଦେଖା କରିବାକୁ ଚାହୁଁଥିଲେ ହ୍ୟୁମାନ । ଝିଅକୁ ଦେଖା କରିବାକୁ କିଏ ଅଟକାଉଥିଲା ତାହାକୁ ନେଇ କରିଛନ୍ତି ପ୍ରଶ୍ନ । ହ୍ୟୁମାନଙ୍କ ମାଙ୍କୁ ଗାଳିଗୁଲଜ କରିବା ଠିକ ନୁହେଁ ।ଗୋଟିଏ ବୋଲି ପୁଅକୁ ହରାଇ ମାନସିକ ଭାରସାମ୍ୟ ହରାଇଛନ୍ତି ମାଆ । ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ କରାଗଲେ ସତ୍ୟାସତ୍ୟ ଜଣାପଡିବ ।…

Read More

ମହାପ୍ରଭୁଙ୍କ ଚମତ୍କାର। ସମର୍ପଣର ଭାବନା ସହିତ ମହାପ୍ରଭୁଙ୍କୁ ଗୁହାରି କଲେ ମହାପ୍ରଭୁ ତାହା ଶୁଣନ୍ତି। ଭକ୍ତର କାମନା ପୂରଣ କରନ୍ତି। ଆଉ ଏହା ନିକଟରେ ଦେଖିବାକୁ ମିଳିଛି ପୁରୀ ସିଂହଦ୍ବାର ସାମନାରେ।ପୁଅର ନୂଆ ଜୀବନ ପାଇଁ ସିଂହ ଦୁଆରେ ହାତ ପତେଇଥିଲା ବାପା । ମାସଟେ ବି ପୂରିନି, ହଟିଆ ଠାକୁର ପୁଣି ତା ଲୀଳା ଦେଖାଇଛି । ଆଉ କୋମାରେ ଥିବା ପୁଅକୁ ଚଳପ୍ରଚଳ ହେବା ପାଇଁ ତା’ ଦେହରେ ଶକ୍ତି ଭରି ଦେଇଛି କାଳିଆ। ଡାକ୍ତରମାନେ ସବୁ ନିରାଶ କରିଦେଇଥିଲେ।ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ଶ୍ରୀମନ୍ଦିର ଆଣିଥିଲେ ବାପା ପ୍ରକାଶ ଭୋଇ। ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ। ମହାପ୍ରଭୁଙ୍କ ଠାରେ ଶରଣ ପଶିବା ପରେ ଏବେ ସାମାନ୍ୟ ସୁସ୍ଥ ହୋଇଛି କୁନି ପୁଅ। ପୂର୍ବରୁ ନିସ୍ତେଜ ହୋଇପଡିଥିଲା ଶିଶୁ। ଏବେ ହାତଗୋଡି ହଲାଉଛି। ଆଜି ଛୁଆ ସାମାନ୍ୟ ସୁସ୍ଥ ହେବା…

Read More

ଆବାସିକ ବିଦ୍ୟାଳୟରେ ପୁଣି ଜଣେ ଛାତ୍ରୀ ହେଲେ ଗର୍ଭବତୀ। ଗତ ଦଶହରା ଛୁଟିରେ ଛାତ୍ରୀ ଜଣକ ଘରକୁ ଯାଇ ଫେରିବା ପରେ ଛାତ୍ରୀଙ୍କର ସ୍ବାସ୍ଥ୍ୟ ଖରାପ ରହୁଥିଲା। ବିଦ୍ୟାଳୟର ମେଟ୍ରୋନ ଝିଅଟିର ଡାକ୍ତରଖାନାରେ ଚିକିତ୍ସା କରାଇବା ସହ ମାସିକ ପରୀକ୍ଷା କରିଥିଲେ। ଏହି ଛାତ୍ରୀ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ଖାଇରପୁଟ ବ୍ଲକର ଏସଏସଡି ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ନେଇ ଜଣାପଡିଛି। ଜିଲ୍ଲା ମଙ୍ଗଳ ଅଧିକାରୀ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ କିଏ ଦୋଷୀ ତାହା ପୁଲିସର ତଦନ୍ତ ପରେ ଜଣା ପଡିବ। ଝିଅଟି ଗତ ଅକ୍ଟୋବର ୨୨ ତାରିଖରେ ବିଦ୍ୟାଳୟର ହଷ୍ଟେଲକୁ ଆସିଥିଲା। ଏକ ମାସ ପରେ ତାର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ଏହା ଜଣାପଡିଥିଲା ଯେ ସେ ଗର୍ଭାବତୀ…

