Author: sanitelevision

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବେଣୁଦା ଗାଁର ଯାଦବେନ୍ଦ୍ର ପ୍ରଧାନ ଶିଳ୍ପପତି ହେବା ପାଇଁ ବାଲେଶ୍ୱର କାନାଡା ବ୍ୟାଙ୍କରୁ ଋଣ ମଞ୍ଜୁର ପାଇଁ ଚିନ୍ତା କରିଥିଲେ। ଗ୍ୟାରେଣ୍ଟର ଦରକାର ହେବାରୁ ସେ ଖରିଦଚକ ଗାଁର ପ୍ରଭୁରାମ ଦେଙ୍କୁ ସାହାଯ୍ୟ ମାଗିଥିଲେ।ପ୍ରଭୁରାମଙ୍କ ଶ୍ୱଶୁର ଯୋଗେନ୍ଦ୍ର ନାଥ ପାଳଙ୍କ ଜରିଆରେ ୧୨ ଡିସିମିଲ ଘରବାଡିକୁ ବନ୍ଧା ପକାଇ ସେ ଋଣ କରିଥିଲେ। ଋଣ ନେବା ପରେ ଯାଦବେନ୍ଦ୍ର ପ୍ରଧାନ ଆଉ ଟଙ୍କା ବ୍ୟାଙ୍କକୁ ଦେଇପାରିନଥିଲେ। ଏହାପରେ ବ୍ୟାଙ୍କ ପ୍ରଭୁରାମଙ୍କୁ ବକେୟା ଥିବା ୪୯ ଲକ୍ଷ ୫୩ ହଜାର ୩୬୦ ଟଙ୍କା ଦେବାକୁ କହିଥିଲା। ହେଲେ ପ୍ରଭୁରାମ ସେହି ଟଙ୍କା ଦେଇନପାରିବାରୁ ଘରବାରି ନିଲାମ ପାଇଁ ନୋଟିସ ହୋଇଛି। ଏହି ଘଟଣାରେ ପ୍ରଭୁରାମଙ୍କ ସ୍ତ୍ରୀ କମର୍ଦ୍ଦା ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ଲାଭ ହୋଇନି। ସ୍ତ୍ରୀଙ୍କ କହିବାନୁସାରେ ମୋ ସ୍ୱାମୀଙ୍କୁ ମିଛରେ କହି ଯୋଗେନ୍ଦ୍ର ନାଥ ପାଳ ଜମି କାଗଜପତ୍ର ଶାଶୁଙ୍କଠାରୁ ନେଇଥିଲେ। ଆଉ…

Read More

ସମୁଦ୍ରରେ ପ୍ରଦୂଷଣ ରୋକିବାକୁ ଭାରତୀୟ ତଟ ରକ୍ଷକ ବାହିନୀ ଉତ୍ତର-ପୂର୍ବ ଅଞ୍ଚଳ ପକ୍ଷରୁ ବୁଧବାର ପ୍ରଦୂଷଣ ପ୍ରତିକ୍ରିୟା ଅଭ୍ୟାସ (ମକ ଡ୍ରିଲ) କରାଯାଇଛି। ପାରାଦୀପ ଉପକୂଳ ଠାରୁ ୩୫ କିମି ଗଭୀର ସମୁଦ୍ରରେ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଛି।ସ୍ବତନ୍ତ୍ର ଜାହାଜ ଓ ଡୋର୍ନିଅର ବିମାନ ସହ ଅତ୍ୟାଧୁନିକ ଯନ୍ତ୍ରପାତି ସହାୟତାରେ ଗଭୀର ସମୁଦ୍ରରୁ କିପରି ଅପରେସନ କରାଯିବ ସେ ନେଇ ଏକ୍ସରସାଇଜ୍ କରାଯାଉଛି। ଗଭୀର ସମୁଦ୍ରରୁ ଆରମ୍ଭ କରି ସମୁଦ୍ର ତଟ ପର୍ଯ୍ୟନ୍ତ ସ୍ବଚ୍ଛତା ବଜାୟ ରଖିବା ଓ ସାମୁଦ୍ରିକ ପରିବେଶ ପରିଷ୍କାର ରଖିବା ଦିଗରେ କୋଷ୍ଟଗାର୍ଡର ଭୂମିକା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିବା ପାଇଁ ମକଡ୍ରିଲ କରାଯାଉଛି।ଉକ୍ତ ଅଭ୍ୟାସ କାର୍ଯ୍ୟକ୍ରମରେ ଭାରତୀୟ ତଟ ରକ୍ଷକ ବାହିନୀ ଯୁଦ୍ଧ ଜାହାଜ ବିଜୟ ସମେତ ଭରଦ,ଅମୋଘ, ଅଦମ୍ୟ, କମଳାଦେବୀ,ଅମ୍ରିତକୌର ଓ ସି -୪୨୬ ସାମିଲ ହୋଇଛନ୍ତି। ଏହା ବାଦ ଆଇଓସିଏଲ ବୋଟ,ପାରାଦୀପ ବନ୍ଦର ପ୍ରାଧିକରଣ ବୋଟ ଓ ଟଗ ବୋଟ ଅଂଶ…

