Author: sanitelevision

ଏନ୍‌ସିଆର୍ ଅଞ୍ଚଳ ଲଗାତାର ଦଶମ ଦିନ ପାଇଁ ବିଷାକ୍ତ ଧୂଆଁ ଭିତରେ ହନ୍ତସନ୍ତ ହେଉଛି । ସୋମବାର ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୮୦କୁ ବୃଦ୍ଧି ପାଇଛି, ଯାହା ‘ଅତି ଖରାପ’ ଶ୍ରେଣୀରେ ରହିଛି। ତାପମାତ୍ରା ହ୍ରାସ ହେତୁ ସୃଷ୍ଟି ହୋଇଥିବା ଧୂମକୁହୁଡ଼ି ପ୍ରଦୂଷଣ ସଙ୍କଟକୁ ଅଧିକ ଜଟିଳ କରିଛି। ଏହାଫଳରେ ଦୃଶ୍ୟମାନତା କମିଯାଇଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ବିପଦ ବଢ଼ିଛି। ଆଜି ଅପରାହ୍ନରେ ଅଧିକାଂଶ ସ୍ଥାନରେ ଏକ୍ୟୁଆଇ ‘ଗମ୍ଭୀର’ସ୍ତରକୁ ପହଞ୍ଚିଛି। ତେବେ ଦିଲ୍ଲୀରେ ବଢ଼ୁଥିବା ପ୍ରଦୂଷଣକୁ ନେଇ ଇଣ୍ଡିଆ ଗେଟ୍ ପାଖରେ କିଛି ଦିନ ଧରି ପ୍ରତିବାଦ କରି ଆସୁଛନ୍ତି ବିଭିନ୍ନ ଯୁବଗୋଷ୍ଠୀ। ରବିବାର ସନ୍ଧ୍ୟାରେ ଭିନ୍ନ ପ୍ରତିବାଦ ଦେଖିବାକୁ ମିଳିଥିଲା। କିଛି ଯୁବକ “CLEAN AIR” ଦାବି କରି ସି-ଷୋଡଶାଗନ ଅଞ୍ଚଳରେ ଏକାଠି ହୋଇଥିଲେ। ଆରମ୍ଭ ପ୍ରତିବାଦ ଶାନ୍ତିପୂର୍ଣ୍ଣ ଦେଖାଯାଉଥିଲା, କିନ୍ତୁ କିଛି ସମୟ ମଧ୍ୟରେ ପରିବେଶ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ସୋସିଆଲ…

Read More

ନୂଆ ସିଜେଆଇ ଭାବେ ଶପଥ ନେଳଏ ଜଷ୍ଟିସ ସୂର୍ଯ୍ୟକାନ୍ତ। ସୁପ୍ରିମକୋର୍ଟର ୫୩ ତମ ଚିଫ୍ ଜଷ୍ଟିସ ଭାବେ ନେଇଛନ୍ତି ଦାୟିତ୍ୱ । ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପୂର୍ବରୁ ସିଜେଆଇ ବିଆର ଗବାଇଙ୍କ କାର୍ଯ୍ୟକାଳ ଶେଷ ହୋଇଛି ।ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଭୁଟାନ, କେନିଆ, ମାଲେସିଆ, ମରିସସ୍‌, ନେପାଳ ଓ ଶ୍ରୀଲଙ୍କା ଭଳି ଦେଶର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗ ଦେଇଛନ୍ତି ।୧୦ ଫେବୃଆରୀ, ୧୯୬୨ରେ ହରିୟାଣାର ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ସୂର୍ଯ୍ୟକାନ୍ତ। ୨୪ ମେ ୨୦୧୯ରେ ସେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ।

