Author: sanitelevision

ବଡଦିନ ଓ ନୂଆବର୍ଷରେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ । ଶ୍ରଦ୍ଧାଳୁମାନଙ୍କ ଶ୍ରୀଜିଉ ଦର୍ଶନ ସୁବିଧା ପାଇଁ ଏହା କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି । ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ । ସରକାରୀ ଛୁଟି ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିବା ସମ୍ଭାବନା ରହିଛି । ସେହିପରି ଏହା ପରବର୍ତ୍ତୀ ଗୁରୁବାର ଇଂରାଜୀ ନୂଆବର୍ଷ । ତେଣୁ ଶ୍ରୀମନ୍ଦିର ନୀତିକାନ୍ତିଠାରୁ ଆରମ୍ଭ କରି ଭିଡ଼ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଆଦି ଅତ୍ୟାବଶ୍ୟକୀୟ ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇ ଥିବାରୁ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା ମନ୍ଦିର ଭିତରେ ଓ ବାହାରେ କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ…

Read More

ଗୁଣିଗାରେଡ଼ି ନେଲା ଜୀବନ । ଗୁଣିଗାରେଡ଼ି ପୂଜା ବେଳେ ମାଟିତଳେ ପୋତି ହୋଇ ଜଣେ ମୃତ। କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘରେ ବିଭିନ୍ନ ସମୟରେ ଅକାରଣରେ ପାଟିତୁଣ୍ଡ ହେଉଥିଲା । ଯେତେ ଉପାର୍ଜନ କଲେ ବି ଅଣ୍ଟୁନଥିଲା । ଅଶାନ୍ତି ଲାଗି ରହୁଥିଲା । ତେଣୁ ଘରେ କେମିତି ସୁଖଶାନ୍ତି ଫେରିବ ଓ ପୁଣି ସ୍ୱାଭାବିକ ସବୁ ଚାଲିବ ସେଥିପାଇଁ ତାନ୍ତ୍ରିକଙ୍କ ପରାମର୍ଶ ଲୋଡ଼ିଥିଲେ । ତାନ୍ତ୍ରିକ କହିଥିଲେ କି ଘର ଆଖପାଖରେ ଅତୃପ୍ତ ଆତ୍ମା ଘୂରି ବୁଲୁଛି । ଏହି ଅତୃପ୍ତ ଆତ୍ମା କେହି ନୁହେଁ ବରଂ ଅଗଣାରେ ବହୁବର୍ଷ ଆଗରୁ ପୋତି ହୋଇ ରହିଥିବା ଅଶରୀରୀ । ଏହି ଆତ୍ମାକୁ ଦାହସଂସ୍କାର ନକରି ପୋତି ଦିଆଯାଇଥିବାରୁ ତା’ ଆତ୍ମା ଅଶାନ୍ତ ହୋଇ ବୁଲୁଛି । ଖୋଳିଲେ ମାଟି ତଳୁ କଙ୍କାଳ ଉଦ୍ଧାର ହେବ ଓ ପ୍ରଚୁର…

Read More

ଓଡ଼ିଶା ଫେରିଛନ୍ତି ସୁଦାନ ଗୃହ ଯୁଦ୍ଧରେ ଫସି ରହିଥିବା ଓଡ଼ିଆ ପୁଅ ଆଦର୍ଶ ବେହେରା । ଗୃହ ଯୁଦ୍ଧ ଭିତରେ ସେଠାରୁ ମୁକୁଳି ଶେଷରେ ନିଜ ଓଡ଼ିଶା ମାଟିକୁ ଫେରିଛନ୍ତି । ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ପରିବାର ଲୋକଙ୍କୁ ନିଜ ପୁଅକୁ ଦେଖି କୋହଭରା ହୋଇ କାନ୍ଦିବରେ ଲାଗିଥିଲେ ।ଆଦର୍ଶଙ୍କ କହିବାନୁଯାୟୀ, ସୁରକ୍ଷିତ ସ୍ଥାନକୁ ଯିବା ବେଳେ ତାଙ୍କୁ RSF (ରାପିଡ ସପୋର୍ଟ ଫୋର୍ସ)ର ୧୫ରୁ ୨୦ ଜଣ ସଦସ୍ୟ ଅପହରଣ କରି ନେଇଥିଲେ। ଅପହରଣକାରୀମାନେ ତାଙ୍କୁ ବହୁତ ମାଡ଼ ମାରିଥିଲେ। ସେମାନେ ପ୍ରଥମେ ସେ ଭାରତୀୟ ବୋଲି ଜାଣି ନଥିଲେ। ଅପହରଣ ପରେ ତାଙ୍କୁ ୨ରୁ ୩ ଦିନ ଜଙ୍ଗଲରେ ଓ ପରେ ଏକ ଜେଲରେ ରଖିଥିଲେ। ସେ ବଞ୍ଚିବେ ବୋଲି ଭାବି ନଥିଲେ, କାରଣ ସେଠାରେ ଦିନେ ଖାଇଲେ ଦିନେ ଖାଉ ନଥିଲେ। ତାଙ୍କୁ ଆବୁଧାବିରେ ପହଞ୍ଚିବା ଯାଏଁ ହାତ ବାନ୍ଧି ଓ ଆଖିରେ…