Read More

ଆସନ୍ତା ୨୬ରେ ବସିବ ସର୍ବଦଳୀୟ ବୈଠକ । ଓଡ଼ିଶା ବିଧାନସଭା ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ । ଯେଉଁଥିରେ ସମସ୍ତ ଦଳର ନେତାମାନେ ସାମିଲ ହେବାକୁ ବାଚସ୍ପତିଙ୍କ ପକ୍ଷରୁ ଜଣାଇ ଦିଆଯାଇଛି ।ସୂଚନା ଅନୁଯାୟୀ, ଆସନ୍ତା ୨୭ରୁ ଆରମ୍ଭ ହେବ ବିଧାନସଭାର ଶୀତକାଳୀନ ଅଧିବେଶନ। ଏହି ଅଧିବେଶନର ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହକୁ ସମ୍ବୋଧିତ କରିବେ। ୨୮ରେ ଗୃହରେ ସରକାର ପ୍ରଥମ ଅତିରିକ୍ତ ବଜେଟ ଆଗତ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଗୃହରେ ଉପସ୍ଥାପିତ କରିବେ। ଏହା ଉପରେ ଡିସେମ୍ବର ୪, ୫ ଓ ୬ରେ ଆଲୋଚନା ହେବ । ୮ ତାରିଖରେ ଏ ସଂପର୍କିତ ବ୍ୟୟମଞ୍ଜୁରୀ ବିଲ୍ ଗୃହରେ ଆଗତ ହେବ।ବିଧାନସଭାର ଏହି ଶୀତ ଅଧିବେଶନ ଡିସେମ୍ବର ୩୧ ଯାଏ ଚାଲିବ।

Read More

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଇଛି । ଏହି ୧୫ ଦିନିଆ ଅଭିଯାନର ପ୍ରଥମ ଚାରି ଦିନରେ ପରିବହନ ବିଭାଗ ଦ୍ୱାରା ୧୨ ହଜାର ୧୫୫ ଇ-ଚାଲାଣ କଟାଯାଇଛି । ଏ ବାବଦରେ ଆଇନ ଉଲ୍ଲଂଘନକାରୀଙ୍କଠାରୁ ୨ କୋଟିରୁ ଅଧିକ ଟଙ୍କାର ଜରିମାନା ଆଦାୟ କରାଯାଇଛି । ପରିବହନ ବିଭାଗ ଦ୍ୱାରା ଦ୍ରୁତଗତି ଗାଡ଼ିଚାଳକଙ୍କ ବିରୋଧରେ ପ୍ରଥମ ଚାରି ଦିନରେ ୩ ହଜାର ୮୫୮ ଇ-ଚାଲାଣ କଟାଯାଇଛି । ସେହିଭଳି ବିନା ହେଲମେଟ୍ରେ ଦୁଇଚକିଆରେ ଯାଉଥିବାରୁ ୩୨୧୩ ଇ-ଚାଲାଣ କଟାଯାଇଛି । ବିନା ସିଟ୍ବେଲ୍ଟରେ ୨୯୨୧, ଗାଡ଼ି ଚଲାଇବାବେଳେ ମୋବାଇଲ ଫୋନ ବ୍ୟବହାର ପାଇଁ ୪୯୮, ନିଶାସକ୍ତ ହୋଇ ଗାଡ଼ି ଚଲାଉଥିବା ଯୋଗୁଁ ୧୩୫, ଦୁଇଚକିଆରେ…