Read More

ବେକାରୀ ସମସ୍ୟାର ବିକଳ ଚିତ୍ର । ହୋମଗାର୍ଡ ପାଇଁ ବି-ଟେକ ଓ ଏମ-ଟେକ ଡିଗ୍ରୀଧାରୀ ପିଲା । ୧୮୭ ପଦବୀ ପାଇଁ ୮ ହଜାରରୁ ଅଧିକ ପରୀକ୍ଷାର୍ଥୀ । ତେବେ ସମସ୍ତେ ଗୋଟିଏ ସିଟିଂରେ ପରୀକ୍ଷା ଦେଇଥିବା ଜଣାପଡିଛି । ଆଶାୟୀଙ୍କୁ କୌଣସି ଲିଖିତ ପ୍ରଶ୍ନପତ୍ର ଦିଆଯାଇନଥିବାବେଳେ ପ୍ରଶ୍ନ ଡକାଯାଇଥିଲା । ସବୁଠାରୁ ବଡ଼ କଥା ହେଉଛି ହୋମଗାର୍ଡ ଚାକିରି ପାଇଁ ପଞ୍ଚମ ଶ୍ରେଣୀ ପାଠ ଶିକ୍ଷାଗତ ଯୋଗ୍ୟତା ଥିବା ବେଳେ ଗ୍ରାଜୁଏଟ ପିଲା ମଧ୍ୟ ପରୀକ୍ଷା ଦେଇଥିବା ଜଣାପଡିଛି ।ସମ୍ବଲପୁର ସହରର ଜମାଦାର ପାଲି ଏୟାର ଷ୍ଟ୍ରିପ ଫିଲ୍ଡରେ ଆୟୋଜିତ ହୋମଗାର୍ଡ ପରୀକ୍ଷାରେ ନିଯୁକ୍ତି ଆଶାୟୀ ଖୋଲା ଆକାଶ ତଳେ ପରୀକ୍ଷା ଦେଇଛନ୍ତି ।

Read More

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବକୁ ନେଇ ପୁଣି ପ୍ରଶ୍ନ ଉଠାଇଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ସ୍ୱାଧୀନତା ପରଠାରୁ ଓଡ଼ିଶାର କୌଣସି ମୁଖ୍ୟମନ୍ତ୍ରୀ ଏଭଳି ବାସଭବନ ନେଇ ନାହାନ୍ତି । କିନ୍ତୁ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ କାହିଁକି ଏଭଳି ବ୍ୟବସ୍ଥା କରାଯାଇଛି । ଯାହାର ଅର୍ଥ ଓଡ଼ିଶା ତହବିଲରୁ ଯାଉଛି , ଯାହା ଦ୍ୱାରା ଓଡ଼ିଶାର କ୍ଷତି ହେବ । ବିଗତ ୨୪ ବର୍ଷ ଧରି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହିଲେ। ସେ ଦିଲ୍ଲୀ ଗଲେ ତାଙ୍କୁ ତ କେବେ ଆଉ ଗୋଟେ ଘର ଦରକାର ପଡୁନଥିଲା। ତେଣୁ ବିଜେଡ଼ି ଭାବୁଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ଓଡ଼ିଶା ବିରୁଦ୍ଧରେ ଓଡ଼ିଆ ଲୋକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟ ହେବ। ଏହାସହ ଓଡ଼ିଶାରୁ ଗୋଟେ ପ୍ଲାଟୁନ ପୋଲିସ ନେବାର ଅର୍ଥ ଦିଲ୍ଲୀ ପୋଲିସ ଉପରେ ଓଡିଶା ସରକାରଙ୍କ ଭରସା ନାହିଁ। ଆଉ ଏହି ପୋଲିସ ଦିଲ୍ଲୀରେ ରହିବା ଦ୍ୱାରା…