Read More

ବିହାରରେ ଏକ ସାମ୍ପ୍ରତିକ ଅଧ୍ୟୟନରେ ମା’ଙ୍କ କ୍ଷୀରରେ ୟୁରାନିୟମ (U238) ର ବିପଦପୂର୍ଣ୍ଣ ସ୍ତର ଥିବା ପ୍ରକାଶ ପାଇଛି, ଯାହା ସେମାନଙ୍କ ପିଲାମାନଙ୍କ ସ୍ବାସ୍ଥ୍ୟ ପ୍ରତି ଗମ୍ଭୀର ଚିନ୍ତା ସୃଷ୍ଟି କରିଛି। ଅନେକ ଅନୁଷ୍ଠାନର ଗବେଷକମାନେ ଜାଣିଛନ୍ତି ଯେ ମା’ କ୍ଷୀର ମାଧ୍ୟମରେ ୟୁରାନିୟମର ସଂସ୍ପର୍ଶରେ ଆସିବା ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଣ-କର୍କଟ ସ୍ବାସ୍ଥ୍ୟ ବିପଦ ସୃଷ୍ଟି କରିପାରେ। ଗବେଷଣାରୁ ମିଳିଲା ସାଂଘତିକ ତଥ୍ୟ। ବିହାରରେ ଏକାଧିକ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ବିହାରର ଛଅଟି ଜିଲ୍ଲାରେ ସ୍ତନ୍ୟପାନ କରାଉଥିବା ମା’ମାନଙ୍କ କ୍ଷୀରରେ ୟୁରାନିୟମ୍(ୟୁ-୨୩୮) ଭୟଙ୍କର ମାତ୍ରା ମିଳିଛି। ଯାହା ଶିଶୁମାନଙ୍କ ପାଇଁ ଗମ୍ଭୀର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରୁଛି। ଦିଲ୍ଲୀର AIIMSର ଡକ୍ଟର ଅଶୋକ ଶର୍ମା ଏହି ଅଧ୍ୟୟନର ସହ-ଲେଖକ। ସେ ବ୍ୟାଖ୍ୟା କରିଛନ୍ତି ଯେ ୪୦ଜଣ ସ୍ତନ୍ୟପାନକାରୀ ମା’ଙ୍କ ସ୍ତନ କ୍ଷୀର ବିଶ୍ଳେଷଣ କରାଯାଇଥିଲା ଏବଂ ସମସ୍ତ ନମୁନାରେ ୟୁରାନିୟମ (U-238) ମିଳିଥିଲା।ଯଦିଓ ୭୦% ଶିଶୁ କର୍କଟ-ମୁକ୍ତ ସ୍ବାସ୍ଥ୍ୟ…

Read More

ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ ଓଡ଼ିଶା ଉପରେ ବାତ୍ୟାର ପ୍ରଭାବ ନେଇ ଆକଳନ ଚାଲିଥିବାବେଳେ ଏଥିଯୋଗୁ ରାଜ୍ୟରେ ପ୍ରବଳ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ କହିଛି।ଆଜି ଅବପାତର ରୂପ ନେବ। ଅଧିକ ଘନୀଭୂତ ହୋଇ ଦିନକ ପରେ ଅର୍ଥାତ ୨୬ ତାରିଖରେ ସୃଷ୍ଟି ହେବ ବାତ୍ୟା । ବାତ୍ୟା ସୃଷ୍ଟି ହେବା ନେଇ ଆଇଏମଡିର ଆକଳନ ଆସି ସାରିଛି। ବାତ୍ୟା ସୃଷ୍ଟି ହେଲେ ଏହାର ନାଁ ରହିବ ସେନ୍ୟାର। ଏହାର ଗତିପଥ ନେଇ ଏପର୍ଯ୍ୟନ୍ତ ସଠିକ ଆକଳନ ହୋଇନି। ୨୬ କିମ୍ବା ୨୭ ତାରିଖ ଆଡ଼କୁ ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମଡି କହିଛି।

Read More

ପାଇଖାନା ଟାଙ୍କିରେ ଦେଶୀ ମଦ। ବିପୁଳ ପରିମାଣର ମଦ ଜବତ କଲା ଭୁବନେଶ୍ବର ଅବକାରୀ ବିଭାଗ ସ୍କ୍ବାଡ । ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଓ ଇନଫୋସିଟି ଅବାକରୀ ଥାନା ଅଞ୍ଚଳରେ ଚଢ଼ାଉ ହୋଇଛି । ପାଇଖାନା ଟାଙ୍କି କରି ମଦ ଲୁଚାଇଥିଲେ ଦୁର୍ବୃତ୍ତ । ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ ୫୪୦ ଲିଟର ଦେଶୀ ମଦ ଜବତ ହୋଇଛି । ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