Read More

କେନ୍ଦ୍ର ସରକାର ଶ୍ରମ ଆଇନରେ ବ୍ୟାପକ ସଂସ୍କାର ଆଣିଛନ୍ତି। ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯିବ। ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ବୈଧାନିକ ସର୍ବନିମ୍ନ ମଜୁରି ଏବଂ ସବୁ ସେକ୍ଟରରେ ଠିକ୍‌ ସମୟରେ ବେତନ ପ୍ରଦାନକୁ ବାଧ୍ୟତାମୂଳକ କରାଯିବ।ଏହି ନୂଆ ଆଇନଗୁଡିକ ଲାଗୁ ହେବା ଦ୍ୱାରା ଅନୌପଚାରିକ କ୍ଷେତ୍ର, ସ୍ୱିଗି, ଜୋମାଟୋ, ବ୍ଲିଙ୍କ ଇଟ୍ ଭଳି ସଂସ୍ଥାରେ କାମ କରୁଥିବ କର୍ମଚାରୀ, ପ୍ରବାସୀ ଶ୍ରମିକ, ଅନୌପଚାରିକ କ୍ଷେତ୍ରରେ କାମ କରୁଥିବା ମହିଳା କର୍ମଚାରୀମାନେ ଉପକୃତ ହେବେ । ଅନୌପଚାରିକ କ୍ଷେତ୍ରରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରୋଭିଡେଣ୍ଟ ଫଣ୍ଡ, ଇଏସଆଇ, ବୀମା ଭଳି ସୁବିଧା ସହ ସାମାଜିକ ସୁରକ୍ଷା ଯୋଗାଇଦେବା ବାଧ୍ୟତାମୂଳକ ହେବ। ସରକାରଙ୍କ କହିବାନୁସାରେ, ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଏକ ମଜଭୁତ…

Read More

କଟକ ଦରଘା ବଜାର ଅଞ୍ଚଳରେ ଡବଲ ମର୍ଡର । ଦରଘା ବଜାର ଓଲ୍ଡ ଜେଲ କଲୋନୀରେ ବାପା ଓ ସାବତ ମା’କୁ ଅତି ନିର୍ମମ ଭାବେ ହତ୍ୟା କଲେ ପୁଅ । ଶୁକ୍ରବାର ରାତି ୯ଟା ସମୟରେ ବାପା ମା’ଙ୍କୁ ହତ୍ୟା କରି ସ୍ତ୍ରୀ’ଙ୍କୁ କଲ କରି କହିଲା ସବୁ ଅଧ୍ୟାୟ ଆଜି ଶେଷ କରିଦେଲି ବୋଲି କହିଥିଲେ ପୁଅ। ଏମିତି କିଛି ଅଭାବନୀୟ ଘଟଣା ଘଟିଛି କଟକ ସହରରେ।ହତ୍ୟାକାଣ୍ଡ ସଂପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏହାସହ ଅଭିଯୁକ୍ତ ପୁଅକୁ ଅଟକ ରଖି ଜେରା କରୁଛି । ଧାର ଟଙ୍କା ନ ଶୁଝିବାରୁ ଜହ୍ଲାଦ ପୁଅ ଏଭଳି କାଣ୍ଡ କରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ମୃତକ ୫୮ ବର୍ଷୀୟ ଦୀପକ ଦାସ ଜେଲ…

Read More

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜମୁଦାରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ଉନ୍ନତି ଆସିଛି । ମେଡିସିନ ୱାର୍ଡରେ ଚିକିତ୍ସା ଚାଲିଥିବା କହିଲେ ଭୁବନେଶ୍ୱର ଏମସ କର୍ତ୍ତୃପକ୍ଷ । ଭେଣ୍ଟିଲେଟର ସପୋର୍ଟରୁ ବାହାରି ମେଡିସିନ ୱାର୍ଡରେ ଚାଲିଛି ଚିକିତ୍ସା । ସୂଚନା ଅନୁସାରେ, ତାଙ୍କର ଭାଇଟାଲସ୍ଥିର ରହିଛି । ଅଭିଜିତ ସୁସ୍ଥ ହେଉଥିବା ଖବରପାଇ ତାଙ୍କ ପ୍ରଂଶସକଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି ।ପ୍ରାୟ ଅଢେଇମାସ ପରେ ସେ କୋମାରୁ ଧୀରେ ଧୀରେ ବାହାରିଥିବା ଜଣାପଡ଼ିଛି । କିଛି ଅଙ୍ଗପ୍ରତ୍ୟେଙ୍ଗ ସାମାନ୍ୟ ଚଳପ୍ରଚଳ ସହ ଆଖି ଖୋଲୁଛନ୍ତି ଅଭିଜିତ । ଲିଭର ଜନିତ ସମସ୍ୟା ଯେଗୁଁ ସେପ୍ଟେମ୍ବର ୪ରୁ ଚିକିତ୍ସିତ ହେଉଛନ୍ତି ।

Read More