Read More

ଆଜି ଭଦ୍ରକ ସହରରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ରାସ୍ତାରେ ସାଇକେଲରେ ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ। ଲୋକେ ଏହି ଦୃଶ୍ୟକୁ ବେଶ୍ ଉପଭୋଗ ମଧ୍ୟ କରୁଥିଲେ।। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବିଭିନ୍ନ ସମୟରେ ନୂଆ ନୂଆ କାର୍ଯ୍ୟକ୍ରମ କରି ବେଶ ଚର୍ଚ୍ଚାରେ ଥିଲାବେଳେ ଆଜି ସାଇକେଲରେ ନିଜ କାର୍ଯ୍ୟାଳୟକୁ ଆସି ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଛନ୍ତି । ସାଇକେଲ ଚଢି ନିଜ କର୍ମଚାରୀଙ୍କ ସହିତ ଜିଲ୍ଲାବାସୀଙ୍କୁ ନୂଆ ବାର୍ତ୍ତା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ । ସଡ଼କ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ଫିଟ୍ ରହିବା ସହିତ ସରକାରୀ ଅର୍ଥ ଖର୍ଚ୍ଚକୁ କମ କରିବାର ବାର୍ତ୍ତା ନେଇ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆଜି ସାଇକେଲରେ ନିଜ କାର୍ଯ୍ୟାଳୟ ଆସିଛନ୍ତି । ସେ ଗବସାହି ସ୍ଥିତ ନିଜ ଆବାସିକ କାର୍ଯ୍ୟାଳୟରୁ ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକୁ ଦୁଇ କିଲୋମିଟର ସାଇକେଲରେ ଆସିଛନ୍ତି ।ସୂଚନାଯୋଗ୍ୟ, ବିଶ୍ବ ସାଇକେଲ୍ ଦିବସରେ ବି ଭଦ୍ରକ ଜିଲ୍ଲାପାଳ…

Read More

ଋଣ ବୋଝରେ ଚାପି ହୋଇ ଜଣେ ଚାଷୀ କିଡନି ବିକ୍ରି କରିବାର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାର ଏହି ଘଟଣା । ପୀଡ଼ିତ ଚାଷୀଙ୍କ ନାଁ ହେଉଛି ରୋଶନ ସଦାଶିବ କୁଡେ । ରୋଶନଙ୍କ ଅଭିଯୋଗ ସାହୁକାର ଋଣ ସୁଝିବା ଚାପରେ ତାଙ୍କୁ ନିଜର କିଡନି ବିକ୍ରି କରିବାକୁ ପଡ଼ିଛି । ପୁଲିସ ମୁତାବକ ଗତ ୨୦୨୧ରେ ଚିକିତ୍ସା ଓ ବ୍ୟବସାୟ ପାଇଁ ରୋଶନ ସୁଧରେ ଏକ ଲକ୍ଷ ଟଙ୍କା ଆଣିଥିଲେ । ହେଲେ ରୋଶନଙ୍କ ପାରିବାରିକ ସ୍ଥିତି ଏମିତି ହେଲା ଯେ ସେ ନା ସୁଧ ଦେଇପାରିଲେ ନା ମୂଳଧନ । ଯେତେବେଳେ ସୁଧ ଦେଇପାରୁନଥିଲେ ସାହୁକାର ସୁଧ ଉପରେ ସୁଧ ଲଗାଉଥିଲା । ୫ ବର୍ଷ ଭିତରେ ଋଣ ବଢ଼ି ବଢ଼ି ୭୪ ଲକ୍ଷ ହୋଇଗଲା । ଲକ୍ଷେ ଟଙ୍କା ଋଣ ରୋଶନଙ୍କୁ ଏତେ ଭାରି ପଡ଼ିବ କେବେ ସେ ଚିନ୍ତା…

Read More

ଆସନ୍ତା ଜାନୁଆରୀ ୬ ତାରିଖରୁ ହେବ ପକ୍ଷୀ ଗଣନା । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି, ଚିଲିକା, ନଳବଣ, ମଙ୍ଗଳାଯୋଡ଼ି, ହୀରାକୁଦ, ନନ୍ଦନକାନନ ପରି ସ୍ଥାନରେ ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ଗଣତି କରିବ ଜଙ୍ଗଲ ଓ ପରିବେଶ ବିଭାଗ । ପର୍ଯ୍ୟଟନ ବିଭାଗର ବି ସହଯୋଗ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।ଚଳିତ ବର୍ଷ ପକ୍ଷୀ ଗଣନା କାର୍ଯ୍ୟରେ ଜଙ୍ଗଲ ଓ ପରିବେଶ ବିଭାଗ ସହ ପର୍ଯ୍ୟଟନ ବିଭାଗ ମଧ୍ୟ ସହଯୋଗ କରିବ। ପକ୍ଷୀମାନଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଉଭୟ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ। ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇଥିବାରୁ ଜଳବାୟୁ ପରିବର୍ତ୍ତନ ପକ୍ଷୀମାନଙ୍କ ପାଇଁ ବେଶ୍ ଅନୁକୂଳ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।ପକ୍ଷୀଙ୍କ ସୁରକ୍ଷା ପାଇଁ…