Read More

ଆଇନଜୀବୀ ପୀତବାସ ହତ୍ୟାକାଣ୍ଡରେ ଆହୁରି କିଛି ଅଭିଯୁକ୍ତ ଅଛନ୍ତି । ଅପରାଧୀଙ୍କୁ ଖସାଇବାରେ ସାହାଯ୍ୟ କରିବା ସହିତ ପ୍ରମାଣ ନଷ୍ଟ ଲାଗି ଷଡ଼୍‌ଯନ୍ତ୍ର କରୁଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଧରପଗଡ଼ ଆରମ୍ଭ କରିଥିବା କୁହାଯାଉଛି । ଏପଟେ ମୁଖ୍ୟ ଅଭିଯୁକ୍ତ ଗିରଫ ହେବାର ମାସେ ପୁରିଛି । ଏହାରି ଭିତରେ ୪ ଅଭିଯୁକ୍ତଙ୍କୁ ଦ୍ବିତୀୟ ଥର ରିମାଣ୍ଡରେ ଆଣି ପୁଲିସ ଘଣ୍ଟାଚକଟା କରିଛି । ତେବେ ଏହି ମାମଲା‌ରେ ଆଉ କିଏ ସବୁ ରହିଛନ୍ତି ତାହା ଏବେ ବଡ଼ ପ୍ରଶ୍ନ ହୋଇଛି । ଅନ୍ୟପଟେ ପୁଲିସ ମାମଲାର ଚାର୍ଜସିଟ୍ ଠିକ୍ ସମୟରେ କରିବାକୁ ଯୋଜନା କରିଛି । ଏଥିପାଇଁ ସମସ୍ତ ପ୍ରକାର ତଥ୍ୟ ପ୍ରମାଣ ପୁଲିସ ଯୋଗାଡ଼ କରିଛି । ଆଉ କିଛି ପ୍ରମାଣ ଏବେ ବି ସଂଗ୍ରହ ଚାଲିଛି । ରିମାଣ୍ଡରେ ଆସିଥିବା ୪ ଅଭିଯୁକ୍ତଙ୍କ ଠାରୁ ପୁଲିସ ଅର୍ଥନୈତିକ କାରବାର ଗୁମର ଖୋଲିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି…

Read More

ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ରତ୍ନଅଳଙ୍କାର ଗଣତିମଣତି ପାଇଁ ଖୁବଶୀଘ୍ର ମାର୍ଗଦର୍ଶିକା ଆସିବ। ସବୁ ଅଳଙ୍କାରର ଡିଜିଟାଲାଇଜେସନ୍ ପାଇଁ ଯୋଜନା କରାଯାଇଛି । ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ପାଇଁ ଅଢେଇରୁ ତିନି ମାସ ଲାଗିବ। ଏଥି ସହିତ ୧୯୭୮ର ଗଣତି ସହ ଅଳଙ୍କରକୁ ମେଳ କରାଯିବ । ବିଭିନ୍ନ ପର୍ଯ୍ୟାୟରେ ରତ୍ନ ଅଳଙ୍କାରର ଗଣତିମଣତି କରାଯିବ । ଅକ୍ଷୟ ତୃତୀୟା ପୂର୍ବରୁ ଗଣତିମଣତି ସାରିବା ପାଇଁ ପରିଚାଳନା କମିଟିରେ ଗୁରୁତ୍ଵ ଦିଆଯାଇଛି ।ଏମାର ମଠରୁ ଉଦ୍ଧାର ହୋଇଥିବା ରୂପା ଇଟା ମାମଲା ହାଇକୋର୍ଟରେ ଅଛି । ରୂପା ଇଟା କିଭଳି ମହାପ୍ରଭୁଙ୍କ ଅଧିନକୁ ଆସିବ ସେ ନେଇ ଆଲୋଚନା ଚାଲିଛି । ନିୟମ ଅନୁସାରେ, ରୂପା ଇଟା ଅଣାଯିବା ପାଇଁ ପ୍ରକ୍ରିୟା କରିବ ଶ୍ରୀମନ୍ଦିର ପ୍ରଶାସନ ।ଶୁକ୍ରବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ଗଣତିମଣତି ନେଇ ଆଲୋଚନା ହୋଇଥିଲା ।