Read More

ଶ୍ରୀମନ୍ଦିର ସୁରକ୍ଷା ଉପରେ ବଡ଼ ପ୍ରଶ୍ନବାଚୀ । ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତର ଫଟୋ । ସୋସିଆଲ ମିଡିଆରେ ଆଶୀର୍ବାଦ ୯୪୫ ଆଇଡିରୁ ଫଟୋ ଭାଇରାଲ୍ । ସଂପୃକ୍ତ ବ୍ୟକ୍ତି ଜଣଙ୍କ ରତ୍ନସିଂହାସନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ ଏବଂ ବାହାରେ ନିଜ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଅପଲୋଡ କରିଛନ୍ତି ।ବେଶ କିଛିଦନ ନୀରବତା ପରେ ଶ୍ରୀମନ୍ଦିର ଭିତର ଫଟୋ ପୁଣି ଭାଇରାଲ। ଯାଞ୍ଚ ସତ୍ୱେ ମୋବାଇଲ କିପରି ଶ୍ରୀଗନ୍ଦିର ଭିତରକୁ ଯାଉଛି ତାହାକୁ ନେଇ ସବୁଠୁ ବଡ ପ୍ରଶ୍ନ ଉଠିଛି । ଥରେ ନୁହେଁ ବାରମ୍ବାର ଏଭଳି ଘଟଣା ଘଟୁଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Read More

ଆଜି ସାରା ରାଜ୍ୟରେ ଓଟିଇଟି ପରୀକ୍ଷା । ଏଥିପାଇଁ ଓଟିଇଟି ପ୍ରଶ୍ନପତ୍ର ଓ ଓଏମଆର ସିଟ କଡ଼ା ସୁରକ୍ଷା ବଳୟରେ ସମସ୍ତ ନୋଡାଲ ସେଣ୍ଟରରେ ରହିଛି । ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଏହି ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏଥିରେ ଉଭୟ ଇନସର୍ଭିସ ଓ ଆଶାୟୀ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ଦୁଇଟି ସିଟିଂରେ ପରୀକ୍ଷା ହେବ, ପ୍ରଥମ ସିଟିଂ ସକାଳ ୯ଟାରୁ ସାଢେ ୧୧ଟା ପର୍ଯ୍ୟନ୍ତ ଚାଲିବ ଏହା ପରେ ଅପରାହ୍ନ ସାଢେ ୧ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ ।ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା ଗ୍ରହଣ କରାଯାଇଛି । ବୋର୍ଡ କାର୍ଯ୍ୟାଳୟ କମାଣ୍ଡ କଣ୍ଟ୍ରୋଲ ରୁମରୁ ସମସ୍ତ ପରୀକ୍ଷା କେନ୍ଦ୍ର ନିୟନ୍ତ୍ରଣ ବ୍ୟବସ୍ଥା ହୋଇଛି । ୪୫୨ ଟି ପରୀକ୍ଷା କେନ୍ଦ୍ରକୁ ସିସିଟିଭି ବ୍ୟବସ୍ଥା ସହିତ ଯୋଡ଼ା ଯାଇଥିବା ବେଳେ ବୋର୍ଡର…

Read More

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ଧଉଳି ଗଣଦୁଷ୍କର୍ମ । ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ କ୍ରାଇମବ୍ରାଞ୍ଚ ଏଡିଜି ଓ ମାମଲାକୁ ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ । ଏହି ମାମଲା କ୍ରାଇମ ଏଗେନଷ୍ଟ ଓମେନ ବା ଉଇଡ ଭାବେ ପରିଗଣିତ ହେବ । ବଛା ବଛା ଅଫିସରଙ୍କୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଛି ।ଜଣେ ଡ଼ିଏସପି ପାହ୍ୟାର ଅଫିସର ଧଉଳି ଥାନା ଯାଇ ତଦନ୍ତର ଅଗ୍ରଗତି ବାବଦରେ ବୁଝିବେ । ତଦନ୍ତ କିପରି ତ୍ୱରାନ୍ୱିତ ହେବ, ସେନେଇ ସେ ତଦନ୍ତକାରୀ ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବେ । ମେଡିକାଲ ରିପୋର୍ଟ, ସାଇଣ୍ଟିଫିକ ଟିମର ରିପୋର୍ଟ ସମେତ, ମାମଲାର ଅଗ୍ରଗତି ସହ ଶୀଘ୍ର ଚାର୍ଜସିଟ ପର୍ଯ୍ୟନ୍ତ ସହଯୋଗ କରିବ ସ୍ବତନ୍ତ୍ର ଟିମ୍‌ । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି । ସୂଚନାଯୋଗ୍ୟ, ସୂଚନା ଅନୁସାରେ, ଗତ ୧୧ ତାରିଖ…