Read More

ଦିଲ୍ଲୀ ସରକାର ରାଜଧାନୀରେ ନିରନ୍ତର ଭାବରେ ଉଚ୍ଚ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସରକାର ସମସ୍ତ କାର୍ଯ୍ୟାଳୟରେ 50% ଘରୁ କାମ କରିବା ବ୍ୟବସ୍ଥା ଲାଗୁ କରିଛନ୍ତି। ନିୟମ ଉଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । କିଛି ଦିନ ହେଲା ଦିଲ୍ଲୀ-ଏନସିଆରରେ ବାୟୂ ପ୍ରଦ୍ୟୁଷଣ ବଢ଼ିଚାଲିଛି । ପୂର୍ବରୁ ଅନଲାଇନରେ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି ।ଦିଲ୍ଲୀର ବାୟୁ ଗୁଣବତ୍ତା କ୍ରମାଗତ ତିନି ଦିନ ଧରି ‘ଗମ୍ଭୀର’ ଶ୍ରେଣୀରେ ରହିବା ପରେ ମଙ୍ଗଳବାର ସାମାନ୍ୟ ଉନ୍ନତି ହୋଇ ‘ଅତ୍ୟନ୍ତ ଖରାପ’ ଶ୍ରେଣୀକୁ ଆସିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ଅନୁଯାୟୀ, ସକାଳ ୯ ଟାରେ AQI ୩୭୮ ରେ ରେକର୍ଡ କରାଯାଇଛି, ଯାହା ସୋମବାର ସନ୍ଧ୍ୟାର ୪୨୭ ଠାରୁ ସାମାନ୍ୟ ଭଲ ରହିଛି। ସମସ୍ତ ସରକାରୀ ଏବଂ ବେସରକାରୀ ସଂଗଠନଗୁଡ଼ିକୁ ସେମାନଙ୍କର ସର୍ବାଧିକ…

Read More

ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ୧୫ ତାରିଖରେ ବାରିପଦା ସଦର ଥାନା ଅଞ୍ଚଳର ଜଣେ ନାବାଳିକା ତାଙ୍କ ଘର ସମ୍ମୁଖରେ ଖେଳୁଥିଲେ। ସେହି ସମୟରେ ଅଭିଯୁକ୍ତ ସମ୍ପର୍କୀୟ ଅଜା ନାବାଳିକାଙ୍କୁ ଜୋର ଜବରଦସ୍ତି ଘର ପଛପଟକୁ ନିଛାଟିଆ ଜାଗାକୁ ନେଇଯାଇଥିଲେ। ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏହି ସମୟରେ ନାବାଳିକା ପାଟି କରି କାନ୍ଦିଥିଲେ। କାନ୍ଦ ଶୁଣି ପଡୋଶୀ ନାବାଳିକାଙ୍କୁ ଉଦ୍ଧାର କରିଥିଲେ ଓ ଘର ଲୋକଙ୍କୁ ସୂଚନା ଦେଇଥିଲେ । ଏହି ଘଟଣା ପରେ ଶିଶୁଟି ଗୁରୁତର ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ହସ୍ପିଟାଲରେ ଶିଶୁ କନ୍ୟାଟିର ଚିକିତ୍ସା ଚାଲିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚ ଅଭିଯୁକ୍ତକୁ ଗିରଫ କରି ତଦନ୍ତ…

Read More

ବଡଦିନ ଓ ନୂଆବର୍ଷରେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ । ଶ୍ରଦ୍ଧାଳୁମାନଙ୍କ ଶ୍ରୀଜିଉ ଦର୍ଶନ ସୁବିଧା ପାଇଁ ଏହା କରାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି । ଆସନ୍ତା ୨୫ ତାରିଖ ଗୁରୁବାର ବଡ଼ଦିନ ବା ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ । ସରକାରୀ ଛୁଟି ଥିବାରୁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିବା ସମ୍ଭାବନା ରହିଛି । ସେହିପରି ଏହା ପରବର୍ତ୍ତୀ ଗୁରୁବାର ଇଂରାଜୀ ନୂଆବର୍ଷ । ତେଣୁ ଶ୍ରୀମନ୍ଦିର ନୀତିକାନ୍ତିଠାରୁ ଆରମ୍ଭ କରି ଭିଡ଼ ନିୟନ୍ତ୍ରଣ ସହ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ବ୍ୟବସ୍ଥା, ଆଇନଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ ଆଦି ଅତ୍ୟାବଶ୍ୟକୀୟ ବ୍ୟବସ୍ଥା କରାଯିବ। ଶ୍ରଦ୍ଧାଳୁମାନଙ୍କ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇ ଥିବାରୁ ପାନୀୟ ଜଳ ପ୍ରଦାନ ବ୍ୟବସ୍ଥା ମନ୍ଦିର ଭିତରେ ଓ ବାହାରେ କରାଯିବ। ଅଗ୍ନିଶମ ବିଭାଗ ପକ୍ଷରୁ କୌଣସି ଦୁର୍ଘଟଣା ପାଇଁ…

Read More