Read More

ଭାରତୀୟ ରେଳ ବିଭାଗର ଟିକେଟ ବୁକିଂ ସେବା ଆଜି ୫ ଘଣ୍ଟା ପାଇଁ ବନ୍ଦ ରହିବ । ଏହି କ୍ରମରେ ଟିକେଟ ରିଜରଭେସନ ଓ ଟିକେଟ୍ କ୍ୟାନସଲ ସେବା ବନ୍ଦ ରହିବ । ରେଳ ବିଭାଗର ପେସେଞ୍ଜର ରିଜରଭେସନ ସିଷ୍ଟମ ଆଜି ରାତି ୧୧.୪୫ ରୁ ଆସନ୍ତାକାଲି ଭୋର ୪.୪୫ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ୫ ଘଣ୍ଟାରେ ଦିଲ୍ଲୀର ପେସେଞ୍ଜର ରିଜରଭେସନ ସିଷ୍ଟମର ଅଧିକାଂଶ ସେବା ବନ୍ଦ ରହିବ। ଏହି ସମୟ ମଧ୍ୟରେ ଆପଣ ରିଜରଭେସନ, କ୍ୟାନସଲ କିମ୍ବା ଇନକ୍ୱାରୀ ସହ ଜଡ଼ିତ ସମସ୍ତ ସେବା ବନ୍ଦ ରହିବ। ରେଳ ବିଭାଗର ସୂଚନା ମୁତାବକ ପୁରୁଣାରୁ ନୂଆ କୋର ସ୍ୱିଚକୁ ବଦଳାଇବା ପାଇଁ ଏହି ସେବା ପ୍ରଭାବିତ ହେବ। ଏଥିପାଇଁ ରେଳ ବିଭାଗ ତରଫରୁ ନନ୍ ପିକ୍ ହାର୍ସ ଚୟନ କରାଯାଇଛି। ଫଳରେ କମ୍ ଯାତ୍ରୀ ଏହାଦ୍ୱାରା ପ୍ରଭାବିତ ହେବେ।

Read More

ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଆସନ୍ତା ସୋମବାର ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଭାବେ ଶପଥ ଗ୍ରହଣ କରିବେ। ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ଦେଶର ୫୩ତମ ସିଜେଆଇ। ୨୦୧୯ରୁ ସେ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରି ଆସୁଛନ୍ତି।କିନ୍ତୁ ଏଥର ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସିଜେଆଇଙ୍କ ଶପଥ ଗ୍ରହଣ ସମାରୋହ ଭିନ୍ନ ହେବ । ଏଥିରେ ୬ଟି ଦେଶର ପ୍ରଧାନ ବିଚାରପତି, ଜଜ୍ ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ହେବେ । ଭୁଟାନ, କେନିଆ, ମାଲେସିଆ, ମରିସସ୍‌, ନେପାଳ ଓ ଶ୍ରୀଲଙ୍କା ଭଳି ଦେଶର ପ୍ରଧାନ ବିଚାରପତି ଓ ଅନ୍ୟ ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ନୂଆ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

Read More

ବନ୍ଦ ହେବ ବାଲି ମାଫିଆଙ୍କ ମନମାନୀ । ସାବାଡ ହେବେ ବାଲି ମାଫିଆ । ବାଲି ପାଇଁ MSP ଲାଗୁ କରିବେ ସରକାର । ଆଉ ମନ ଇଚ୍ଛା ଦର ବଢାଇ ପାରିବେନି ଲିଜ ଧାରୀ । ସରକାର ନିର୍ଦ୍ଧାରିତ କରିଥିବା MSP ଦରରେ ହିଁ ବିକ୍ରି କରିବେ ଲିଜ୍ ଧାରୀ । ସାରା ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି । ଦର କମିବା ସହ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବାଲି । ଇ ଲଟେରୀ ମାଧ୍ୟମରେ ଦିଆଯିବ ଲିଜ ।ଏହାସହ ଏଣିକି ବାଲି ଗଚ୍ଛିତ କରି ରଖିବା ପାଇଁ ଷ୍ଟୋରେଜ୍ ଲାଇସେନ୍ସ ଦେବେ ସରକାର । ବିନା ଷ୍ଟୋରେଜ୍ ଲାଇସେନ୍ସରେ ବାଲି ଓ ଅନ୍ୟ ଲଘୁ ଖଣିଜ ପଦାର୍ଥ କେହି ବେଆଇନ ଗଚ୍ଛିତ କରି ରଖି ପାରିବେନାହିଁ । ଶୁକ୍ରବାର କ୍ୟାବିନେଟ୍ ବୈଠକରେ ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ, ୨୦୧୬ରେ ସଂଶୋଧନ କରୁଛନ୍ତି ।…

Read More