Read More

ଅଲିମ୍ପିଆନ୍ ସ୍ପ୍ରିଣ୍ଟର୍ ଦୂତୀ ଚାନ୍ଦ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଥଲେଟିକ୍ସରୁ ଅବସର ନେବା ପରେ ରାଜନୀତିରେ ପ୍ରବେଶ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଲୋକସେବା ଓ କ୍ରୀଡ଼ା ବିକାଶ ତାଙ୍କର ଦୀର୍ଘମିଆଦୀ ଲକ୍ଷ୍ୟ। ତେବେ ତାଙ୍କ କହିବା ମୁତାବକ, ସେ ବିଧାୟକ ପଦବୀ ପାଇଁ ନିର୍ବାଚନ ଲଢ଼ିବେ, ଜନପ୍ରତିନିଧି ହୋଇ ଜନତାଙ୍କ କରିବେ ସେବା। ତେବେ ସେ କେଉଁ ଦଳରେ ନିଜର ରାଜନୈତିକ କ୍ୟାରିୟର ଆରମ୍ଭ କରିବେ ତାହା ସମୟ କହିବ ବୋଲି କହିଛନ୍ତି ଏହି ଓଡ଼ିଆ ଝିଅ ତଥା ଅନ୍ତର୍ଜାତୀୟ ଧାବିକା ଦୂତୀ ଚାନ୍ଦ।। ସମାଜସେବା ଏବଂ କ୍ରୀଡ଼ା ବିକାଶ ପାଇଁ ରାଜନୀତି ଏକ ପ୍ରଭାବଶାଳୀ ମାଧ୍ୟମ ବୋଲି ସେ ବିଶ୍ୱାସ କରନ୍ତି। ଦୂତୀ କହିଛନ୍ତି, “ରାଜନୀତି ବିନା ସମାଜସେବା କରାଯାଇପାରିବ ନାହିଁ। ଜନସେବା ପାଇଁ ସମ୍ବଳ ଏବଂ ଜନସାଧାରଣଙ୍କ ସହ ଯୋଡ଼ିହେବା ଆବଶ୍ୟକ।” ସେ ତାଙ୍କ ପାରିବାରିକ ପୃଷ୍ଠଭୂମି ବିଷୟରେ ମଧ୍ୟ କହିଛନ୍ତି ଯେ ତାଙ୍କ ମା’…

Read More

ପଶ୍ଚିମବଙ୍ଗ ବଙ୍ଗୋପସାଗର ଉପକୂଳରୁ ମିଳିଛି ଦୁଇଟି ନୂଆ ପ୍ରଜାତି ସାମୁଦ୍ରିକ କୀଟ । ଏହି ନୂଆ ପ୍ରଜାତିଗୁଡ଼ିକୁ ନାମାଲୟୀକାଷ୍ଟିସ ଶୋଲେନୋଟୋଗ୍ନାଥା (Namalycastis solenotognatha) ଏବଂ ନେରେଇସ ଧ୍ରୀତିଏଇ (Nereis dhritiae) ଭାବେ ନାମକରଣ କରାଯାଇଛି । ନେରିଇଡିଡ୍ସ ଶ୍ରେଣୀର ଏହି ଦୁଇଟି ସମୁଦ୍ର କୀଟକୁ ପରୀକ୍ଷାଗାରରେ ଗବେଷଣା ପରେ ଏଭଳି ପ୍ରଜାତିକୁ ଆବିଷ୍କାର କରାଯାଇଥିବା ନେଇ ସ୍ପଷ୍ଟ କରିଛି ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣର କେନ୍ଦ୍ର ।ଏହି ଗବେଷଣା ସମ୍ପର୍କିତ ତଥ୍ୟ “Description of two new species of nereidids (Annelida: Nereididae) from West Bengal, India, Bay of Bengal” ଜୁ’ ଟାକ୍ସା (Zootaxa) ନାମକ ଅନ୍ତର୍ଜାତୀୟ ଜର୍ଣ୍ଣାଲରେ ପ୍ରକାଶ ତ ହୋଇଛି । Namalycastis solenotognatha ପ୍ରଜାତିର ନାମକରଣ ଗ୍ରୀକ୍ ଶବ୍ଦ solenotos (ଯାହାର ଅର୍ଥ କଳା ଦାଗ ) ଓ gnatha (ଦାନ୍ତ) ର ସମ୍ମିଳନ ଉପରେ ଆଧାରିତ । ଯାହା ଏହି…

Read More

ଆଇପିଏଲ ୨୦୨୬ ପାଇଁ ଚାଲିଛି ମିନି ନିଲାମୀ। ମଙ୍ଗଳବାର ଅର୍ଥାତ ୧୬ ଡିସେମ୍ବରରେ ଆବୁଧାବିର ଏତିହାଦ ଏରିନାରେ ଏହା ଚାଲିଛି। ଅଷ୍ଟ୍ରେଲିୟ ଅଲରାଉଣ୍ଡର କ୍ୟାମେରନ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କାର ବର୍ଷା। ଅଷ୍ଟ୍ରେଲିୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କ ଦାମ ୨୫ କୋଟି ୨୦ ଲକ୍ଷ । ଗ୍ରୀନଙ୍କ ପାଇଁ ସିଏସକେ ସହ କଡା ଟକ୍କର ପରେ କିଣିଲା କେକେଆର । ଶ୍ରୀଲଙ୍କାର ହାସରଙ୍ଗାଙ୍କୁ ବେସ ପ୍ରାଇସ ୨ କୋଟିରେ କିଣିଲା ଏଲଏସଜି । କାମେରୁନ ଗ୍ରୀନ ଏବେ ଆଇପିଏଲ ନିଲାମ ଇତିହାସରେ ସବୁଠାରୁ ମହଙ୍ଗା ଖେଳାଳି ହୋଇସାରିଛନ୍ତି । ମିଚେଲ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି । ଯାହାକୁ ୨୦୨୪ ଆଇପିଏଲ ନିଲାମରେ କେକେଆର ୨୪ କୋଟି ୭୫ ଲକ୍ଷରେ କିଣିଥିଲା ।ଏହା ସହ ଗ୍ରୀନ୍ ତାଙ୍କ ଦେଶର ମିଚେଲ୍ ଷ୍ଟାର୍କଙ୍କ ରେକର୍ଡ ଭାଙ୍ଗିଛନ୍ତି। ତାଙ୍କୁ ୨୦୨୪ ମସିହାରେ କେକେଆର ୨୪.୭୫ କୋଟିରେ କିଣିଥିଲା। ଏଠାରେ ଉଲ୍ଲେଖନୀୟ ଯେ ଯଦିଓ କୋଲକାତା ନାଇଟ୍…

Read More

ସକାଳୁ ସକାଳୁ ଲକ୍ଷ ଲକ୍ଷ ଟଙ୍କାର ଫାଇନ କାଟିଲେ ବିଏମ୍ସି ମେୟର ସୁଲୋଚନା ଦାସ। ୟୁନିଟ ୪ ମାଛ ମାର୍କେଟ ଓ ପାଖ ଅଞ୍ଚଳରେ ହୋଇଥିବା ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ କାଟିଛନ୍ତି ମେୟର। ୟୁନିଟ୍ ୪ ମାଛ ମାର୍କେଟ ଓ ପାଶ୍ୱବର୍ତ୍ତୀ ଅଞ୍ଚଳରେ ଚଢାଉ । ସଫେଇ କାର୍ଯ୍ୟକ୍ରମ ବେଳେ ଫାଇନ କାଟିଲେ ମେୟର । ବିଭିନ୍ନ ହୋଟେଲ୍‌, ଅଟୋ ୱାର୍କସପ୍ ଓ ଶିକ୍ଷାନୁଷ୍ଠାନକୁ ଫାଇନ୍ କାଟିଲେ । ଅଳିଆ ଗଦାଇବା ପାଇଁ ଫାଇନ୍ କାଟିଲେ ମେୟର୍ । ଏହାଛଡା ଗୋଲ ଏଡୁକେଶନାଲ ଇନଷ୍ଟିଚ୍ୟୁଟକୁ ଓ ଚାଇନା ଗାର୍ଡେନକୁ ମଧ୍ୟ ୧ ଲକ୍ଷ ଟଙ୍କାର ଜରିମାନା ଦେବାକୁ ବିଏମସି କହିଛି। ଏହା ସହିତ, ୟୁନିଟ୍-୪ ମସଜିଦ ନିକଟରେ ମିଳିଥିବା ପରିତ୍ୟକ୍ତ କାର ଏବଂ ବାଇକ୍ ଜବତ କରାଯାଇଛି ।

Read More